Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ: ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ସୋମବାର ନୂଆଦିଲ୍ଲୀ ଠାରେ ଏହି ର‌୍ୟାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି।

ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି। ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି।
ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି। ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି।

ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ। ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି। ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି।

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା। ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି। ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ।

ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟ୍ରାଇ ତଥ୍ୟ: ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରିବା ସହ ଏପ୍ରିଲ୍‌ରେ ଯୋଡ଼ିଲା ସର୍ବାଧିକ ଗ୍ରାହକ

ଭୁବନେଶ୍ୱର: ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲ୍ ମାସରେ ପ୍ରାୟ ୭୧,୦୦୦ ନୂଆ ମୋବାଇଲ୍ ଗ୍ରାହକ ଓ ୮୧୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଜିଓର ମୋଟ ମୋବାଇଲ ଗ୍ରାହକ ସଂଖୃା ୧.୩୪ କୋଟିକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କଂପାନି ମୋଟ ଉପରେ ୪୧.୩ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ କ୍ରମରେ ସକ୍ରିୟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ଜିଓ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବା ସହ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହା ୯୯.୯୧ ପ୍ରତିଶତରେ ପହଂଚିଛି। ରାଜ୍ୟର ମୋଟ ସକ୍ରିୟ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ଜିଓ ପ୍ରାୟ ୪୫% ବଜାର ଅଂଶ ହାସଲ କରିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଟେଳିକମ୍ ଗ୍ରାହକ ତଥ୍ୟରୁ ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩,୦୦୦ ବୃଦ୍ଧି ସହିତ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୨୫ କୋଟିରେ ପହଂଚିଛି। ଜିଓ ସର୍ବାଧିକ ୭୧,୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ବିଏସଏନଏଲ୍ ସେହି ମାସରେ ୧୭,୦୦୦ ନୂଆ ଗ୍ରାହକ ଯୋଡ଼ିଛି। ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଏପ୍ରିଲ ମାସରେ ରାଜ୍ୟରେ ସେମାନଙ୍କ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ସଂଖ୍ୟକ ୧୬.୮୨ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇ ଗୁଣାରୁ ଅଧିକ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏପ୍ରିଲ ମାସରେ ଜିଓ ସର୍ବାଧିକ ୮୧୦୦ ନୂଆ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ କଂପାନି ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଦ୍ରୁତ ଗତିରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ଓ ନଗରରେ ସମ୍ପ୍ରସାରଣ କରାଯାଉଥିବାରୁ ଏହା ସମ୍ଭବ ହୋଇଛି। ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢ଼େଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼ ଭଳି ଓଡ଼ିଶାର ୨୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ଏକ ନମ୍ବରରେ ବିଜେଡ଼ି, ଦ୍ଵିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ ଟକ୍କର

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ଗତ ନିର୍ବାଚନ ତୁଳନାରେ ବିଜେଡ଼ି ଭଲ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଯାହାକି ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ବିଜେପିକୁ ବଡ କ୍ଷତି ହେଉଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୨୭୪ ଟିରେ ଆଗୁଆ

ବିଜେପି- ୨୧ ଟିରେ ଆଗୁଆ

କଂଗ୍ରେସ- ୧୪ ଟିରେ ଆଗୁଆ

ଅନ୍ୟାନ୍ୟ-୦୬ ଟିରେ ଆଗୁଆ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏକ ବର୍ଷରେ ସମ୍ ଅଲ୍‌ଟିମେଟ୍ ମେଡିକେୟାର ଏକ ନମ୍ବର: ‌ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ ମେଡିକେୟାର। ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍‌ର ମାନ୍ୟତା ହାସଲ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଟାଇମ୍ସ ଗ୍ରୁପ୍‌ ଦ୍ୱାରା ଆୟୋଜିତ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଦ ୱାନ୍ ଷ୍ଟପ୍‌, ନେକ୍ସ୍‌ଟ ଜେନେରେସନ୍ ମଲ୍ଟି ସ୍ପେଶାଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)କୁ ମିଳିଛି ଏହି ସମ୍ମାନ।

ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାଡ କାର୍ଯ୍ୟକ୍ରମରେ ଇମର୍ଜିଂ କାଟେଗୋରୀରେ ପୂର୍ବ ଭାରତର ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ ଭାବେ ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଧରଣର କାର୍ଯ୍ୟକରି ଏହି ଯୋଗ୍ୟତା ହାସଲ କରିଛି ସମ୍ମମ୍। ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅଙ୍କୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗାଏନାକୋଲୋଜି ଆଣ୍ଡ ଅବ୍‌ଷ୍ଟ୍ରେଟିକ୍ସ, ୟୁରୋଲୋଜି, ଏର୍ମଜେନ୍ସି ଆଣ୍ଡ ଟ୍ରମା ଏବଂ ପେଡିଆଟ୍ରିକ୍‌ସ ଭଳି ବିଭାଗଗୁଡ଼ିକ ଏମର୍ଜିଂ କାଟେଗୋରୀରେ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ ଦ୍ୱାରା ଏକ ନମ୍ବରର ମାନ୍ୟତା ପାଇ ସମ୍ମାନିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ ପକ୍ଷରୁ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ ଡଃ ଶ୍ୱେତପଦ୍ମା ଦାଶ ଏବଂ ଚିଫ୍ ଅଫ୍‌ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡାକ୍ତର ବିରାଜ ମୋହନ ମିଶ୍ର ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବରିଷ୍ଠ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ। ନିକଟରେ ସମ୍ ଅଲ୍ଟିମେଟ୍ ମେଡିକେୟାର ନ୍ୟାସ୍‌ନାଲ୍ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ

କେୟାର ପ୍ରୋଭାଇଡର୍ସ (ଏନ୍‌.ଏ.ବି.ଏଚ୍‌) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି।

ଏନ୍‌.ଏ.ବି.ଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ବର୍ଷକ ମଧ୍ୟରେ ଏହି ହସ୍ପିଟାଲ୍ ୫ଟି ଉଚ୍ଚମାନର ସ୍ୱୀକୃତି ହାସଲ କରିବାରେ ସକ୍ଷମ ହୋଇପାରିଛି।