Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ମୋର ମାଟି ମୋର ଦେଶ’ ପ୍ରଚାର ହେତୁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 28 ଅକ୍ଟୋବରରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ ‘ମୋର ମାଟି ମୋର ଦେଶ’ ଅଭିଯାନରେ ଜଡିତ ଅଂଶଗ୍ରହଣକାରୀ ମାନଙ୍କ ଗମନା ଗମନ ହେତୁ ସୁବିଧା ପ୍ରଦାନ କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ସ୍ବେଛାସେବୀ ତଥା ନେହେରୁ ଯୁବ କେନ୍ଦ୍ରର ଅଂଶଗ୍ରହଣକାରୀମାନଙ୍କୁ ଅମୃତ କଳସ ପାତ୍ର ଧାରଣ କରି ନୂଆଦିଲ୍ଲୀ ଯାତ୍ରା କରିବା ହେତୁ ସହାୟକ ହେବ। ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ 28 ତାରିଖ ଦିନ 10.00 ଘଣ୍ଟାରେ ଭୁବନେଶ୍ୱର ଛାଡି 29 ଅକ୍ଟୋବର ଦିନ 14.30 ଘଣ୍ଟା ସମୟରେ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ।

‘ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ‘ମେରୀ ମାଟି ମେରା ଦେଶ’ (MMMD) ଅଭିଯାନ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅଟେ। ଏହି ଅଭିଯାନର ଏକ ଅଂଶ ଭାବରେ, ଦେଶର ବିଭିନ୍ନ ଅଂଚଳରୁ ପବିତ୍ର ମାଟି ଏବଂ ଚାଉଳ ସଂଗ୍ରହ କରାଯାଇ ଅମୃତ କଳସ ପାତ୍ରରେ ରଖାଯାଇଛି। ଏହି ସାମଗ୍ରୀଗୁଡ଼ିକ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା କର୍ତ୍ତବ୍ୟପଥରେ ‘ଅମୃତ ବାଟିକା’ ଏବଂ ‘ଆଜାଦୀ କା ଅମୃତ ମହୋତ୍ସବ’ ର ସ୍ମୃତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ-ପାଟନା ଓ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

ଭୁବନେଶ୍ଵର: ପୁରୀ-ପାଟନା-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସର ସେବାକୁ ଅକ୍ଟୋବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀ ସଂରଚନା ପରିଚାଳନା ସମୀକ୍ଷା କରିବା ସହିତ ଯାତ୍ରୀ ମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଶନିବାର ଦିନ ପୁରୀରୁ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ୍ ଚଳାଚଳ ସେବାକୁ 28 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେରିବା ମାର୍ଗରେ ରବିବାର ଦିନ ପାଟନାରୁ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଚଳାଚଳ ସେବାକୁ 29 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିଭଳି ଭୁବନେଶ୍ୱରରୁ ପ୍ରତିଦିନ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଚଳାଚଳ ସେବାକୁ 31 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଫେରିବା ମାର୍ଗରେ ଧାନବାଦରୁ ଛାଡୁଥିବା 02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ଚଳାଚଳ ସେବାକୁ 1 ନଭେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

ଉପରୋକ୍ତ ଟ୍ରେନ୍ ଦ୍ବୟ ପାଇଁ ନିର୍ଦ୍ଧାରିତ ସମୟ ସାରଣୀ ଏବଂ ଷ୍ଟେସନ ମାନଙ୍କ ଠାରେ ସ୍ଥିରୀକୃତ ରହଣି ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

ଭୁବନେଶ୍ଵର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧିକୁ ବୃଦ୍ଧି କରିବା ପାଇଁ ରେଳପଥ ପକ୍ଷରୁ ନିମ୍ନ ମତେ ନିଷ୍ପତ୍ତି ନିଆଯାଇଅଛି …

ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ :

02832 ଭୁବନେଶ୍ୱର-ଧାନବାଦ୍ ଦୈନନ୍ଦିନ ଚଳାଚଳ କରୁଥିବା ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 02831 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦରୁ 1 ସେପ୍ଟେମ୍ବର, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ – ପାଟନା ବିଶେଷ ଟ୍ରେନ:

08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ପୁରୀରୁ 26 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ପାଟନା ଛାଡି 27 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

03230 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପାଟନା ଠାରୁ ବର୍ତ୍ତମାନ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 03229 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ 1 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱର-ତିରୁପତି:

