Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଦେଶବ୍ୟାପୀ ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ଶିକ୍ଷାବୃତ୍ତିର ଫଳାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ପାଇଁ ଭାରତର ଅନ୍ୟତମ ବୃହତ୍ତମ, ଅନ୍ତର୍ଭୁକ୍ତୀକରଣ ସମ୍ପନ୍ନ ଏବଂ ବିବିଧ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଭାବେ ପରିଚିତ ଏହି ଶିକ୍ଷାବୃତ୍ତିରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ଏବଂ ସେମାନେ ଏକ ଦୃଢ଼ ଆଲୁମିନି ନେଟ୍‌‌ୱର୍କର ଅଂଶ ହେବାର ସୁଯୋଗ ପାଇପାରିବେ।

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।

ଭାରତର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପଢୁଥିବା ୫୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିଥିଲେ । ଏକ ଶୃଙ୍ଖଳିତ ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ (ମେରିଟ୍‌‌-କମ୍‌‌-ମିନ୍ସ ) ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ୫୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଆପ୍‌‌ଟିଚ୍ୟୁଡ୍ ପରୀକ୍ଷାରେ ପ୍ରଦର୍ଶନ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ଘରୋଇ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି।

ଛାତ୍ରଛାତ୍ରୀ ନିଜ ଆବେଦନର ଫଳାଫଳ ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.reliancefoundation.org ରୁ ଜାଣିପାରିବେ ।

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଅଧ୍ୟୟନ ଧାରାରେ ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟକୁ ଉନ୍ନତ କରିବା ସହିତ ଭାରତର ଭବିଷ୍ୟତର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ କରିବେ । ଯୋଗ୍ୟତା ଏବଂ ସାଧନର ଉପଲବ୍ଧତା (ମେରିଟ୍ କମ୍ ମିନ୍‌‌ସ) ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଛି ଏବଂ ଏହି ଶିକ୍ଷାବୃତ୍ତି ସେମାନଙ୍କୁ ବିନା ଆର୍ଥିକ ବୋଝରେ ନିଜ ସ୍ନାତକ ପାଠପଢ଼ା ଜାରି ରଖିବାରେ ସକ୍ଷମ କରୁଛି ।

ଶିକ୍ଷା, ଉତ୍କର୍ଷତା ଏବଂ ଉଦ୍ଭାବନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଛାତ୍ରଛାତ୍ରୀମାନଙ୍କ ଏକ ଶକ୍ତିଶାଳୀ, ବିବିଧ, ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ ଗୋଷ୍ଠୀ ଚୟନ ସୁନିଶ୍ଚିତ କରିବା ସହ ଯୁବକଯୁବତୀମାନଙ୍କ ସାମର୍ଥ୍ୟକୁ ଉନ୍ମୋଚିତ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ଯାହା ଦେଶକୁ ସଫଳତାର ଶିଖରରେ ପହଞ୍ଚାଇବାରେ ସହାୟକ ହେବ । ବର୍ତମାନ ସୁଦ୍ଧା ୨୩,୧୩୬ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଥିବା ବେଳେ ସେଥି ମଧ୍ୟରେ ୪୮ ପ୍ରତିଶତ ବାଳିକା ଓ ୩୦୦୧ ଜଣ ଭିନ୍ନକ୍ଷମ / ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ରହିଛନ୍ତି ।

ବାଣିଜ୍ୟ, କଳା, ବ୍ୟବସାୟ/ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍‌‌, ବିଜ୍ଞାନ, ଭେଷଜ, ଆଇନ, ଶିକ୍ଷା, ଆତିଥ୍ୟ, ସ୍ଥାପତ୍ୟ, ଇଞ୍ଜିନିୟରିଂ/ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ୟୁଜି ଡିଗ୍ରି ସମେତ ସମସ୍ତ ବିଷୟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷ ଏଥିରେ ସାମିଲ କରାଯାଇଛି ।

ରିଲାଏନ୍ସ ୧୯୯୬ ମସିହାରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରୁଛି । ଡିସେମ୍ବର ୨୦୨୨ରେ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଆଗାମୀ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଶିକ୍ଷାବୃତ୍ତି ପ୍ରଦାନ କରିବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍‌‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଘୋଷଣା କରିଥିଲେ । ୨୦୨୩-୨୪ ଶିକ୍ଷାବୃତ୍ତି ପାଇଁ ଚୟନ ହୋଇଥିବା ୫୦୦୦ ମେଧାବୀଙ୍କ ବିଷୟରେ ଏହି ଘୋଷଣା ଶିକ୍ଷା ଏବଂ ଭାରତର ଭବିଷ୍ୟତ ନିର୍ମାଣ ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପ୍ରତି ରିଲାଏନ୍ସର ରହିଥିବା ପ୍ରତିବଦ୍ଧତାର ପରିଚାୟକ ।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କାହାଣୀ ପ୍ରସ୍ତୁତ କରିବା, କଳାକୁ ପ୍ରେରଣା ଦେବା ଏବଂ ଛାତ୍ରଛାତ୍ରୀଙ୍କ ସହ ଖୁସି ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ “କାହାଣୀ, କଳା, ଖୁସି’ ପାଳିତ ହୋଇଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ସ୍କୁଲ ବ୍ୟାଗ୍‌‌, କଲର ବକ୍ସ, କ୍ରେୟନ, ଆର୍ଟ ବ୍ରସ୍ ଆଦି କଳା /ଚିତ୍ରାଙ୍କନ ସାମଗ୍ରୀ ଏବଂ ଆଉ କିଛି ଉପହାର ବଣ୍ଟନ କରାଯାଇଛି। ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ସିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ଅଧିକାରୀ ଏବଂ ରିଲାଏନ୍ସ ଜିଓ, ରିଲାଏନ୍ସ ରିଟେଲ, ଜିଓ-ବିପି ସମେତ ଅନ୍ୟ ଆରଆଇଏଲ୍ ଗ୍ରୁପ୍ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ ଓ ଓଏସଡିଏମଏର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ-ସାମାଜିକ ବିଶେଷଜ୍ଞ ମଧୁମିତା ଦାସ, ମିଳିତ ଜାତିସଂଘ- ଇଣ୍ଡିଆ ୟୁୱା ଆଡଭୋକେଟ୍ ୨୦୨୨-୨୪ ସୌମ୍ୟରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ବଜ୍ରପାତ ସମୟରେ ବିଭିନ୍ନ ସୁରକ୍ଷା କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବଜ୍ରପାତ ନିରାପତ୍ତା କୌଶଳ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ଉପସ୍ଥିତିରେ ଓଏସଡିଏମଏ ମାଷ୍ଟର ଟ୍ରେନର ପ୍ରିୟ ରଞ୍ଜନ ରାଉତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁରକ୍ଷା ଉପାୟ ଓ ବଜ୍ରପାତ ନିରାପତ୍ତା ସ୍ଥିତି ପ୍ରଦର୍ଶିତ କରିଥିଲେ।

ଅନ୍ୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ପାଇଁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ମିଳିତ ଜାତିସଂଘ-ଇଣ୍ଡିଆ ୟୁୱା ଆଡଭୋକେଟ ୨୦୨୨-୨୪ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ପାଇଁ ହେନ୍ତାଳବଣ ପରିବ୍ୟବସ୍ଥା ଏବଂ ହେନ୍ତାଳବଣ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ପ୍ରଭାବିତ ପରିବାରଗୁଡିକୁ ସହାୟତା ପ୍ରଦାନ କରିବା ସହ ଶୁଖିଲା ରାସନ ବଂଟନ, ପ୍ରଭାବିତ ବ୍ୟକ୍ତି ଓ ପରିବାରକୁ ସହାୟତା ଉପକରଣ ଯୋଗାଣ ସହିତ ସ୍ନେହ ସୃଜନ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭାବନାତ୍ମକ ଓ ମାନସିକ ସହାୟତା ଭଳି ଅନେକ ପଦକ୍ଷେପ ଆରମ୍ଭ କରିଥିଲା। ରିଲାଏନ୍ସ ଫାଉଣ୍ଡେସନ “ସ୍ନେହ ସୃଜନ’ ଅଭିଯାନ ମାଧ୍ୟମରେ ପିତାମାତା ଏବଂ ପିଲାମାନଙ୍କ ସମେତ ଗୋଷ୍ଠୀ ସମୁଦାୟର ମାନସିକ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ ଅଧିବେଶନର ତିନୋଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ଫଳସ୍ୱରୂପ ବିଦ୍ୟାଳୟକୁ ଆସୁଥିବା ଏବଂ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ ଏହି ବିଦ୍ୟାଳୟକୁ କିଛି ଲେଖନ ବୋର୍ଡ ପ୍ରଦାନ କରିଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ନୀତା ଅମ୍ବାନୀଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି ” ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ ଭାରତର କ୍ରୀଡା ଉତ୍କର୍ଷର ବର୍ଷ ହୋଇଛି। ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥଲେଟମାନେ ବିଶ୍ୱ ସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି। ୧୪୧ତମ ଆନ୍ତର୍ଜାତିକ ଅଲମ୍ପିକ କମିଟି ଅଧିବେଶନ ମୁମ୍ବାଇରେ ଆୟୋଜିତ କରି ଆମେ ଅଲମ୍ପିକ ଅଭିଯାନକୁ ୪୦ ବର୍ଷ ପରେ ଭାରତକୁ ନେଇଆସିଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଭାରତର ଯୁବ ପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନ କରି ଭାରତକୁ ବିଶ୍ୱର କ୍ରୀଡା ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ୱଦେଶ ପକ୍ଷରୁ ଭାରତୀୟ କଳା ଓ ହସ୍ତଶିଳ୍ପ ପାଇଁ ଏକ ନୂତନ ପେଣ୍ଠସ୍ଥଳ ଉନ୍ମୋଚିତ

ହାଇଦ୍ରାବାଦ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ବୁଧବାର ତେଲେଙ୍ଗାନାରେ ରିଲାଏନ୍ସ ରିଟେଲ ର ପ୍ରଥମ ସ୍ୱଦେଶ ଷ୍ଟୋରକୁ ଉଦଘାଟନ କରିବା ସହ ଭାରତୀୟ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଧାରାର ଶୁଭାରମ୍ଭ ହୋଇଛି ।

ପାରମ୍ପରିକ ଶିଳ୍ପୀ ଏବଂ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଦୀର୍ଘ ଦିନର ପ୍ରତିବଦ୍ଧତା ଏବଂ ସେମାନଙ୍କ ପ୍ରତିଭା ଏବଂ ଦକ୍ଷତାକୁ ବ୍ୟାପକ ଭାବେ ଲୋକମାନଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ନେଇ ଶ୍ରୀମତୀ ଅମ୍ବାନୀଙ୍କର ରହିଥିବା ଲକ୍ଷ୍ୟରୁ ଜନ୍ମିତ ସ୍ୱଦେଶ, ଭାରତର ଦୀର୍ଘ ଦିନର କଳା ଏବଂ ହସ୍ତଶିଳ୍ପର ବିଶ୍ୱସ୍ତରରେ ଗ୍ରହଣୀୟତା ତଥା ଭାବନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।

ରିଲାଏନ୍ସ ରିଟେଲ ର ସ୍ୱଦେଶ ଷ୍ଟୋରଗୁଡ଼ିକ କେବଳ ଶତାବ୍ଦୀ ପୁରୁଣା କଳା ଏବଂ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ଭାରତକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ନାହିଁ ବରଂ କାରିଗର ତଥା ଶିଳ୍ପୀମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ମଧ୍ୟ ଖୋଲିବ, ଯାହା ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱରେ ସେମାନଙ୍କ କାର୍ଯ୍ୟକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ )ର ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନର ଉଦ୍ଦେଶ୍ୟ ଅନୁଯାୟୀ ଅଭିନବ ତଥା ସ୍ଥାୟୀ ସମାଧାନ ମାଧ୍ୟମରେ ଭାରତର ବିକାଶମୂଳକ ଆହ୍ୱାନର ମୁକାବିଲା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା

ହାଇଦ୍ରାବାଦରେ ପ୍ରଥମ ଏକକ ସ୍ୱଦେଶ ଷ୍ଟୋରର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ, “ସ୍ୱଦେଶ ଭାରତର ପାରମ୍ପରିକ କଳା ଓ କାରିଗରମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଦେଶର ଦୀର୍ଘ ଦିନର କଳା ଓ ହସ୍ତଶିଳ୍ପ କୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବା ଦିଗରେ ଏହା ଆମର ବିନମ୍ର ଉଦ୍ୟମ।

ସ୍ୱଦେଶ ‘ମେକ୍ ଇନ୍ ଇଣ୍ଡିଆ’ର ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଆମର ଦକ୍ଷ କାରିଗରମାନଙ୍କୁ ସମ୍ମାନ ଓ ଜୀବିକା ପ୍ରଦାନ କରୁଛି। ସେମାନେ ପ୍ରକୃତରେ ଆମ ଦେଶର ଗର୍ବ ଅଟନ୍ତି ଏବଂ ସ୍ୱଦେଶ ମାଧ୍ୟମରେ ଆମେ ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିବାକୁ ଆଶା କରୁଛୁ ଯାହା ସେମାନେ ପାଇବାକୁ ଯୋଗ୍ୟ। ସେଥିପାଇଁ ଆମେ କେବଳ ଭାରତନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆମେରିକା ଓ ୟୁରୋପରେ ସ୍ୱଦେଶକୁ ବିସ୍ତାର କରିବାକୁ ଉତ୍ସାହିତ ରହିଛୁ। ”

