Categories
ଆଞ୍ଚଳିକ

ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା: ବିଲ ଭିତରକୁ ପସିଲା ଯାତ୍ରୀବାହି ଭ୍ୟାନ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ବାଲୁଗାଁ ବାଇପାସ ନିକଟସ୍ଥ ଧୂଆଁଳ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଯାତ୍ରୀବାହି ଭ୍ୟାନ ରାସ୍ତା କଡ଼ରେ ଲେଉଟି ପଡ଼ିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଯାତ୍ରୀବାହି ଭ୍ୟାନ ଯାଉଥିବା ବେଳେ ଧୂଆଁଳ ଛକ ନିକଟରେ ଭ୍ୟାନଟି ଭରସାମ୍ୟ ହରାଇ ଲେଉଟିପଡିଥିଲା ଏବଂ ରାସ୍ତା କଡ଼ରେ ଥିବା ବିଲ ଭିତରକୁ ଚାଲିଯାଇଥିଲା। ଭ୍ୟାନ ମଧ୍ୟରେ ଦୁଇ ଜଣ ଯାତ୍ରୀ ଥିବା ବେଳେ ତାଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରିଥିଲେ।

ତେବେ ଉକ୍ତ ଦୁଇ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଭ୍ୟାନ ଟି ଅଦ୍ୟାବଧି ରାସ୍ତା କଡରେ ପଡି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସସ୍ଥିତ ଏକ ଟାୟାର ପମ୍ପଚର ଦୋକାନକୁ ପ୍ରଶଂସା କଲେ ବଲିଉଡ଼ ଅଭିନେତା ସୋନୁ ସୁଦ୍

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବଲିଉଡ ଅଭିନେତା ତଥା ଭାରତର ବିଶିଷ୍ଟ ସମାଜସେବୀ ସୋନୁ ସୁଦ ଗତକାଲି ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ସେଆର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ସୋନୁ ସୁଦ ଯେଉଁ ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ତାହା ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ବେଲପଡା ଜାତୀୟ ରାଜପଥରେ ଥିବା ଏକ ଟାୟାର ପମ୍ପଚର ଦୋକାନର ଫଟୋ। ବିଶ୍ୱାସ ନ ହେଲେ ବି ସତ। ଆପଣ ଭାବୁଥିବେ ସୋନୁ ସୁଦ ଯିଏ ଏତେ ବଡ଼ ଜାତୀୟ ବ୍ୟକ୍ତିତ୍ୱ ସେ ପୁଣି ଏହି ଫୋଟୋ ସେୟାର କରିବେ?

ତେବେ ଘଟଣା ବିଷୟରେ ଅନୁଧ୍ୟାନ କରିବାରୁ ଜଣା ପଡିଲା ଯେ, ଇନଷ୍ଟଗ୍ରାମରେ ତେଲୁଗୁ ଷ୍ଟଫ ନାମକ ଏକ ଆକାଉଣ୍ଟରେ ଉକ୍ତ ଟାୟାର ପମ୍ପଚର ଦୋକାନର ଫୋଟୋ ପୋଷ୍ଟ କରାଯାଇଥିଲା ଏବଂ ଅଭିନେତା ସୋନୁ ସୁଦଙ୍କୁ ଟ୍ୟାଗ କରାଯାଇଥିଲା। ଉକ୍ତ ଫୋଟୋର ବିଶେଷତ୍ୱ ହେଉଛି ଟାୟାର ପମ୍ପଚର ଦୋକାନର ସାଇନ ବୋର୍ଡରେ ଲେଖାଯାଇଛି ସୋନୁ ସୁଦ ଟାୟାର ୱାର୍କ ଶପ ଏବଂ ସୋନୁ ସୁଦଙ୍କ ଏକ ଫୋଟୋ ଅଛି।

ସେଥିନିମନ୍ତେ ସୋନୁ ସୁଦ ଉକ୍ତ ଫୋଟୋକୁ ଗତକାଲି ନିଜ ଫେସବୁକ ଆକଉଣ୍ଟରେ ସେଆର କରି ମଜାରେ ଲେଖିଛନ୍ତି ‘ଏହା କେତେବେଳେ ହେଲା’? ତେବେ ଏ ବିଷୟ ନେଇ ଉକ୍ତ ଦୋକାନୀ ତଥା ବେଲପଡା ଗ୍ରାମନିବାସୀ ପ୍ରସନ୍ନ ସେନାପତିଙ୍କୁ ପଚାରିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଦୋକାନ କରିବା ସାର୍ଥକ ହେଇଗଲା ବୋଲି କହିଛନ୍ତି।