02809 ଭୁବନେଶ୍ୱରରୁ ତିରୁପତି ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ 29 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 02810 ତିରୁପତି-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ତିରୁପତି ରୁ 30 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ବନାରସ୍:

08588 ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 12 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08587 ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ 13 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ସିକନ୍ଦରାବାଦ:

08579 ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 26 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08580 ସିକନ୍ଦରାବାଦ-ବିଶାଖାପାଟନମ ସ୍ପେଶାଲ ସିକନ୍ଦରାବାଦ ଠାରୁ 27 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ତିରୁପତି:

08583 ବିଶାଖାପାଟନମ୍-ତିରୁପତି ସ୍ପେଶାଲ୍ ଏକ୍ସପ୍ରେସ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ରୁ 31 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08584 ତିରୁପତି-ବିଶାଖାପାଟନମ ସ୍ପେଶାଲ ତିରୁପତିରୁ ଅଗଷ୍ଟ ପହିଲା 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ମେହବୁବନଗର:

08585 ବିଶାଖାପାଟନମ୍-ମେହବୁବନଗର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ମଙ୍ଗଳବାର ଦିନ ବିଶାଖାପାଟନମ୍ ରୁ 25 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08586 ମେହବୁବନଗର-ବିଶାଖାପାଟନମ ସ୍ପେଶାଲ ମେହବୁବନଗରରୁ 26 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ:

08543 ବିଶାଖାପାଟନମ-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ବିଶାଖାପାଟନମରୁ 30 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ ୦୮୫୪୪ ବେଙ୍ଗାଲୁରୁ କ୍ୟାଣ୍ଟ-ବିଶାଖାପାଟନମ ସ୍ପେଶାଲ ବେଙ୍ଗାଲୁରୁ କ୍ୟାଣ୍ଟ ଠାରୁ 31 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

08915 ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ବିଶାଖାପାଟନମରୁ 1 ଜୁଲାଇ 2023 (ଶନିବାର) ଦିନ ଅପରାହ୍ନ 1ଘ.15 ମି ରେ ଛାଡି ବେଙ୍ଗାଲୁରୁ କ୍ୟାଣ୍ଟରେ ରବିବାର ୭ ଘଟିକାରେ ପହଞ୍ଚିବ। ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଦୃଷ୍ଟିରେ ରଖି ଏହାକୁ ଚଳାଯାଉଅଛି।

ପୂର୍ବତଟ ରେଳପଥରୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍:

ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ଜନ ସାଧାରଣ ସ୍ପେଶାଲ୍:

08562 ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ସ୍ପେଶାଲ୍ 30 ଜୁଲାଇ, 2023 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି 12ଘ.10ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ 10 ଘଟିକାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ। ପ୍ରଫେରିବା ମାର୍ଗରେ 08561 ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ୍ ପହିଲା ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର 05ଘ.15ମି. ରେ ଛାଡି ବୁଧବାର ଦିନ ଅପରାହ୍ନ 03ଘ.35ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ। ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ସମ୍ବଲପୁର-ଏରୋଡ:

08311 ସମ୍ବଲପୁର-ଏରୋଡ ସ୍ପେସିଆଲ ସମ୍ବଲପୁରରୁ 26 ଜୁଲାଇ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 10ଘ.55ମି.ରେ ଛାଡି ଗୁରୁବାର ଦିନ ସନ୍ଧ୍ୟା 07ଘ.50ମି.ରେ ଏରୋଡରେ ପହଞ୍ଚିବ। ଫେରିବା ମାର୍ଗରେ 08312 ଏରୋଡ-ସମ୍ବଲପୁର ସ୍ପେଶାଲ ଏରୋଡରୁ 28 ଜୁଲାଇ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ 01ଘ.45ମି.ରେ ଛାଡି ଶନିବାର ଦିନ ରାତ୍ରି 09ଘ.15ମି.ରେ ସମ୍ବଲପୁରରେ ପହଞ୍ଚିବ। ଏହି ଟ୍ରେନ ଟିଟିଲାଗଡ-ରାୟାଗଡା-ବିଜୟନଗରମ ଷ୍ଟେସନ ମାର୍ଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-2 ଟାୟାର୍, ତିନିଟି ଏସି -3 ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁନଃ ପ୍ରଚଳନ ହେଲା ଆଠ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ 11 ଯୋଡ଼ା ଆନ୍ତଃ ଜୋନ୍ ଏକ୍ସପ୍ରେସ୍, 08 ଯୋଡ଼ା ଲୋକାଲ୍ ବିଶେଷ ଟ୍ରେନ ଏବଂ 05 ଯୋଡ଼ା ଅନ୍ତଃ ଜୋନ୍ ସ୍ପେଶାଲ୍ ଟ୍ରେନ୍ ସହିତ ସମୁଦାୟ 24 ଯୋଡ଼ା ଟ୍ରେନ ରେ ସିଜନ୍ ଟିକେଟ୍ ସୁବିଧା ପ୍ରଚଳନ କରାଯାଇଅଛି।

ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ଆହୁରି ଆଠ ଯୋଡ଼ା ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ ହେଉଛି …

I. 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ।

II. 22819/22820 ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ।

III. 18417/18418 ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ।

IV. 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ।

V. 18528/18527 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ଏକ୍ସପ୍ରେସ୍।

VI. 18443/18444 ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଏକ୍ସପ୍ରେସ।

VII. 18043/18044 ଭଦ୍ରକ-ହାଓଡ଼ା-ଭଦ୍ରକ ଏକ୍ସପ୍ରେସ।

VIII. 18038/18037 ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗ୍ପୁର – ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ।

ଏହାପୂର୍ବରୁ, ପୂର୍ବତଟ ରେଳପଥ ମଧ୍ୟରେ ୧୬ ଯୋଡ଼ା ବିଶେଷ ଟ୍ରେନ ଯଥା 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ, 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ, 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ, 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ, 08404/08403 ପୁରୀ-ଖୋର୍ଦ୍ଧା ରୋଡ଼-ପୁରୀ ବିଶେଷ ଟ୍ରେନ, 68050/68049 ଭଦ୍ରକ-ଖଡଗପୁର-ଭଦ୍ରକ ବିଶେଷ ଟ୍ରେନ, 08004/08003 ଭଦ୍ରକ-ହାଓଡ଼ା-ଭଦ୍ରକ ବିଶେଷ ଟ୍ରେନ, 08428/08427 ପୁରୀ-ଅନୁଗୁଳ-ପୁରୀ, 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍, 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍, 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍, 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ଏବଂ 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ, 18531/18532 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ, 18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, 18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ଦ୍ୱାରା ଏମଏସଟି / କ୍ୟୁଏସଟି ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଥିଲା। ବର୍ତ୍ତମାନ ଯାତ୍ରୀମାନେ 24 ଟି ଯୋଡି ସ୍ୱତନ୍ତ୍ର ଟ୍ରେନରେ MST / QST ସୁବିଧା ପାଇପାରିବେ।

ଉପରୋକ୍ତ 24 ଟି ବିଶେଷ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀ ମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ।

Categories
ବିଶେଷ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ କରାଯାଇପାରିବ ଯାତ୍ରା

 ​​ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ​​୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବାପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ମାସ ପହିଲା ଠାରୁ ପୂର୍ବ ତଟ ରେଳପଥ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ରେ ଥିବା ସମ୍ପୂର୍ଣ ସଂରକ୍ଷିତ କୋଚ ମାନଙ୍କ ମଧ୍ୟରୁ ପ୍ରତ୍ୟକ ତିନିଟି ଲେଖା କୋଚକୁ ଅଣସଂରକ୍ଷିତ କରାଯାଇଛି ଏବଂ ଏହା ସହିତ ଗାର୍ଡ ତଥା ଲଗେଜ ଭ୍ୟାନ କୋଚ ଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯାଇଅଛି। ଏହି ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ମେଲ୍/ଏକ୍ସପ୍ରେସ୍ ଭଡା ଆଦାୟ ହେବ। ଏହି ଟ୍ରେନ୍ ଗୁଡିକ ହେଲା…