ରିଲାଏନ୍ସ ଫାଉଣ୍ଡେସନର ନିରନ୍ତର ପ୍ରୟାସର ସାକ୍ଷୀ ସ୍ୱରୂପ, ଭାରତୀୟ କାରିଗରମାନେ ନିକଟରେ ମୁମ୍ବାଇରେ ଆରମ୍ଭ ହୋଇଥିବା ତଥା କଳା ଏବଂ ସଂସ୍କୃତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି)ରେ ସୁନ୍ଦର ସ୍ୱଦେଶ ଏକ୍ସପେରିଏନ୍ସ ଜୋନରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଅତିଥିଙ୍କ ଠାରୁ ବେଶ ପ୍ରଶଂସା ପାଇଥିଲେ। ପର୍ଯ୍ୟଟକମାନେ ଅଭିଜ୍ଞ / ମାଷ୍ଟର କାରିଗରମାନଙ୍କୁ ସେମାନଙ୍କର ପାରମ୍ପରିକ କର୍ମକ୍ଷେତ୍ରର କାର୍ଯ୍ୟ କରୁଥିବାର ଦେଖିବା ସହ ସେମାନଙ୍କ ସହିତ କଥାବାର୍ତା କରିଥିଲେ ଏବଂ ସେମାନଙ୍କ କଳାକୃତିକୁ ମଧ୍ୟ କିଣିଥିଲେ।

ମେ’ ମାସ ପ୍ରାରମ୍ଭରେ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏନ୍‌ଏମ୍‌ଏସିସି ସ୍ୱଦେଶ ପ୍ରଦର୍ଶନୀକୁ ଜନସାଧାରଣଙ୍କ ବ୍ୟାପକ ଚାହିଦା ଦୃଷ୍ଟିରୁ ସମୟ ସୀମା ବୃଦ୍ଧି କରାଯାଇଥିଲା। ସେଠାରେ ବହୁ ଲୋକଙ୍କ ଆଗମନ ହୋଇଥିଲା ଏବଂ କାରିଗରମାନଙ୍କୁ ଦୈନିକ ବରାଦ ମିଳୁଥିଲା ଯାହାର ସମଗ୍ର ପାଣ୍ଠି କାରିଗରମାନଙ୍କ ପାଖକୁ ଯାଇଥିଲା।

ଏହାବ୍ୟତୀତ ସ୍ୱଦେଶ ଅଭିଯାନର ଏକ ଅଂଶ ଭାବରେ ତୃଣମୂଳ ସ୍ତରରେ ପହଞ୍ଚିବା ସୁନିଶ୍ଚିତ କରିବା ଏବଂ ଆଞ୍ଚଳିକ କାରିଗର ସମ୍ପ୍ରଦାୟ ଏବଂ କଳାକୁ ବଜାୟ ରଖିବାରେ ଯୋଗଦାନ ଦେବା ପାଇଁ ସମଗ୍ର ଭାରତରେ ୧୮ଟି ରିଲାଏନ୍ସ ଫାଉଣ୍ଡେସନ ଆର୍ଟିସନ ଇନିସିଏଟିଭ୍ ଫର୍ ସ୍କିଲ୍ ଏନହାନସମେଣ୍ଟ (ଆରଏଆଇଏସଇ) କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହା ଦ୍ୱାରା ୬୦୦ରୁ ଅଧିକ ପ୍ରକାରର ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦନ / ସଂଗ୍ରହ ସମ୍ଭବ ହେବ ବୋଲି ଆଶା କରାଯାଉଛି।

ରିଲାଏନ୍ସ ରିଟେଲ୍ ର ଅଭିଯାନ ସ୍ୱଦେଶ ଷ୍ଟୋର୍ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୌନ୍ଦର୍ଯ୍ୟକୁ ଉପଯୋଗ କରିବା ଏବଂ ଏହାର କଳାକୁ ସଂରକ୍ଷିତ ରଖିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଯାତ୍ରାର ଏକ ସ୍ୱାଭାବିକ ଅଗ୍ରଗତି। ତେଲେଙ୍ଗାନାର ଜୁବିଲି ହିଲ୍ସରେ ଖୋଲିଥିବା ପ୍ରଥମ ସ୍ୱଦେଶ ଷ୍ଟୋର ୨୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଯେଉଁଠାରେ ଭାରତର କୁଶଳୀ ଏବଂ ପ୍ରତିଭାବାନ କାରିଗରମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ହାତରେ ପ୍ରସ୍ତୁତ ସାମଗ୍ରୀର ଏକ ସାମଗ୍ରିକ ସଂଗ୍ରହ ରହିବ ଯାହାକୁ ଲୋକମାନେ ବହୁ ଦିନ ଧରି ଭୁଲି ଯାଇଛନ୍ତି।

ପରିଦର୍ଶକମାଦନେ ଖାଦ୍ୟ ଉତ୍ପାଦଠାରୁ ଆରମ୍ଭ କରି ପୋଷାକ, ବୟନ ସାମଗ୍ରୀ ଏବଂ ହସ୍ତକଳା ଆଦିକୁ ବିଭିନ୍ନ ଜୋନରେ ଦେଖିପାରିବେ ଏବଂ ଏକ ଚମତ୍କାର ପରିବେଶରେ ଭାରତର ପାରମ୍ପରିକ ପରିକଳ୍ପନାକୁ ଉପଭୋଗ କରିପାରିବେ। ସେମାନେ ପ୍ରତିଟି ଉତ୍ପାଦ ପଛରେ ରହିଥିବା କାହାଣୀକୁ ‘ସ୍କାନ ଆଣ୍ଡ ନୋ’ ପ୍ରଯୁକ୍ତି ଫିଚର ଜରିଆରେ ଜାଣିପାରିବେ।

ଗ୍ରାହକମାନେ ସ୍ୱଦେଶ ଟିମ ସହିତ ମିଳିତ ଭାବରେ ସେମାନଙ୍କ ଚାହିଦା ମୁତାବକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ଚାହିଦା ମୁତାବକ ପ୍ରସ୍ତୁତି ସେବା ସହିତ ଏହି ଷ୍ଟୋରରେ କୃଷି କ୍ଷେତ୍ରରୁ ଟେବୁଲ ଚିନ୍ତାଧାରାରେ ଏକ କାଫେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ନଭେମ୍ବର ୧ ତାରିଖରେ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସାରା ଦେଶରେ ଅନ୍ନ ସେବା ଜରିଆରେ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଛି। ଅନ୍ନ ସେବା ଜରିଆରେ ପ୍ରାୟ ୭୫୦୦୦ ଲୋକଙ୍କୁ ରନ୍ଧା ହୋଇଥିବା ଭୋଜନ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫୦୦୦ ଲୋକଙ୍କୁ ଶୁଖିଲା ରାସନ/ଗ୍ରୋସରୀ ପ୍ରଦାନ କରାଯାଇଛି।

ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଏହି ଅନ୍ନ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭୋଜନ ବିତରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗରମ ଭୋଜନ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ୱୟଂସେବକ ମାନେ କରିଛନ୍ତି।

ନୀତା ଅମ୍ବାନୀ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ବଞ୍ଚିତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ସମାରୋହ ବେଶ ସ୍ୱତନ୍ତ୍ର ଥିଲା କାରଣ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ଏଥିରେ ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ ଯେଉଁଥିରେ ନିଜର ୬୦ ତମ ଜନ୍ମଦିନରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ନିଜେ ସମସ୍ତଙ୍କୁ ଖାଦ୍ୟ ପରସିଥିଲେ।

ଓଡ଼ିଶାରେ ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ

ଭଦ୍ରକ, ବାଲେଶ୍ବର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ରେ ୫୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି। ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ, ମତ୍ସ୍ୟଜୀବୀ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ଜରିଆରେ ଏହି ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ନୀତା ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ ଅନ୍ନ ସେବା ନାମରେ ସେହି ସମୟର ସବୁଠାରୁ ବଡ ଭୋଜନ ବିତରଣ କାର୍ଯ୍ୟକ୍ରମ କରିଥିଲା। ନୀତା ଅମ୍ବାନୀଙ୍କ ଜନ୍ମଦିନରେ ଭୋଜନ ବିତରଣ ସେହି ପରମ୍ପରାର ସମ୍ପ୍ରସାରଣ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।

ଶିକ୍ଷା, ମହିଳା ସଶକ୍ତିକରଣ, କ୍ରୀଡା, କଳା ଓ ସଂସ୍କୃତି କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ଅନେକ ଅନନ୍ୟ ଉପଲବ୍ଧି ରହିଛି । ନୀତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ସାରା ଦେଶରେ ସାତ କୋଟି ଦଶ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ପକ୍ଷରୁ ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ୍ ଚେୟାରମ୍ୟାନ୍ ଜନ୍ ଚେମ୍ବରସ୍ ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଉଦ୍ୟୋଗ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ନୀତା ଅମ୍ବାନୀ କହିଛନ୍ତି, “ଏହି ସମ୍ମାନ ତଥା ପୁରସ୍କାର ପାଇ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ପ୍ରତିନିଧିତ୍ୱ କରେ, ଯାହା ମାଧ୍ୟମରେ ଆମେ ୭ କୋଟିରୁ ଅଧିକ ଲୋକଙ୍କ ଜୀବନକୁ ଛୁଇଁଛୁ। “କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମାନଦଣ୍ଡ ହେବାର ବହୁ ପୂର୍ବରୁ ରିଲାଏନ୍ସ କର୍ପୋରେଟ୍ ନୈତିକ ଦାୟିତ୍ୱବୋଧ ପୂର୍ଣ୍ଣ କରିଆସୁଛି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଏକ ବିବୃତ୍ତି ଜାରି କରି କହିଛି ଯେ ନୀତା ଅମ୍ବାନୀ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଥିବା ଜଣେ ବିଜିନେସ ଲିଡର ଯାହାର ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ଶିକ୍ଷା, କଳା, କ୍ରୀଡା ଏବଂ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଛି। ବିଶେଷକରି ମହିଳା ସଶକ୍ତିକରଣ ଏବଂ ପିଲାମାନଙ୍କର ସ୍ୱାର୍ଥରକ୍ଷା ତଥା ହିତ ପାଇଁ ସେ କାର୍ଯ୍ୟ କରିଆସିଛନ୍ତି। ଲିଙ୍ଗଗତ ବିଭେଦକୁ ଦୂର କରିବା ଏବଂ ଭାରତର ବଢୁଥିବା ଅର୍ଥନୀତିରେ ମହିଳାଙ୍କ ଅବଦାନ ବୃଦ୍ଧିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

କଳା ଏବଂ ସଂସ୍କୃତିରେ ନୀତା ଅମ୍ବାନୀଙ୍କର ମହତ୍ୱପୂର୍ଣ୍ଣ ଅବଦାନର ସ୍ୱୀକୃତି ସ୍ୱରୂପ ନିକଟରେ ସେ ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡରେ ସମ୍ମାନିତ ଟ୍ରଷ୍ଟି ଭାବରେ ମନୋନୀତ ହୋଇଥିଲେ। ଗତ ବର୍ଷ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି) ଶୁଭାରମ୍ଭ କରାଯାଇଥିଲା, ଯାହାକୁ ଅନେକ ପ୍ରଶଂସା ମିଳିଥିଲା। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ କ୍ରୀଡା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଛି। ଏହି ଫାଉଣ୍ଡେସନ ଭାରତର ଯୁବ ଆଥଲେଟ ମାନଙ୍କୁ ତୃଣମୂଳ ସ୍ତରରେ ତଥା ବିଶ୍ୱ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହୋଇଛି।

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ରେ ଭାରତର ପ୍ରତିନିଧି ଭାବରେ ନୀତା ଅମ୍ବାନୀ ସଫଳତାର ସହ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ, ଯାହା ଚାରି ଦଶନ୍ଧି ପରେ ଭାରତରେ ୧୪୧ତମ ଆଇଓସି ଅଧିବେଶନ ଆୟୋଜନ କରିବାର ଅଧିକାର ଜିତିଥିଲା। ଅକ୍ଟୋବର ୨୦୨୩ ରେ ମୁମ୍ବାଇରେ ଏହି ଅଧିବେଶନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହା ଦ୍ୱାରା ୨୦୩୬ ରେ ଅଲିମ୍ପିକ୍ ଖେଳ ଆୟୋଜନ କରିବାର ଅଧିକାର ହାସଲ କରିବାକୁ ପାଇବାକୁ ଭାରତର ରହିଥିବା ଆଶାକୁ ଅଧିକ ବଳ ମିଳିଛି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଅଧ୍ୟକ୍ଷ ଜନ୍ ଚେମ୍ବରସ୍ ନୀତା ଅମ୍ବାନୀଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି: “ଯେଉଁମାନେ ଜୀବନରେ ସଫଳ ହୋଇଛନ୍ତି ସେମାନଙ୍କ ପାଇଁ ଅନ୍ୟମାନଙ୍କୁ ସଫଳ ହେବାରେ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନୀତା ଏମ ଅମ୍ବାନୀ, ଯିଏ ପରୋପକାରିତାର ଉଦାହରଣ ଅଟନ୍ତି ଏବଂ ରିଲାଏନ୍ସ ଫାଉଣ୍ଡେସନରେ କଳା, କ୍ରୀଡା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଆୟୋଜିତ

