ଟ୍ରାଇ ତଥ୍ୟ: ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରିବା ସହ ଏପ୍ରିଲ୍‌ରେ ଯୋଡ଼ିଲା ସର୍ବାଧିକ ଗ୍ରାହକ

Published: Jun 20, 2022, 1:53 pm IST

ଭୁବନେଶ୍ୱର: ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲ୍ ମାସରେ ପ୍ରାୟ ୭୧,୦୦୦ ନୂଆ ମୋବାଇଲ୍ ଗ୍ରାହକ ଓ ୮୧୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଜିଓର ମୋଟ ମୋବାଇଲ ଗ୍ରାହକ ସଂଖୃା ୧.୩୪ କୋଟିକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କଂପାନି ମୋଟ ଉପରେ ୪୧.୩ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ କ୍ରମରେ ସକ୍ରିୟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ଜିଓ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବା ସହ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହା ୯୯.୯୧ ପ୍ରତିଶତରେ ପହଂଚିଛି। ରାଜ୍ୟର ମୋଟ ସକ୍ରିୟ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ଜିଓ ପ୍ରାୟ ୪୫% ବଜାର ଅଂଶ ହାସଲ କରିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଟେଳିକମ୍ ଗ୍ରାହକ ତଥ୍ୟରୁ ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩,୦୦୦ ବୃଦ୍ଧି ସହିତ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୨୫ କୋଟିରେ ପହଂଚିଛି। ଜିଓ ସର୍ବାଧିକ ୭୧,୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ବିଏସଏନଏଲ୍ ସେହି ମାସରେ ୧୭,୦୦୦ ନୂଆ ଗ୍ରାହକ ଯୋଡ଼ିଛି। ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଏପ୍ରିଲ ମାସରେ ରାଜ୍ୟରେ ସେମାନଙ୍କ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ସଂଖ୍ୟକ ୧୬.୮୨ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇ ଗୁଣାରୁ ଅଧିକ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏପ୍ରିଲ ମାସରେ ଜିଓ ସର୍ବାଧିକ ୮୧୦୦ ନୂଆ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ କଂପାନି ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଦ୍ରୁତ ଗତିରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ଓ ନଗରରେ ସମ୍ପ୍ରସାରଣ କରାଯାଉଥିବାରୁ ଏହା ସମ୍ଭବ ହୋଇଛି। ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢ଼େଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼ ଭଳି ଓଡ଼ିଶାର ୨୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

Related posts