Categories
ଆଜିର ଖବର ଜାତୀୟ ଖବର

ନୀତା ଅମ୍ବାନିଙ୍କ ଦ୍ୱାରା “ଦି ହର୍ ସର୍କଲ୍ ଏଭ୍ରିବଡି’ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ନୀତା ଅମ୍ବାନି ‘ଦି ହର୍ ସର୍କଲ୍‌, ଏଭ୍ରିବଡି’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆକାର, ବୟସ, ରଙ୍ଗ, ଧର୍ମ କିମ୍ବା ଶାରିରୀକ ଗଠନ ଭିନ୍ନ ସମସ୍ତଙ୍କୁ ସମାନ ଢଙ୍ଗରେ ଗ୍ରହଣ କରିବା ଲାଗି ଶରୀର-ସକାରାତ୍ମକ ଭାବର ପ୍ରସାର କରିବା। ଏକ କରୁଣା ଓ ପ୍ରାକ୍‌-ଅନୁମାନର ଗ୍ରହଣୀୟତାର ଏକ ବଳୟ ସୃଷ୍ଟି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ମହିଳମାନଙ୍କ ଲାଗି ଏକ ସୁରକ୍ଷିତ, ଅନ୍ତର୍ଭୁକ୍ତୀକରଣ, ଅଭିବୃଦ୍ଧି କୈନ୍ଦ୍ରୀକ ଡିଜିଟାଲ ମଂଚ ସୃଷ୍ଟି କରିବା ଲାଗି ୨୦୨୧ରେ ଶ୍ରୀମତୀ ନୀତା ଅମ୍ବାନି ହର୍ ସର୍କଲ୍‌ର ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ବାର୍ଷିକୀରେ ଏହି ମଂଚ ୩୧୦ ନିୟୁତରୁ ଅଧିକ ମହିଳାଙ୍କ ପାଖରେ ପହଂଚି ମହିଳାମାନଙ୍କ ଲାଗି ଭାରତର ସର୍ବବୃହତ ଡିଜିଟାଲ୍ ମଂଚରେ ପରିଣତ ହୋଇଛି। ଅନ୍ତର୍ଭୁକ୍ତୀକରଣର ପ୍ରମୁଖ ଲକ୍ଷ୍ୟକୁ ହାସଲ କରିବା ଲାଗି ଏହି ଅଭିଯାନରେ ସାମିଲ ହେବାକୁ ଶ୍ରୀମତୀ ଅମ୍ବାନି ସମସ୍ତ ମହିଳାଙ୍କୁ ଏହି ଅବସରରେ ଆହ୍ୱାନ ଦେଇଥିଲେ।

ହର୍ ସର୍କଲ୍ ଏଭ୍ରିବଡି ପ୍ରକଳ୍ପର ଶୁଭାରମ୍ଭ ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, “ହର୍ ସର୍କଲ୍ ହେଉଛି ଭଗୀନିତ୍ୱ ଓ ଏକତାର ପ୍ରତୀକ। ଏକ ଏକତା ଯାହା ସମାନତା, ଅନ୍ତର୍ଭୁକ୍ତୀକରଣ ଓ ସମସ୍ତଙ୍କ ପାଇଁ ସମ୍ମାନ ଉପରେ ପର୍ଯ୍ୟବେସିତ। ଏହା ହିଁ ଆମ ନୂଆ ପ୍ରକଳ୍ପ –ହର୍ ସର୍କଲ୍ ଏଭ୍ରିବଡି ପ୍ରକଳ୍ପର ମୂଳରେ ରହିଛି। ସୋସିଆଲ ମିଡିଆରେ ହେଉଥିବା ଟ୍ରୋଲିଂକୁ ବିଷୟରେ ଆମେ ସମସ୍ତେ ଅବଗତ। ଲୋକମାନେ ଲଢ଼ୁଥିବା ଲଢ଼େଇ ବିଷୟରେ କିଛି ବି ନଜାଣି ସେମାନେ ମତାମତ ଦିଅନ୍ତି। ଲୋକମାନେ ମେଡିକାଲ୍ ସମସ୍ୟା ଏବଂ ଜେନେଟିକ୍‌୍ ସମସ୍ୟା ଦେଇ ଗତି କରୁଥାଇପାରନ୍ତି। ତଥାପି ସେମାନଙ୍କୁ ଟ୍ରୋଲିଂ ଓ ଉପହାସର ଶିକାର ହେବାକୁ ପଡ଼ୁଛି। ଏହା ବିଶେଷ କରି ଯୁବପିଢ଼ି ପାଇଁ କ୍ଷତିକାରକ। ଆମେ ଆଶା କରୁଛୁ ଯେ ଆମର ଏହି ଅଭିଯାନ ବିଭିନ୍ନ ଉପାୟରେ ଏହାର ମୁକାବିଲା କରିବ ଏବଂ ଲୋକମାନେ ଯାହା ସେମାନେ ତାହା ହୋଇରହିବା ଲାଗି ସେମାନଙ୍କୁ ବିଶ୍ୱାସ ଓ ସ୍ୱାଧୀନତା ପ୍ରଦାନ କରିବ।’’

ଏହି ନୂଆ ଅଭିଯାନର ଶୁଭାରମ୍ଭ ସହିତ ଶ୍ରୀମତୀ ଅମ୍ବାନି ହର ସର୍କଲ୍‌ର ଦ୍ୱିତୀୟ ବାର୍ଷିକୀକୁ ଏହାର ବାର୍ଷିକ ସ୍ୱତନ୍ତ୍ର ଡିଜିଟାଲ୍ କଭରରେ ସ୍ଥାନିତ ହୋଇ ଏବଂ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପାଳନ କରିଥିଲେ।

ଏହି ଅବସରରେ ବାର୍ତା ଦେଇ ନୀତା ଅମ୍ବାନି କହିଥିଲେ ଯେ, “ହର୍ ସର୍କଲ୍‌କୁ ଗଠନ କରିଥିବା ସମଗ୍ର ଟିମ୍ ଓ ନିୟୁତାଧିକ ମହିଳାଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଏକ ଚିନ୍ତାଧାରା ଭାବେ ଆରମ୍ଭ ହୋଇଥିଲା। ଆମେ ଏହାକୁ ସମସ୍ତ ମହିଳାଙ୍କ ଲାଗି ଏକ ଆନ୍ଦୋଳନରେ ପରିଣତ କରିବାକୁ ଚାହୁଛୁ। ଲକଡାଉନ୍‌ରେ ଥିବା ବେଳେ ମହାମାରୀ ସମୟରେ ଆମେ ହର୍ ସର୍କଲ୍‌ର ଶୁଭାରମ୍ଭ କରିଥିଲୁ ଏବଂ ଗତ ଦୁଇ ବର୍ଷରେ ଆମେ ଅନେକ ଦୂର ଯାତ୍ରା କରିଛୁ ଏବଂ ଏହା ହେଉଛି ଏକ ଆରମ୍ଭ ମାତ୍ର।’’

ହର୍ ସର୍କଲ୍‌ରେ ୨,୨୦,୦୦୦ରୁ ଅଧିକ ମହିଳା ପଂଜୀକୃତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଉଦ୍ୟୋଗୀ ଯେଉଁମାନେ ନିରନ୍ତର ଭାବେ ମହିଳାମାନଙ୍କୁ ପେସାଦାର ଓ ସାମାଜିକ ଭାବେ ଯୋଡ଼ିହେବା ଲାଗି ଉତ୍ସାହିତ କରୁଛନ୍ତି। ହର୍ ସର୍କଲ୍ ଏଭ୍ରିବଡି ପ୍ରକଳ୍ପ ହେଉଛି ଏକ ବର୍ଷବ୍ୟାପୀ ଲମ୍ବା ଅଭିଯାନ ଯାହା ସୋସିଆଲ ମିଡିଆ ଯୁଗରେ ମହିଳାମାନଙ୍କ ଅସଲି ଜୀବନ କାହାଣୀ ଓ କ୍ଷୁଦ୍ର ସିନେମା ଜରିଆରେ ଶରୀରର ଗଠନରେ ବିବିଧତାର ପ୍ରସାର କରିବ।

ହର୍ ସର୍କଲ୍‌ରେ ମହିଳାମାନେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରସ୍ପର ସହ ଯୋଡ଼ିହୋଇଛନ୍ତି। ସେଥିରେ ସେମାନେ ଜୀବନ, ୱେଲନେସ୍‌, ଫାଇନାନ୍ସ, କାର୍ଯ୍ୟ, ବ୍ୟକ୍ତିତ୍ୱ ବିକାଶ, ଗୋଷ୍ଠୀ ସେବା, ସୌନ୍ଦର୍ଯ୍ୟ ଫେସନ, ମନୋରଂଜନ, ନିଜକୁ ଅଭିନବ ଢଙ୍ଗରେ ଉପସ୍ଥାପନ କରିବା ଆଦି ଉପରେ ଭିଡିଓକୁ ଦେଖିପାରୁଛନ୍ତି ଓ ନିବନ୍ଧ ପଢ଼ିପାରୁଛନ୍ତି। ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ଭାଷାରେ ଏହା ଉପଲବ୍ଧ ହେଉଛି। ରିଲାଏନ୍ସର ଅଭିଜ୍ଞ ବିଶେଷଜ୍ଞ କମିଟିଠାରୁ ମହିଳାମାନେ ବିଭିନ୍ନ ବିଷୟ ଉପରେ ପରାମର୍ଶ ହାସଲ କରିପାରୁଛନ୍ତି।

ମାଷ୍ଟରକ୍ଲାସ୍ ଜରିଆରେ ଡିଜିଟାଲ୍ କୋର୍ସ କରିବାର ସୁଯୋଗ ରହିଛି। ଏହା ହେଉଛି ସମ୍ପୂର୍ଣ୍ଣ ବ୍ୟକ୍ତିଗତ, ସୁହାଇବା ଭଳି ଏବଂ ସୁରକ୍ଷିତ। ହର୍ ଗୁଡ୍ ହାବିଟ୍ ଆପ୍ ମଧ୍ୟ ଏହାର ଏକ ଅଂଶ। ହର୍ ସର୍କଲ୍ ୱେବସାଇଟ୍ ସହିତ ଏକ ମାଗଣା ଆପ୍ ଭାବେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ଆଇଓଏସ୍ ଆପ୍ ଷ୍ଟୋର୍‌ରେ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ: ବୃହତ୍‍ ଛାତ୍ରବୃତ୍ତି ପ୍ରତିବଦ୍ଧତା ଘୋଷଣା କରୁଛି ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍‍ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ଛାତ୍ରବୃତ୍ତି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଯୁବବର୍ଗଙ୍କ ନିମନ୍ତେ ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି।

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ୫୦୦୦ ଜଣଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ। ଏଥିସହିତ ସ୍ନାତକୋତ୍ତର ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦୦ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଉଭୟ ଛାତ୍ରବୃତ୍ତି ଶିକ୍ଷା ଆହରଣର ସମ୍ପୂର୍ଣ୍ଣ ଅବଧି ନିମନ୍ତେ ପ୍ରଯୁଜ୍ୟ ହେବ। ଏଥିପାଇଁ ୨୦୨୩ ଫେବୃଆରୀ ୧୪ ସୁଦ୍ଧା ଆବେଦନ କରାଯାଇପାରିବ।

ରିଲାଏନ୍ସ ଫାଉଣ୍ଡେସନର ଫାଉଣ୍ଡର-ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ମୋ ଶ୍ୱଶୁର ଶ୍ରୀ ଧିରୁଭାଇ ଅମ୍ବାନିଙ୍କର ଆମ ଯୁବବର୍ଗ ଏବଂ ସେମାନଙ୍କ କ୍ଷମତା ଉପରେ ବିରାଟ ଭରସା ରହିଥିଲା। ତାଙ୍କର ୯୦ତମ ଜୟନ୍ତ୍ରୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ଅଣ୍ଡରଗ୍ରାଜୁଏଟ ଏବଂ ପୋଷ୍ଟଗ୍ରାଜୁଏଟ୍‍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବକ କରୁଛି। ମୁକେଶ ଏବଂ ମୁଁ ବିଶ୍ୱାସ କରୁ ଯେ, ଉପଯୁକ୍ତ ସମର୍ଥନ ଦ୍ୱାରା ନୂଆ ପିଢି ଜ୍ଞାନ, ନବସୃଜନ ଏବଂ ନେତୃତ୍ୱ ଜରିଆରେ ଭାରତର ଅଭିବୃଦ୍ଧି ଇତିହାସରେ ସବୁଠାରୁ ଉଜ୍ଜ୍ୱଳମୟ ପରବର୍ତ୍ତୀ ଅଧ୍ୟାୟ ସୃଷ୍ଟି କରିବେ।”

