Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୂର୍ବତଟ ରେଳପଥ ପକ୍ଷରୁ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ କରାଯାଇପାରିବ ଯାତ୍ରା
ବିଶେଷ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ କରାଯାଇପାରିବ ଯାତ୍ରା

October 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

 ​​ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ​​୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବାପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ମାସ ପହିଲା ଠାରୁ ପୂର୍ବ ତଟ ରେଳପଥ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ରେ ଥିବା ସମ୍ପୂର୍ଣ ସଂରକ୍ଷିତ କୋଚ ମାନଙ୍କ ମଧ୍ୟରୁ ପ୍ରତ୍ୟକ ତିନିଟି ଲେଖା କୋଚକୁ ଅଣସଂରକ୍ଷିତ କରାଯାଇଛି ଏବଂ ଏହା ସହିତ ଗାର୍ଡ ତଥା ଲଗେଜ ଭ୍ୟାନ କୋଚ ଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯାଇଅଛି। ଏହି ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ମେଲ୍/ଏକ୍ସପ୍ରେସ୍ ଭଡା ଆଦାୟ ହେବ। ଏହି ଟ୍ରେନ୍ ଗୁଡିକ ହେଲା…

୦୧- ୦୮୩୦୧/୦୮୩୦୨ ସମ୍ବଲପୁର-ରାୟାଗଡା-ସମ୍ବଲପୁର ବିଶେଷ ଟ୍ରେନ।

୦୨- ୦୮୫୬୯/୦୮୫୭୦ ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ।

୦୩- ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ।

୦୪- ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ ଟ୍ରେନ।

୦୫- ୦୮୫୦୭/୦୮୫୦୮ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ।

୦୬- ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ।

ସମ୍ବଲପୁର-ରାୟାଗଡା-ସମ୍ବଲପୁର ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୭, ୮ ଏବଂ ୯, ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୫, ୬ ଏବଂ ୭, ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନରେ କୋଚ୍ ନମ୍ବର ଡି/ ୫, ୬ ଏବଂ ୭, ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୪,୫ ଏବଂ ୬, ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୮, ୯ ଏବଂ ୧୦ ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ରେ କୋଚ୍ ନମ୍ବର ଡି/ ୭, ୮ ଏବଂ ୯ କୁ ଅଣସଂରକ୍ଷିତ କୋଚରେ ପରିଣତ କରାଯାଇଅଛି।

ଉପରୋକ୍ତ ଟ୍ରେନ ଗୁଡିକ ସହିତ, ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ କୁ ସଂପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ମାସ ପହିଲା ଠାରୁ ଚଳାଚଳ କରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି।  ଏହି ଟ୍ରେନ୍ ଗୁଡିକ ହେଲା …

୦୧- ୦୮୫୩୧/୦୮୫୩୨ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ।

୦୨- ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ।

୦୩- ୦୮୨୪୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ବିଶେଷ ଟ୍ରେନ।

ପୂର୍ବତଟ ରେଳପଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ୯ଟି ବିଲ୍ ପାସ୍

April 19, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.