Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ସ୍ଥିତିକୁ ଆହୁରି ସୁଦୃଢ଼ କଲା ଜିଓ, ଯୋଡ଼ିଲା ୭୪,୦୦୦ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବର ମାସରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଓ ୮୦୦୦ରୁ ଅଧିକ ଓୟାରଲାଇନ୍ ବା ଜିଓଫାଇବର ଗ୍ରାହକ ଯୋଡ଼ି ରାଜ୍ୟରେ ଏହାର ବଜାର ନେତୃତ୍ୱ ସ୍ଥିତିକୁ ଆହୁରି ମଜଭୂତ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡ଼ିଛି। ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଯାହା ଡିସେମ୍ବର ମାସରେ ଓଡ଼ିଶାରେ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ ଯଥା ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍ ଆଇଡିଆ ଏହି ମାସରେ ନିଜର ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଓ ଓୟାରଲାଇନ୍ ଗ୍ରାହକ ଯୋଡ଼ିବା ଜାରି ରଖି ରାଜ୍ୟରେ ସର୍ବାଧିକ ୧.୩୯ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୧.୯୧ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକଙ୍କ ସହ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୨ ଡିସେମ୍ବରରେ ରିଲାଏନ୍ସ ଜିଓ ରାଜ୍ୟରେ ୭୪,୫୮୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ସମାନ ସମୟରେ ଅନ୍ୟ ଟେଲିକମ୍ ଗ୍ରାହକମାନେ ହଜାର ହଜାର ଗ୍ରାହକ ହରାଇଛନ୍ତି। ଜିଓ ଅଧିକ ସଂଖ୍ୟକ ଗ୍ରାହକ ଯୋଡ଼ିଥିବାରୁ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୨୨ ଡିସେମ୍ବରରେ ୫୪,୪୮୯ ବୃଦ୍ଧି ପାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି।

ଜାତୀୟ ସ୍ତରରେ ଜିଓ ୨୦୨୨ ଡିସେମ୍ବରରେ ୧୭ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଡିସେମ୍ବର ମାସରେ ପ୍ରାୟ ୩ ଲକ୍ଷ ନୂଆ ଓୟାରଲାଇନ୍ ଗ୍ରାହକ ଯୋଡ଼ି ଦେଶର ସର୍ବବୃହତ ଓୟାରଲାଇନ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ରାଜ୍ୟରେ ଏହାର ଟ୍ରୁ-୫ଜି ଉପସ୍ଥିତିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଥିବା ବେଳେ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ୧୩ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ ଓ ତାଳଚେରରେ ଉପଲବ୍ଧ ହୋଇଛି।
ରାଜ୍ୟର ୩୭ରୁ ଅଧିକ ସହର ଓ ନଗରରେ ଜିଓ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ କରି ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରାୟ ୧.୫ କୋଟି ମୋବାଇଲ୍ ଗ୍ରାହକଙ୍କ ସହିତ ଓଡ଼ିଶା ବଜାରରେ ନିଜର ୧ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା ଜିଓ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତର ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଓଡ଼ିଶରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି, ଯାହା ରାଜ୍ୟରେ କୌଣସି ଗୋଟିଏ ଅପରେଟରଙ୍କ କ୍ଷେତ୍ରରେ ସର୍ବାଧିକ ଏବଂ ଓଡ଼ିଶାରେ ମୋଟ ଗ୍ରାହକ ବଜାରରେ ରିଲାଏନ୍ସ ଜିଓର ଅଂଶ ୪୩%ରୁ ଅଧିକ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି। ଏହାଦ୍ୱାରା ଜନସାଧାରଣଙ୍କ ବିଶେଷକରି ଛାତ୍ରଛାତୀଙ୍କ ପାଇଁ ଖୁସି ଆଣିଦେଉଛି ଏବଂ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗଦେଇପାରୁଛନ୍ତି। ଜିଓ ମଧ୍ୟ ନିକଟରେ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସଫଳତାର ସହିତ ଶେଷ କରିଛି ଏବଂ ତାହାଦ୍ୱାରା ରାଜ୍ୟରେ ନେଟୱର୍କ, ବେଗ ଏବଂ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି।

୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି । ସେହି ସମୟରେ ବିଏସଏନଏଲ ମାତ୍ର ୧୨,୦୯୦ ଗ୍ରାହକ ଯୋଗ କରିଥିବାବେେ. ସେହି ସମାନ ମାସରେ ଭୋଡାଫୋନ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି। ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନ୍ ମାସରେ ୩,୧୩,୯୧୭ ବୃଦ୍ଧିପାଇ ୨୦୨୧ ଜୁନ୍ ୩୦ ସୁଦ୍ଧା ୩.୪୮ କୋଟିରେ ପହଞ୍ଚିଥବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।

ଋାଷ୍ଟ୍ରୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ଜୁନ୍ ମାସରେ ଗ୍ରାହକ ଯୋଗ କରିବାରେ ନିଜର ଆଧିପତ୍ୟ ବଜାୟ ରଖି ସର୍ବାଧିକ ୫.୫ ନିୟୁତ ଗ୍ରାହକ ଯୋଗ କରିଥିବା ଟ୍ରଇ ପ୍ରକାଶ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଏବଂ ଏହାର ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରାଜ୍ୟରେ ଦୂରସଂଚାର କ୍ଷେତ୍ରରେ ଆୟ ହେଉଥିବା ମୋଟ ରାଜସ୍ୱରେ ୫୦%ରୁ ଅଧିକ ଅଂଶ ରହିଛି। ଜିଓ ନିଜର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ତ୍ରୁଟିଶୂନ୍ୟ ହାଇ-ସ୍ପିଡ ଇଂଟରନେଟ ସେବା ପାଇଁ ଗତ କିଛିବର୍ଷ ଧରି ପ୍ରତି ମାସରେ ନିରନ୍ତର ଭାବରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଆସୁଛି। ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ଏହା ରାଜ୍ୟରେ ୨୭ଟି ପ୍ରମୁଖ ସହର ଓ ନଗରରେ ମୁଖ୍ୟ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ତଥା ଦ୍ରୁତ ଗତିରେ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ସମ୍ପ୍ରସାରଣ ଜାରି ରଖିଛି।

ଟ୍ରାଇ ପକ୍ଷରୁ ୨୦୨୧ ଜୁନ୍ ମାସ ପାଇଁ ପ୍ରକାଶିତ ଓୟାର୍‌ଲାଇନ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜିଓର ୬୩,୬୪୫ ଜିଓଫାଇବର ଗ୍ରାହକ ରହିଥିବା ଜଣାପଡିଛି।