Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ ସହ ଓଡ଼ିଶା ପାଇଁ ସ୍ଥାପନ କଲେ ଏକ ନୂଆ ରାଜ୍ୟ ରେକର୍ଡ
ଆଜିର ଖବର

ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ ସହ ଓଡ଼ିଶା ପାଇଁ ସ୍ଥାପନ କଲେ ଏକ ନୂଆ ରାଜ୍ୟ ରେକର୍ଡ

October 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ୮ ଜଣ କ୍ରୀଡାବିତ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଦୌଡକୁଦ ଚମ୍ପିଆନସିପ୍‌ରେ ମୋଟ ୧୧ଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (ପିବି) ସମୟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମହମ୍ମଦ ଆଲାମଗେର ହୋସେନ ୪୦୦ ମିଟର, ମୌମିତା ମଣ୍ଡଳ ୧୦୦ ମିଟର ହର୍ଡଲସ ଏବଂ ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା ସହିତ ଏଚପିସିର କ୍ରୀଡାବିତଙ୍କ ପାଇଁ ଏହ ସିଜନକୁ ସ୍ମରଣୀୟ କରିିଛନ୍ତି।

ଏହି ପ୍ରତିଯୋଗିତା ପୂର୍ବରୁ ୱାରାଙ୍ଗଲରେ ଓପନ ନ୍ୟାସନାଲ୍ସରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଅମ୍ଳାନ ବୋର୍ଗୋହେନ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ବିଜେତା ହୋଇଥିଲେ। ଏଥିସହିତ ସେ ଏହି ଦୁଇ ବିଭାଗରେ ଯଥାକ୍ରମେ ୨୦.୭୫ ସେକେଣ୍ଡ ଓ ୧୦.୩୪ ସେକେଣ୍ଡର ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ରେକର୍ଡ ହାସଲ କରିଥିଲେ।

ନୂଆଦିଲ୍ଲୀରେ ଏଚପିସି କ୍ରୀଡାବିତଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିଅରଙ୍କର କହିଛନ୍ତି, “କ୍ରୀଡାବିତମାନେ ଯେଭଳି ଅତ୍ୟନ୍ତ ଭଲ ଭାବରେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ପ୍ରଦର୍ଶନକାଳୀନ ଚାପ ସତ୍ୱେ ନିଜକୁ ସ୍ଥିର ଓ ଶାନ୍ତ ରଖିଥିଲେ ତାହା ତାଙ୍କୁ ପ୍ରଭାବିତ କରିଛି। ଦୌଡକୁଦ ହେଉଛି ଠିକଣା ସମୟରେ ସଠିକ ପ୍ରଦର୍ଶନ ଏବଂ ସେମାନଙ୍କ ପାଇଁ ଶୀର୍ଷକୁ ଯିବା ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ମଧ୍ୟ ମୋ ପାଇଁ ଆନନ୍ଦଦାୟକ ହୋଇଛି। ମୁଁ ଅନୁଭବ କରୁଛି ଯେ ଆମେମାନେ ସବୁ ସମୟରେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଭିନ୍ନ ପ୍ରତିଯୋଗିତାରେ ସବୁଠାରୁ ଭଲ ଭାବରେ ପ୍ରସ୍ତୁତ କ୍ରୀଡାବିତ ହୋଇଛୁ, ଯେଉଁଥିରେ ଆମ ସହିତ ଜଣେ ଫିଜିଓ, ଜଣେ ପୋଷଣବିଶେଷଜ୍ଞ ଏବଂ ପ୍ରଦର୍ଶନ ମାନସିକତା ରଖୁଥିବା ବିଶାରଦ ଆମ କ୍ରୀଡାବିତଙ୍କୁ ପ୍ରତିଯୋଗିତା ପୂର୍ବରୁ ଏବଂ ପରେ ମାର୍ଗଦର୍ଶନ କରିବାକୁ ରହିଛନ୍ତି।”