ଭାରତ ଜନସଂଖ୍ୟାର ଅର୍ଦ୍ଧେକ ଅଥବା ୬୦୦ ନିୟୁତରୁ ଅଧିକ ହେଉଛନ୍ତି ୨୫ବର୍ଷରୁ କମ୍‍ ବୟସ୍କ। ଭାରତରେ ଯୁବବର୍ଗଙ୍କ ପାଇଁ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ ବ୍ୟବସ୍ଥା ମଜଭୁତ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ପ୍ରତିବଦ୍ଧ। ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନର ଅଣ୍ଡରଗ୍ରାଜୁଏଟ ଛାତ୍ରବୃତ୍ତି ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଣ୍ଡରଗ୍ରାଜୁଏଟ କଲେଜ ଶିକ୍ଷା ହାସଲ ନିମନ୍ତେ ୫୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ, ଏହାଦ୍ୱାରା ବିନା ଆର୍ଥିକ ବୋଝରେ ସେମାନଙ୍କ ପାଠପଢା ଜାରି ରଖିବା ଦିଗରେ ସେମାନଙ୍କୁ ସଶକ୍ତ କରାଯାଇପାରିବ। ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କୁ ସଫଳ ବୃତ୍ତିଧାରୀ ହେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବା, ସେମାନଙ୍କର ଏବଂ ସେମାନଙ୍କ ଗୋଷ୍ଠୀର ସାମର୍ଥ୍ୟ ସର୍ବସମ୍ମୁଖକୁ ଆଣିବା ଏବଂ ଭାରତର ଭବିଷ୍ୟତ ସାମାଜିକ-ଅର୍ଥନେିକ ବିକାଶରେ ଅବଦାନ ରଖିବା ଲକ୍ଷ୍ୟ ରଖିଛି।

ଛାତ୍ରବୃତ୍ତି ଅନୁଦାନ ସହିତ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ ଛାତ୍ରବୃତ୍ତି ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ନେଟୱର୍କର ଅଂଶ ବନିବାକୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ସମର୍ଥନକାରୀ ବ୍ୟବସ୍ଥାକୁ ସୁଗମ କରିବ। ପରିବାରର ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କାରୁ କମ୍‍ ଥିବା ଏବଂ ସେମାନଙ୍କ ପସନ୍ଦର ଯେକୌଣସି ଶୃଙ୍ଖଳାରେ ଅଣ୍ଡରଗ୍ରାଜୁଏଟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଛାତ୍ରୀ ଏବଂ ବିଶେଷକରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିକଟରୁ ଆବେଦନପତ୍ରକୁ ଉତ୍ସାହିତ କରିବ।

ରିଲାଏନ୍ସ ଫାଉଣ୍ଡେସନର ପୋଷ୍ଟଗ୍ରାଜୁଏଟ ଛାତ୍ରବୃତ୍ତି ଭାରତର ସର୍ବାଧିକ ପ୍ରତିଭାସମ୍ପନ୍ନ ୧୦୦ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ସମର୍ଥ ଏବଂ ସେମାନଙ୍କୁ ଆଗକୁ ବଢାଇବା ଲକ୍ଷ୍ୟ ରଖିଛି ଯେଉଁମାନେ ସମାଜର ଫାଇଦା ନିମନ୍ତେ କିଛି ବିଶାଳ, ପରିବେଶ ଅନୁକୂଳ, ଡିଜିଟାଲ ଚିନ୍ତା କରିପାରିବେ ଏବଂ ଏହାଦ୍ୱାରା ପ୍ରତିବର୍ଷ ଉତ୍କର୍ଷର ଏକ ବର୍ଗ ସୃଷ୍ଟି ହେବ। ଏହି ମେଧା ଆଧାରିତ ଛାତ୍ରବୃତ୍ତି ସମସ୍ତଙ୍କ ପାଇଁ ଆବେଦନ ନିମନ୍ତେ ଉନ୍ମୁକ୍ତ ରହିଛି ଏବଂ ଏହା ଆଗାମୀ କାଳିର ଭବିଷ୍ୟତ ନେତୃବୃନ୍ଦଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ପ୍ରତିପୋଷଣ କରିବା ଲକ୍ଷ୍ୟ ରଖିଛି, ଏବଂ ଅଗ୍ରଣୀ ବିଶାରଦମାନଙ୍କ ସହିତ ସାକ୍ଷାତକାର ସମେତ କଡାକଡି ମନୋନୟନ ପ୍ରକ୍ରିୟାରେ ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। କଂପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମ୍ୟାଥେମାଟିକ୍ସ ଓ କଂପ୍ୟୁଟିଂ, ଇଲେକ୍‍ଟ୍ରିକାଲ ଏବଂ/ଅଥବା ଇଲେକ୍‍ଟ୍ରୋନିକ୍ସ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ରିନ୍ୟୁଏବଲ୍‍ ଓ ନିୟୁ ଏନର୍ଜି, ମ୍ୟାଟେରିଆଲ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏବଂ ଲାଇଫ ସାଇନ୍ସେସ୍‍ ଆଦି କ୍ଷେତ୍ରରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ମେଧା ଭିତ୍ତିରେ ଏଥିପାଇଁ ମନୋନୀତ କରାଯିବ। ପୋଷ୍ଟଗ୍ରାଜୁଏଟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନୁଦାନ ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ ପୋଷ୍ଟଗ୍ରାଜୁଏଟ ଛାତ୍ରବୃତ୍ତି ଏକ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଯୋଗାଇଦେବ, ଯେଉଁଥିରେ ବିଶାରଦମାନଙ୍କ ସହିତ ମତ ବିନିମୟ, ଶିଳ୍ପ କାର୍ଯ୍ୟକଳାପ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟକଳାପର ସୁଯୋଗ ଆଦି ରହିବ।

ଧିରୁଭାଇ ଅମ୍ବାନି ଛାତ୍ରବୃତ୍ତି ୧୯୬୬ରେ ପ୍ରଚଳନ କରାଯାଇଥିଲା ଏବଂ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୦ରେ ଆରମ୍ଭ ହେବାଠାରୁ ସମଗ୍ର ଦେଶଷର ୧୩,୦୦୦ ଯୁବବର୍ଗଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ଏବଂ ସେମାନଙ୍କୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ସେମାନଙ୍କର ଉଚ୍ଚଶିକ୍ଷା ଲାଭ କକରିବା ଏବଂ ସେମାନଙ୍କ ଗୋଷ୍ଠୀରେ ତଥା ଭାରତ ଓ ବିଦେଶରେ ଖ୍ୟାତିସମ୍ପନ୍ନ ସଂସ୍ଥାନଗୁଡିକରେ ନେତୃତ୍ୱ ସ୍ଥାନ ଗ୍ରହଣ କରିବାରେ ସହାୟତା କରିଛି। ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ହେଉଛି ଭାରତର ଯୁବବର୍ଗଙ୍କୁ ଶୈକ୍ଷିକ ଉତ୍କର୍ଷ ହାସଲ ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ବୃତ୍ତିଗତ ଅଭିବୃଦ୍ଧିକୁ ଆଗକୁ ବଢାଇବା।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ପକ୍ଷରୁ ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ସରକାର ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ମିଳିତ ଭାବରେ ସେମାନଙ୍କର ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜନ କରିଥିଲେ, ଯାହା ଉଭୟ ଏଚ୍‍ପିସି ଓ ବାହାରୁ ଆଥ୍‍ଲେଟମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ କ୍ଷେତ୍ରରେ ଘଟିଥିବା ଉନ୍ନତିର ମୂଲ୍ୟାୟନ କରିବାକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ସୁଯୋଗ ଯୋଗାଇଦେବା ଉପରେ ମୁଖ୍ୟତଃ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା ଏକ ଅନନ୍ୟ ପ୍ରତିଯୋଗିତା ଥିଲା। ସମଗ୍ର ଓଡ଼ିଶାରୁ ୨୮୯ ଉତ୍ସାହୀ ବାଳକ ଓ ବାଳିକା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ମୋଟ ୧୬ଟି ଶୃଙ୍ଖଳା ରହିଥିଲା ଏବଂ ଏହା କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜିତ ହୋଇଥିଲା।

ଜେମ୍ସ ହିଲିଅର୍‍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ପ୍ରୋଗ୍ରାମ କହିଛନ୍ତି, “ବର୍ଷ ପରେ ବର୍ଷ ଆଗକୁ ବଢିବା ସହିତ ଆମେ ପ୍ରତିଭା ସଂଖ୍ୟା ବୃଦ୍ଧି ଲକ୍ଷ୍ୟ କରୁଛୁ, ଯେଉଁମାନେ ପିଜିସିଗୁଡିକ ଜରିଆରେ ଆସୁଛନ୍ତି। ନିଜ ବିପକ୍ଷରେ ପ୍ରତିଯୋଗିତା କରିବାକୁ ଆମ ଏଚ୍‍ପିସି ଆଥଲେଟ୍‍ଙ୍କୁ ଏକ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ଓଡ଼ିଶାର ଆଥ୍‍ଲେଟ ଏବଂ ଆମ ଆଥଲେଟଙ୍କ ଠାରେ ଉନ୍ନତି ଆଣିବା ସକାଶେ ସେମାନଙ୍କ ବିକାଶକୁ ସମର୍ଥ କରାଉଥିବା ଆମେ ଦେଖୁଛୁ। ଆଥ୍‍ଲେଟମାନେ ଏଠାକୁ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଏବଂ ଏଚ୍‍ପିସି କାର୍ଯ୍ୟକ୍ରମରେ ଯୋଗ୍ୟ ଆଥ୍‍ଲେଟମାନେ ଯୋଗଦେବାକୁ ଆମେ ମଧ୍ୟ ପିଜିସିକୁ ଏକ ସୁଯୋଗ ବୋଲି ବିବେଚନା କରୁଛୁ।”

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସି ପକ୍ଷରୁ ପ୍ରଚଳନ କରାଯାଇଥିବା ଏହି ଅନନ୍ୟ ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ପ୍ରଚଳିତ ଧାରାରୁ ଉଲ୍ଲେଖନୀୟ ଭାବରେ ଭିନ୍ନ ଅଟେ, କାରଣ ଏଥିରେ ଯୋଗଦେଉଥିବା ଆଥ୍‍ଲେଟମାନେ ବୟସ ଅଥବା ଲିଙ୍ଗ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ଟାଇମିଂ ଆଧାରରେ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‍ପିସି)ର ୧୫ଜଣ ଆଥ୍‍ଲେଟ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ କେତେକ ପ୍ରଭାବୀ ଫଳାଫଳ ପ୍ରଦର୍ଶନ କରିଥିଲେ। ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସିର ଆଥ୍‍ଲେଟ ୧୭ ବର୍ଷ ବୟସ୍କା ସବିତା ଟପ୍ପୋ ୧୦୦ ମିଟର ହର୍ଡଲ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ୧୩.୯୮ ଟାଇମିଂ ପ୍ରଦର୍ଶନ କରିଥିଲେ, ଯାହା ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ୧୪ ସେକେଣ୍ଡ ଟାଇମିଂରୁ ତଳେ ଥିଲା।

ପିଜିସିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସି ଆଥ୍‍ଲେଟ ସବିତା ଟପ୍ପୋ କହିଛନ୍ତି, “ମୋତେ ଏଥିପାଇଁ ଖୁସି ଲାଗୁଛି ଯେ ବର୍ଷ ଶେଷରେ ପିଜିସିରେ ମଧ୍ୟ ମୁଁ ଉତ୍ତମ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଛି ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଆଗାମୀ ସମୁଦାୟ ବର୍ଷ ପାଇଁ ମୋ ଭିତରେ ଅଧିକ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ତତ୍‍ସହିତ ପ୍ରତିଯୋଗିତାଗୁଡିକ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟକ ହୋଇଛି । ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସିର କୋଚ୍‍ ଓ ପରଫରମାନ୍ସ ଟିମ୍‍ଙ୍କ ବିନା ସମର୍ଥନରେ ମୁଁ ମୋର ଏଭଳି ବ୍ୟକ୍ତିଗତ ଉନ୍ନତି ସାଧନ କରିପାରିନଥାନ୍ତି ଏବଂ ମୁଁ ଆହୁରି ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି ।”

ରିଲାଏନ୍ସ ଫାଉଣ୍ଡେସନ୍‍ର ଆଥଲେଟିକ୍ସ ଯାତ୍ରା:

– ୨୦୧୭ଠାରୁ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସର ବିକାଶ ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଯୁବ କ୍ରୀଡା କାର୍ଯ୍ୟକ୍ରମ ଜରିଆରେ ନିବେଶ କରିଆସୁଛି ଏବଂ ସମଗ୍ର ଦେଶରେ ଏହା ୫୦ରୁ ଅଧିକ ଜିଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ପହଞ୍ଚିସାରିଛି।

– ୨୦୧୮ରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ସହିତ ସହଭାଗିତାରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ସ୍ଥାପନ କରିଥିଲା, ଯାହା ଏକ ଉଚ୍ଚ ପ୍ରଦର୍ଶନକାରୀ ସେଣ୍ଟର ହୋଇଛି ଏବଂ ସେଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପଦକବିଜେତା ଏବଂ ଜାତୀୟ ରେକର୍ଡଧାରୀ ସୃଷ୍ଟି ହୋଇସାରିଛନ୍ତି। ସମ୍ପ୍ରତି ଏଚ୍‍ପିସିରୁ ଜ୍ୟୋତି ୟାରାଜୀ (୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରତିନିଧିତ୍ୱ କରୁଥିବା) ଏବଂ ଅମ୍ଳାନ ବୋରଗୋହେନ୍‍ ଦୀର୍ଘକାଳର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି।