ଭୁବନେଶ୍ୱର: ଆନ୍ତର୍ଜାତିକ ବିପର୍ଯ୍ୟୟ ଆପଦ ପ୍ରଶମନ ଦିବସରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌‍ ଅନ୍ତର୍ଗତ କସିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଠାରେ ରିଲାଏନ୍ସ ଫାଉଣ୍ଡେସନ୍‌‍ ପକ୍ଷରୁ ଏକ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୁଣ୍ଡଳିସ୍ଥିତ ଏନ୍‌‍ଡିଆରଏଫ୍‌‍ ୩ୟ ବାଟାଲିଅନ୍‌‍ ର ବୈଷୟିକ ମାର୍ଗଦର୍ଶନ ଏବଂ ବାସୁଦେବପୁରର ଲାଇଫ ଲାଇନ୍‌‍ ଏନ୍‌‍ଜିଓର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିପର୍ଯ୍ୟୟ ଆପଦ ହ୍ରାସ ନିମନ୍ତେ ସଚେତନତା ସୃଷ୍ଟି ଏବଂ ଗୋଷ୍ଠୀ ସ୍ତରରେ ପ୍ରସ୍ତୁତିରେ ବୃଦ୍ଧି ଘଟାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୂଲ୍ୟବାନ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବାରେ ଗୋଷ୍ଠୀସ୍ତରରେ ସଚେତନତା ଏବଂ ପ୍ରସ୍ତୁତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ପ୍ରାୟ ୬୦ ଜଣ ଗୋଷ୍ଠୀ ସ୍ୱେଚ୍ଛାସେବୀ ଏବଂ ଆପଦ ମିତ୍ରଙ୍କ ସମେତ ସାନକୃଷ୍ଣପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସଦସ୍ୟବୃନ୍ଦ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାନକୃଷ୍ଣପୁର ଗ୍ରାମ ଅନେକ ସମୟରେ ଶକ୍ତିଶାଳୀ ଝଡବାତ୍ୟାର ସମ୍ମୁଖୀନ ହେଉଛି ଏବଂ ଏହା ସମୁଦ୍ର ଉପକୂଳ ଅଞ୍ଚଳରେ ଅବସ୍ଥିତ ଥିବାରୁ ସୁନାମି ଜନିତ ଆପଦ ଏହାପ୍ରତି ଅତ୍ୟଧିକ ରହୁଛି।

କସିଆ ବାତ୍ୟ ଆଶ୍ରୟ ସ୍ଥଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି ପକ୍ଷରୁ ଏହି ଗୋଷ୍ଠୀ ସଚେତନତା ଏବଂ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ପ୍ରୟାସକୁ ପ୍ରଶଂସା କରାଯାଇଛି। ଗୋଷ୍ଠୀ ସଦସ୍ୟମାନେ ଆଦ୍ୟ ସତର୍କ ପରାମର୍ଶଗୁଡିକ ଏକତ୍ର କରିବା, ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ଧାର କୌଶଳ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସ୍ଥାନାନ୍ତର କରିବାର ମାର୍ଗ / ମାନଚିତ୍ର ପ୍ରସ୍ତୁତ କରି ନିରାପଦରେ କିଭଳି ଆଶ୍ରୟସ୍ଥଳରେ ପହଞ୍ଚାଯାଇପାରିବ ତାହା ଦେଖାଇଥିଲେ।

ଏହି ପ୍ରସ୍ତୁତି ଅଭ୍ୟାସ ତଥା କର୍ମଶାଳାରେ ସ୍ଥାନ ପାଇଥିବା ବିଭିନ୍ନ ଦିଗ ମଧ୍ୟରେ ସୁନାମି / ବାତ୍ୟା ଏବଂ ତାହାର ଭୟାବହତାକୁ ଚିହ୍ନଟ କରିବା, ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ନିମନ୍ତେ ପ୍ରସ୍ତୁତି ଅଭ୍ୟାସର ଉଦ୍ଦେଶ୍ୟ ସଚେତନତା, ଆଦ୍ୟ ସତର୍କ ସୂଚନା ଏକତ୍ର କରିବା, ଜରୁରୀ ପରିସ୍ଥିତିରେ ସ୍ୱେଚ୍ଛାସେବୀ ଏବଂ ପ୍ରଥମ ପଦକ୍ଷେପ ଗ୍ରହଣକାରୀଙ୍କ ଭୂମିକା, ବାତ୍ୟା ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ୍‌‍, ସାପ କାମୁଡା ଭଳି ଘଟଣାକୁ ରୋକିବା ଏବଂ ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ, ଜରୁରୀକାଳୀନ ଖୋଜାଖୋଜି ଏବଂ ଦଉଡି ଓ ନଟ୍‌‍ ସହାୟତାରେ ଉଦ୍ଧାର କୌଶଳ, ଜରୁରୀକାଳୀନ ପରିବହନ ପଦ୍ଧତି- ମୃତ୍ୟୁ ଘଟଣା, ଆଦି ଅନ୍ତର୍ଭୁକ୍ତ ଥିଲା।

ଏହି କାର୍ଯ୍ୟକ୍ରମକୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରି ମୁଣ୍ଡଳିସ୍ଥିତ ଏନ୍‌‍ଡିଆରଏଫ ୩ୟ ବାଟାଲିଅନ୍‌‍ର ଇନ୍ସପେକ୍ଟର ଏକ୍‌‍ଜିକ୍ୟୁଟିଭ ଉଦିତ କୁମାର ଦୀକ୍ଷିତ ଏବଂ କନେଷ୍ଟବଳ ଟି ପି ମଣ୍ଡଳ ଓ ଏସ ଏମ୍‌‍ ସ୍ୱାମୀ ଏଥିରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଆମ ଅଲିମ୍ପିକ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି: ଆଇଓସି ସଭାପତି

ମୁମ୍ବାଇ: ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକର ଉଦ୍‌ଘାଟନ ଅବସରରେ ସମ୍ବୋଧିତ କରି ଆଇଓସିର ସଭାପତି ଥୋମାସ୍ ବାକ୍ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନିଙ୍କୁ ଭୁୟଶୀ ପ୍ରଶଂସା କରିଛନ୍ତି। ନଭି ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପସ୍ ଏକାଡେମି ପରିଦର୍ଶନ କରିବା ପରେ ସେ ଅତ୍ୟନ୍ତ ପ୍ରଭାବିତ ହୋଇଥିବା କହିଛନ୍ତି।

ଶ୍ରୀ ବାକ୍‌ କହିଛନ୍ତି ଯେ, “ ମୁଁ ଆମ ଆଇଓସି ସହଯୋଗୀ ତଥା ବନ୍ଧୁ ନୀତା ଅମ୍ବାନିଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ପରିଦର୍ଶନ କରିଥିଲି ଏବଂ ସେମାନେ କ୍ରୀଡ଼ା ଓ ଶିକ୍ଷାକୁ ନେଇ ଶିଶୁ ଓ ଯୁବବର୍ଗଙ୍କୁ ପ୍ରଦାନ କରୁଥିବା କାର୍ଯ୍ୟକ୍ରମ ଦେଖିଥିଲି। ରିଲାଏନ୍ସ ଫାଉଣ୍ଡେସନ ଓ ତାଙ୍କ ଟିମ୍ ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ କାରଣ ସେହି କେନ୍ଦ୍ରରେ ସାରା ଭାରତର ବିଭିନ୍ନ ଅଂଚଳର ପିଲାମାନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନଗ୍ରସର ପରିବାରରୁ ଆସିଛନ୍ତି । ସେମାନଙ୍କୁ ପାଠପଢ଼ା ଓ ସ୍କୁଲ ଶିକ୍ଷା ପ୍ରଦାନ ସହିତ ସମାନ ସମୟରେ କ୍ରୀଡ଼ା ତାଲିମର ସୁଯୋଗ ଦିଆଯାଉଛି ଏବଂ ଏକ ଉଚ୍ଚ ମାନର କ୍ରୀଡ଼ାବିତରେ ପରିଣତ ହେବା ଲାଗି ସେମାନଙ୍କୁ ପ୍ରସ୍ତୁତ କରାଯାଉଛି।’’

ଅଲିମ୍ପିକ୍ ମୂଲ୍ୟବୋଧ ଅନୁସାରେ ରିଲାଏନ୍ସ ଫାଉଣ୍ଡେସନ ଓ ଏହାର ଅଧ୍ୟକ୍ଷା ତଥା ଆଇଓସି ସଦସ୍ୟା ଶ୍ରୀମତୀ ଅମ୍ବାନିଙ୍କ କାର୍ଯ୍ୟ ଓ ଦୃଷ୍ଟିକୋଣକୁ ନେଇ ଶ୍ରୀ ବାକ୍ ବେଶ ପ୍ରଭାବିତ ହୋଇଥିବା ପ୍ରକାଶ କରିବା ସହିତ ତାଙ୍କ ମତରେ ତାହା ବାସ୍ତବରେ ଅଲିମ୍ପିକ୍ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍ତି।

ଶ୍ରୀ ବାକ୍ କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ବାସ୍ତବରେ ଆମ ଅଲିମ୍ପିକ୍ ମୂଲ୍ୟବୋଧ ଓ ଦୃଷ୍ଟିକୋଣକୁ ଦର୍ଶାଉଛି । ଆମ ସହଯୋଗୀଙ୍କ ମାର୍ଗଦର୍ଶନରେ ରିଲାଏନ୍ସ ଫାଉଣ୍ଡେସନ ଭଳି ଏକ ଘରୋଇ ସଂସ୍ଥା ଜରିଆରେ ଯେଉଁଭଳି ବ୍ୟାପକ ଭାବେ କାର୍ଯ୍ୟ ହେଉଛି ତାହା ବେଶ ପ୍ରଶଂସନୀୟ ଏବଂ ଭାରତରେ କ୍ରୀଡ଼ା ଓ ଅଲିମ୍ପିକ୍ କ୍ରୀଡ଼ାର ଭବିଷ୍ୟତ ପାଇଁ ଅତ୍ୟନ୍ତ ଉତ୍ସାହଜନକ ମଧ୍ୟ ।’’

ଭାରତରେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ର ସଫଳତା ପାଇଁ ଚଳିତ ସପ୍ତାହ ପ୍ରାରମ୍ଭରେ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲିମ୍ପିକ୍ ମ୍ୟୁଜିୟମ୍ ସହିତ ମିଳିତ ଭାବରେ ରିଲାଏନ୍ସ ଫାଉଣ୍ଡେସନ ସହ ଏକ ସହଯୋଗିତା ବୁଝାମଣା ସ୍ୱାକ୍ଷର କରାଯାଇଛି । ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଜରିଆରେ ଅଲିମ୍ପିକ୍ ମୂଲ୍ୟବୋଧର ପ୍ରସାର ଦିଗରେ ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି ।
ମୁମ୍ବାଇସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ୍ ଚାମ୍ପ୍‌ସ (ଆରଏଫ୍‌ୱାଇସି) ଫୁଟବଲ ଏକାଡେମି ପରିଦର୍ଶନ ସମୟରେ ଏହି ସହଯୋଗିତା ନେଇ ଆଇଓସି ସଭାପତି ଥୋମାସ୍ ବାକ୍ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ସହମତି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ମଧ୍ୟ ଉଦ୍‌ଘାଟନୀ ଅଭିଭାଷଣରେ ଶ୍ରୀ ବାକ୍ ଉଲ୍ଲେଖ କରିଥିଲେ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷାର ପ୍ରସାର ପାଇଁ ଆଇଓସି ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ମୁମ୍ବାଇ: ଭାରତରେ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଏଲ୍‌ପି)ର ସଫଳତା ପାଇଁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲମ୍ପିକ୍ ମ୍ୟୁଜିୟମ୍ ସହ ମିଶି ରିଲାଏନ୍ସ ଫାଉଣ୍ଡେସନ ସହିତ ଏକ ସହଯୋଗିତାଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। କ୍ରୀଡ଼ା ଜରିଆରେ ଯୁବବର୍ଗଙ୍କ ମଧ୍ୟରେ ଅଲମ୍ପିକ୍ ମୂଲ୍ୟବୋଧର ପ୍ରସାର କରିବାର ମିଳିତ ପ୍ରାଥମିକତାକୁ ଏହି ବୁଝାମଣା ପ୍ରତିଫଳିତ କରୁଛି।

ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପ୍ (ଅର୍ଏଫ୍‌ୱାଇସି) ପରିଦର୍ଶନ ଅବସରରେ ଆଇଓସି ସଭାପତି ଥୋମାସ ଥମାସ୍ ବାକ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ଏହି ନୂଆ ସହଯୋଗିିତା ଉପରେ ସହମତ ହୋଇଛନ୍ତି। ଏହି ଅବସରରେ ସଭାପତି ବାକ ଓ ନୀତା ଅମ୍ବାନି ପରସ୍ପର ମଧ୍ୟରେ ଓଭିଇପି ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିନିଧିତ୍ୱ କରୁଥିବା ପତାକା ଆଦାନ ପ୍ରଦାନ କରିବା ସହିତ ଏକ ନୂଆ ଅଲିମ୍ପିକ ମୂଲ୍ୟବୋଧ ସଂକଳ୍ପ ପ୍ରାଚୀରରେ ଛାତ୍ରଛାତ୍ରୀମାନେ ନିଜ ପାପୁଲି ଚିହ୍ନ ଛାପିଥିଲେ।