୦୧- ୦୮୩୦୧/୦୮୩୦୨ ସମ୍ବଲପୁର-ରାୟାଗଡା-ସମ୍ବଲପୁର ବିଶେଷ ଟ୍ରେନ।

୦୨- ୦୮୫୬୯/୦୮୫୭୦ ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ।

୦୩- ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ।

୦୪- ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ।

୦୫- ୦୮୫୦୭/୦୮୫୦୮ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ।

୦୬- ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ।

ସମ୍ବଲପୁର-ରାୟାଗଡା-ସମ୍ବଲପୁର ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୭, ୮ ଏବଂ ୯, ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୫, ୬ ଏବଂ ୭, ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନରେ କୋଚ୍ ନମ୍ବର ଡି/ ୫, ୬ ଏବଂ ୭, ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୪,୫ ଏବଂ ୬, ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୮, ୯ ଏବଂ ୧୦ ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୭, ୮ ଏବଂ ୯ କୁ ଅଣସଂରକ୍ଷିତ କୋଚରେ ପରିଣତ କରାଯାଇଅଛି।

ଉପରୋକ୍ତ ଟ୍ରେନ ଗୁଡିକ ସହିତ, ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ କୁ ସଂପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ମାସ ପହିଲା ଠାରୁ ଚଳାଚଳ କରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି।  ଏହି ଟ୍ରେନ୍ ଗୁଡିକ ହେଲା …

୦୧- ୦୮୫୩୧/୦୮୫୩୨ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ।

୦୨- ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ।

୦୩- ୦୮୨୪୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ବିଶେଷ ଟ୍ରେନ।

Categories
ଜାତୀୟ ଖବର ବିଶେଷ ଖବର

ପାର୍ବଣ ସମୟରେ ଯାତ୍ରୀମାନଙ୍କୁ ସୁଗମ ତଥା ଆରାମଦାୟକ ଯାତ୍ରା ପାଇଁ ପ୍ରାୟ ୬୬୮ ଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ନିଜ ପରିବାର ସହିତ ପର୍ବ ପାଳନ କରିବା ପାଇଁ ନିଜ ଜନ୍ମସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ପାର୍ବଣ ଋତୁରେ ଭାରତୀୟ ରେଳବାଇ ବିଶେଷ ବ୍ୟବସ୍ଥା ସୁନିଶ୍ଚିତ କରି ଯାତ୍ରୀମାନଙ୍କ ସହିତ ଉତ୍ସବର ଆନନ୍ଦ ପ୍ରଦାନ କରୁଅଛି।

ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଏହି ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ଚଳିତ ବର୍ଷ ଦୁର୍ଗା ପୂଜା ଠାରୁ ଛଟ ପୂଜା ପର୍ଯ୍ୟନ୍ତ ୧୧୦ ଟି ସ୍ୱତନ୍ତ୍ର ଟ୍ରେନର ୬୬୮ ଟି ଟ୍ରିପ ଯାତ୍ରା କରାଉଛି। ଏହା ବ୍ୟତୀତ ନିୟମିତ ଟ୍ରେନରେ କୋଚମାନଙ୍କର ବୃଦ୍ଧି ଏବଂ ବର୍ଥ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି। ରେଳ ସେକ୍ଟରରେ ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି।

ମୋଟାମୋଟି ସାତ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ରୁ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଅଛି। ଏହି ଟ୍ରେନ୍ ଗୁଡିକ ହେଉଛି…

୧- ୦୮୫୭୯/୦୮୫୮୦ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍

୨- ୦୮୫୮୩/୦୮୫୮୪ ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ପେଶାଲ୍

୩- ୦୮୫୮୫/୦୮୫୮୬ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍

୪- ୦୮୪୩୯/୦୮୪୪୦ ପୁରୀ-ପାଟଣା-ପୁରୀ ସ୍ପେଶାଲ

୫- ୦୮୧୭୯/୦୮୧୮୦ ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ

୬- ୦୮୧୯୭/୦୮୧୯୮ ଟାଟା-କାଚେଗୁଡା-ଟାଟା ସ୍ପେଶାଲ୍

୭- ୦୬୦୩୬/୦୬୦୩୫ ଚେନ୍ନାଇ ସେଣ୍ଟ୍ରାଲ୍-ସାନ୍ତ୍ରାଗଛି-ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେସିଆଲ୍।

ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁବିଧା ପାଇଁ ଦେଶର ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକୁ ସଂଯୋଗ କରୁଥିବା ଅନେକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଛି।

ସଂରକ୍ଷିତ କୋଚରେ ଯାତ୍ରୀଙ୍କ କ୍ରମାଗତ ଭାବରେ ପ୍ରବେଶ ପାଇଁ ଆରପିଏଫ କର୍ମଚାରୀଙ୍କ ତତ୍ୱାବଧାନରେ ଟର୍ମିନାସ ଷ୍ଟେସନରେ ଧାଡି ଗଠନ କରି ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ନିଶ୍ଚିତ କରାଯାଉଛି।

ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଷ୍ଟେସନରେ ଅତିରିକ୍ତ ଆରପିଏଫ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଟ୍ରେନଗୁଡିକର ସୁଗମ ଚାଲିବା ନିଶ୍ଚିତ କରିବାକୁ ପ୍ରମୁଖ ଷ୍ଟେସନରେ ଜରୁରୀକାଳୀନ ଡ୍ୟୁଟିରେ ଅଧିକାରୀ ନିୟୋଜିତ ହୋଇଛନ୍ତି। ପ୍ରାଥମିକତା ଉପରେ ଟ୍ରେନ୍ ସେବାରେ ଯେପରି କୌଣସି ପ୍ରକାର ବ୍ୟାଘାତ ନ ଘଟେ ସେଥିପାଇଁ କର୍ମଚାରୀମାନଙ୍କୁ ବିଭିନ୍ନ ବିଭାଗରେ ନିୟୋଜିତ କରାଯାଇଛି।

ପ୍ଲାଟଫର୍ମ ନମ୍ବର ସହିତ ଟ୍ରେନର ଆଗମନ/ପ୍ରସ୍ଥାନ ବିଷୟରେ ବାରମ୍ବାର ଏବଂ ସମୟାନୁବର୍ତ୍ତୀ ଘୋଷଣା ପାଇଁ ପଦକ୍ଷେପ ନିଆଯାଇଛି।

“ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ କି” ବୁଥଗୁଡିକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ରଖାଯାଇଅଛି ଯେଉଁଠାରେ ଯାତ୍ରୀମାନଙ୍କ ଉପଯୁକ୍ତ ସହାୟତା ଏବଂ ମାର୍ଗଦର୍ଶନ ପାଇଁ ଆରପିଏଫ୍ କର୍ମଚାରୀ ଏବଂ ଟିଟିଇଗୁଡିକ ନିୟୋଜିତ ହୋଇଛନ୍ତି। ଯୋଗାଯୋଗ ମାଧ୍ୟମରେ ମେଡିକାଲ ଟିମ୍ ପ୍ରମୁଖ ଷ୍ଟେସନରେ ଉପଲବ୍ଧ ହେବାପାଇଁ ବ୍ୟବସ୍ଥା କରାଯାଇଅଛି। ପାରାମେଡିକାଲ୍ ଟିମ୍ ସହିତ ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ କରାଯାଇଅଛି।

ସୁରକ୍ଷା ଏବଂ ସତର୍କତା ବିଭାଗ କର୍ମଚାରୀଙ୍କ ଦ୍ୱାରା ଯେକୌଣସି ଅପବ୍ୟବହାର ଉପରେ ନଜର ରଖାଯାଇଅଛି ଯାହାଦ୍ୱାରା ବେଆଇନ କାର୍ଯ୍ୟକଳାପ ଇତ୍ୟାଦିକୁ ପ୍ରଶମିତ କରାଯାଇହେବ। ୱେଟିଂ ହଲ୍, ରିଟାୟାରିଂ ରୁମ, ବିଶେଷ ଭାବରେ ଯାତ୍ରୀଙ୍କ ସୁବିଧା କ୍ଷେତ୍ର ଏବଂ ସାଧାରଣତ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ବିଶେଷ ଧ୍ୟାନଦେବାକୁ ପଦକ୍ଷେପମାନ ଗ୍ରହଣ କରାଯାଇଅଛି।

Categories
ଜାତୀୟ ଖବର ବିଶେଷ ଖବର

ଓଡିଶାରୁ ଛାଡୁଥିବା ୧୧ ଟି ସ୍ୱତନ୍ତ୍ର ଟ୍ରେନର ବଦଳିଲା ସମୟ, ଜାଣନ୍ତୁ କେଉଁଠି କେତେବେଳେ ଛାଡିବ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ୧୧ଟି ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ପହିଲା ଠାରୁ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