– ଆରଏଫ୍‍ ମଧ୍ୟ କ୍ରୀଡା ବିଜ୍ଞାନ ଓ ମେଡିସିନ ସମର୍ଥନ ଯୋଗାଇଦେଇ ଏଏଫ୍‍ଆଇକୁ ସହାୟତା କରୁଛି, ରିଲାଏନ୍ସ ଫାଉଣ୍ଡେସନ୍‍ର ଫିଜିଓଥେରାପିଷ୍ଟମାନେ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଭାରତୀୟ ପ୍ରତିଯୋଗୀ ଦଳ ସହିତ ଯାତ୍ରା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ମହିଳାଙ୍କ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ‘ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ସାମାଜିକ କ୍ଷେତ୍ରରେ ମହିଳା ନେତୃତ୍ୱକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍ ପକ୍ଷରୁ “ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଅଭିଯାନ ହେଉଛି ଏକ ୧୦ ମାସିଆ ଫେଲୋସିପ୍ କାର୍ଯ୍ୟକ୍ରମ ଯାହା ସମାଜରେ ପରିବର୍ତନର ବାର୍ତାବହ ସାଜିଥିବା ମହିଳାମାନଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବ।

ବିଶେଷ କରି ଗ୍ରାମୀଣ ରୂପାନ୍ତରଣ, ଶିକ୍ଷା, କ୍ରୀଡ଼ାର ବିକାଶ, କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ଏଥିପାଇଁ ସର୍ବଭାରତୀୟ ସ୍ତରରେ ଆବେଦନ ଆହ୍ୱାନ କରାଯାଇଛି। ଆବେଦନର ଶେଷ ତାରିଖ ହେଉଛି ୨୦୨୨ ଅକ୍ଟୋବର ୩ ତାରିଖ। ପରିବର୍ତନ ଆଣିବା ଲାଗି ଏକ କିମ୍ବା ଏକାଧିକ ସାମାଜିକ କ୍ଷେତ୍ରରେ ଅତିକମ୍‌ରେ ତିନି ବର୍ଷର କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ମହିଳାମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ। ସେମାନଙ୍କ ପୂର୍ବ ଅନୁଭୂତି ଅନୁସାରେ ସେମାନଙ୍କୁ ତିନିଟି ବିଷୟ ଯଥା ଅର୍ଥନୈତିକ ସଶକ୍ତୀକରଣ ଓ ଉଦ୍ୟମିତା, ସାମାଜିକ କ୍ଷେତ୍ରର ନେତୃତ୍ୱ ଓ ପରିବର୍ତ୍ତନର ବାର୍ତ୍ତାବହ (ଚେଂଜ୍‌ମେକର) ଭାବେ ମେଟରିଂ ସହାୟତା ପ୍ରଦାନ କରାଯିବ।

ଏହି ଫେଲୋସିପ୍‌ର ଉଦଘାଟନୀ ସଂସ୍କରଣରେ ନେତୃତ୍ୱ ନେଉଥିବା ୫୦ ଜଣ ମହିଳାଙ୍କ ସ୍ୱତନ୍ତ୍ର ନେତୃତ୍ୱ ଦକ୍ଷତା ଗଠନ ଓ କୌଶଳ ବିକାଶ କରାଯିବ। ଏହି ଅଭିଯାନରେ ଯେଉଁ ମହିଳାମାନଙ୍କୁ ଚୟନ କରାଯିବ ସେମାନେ ମେଂଟରିଂ ସହାୟତା ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଯୋଡ଼ି ହେବାର ସୁଯୋଗ ମଧ୍ୟ ପାଇବେ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “କେବଳ ନିଜକୁ ନୁହେଁ ବରଂ ନିଜ ପରିବାର ଓ ସମାଜକୁ ସଶକ୍ତ କରିବା ଲାଗି ମହିଳାଙ୍କ ପାଖରେ ଥିବା ସାମଗ୍ରିକ ଓ ଅଭିନବ ଶକ୍ତି ଉପରେ ଆମର ବିଶ୍ୱାସ ରହିଛି। ଯେତେବେଳେ ମହିଳାମାନେ ପରସ୍ପର ସହ ମିଶି ଆଗକୁ ବଢ଼ିଥାନ୍ତି ସେମାନେ ଏକ ନେଟ୍‌ୱର୍କ ଓ ବ୍ୟବସ୍ଥା ଗଠନ କରନ୍ତି ଯାହା ସେମାନଙ୍କ ଚାରିପାଖରେ ଥିବା ଦୁନିଆର ରୂପାନ୍ତରଣରେ ସହାୟକ ହୋଇଥାଏ। ମହିଳାମାନଙ୍କ ଭିତରେ ନେତୃତ୍ୱକୁ ଆଗକୁ ବଢ଼ାଇବା ଓ ସେଥିପାଇଁ ସହାୟତା ପ୍ରଦାନ କରିବା ହେଉଛି ଆମର ଲକ୍ଷ୍ୟ। ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍‌ର ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍ ହେଉଛି ନେତୃତ୍ୱ ନେଉଥିବା ଆକାଂକ୍ଷୀ ମହିଳାମାନଙ୍କୁ ସମୃଦ୍ଧ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯେଉଁମାନେ ଭାରତର ସାମାଜିକ ପରିବର୍ତନର ଅଗ୍ରଦୂତ ହୋଇରହିବେ।’’

ଭାଇଟାଲ୍ ଭଏସେସ୍‌ର ସହ ପ୍ରତିଷ୍ଠାତା, ସଭାପତି ଓ ସିଇଓ ମିସ୍ ଅଲାଇସି ନେଲ୍‌ସନ୍ କହିଛନ୍ତି ଯେ, “ପ୍ରତି ସମସ୍ୟା ସମାଧାନକାରୀଙ୍କୁ ସହାୟକ ନେଟ୍‌ୱର୍କ ଦରକାର ଏବଂ ଭାରତ ଓ ବାହାରେ ଲୋକମାନଙ୍କୁ ସଶକ୍ତ କରିବା ଲାଗି କାମ କରୁଥିବା ମହିଳା ଓ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ କାମରେ ଦୀର୍ଘମିଆଦୀ ନିବେଶ କରି ଆମେ ନେତୃତ୍ୱ ନେଉଥିବା ଏହି ମହିଳାମାନଙ୍କୁ ସେହି ସହଯୋଗୀ ନେଟୱର୍କ ପ୍ରଦାନ କରିବାକୁ ଚାହୁଛୁ। ଭାରତର ପରବର୍ତୀ ପିଢ଼ିର ନେତୃତ୍ୱ ନେଉଥିବା ମହିଳାଙ୍କ ପାଇଁ ଏହି ନିବେଶ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ।’’
ଏ ବିଷୟରେ ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ: https://www.vitalvoices.org/program/womenleadindiafellowship/

Categories
ଆଜିର ଖବର ରାଜ୍ୟ ଖବର

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରିଲାଏନ୍ସ ଫାଉଣ୍ଡେସନ ଦେଲା ୨୫ କୋଟି ଟଙ୍କା

ଭୁବନେଶ୍ୱର: ଚଳିତ ବନ୍ୟାରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇ ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୨୫ କୋଟି ଟଙ୍କା ପ୍ରଦାନ କରିଛି। ଆସାମ ମୁଖ୍ୟମନ୍ତ୍ରୀ ଡ.ହିମନ୍ତ ବିଶ୍ୱ ଶର୍ମା ଏଥିପାଇଁ ସାମାଜିକ ଗଣମାଧ୍ୟମରେ କୃତଜ୍ଞତା ପ୍ରକାଶ କରିଛନ୍ତି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇଥିବାରୁ ସେ ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ବନ୍ୟାଜନିତ ରିଲିଫ ପ୍ରଦାନରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ଆସାମ ସରକାର ଓ ନାଗରିକ ସମାଜ ସଂଗଠନ ଗୁଡ଼ିକ ସହିତ ମିଶି ଆସାମର ଲୋକମାନଙ୍କୁ ପ୍ରାୟ ମାସେ ହେଲା ରିଲିଫ କାର୍ଯ୍ୟରେ ସହାୟତା ପ୍ରଦାନ କରୁଛି। ବନ୍ୟା ଆରମ୍ଭରୁ ରିଲାଏନ୍ସର ଏକ ଟିମ୍ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରାଣୀ ସଂପଦ ଓ ଭେଟେରେନାରୀ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ନାଗରିକ ସମାଜ ସଂଗଠନ ସହ ମିଶି କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ପ୍ରଦାନ ଓ ସେମାନଙ୍କ ଅସୁବିଧା ଦୂର ପାଇଁ କାର୍ଯ୍ୟ କରିଆସୁଛି। କଚର ଜିଲ୍ଲାର ସିଲଚର, କାଲାଇନ, ବୋରଖୋଲା ଓ କାଟିଗୋରହ ବ୍ଲକରେ ତୁରନ୍ତ ରିଲିଫ ସହାୟତା ପ୍ରଦାନ କରିଥିବାବେଳେ ନାଗାଓଁ ଜିଲ୍ଲାର କାଠିଆଟୋଲି, ରାହା, ନାଗାଓଁ ସଦର ଓ କାମପୁର ବ୍ଲକରେ ରିଲିଫ କାର୍ଯ୍ୟ ଚାଲୁ ରଖିଛି। ମେଡିକାଲ ଶିବିର ଆୟୋଜନ ସହିତ ଜରୁରୀକାଳୀନ ରିଲିଫ କିଟ୍ ବଂଟନ କରୁଛି।

ଏହାବ୍ୟତୀତ ଗୋରୁଗାଈଙ୍କ ପାଇଁ ମଧ୍ୟ କଚର ଓ ନାଗାଓଁ ଜିଲ୍ଲାରେ ପଶୁ ଚିକିତ୍ସା ଶିବିରମାନ ଆୟୋଜନ କରିଛି। ରାଜ୍ୟରେ ଦୀର୍ଘଦିନ ଧରି ଅବିରତ ବର୍ଷା ହେବା ଫଳରେ ଏହି ଦୁଇ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଜୁନ ୧ ତାରିଖରୁ ମେଡିକାଲ କ୍ୟାମ୍ପ ଆରମ୍ଭ ହୋଇଛି। ସେବେଠାରୁ ବନ୍ୟାଜନିତ ଅସୁବିଧାରୁ ଦେଖାଦେଇଥିବା ସ୍ୱାସ୍ଥ୍ୟବସ୍ଥା ପାଇଁ ୧୯୦୦ରୁ ଅଧିକ ଲୋକଙ୍କୁ ଯାଂଚ କରାଯାଇ ସେମାନଙ୍କୁ ଚିକିତ୍ସିତ କରାଯାଇଛି।

ପଶୁ ଚିକିତ୍ସା ଶିବିରରେ ୧୦,୪୦୦ରୁ ଅଧିକ ଗୋରୁଗାଈଙ୍କ ଚିକିତ୍ସା କରାଯାଇଛି। ମେଡିକାଲ ଶିବିର ସହିତ ରିଲାଏନ୍ସ ଫାଉଣ୍ଡେସନ ପରିବାରଗୁଡ଼ିକୁ ରିଲିଫ କିଟ୍‌, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରୁଛି। ଆଜି ସୁଦ୍ଧା ୫୦୦୦ ପରିବାରକୁ କିଟ୍ ଯୋଗାଇ ଦିଆଯାଇଛି। ୨୦୨୧ରେ ବାତ୍ୟା ଓ ବନ୍ୟା ଭଳି ୮ଟି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ରିଲିଫ ସହାୟତା ଯୋଗାଇ ଦେଇଥିଲା। ବିପର୍ଯ୍ୟୟ ଆସିବା ପୂର୍ବରୁ ଓ ପରେ ବିଭିନ୍ନ ପରାମର୍ଶବଳୀ ଜାରି କରିବା ସହିତ ରିଲିଫ ପ୍ରଦାନ କରି ଫାଉଣ୍ଡେସନ ୧.୭ ଲକ୍ଷ ଲୋକଙ୍କ ନିକଟରେ ପହଂଚିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଫେଡେରେସନ୍‍ କପରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍‍ପିସିର ଆଥଲେଟଙ୍କୁ ଏକାଧିକ ପଦକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‍ଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‍ପିସି)ର ଆଥଲେଟମାନେ ଗତ ସପ୍ତାହରେ କେରଳର କାଲିକଟଠାରେ ଅନୁଷ୍ଠିତ ଫେଡେରେସନ୍‍ କପ୍‍ରେ ସେମାନଙ୍କର ଅନନ୍ୟ ପ୍ରଗତିର ପ୍ରମାଣ ପୁନଃ ପ୍ରଦର୍ଶିତ କରିଛନ୍ତି। ଏଚ୍‍ପିସିର ତିନିଜଣ ଆଥଲେଟ- ଅମ୍ଲାନ ବୋରଗୋହେନ୍‍, ଜ୍ୟୋତି ୟାରାଜୀ ଏବଂ ସିଦ୍ଧାନ୍ତ ଥିଙ୍ଗାଲୟା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅନ୍ୟଜଣେ ଆଥଲେଟ ମୌମିତା ମଣ୍ଡଳ ଏକ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି। ଏଚ୍‍ପିସିର ଅନ୍ୟ ବହୁ ଆଥ୍‍ଲେଟ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ପ୍ରଦର୍ଶନ କରିଥିବାବେଳେ ଆଉ କିଛି ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଛନ୍ତି, ଯାହା ହେଡ୍‍ କୋଚ୍‍ ଜେମ୍ସ ହିଲିଅର୍‍ଙ୍କୁ ତାଙ୍କର ଶିଷ୍ୟମାନଙ୍କୁ ନେଇ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ଯୋଗାଇ ଦେଇଛି ଏବଂ ତାହାସହିତ ସେ ହାତଛଡା ହୋଇଥିବା ସୁଯୋଗକୁ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