ଏହି ଅବସରରେ ଆଇଓସିର ସଭାପତି ଥମାସ୍ ବାକ କହିଛନ୍ତି ଯେ, “ଯୁବବର୍ଗଙ୍କ ଜୀବନରେ ପରିବର୍ତନ ଆଣିବାର ଶକ୍ତି କ୍ରୀଡ଼ା ପାଖରେ ରହିଛି। ଓଭିଇପି କାର୍ଯ୍ୟକାରିଣୀ ସହଯୋଗୀ ଭାବେ ଯୋଗ ଦେବା ପାଇଁ ଆମେ ରିଲାଏନ୍ସ ଫାଉଣ୍ଡେସନକୁ ଆମନ୍ତ୍ରଣ କରୁଛୁ ଏବଂ ପ୍ରଥମେ ମୁମ୍ବାଇ ଓ ପରେ ସାରା ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଲମ୍ପିକ୍ ମୂଲ୍ୟବୋଧର ପ୍ରଚାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ସମ୍ମାନ, ବନ୍ଧୁତା, ଖେଳୁଆଡ଼ ମନୋଭାବ ଏବଂ ଏକତା ହେଉଛି ସେହି ମୂଲ୍ୟବୋଧ ଯାହା ଦ୍ୱାରା ଯୁବବର୍ଗ ଲାଭବାନ ହେବା ସହ ନିଜ ଜୀବନରେ ତାହାକୁ ସାମିଲ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ତଙ୍କ ସହ ଏକତା ବଜାୟ ରଖିବା।

ଅଲମ୍ପିକ୍ ଲକ୍ଷ୍ୟ-ଦ୍ରୁତ, ଉଚ୍ଚ ଓ ଦୃଢ଼-ଏକତାରେ ସାମିଲ କରାଯାଇଥିବା “ଏକାଠି’ ଶବ୍ଦ ସେହି ଏକତାକୁ ପ୍ରତିଫଳିତ କରୁଛି। ଓଭିଇପି କାର୍ଯ୍ୟକ୍ରମ ଜରିଆରେ ଆମେ ସମସ୍ତ ପିଲା ଓ ଯୁବପିଢ଼ି, ବିଶେଷ କରି ଯେଉଁମାନେ ସାଧାରଣତଃ କ୍ରୀଡ଼ା କିମ୍ବା ଏକ ସୁସ୍ଥ ଜୀବନଶୈଳୀ ପାଉନାହାନ୍ତି ସେଭଳି ଅନଗ୍ରସର ପିଲାଙ୍କ ପଖରେ ପହଞ୍ଚିବାକୁ ଚାହୁଛୁ।’’

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ଓଭିଇପି ପାଇଁ ଆଇଓସି ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ଫାଉଣ୍ଡେସନ ବେଶ ଉଲ୍ଲସିତ। ଓଭିଇପିରେ ଉଭୟ କ୍ରୀଡ଼ା ଓ ଶିକ୍ଷାର ସମନ୍ୱୟ ରହିଛି। ଏହି ସହଯୋଗିତା ଜରିଆରେ ଆମେ ଭାରତରେ ସ୍କୁଲ ଯାଉଥିବା ୨୫ କୋଟି ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିବାକୁ ଆଶା ରଖିଥିବା ବେଳେ ଭାରତର ଦୁର୍ଗମ ଗ୍ରାମ ଓ ଅଞ୍ଚଳଗୁଡ଼ିକରେ ପହଞ୍ଚି ସେମାନଙ୍କୁ ଏକ ଅଧିକ ଶୃଙ୍ଖଳିତ, ସୁସ୍ଥ, ଫିଟ୍ ଏବଂ ଏକ ସାମଗ୍ରିକ ଜୀବନଶୈଳୀର ବିକଳ୍ପ ପ୍ରଦାନ କରିବାକୁ ଚାହୁଛୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ ଏବଂ ଆମେ ସେମାନଙ୍କୁ ଶିକ୍ଷାର ଅଧିକାର ଏବଂ କ୍ରୀଡ଼ାର ଅଧିକାର ଦେବା ଆବଶ୍ୟକ।’’

ଏହି ଅବସରରେ ଆର୍ଏଫ୍‌ୱାଇସିର ଛାତ୍ରଛାତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ପରିଚାଳିତ ସ୍କୁଲ ଏବଂ ଏନ୍‌ଜିଓ ସହଯୋଗୀଙ୍କ ୧୦୦ରୁ ଅଧିକ ପିଲା ଏକାଠି ହୋଇ ଖେଳରେ ଭାଗ ନେଇଥିଲେ। ଖୋ-ଖୋ, ଗଲି କ୍ରିକେଟ୍ ଓ ମାଲଖମ୍ବରେ ସେମାନେ ଉଭୟ ଆଧୁନିକ ଓ ପାରମ୍ପରିକ ଭାରତୀୟ କ୍ରୀଡ଼ାରେ ଅଲମ୍ବିକ୍ ମୂଲ୍ୟବୋଧକୁ ପ୍ରଦର୍ଶିତ କରିଥିଲେ।

ଓଭିଇପି ହେଉଛି ଅଲମ୍ପିକ୍ ମ୍ୟୁଜିୟମ୍‌ର ଏକ ଅଭିଯାନ ଯାହାର ଲକ୍ଷ୍ୟ ହେଉଛି ଶାରିରୀକ କାର୍ଯ୍ୟକଳାପ ଜରିଆରେ ସାରା ବିଶ୍ୱରେ ଉତ୍ତମ ସ୍ୱାସ୍ଥ୍ୟ, ସାମାଜିକ ଲାଭ ଓ କ୍ରୀଡ଼ାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା। ୨୦୨୨ରେ ଭାରତରେ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ସହଯୋଗରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହୋଇଥିଲା। ଓଭିଇସି ହେଉଛି ଆଇଓସିର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ଯାହାକୁ ଭାରତରେ କାର୍ଯ୍ୟକାରି କରାଯାଇଛି। କାର୍ଯ୍ୟକାରି ହେବାର ଛଅ ମାସ ମଧ୍ୟରେ ଓଡ଼ିଶାର ସ୍କୁଲ ଗୁଡିକରେ ବିଶେଷ କରି ଛାତ୍ରୀମାନଙ୍କ କ୍ରୀଡ଼ାରେ ଉପସ୍ଥାନ ଓ ଅଂଶଗ୍ରହଣ ବୃଦ୍ଧି ପାଇଛି। ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ବର୍ଷରେ ଚାଲିଥିବା ବେଳେ ୭୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୩୫୦ରୁ ଅଧିକ ସ୍କୁଲର ୨,୫୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି ଏବଂ ଆସାମକୁ ସମ୍ପ୍ରସାରଣ କରାଯାଇଛି। ପୂର୍ଣ୍ଣ ଭାବେ ଲାଗୁ ହେବା ପରେ ଓଭିଇପିରେ ଦେଶର ୨୯ କୋଟି ପିଲା ସାମିଲ ହେବେ ବୋଲି ଆଶା କରାଯାଉଛି।

ଆଇଓସି ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ତିନିଟି ବିଷୟ ଉପରେ ଗୁରୁତ୍ୱାରୋପ କରିବେ। ତାହା ହେଉଛି ଅଲମ୍ପିକ୍ ଓ ଅଲମ୍ପିକ୍ ମୂଲ୍ୟବୋଧର ପ୍ରସାର କରିବା ଏବଂ ବ୍ୟବହାରରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଚୟନ ହୋଇଥିବା ସ୍କୁଲ୍‌ରେ ଗ୍ରେଡ୍ ଭିତ୍ତିକ କାର୍ଯ୍ୟକଳାପ; କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ଓ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ଯେଉଁଥିରେ ଶାରିରୀକ କାର୍ଯ୍ୟକଳାପର ପ୍ରସାର କରାଯିବ ଓ ଅଲିମ୍ପିକ୍ ମୂଲ୍ୟବୋଧ ବିଷୟରେ ଆଲୋଚନା କରାଯିବ। ଏହା ବ୍ୟତୀତ କ୍ରୀଡ଼ା ଓ ଶିକ୍ଷା କାର୍ଯ୍ୟକ୍ରମଗୁଡିକରେ ଭାବ ବିନିମୟ ଗେମ୍‌, କୁଇଜ୍ ଓ କର୍ମଶାଳା ଜରିଆରେ ଅଲମ୍ପିକ ମୂଲ୍ୟବୋଧକୁ ନେଇ ଅଧିକ ସଚେତନତା ସୃଷ୍ଟି କରାଯିବ।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଏମ ଅମ୍ବାନିଙ୍କୁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଯୁଗାନ୍ତକାରୀ ଅନୁଷ୍ଠାନ ସୃଷ୍ଟି ଜରିଆରେ ନିତାଙ୍କ ବ୍ୟାପକ ଅବଦାନର ସ୍ୱୀକୃତି ସ୍ୱରୂପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ସମ୍ମାନ ଗ୍ରହଣ କରିବା ଅବସରରେ ନିତା ଅମ୍ବାନି କହିଛନ୍ତି “ଏହି ସମ୍ମାନ କୁ ମୁଁ ଅତ୍ୟନ୍ତ ବିନମ୍ରତାର ସହ ଏବଂ ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗ୍ରହଣ କରୁଛି। ଜଣେ ରୋଟାରିଆନ ଭାବରେ ଏହା ମୋର ୨୫ତମ ବର୍ଷ ଏବଂ ଏହି ଯାତ୍ରାକୁ ମୁଁ ଆପଣମାନଙ୍କ ସାଙ୍ଗରେ ବେଶ ଉପଭୋଗ କରିଛି। ଧିରୁଭାଇ ଅମ୍ବାନି ୧୯୬୯ ମସିହାରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନି ପରିବାରର ରୋଟାରି ସହିତ ସମ୍ପର୍କ ଆରମ୍ଭ ହୋଇଥିଲା। ରିଲାଏନ୍ସ ଦ୍ୱାରା ମୁମ୍ବାଇରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହିତ ଦୃଢ ଭାବରେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ। “

Categories
ଆଜିର ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ଲୁଣା ଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଦିବସରେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆନ୍ତର୍ଜାତିକ ଲୁଣା ଜଙ୍ଗଲ (ହେନ୍ତାଳ) ପରିବ୍ୟବସ୍ଥା ସଂରକ୍ଷଣ ଦିବସରେ ରିଲାଏନ୍ସ ଫାଉଣ୍ଡେସନ୍ ଲୁଣାଜଙ୍ଗଲ / ହେନ୍ତାଳ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ବିଶାରଦମାନଙ୍କୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିଥିଲା । ଏହି ଅଧିବେଶନରେ ଓଡ଼ିଶାର ବାଲେଶ୍ୱର, ଗଞ୍ଜାମ, ଜଗତସିଂହପୁର ଆଦି ବିପର୍ଯ୍ୟୟ ପ୍ରବଣ ଉପକୂଳ ଜିଲ୍ଲାଗୁଡିକର ପଞ୍ଚାୟତିରାଜ ସଦସ୍ୟ, ଗ୍ରାମ୍ୟ ବନ ସୁରକ୍ଷା କମିଟି ସଦସ୍ୟ, ଯୁବ ସ୍ୱେଚ୍ଛାସେବୀ, ଛାତ୍ର ଛାତ୍ରୀ, ପରିବେଶ ସଂରକ୍ଷଣ କମୀ ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକର ସଦସ୍ୟ ଆଦି ବିବିଧ ପୃଷ୍ଠଭୂମିରୁ ଆସିଥିବା ୮୦ରୁ ଅଧିକ ଅଂଶଗ୍ରହଣକାରୀ ସଂଯୁକ୍ତ ହୋଇଥିଲେ ।

ଲୁଣା ଜଙ୍ଗଲ ବା ହେନ୍ତାଳ ବଣର ଗୁରୁତ୍ୱ ଏବଂ ଏହାର ଲାଭ ଉପରେ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ କନିକା ବନାଞ୍ଚଳର ରେଞ୍ଜ୍ ଅଧିକାରୀ ମାନସ ଚନ୍ଦ୍ର ଦାସ, , କହିଥିଲେ ଯେ, ଲୁଣା ଜଙ୍ଗଲ ପରିବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ବ୍ୟବସ୍ଥା ଯାହା ଉପକୂଳ ଜନସାଧାରଣଙ୍କୁ କେବଳ ଜୀବିକା ସୁରକ୍ଷା ପ୍ରଦାନ କରୁନାହିଁ, ତାହାସହିତ ତଟରେଖାରେ ପାରିବେଶିକ ସୁରକ୍ଷା ମଧ୍ୟ ଦେଉଛି । ପ୍ରାକୃତିକ ବିପର୍ଯ୍ୟୟ ଏବଂ ଉପକୂଳ ଅବକ୍ଷୟ ବିରୋଧରେ ଲୁଣା ଜଙ୍ଗଲ କିଭଳି ଅତ୍ୟାବଶ୍ୟକ ସୁରକ୍ଷା ଉତ୍ସ ହୋଇଛି ତାହା ସେ ବ୍ୟାଖ୍ୟା କରିଥିଲେ, କାରଣ ସେଗୁଡିକ ପବନ, ଝଡବାତ୍ୟା ଏବଂ ସୁନାମି ଆଦି କ୍ଷେତ୍ରରେ ଏକ ପ୍ରତିବନ୍ଧକ ଭାବରେ ଛିଡା ହୋଇଛି । ଲୁଣା ଜଙ୍ଗଲ ବିଭିନ୍ନ ପ୍ରଜାତିର ମାଛ, ପକ୍ଷୀ ଏବଂ କ୍ଷୁଦ୍ର ପ୍ରାଣୀଙ୍କୁ ବାସସ୍ଥଳୀ ଯୋଗାଇଦେଉଛି ଏବଂ ତାହାସହିତ ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଜନସମୁଦାୟଙ୍କର ଖାଦ୍ୟ ଓ ଜୀବିକା ଉପାର୍ଜନର ଉତ୍ସ ହୋଇଛି ।