ପ୍ରସନ୍ନ କହିଛନ୍ତି ଯେ, ତାଙ୍କ ପୁଅ ସନ୍ତୋଷ ବେଙ୍ଗାଲୁରୁରେ ଜଣେ ପୋକଲୀନ ଅପରେଟର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଲକଡ଼ାଉନ ସମୟରେ ସୋନୁ ସୁଦ ଶ୍ରମିକ ମାନଙ୍କୁ କରିଥିବା ସହଯୋଗ ତାଙ୍କ ହୃଦୟକୁ ଛୁଇଁଥିଲା। ତେଣୁ ସୋନୁ ସୁଦଙ୍କ ଠାରୁ ଅନୁପ୍ରାଣିତ ହୋଇ ତାଙ୍କୁ ନିଜର ଆଦର୍ଶ ମାନି ଦୁଇ ମାସ ପୂର୍ବେ ସେ ଯେତେବେଳେ ନିଜ ଗ୍ରାମକୁ ଆସିଥିଲେ ନିଜ ବାପାଙ୍କ ନିମିତ୍ତ ସୋନୁ ସୁଦଙ୍କ ନାମରେ ଉକ୍ତ ଟାୟାର ପମ୍ପଚର ଦୋକାନଟି ଖୋଲିଥିଲେ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ବାଇପାସରୁ ୩ ଜଣ ଲୁଟେରାଙ୍କୁ କାବୁ କରିଥିଲେ ଗ୍ରାମବାସୀ, ଆଜି ଧରା ହେଲେ ଆଉ ତିନି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ବ୍ରିଜ ନିକଟରେ ଏକ ଡକାୟତି ହୋଇଥିଲା। ଉକ୍ତ ଡକାୟତିରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କାବୁ କରି ବାଲୁଗାଁ ପୋଲିସ ଜିମା ଦେଇଥିଲେ। ତେବେ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି ଏବଂ ଲୁଟ ଦ୍ରବ୍ୟ ସେମାନଙ୍କ ନିକଟରୁ ବରାମଦ କରିଛି।

ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ।

ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଟ୍ରକ ଚାଳକ ଶଙ୍କର ସାହୁ ନିଜ ବନ୍ଧୁ ଶିଶିର ପ୍ରଧାନଙ୍କ ସହ ଚେନ୍ନାଇରୁ ଟ୍ରକ ନେଇ କଲିକତା ଯାଉଥିଲେ।  ତେବେ ଦୁହେଁ ପାଖାପାଖି ଦିବା ୧ ଘଟିକା ସମୟରେ ଗାଧୋଇବା ଉଦ୍ଦେଶ୍ୟରେ ଟ୍ରକଟିକୁ  ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ବ୍ରିଜ ନିକଟରେ ରଖିଥିଲେ। ସେହି ସମୟରେ ହଠାତ ଏକ ଅଟୋରେ ୭ ଜଣ ଲୁଟେରା ଆସି ଟ୍ରକ ଚାଳକ ଶଙ୍କର ଏବଂ ତାଙ୍କ ସାଙ୍ଗ ଶିଶିରଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ନକଦ ୧୧ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ , ଗୋଟେ ଏଟିଏମ୍ କାର୍ଡ, ଗୋଟେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଟ୍ରକର ଚାବି ଛଡେଇନେଇଥିଲେ।

ତେବେ ଶଙ୍କର ଏବଂ ଶିଶିର ସହାୟତା ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ୩ ଜଣ ଲୁଟେରାଙ୍କୁ କାବୁ କରିନେଇଥିବା ସ୍ଥଳେ ଅଟୋ ଚାଳକଙ୍କ ସହ ଅନ୍ୟ ୩ ଜଣ ଲୁଟେରା ଅଟୋରେ କ୍ଷିପ୍ର ଗତିରେ ଫେରାର ହୋଇଯାଇଥିଲେ। ଗତକାଲି ବାଲୁଗାଁ ଥାନାରେ ଏନେଇ ୧୨/୨୧ ରେ କେସ ରୁଜୁ ହେବାପରେ ଏସଡିପିଓଙ୍କ ତତ୍ତ୍ବାବଧାନରେ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମିଳିତ ଭାବେ ଏକ ଟିମ ତିଆରି କରି ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ। ତେବେ ମାମଲା ରୁଜୁ ହେବାର ବାର ଘଣ୍ଟା ମଧ୍ୟରେ ବାଲୁଗାଁ ପୋଲିସ ଅନ୍ୟ ୩ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ଗୋଟିଏ ଡ୍ରାଭିଙ୍ଗ ଲାଇସେନ୍ସ, ନଗଦ ୫ ହଜାର ଟଙ୍କା ଏବଂ ଗୋଟିଏ ଅଟୋ ଜବତ କରିଛି। ପୋଲିସ ପକ୍ଷରୁ ୬ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସ୍ଥଳେ ଅଟୋ ଚାଳକଙ୍କୁ ଧରିବା ପାଇଁ ପୋଲିସ ତନାଘନା ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ମଟରସାଇକେଲ ବୋଝେଇ କଣ୍ଟେନର: ୧୪ ବୁଲେଟ ନଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା।

ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି ଆହତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ସଫା କରିଥିଲେ। ଘଟଣାସ୍ଥଳରେ ଷଣ୍ଢଟି ର ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚାଳକଙ୍କ ନାମ ସଂଜୀବ କୁମାର ଯାଦବ ଏବଂ ତାଙ୍କ ଘର ବିହାର ବୋଲି ଜଣାପଡିଛି। ହେଲେ କଣ୍ଟେନରରେ ଥିବା ସମସ୍ତ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଗାଡ଼ି ଚାଳକ। ଅପରପକ୍ଷେ ଖବର ପାଇ ଆଜି ସକାଳେ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଣପୁର ପୋଲିସ ଥାନାରେ ଏ ଘଟଣା ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା କ୍ରେନ ଦ୍ୱାରା ଉକ୍ତ କଣ୍ଟେନରକୁ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସରେ ଦୁର୍ଘଟଣା, ଟ୍ରକକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ,

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତି ୩ ଘଟିକାରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ସିଜି-୦୪ଏମବି-୪୦୭୭) ଟି ସୁବୁଦ୍ଧିପାଟଣା ଛକ ନିକଟରେ ବ୍ରେକ ଡ଼ାଉନ ହୋଇଯିବାରୁ ଟ୍ରକଟିକୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ। ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ(ଏପି-୦୫-ଟିଟି-୯୭୨୦) ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଫଳରେ ଆଇରନ ବୋଝେଇ ଟ୍ରକଟି ଆଗକୁ ଗଡ଼ିଯାଇ ଟ୍ରକ ଚକା ତଳେ ଥିବା ଚାଳକ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ମୃତ ଗାଡ଼ି ଚାଳକଙ୍କ ନାମ ଶ୍ରୀକାନ୍ତ ନାୟକ (୪୫) ଏବଂ ତାଙ୍କ ଘର ନୂଆପଡା ବୋଲି ଜଣାପଡ଼ିଛି। ଅପରପକ୍ଷରେ ଧକ୍କା ଦେଇଥିବା କୋଇଲା ବୋଝେଇ ଟ୍ରକ ଚାଳକ ଗୁରୁତର ଭାବେ ଆହତ ହୋଇଥିବାସ୍ଥଳେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଘଟଣାସ୍ଥଳରେ ନାଭଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ଅନ୍ୟ ପୋଲିସ କର୍ମଚାରୀ ଏବଂ ଶାଳିଆ ପ୍ରେସ କ୍ଲବର ସମ୍ପାଦକ ମନୋରଞ୍ଜନ ବେହେରା ଉପସ୍ଥିତ ଥାଇ ଟ୍ରାଫିକ କ୍ଳିଅର କରିବା ସହ ପୋଲିସ ମୃତ ବ୍ୟକ୍ତିଙ୍କ ଶବ ଏବଂ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। ସୂଚନାଥାଉ କି ଗତ ଦୁଇ ଦିନ ତଳେ ଉକ୍ତ ସ୍ଥାନରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ବ୍ରହ୍ମପୁର ଏମକେସିଜି ଡାକ୍ତର

ସୀତାରାମ ଅଗ୍ରୱାଲ 

ବାଲୁଗାଁ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଳ୍ପକେ ବର୍ତ୍ତିଲେ ଜଣେ ଡାକ୍ତର।

ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବାର ଘଟିକା ସମୟରେ ବଡ଼ବିଲରୁ ଗୋପାଳପୁର ବନ୍ଦର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ଓଆର ୦୧ ଏଲ ୯୦୪୫) କୁ ବାଲୁଗାଁ ବାଇପାସ ସୁବୁଦ୍ଧିପାଟଣା ଛକ ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଉଥିବା ଏକ ହୁଣ୍ଡାଇ କାର(ଓଡ଼ି ୦୨ ଏଡି ୩୪୭୨) ପଛପଟୁ ଧକ୍କା ଦେଇଥିଲା। ହେଲେ କାର ଚାଳକଙ୍କ ଅସାବଧାନତା ଲାଗି ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି।

ଦୁର୍ଘଟଣାରେ କାରର ଆଗ ପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟିର ମାଲିକ ଡାକ୍ତର ବିଜୟ କୁମାର ନାୟକ। ସେ ନିଜେ ତାଙ୍କ ଗାଡିରେ ଯାତ୍ରା କରୁଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଯେଉଁଥିରେ ସୌଭାଗ୍ୟବଶତଃ ଡାକ୍ତର ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଡାକ୍ତରଙ୍କୁ ଉଦ୍ଧାର କରିଥିବାବେଳେ ଗାଡ଼ି ଜବତ କରି ତଦନ୍ତ ଚଳାଇଛି। ଡାକ୍ତର ଶ୍ରୀ ନାୟକ ସୁସ୍ଥ ଥିବା ଜଣାପଡିଛି।