“ମୁଁ ସନ୍ତୁଷ୍ଟ ବୋଲି କହିବା କଷ୍ଟକର, କାରଣ କୋଚ୍‍ ଭାବରେ ଜଣେ ଅଧିକ ଆଶା କରନ୍ତି,” ବୋଲି ହିଲିଅର୍‍ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, “ପ୍ରତିଯୋଗିତାରେ ଆମ ଆଥଲେଟମାନେ କେତେକ ଅନନ୍ୟ ବ୍ୟକ୍ତିଗତ ପ୍ରଦର୍ଶନ କରିଥିଲେ କିନ୍ତୁ ମୋଟାମୋଟି ଭାବରେ ଆମେ କେତେକ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିଦେଲୁ।”

ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ବୋରଗୋହେନ୍‍ ସ୍ପ୍ରିଣ୍ଟ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ୨୦.୬୩ ସେକେଣ୍ଡକୁ ଭାଙ୍ଗିବା ସହିତ ୨୦୦ ମିଟରକୁ ୨୦.୫୨ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ। ବୋର୍‍ଗୋହେନ୍‍ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାବେଳେ ୟାରାଜୀ ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସତ୍ତ୍ୱେ କାନ୍ଦି ପକାଇଥିଲେ। ତାଙ୍କର ସମୟ ୧୩.୦୯ ସେକେଣ୍ଡ ସମ୍ପ୍ରତି ରହିଥିବା ୧୩.୩୮ସେକେଣ୍ଡର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ ମଧ୍ୟ ତାଙ୍କୁ ଏହି ସମୟ ପ୍ରଦାନ ପାଇଁ ମନା କରାଯାଇଥିଲା, କାରଣ ପବନର ବେଗ (ଟେଲ୍‍ ୱିଣ୍ଡ୍‍) ଅନୁମୋଦିତ ସୀମାଠାରୁ ସାମାନ୍ୟ ଅଧିକ ରହିଥିଲା । ଅବଶ୍ୟ ଏହି ଧକ୍କା ସେହିସମୟରେ କିଛି ପରିମାଣରେ ଅବଦମିତ ହୋଇଥିଲା, ଯେତେବେଳେ ୟାରାଜୀଙ୍କ ତାଲିମ ସହଯୋଗୀ ମଣ୍ଡଳ ୧୩.୭୮ ସେକେଣ୍ଡ ସହିତ ରୌପ୍ୟ ପଦକ ହାସଲ କଲେ ଏବଂ ଏହା ଏଚ୍‍ପିସି ଆଥ୍‍ଲେଟମାନଙ୍କ ପାଇଁ ଉଲ୍ଲେଖନୀୟ ୧-୨ ସଫଳତା ଆଣିଦେଇଥିଲା।

“ଏହା ବାସ୍ତବିକ ଏକ ପ୍ରଭାବଶାଳୀ ପ୍ରଦର୍ଶନ ଥିଲା ଏବଂ କିଛି ସମୟରେ ଜ୍ୟୋତି ଆନୁଷ୍ଠାନିକ ଭାବରେ ଏହି ରେକର୍ଡକୁ ପୁନର୍ବାର ଭାଙ୍ଗିପାରିବେ,” ବୋଲି ହିଲିଅର୍‍ କହିଛନ୍ତି। ସେ କହିଛନ୍ତି ଯେ, “ଜ୍ୟୋତି ଆମମାନଙ୍କ ନିକଟକୁ ଗତବର୍ଷ ଜୁଲାଇରେ ଆସିଥିଲେ ଏବଂ ତାଙ୍କ ଭିତରେ ଆତ୍ମବିଶ୍ୱାସ ଖୁବ୍‍ ନିମ୍ନରେ ଥିଲା, ତାଙ୍କ ଶରୀରରେ ଆଘାତ ଲାଗିଥିଲା ଏବଂ ସେ ଅନ୍‍ଫିଟ୍‍ ସ୍ଥିତିରେ ଥିଲେ। କ୍ରମଶଃ ମୁଁ ତାଙ୍କ ଭିତରେ ଆତ୍ମବିଶ୍ୱାସ ଭରିଦେବା ଏବଂ ତାଙ୍କର ବେଗ, ସାମର୍ଥ୍ୟ ଏବଂ ତାଲିମରେ ନିରନ୍ତରତା ବଜାୟ ରଖିବା ପ୍ରୟାସ କରିଥିଲି ।”
୩୧ ବର୍ଷ ବୟସ୍କ ଥିଙ୍ଗାଲୟା ଜାତୀୟ ସର୍କିଟରେ ଅନ୍ୟତମ ଭେଟେରାନ୍‍ ହୋଇଥିବାବେଳେ ଅଢେଇ ବର୍ଷ ପରେ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରି ୧୧୦ ମିଟର ହର୍ଡଲ୍ସକୁ ୧୪.୦୮ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ। ସେହି ବିଭାଗରେ ଗ୍ରେସିସନ୍‍ ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ୧୪.୬୭ ସେକେଣ୍ଡ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। ମାତ୍ର ୧୯ ବର୍ଷ ବୟସ ହୋଇଥିବା ଗ୍ରେସିସନ୍‍ଙ୍କୁ ହିଲିଅର୍‍ ଭବିଷ୍ୟତର ଜଣେ ଉଜ୍ଜ୍ୱଳ ସମ୍ଭାବନା ଭାବରେ ଚିହ୍ନଟ କରିଛନ୍ତି।

ହାଇ ଜମ୍ପର୍‍ ସ୍ୱାଧୀନ ମାଝୀ ଗୋଇଠିରେ କ୍ଷତ କାରଣରୁ ଗତ ମାସରେ ତାଲିମକୁ ସୀମିତ କରିଥିବା ସତ୍ତ୍ୱେ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୦ ମିଟର ପ୍ରଦର୍ଶନ ସହିତ ପଞ୍ଚମ ସ୍ଥାନରେ ରହିଥିଲେ। ଏଚପିସିରେ ନୂଆକରି ଯୋଗଦେଇଥିବା ୩୦୦୦ ମିଟର ଷ୍ଟିପଲଚେଜର୍‍ ସୁସ୍ମିତା ଟିଗା ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୧.୨୩.୧୦ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। କାଂସ୍ୟ ପଦକ ହାସଲ ଅଳ୍ପକେ ହାତଛଡା କରିଥିବା ଅନ୍ୟଜଣେ ଆଥଲେଟ ହେଉଛନ୍ତି ୪୦୦ ମିଡର ହର୍ଡଲ୍ସରେ ପ୍ରଜ୍ଞା ସାହୁ। ଲଙ୍ଗ ଜମ୍ପର୍‍ ସବିତା ଟପ୍ପୋ ଏବଂ ମନୀଷା ମେରେଲ ପଦକ ତାଲିକା ବାହାରେ ରହିଯାଇଥିଲେ, କାରଣ ଏହି ପ୍ରତଯୋଗିତା ସେମାନଙ୍କ ପାଇଁ ଶୀର୍ଷ ସ୍ତରରେ ଅନୁଭୂତି ଏବଂ ପ୍ରଦର୍ଶନ ସୁଯୋଗ ଯୋଗାଇବାକୁ ଉଦ୍ଦିଷ୍ଟ ଥିଲା।

“ଆମର ସମସ୍ତ ଚମତ୍କାର ପ୍ରଦର୍ଶନ ମଧ୍ୟରେ କୌଣସିଟି ସହଜ ସଫଳତା ଥିବା ମୁଁ ଲକ୍ଷ୍ୟ କରିନାହିଁ,” ବୋଲି ହିଲିଅର୍‍ କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, “ପ୍ରତ୍ୟେକଟି ବିଷୟରେ ତାଲିମ ଦିଆଯାଇଥିଲା ଏବଂ ଅତ୍ୟନ୍ତ ନିଖୁଣ ଭାବରେ ଯୋଜନା କରାଯାଇଥିଲା। ଆମେ ବାସ୍ତବରେ ସମ୍ମିଳିତ ଭାବରେ ଏକ ମହାନ୍‍ ପ୍ରଦର୍ଶନକାରୀ ଟିମ୍‍ ସୃଷ୍ଟି କରିପାରିଛୁ। ମୋର କାମକୁ ସେମାନେ ସମସ୍ତେ ମୂଲ୍ୟଯୁକ୍ତ କରୁଛନ୍ତି ଏବଂ ସେମାନଙ୍କ ବ୍ୟତୀତ, ସେମାନଙ୍କର ବିଦ୍ୱତା ଏବଂ ସେମାନଙ୍କର ଶକ୍ତି ବ୍ୟତୀତ ମୁଁ ନିଶ୍ଚିତ ଯେ ଆମେ ଏଭଳି ସଫଳ ହୋଇପାରିନଥାନ୍ତୁ।”

Categories
ଆଜିର ଖବର ଖେଳ ରାଜ୍ୟ ଖବର

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଆଥଲେଟମାନଙ୍କ ଦ୍ୱାରା ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‌ଲେଟିକ୍ସ ହାଇ ପରଫର୍‌ମାନ୍ସ ସେଂଟର (ଏଚ୍‌ପିସି)ର ଆଥ୍‌ଲେଟମାନେ ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପରଫର୍‌ମାନ୍ସ ଗ୍ରେଡେଡ ରେସ୍ ସିରିଜ୍‌ର ଫାଇନାଲରେ ଉଲ୍ଲେଖନୀୟ ଭାବରେ ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ସମୟ ହାସଲ କରିଛନ୍ତି। ପରଫର୍‌ମାନ୍ସ ଗ୍ରେଡେଡ ରେସ୍ ଭଳି ଅନନ୍ୟ ଚିନ୍ତାଧାରାକୁ ଏଚ୍‌ପିସି ମୁଖ୍ୟ କୋଚ୍ ଜେମ୍ସ ହିଲିଅର୍ ପ୍ରଚଳନ କରିଥିଲେଯାହା ଚିରାଚରିତ ଅଭ୍ୟାସ ଧାରାରୁ ଯଥେଷ୍ଟ ଭିନ୍ନ ଅଟେ। ଏଥିରେ ଆଥ୍‌ଲେଟମାନେ ବୟସ ଓ ଲିଙ୍ଗ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ନିଜସ୍ୱ ସମୟ ଭିତିରେ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି।

ଏହି କ୍ରୀଡା କାର୍ଯ୍ୟକ୍ରମରେ ମୋଟ ୩୦ଟି ବ୍ୟକ୍ତିଗତ ଇଭେନ୍ଟ ଆୟୋଜିତ ହୋଇଥିଲା ଏବଂ ସେଥିରେ ସମଗ୍ର ରାଜ୍ୟରୁ ଆଥ୍‌ଲେଟମାନେ ଏଚ୍‌ପିସିର ଆଥଲେଟମାନଙ୍କ ସହିତ ସାମିଲ ହୋଇ ଉଚ୍ଚ ମାନର ପ୍ରତିଯୋଗିତା ପ୍ରଦର୍ଶନ କରିଥିଲେଯାହା “ଆଥ୍‌ଲେଟମାନେ ଉତ୍କର୍ଷ ହାସଲ କରିବାକୁ ଏକ ସ୍ଫୁର୍ତିଶୀଳଶକ୍ତିପ୍ରଦ ପରିବେଶ’ ବୋଲି ହିଲିଅର୍ ବର୍ଣ୍ଣନା କରିଛନ୍ତି। ପ୍ରଥମ ଥର ପାଇଁ ପାରା ଆଥ୍‌ଲେଟମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ୧୦୦ ମିଟର ରେସ୍ ଆୟୋଜନ କରାଯାଇଥିଲା ଏବଂ ସେଥିରେ ସାତଜଣ ଆଥ୍‌ଲେଟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନେକ ପାରା ଆଥ୍‌ଲେଟ ମଧ୍ୟ ଲଙ୍ଗ ଜମ୍ପ୍‌ରେ ପ୍ରତିଯୋଗିତା କରିଥିଲେ।

ଆମେମାନେ ଏକ ନୂଆ ଚିନ୍ତାଧାରା ସୃଷ୍ଟି କରିବା ଏବଂ ଯାହା ଭାରତରେ ପୂର୍ବରୁ କେବେ ହୋଇନାହିଁସେହିଭଳି କରିବାକୁ ମୁଁ ଚାହିଁଥିଲି” ବୋଲି ହିଲିଅର୍ କହିଛନ୍ତି। “ଆମେ ସବୁ ସ୍ତରରେ ଆଥ୍‌ଲେଟମାନଙ୍କ ପାଇଁ ଏକ ଅତ୍ୟନ୍ତ ଉଚ୍ଚ ସ୍ତରୀୟ ଆଥ୍‌ଲେଟ କୈନ୍ଦ୍ରିକ ପ୍ରତିଯୋଗିତା ସୁଯୋଗ ସୃଷ୍ଟି କରିବାକୁ ଚାହିଁଥିଲୁ। ମୁଁ ଭାବୁଛି ଆମେ ନିଶ୍ଚିତ ଭାବରେ ତାହା ହାସଲ କରିଛୁ ଏବଂ ପ୍ରତିଯୋଗିତାରେ ଆଥ୍‌ଲେଟମାନଙ୍କ ଦ୍ୱାରା ବିପୁଳ ସଂଖ୍ୟାରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ ହେବା ତାହାକୁ ପ୍ରତିପାଦିତ କରୁଛି। ଆମେ ମଧ୍ୟ ଆମର ମୁଖ୍ୟ ସକ୍ଷମ ରେସ୍ ଗୁଡିକ ମଧ୍ୟରେ ପାରା ଆଥ୍‌ଲେଟମାନଙ୍କୁ ସାମିଲ କରିବାକୁ ଚାହିଁଥିଲୁସେଥିପାଇଁ ସକ୍ଷମମାନଙ୍କର ୧୦୦ ମିଟର ରେସ୍ ପରେ ପାରା ୧୦୦ ମିଟର ରେସ୍ ମଧ୍ୟ ଆୟୋଜନ କରିଥିଲୁ।”