ବିପର୍ଯ୍ୟୟ ହ୍ରାସ ସାଧନ ଭାବରେ ଲୁଣା ଜଙ୍ଗଲ ଏକ ସୁରକ୍ଷା ପ୍ରଦାନକାରୀ ଭୂମିକା ନିର୍ବାହ କରୁଥିବା ବିଷୟକୁ ପରିବ୍ୟାପ୍ତ ଭାବରେ ସ୍ୱୀକୃତି ମିଳୁଛି ବୋଲି ଗୁରୁତ୍ୱ ଦେଇ ରାଜନଗର ଜଙ୍ଗଲ ଡିଭିଜନ (ବନ୍ୟପ୍ରାଣୀ) ର ଲୁଣା ଜଙ୍ଗଲ ଗବେଷକ ପ୍ରସନ୍ନ କୁମାର ନାୟକ ଏହାର ବିଭିନ୍ନ ଲାଭ ଗୁଡିକ ନେଇ ଅଂଶଗ୍ରହଣକାରୀଙ୍କୁ ଅବଗତ କରିଥିଲେ । ସେ କହିଥିଲେ ଯେ, ଲୁଣା ଜଙ୍ଗଲଗୁଡିକ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପାରିବେଶିକ କାର୍ଯ୍ୟ ସାଧିତ ହେଉଛି, ଯଥା: ଜଳ ବିଶୋଧନ, ଉପକୂଳ ଅବକ୍ଷୟ ରୋକିବା, ଝଡବାତ୍ୟା ଓ ବନ୍ୟା ପ୍ରଭାବରୁ ଉପକୂଳ ସୁରକ୍ଷା, ଅଙ୍ଗାରକାମ୍ଳ ଗଚ୍ଛିତ ରଖିବା, ସମୁଦ୍ରର ଅମ୍ଳୀୟତାକୁ ରୋକିବା, ଖାଦ୍ୟ, କାଷ୍ଠ ଏବଂ ଜୀବିକା ଯୋଗାଣ ବ୍ୟବସ୍ଥା ଏବଂ ଜୈବ ବିବିଧତାର ସୁରକ୍ଷା । ଲୁଣା ଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଏବଂ ସଫଳ ପରିଚାଳନା ଉପାୟ ସମ୍ପର୍କରେ ମଧ୍ୟ ସେ ବୁଝାଇଥିଲେ ।

ପରିବେଶ ସୁରକ୍ଷା କର୍ମୀ ଏବଂ ଜାତିସଂଘର ଭାରତ ୟୁବା ସପକ୍ଷବାଦୀ (୨୦୨୨-୨୪) ସୌମ୍ୟ ରଞ୍ଜନ ବିଶ୍ୱାଳ ଲୁଣା ଜଙ୍ଗଲ ସଂରକ୍ଷଣ ଏବଂ ଜଳବାୟୁ ସହନଶୀଳତା କ୍ଷେତ୍ରରେ ଯୁବବର୍ଗଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଲୁଣା ଜଙ୍ଗଲ ସଂରକ୍ଷଣ ଏବଂ ପୁନଃସୃଷ୍ଟି ଦିଗରେ ରିଲାଏନ୍ସ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରି ସେ କହିଥିଲେ ଯେ ଏଭଳି ପ୍ରୟାସଗୁଡିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଖରାସାହପୁର ସରପଞ୍ଚ କୈଳାଶ ଚନ୍ଦ୍ର ରାଉତ ଏଭଳି ଉଦ୍ୟମକୁ ପ୍ରଶଂସା କରିବାସହିତ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ବିପର୍ଯ୍ୟୟ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ଏହା ଉପକୂଳ ଭୂମିର ଉଚ୍ଚତା ବୃଦ୍ଧି ସାଙ୍ଗକୁ ଉର୍ବରକତା ଉନ୍ନତ କରୁଥିବା କହିଥିଲେ । ସେହିଭଳି ଉପରଗଡ଼ିଆର ଗ୍ରାମ ସଂଯୋଜକ ଭରତ ଚନ୍ଦ୍ର ରାଉତ ଏହିଭଳି କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ସାମିଲ କରାଯିବା ଉଦ୍ୟମକୁ ସ୍ୱାଗତ କରିଥିଲେ ଏବଂ ନିଜ ଅଂଚଳରେ ହେନ୍ତାଳ ସଂରକ୍ଷଣ ଓ ରୋପଣ ପରେ ଉଭୟ ଜନଜୀବନ ଓ ଫସଲ ଅଧିକ ସୁରକ୍ଷିତ ହୋଇଥିବା ପ୍ରକାଶ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ଆପଦ ହ୍ରାସ ନିମନ୍ତେ ପ୍ରକୃତି ଭିତ୍ତିକ ସମାଧାନ (ଏନ୍‌ବିଏସ୍‌) କୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅଗ୍ରଣୀ ରହିଥିବା ରିଲାଏନ୍ସ ଫାଉଣ୍ଡେସନ ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବିହିତ ପୂର୍ବରୁ ଏକ ୧୫ ଦିନିଆ ଅଭିଯାନ ହାତକୁ ନେଇଥିଲା । ଉକ୍ତ ଅଭିଯାନର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଏବଂ ଗଞ୍ଜାମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ପଂଚାୟତ (ପିଆଅର୍ାଇ) ସଦସ୍ୟଙ୍କ ସମେତ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟିର ସଦସ୍ୟବୃନ୍ଦ ଏବଂ ଏସଏଚ୍‌ଜି ନେତୃବୃନ୍ଦଙ୍କ ମଧ୍ୟରେ ଲୁଣା ଜଙ୍ଗଲ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କର୍ମଶାଳାମାନ ଆୟୋଜନ କରିଥିଲା । ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ଓଡ଼ିଶାର ଏହି ଚାରିଟି ବିପର‌୍ୟ୍ୟୟ ପ୍ରବଣ ଜିଲ୍ଲାର ପାଞ୍ଚଟି ଅତ୍ୟନ୍ତ ଆପଦପ୍ରବଣ ଗ୍ରାମରେ ଲୁଣା ଜଙ୍ଗଲ ଚାରା (ନିର୍ଦ୍ଦିଷ୍ଟ ଭାବରେ ରାଇଜୋଫୋରା, କାଣ୍ଡେଲିଆକ୍ୟାଣ୍ଡେଲ ଏବଂ ବ୍ରୁଗେରାଜିମ୍‌ନୋରିଜା ପ୍ରଜାତି) ରୋପଣରେ ସହାୟତା କରିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି।

ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଜରିଆରେ ପିତାମାତା ଓ ପିଲାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମାନସିକ ସ୍ଥିତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସ୍ନେହ ସୃଜନର ତିିନିଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ପାଠପଢ଼ିବା ଲାଗି ବିଦ୍ୟାଳୟକୁ ଆସୁଥିବା ଓ ଶ୍ରେଣୀରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟକୁ ପାଂଚଟି ଲେଖାଯିବା ବୋର୍ଡ ପ୍ରଦାନ କରାଯାଇଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିବାରେ ସହାୟକ ହୋଇପାରିଛି।

ଜୀବନଜୀବିକା କ୍ଷତି ସହିତ ଖାଦ୍ୟାଭାବ ସମସ୍ୟା ଦେଖାଦେଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଭାବିତ ପରିବାରଗୁଡ଼ିକୁ ଛଅ ମାସ ପାଇଁ ଶୁଖିଲା ରାସନ ଯୋଗାଇବା ଆରମ୍ଭ କରାଯାଇଛି। ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଜରିଆରେ ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ପରିବାରଗୁଡିକୁ ଶୁଖିଲା ରାସନ ରିଲିଫ୍ ପ୍ରଦାନ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଜୀବନ ସହୟତାର ଏକ ଅଂଶ ସ୍ୱରୂପ ଗୁରୁତର ଆହତ ଓ ସ୍ଥାୟୀ ଭାବେ ଭିନ୍ନକ୍ଷମଙ୍କୁ ହ୍ୱିର୍ଲଚେୟାର ଭଳି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କରିଥିବା ଘୋଷଣା ଅନୁସାରେ ଫାଉଣ୍ଡେସନର ଟିମ୍ ଏହାର ଆବଶ୍ୟକତାକୁ ଚିହ୍ନଟ କରି ଭଦ୍ରକ ବରପଦା ଗ୍ରାମର ଜଣେ ପ୍ରଭାବିତ ବ୍ୟକ୍ତିଙ୍କୁ ହ୍ୱିର୍ଲଚେୟାର ପ୍ରଦାନ କରିଛି। ବ୍ୟକ୍ତି ଜଣକ ଶଯ୍ୟାଶାୟୀ ଥିଲେ ଏବଂ ଘର ଭିତରେ ସାମାନ୍ୟତମ ଚଳପ୍ରଚଳ କାରିବା ପାଇଁ ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳ ରହି ସଂଘର୍ଷ କରୁଥିଲେ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଏହି ସହାୟତା ବେଶ ଗୁରୁତ୍ୱପୂଣ୍ଣ ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି

ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି ୟାରାଜି ୧୦୦ ମିଟର ହର୍ଡଲସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ କ୍ରୀଡ଼ାବିତ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲ ପ୍ରତିଯୋଗିତାରେ ଜ୍ୟୋତି ୧୩.୦୯ ସେକେଣ୍ଡ ସମୟରେ ଦୌଡ଼ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ଲାଭ କରିଥିବା ଜ୍ୟୋତିଙ୍କୁ ଏହି ସଫଳତା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଅଭିନନ୍ଦନ ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଜ୍ୟୋତିଙ୍କ ଏହି ସଫଳତା ଦେଶକୁ ଗୌରବାନ୍ୱିତ କରିବା ସହ ସମସ୍ତ ଯୁବ କ୍ରୀଡ଼ାବିତ, ବିଶେଷ କରି କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ହାସଲର ସ୍ୱପ୍ନ ଦେଖୁଥିବା ବାଳିକା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ଜ୍ୟୋତିଙ୍କ ସଫଳତା ରିଲାଏନ୍ସ ଫାଉଣ୍ଡେସନ ପାଇଁ ଗର୍ବର ବିଷୟ ଭାବେ ବର୍ଣ୍ଣନା କରିବା ସହିତ ଯୁବପିଢ଼ିକୁ କ୍ରୀଡା ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ ମନରେ କ୍ରୀଡା ପାଇଁ ରହିଥିବା ଆଗ୍ରହକୁ ଆଗକୁ ବଢାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଶୃତିବଦ୍ଧତାକୁ ଦୋହରାଇଛନ୍ତି ନୀତା ଅମ୍ବାନି। ଏଥି ସହିତ ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ସମସ୍ତ ଭାରତୀୟ କ୍ରୀଡ଼ାବିତ ଓ ରିଲାଏନ୍ସ ଫାଉଣ୍ଡେସନ କ୍ରୀଡ଼ାବିତ ମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି।

ଫାଇନାଲରେ ଶୀର୍ଷ ପ୍ରଦର୍ଶନ ପରେ ଜ୍ୟୋତି ୟାରାଜି ବିଶ୍ୱ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ନିକଟରେ ସମସ୍ତ ପ୍ରତିଯୋଗିତାରେ କ୍ରମାଗତ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିପାରିଥିବାରୁ ଖୁସି ଜାହିର କରିଛନ୍ତି। ଜାପାନର ପ୍ରତିଯୋଗୀମାନଙ୍କ ଠାରୁ ସେ ପ୍ରତିଦ୍ୱନ୍ଦିତା ଆଶା କରିଥିଲେ ମଧ୍ୟ ମେଡାଲ ବିଷୟରେ ଅଧିକ ଭାବନା ଛାଡି ନିଜ ଟାଇମିଂକୁ ଉନ୍ନତ କରିବା ଦିଗରେ ସେ ଧ୍ୟାନ କେନ୍ଦ୍ରିତ କରିଥିବା କହିଛନ୍ତି। ସେ କ୍ରମାଗତ ଭାବେ ୧୩ ସେକେଣ୍ଡ ସମୟ ହାସଲ କରିଥିବାରୁ ଆଗକୁ ନିଜର ଲକ୍ଷ୍ୟ ମୁତାବକ ୧୨.୯, ୧୨.୮ ଏବଂ ୧୨.୭ ସେକେଣ୍ଡ ସମୟରେ ପହଞ୍ଚିବା ନେଇ ସେ ଦୃଢ ଆଶାବାଦୀ ଥିବା ଜ୍ୟୋତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ ଯୋଗୁଁ ବୃଦ୍ଧି ହେଲା ବାହାନଗା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ

ଭୁବନେଶ୍ୱର: ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁଣି ସ୍କୁଲ ଫେରାଇ ଆଣିବା ଲାଗି ଉଦ୍ୟମକୁ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହଯୋଗରେ ଜୁଲାଇ ମାସରେ ଦୁଇଟି ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଛି। ଦିବସବ୍ୟାପୀ ଏହି ଦୁଇ ଅଧିବେଶନ ଜୁଲାଇ ୧ ଓ ୮ ତାରିଖରେ ଆୟୋଜନ କରାଯାଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜୁନ୍ ୧୯-୨୦ରେ ନିକଟବର୍ତୀ ଛଅଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ କାର୍ଯ୍ୟକ୍ରମର ତିନିଟି ପର୍ଯ୍ୟାୟ ଚାପ ହ୍ରାସରେ ସହାୟକ ହୋଇଥିଲା ଓ ଏହାର ପ୍ରଭାବରେ ସ୍କୁଲକୁ ଆସୁଥିବା ଓ ଶ୍ରେଣୀରେ ଉପସ୍ଥିତ ରହୁଥିବା ଛାତ୍ରଛାତ୍ରୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ସାରା ଦେଶକୁ ମର୍ମାହତ କରିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ବାହାନଗା ହାଇ ସ୍କୁଲ ଆଖପାଖ ଗ୍ରାମଗୁଡ଼ିକର ପିଲାମାନଙ୍କୁ ମାନସିକ ସ୍ତରରେ ଗଭୀର ଭାବେ ପ୍ରଭାବିତ କରିଥିଲା। ଭୟଭୀତ ହୋଇପଡ଼ିଥିବା ଏବଂ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବା ପିଲାମାନଙ୍କ ଚାପ ହ୍ରାସ କରିବା ପାଇଁ ଜୁନ୍ ୧୯-୨୦ରେ ନିକଟବର୍ତୀ ଛଅଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପିଲାମାନଙ୍କ ଶିକ୍ଷାରେ ପ୍ରତିବନ୍ଧକ ସାଜିଥିବା ସାମାଜିକ ବାଧା ଦୂର କରିବାରେ ସହାୟକ ହୋଇଥିଲା। ଏଥିରେ ପିଲାମାନଙ୍କୁ ସ୍କୁଲକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ଚାପ ସ୍ଥିତି, ବିଭ୍ରାନ୍ତି ମୁକାବିଲା, ଭ୍ରାନ୍ତ ଓ ଭୁଲଧାରଣାକୁ ଏଡ଼ାଇବା, ଭୟ ଉପରେ ବିଜୟ ହାସଲ କରିବା ଏବଂ ଚାପ ସମୟରେ ଅଭିଭାବକ କିଭଳି ଯତ୍ନ ନେବା ଦରକାର ସେବିଷୟରେ ପିଲା ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜୁଲାଇ ୧ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ମୋ ସ୍କୁଲ ଓଡ଼ିଶା ସହଯୋଗରେ ବାହାନଗା ହାଇ ସ୍କୁଲ ପରିସରରେ ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଥିଲା। ମୋ ସ୍କୁଲ ଓଡ଼ିଶାର ଅଧିକାରୀମାନେ ଯୋଗଦେଇ ଛାତ୍ରଛାତୀମାନଙ୍କୁ ପାଠପଢ଼ାରେ ଯୋଗ ଦେବା ଏବଂ ଉଭୟ ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିବା ସହ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ, ଯାହା ଫଳରେ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସହକାରୀ ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମ ଅଧିକାରୀ ଅବିନାଶ ଶତପଥୀ, ମୋ ଓଡ଼ିଶାର ଜୋନାଲ ପ୍ରକଳ୍ପ ନିରୀକ୍ଷଣ ଅଧିକାରୀ ସରୋଜ କୁମ୍ଭାର, ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର, ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର ସମ୍ପାଦକ ରତିକାନ୍ତ ନାୟକ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ମଧୁମିତା ଦାସ, ଶିଶୁ ସୁରକ୍ଷା ତଥା ସ୍କୁଲ ସୁରକ୍ଷା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ, ଏଫ୍‌ଏମ୍ ମେଡିକାଲ୍ କଲେଜର ଏମ୍‌ବିବିଏସ୍ ଇଂଟର୍ଣ୍ଣ ଡକ୍ଟର ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସେହିପରି, ଜୁଲାଇ ୮ରେ ରିଲାଏନ୍ସ ଫାଉଣ୍ଡେସନ ଓ ବାଲେଶ୍ୱର ଜିଲ୍ଲ ପ୍ରଶାସନ ସହଯୋଗରେ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିିଥିଲେ। ସ୍କୁଲ ଭିତରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କାଗଜ କଳାକୃତି ପ୍ରସ୍ତୁତି, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କାହାଣୀ ବର୍ଣ୍ଣନା, ଗୀତ ଗାଇବା, ଚାପ ଦୂର କରିବା ଲାଗି ବେଲୁନ ଫୁଙ୍କିବା, ଦଉଡ଼ି କାର୍ଯ୍ୟକଳାପ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ସ୍କୁଲ ପ୍ରତି ରହିଥିବା ଭଲ ପାଇବାକୁ ଫେରାଇଆଣିବା ଲାଗି ଉଦ୍ୟମ କରାଯାଇଥିଲା। ଏହି ଭାବ ବିନିମୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ମନସ୍ତାତ୍ତ୍ୱିକ ଚାପକୁ ହ୍ରାସ କରିବା।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରେଳ ଦୁର୍ଘଟଣାରେ ପୀଡ଼ିତଙ୍କୁ ଶୁଖିଲା ରାସନ ରିଲିଫ୍ ବଂଟନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ଶୁଖିଲା ରାସନ ବଂଟନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରୁ ଆରମ୍ଭ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ରିଲିଫ୍ ଯୋଜନାର ଏକ ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପୀଡ଼ିତଙ୍କ ପରିବାରକୁ ଛଅ ମାସର ଶୁଖିଲା ରାସନ ସମେତ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପାଇଁ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଫାଉଣ୍ଡେସନ ପୂର୍ବରୁ ଘୋଷଣା କରିଥିଲା।

ଆଜି ଭଦ୍ରକ ସହରରେ ଭଦ୍ରକ ଜିଲ୍ଲାର ପୀଡ଼ିତମାନଙ୍କ ପରିବାର ସଦସ୍ୟ ରିଲାଏନ୍ସ ଫାଉଣ୍ଡେସନଠାରୁ ଶୁଖିଲା ରାସନ ସାମଗ୍ରୀ ଗ୍ରହଣ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ସେକ୍ସନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ କୁମାର ସେନାପତି ଓ ଏସ୍‌ଇଏଡିଏର ସହାୟକ ସଚିବ ଅଞ୍ଜନ କୁମାର ଚାନ୍ଦଙ୍କ ସମେତ ରିଲାଏନ୍ସ ଫାଉଣ୍ଡେସନ ବିପର୍ଯ୍ୟୟ ପରିଚାଳନା ଟିମ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ରହିଥିବା ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଛଅ ମାସର ଶୁଖିଲା ରାସନ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯିବ।

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ରହିଥିବା ଏହି ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ ପରିବାରଗୁଡ଼ିକ ଚିହ୍ନଟ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କର୍ତୃପକ୍ଷ ଓ ସରକାରୀ ଏଜେନ୍ସିମାନଙ୍କ ସହ ମିଶି କାର୍ଯ୍ୟ କରୁଛି। ଏହା ପରେ ଘରକୁ ଘର ଯାଇ ପ୍ରତ୍ୟେକଙ୍କର ବ୍ୟକ୍ତିବିଶେଷ ଆବଶ୍ୟକତାର ଅନୁଶୀଳନ କରାଯାଉଛି। ପୂର୍ବରୁ ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣାରେ ତେଲ ପ୍ରଦାନ କରଯାଇଛି। ଏଥି ସହିତ, ପିଲାମାନଙ୍କୁ ସ୍କୁଲ ଯିବାକୁ ପ୍ରସ୍ତୁତ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟର ସହଯୋଗରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ ଏକ ତିନିଦିନିଆ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ପିଲା ଓ ଅଭିଭାବକମାନେ ସାମ୍ନା କରିଥିବା ମନସ୍ତାତ୍ୱିକ ଆହ୍ୱାନର ମୁକାବିଲା କରିବା।

ବାଲେଶ୍ୱରର ବାହାନଗାରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ, ଆହତ ବ୍ୟକ୍ତିି ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ତୁରନ୍ତ ସହାୟତା ଦରକାର ହୋଇଥିଲା।

ଦୁର୍ଘଟଣା ସ୍ଥଳରେ ଶୀଘ୍ର ପହଂଚି ଓ ପ୍ରଭାବିତ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନର ଉଦ୍ଧାରକାରୀ ଦଳ ପକ୍ଷରୁ କ୍ଷେତ୍ରରେ ନିୟୋଜିତ ପୋଲିସ ବଳ ଓ ସ୍ୱେଚ୍ଛାସେବୀମାନଙ୍କୁ ଫେସ୍ ମାସ୍କ, ସର୍ଜିକାଲ୍ ଗ୍ଲୋଭ୍‌ସ, ବେଡ୍‌ସିଟ୍‌, ଔଷଧ, ପାନୀୟ ଜଳ ଏବଂ ଖାଦ୍ୟ ଉପଲବ୍ଧ କରାଯାଇଥିଲା। ଦୁର୍ଘଟଣା ପୀଡ଼ିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୧୦-ସୂତ୍ରୀ ରିଲିଫ୍ ଯୋଜନା ଘୋଷଣା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଦୁର୍ଘଟଣା ସ୍ଥଳ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ‘ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା। ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ ପ୍ରଭାବିତ ତଥା ଉଦ୍ଧାରକାରୀ ଦଳଗୁଡିକର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ତତ୍‍କ୍ଷଣାତ ଫେସ୍‍ ମାସ୍କ, ସର୍ଜିକାଲ ଗ୍ଲୋଭ୍‍ସ୍‍, ବେଡସିଟ୍‍, ଔଷଧ, ପାନୀୟ ଜଳ ଓ ଖାଦ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦୁର୍ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ଦୁର୍ଘଟଣାରେ ପ୍ରଭାବିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍‍ ସ୍ୱଳ୍ପ ଓ ଦୀର୍ଘାବଧି ସୂତ୍ରରେ ୧୦ ସୂତ୍ରୀ ରିଲିଫ ଯୋଜନା ଘୋଷଣା କରିଥିଲା।

ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରୀକାଳୀନ ଉଦ୍ଧାର ଆଦି ସହିତ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ ନେଇ ଛାତ୍ର ଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସ୍ପଷ୍ଟ ଆଶଙ୍କା ଏବଂ ଭୟ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅବଗତ ଥିବା କେତେକ ଜନସାଧାରଣ ବିଦ୍ୟାଳୟକୁ ସେମାନଙ୍କ ପିଲାମାନଙ୍କୁ ପଠାଇବାକୁ କୁଣ୍ଠା ପ୍ରକାଶ କରିଥିଲେ।

ଏହି ପୃଷ୍ଠଭୂମିରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଏକ ତିନିଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ, ପିତାମାତା ଏବଂ ବିଦ୍ୟାଳୟର ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ଆୟୋଜନ କରାଯାଇଥିଲା। ଭୟାବହ ଦୁର୍ଘଟଣା ପରେ ପିଲାମାନେ ଓ ସେମାନଙ୍କ ପିତା ମାତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଆବଶ୍ୟକତାକୁ ଉପଲବ୍ଧି କରି ରିଲାଏନ୍ସ ଫାଉଣ୍ଡେସନ ଛାତ୍ର ଛାତ୍ରୀ, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ବାହାନଗା ବ୍ଳକ୍‍ର ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ପାଇଁ ‘ସ୍ନେହ ସୃଜନ’ ନାମରେ ଏକ ନିୟୋଜନକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବାହାନଗା ବ୍ଳକ୍‍ର ଅସିମିଲ୍ଲା, ବାହାନଗା, ଇଛାପୁର, କମାରିପୁର, ପଥରପେଣ୍ଠ ଏବଂ ସତୀ ଆଦି ଛଅଟି ଗ୍ରାମରେ ସ୍ନେହ ସୃଜନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ଚଳିତ ବର୍ଷ ଜୁନ୍‍ ୧୮ରୁ ୨୦ ତାରିଖ ମଧ୍ୟରେ ୧୮୨ ଛାତ୍ର ଛାତ୍ରୀ, ୭୨ ଜଣ ପିତା ମାତା, ପୂର୍ବତନ ଛାତ୍ର ଛାତ୍ରୀ, ଏସ୍‍ଏମସି ସଦସ୍ୟ ଏବଂ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ସ୍ୱାଭାବିକ ଢଙ୍ଗରେ ସ୍କୁଲରେ ପାଠପଢା ପୁଣି ଆରମ୍ଭ କରିବା ନିମନ୍ତେ ପିତାମାତା, ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସମସ୍ତ ସହଭାଗୀ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ।

ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମାନସିକ ଦୁସ୍ଥିତି ଦୂର କରିବା ପାଇଁ ଏହି ଅଭିଯାନ ସମୟରେ ଆର୍ଟ ଥେରାପିକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା। ପିଲାମାନଙ୍କୁ ନିୟୋଜିତ କରି ରଖିବାକୁ ଚକଟା ମାଟିରୁ ମଡେଲ ପ୍ରସ୍ତୁତି, ଚିତ୍ରାଙ୍କନ, କଳା ଓ କାରିଗରୀ, ବେଲୁନ ଖେଳ, ଗୀତ, ନୃତ୍ୟ ଆଦି ବିବିଧ କାର୍ଯ୍ୟକଳାପର ବ୍ୟବହାର କରାଯାଇଥିଲା। ମୋଟର କୁଶଳତାରେ ଉନ୍ନତି ଆଣିବା, ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଅଣଦେଖା କରିବା, ମନରୁ ଭୟ ଦୂର କରିବା ଏବଂ ମାନସିକ ଚାପ ସମୟରେ ପିତା ମାତାଙ୍କ ପକ୍ଷରୁ ଯତ୍ନ ନିଆଯିବା ସକାଶେ ଏହି ସମସ୍ତ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।