ଏହି ଟ୍ରେନ୍ ଗୁଡିକ ହେଉଛି

୦୧. ପୁରୀରୁ ୩୦ ସେପ୍ଟେମ୍ବର, ୨୦୨୧ ଠାରୁ ଛାଡୁଥିବା ୦୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ବତନ୍ତ୍ର ଟ୍ରେନ ହିଜଲି ଏବଂ ଘଟଶୀଳା ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। ଏହି ଟ୍ରେନ୍ ହିଜଲିରେ ଭୋର ୩ଘ.୪୫ମି. ପରିବର୍ତ୍ତେ ୩ଘ.୫୦ମି.ରେ ପହଞ୍ଚିବ ଏବଂ ଏହା ୩ଘ.୫୦ମି. ପରିବର୍ତ୍ତେ ଭୋର ୩ଘ.୫୫ମି.ରେ ଛାଡିବ। ସେହିଭଳି, ଏହା ଘଟଶୀଳା ଷ୍ଟେସନ ଠାରେ ଭୋର ୦୫ଘ.୧୬ମି.ରେ ପହଞ୍ଚିବ ଏବଂ ଏହାର ପୂର୍ବ ସମୟ ବଦଳରେ ଭୋର ୦୫ଘ.୧୮ମି.ରେ ଛାଡିବ।

୦୨. ନୂଆଦିଲ୍ଲୀରୁ ୩୦ ସେପ୍ଟେମ୍ବର, ୨୦୨୧ ରେ ଛାଡୁଥିବା ୦୨୮୦୨ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ୍ ହିଜଲିରେ ସମୟ ସଂଶୋଧନ କରାଯାଇଛି। ଏହା ରାତ୍ରି ୧୦ ଘ.୫୦ ମି.ରେ ହିଜଲିରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ପୁରୀ ଆଡକୁ ରାତ୍ର ୧୦ଘ.୫୫ମି.ରେ ଛାଡିବ।

୦୩. ପୁରୀ ଠାରୁ ଅକ୍ଟୋବର ମାସ ପହିଲା ଠାରୁ ଛାଡୁଥିବା ୦୨୮୭୫ ପୁରୀ-ଆନନ୍ଦ ବିହାର ନୀଳାଚଳ ସ୍ପେଶାଲ୍ ବାଲେଶ୍ୱର, ହିଜଲି ଏବଂ ଘଟଶୀଳାରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ବାଲେଶ୍ୱରରେ ଅପରାହ୍ନ ୩ ଘ.୩୨ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ ଘ.୩୭ମି.ରେ ଛାଡିବ। ଏହା ହିଜଲିରେ ସନ୍ଧ୍ୟା ୫ଘ.୧୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ। ସେହିଭଳି, ଏହି ଟ୍ରେନ ଘଟଶୀଳାରେ ସନ୍ଧ୍ୟା ୬ଘ.୪୧ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଘ.୪୩ମି.ରେ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ଯାତ୍ରା କରିବ।

୦୪. ପୁରୀ ଠାରୁ ଅକ୍ଟୋବର ମାସ ୨ ତାରିଖ ଠାରୁ ଛାଡୁଥିବା ୦୨୮୧୫ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ସ୍ପେଶାଲ୍ ହିଜଲିରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ସନ୍ଧ୍ୟା ୫ଘ.୧୫ମି.ରେ ହିଜଲୀରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ।

୦୫. ଅକ୍ଟୋବର ମାସ ୬ ତାରିଖ ଠାରୁ ବିଶାଖାପାଟନମ୍ ରୁ ଛାଡୁଥିବା ୦୨୪୯୨ ବିଶାଖାପାଟନମ୍-ଶାଲିମାର ସ୍ପେଶାଲ ଶାଲିମାରରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ଭୋର ୬ ଘଟିକା ପରିବର୍ତ୍ତେ ଭୋର ୦୬ଘ.୦୫ମି.ରେ ଶାଲିମାରରେ ପହଞ୍ଚିବ।

୦୬. ଅକ୍ଟୋବର ମାସ ୫ ତାରିଖ ଠାରୁ ପୁରୀରୁ ଛାଡ଼ିବାକୁ ଥିବା ୦୮୪୭୬ ପୁରୀ-ଶାଲିମାର ସ୍ପେଶାଲ୍ ବାଲେଶ୍ୱର, ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରାଯାଇଛି। ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୦ମି.ରେ ବାଲେଶ୍ୱରରେ ପହଞ୍ଚିବ ଏବଂ ଏହା ରାତ୍ରି ୦୨ଘ.୩୫ମି.ରେ ଛାଡିବ। ଏହା ଖଡ଼ଗପୁର ଠାରେ ଭୋର ୦୪ ଘ.୩୦ ମି.ରେ ପହଞ୍ଚିବ ଏବଂ ଭୋର ୦୪ ଘ.୩୫ ମି.ରେ ଛାଡିବ। ସେହିଭଳି, ଏହା ସାନ୍ତ୍ରାଗଛିରେ ଭୋର ୦୬ଘ.୧୩ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ଭୋର ୦୬ଘ.୧୫ମି.ରେ ଶାଲିମାର ଅଭିମୁଖେ ଯାତ୍ରା କରିବ।