ଅଂଶଗ୍ରହଣ କରିଥିବା ଆଥ୍‌ଲେଟମାନଙ୍କ ମଧ୍ୟରେ ଯେଉଁମାନଙ୍କୁ ହିଲିଅର୍ ସ୍ୱତନ୍ତ୍ର ପ୍ରଶଂସା କରିଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଜ୍ୟୋତି ୟାରାଜୀଯିଏ ଅଣଆନୁଷ୍ଠାନିକ ଭାବରେ ୧୦୦ ମିଟର ହର୍ଡଲ୍ସକୁ ରେକର୍ଡ ସମୟ ମଧ୍ୟରେ ଦୌଡିବା ସହିତ ୧୩.୨୫ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ। ସେହିଭଳି ସିନିୟର ଓପନ୍ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅମ୍ଲାନ ବୋର୍‌ଗୋହେନ୍ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ୧୦୦ ଓ ୨୦୦ ମିଟର ଡବଲ୍‌କୁ ଯଥାକ୍ରମେ ୧୦.୭୪ ଓ ୨୦.୯୨ ସେକେଣ୍ଡରେ ଅତିକ୍ରମ କରିଥିଲେଯାହା ଚଳିତ ସିଜନ୍‌ରେ ତାଙ୍କର ସର୍ବୋତମ ସମୟ ଥିଲା। ସୁନ୍ଦରଗଡ ଜିଲାରୁ ଆସିଥିବା କିଶୋରୀ ସବିତା ଟପ୍ପୋତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ଏବଂ ୧୦୦ ମିଟର ହର୍ଡଲ୍ସରେ ୨୦୨୧ରେ ହାସଲ କରିଥିବା ତାଙ୍କର ବ୍ୟକ୍ତିଗତ ସମୟ ୧୪.୬୬ ସେକେଣ୍ଡରେ ଉନ୍ନତି ଘଟାଇ ସେ ତାହାକୁ ୧୪.୫୦ ସେକେଣ୍ଡରେ ଅତିକ୍ରମ କରିଥିଲେ। ଅଭିଷେକ ଦଳବେହେରାଆର‌୍ୟନ୍ ଏକ୍କାଗ୍ରେସିସନ ଜୀଭା ଏବଂ ମୌମିତା ମଣ୍ଡଳ ଆଦି ଏଚ୍‌ପିସିର ଅନ୍ୟ ଆଥ୍‌ଲେଟମାନେ ସେମାନଙ୍କର ନିଜସ୍ୱ ଇଭେନ୍ଟରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ କରିଥିଲେ।

ପର୍‌ଫରମାନ୍ସ ଗ୍ରେଡେଡ ରେସ୍ ଆଥ୍‌ଲେଟମାନଙ୍କୁ ସବୁ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବସଂପନ୍ନ ହେବା ଏବଂ ସେମାନଙ୍କର ପ୍ରତିଭା ସ୍ତରକୁ ଭିତିକରି ସର୍ବୋତମ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଥାଏ,” ବୋଲି ହିଲିଅର କହିଛନ୍ତି। “କେତେକ ରେସ୍‌ରେ ଅଧିକ ଅଭିଜ୍ଞ ଆଥ୍‌ଲେଟ ନଥାଇ ମଧ୍ୟ ସେଥିରେ ଅନେକ ଚମତ୍କାର ସମୟ ହାସଲ ହେବା ଦେଖି ଅତ୍ୟନ୍ତ ଆନନ୍ଦିତ ଲାଗୁଛିବୋଲି ସେ କହିଛନ୍ତି।”

ଏହି ପ୍ରଦର୍ଶନ ଆସନ୍ତା ମାସରେ କେରଳର କାଲିକଟ୍ ଠାରେ ହେବାକୁ ଯାଉଥିବା ଫେଡେରେସନ କପ୍‌ର ଠିକ୍ ପୂର୍ବରୁ ଲକ୍ଷ୍ୟ କରାଯାଇଛିଯେଉଁଠାରେ ରିଲାଏନ୍ସ ଫାଉଣ୍ଡେସନ୍ ଓଡିଶା ଆଥଲେଟିକ୍ସ ଏଚ୍‌ପିସିର ଦଶ ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଏଠିକାର ଆଥଲେଟ୍ ମାନେ ଅନେକ ପଦକ ହାସଲ କରିବା ନେଇ ହିଲିଅର୍ ଆଶା ରଖିଛନ୍ତିତଥାପି ତାଙ୍କର ଦୃଷ୍ଟି ବୃହତର ଫଳାଫଳ ଉପରେ ନିବଦ୍ଧ ରହିବ। ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନ୍‌ର ଏକ ମିଳିତ ପ୍ରୟାସ ଏହି ଏଚ୍‌ପିସି ଆନୁଷ୍ଠାନିକ ଭାବରେ ୨୦୧୯ରେ କାର୍ଯ୍ୟ ଆରମ୍ଭ କରିଥିଲା । ହିଲିଅର୍‌ଙ୍କ ବିଶ୍ୱାସ ଯେ ଏହା ସମଗ୍ର ଦେଶରେ ଏହିଭଳି ଧରଣର ଅନ୍ୟ ପ୍ରୟାସ ପାଇଁ ଏକ ମାନକ ସ୍ଥାପନ କରିବ।

ମୁଁ ପ୍ରଶିକ୍ଷଣ ଦେଉଥିବାବେଳେ ଚେଷ୍ଟା କରୁଛି ଏବଂ ଏହା ମଧ୍ୟ ଲକ୍ଷ୍ୟ କରୁଛି ଯେ ଗତ ଅଢେଇ ବର୍ଷ ମଧ୍ୟରେ କୋଭିଡ ପ୍ରଭାବିତ ସମୟରେ ଆମେ କେତେଦୂର ଆସିପାରିଛୁ ଏବଂ ଆମେ କେତେ ସଫଳତା ହାସଲ କରିପାରିଛୁ,” ବୋଲି ହିଲିଅର କହିଛନ୍ତି। “ସାମ୍ପ୍ରତିକ ବିଷୟଗୁଡିକ ଉପରେ ଦୃଷ୍ଟି କେନ୍ଦ୍ରୀଭୁତ କରିବା ସହଜ ଏବଂ ଅନେକ ସମୟରେ ଆମେ ଆମର ଚମତ୍କାର ଯାତ୍ରା ଉପରେ ଦୃଷ୍ଟି ପକାଇବାକୁ ଯଥେଷ୍ଟ ସମୟ ପାଉନାହୁଁ। ଆମ ଆଥ୍‌ଲେଟମାନଙ୍କୁ ଉଚ୍ଚ ମାନର କୋଚିଂ ଦେବା ଉପରେ ଆମର ପ୍ରାଧାନ୍ୟ ଜାରି ରିହବତାହାସହିତ କୋଚ୍ ବିକାଶ ଏବଂ ଓଡ଼ିଶାରେ ଆଥ୍‌ଲେଟ ଓ ଆଥ୍‌ଲେଟିକ୍ସର ସାମଗ୍ରିକ ବିକାଶ ଦିଗରେ ଆମର ଉଦ୍ୟମ ଜାରି ରହିବ। ଯଦ୍ଦ୍ୱାରା ରାଜ୍ୟେ ଅଧିକରୁ ଅଧିକ ସଂଖ୍ୟାରେ ଯୁବବର୍ଗ ଆଥ୍‌ଲେଟିକ୍ସରେ ଅଂଶଗ୍ରହଣ କରିବା ଏବଂ ଏଚ୍‌ପିସିକୁ ଆସୁଥିବା ପ୍ରତିଭାମାନଙ୍କର ମାନରେ ବ୍ୟାପକ ଉନ୍ନତି ସାଧନ ମଧ୍ୟ ଆମ ପାଇଁ ନିରନ୍ତର ପ୍ରାଧାନ୍ୟର ବିଷୟ ରହିବ। ଆମର ମନେହୁଏ ଯେ ଆମ ଯଦି ଏହି ତିନିଟି ବିଷୟକୁ ଆଗକୁ ଆଗକୁ ବଢାଇ ଚାଲିବା ତେବେ ଆମେ ଆମ କାର୍ଯ୍ୟକ୍ରମର ସଫଳତାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇ ପାରିବା।”

ଆମେ ଶିକ୍ଷା କ୍ଲାସ ପରିଚାଳନା କରୁଛୁଆଥ୍‌ଲେଟମାନଙ୍କୁ କମ୍ପ୍ୟୁଟରକୌଣସି ଏକ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ବିଷୟ ଶିଖିବାକୁ ସୁଯୋଗ ଦେଉଛୁ ଯାହା ସେମାନଙ୍କୁ ସେମାନଙ୍କର ସାମଗ୍ରିକ ଶିକ୍ଷା ଏବଂ ନିଜକୁ ସର୍ବସମ୍ମୁଖରେ ଉପସ୍ଥାପିତ କରିବାରେ ସହାୟକ ହେବ,” ବୋଲି ସେ କହିଛନ୍ତି। “ଆମେ ଆଥ୍‌ଲେଟମାନଙ୍କୁ ପ୍ରାଥମିକ ଭାବରେ ମଣିଷ ଭାବରେ ଆଚରଣ କରୁଛୁ ଏବଂ ଏହା ଦୃଢ ଭାବରେ ଅନୁଭବ କରୁଛୁ ଯେ ଜଣେ ସୁପ୍ରସ୍ତୁତ ଆଥ୍‌ଲେଟ କେବଳ ଟ୍ରାକ୍‌ରେ ଭଲ ପ୍ରଦର୍ଶନ କରିବେ ନାହିଁତାହାସହିତ ସମାଜ ପାଇଁ ମଧ୍ୟ ଅଧିକ ମୂଲ୍ୟବାନ ଅବଦାନ ଦେଇପାରିବେ।”

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଥିବା ଏବଂ ଉତ୍ସବ ପାଳନର ଆଗ୍ରହ ସର୍ବତ୍ର ପରିଲକ୍ଷିତ ହେଉଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି।

ଭୁବନେଶ୍ୱର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ଏହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍‍ ବ୍ୟାଗ୍‍ ଏବଂ ଉପହାର ବଣ୍ଟନ କରିଛି। ଏହି ଶିକ୍ଷଣୀୟ ଗୁଡିଜ୍‍ ବ୍ୟାଗରେ ପାଠ୍ୟ ଉପକରଣ, ମାନସ ମନ୍ଥନକାରୀ ଖେଳ, ମଡୁଲାର ହୁଲା ହୁପ୍‍, ଖେଳନା ଡୋ ଏବଂ କିଛି ଚକୋଲେଟ ରହିଛି। ଉକ୍ତ ଉପହାର ବ୍ୟାଗରେ ମଧ୍ୟ ପିଲାଙ୍କ ପାଇଁ କୋଭିଡରୁ ସୁରକ୍ଷା ପ୍ରଦାନ କରୁଥିବା ସାନିଟାଇଜର ଏବଂ ମାସ୍କ ରହିଛି।

ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱରରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୬୦୦ ପିଲାଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଗୁଡିଜ୍‍ ବ୍ୟାଗ ଏବଂ ଉପହାର ତିନିଟି ସହଭାଗୀ ଏନଜିଓ ଯଥା- ଅଙ୍କୁର ଫାଉଣ୍ଡେସନ, ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଏବଂ ପରିବର୍ତ୍ତନ ସହଯୋଗରେ  ବଣ୍ଟନ କରାଯାଇଛି। ଏନଜିଓ ସହଯୋଗୀମାନେ ଭୁବନେଶ୍ୱରରେ ସାଲିଆ ସାହି, ବାଣୀବିହାର ନିକଟ  ବିଶେଶ୍ୱର ବସ୍ତି, ୟୁନିଟ ୯ ନିକଟ ମା ଭଗବତୀ ବସ୍ତି, ପୁନାମା ଗେଟ୍‍ ନିକଟ କେଳା ସାହି, ସୁନ୍ଦରପଦା ନିକଟ ଭୋଇ ସାହି ବସ୍ତି ଏବଂ ମଞ୍ଚେଶ୍ୱର ନିକଟ ଧିରିକୁଟି ବସ୍ତି ସମେତ ବିଭିନ୍ନ ବସ୍ତି ଅଞ୍ଚଳରେ ଅବହେଳିତ ବର୍ଗର ପିଲାମାନଙ୍କୁ ଏହି ଗୁଡିଜ୍‍ ବ୍ୟାଗ ଏବଂ ଉପହାର ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ ତାହାର କୋଭିଡ ସୁରକ୍ଷା ଅଭିଯାନର ଅଂଶବିଶେଷ ଭାବରେ କୋଭିଡ୧୯ ନିରାପତ୍ତା ନିୟମାବଳୀ ପାଳନ କରିବାକୁ ନିରନ୍ତର ଭାବରେ ପ୍ରାଧାନ୍ୟ ଦେବା ସହିତ ପୂର୍ବରୁ ନିଜର ଏନଜିଓ ସହଯୋଗୀ, କୃଷକ ଉତ୍ପାଦନକାରୀ କମ୍ପାନୀସମୂହ, ପୌର କାର୍ଯ୍ୟାଳୟ ଏବଂ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟଗୁଡିକ ଜରିଆରେ ଓଡ଼ିଶାର ୨୫ଟି ଜିଲାରେ ୧୦ ଲକ୍ଷରୁ ଅଧିକ ମାସ୍କ ଯୋଗାଇ ଦେଇସାରିଛି। ଏହା ମଧ୍ୟ ଏନଜିଓ ସହଯୋଗୀମାନଙ୍କ ସହିତ ମିଶି ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ପୁରୀ ଓ କୋରାପୁଟ ଜିଲାରେ ୭ରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପ୍ରାୟ ୫୦,୦୦୦ ସ୍ୱତନ୍ତ୍ର ଶିଶୁ ମାସ୍କ ବଣ୍ଟନ କରିଛି।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ: ୧୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ

ମୁମ୍ବଇ: ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ୱ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ନିମନ୍ତେ ଏକ ଅଗ୍ରଣୀ ପ୍ରୟାସ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ସଂପ୍ରତି ଆବେଦନପତ୍ର ଆହ୍ୱାନ କରୁଛି। ରିଲାଏନ୍ସ ଫାଉଣ୍ଡେସନ ଏଥିରେ ୧୦୦ ଜଣ ସବୁଠାରୁ ମେଧାବୀ ଅନୁସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଉଦାର ଆର୍ଥିକ ଅନୁଦାନ ଏବଂ ମଜଭୁତ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ସହାୟତା ଯୋଗାଇଦେବଯାହା ସେମାନଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ ସେମାନଙ୍କର କୁଶଳତାରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ। ଭାରତର ବୈଷୟିକ ବିକାଶରେ ରିଲାଏନ୍ସ ଫାଉଣ୍ଡେସନ୍ ବୃତ୍ତିଧାରକମାନେ ଆଗରେ ରହିବା ଏବଂ ନେତୃତ୍ୱ ନେବାର ସୁଯୋଗ ନେଇପାରିବେ। ଆର୍ଟିଫିସିଆଲ ଇଂଟେଲିଜେନ୍ସକଂପ୍ୟୁଟର ବିଜ୍ଞାନଗଣିତ ଓ କଂପ୍ୟୁଟିଂଇଲେକ୍ଟ୍ରିକାଲ ବା ଇଲେକଟ୍ରୋନିକ୍ସି ଇଞ୍ଜିନିୟରିଂରେ ପାଂଚ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅନୁସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ଏବଂ ସ୍ନାତକୋତ୍ତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମରେ ୬୦ ଜଣ ପର୍ଯ୍ୟନ୍ତ ଅନୁସ୍ନାତକ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ବେଳେ ୪୦ ଜଣ ପର୍ଯ୍ୟନ୍ତ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ଅଧ୍ୟୟନ କାଳରେ ପ୍ରଦାନ କରାଯିବ। ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ବିଶାରଦମାନଙ୍କ ସହିତ ଭାବ ବିନିମୟଶିଳ୍ପ ସହିତ ପରିଚିତି ଏବଂ ସ୍ୱେଚ୍ଛାକୃତ ପ୍ରୟାସ ସମେତ ଅନନ୍ୟ ସାମଗ୍ରିକ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ଏହି ଉଜ୍ଜ୍ୱଳ ମେଧାବୀମାନଙ୍କର ପରିପୋଷଣ ଏବଂ ସମର୍ଥନ କରିବ। ଏହାଦ୍ୱାରା ପ୍ରତିବର୍ଷ ଅନନ୍ୟ ଉତ୍କର୍ଷର ଏକ ବର୍ଗ ସୃଷ୍ଟିର ସୁଯୋଗ ଯୋଗାଇ ଦେବ। ଏହି ବୃତ୍ତି ପାଇଁ ଆବେଦନ କରିବାକୁ କୌଣସି ଦେୟ ରଖାଯାଇନାହିଁ। ସମାଜ କଲ୍ୟାଣ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା କ୍ଷେତ୍ରରେ ଏକ କର୍ପୋରେଟ ଦ୍ୱାରା ମୂଲ୍ୟଗତ ଦୃଷ୍ଟିରୁ ଏହା ଅନ୍ୟତମ ସର୍ବବୃହତ ବୃତ୍ତି (ସ୍କଲାରସିପ୍‌) କାର୍ଯ୍ୟକ୍ରମ ହୋଇଛି।

୨୦୨୧ ବର୍ଷରେ ୭୬ ଜଣ ଅନୁସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)କଂପ୍ୟୁଟର ବିଜ୍ଞାନ ଆଦି ଶିକ୍ଷା ନିମନ୍ତେ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯାଇଥିଲା। ରିଲାଏନ୍ସ ଫାଉଣ୍ଡେସନର ଏହି ମେଧାସଂପନ୍ନ ଛାତ୍ରଛାତ୍ରୀ ଦେଶର ୧୪ଟି ରାଜ୍ୟର ୨୧ଟି ଶୀର୍ଷସ୍ତରୀୟ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷା ପ୍ରତିଷ୍ଠାନରେ ବଛା ବଛା ଡିଗ୍ରୀ ପାଠ୍ୟକ୍ରମରେ ପୂର୍ଣ୍ଣକାଳୀନ ଅଧ୍ୟୟନ କରୁଛନ୍ତି । ଏହି ପ୍ରଥମ ବ୍ୟାଚ ମେଧାବୀ ଛାତ୍ରଛାତ୍ରୀ ଇତିମଧ୍ୟରେ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସହିତ ଏକାଧିକ ବୃତ୍ତିଗତ ଦକ୍ଷତା ପରିବର୍ଦ୍ଧନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ବୃତି ଅତ୍ୟନ୍ତ କଠିନ ଏବଂ ତୀବ୍ର ପ୍ରତିଯୋଗିତାମୂଳକ ମନୋନୟନ ପ୍ରକ୍ରିୟାରେ ଭାରତରେ ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବ। ଏହି ପ୍ରକ୍ରିୟା ମଧ୍ୟରେ ଅନ୍‌ଲାଇନ ଆବେଦନ ସହିତ ଭାରତୀୟ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ଏକ ମଣ୍ଡଳୀ ଦ୍ୱାରା ସାକ୍ଷାତକାର ପ୍ରକ୍ରିୟା ସାମିଲ ରହିଛି। ମେଧା ଆଧାରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯିବ ଏବଂ ସମସ୍ତ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆବେଦନ କରିବାକୁ ଉତ୍ସାହିତ କରାଯାଉଛି। ଆଦ୍ୟ ବାଲ୍ୟାବସ୍ଥାରୁ ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ ବିଶ୍ୱଶ୍ରେଣୀର ଶିକ୍ଷାର ସୁଯୋଗ ନେବାରେ ଉନ୍ନତି ସାଧନ ଏବଂ ଏଭଳି ଏକ ବ୍ୟବସ୍ଥା ବିକଶିତ କରିବା ନିିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ପ୍ରକ୍ରିୟାର ଏହି ବୃତ୍ତି ଏକ ଅଂଶବିଶେଷ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ବିଦ୍ୟାଳୟସମୂହ ବର୍ଷକୁ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ଧୀରୁଭାଇ ଅମ୍ବାନି ବୃତି ୧୯୯୬ ଠାରୁ ୧୨,୫୦୦ରୁ ଅଧିକ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ପାଇଁ ମେଧା-ତଥା-ସାଧନ ଆଧାରରେ ପ୍ରଦାନ କରିସାରିଛି। ଜିଓ ଇନଷ୍ଟିଚ୍ୟୁଟ ଏକ ବିଶ୍ୱଶ୍ରେଣୀର ବହୁଧା ବିଷୟ ଭିତିକ ଉଚ୍ଚଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଭାବରେ ଉଭା ହେବାକୁ ଯାଉଛି। ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଶିକ୍ଷା ମୂଳସ୍ଥାନ ନେଉଛିଯାହା କୁଶଳାତାଜ୍ଞାନ ଏବଂ ସୁଯୋଗ ସହିତ ଆସନ୍ତାକାଲିର ନେତୃତ୍ୱ ବିକଶିତ ଓ ସଶକ୍ତ କରିବାରେ ବିଶ୍ୱାସ ରଖୁଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଓ ବର୍ଷା ପୂର୍ବରୁ ଶସ୍ୟର ସୁରକ୍ଷା ଉପରେ କୃଷକଙ୍କ ପାଇଁ ବିଶେଷଜ୍ଞ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ବାତ୍ୟା ଗତିପଥରେ ଆସୁଥିବା ୧୬ଟି ଜିଲାର ହଜାର ହଜାର ସଂଖ୍ୟକ କୃଷକ, ଗୋସମ୍ପଦ ପାଳନକାରୀ ଏବଂ ସ୍ଥଳଭାଗର ମତ୍ସ୍ୟଚାଷୀଙ୍କ ପାଇଁ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ଶସ୍ୟର ସୁରକ୍ଷାମୂଳକ ପଦକ୍ଷେପ, ଗୋସମ୍ପଦ ଓ ମତ୍ସ୍ୟଚାଷୀଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଅନେକ ଅଡିଓ ସମ୍ମିଳନୀ ଏବଂ ୟୁଟ୍ୟୁବ ସିଧା ପ୍ରସାରଣ ଅଧିବେଶନ କେଭିକେ ନୟାଗଡ, କେଭିକେ ଢେଙ୍କାନାଳ, କେଭିକେ କଟକ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ମତ୍ସ୍ୟଚାଷ ବିଭାଗର ବୈଷୟିକ ସହଯୋଗରେ ଏକ ସମୟରେ ଅନେକ ସ୍ଥାନରେ ଆୟୋଜନ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଗଣ, ବାଲେଶ୍ୱର, ଭଦ୍ରକ ଏବଂ ପୁରୀ ଜିଲାର ୧୬ଟି ବାତ୍ୟା ଆଶ୍ରୟ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସମ୍ପାଦକ ଓ ସଦସ୍ୟବୃନ୍ଦଙ୍କ ସମେତ ବାହାନଗାସ୍ଥିତ ଗ୍ରାମ୍ୟ କୃଷି ବିକାଷ କେନ୍ଦ୍ରର ଅଧିକାରୀଗଣ; ତ୍ରିବେଣୀ ଟ୍ରଷ୍ଟ ଭଦ୍ରକ, ପ୍ରଗତି ଯୁବକ ସଂଘ ଭଦ୍ରକର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲାରେ ବାତ୍ୟାର ପ୍ରକାର, ରାଜ୍ୟ / ଜିଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ନିମନ୍ତେ ଅମଲମ୍ବନ କରାଯାଉଥିବା କୌଶଳ, ନିୟନ୍ତ୍ରଣ କକ୍ଷ ସମ୍ପର୍କିତ ବିସ୍ତୃତ ତଥ୍ୟ, ବାତ୍ୟା ମୁକାବିଲା ପ୍ରସ୍ତୁତି ଏବଂ ବାତ୍ୟା ପୂର୍ବରୁ ଶସ୍ୟର ସୁରକ୍ଷା ଦିଗରେ ପଦକ୍ଷେପ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ବେସାମରିକ ପ୍ରତିରକ୍ଷା ସଂଗଠନର ସହଯୋଗରେ କୃଷକ ଏବଂ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ବାତ୍ୟା ସମ୍ପର୍କିତ ପ୍ରାୟ ୬୦୦ ପ୍ରଶ୍ନର ଉତ୍ତର ଦିଆଯାଇଥିଲା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରାଇ ଦିଆଯାଇଥିଲା ଏବଂ କୃଷକମାନେ ଶସ୍ୟ ଅମଳ କରିବା ସହିତ ଅମଳ ସରିଥିବା ଫସଲକୁ ସୁରକ୍ଷିତ ରଖିବା ସକାଶେ ସଜାଗ କରିଦିଆଯାଇଥିଲା। ଏଥିସହିତ କୃଷକମାନେ ମଧ୍ୟବର୍ତ୍ତୀକାଳୀନ କୃଷିକାର୍ଯ୍ୟ ସ୍ଥଗିତ ରଖିବା ସହିତ ଗୋସମ୍ପଦଙ୍କୁ ଘର ଭିତରେ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା।