ପରିଶେଷରେ ଏହି ଅଭିଯାନ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିପାରିଥିଲା। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧୁମିତା ଦାସ ଏବଂ ଶିଶୁ ସୁରକ୍ଷା, ଶିକ୍ଷା ଓ ବିଦ୍ୟାଳୟ ନିରାପତ୍ତା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ସାଧନ ବ୍ୟକ୍ତି ଭାବରେ କାର୍ଯ୍ୟ କରିଥିଲେ।

ବାହାନଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ୱାଇଁ, ବିଜ୍ଞାନ ସ୍ନାତକ ତଥା ଶିକ୍ଷକ ପଦ୍ମଲୋଚନ ମଲିକ, ବାହାନଗା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଖଗପତି ଜେନା ଏବଂ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଆଶିଷ କୁମାର ସାହୁ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପର ଗୁରୁତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ପ୍ରେରଣା ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତଙ୍କ ଏସିଆନ୍ ଗେମ୍‌ସ ପାଇଁ ଯାଗ୍ୟତା ହାସଲ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ୬୨ତମ ଆନ୍ତଃ ରାଜ୍ୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରି ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ ୨୦ଟି ମେଡାଲ୍ ହାସଲ କରି ଅଭିଯାନ ଶେଷ କରିଛନ୍ତି। ଦୃଢ଼ ପ୍ରଦର୍ଶନ କରି ରିଲାଏନ୍ସ ଫାଉଣ୍ଡେସନର ସାତ ଜଣ କ୍ରୀଡ଼ାବିତ୍ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ପାଂଚ ଜଣ କ୍ରୀଡ଼ାବିତ୍ ଏହି ଚମ୍ପିଆନ୍‌ସିପ୍‌ରେ ପୂର୍ବରୁ ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ-ପରଫରମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ ଓଡ଼ିଶାର ପୁରୁଷ ଓ ମହିଳାଙ୍କ ରିଲେ ଟିମ୍‌ର ଉଦ୍ୟମ ଓ ପ୍ରଦର୍ଶନକୁ ଚମ୍ପିଆନ୍‌ସିପ୍‌ର ପ୍ରମୁଖ ଆକର୍ଷଣ ଥିଲା ବୋଲି କହିଛନ୍ତି। ସେହି ଟିମ୍‌ରେ ରିଲାଏନ୍ସ ଫାଉଣ୍ଡେସନର ତିନି ଜଣ କ୍ରୀଡ଼ାବିତ୍ ରହିଥିଲେ। ମାର୍ଟିନ୍ ଓୱେନ କହିଛନ୍ତି ଯେ, “ଜ୍ୟୋତି ୧୦୦ ମିଟର ଦୌଡ଼କୁ ସହଜରେ ଜିତିବା ସହ ଏହି ଟୁର୍ଣ୍ଣାମେଂଟ୍‌ର ବହୁତ ଭଲ ଶୁଭାରମ୍ଭ ହୋଇଥିଲା, କିନ୍ତୁ ଏକ ସେକେଣ୍ଡର ୪୦୦ତମ ଅଂଶ ପାଇଁ ସେ ଏସିଆନ୍ ଗେମ୍‌ସ ଯୋଗ୍ୟତା ହାସଲରୁ ବଂଚିତ ହୋଇଥିଲେ। ତେବେ ସେଥିରେ ସେ ଭାଙ୍ଗି ପଡ଼ିନଥିଲେ। ଦୃଢ଼ ପ୍ରତ୍ୟାବର୍ତନ କରି ସେ ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟରେ ୧୦୦ ମିଟର ବାଧାଦୌଡ଼କୁ ଅତି ସହଜରେ ଜିତିଥିଲେ। ୪୦୦ ମିଟର ମହିଳା ଦୌଡ଼ରେ ସେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ। ଓଡ଼ିଶାର ୪୦୦ ମିଟର ରିଲେ ଟିମ୍ କାଂସ୍ୟ ପଦକ ଜିିତିଥିଲେ ଯେଉଁଥିରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଂଟର୍‌ର ସବିତା, ସୁଖି ଓ ବନିତା ଖେଳୁଥିଲେ।’’

ସେହିଭଳି ଅମ୍ଳାନ ବର୍ଗୋହେନ୍ ୨୦୦ ମିଟର ଦୌଡ଼କୁ ୨୦.୭୧ ସେକେଣ୍ଡ୍‌ରେ ଜିତି ୨୩ ବର୍ଷ ଧରି ଅନିଲ କୁମାରଙ୍କ (୨୦.୮୦ ସେକେଣ୍ଡ) ନାମରେ ରହିଥିବା ରେକର୍ଡକୁ ଭାଙ୍ଗିଛନ୍ତି।
ଟୁର୍ଣ୍ଣାମେଂଟ୍‌ର ଶେଷ ଦିନରେ ୧୫୦୦ ମିଟର ଦୌଡ଼କୁ ୩:୪୨.୭୭ ସମୟରେ ଶେଷ କରି ଜିନ୍‌ସନ୍ ଜନ୍‌ସନ୍ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ନିଜ ସମୟରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବା ଜନ୍‌ସନ୍ କହିଛନ୍ତି ଯେ “ମୁଁ ବହୁତ ଖୁସି। ଏସିଆନ୍ ଗେମ୍‌ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସମୟରେ ୨-୩ ସେକେଣ୍ଡ ଉନ୍ନତି ନିଶ୍ଚିତ ଆଣିବାକୁ ପଡ଼ିବ। ୩.୩୭ ସେକେଣ୍ଡ୍ ଭିତରେ ଦୌଡ଼ ଶେଷ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ତାହା ହେଲେ ମୁଁ ସବୁ ପ୍ରକାରର ଦୌଡରେ ଜିତିପାରିବି ବୋଲି ଭାବୁଛି।’’

ସେହିପରି ଫାଉଣ୍ଡେସନର କ୍ରୀଡ଼ାବିତ କିଶୋର କୁମାର ଜେନା ଜାଭେଲିନ୍ ଫୋପାଡ଼ିବାରେ ୮୨.୩୭ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସିଆନ୍ ଗେମ୍‌ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଜ୍ୟୋତି ୟାରାଜୀ ମହିଳା ୧୦୦ ମିଟର ବାଧାଦୌଡ଼ ଓ ମହମ୍ମଦ ଅଫଜଲ୍ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରେକର୍ଡ ଭାଙ୍ଗିବା ଲାଗି ପରିଚିତ ଜ୍ୟୋତି ୧୦୦ ମିଟର ବାଧାଦୌଡ଼କୁ ୧୨.୯୨ ସେକେଣ୍ଡରେ ଶ୍ରେଷ୍ଠ କରି ପ୍ରଥମ ସ୍ଥାନରେ ରହିଥିଲେ। ୧୦୦ ମିଟର ଦୌଡ଼ରେ ମଧ୍ୟ ସେ ଶ୍ରେଷ୍ଠ ସ୍ଥାନ ସହ ପୋଡିୟମ୍ ଦଖଲ କରିଥିଲେ। ଜ୍ୟୋତି ୟାରାଜୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷଣା କରାଯାଇଛି। ସେହିଭଳି କାର୍ତିକ କୁମାର ୧୦୦୦୦ ମିଟର ବର୍ଗରେ ସଫଳତାର ସହିତ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଏସିଆନ୍ ଗେମ୍‌ସରେ ମେଡାଲ୍ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଅଫଜଲ୍ କହିଛନ୍ତି ଯେ, “ମୋତେ ନିଶ୍ଚିତ ରୂପେ ଏସିଆନ ଗେମ୍‌ସ ଓ ଏସିଆନ୍ ଚମ୍ପିଆନ୍‌ସିପ୍‌ରେ ଜିତିବାକୁ ପଡ଼ିବ। ମୋର ବିଶ୍ୱାସ ଅଛି ଯେ ମୁଁ ଜିତିପାରିବି ଓ ଜାତୀୟ ରେକର୍ଡ ଭାଙ୍ଗିପାରିବି। ମୁଁ ୧:୪୪ରେ ପହଂଚିବାକୁ ଲକ୍ଷ୍ୟ ରଖିଛି ଓ ମୋର ବିଶ୍ୱାସ ରହିଛି ଯେ ରିଲାଏନ୍ସ ସହଯୋଗରେ ମୁଁ ତାହା କରିପାରିବି।’’

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍ ତେଜସ୍ ସିର୍‌ଜେ ପୁରୁଷ ୧୧୦ ମିଟର ବାଧାଦୌଡ଼କୁ ୧୩.୮୭ ସେକେଣ୍ଡ୍‌ରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏଲାକିୟାଦାସନ ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୪୭ ସେକେଣ୍ଡ୍‌ରେ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ୟମନଦୀପ ଶର୍ମା ପୁରୁଷ ଡିକାଥଲନ୍‌ରେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ୭୧୬୫ ପଏଂଟ୍ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଫାଉଣ୍ଡେସନର କ୍ରୀଡ଼ାବିତ ଅଭିଷେକ ଦଳବେହେରା, ଲାଲୁପ୍ରସାଦ ଭୋଇ ଓ ଡିଏମ୍ ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ପୁରୁଷ ଟିମ୍ ୪୦୦ ମିଟର ରିଲେ ଦୌଡରେ ରୌପ୍ୟ ପଦକ ହାସଲ କରିଛି। ୪୦୦ ମିଟର ରିଲେରେ ସବିତା ଟପ୍ପୋ, ବନିତା ଲାକ୍ରା ଓ ସୁଖି ବାସ୍‌କେ ଭଳି କ୍ରୀଡ଼ାବିତଙ୍କୁ ନେଇ ଓଡ଼ିଶା ମହିଳା ଟିମ୍ କାଂସ୍ୟ ପଦକ ହାସଲ କରିଛି। ୪୦୦ ମିଟର ପୁରୁଷ ରିଲେରେ ତାମିଲନାଡ଼ୁର ଏଲାକିୟାଦାସନ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର ମହିଳା ରିଲେରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ରୌପ୍ୟ ପଦକ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପାଇଁ ୧୦-ସୂତ୍ରୀ ରିଲିଫ୍ ପଦକ୍ଷେପ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ ପ୍ରକାର ରିଲିଫ୍ ପଦକ୍ଷେପ ଘୋଷଣା କରିଛି। ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ, ଆହତମାନଙ୍କୁ ଔଷଧ ଓ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଚିକିତ୍ସା, ଆମ୍ବୁଲାନ୍ସକୁ ମାଗଣାରେ ଇନ୍ଧନ, ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ମୋବାଇଲ୍ ସଂଯୋଗ ପ୍ରଦାନ ଏବଂ ଏହା ବ୍ୟତୀତ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ଅତ୍ୟନ୍ତ ଦୁଃଖ ଓ ଭାରି ହୃଦୟ ସହ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମୁଁ ଓଡ଼ିଶାର ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ମୋର ଗଭୀର ସମବେଦନା ଜଣାଉଛି। ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ କ୍ଷେତ୍ର ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଆମର ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ତୁରନ୍ତ ମୂତୟନ କରାଯାଇଥିଲା। ଆମର ଟିମ୍ ଚବିଶ ଘଂଟା ଆହତମାନଙ୍କୁ ସହାୟତା ଓ ସହଯୋଗ ଜାରି ରଖିଛି।

ଏହି ଦୁଃଖଦ ଘଟଣାର କ୍ଷତିକୁ ଯଦିଓ ଆମେ ଭରଣା କରିପାରିବୁ ନାହିଁ, କିନ୍ତୁ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେମାନଙ୍କ ଜୀବନକୁ ପୁଣି ଥରେ ଗଢ଼ି ତୋଳିବା ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବା ଲାଗି ଆମେ ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପ୍ରତି ଆମର ଅତୁଟ ସମର୍ଥନ ପ୍ରଦାନ କରିବା ସହିତ ଏହାକୁ ଆମର ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ଆମେ ୧୦-ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିଛୁ। ଏହି କଠିନ ସମୟରେ ଆମ ଫାଉଣ୍ଡେସନ ଓ ବର୍ଦ୍ଧିତ ରିଲାଏନ୍ସ ପରିବାର ପ୍ରଭାବିତ ଲୋକମାନଙ୍କ ସହିତ ଏକଜୁଟ ହୋଇ ଠିଆ ହୋଇଛି ।’’

ରେଳ ଦୁର୍ଘଟଣାରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ ରିଲାଏନ୍ସ ଫାଉଣ୍ଡେସନର ୧୦-ସୂତ୍ରୀ ରିଲିଫ୍ ପଦକ୍ଷେପ ମଧ୍ୟରେ ରହିଛି:

ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣା ଇନ୍ଧନ

ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍‌ଗୁଡ଼ିକ ମାଧ୍ୟମରେ ପ୍ରିୟଜନଙ୍କୁ ହରାଇଥିବା ପ୍ରଭାବିତ ପରିବାରଗୁଡ଼ିକୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ଅଟା, ଚିନି, ଡାଲି, ଚାଉଳ, ଲୁଣ ଏବଂ ଭୋଜନ ପ୍ରସ୍ତୁତି ଲାଗି ତେଲ ଇତ୍ୟାଦି ରାସନ ପ୍ରଦାନ କରାଯିବ

ଶୀଘ୍ର ଆରୋଗ୍ୟ ଲାଭ କରିବା ଲାଗି ଆହତମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କୁ ମାଗଣାରେ ଆବଶ୍ୟକ ଔଷଧ ପ୍ରଦାନ କରାଯିବ। ଦୁର୍ଘଟଣା ପାଇଁ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ଲୋକମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା।