୦୭. ଅକ୍ଟୋବର ମାସ ପହିଲା ଠାରୁ ସମ୍ବଲପୁରରୁ ଛାଡୁଥିବା ୦୮୩୦୬ ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ବାଲେଶ୍ୱରରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ବାଲେଶ୍ୱରରେ ରାତ୍ରି ୦୨ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୫ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

୦୮. ଅକ୍ଟୋବର ମାସ ପହିଲା ଠାରୁ ପୁରୀରୁ ଛାଡୁଥିବା ୦୨୦୮୮ ପୁରୀ-ହାଓଡ଼ା ସ୍ପେଶାଲ୍ ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ଖଡ଼ଗପୁରରେ ସନ୍ଧ୍ୟା ୫ଘ.୦୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୧୦ମି.ରେ ଛାଡିବ। ଏହା ସାନ୍ତ୍ରାଗଛିରେ ସନ୍ଧ୍ୟା ୬ଘ.୩୬ମି.ରେ ସାନ୍ତ୍ରାଗଛିରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ସନ୍ଧ୍ୟା ୬ଘ.୩୮ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

୦୯. ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୦୨୮୧୯ ଭୁବନେଶ୍ୱର-ଆନନ୍ଦ ବିହାର ଓଡିଶା ସାମ୍ପର୍କ କ୍ରାନ୍ତି ସ୍ପେଶାଲ୍ ହିଜଲି ଏବଂ ଜଳେଶ୍ୱରରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ଜଳେଶ୍ୱରରେ ରାତ୍ରି ୮ଘ.୨୬ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୨୮ମି.ରେ ଛାଡିବ। ଏହା ହିଜଲିରେ ରାତ୍ରି ୯ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ରାତ୍ରି ୯ଘ.୩୫ମି.ରେ ଯାତ୍ରା କରିବ।

୧୦. ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୦୨୮୨୫ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ହିଜଲିରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ହିଜଲିରେ ଅପରାହ୍ନ ୨ଘ.୫୬ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ବଦଳରେ ଆନନ୍ଦ ବିହାର ଆଡକୁ ଅପରାହ୍ନ ୩ ଘଟିକାରେ ଯାତ୍ରା କରିବ।

୧୧. ଅକ୍ଟୋବର ମାସ ୭ ତାରିଖ ଠାରୁ ବିଶାଖାପାଟନମ୍ ରୁ ଛାଡିବାକୁ ଥିବା ୦୮୫୬୪ ବିଶାଖାପାଟନମ୍-ଦିଘା ସ୍ପେଶାଲ୍ ଖଡ଼ଗ୍ପୁର, ପାନ୍ସକୁରା, ତାମଲୁକ, କାଁଥି ଠାରେ ସମୟ ସଂଶୋଧନ କରିବ। ଏହି ଟ୍ରେନ୍ ଖଡ଼ଗ୍ପୁରରେ ଭୋର ୦୩ଘ.୩୫ମି.ରେ ପହଞ୍ଚିବ ଏବଂ ଭୋର ୦୩ଘ.୪୦ମି.ରେ ଛାଡିବ ଜ୍ଝ ପନ୍ସକୁରାରେ ଏହି ଟ୍ରେନ ଭୋର ୦୪ଘ.୨୩ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୨୫ମି.ରେ ଛାଡିବ। ଏହି ଟ୍ରେନ୍ ତାମଲୁକ ଠାରେ ଭୋର ୦୪ଘ.୫୦ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୫୨ମି.ରେ ଛାଡିବ। ସେହିଭଳି ଏହି ଟ୍ରେନ୍ କାଁଥି ଠାରେ ଭୋର ୦୫ଘ.୪୧ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଭୋର ୦୫ଘ.୪୩ମି.ରେ ଦିଘା ଆଡ଼କୁ ଯାତ୍ରା କରିବ।