ମୋବାଇଲ ଅଡିଓ ପରାମର୍ଶ ଏବଂ ସତର୍କ ସୂଚନା ଓଡ଼ିଶାର ୨୦ଟି ଜିଲାର ୬,୩୭,୦୦୦ କୃଷକଙ୍କ ନିକଟରେ ପହଞ୍ଚାଯାଇଥିଲା। ସେଥିମଧ୍ୟରେ ପାକଳ ହୋଇଯାଇଥିବା ଧାନ ଫସଲକୁ ଅମଳ କରିବା, କଟାସରିଥିବା ଧାନ ଫସଲକୁ ଜମିରେ ନଶୁଖାଇବା, ଅମଳ ହୋଇଥିବା ଫସଲକୁ ନିରାପଦ ସ୍ଥାନରେ ରଖିବା ଏବଂ ଧାନ ଫସଲ ଥିବା ଜମିରୁ ବଳକା ପାଣି ବାହାର କରିଦେବାକୁ ସିଆର କାଟିବା ଆଦି ପରାମର୍ଶ ସାମିଲ ଥିଲା। ଏଥିସହିତ କୃଷକଙ୍କୁ ରବି ଫସଲ ନବୁଣିବା, ମଧ୍ୟବର୍ତ୍ତୀକାଳୀନ କୃଷିକାର୍ଯ୍ୟ ସ୍ଥଗିତ ରଖିବା, ରବି ଫସଲରେ ସିଞ୍ଚନ, ସାର ପ୍ରୟୋଗ ଏବଂ ଜଳସେଚନ ଆଦି ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପନିପରିବା ଚାଷୀଙ୍କୁ ପନିପରିବା ନର୍ସରୀ ଉପରେ ଧଳା ପଲିଥିନ ଘୋଡାଇବା ଏବଂ କଦଳୀ, ଅମୃତଭଣ୍ଡା ତଥା ଅଧିକ ପବନ ସମ୍ବେଦୀ ପନିପରିବା ଗଛକୁ ଉପଯୁକ୍ତ ଢିରା ଦେବାକୁ ସଚେତନ କରାଯାଇଥିଲା।

ଅନୁରୂପ ମୋବାଇଲ ଅଡିଓ ପରାମର୍ଶ ଓ ସତର୍କ ସୂଚନା ରାଜ୍ୟର ୨୦ଟି ଜିଲାରେ ପ୍ରାୟ ୨,୦୦,୦୦୦ ଗୋସମ୍ପଦ ପାଳନକାରୀଙ୍କୁ ପ୍ରସାରିତ କରାଯିବା ସହିତ ସେମାନଙ୍କ ଗୋସମ୍ପଦକକୁ ଘର ଭିତରେ ନିରାପଦ ସ୍ଥାନରେ ରଖିବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ପାଇଁ ୩ରୁ ୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଥିଲା। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ମୋବାଇଲ ଅଡିଓ ପରାମର୍ଶ ଓ ସତର୍କ ସୂଚନା ୧୩ଟି ଜିଲାର ୬୦,୦୦୦ରୁ ଅଧିକ ଭୂଭାଗ ମତ୍ସ୍ୟଚାଷୀଙ୍କ ନିକଟରେ ପହଞ୍ଚାଯାଇଥିଲା। ସେମାନଙ୍କୁ ପୋଖରୀରେ ଜଳସ୍ତର କମ ରଖିବାକୁ ପରାମର୍ଶ ଦିଆଯାଇଥିଲା, ଯଦ୍ଦ୍ୱାରା ପୋଖରୀ ଭର୍ତ୍ତି ହୋଇ ପାଣି ବାହାରକୁ ବହିନଯିବ। ତାହାସହିତ ପୋଖରୀ ନିକଟରେ ପାଣି ଖଲାସ ନିମନ୍ତେ ରହିଥିବା ସମସ୍ତ ନାଳୀ ପରିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା। ଖାଲୁଆ ଅଞ୍ଚଳର ଚାଷୀଙ୍କୁ ପୋଖରୀ ଚାରିପଟେ ଜାଲ ବାନ୍ଧିବାକୁ କୁହାଯାଇଥିଲା, ଯଦ୍ଦ୍ୱାରା ପୋଖରୀ ଭର୍ତ୍ତି ହେଲେ ମଧ୍ୟ ମାଛଗୁଡିକ ପୋଖରୀ ବାହାରକୁ ଚାଲିଯାଇପାରିବେ ନାହିଁ। ପ୍ରବଳ ବର୍ଷା ସମୟରେ ମାଛଗୁଡିକୁ କମ୍‍ ଖାଦ୍ୟ ଦେବା ଅଥବା ଆଦୌ ନଦେବାକୁ ଏବଂ ବାତ୍ୟା ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ହ୍ରାସ ନପାଇବା ପର୍ଯ୍ୟନ୍ତ ଚିଙ୍ଗୁଡି ଯାଆଁଳ ଛାଡିବା କାର୍ଯ୍ୟ ସ୍ଥଗିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ୬ଟି ଜିଲାର ୩୦,୦୦୦ରୁ ଅଧିକ ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବିଙ୍କ ନିକଟରେ ମୋବାଇଲ ଅଡିଓ ଓ ସତର୍କ ସୂଚନା ପହଞ୍ଚାଯାଇ ସେମାନେ ସମୁଦ୍ର ମଧ୍ୟକୁ ନଯିବା, ନିଜର ଜାଲ, ଡଙ୍ଗା ଏବଂ ମାଛଧରା ସାମଗ୍ରୀ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା।

ଭାରତୀୟ ପାଣିପାଗ ବିଭାଗ, ଇନକଏସ (ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ ଇନଫର୍ମେସନ ସର୍ଭିସେସ), ଆଗ୍ରୋ ମେଟ ଫିଲ୍ଡ ୟୁନିଟ (ଏଏମଏଫୟୁ), ଡିଷ୍ଟ୍ରିକ୍ଟ ଆଗ୍ରୋମେଟ ୟୁନିଟ (ଡିଏଏମୟୁ), ୱାର୍ଲଡଫିଶ କଟକ, ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, କଟକ, ଗଞ୍ଜାମ, ନୟାଗଡ, ଢେଙ୍କାନାଳ ଓ ଅନୁଗୁଳ ଜିଲାରେ ଥିବା କେଭିକେ ସମୂହ, ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ମତ୍ସ୍ୟଚାଷ ବିଭାଗ ଆଦି ବିବିଧ ସହଭାଗୀଙ୍କ ସହିତ ମିଶି କୃଷକ ଓ ମତ୍ସ୍ୟଜୀବିଙ୍କୁ ପରାମର୍ଶ ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସମୟୋଚିତ ସଠିକ ସୂଚନା ଓ ପରାମର୍ଶ ବଳରେ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ରିଲାଏନ୍ସ ଫାଉଣ୍ଡେସନ

ଭୁବନେଶ୍ୱର: ପାରମ୍ପରିକ କୃଷିରୁ ଆଗକୁ ଆସି ଏବେ କମ୍‍ ଜମିରେ ସୁରକ୍ଷିତ ଚାଷକାର୍ଯ୍ୟ ସହିତ ଅଧିକ ଫସଲ ଅମଳ ଅଗ୍ରାଧିକାର ବିଷୟ ହୋଇଛି। ଏଭଳି ପରିସ୍ଥିତିରେ ଚାଷୀଙ୍କୁ କୃଷିକାର୍ଯ୍ୟ ସମ୍ପର୍କରେ ସଠିକ ଓ ସମୟୋପଯୋଗୀ ସୂଚନା ପ୍ରଦାନ କରାଯିବା, ସମୟାନ୍ତରରେ ସେମାନଙ୍କୁ ଉଚିତ ମାର୍ଗଦର୍ଶନ କରାଯିବାର ଆବଶ୍ୟକତା ରହିଛି। ଏହାର ଅଭାବରେ ଫସଲ ହାନି ଘଟିବା ସହିତ ଚାଷୀ ଋଣକରି ଚାଷରେ ଲଗାଇଥିବା ପୁଞ୍ଜି ଫେରିପାଇବା ଅସମ୍ଭବ ହୋଇପଡେ।

ଏ ଦିଗରେ ସରକାରୀ ଓ ବିଭିନ୍ନ ଅଣ ସରକାରୀ ସଂଗଠନ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ଚାଷୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛି। ଏହାର ବିଶେଷଜ୍ଞ ପରାମର୍ଶ ସେବା ଅନେକ ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଏହିଭଳି ଜଣେ ଚାଷୀ ହେଉଛନ୍ତି ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ଗ୍ରାମର ବାସିନ୍ଦା ପ୍ରଦୀପ କୁମାର ସାହୁ। ୩୩ ବର୍ଷ ବୟସ୍କ ପ୍ରଦୀପ ସାଧାରଣ କୃଷି ସହିତ ଉଦ୍ୟାନ କୃଷି, ଗୋପାଳନ ଏବଂ ମତ୍ସ୍ୟଚାଷ ଭଳି ମିଶ୍ରିତ କୃଷିକାର୍ଯ୍ୟ କରୁଛନ୍ତି। ସ୍ନାତକ ଶିକ୍ଷା ପରେ ଅନ୍ୟ ଯୁବକଙ୍କ ଭଳି ସେ ମଧ୍ୟ ଚାକିରୀ ଖୋଜି ଖୋଜି ନିରାଶ ହୋଇଥିଲେ। ଶେଷରେ ତାଙ୍କ ବାପାଙ୍କ ସହିତ ମିଶି ସେ ଚାଷ କରିବାକୁ ସ୍ଥିରକଲେ। ତାଙ୍କ ପରିବାରର ପ୍ରାୟ ୨୫ ଏକର ଜମି ରହିଛି । ପ୍ରାୟ ୩ ବର୍ଷ ତଳେ ଫାଉଣ୍ଡେସନ ସହିତ ଜଡିତ ହେବାପରେ ସେ ଚାଷକାର୍ଯ୍ୟ ସମ୍ପର୍କିତ ସଠିକ ଏବଂ ସମୟୋଚିତ ସୂଚନା ପାଇବାରେ ସମର୍ଥ ହୋଇଥିଲେ । କୃଷିକାର୍ଯ୍ୟକୁ ନେଇ ତାଙ୍କ ମନରେ କିଛି ପ୍ରଶ୍ନ ସୃଷ୍ଟି ହେଉଛି, ସେ ତାହା ବିଶେଷଜ୍ଞଙ୍କ ସହିତ ଟେଲିଫୋନ କରି ଅଥବା ହ୍ୱାଟସଆପରେ ବାର୍ତ୍ତା ପଠାଇ ତାହାର ଉତ୍ତର ପାଇପାରୁଛନ୍ତି।

ସଂପ୍ରତି ସେ ୮ ଏକର ଜମିରେ ଧାନଚାଷ କରି ପୂର୍ବାପେକ୍ଷା ଅଧିକ ପ୍ରାୟ ୨୦ କୁଇଣ୍ଟାଲ ଧାନ ଅମଳ କରିବା ସହିତ ଚିନାବାଦାମ ଚାଷରେ ରୋଗ ପୋକ ନିୟନ୍ତ୍ରଣ କରି ୯ରୁ ୧୦ କୁଇଣ୍ଟାଲ ଅମଳ ପାଇଛନ୍ତି। ସେହିଭଳି କାଜୁ, ଆମ୍ବ, ହରଡ ଆଦିର ସୁପରିଚାଳନା କରି ସେ ଭଲ ଉପାର୍ଜନ କରୁଛନ୍ତି। ଅନୁରୂପ ଭାବରେ ମାଛଚାଷରୁ ମଧ୍ୟ ଚଳିତ ବର୍ଷ ଆଶାନୁରୂପ ଆୟ ଆଶା ରଖିଛନ୍ତି। ତାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ମିଳିବାରେ ତାଙ୍କୁ କୌଣସି ସମସ୍ୟା ହେଉନାହିଁ। ସେ ଓ ତାଙ୍କ ଅଞ୍ଚଳର ପ୍ରାୟ ୨୫୦ ଚାଷୀ ଏକ ହ୍ୱାଟସପଆପ୍‍ ଗୋଷ୍ଠୀ ସୃଷ୍ଟି କରିଛନ୍ତି। ଏହାଫଳରେ ସେମାନେ ଘରେଥାଇ କୃଷି ସମ୍ପର୍କିତ ସମସ୍ତ ସୂଚନା ପାଇପାରୁଛନ୍ତି ଏବଂ ତାହାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିପାରୁଛନ୍ତି। ପ୍ରଦୀପଙ୍କ ମତରେ ସମୟ ଭିତ୍ତିକ ସଠିକ ସୂଚନା ଓ ପରାମର୍ଶ କୃଷି ପାଇଁ ବିଶେଷ ସହାୟକ ହୋଇପାରୁଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ ସହ ଓଡ଼ିଶା ପାଇଁ ସ୍ଥାପନ କଲେ ଏକ ନୂଆ ରାଜ୍ୟ ରେକର୍ଡ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ୮ ଜଣ କ୍ରୀଡାବିତ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଦୌଡକୁଦ ଚମ୍ପିଆନସିପ୍‌ରେ ମୋଟ ୧୧ଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (ପିବି) ସମୟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମହମ୍ମଦ ଆଲାମଗେର ହୋସେନ ୪୦୦ ମିଟର, ମୌମିତା ମଣ୍ଡଳ ୧୦୦ ମିଟର ହର୍ଡଲସ ଏବଂ ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା ସହିତ ଏଚପିସିର କ୍ରୀଡାବିତଙ୍କ ପାଇଁ ଏହ ସିଜନକୁ ସ୍ମରଣୀୟ କରିିଛନ୍ତି।