ଆବେଗିକ ଓ ମନୋବୈଜ୍ଞାନିକ ସହାୟତା ଲାଗି ପରାମର୍ଶ ସେବା

ଆବଶ୍ୟକତା ଅନୁଯାୟୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ

ଦିବ୍ୟାଙ୍ଗ ଲୋକମାନଙ୍କୁ ହ୍ୱିଲ୍‌ଚେୟାର, କୃତ୍ରିମ ଅଙ୍ଗ ଭଳି ସହାୟତା ପ୍ରଦାନ କରିବା ଲାଗି ବ୍ୟବସ୍ଥା

ନୂଆ ନିଯୁକ୍ତି ସୁଯୋଗ ହାସଲ କରିବା ଲାଗି ପ୍ରଭାବିତ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଦକ୍ଷତା ତାଲିମ

ପରିବାରର ଏକମାତ୍ର ଆୟକାରୀ ସଦସ୍ୟଙ୍କୁ ହରାଇଥିବା ମହିଳାମାନଙ୍କ ପାଇଁ ମାଇକ୍ରୋଫାଇନାନ୍ସ ଓ ତାଲିମ ସୁଯୋଗ

ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପ୍ରଭାବିତ ଗ୍ରାମୀଣ ପରିବାରଗୁଡ଼ିକୁ ବିକଳ୍ପ ଜୀବନଜୀବିକା ସହାୟତା ପ୍ରଦାନ କରିବା ଲାଗି ଗାଇ, ମଇଁଷି, ଛେଳି, କୁକୁଡ଼ା ଭଳି ପଶୁ ସମ୍ପଦ ପ୍ରଦାନ

ନିଜ ଜୀବନକୁ ପୁନର୍ବାର ଗଠନ କରିବାରେ ସହାୟତା ପ୍ରଦାନ କରିବା ଲାଗି ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରଗୁଡ଼ିକର ଜଣେ ସଦସ୍ୟଙ୍କୁ ଏକ ବର୍ଷ ପାଇଁ ମାଗଣା ମୋବାଇଲ୍ ସଂଯୋଗ

ଦୁର୍ଘଟଣା ପରେ ରିଲାଏନ୍ସ ଫାଉଣ୍ଡେସନର ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ୍ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି। ରିଲାଏନ୍ସ ଫାଉଣ୍ଡେସନ ଆହତମାନଙ୍କୁ ବାହାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଂଚାଇବା, ମାସ୍କ, ଗ୍ଲୋଭ୍‌ସ, ଓଆରଏସ୍‌, ବେଡ୍‌ସିଟ୍‌, ଖାଦ୍ୟସାମଗ୍ରୀ, ଆଲୋକ ବ୍ୟବସ୍ଥା କରିବା ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ଜରୁରୀ ଉପକରଣ ଯଥା ଗ୍ୟାସ୍ କଟର ଆଦି ତୁରନ୍ତ ଉପଲବ୍ଧ କରାଇଛି । ଉଦ୍ଧାର କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବା ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱଳ୍ପ ସମୟରେ ପ୍ରାୟ ୧୨୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିଥିଲା। ଉଦ୍ଧାର କର୍ମୀ ଏବଂ ଦୁର୍ଘଟଣା ସ୍ଥଳକୁ ଆସିଥିବା ପ୍ରଭାବିତ ଲୋକଙ୍କ ପରିବାର ସଦସ୍ୟଙ୍କୁ ଏହି ଭୋଜନ ପ୍ରଦାନ କରାଯାଇଥିଲା ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି ।

ଏହି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳ ରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ।

ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ। ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି।

ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି।

ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାଇବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ପରିବେଶ ସହନଶୀଳତାକୁ ସୁନିଶ୍ଚିତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ଗୁୁରୁତ୍ୱାରୋପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟ୍ରକମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି।

ଏହି ବାତ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି। ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ। ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ।

ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି। ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି। ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯାଗଦାନ ପ୍ରଦାନ କରିବ ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ଜୀବନଜଗତ ସହନଶୀଳତାକୁ ସୁନିଶ୍ଚିତ କରିବ।

 

Categories
ଆଜିର ଖବର ଜାତୀୟ ଖବର

‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦୃଷ୍ଟି’ ପକ୍ଷରୁ ଦୃଷ୍ଟିବାଧିତ ବର୍ଗଙ୍କ କଲ୍ୟାଣକାରୀ ପ୍ରୟାସର ୨୦ ବର୍ଷ ପୂର୍ତ୍ତି

ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି ଏକ ସାମଗ୍ରିକ ଦୃଷ୍ଟି ପ୍ରଯତ୍ନକାରୀ କାର୍ଯ୍ୟକ୍ରମ। ମରାଠୀରେ ବ୍ରେଲ୍‍ ଖବରକାଗଜ ଶୁଭାରମ୍ଭ ସହିତ ଦୃଷ୍ଟି ସେବାପ୍ରଦାନର ଦୁଇ ଦଶକ ପୂରଣ କରିଛି। ଦୃଷ୍ଟି ଆନୁକୂଲ୍ୟରେ ୨୦,୫୦୦ରୁ ଅଧିକ ମାଗଣା କର୍ଣ୍ଣିଆ ପ୍ରତିରୋପଣ କରାଯାଇଛି ଏବଂ ୧.୭୫ ଲକ୍ଷରୁ ଅଧିକ ଲୋକଙ୍କର ଚକ୍ଷୁର ଯତ୍ନ ନିଆଯାଇଛି।

ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି ୨୦ ବର୍ଷ ପୂରଣ କରିବା ଆମ ପାଇଁ ଆନନ୍ଦର ବିଷୟ ହୋଇଛି। ଦୃଷ୍ଟିବାଧିକ ଲୋକଙ୍କ ଜୀବନରେ ଆଲୋକ, ଖୁସି ଏବଂ ଆତ୍ମନିର୍ଭରତା ଆଣିବାର ସ୍ୱପ୍ନ ସହିତ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଆଗାମୀ ସମୟରେ ଦୃଷ୍ଟିବାଧିକ ସମୁଦାୟ ସମ୍ମାନ ଓ ସ୍ୱତନ୍ତ୍ରତାର ସହିତ ଯେଭଳି ଜୀବନ ନିର୍ବାହ କରିପାରିବେ, ସେଥିପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବୁ। ଏଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆମେ ହିନ୍ଦୀ ବ୍ୟତୀତ ମରାଠୀ ଭାଷାରେ ମଧ୍ୟ ବ୍ରେଲ୍‍ ଦୃଷ୍ଟି ଖବରକାଗଜ ଶୁଭାରମ୍ଭ କରିବା ଅତ୍ୟନ୍ତ ଆନନ୍ଦର ବିଷୟ ହୋଇଛି।”

୨୦୦୩ରେ ଆରମ୍ଭ କରାଯାଇଥିବା ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି ସଚେତନତା ବୃଦ୍ଧି, ଚକ୍ଷୁର ଯତ୍ନ ନେବା ଏବଂ ଦୃଷ୍ଟିହୀନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ୟମ କରୁଛି। ଏହା ସମୁଦାୟ ଭାରତରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରୁଛି ଏବଂ ଦୃଷ୍ଟିଦୋଷ ଚିହ୍ନଟ ହେଲେ ରୋଗୀଙ୍କୁ ଚଷମା ପ୍ରଦାନ କରୁଛି, ମୋତିଆବିନ୍ଦୁ ଦୂର କରିବାକୁ କର୍ଣ୍ଣିଆ ପ୍ରତିରୋପଣ ସୁବିଧା ମଧ୍ୟ ଯୋଗାଇ ଦେଉଛି। ନ୍ୟାସନାଲ ଆସୋସିଏସନ୍‍ ଫର ଦ ବ୍ଲାଇଣ୍ଡ, ଶଙ୍କର ଆଇ ଫାଉଣ୍ଡେସନ ଏବଂ ଅରବିନ୍ଦ ଆଇ କେୟାର ସହଯୋଗରେ କର୍ଣ୍ଣିଆ ପ୍ରତିରୋପଣ କରାଯାଉଛି।

୨୦୧୨ରେ ଭାରତର ଏକମାତ୍ର ହିନ୍ଦୀ ପାକ୍ଷିକ ଅନ୍ତର୍ରାଷ୍ଟ୍ରୀୟ ବ୍ରେଲ୍‍ ଖବରକାଗଜ ପ୍ରକାଶନ ଆରମ୍ଭ କରାଯାଇଥିଲା। ତାହାକୁ ଏବେ ମରାଠୀ ଭାଷାରେ ମଧ୍ୟ ପ୍ରଚଳନ କରାଯାଉଛି। ନ୍ୟାସନାଲ ଆସୋସିଏସନ୍‍ ଫର ଦ ବ୍ଳାଇଣ୍ଡ ସହଯୋଗରେ ସ୍ଥାପିତ ଏହି ଖବରକାଗଜର ମୁଖ୍ୟ ସମ୍ପାଦକ ସ୍ୱାଗତ ଥୋରାଟ ରହିଛନ୍ତି। ଦୃଷ୍ଟି ଖବରକାଗଜ ଖେଳ, ବାଣିଜ୍ୟ ବ୍ୟବସାୟ, ଶିକ୍ଷା, କରେଣ୍ଟ ଆଫେୟାର୍ସ ଏବଂ ମନୋରଞ୍ଜନ ଜଗତର ଖବର ଏବଂ ତାଜା ତଥ୍ୟ ପ୍ରଦାନ କରିବ। ଏହି ଖବରକାଗଜରେ ଖାଇବା ପିଇବାର ରେସିପି ଏବଂ ପାଠକଙ୍କର କବିତା ତଥା ଲେଖା ମଧ୍ୟ ସ୍ଥାନିତ କରାଯାଉଛି। ପ୍ରତିବର୍ଷ ଆରମ୍ଭରେ ଖବରକାଗଜ ପାଠକଙ୍କୁ ଏକ ବ୍ରେଲ୍‍ ଟେବଲ କ୍ୟାଲେଣ୍ଡର ପ୍ରଦାନ କରାଯଉଛି। ଏହି ଖବରକାଗଜ ଭାରତ ସହିତ ୧୬ଟି ଦେଶରେ ୨୪,୦୦୦ ଲୋକଙ୍କ ନିକଟରେ ପହଞ୍ଚିସାରିଛି। ଖବରକାଗଜର ମରାଠୀ ବ୍ରେଲ୍‍ ସଂସ୍କରଣ ପ୍ରକାଶନ ଦ୍ୱାରା ଏହା ଏବେ ଅଧିକ ପାଠକଙ୍କ ନିକଟରେ ପହଞ୍ଚିପାରିବ।
ଚକ୍ଷୁଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦୃଷ୍ଟି ପକ୍ଷରୁ ରିଲାଏନ୍ସ କର୍ମଚାରୀଙ୍କ ସନ୍ତାନ ସନ୍ତତି ଏବଂ ନାତି ନାତୁଣୀଙ୍କ ମଧ୍ୟରେ ବାର୍ଷିକ ପ୍ରବନ୍ଧ ଲେଖନ ପ୍ରତିଯୋଗିତା ଆୟୋଜନ କରୁଛି।

ମହାରାଷ୍ଟ୍ରର ଲାଟୁରରେ ୨୪ବର୍ଷ ବୟସ୍କ ଗଙ୍ଗାରାମ ସଦାନନ୍ଦ, ତାଙ୍କଭଳି ଅନେକ ଲୋକଙ୍କ ମଧ୍ୟରେ ଅନ୍ୟତମ, ଯାହାଙ୍କ ଚକ୍ଷୁର ଦୃଷ୍ଟିଶକ୍ତି ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି ଯୋଗୁ ଫେରିଆସିଥିଲା। ଗଙ୍ଗାରାମଙ୍କ ଦୁଇଟିଯାକ ଚକ୍ଷୁରେ ଦୃଷ୍ଟିରେ ବାଧା ସୃଷ୍ଟି ହେବା ସହିତ ସେହି କାରଣରୁ ତାଙ୍କୁ ସ୍କୁଲ ମଧ୍ୟ ଛାଡିବାକୁ ପଡିଥିଲା। ଯେପର୍ଯ୍ୟନ୍ତ ତାଙ୍କର କର୍ଣ୍ଣିଆ ପ୍ରତିରୋପଣ ପ୍ରତିରୋପଣ କରାଯାଇନଥିଲା, ସେପର୍ଯ୍ୟନ୍ତ ସେ ନିଜର ଦୈନନ୍ଦିନ ଆବଶ୍ୟକତା ନିମନ୍ତେ ତାଙ୍କ ମା’ଙ୍କ ଉପରେ ନିର୍ଭରଶୀଳ ଥିଲେ। ସମ୍ପ୍ରତି ସେ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି ଏବଂ ଅଟୋ ରିକ୍ସା ଚଳାଇ ନିଜ ଜୀବିକା ନିର୍ବାହ କରୁଛନ୍ତି।

ଦୃଷ୍ଟିବାଧିକ ଲୋକଙ୍କ ମଧ୍ୟରେ ଉଦ୍ୟମଶୀଳତା ବୃଦ୍ଧି କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଦୃଷ୍ଟି, ସନ୍‍ରାଇଜ କ୍ୟାଣ୍ଡେଲସ୍‍ ଭଳି ସଂଗଠନଗୁଡିକ ସହିତ ମିଶି କାମ କରୁଛି। ତାହା ଏହିଭଳି ସଂସ୍ଥାଦ୍ୱାରା ପ୍ରସ୍ତୁତ କରାଯାଉଥିବା ଆକର୍ଷଣୀୟ ‘ଦୀପ’ ଏବଂ ଏହିଭଳି ଅନେକ ଅନ୍ୟ ଉପହାର ସାମଗ୍ରୀ ଖରିଦ କରୁଛି।