Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରୁ ଛାଡୁଥିବା ୧୧ ଟି ସ୍ୱତନ୍ତ୍ର ଟ୍ରେନର ବଦଳିଲା ସମୟ, ଜାଣନ୍ତୁ କେଉଁଠି କେତେବେଳେ ଛାଡିବ
ଜାତୀୟ ଖବର

ଓଡିଶାରୁ ଛାଡୁଥିବା ୧୧ ଟି ସ୍ୱତନ୍ତ୍ର ଟ୍ରେନର ବଦଳିଲା ସମୟ, ଜାଣନ୍ତୁ କେଉଁଠି କେତେବେଳେ ଛାଡିବ

September 30, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ୧୧ଟି ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ପହିଲା ଠାରୁ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

ଏହି ଟ୍ରେନ୍ ଗୁଡିକ ହେଉଛି

୦୧. ପୁରୀରୁ ୩୦ ସେପ୍ଟେମ୍ବର, ୨୦୨୧ ଠାରୁ ଛାଡୁଥିବା ୦୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ବତନ୍ତ୍ର ଟ୍ରେନ ହିଜଲି ଏବଂ ଘଟଶୀଳା ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। ଏହି ଟ୍ରେନ୍ ହିଜଲିରେ ଭୋର ୩ଘ.୪୫ମି. ପରିବର୍ତ୍ତେ ୩ଘ.୫୦ମି.ରେ ପହଞ୍ଚିବ ଏବଂ ଏହା ୩ଘ.୫୦ମି. ପରିବର୍ତ୍ତେ ଭୋର ୩ଘ.୫୫ମି.ରେ ଛାଡିବ। ସେହିଭଳି, ଏହା ଘଟଶୀଳା ଷ୍ଟେସନ ଠାରେ ଭୋର ୦୫ଘ.୧୬ମି.ରେ ପହଞ୍ଚିବ ଏବଂ ଏହାର ପୂର୍ବ ସମୟ ବଦଳରେ ଭୋର ୦୫ଘ.୧୮ମି.ରେ ଛାଡିବ।

୦୨. ନୂଆଦିଲ୍ଲୀରୁ ୩୦ ସେପ୍ଟେମ୍ବର, ୨୦୨୧ ରେ ଛାଡୁଥିବା ୦୨୮୦୨ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ୍ ହିଜଲିରେ ସମୟ ସଂଶୋଧନ କରାଯାଇଛି। ଏହା ରାତ୍ରି ୧୦ ଘ.୫୦ ମି.ରେ ହିଜଲିରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ପୁରୀ ଆଡକୁ ରାତ୍ର ୧୦ଘ.୫୫ମି.ରେ ଛାଡିବ।

୦୩. ପୁରୀ ଠାରୁ ଅକ୍ଟୋବର ମାସ ପହିଲା ଠାରୁ ଛାଡୁଥିବା ୦୨୮୭୫ ପୁରୀ-ଆନନ୍ଦ ବିହାର ନୀଳାଚଳ ସ୍ପେଶାଲ୍ ବାଲେଶ୍ୱର, ହିଜଲି ଏବଂ ଘଟଶୀଳାରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ବାଲେଶ୍ୱରରେ ଅପରାହ୍ନ ୩ ଘ.୩୨ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ ଘ.୩୭ମି.ରେ ଛାଡିବ। ଏହା ହିଜଲିରେ ସନ୍ଧ୍ୟା ୫ଘ.୧୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ। ସେହିଭଳି, ଏହି ଟ୍ରେନ ଘଟଶୀଳାରେ ସନ୍ଧ୍ୟା ୬ଘ.୪୧ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଘ.୪୩ମି.ରେ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ଯାତ୍ରା କରିବ।

୦୪. ପୁରୀ ଠାରୁ ଅକ୍ଟୋବର ମାସ ୨ ତାରିଖ ଠାରୁ ଛାଡୁଥିବା ୦୨୮୧୫ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ସ୍ପେଶାଲ୍ ହିଜଲିରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ସନ୍ଧ୍ୟା ୫ଘ.୧୫ମି.ରେ ହିଜଲୀରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ।

୦୫. ଅକ୍ଟୋବର ମାସ ୬ ତାରିଖ ଠାରୁ ବିଶାଖାପାଟନମ୍ ରୁ ଛାଡୁଥିବା ୦୨୪୯୨ ବିଶାଖାପାଟନମ୍-ଶାଲିମାର ସ୍ପେଶାଲ ଶାଲିମାରରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ଭୋର ୬ ଘଟିକା ପରିବର୍ତ୍ତେ ଭୋର ୦୬ଘ.୦୫ମି.ରେ ଶାଲିମାରରେ ପହଞ୍ଚିବ।

