Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ବାଇପାସସ୍ଥିତ ଏକ ଟାୟାର ପମ୍ପଚର ଦୋକାନକୁ ପ୍ରଶଂସା କଲେ ବଲିଉଡ଼ ଅଭିନେତା ସୋନୁ ସୁଦ୍
ଆଜିର ଖବର

ବାଲୁଗାଁ ବାଇପାସସ୍ଥିତ ଏକ ଟାୟାର ପମ୍ପଚର ଦୋକାନକୁ ପ୍ରଶଂସା କଲେ ବଲିଉଡ଼ ଅଭିନେତା ସୋନୁ ସୁଦ୍

October 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବଲିଉଡ ଅଭିନେତା ତଥା ଭାରତର ବିଶିଷ୍ଟ ସମାଜସେବୀ ସୋନୁ ସୁଦ ଗତକାଲି ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ସେଆର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ସୋନୁ ସୁଦ ଯେଉଁ ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ତାହା ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ବେଲପଡା ଜାତୀୟ ରାଜପଥରେ ଥିବା ଏକ ଟାୟାର ପମ୍ପଚର ଦୋକାନର ଫଟୋ। ବିଶ୍ୱାସ ନ ହେଲେ ବି ସତ। ଆପଣ ଭାବୁଥିବେ ସୋନୁ ସୁଦ ଯିଏ ଏତେ ବଡ଼ ଜାତୀୟ ବ୍ୟକ୍ତିତ୍ୱ ସେ ପୁଣି ଏହି ଫୋଟୋ ସେୟାର କରିବେ?

ତେବେ ଘଟଣା ବିଷୟରେ ଅନୁଧ୍ୟାନ କରିବାରୁ ଜଣା ପଡିଲା ଯେ, ଇନଷ୍ଟଗ୍ରାମରେ ତେଲୁଗୁ ଷ୍ଟଫ ନାମକ ଏକ ଆକାଉଣ୍ଟରେ ଉକ୍ତ ଟାୟାର ପମ୍ପଚର ଦୋକାନର ଫୋଟୋ ପୋଷ୍ଟ କରାଯାଇଥିଲା ଏବଂ ଅଭିନେତା ସୋନୁ ସୁଦଙ୍କୁ ଟ୍ୟାଗ କରାଯାଇଥିଲା। ଉକ୍ତ ଫୋଟୋର ବିଶେଷତ୍ୱ ହେଉଛି ଟାୟାର ପମ୍ପଚର ଦୋକାନର ସାଇନ ବୋର୍ଡରେ ଲେଖାଯାଇଛି ସୋନୁ ସୁଦ ଟାୟାର ୱାର୍କ ଶପ ଏବଂ ସୋନୁ ସୁଦଙ୍କ ଏକ ଫୋଟୋ ଅଛି।

ସେଥିନିମନ୍ତେ ସୋନୁ ସୁଦ ଉକ୍ତ ଫୋଟୋକୁ ଗତକାଲି ନିଜ ଫେସବୁକ ଆକଉଣ୍ଟରେ ସେଆର କରି ମଜାରେ ଲେଖିଛନ୍ତି ‘ଏହା କେତେବେଳେ ହେଲା’? ତେବେ ଏ ବିଷୟ ନେଇ ଉକ୍ତ ଦୋକାନୀ ତଥା ବେଲପଡା ଗ୍ରାମନିବାସୀ ପ୍ରସନ୍ନ ସେନାପତିଙ୍କୁ ପଚାରିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଦୋକାନ କରିବା ସାର୍ଥକ ହେଇଗଲା ବୋଲି କହିଛନ୍ତି।

ପ୍ରସନ୍ନ କହିଛନ୍ତି ଯେ, ତାଙ୍କ ପୁଅ ସନ୍ତୋଷ ବେଙ୍ଗାଲୁରୁରେ ଜଣେ ପୋକଲୀନ ଅପରେଟର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଲକଡ଼ାଉନ ସମୟରେ ସୋନୁ ସୁଦ ଶ୍ରମିକ ମାନଙ୍କୁ କରିଥିବା ସହଯୋଗ ତାଙ୍କ ହୃଦୟକୁ ଛୁଇଁଥିଲା। ତେଣୁ ସୋନୁ ସୁଦଙ୍କ ଠାରୁ ଅନୁପ୍ରାଣିତ ହୋଇ ତାଙ୍କୁ ନିଜର ଆଦର୍ଶ ମାନି ଦୁଇ ମାସ ପୂର୍ବେ ସେ ଯେତେବେଳେ ନିଜ ଗ୍ରାମକୁ ଆସିଥିଲେ ନିଜ ବାପାଙ୍କ ନିମିତ୍ତ ସୋନୁ ସୁଦଙ୍କ ନାମରେ ଉକ୍ତ ଟାୟାର ପମ୍ପଚର ଦୋକାନଟି ଖୋଲିଥିଲେ।

ବଲିଉଡ଼ ଅଭିନେତା ବାଲୁଗାଁ ବାଇପାସ ସୋନୁ ସୁଦ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.