ପଦକ ବିଜେତାଙ୍କ ମଧ୍ୟରେ ହୋସେନ ପ୍ରତିଯୋଗିତାରେ ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିଥିଲେ। ହିଟ୍‌ସରେ ୪୮.୧୩ ସେକେଣ୍ଡରୁ ଆରମ୍ଭ କରି ସେ ସେମିଫାଇନାଲରେ ୪୭.୫୭ ସେକେଣ୍ଡ୍ ଏବଂ ଫାଇନାଲରେ ୪୭.୨୦ ସେକେଣ୍ଡ୍ ହାସଲ କରି କ୍ରମାଗତ ଭାବରେ ତିନିଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କ ସାଥୀ କ୍ରୀଡାବିତଙ୍କ ଦ୍ୱାରା ଏମଡି ନାମରେ ସମ୍ବୋଧିତ ଏହି ଖେଳାଳୀ ଏଚପିସିରେ ୧୮ ମାସ ତଳେ ଯୋଗଦେଇଥିଲେ ଏବଂ ସେବେଠାରୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଏକ ସେକେଣ୍ଡରୁ ଅଧିକ ଉନ୍ନତି ଘଟିଛି। ମଣ୍ଡଳ ମଧ୍ୟ ସମଭାବରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ଦୌଡରେ ଆଗୁଆ ରହିଥିବାବେଳେ ଫିନିଶ ଲାଇନ ନିକଟରେ ଅଧିକ ଅଭିଜ୍ଞ ଖେଳାଳିମାନେ ତାଙ୍କୁ ଟପିଯାଇଥିଲେ। ଫାଇନାଲରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୦୫ ସେକେଣ୍ଡ ମଧ୍ୟ ଚଳିତ ବର୍ଷ ଏପ୍ରିଲରେ ସେ ଏଚପିସିରେ ଯୋଗଦେବା ସମୟରେ ତାଙ୍କର ବ୍ୟକ୍ତିଗତ ରେକର୍ଡ ୧୪.୫୬ ସେକେଣ୍ଡ ତୁଳନାରେ ଯଥେଷ୍ଟ ଉନ୍ନତିର ସୂଚନା ଦେଉଛି। ସ୍ୱାଧୀନ ମାଝି ୨.୦୮ ମିଟର ଲମ୍ଫ ପ୍ରଦାନ କରି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା କେବଳ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନଥିଲା, ବରଂ ଓଡ଼ିଶା ପାଇଁ ଏହା ଏକ ନୂଆ ରାଜ୍ୟ ରେକର୍ଡ ମଧ୍ୟ ସୃଷ୍ଟି କରିଛି।

ହିଲିଅର କହିଛନ୍ତି, “ଏମଡି ଆଲାମଗିରଙ୍କୁ ନେଇ ମୁଁ କଠିନ ପରିଶ୍ରମ କରିଛି ଏବଂ ୪୦୦ ମିଟର ଦୂରତାକୁ ସଠିକ ଭାବରେ ଅତିକ୍ରମ କରିବା ଦିଗରେ ଯଥେଷ୍ଟ ପ୍ରୟାସ କରିଛି। ମୁଁ ଜାଣିଥିଲି ସେ ୪୭.୨୦ ସେକେଣ୍ଡରେ ଦୂରତା ଅତିକ୍ରମ କରିବାକୁ ସମର୍ଥ ଏବଂ ସେହି ଲକ୍ଷ୍ୟ ତାଙ୍କ ପାଇଁ ଚଳିତ ବର୍ଷ ମୁଁ ଧାର୍ଯ୍ୟ କରିଥିଲି। ସୌଭାଗ୍ୟକୁ ସେ ତିନିଟି ଦୌଡରେ ବ୍ୟକ୍ତିଗତ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ମୌମିତା ମଧ୍ୟ ଏଚପିସିରେ ଯୋଗଦେବା ପରଠାରୁ ଅଧ ସେକେଣ୍ଡର ଉନ୍ନତି ଆଣିଛନ୍ତି। ମାତ୍ର ୬ ମାସ ତଳେ ସେ ଏଠାରେ ଯୋଗଦେଇଥବଲେ। ସ୍ୱାଧୀନ ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ତାହାସହିତ ତାଙ୍କର ପ୍ରଥମ ଜାତୀୟ ପଦକ ହାସଲ କରିଛନ୍ତି।”

ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ସହଭାଗିତାରେ ପ୍ରତିଷ୍ଠା କରାଯାଇଥିବା ଏଚପିସିର ଅନ୍ୟ କ୍ରୀଡାବିତମାନେ ୨୦୧୯ରେ ସେମାନଙ୍କର ତାଲିମ ଆରମ୍ଭ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି । ଲଙ୍ଗ ଜମ୍ପରେ ସବିତା ଟପ୍ପୋ ଚଳିତ ବର୍ଷ ପ୍ରାରମ୍ଭରେ ଗୁଆହାଟିରେ ଅନୁଷ୍ଠିତ ଜୁନିୟର ନ୍ୟାସନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ୫.୮୫ ମିଟର ରେକର୍ଡ ହାସଲ କରିଛନ୍ତି। ତାଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ୧୮ ବର୍ଷ ବୟସ୍କା ଗ୍ରେସିସନ ଜିଭା ଅଗଷ୍ଟରେ ପଟିଆଲାରେ ଅନୁଷ୍ଠିତ ଜୁନିୟର ଫେଡେରେସନ କପ୍‌ରେ ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ବିଜେତା ହୋଇଥିଲେ ଏବଂ ଫିଲ୍ଡରେ ସେ ସର୍ବକନିଷ୍ଠ କ୍ରୀଡାବିତ ଥିଲେ। ସେ ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୪.୭୩ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ। ୨୦୦ମିଟରରେ ଆର‌୍ୟାନ ଏକ୍କା ଫାଇନାଲରେ ଯୋଗ୍ୟତା ଅର୍ଜନ କରିବାର ଏକଦମ ନିକଟତର ହୋଇଥିଲେ। ସେ ଚଳିତ ସିଜନରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଚାରିଥର ଉନ୍ନତି ଆଣିଛନ୍ତି। ସେହିଭଳି ୧୭ ବର୍ଷ ବୟସ୍କା ସୁସ୍ମିତା ଟିଗାଙ୍କର ଭବିଷ୍ୟତ ମଧ୍ୟ ବେଶ ସମ୍ଭାବନାପୂର୍ଣ୍ଣ ରହିଛି। ଓଡ଼ିଶା ବାହାରେ ପ୍ରଥମ ଥର ପ୍ରଦର୍ଶନ କରି ସେ ଜାତୀୟ ସ୍ତରର ଚମ୍ପିଆନସପରେ ୩୦୦୦ ମିଟରରେ ତାଙ୍କର ପ୍ରଥମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୂର୍ବର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସମୟ ୧୨.୦୧.୭୬ ସେକେଣ୍ଡକୁ ଭାଙ୍ଗିଛନ୍ତି। ହିଲିଅର କହିଛନ୍ତି, ନଭେମ୍ବର ପ୍ରଥମ ସପ୍ତାହରୁ ଆମେ ୨୦୨୨ ସିଜନ ପାଇଁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ କରିବୁ। ଏଚପିସିରେ ଥିବା ୧୬ ଜଣ କ୍ରୀଡାବିତଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ବ୍ୟକ୍ତିଗତ ରୋଡମ୍ୟାପ ସ୍ଥିର କରାଯିବ, ଯାହା ସମୁଦାୟ ସିଜନ ପାଇଁ ବଳବତର ରହିବ।

ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର କଳିଙ୍ଗ ଷ୍ଟାଡିୟମ କାଂସ୍ୟ ପଦକ ହାସଲ ନୂଆ ରାଜ୍ୟ ରେକର୍ଡ ରିଲାଏନ୍ସ ଫାଉଣ୍ଡେସନ ସ୍ୱାଧୀନ ମାଝି ହାଇଜମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.