୦୬. ଅକ୍ଟୋବର ମାସ ୫ ତାରିଖ ଠାରୁ ପୁରୀରୁ ଛାଡ଼ିବାକୁ ଥିବା ୦୮୪୭୬ ପୁରୀ-ଶାଲିମାର ସ୍ପେଶାଲ୍ ବାଲେଶ୍ୱର, ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୦ମି.ରେ ବାଲେଶ୍ୱରରେ ପହଞ୍ଚିବ ଏବଂ ଏହା ରାତ୍ରି ୦୨ଘ.୩୫ମି.ରେ ଛାଡିବ। ଏହା ଖଡ଼ଗପୁର ଠାରେ ଭୋର ୦୪ ଘ.୩୦ ମି.ରେ ପହଞ୍ଚିବ ଏବଂ ଭୋର ୦୪ ଘ.୩୫ ମି.ରେ ଛାଡିବ। ସେହିଭଳି, ଏହା ସାନ୍ତ୍ରାଗଛିରେ ଭୋର ୦୬ଘ.୧୩ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ଭୋର ୦୬ଘ.୧୫ମି.ରେ ଶାଲିମାର ଅଭିମୁଖେ ଯାତ୍ରା କରିବ।

୦୭. ଅକ୍ଟୋବର ମାସ ପହିଲା ଠାରୁ ସମ୍ବଲପୁରରୁ ଛାଡୁଥିବା ୦୮୩୦୬ ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ବାଲେଶ୍ୱରରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ବାଲେଶ୍ୱରରେ ରାତ୍ରି ୦୨ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୫ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

୦୮. ଅକ୍ଟୋବର ମାସ ପହିଲା ଠାରୁ ପୁରୀରୁ ଛାଡୁଥିବା ୦୨୦୮୮ ପୁରୀ-ହାଓଡ଼ା ସ୍ପେଶାଲ୍ ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ଖଡ଼ଗପୁରରେ ସନ୍ଧ୍ୟା ୫ଘ.୦୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୧୦ମି.ରେ ଛାଡିବ। ଏହା ସାନ୍ତ୍ରାଗଛିରେ ସନ୍ଧ୍ୟା ୬ଘ.୩୬ମି.ରେ ସାନ୍ତ୍ରାଗଛିରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ସନ୍ଧ୍ୟା ୬ଘ.୩୮ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

୦୯. ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୦୨୮୧୯ ଭୁବନେଶ୍ୱର-ଆନନ୍ଦ ବିହାର ଓଡିଶା ସାମ୍ପର୍କ କ୍ରାନ୍ତି ସ୍ପେଶାଲ୍ ହିଜଲି ଏବଂ ଜଳେଶ୍ୱରରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ଜଳେଶ୍ୱରରେ ରାତ୍ରି ୮ଘ.୨୬ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୨୮ମି.ରେ ଛାଡିବ। ଏହା ହିଜଲିରେ ରାତ୍ରି ୯ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ରାତ୍ରି ୯ଘ.୩୫ମି.ରେ ଯାତ୍ରା କରିବ।

୧୦. ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୦୨୮୨୫ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ହିଜଲିରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ହିଜଲିରେ ଅପରାହ୍ନ ୨ଘ.୫୬ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ବଦଳରେ ଆନନ୍ଦ ବିହାର ଆଡକୁ ଅପରାହ୍ନ ୩ ଘଟିକାରେ ଯାତ୍ରା କରିବ।

୧୧. ଅକ୍ଟୋବର ମାସ ୭ ତାରିଖ ଠାରୁ ବିଶାଖାପାଟନମ୍ ରୁ ଛାଡିବାକୁ ଥିବା ୦୮୫୬୪ ବିଶାଖାପାଟନମ୍-ଦିଘା ସ୍ପେଶାଲ୍ ଖଡ଼ଗ୍ପୁର, ପାନ୍ସକୁରା, ତାମଲୁକ, କାଁଥି ଠାରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ଖଡ଼ଗ୍ପୁରରେ ଭୋର ୦୩ଘ.୩୫ମି.ରେ ପହଞ୍ଚିବ ଏବଂ ଭୋର ୦୩ଘ.୪୦ମି.ରେ ଛାଡିବ ଜ୍ଝ ପନ୍ସକୁରାରେ ଏହି ଟ୍ରେନ ଭୋର ୦୪ଘ.୨୩ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୨୫ମି.ରେ ଛାଡିବ। ଏହି ଟ୍ରେନ୍ ତାମଲୁକ ଠାରେ ଭୋର ୦୪ଘ.୫୦ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୫୨ମି.ରେ ଛାଡିବ। ସେହିଭଳି ଏହି ଟ୍ରେନ୍ କାଁଥି ଠାରେ ଭୋର ୦୫ଘ.୪୧ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଭୋର ୦୫ଘ.୪୩ମି.ରେ ଦିଘା ଆଡ଼କୁ ଯାତ୍ରା କରିବ।

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ପୁରୀ-ଶାଲିମାର ସ୍ପେଶାଲ୍ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.