ଏହି ପ୍ରତିଯୋଗିତା ପୂର୍ବରୁ ୱାରାଙ୍ଗଲରେ ଓପନ ନ୍ୟାସନାଲ୍ସରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଅମ୍ଳାନ ବୋର୍ଗୋହେନ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ବିଜେତା ହୋଇଥିଲେ। ଏଥିସହିତ ସେ ଏହି ଦୁଇ ବିଭାଗରେ ଯଥାକ୍ରମେ ୨୦.୭୫ ସେକେଣ୍ଡ ଓ ୧୦.୩୪ ସେକେଣ୍ଡର ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ରେକର୍ଡ ହାସଲ କରିଥିଲେ।

ନୂଆଦିଲ୍ଲୀରେ ଏଚପିସି କ୍ରୀଡାବିତଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିଅରଙ୍କର କହିଛନ୍ତି, “କ୍ରୀଡାବିତମାନେ ଯେଭଳି ଅତ୍ୟନ୍ତ ଭଲ ଭାବରେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ପ୍ରଦର୍ଶନକାଳୀନ ଚାପ ସତ୍ୱେ ନିଜକୁ ସ୍ଥିର ଓ ଶାନ୍ତ ରଖିଥିଲେ ତାହା ତାଙ୍କୁ ପ୍ରଭାବିତ କରିଛି। ଦୌଡକୁଦ ହେଉଛି ଠିକଣା ସମୟରେ ସଠିକ ପ୍ରଦର୍ଶନ ଏବଂ ସେମାନଙ୍କ ପାଇଁ ଶୀର୍ଷକୁ ଯିବା ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ମଧ୍ୟ ମୋ ପାଇଁ ଆନନ୍ଦଦାୟକ ହୋଇଛି। ମୁଁ ଅନୁଭବ କରୁଛି ଯେ ଆମେମାନେ ସବୁ ସମୟରେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଭିନ୍ନ ପ୍ରତିଯୋଗିତାରେ ସବୁଠାରୁ ଭଲ ଭାବରେ ପ୍ରସ୍ତୁତ କ୍ରୀଡାବିତ ହୋଇଛୁ, ଯେଉଁଥିରେ ଆମ ସହିତ ଜଣେ ଫିଜିଓ, ଜଣେ ପୋଷଣବିଶେଷଜ୍ଞ ଏବଂ ପ୍ରଦର୍ଶନ ମାନସିକତା ରଖୁଥିବା ବିଶାରଦ ଆମ କ୍ରୀଡାବିତଙ୍କୁ ପ୍ରତିଯୋଗିତା ପୂର୍ବରୁ ଏବଂ ପରେ ମାର୍ଗଦର୍ଶନ କରିବାକୁ ରହିଛନ୍ତି।”

ପଦକ ବିଜେତାଙ୍କ ମଧ୍ୟରେ ହୋସେନ ପ୍ରତିଯୋଗିତାରେ ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିଥିଲେ। ହିଟ୍‌ସରେ ୪୮.୧୩ ସେକେଣ୍ଡରୁ ଆରମ୍ଭ କରି ସେ ସେମିଫାଇନାଲରେ ୪୭.୫୭ ସେକେଣ୍ଡ୍ ଏବଂ ଫାଇନାଲରେ ୪୭.୨୦ ସେକେଣ୍ଡ୍ ହାସଲ କରି କ୍ରମାଗତ ଭାବରେ ତିନିଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କ ସାଥୀ କ୍ରୀଡାବିତଙ୍କ ଦ୍ୱାରା ଏମଡି ନାମରେ ସମ୍ବୋଧିତ ଏହି ଖେଳାଳୀ ଏଚପିସିରେ ୧୮ ମାସ ତଳେ ଯୋଗଦେଇଥିଲେ ଏବଂ ସେବେଠାରୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଏକ ସେକେଣ୍ଡରୁ ଅଧିକ ଉନ୍ନତି ଘଟିଛି। ମଣ୍ଡଳ ମଧ୍ୟ ସମଭାବରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ଦୌଡରେ ଆଗୁଆ ରହିଥିବାବେଳେ ଫିନିଶ ଲାଇନ ନିକଟରେ ଅଧିକ ଅଭିଜ୍ଞ ଖେଳାଳିମାନେ ତାଙ୍କୁ ଟପିଯାଇଥିଲେ। ଫାଇନାଲରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୦୫ ସେକେଣ୍ଡ ମଧ୍ୟ ଚଳିତ ବର୍ଷ ଏପ୍ରିଲରେ ସେ ଏଚପିସିରେ ଯୋଗଦେବା ସମୟରେ ତାଙ୍କର ବ୍ୟକ୍ତିଗତ ରେକର୍ଡ ୧୪.୫୬ ସେକେଣ୍ଡ ତୁଳନାରେ ଯଥେଷ୍ଟ ଉନ୍ନତିର ସୂଚନା ଦେଉଛି। ସ୍ୱାଧୀନ ମାଝି ୨.୦୮ ମିଟର ଲମ୍ଫ ପ୍ରଦାନ କରି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା କେବଳ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନଥିଲା, ବରଂ ଓଡ଼ିଶା ପାଇଁ ଏହା ଏକ ନୂଆ ରାଜ୍ୟ ରେକର୍ଡ ମଧ୍ୟ ସୃଷ୍ଟି କରିଛି।

ହିଲିଅର କହିଛନ୍ତି, “ଏମଡି ଆଲାମଗିରଙ୍କୁ ନେଇ ମୁଁ କଠିନ ପରିଶ୍ରମ କରିଛି ଏବଂ ୪୦୦ ମିଟର ଦୂରତାକୁ ସଠିକ ଭାବରେ ଅତିକ୍ରମ କରିବା ଦିଗରେ ଯଥେଷ୍ଟ ପ୍ରୟାସ କରିଛି। ମୁଁ ଜାଣିଥିଲି ସେ ୪୭.୨୦ ସେକେଣ୍ଡରେ ଦୂରତା ଅତିକ୍ରମ କରିବାକୁ ସମର୍ଥ ଏବଂ ସେହି ଲକ୍ଷ୍ୟ ତାଙ୍କ ପାଇଁ ଚଳିତ ବର୍ଷ ମୁଁ ଧାର୍ଯ୍ୟ କରିଥିଲି। ସୌଭାଗ୍ୟକୁ ସେ ତିନିଟି ଦୌଡରେ ବ୍ୟକ୍ତିଗତ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ମୌମିତା ମଧ୍ୟ ଏଚପିସିରେ ଯୋଗଦେବା ପରଠାରୁ ଅଧ ସେକେଣ୍ଡର ଉନ୍ନତି ଆଣିଛନ୍ତି। ମାତ୍ର ୬ ମାସ ତଳେ ସେ ଏଠାରେ ଯୋଗଦେଇଥବଲେ। ସ୍ୱାଧୀନ ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ତାହାସହିତ ତାଙ୍କର ପ୍ରଥମ ଜାତୀୟ ପଦକ ହାସଲ କରିଛନ୍ତି।”

ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନର ସହଭାଗିତାରେ ପ୍ରତିଷ୍ଠା କରାଯାଇଥିବା ଏଚପିସିର ଅନ୍ୟ କ୍ରୀଡାବିତମାନେ ୨୦୧୯ରେ ସେମାନଙ୍କର ତାଲିମ ଆରମ୍ଭ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି । ଲଙ୍ଗ ଜମ୍ପରେ ସବିତା ଟପ୍ପୋ ଚଳିତ ବର୍ଷ ପ୍ରାରମ୍ଭରେ ଗୁଆହାଟିରେ ଅନୁଷ୍ଠିତ ଜୁନିୟର ନ୍ୟାସନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ୫.୮୫ ମିଟର ରେକର୍ଡ ହାସଲ କରିଛନ୍ତି। ତାଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ୧୮ ବର୍ଷ ବୟସ୍କା ଗ୍ରେସିସନ ଜିଭା ଅଗଷ୍ଟରେ ପଟିଆଲାରେ ଅନୁଷ୍ଠିତ ଜୁନିୟର ଫେଡେରେସନ କପ୍‌ରେ ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ବିଜେତା ହୋଇଥିଲେ ଏବଂ ଫିଲ୍ଡରେ ସେ ସର୍ବକନିଷ୍ଠ କ୍ରୀଡାବିତ ଥିଲେ। ସେ ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୪.୭୩ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ। ୨୦୦ମିଟରରେ ଆର‌୍ୟାନ ଏକ୍କା ଫାଇନାଲରେ ଯୋଗ୍ୟତା ଅର୍ଜନ କରିବାର ଏକଦମ ନିକଟତର ହୋଇଥିଲେ। ସେ ଚଳିତ ସିଜନରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଚାରିଥର ଉନ୍ନତି ଆଣିଛନ୍ତି। ସେହିଭଳି ୧୭ ବର୍ଷ ବୟସ୍କା ସୁସ୍ମିତା ଟିଗାଙ୍କର ଭବିଷ୍ୟତ ମଧ୍ୟ ବେଶ ସମ୍ଭାବନାପୂର୍ଣ୍ଣ ରହିଛି। ଓଡ଼ିଶା ବାହାରେ ପ୍ରଥମ ଥର ପ୍ରଦର୍ଶନ କରି ସେ ଜାତୀୟ ସ୍ତରର ଚମ୍ପିଆନସପରେ ୩୦୦୦ ମିଟରରେ ତାଙ୍କର ପ୍ରଥମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୂର୍ବର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସମୟ ୧୨.୦୧.୭୬ ସେକେଣ୍ଡକୁ ଭାଙ୍ଗିଛନ୍ତି। ହିଲିଅର କହିଛନ୍ତି, ନଭେମ୍ବର ପ୍ରଥମ ସପ୍ତାହରୁ ଆମେ ୨୦୨୨ ସିଜନ ପାଇଁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ କରିବୁ। ଏଚପିସିରେ ଥିବା ୧୬ ଜଣ କ୍ରୀଡାବିତଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ବ୍ୟକ୍ତିଗତ ରୋଡମ୍ୟାପ ସ୍ଥିର କରାଯିବ, ଯାହା ସମୁଦାୟ ସିଜନ ପାଇଁ ବଳବତର ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଅନୁଗ୍ରହୀତଙ୍କ ନାମ ଘୋଷଣା

ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏସ ଏଜେନ୍ସି ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ୟୁଏସଏଡ୍‌) ପକ୍ଷରୁ ଆରମ୍ଭ କରାଯାଇଥିବା ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଜରିଆରେ ସମଗ୍ର ଦେଶରେ ଦଶଟି ସଂଗଠନ ଅନୁଗ୍ରହୀତ ଭାବରେ ମନୋନୀତ ହୋଇଛନ୍ତି। ଏହି ପ୍ରୟାସ ଜରିଆରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟ ଦୂର କରିବା ଦିଗରେ ସହାୟତା କରିବାକୁ ୧୧ କୋଟି ଟଙ୍କାରୁ ଅଧିକ (୧.୫ ନିୟୁତ ଆମେରିକୀୟ ଡଲାରରୁ ଅଧିକ) ନିବେଶ କରାଯାଇସାରିଛି ଏବଂ ଏଥିମଧ୍ୟରୁ ଏହି ସମସ୍ୟାର ସମାଧାନ ଦିଗରେ ନବୀନତମ ପ୍ରୟାସ ହାତକୁ ନେବା ସକାଶେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକ ପାଇଁ ରିଲାଏନ୍ସ ଫାଉଣ୍ଡେସନ ୮.୫ କୋଟି ଟଙ୍କା (୧.୧ ନିୟୁତ ଆମେରିକୀୟ ଡଲାରରୁ ଅଧିକ) ସହାୟତା ଯୋଗାଇ ଦେଇଛି। ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଏବଂ ପ୍ରଯୁକ୍ତି ଜରିଆରେ ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟାଇବା ଦିଗରେ ଏହି ପ୍ରୟାସରୁ ଓଡିଶା ସମେତ ଦେଶର ୧୭ଟି ରାଜ୍ୟରେ ୩ ଲକ୍ଷରୁ ଅଧିକ (୩୦୦,୦୦୦) ମହିଳା ଓ କିଶୋରୀ ଉପକୃତ ହେବେ।

ଏହି ଘୋଷଣା ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ ଅମ୍ବାନି କହିଛନ୍ତି, “ମହିଳାମାନଙ୍କୁ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସମର୍ଥ ଓ ସଶକ୍ତ କରାଇବା ଆମର ସୁଦୂରପ୍ରସାରୀ ଲକ୍ଷ୍ୟ ହୋଇ ରହିଆସିଛି। ଆମେ ଯେତେବେଳେ ଜିଓ ପ୍ରଚଳନ କଲୁସେତେବେଳେ ଆମେ ଏକ ଡିଜିଟାଲ ବିପ୍ଳବର ପରିକଳ୍ପନା କରିଥିଲୁ ଯାହା ସମାନ ସୁବିଧା ସୁଯୋଗ ପ୍ରଦାନର ଏକ ବିପ୍ଳବ ମଧ୍ୟ ହେବ। ଜିଓ ଜରିଆରେ ଆମେ ଦେଶର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଯୋଗାଯୋଗ  ଉପଲବ୍ଧ କରାଉଛୁ। ଭାରତରେ ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଦିଗରେ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ୟୁଏସଏଡ୍ ସହିତ ସହଭାଗିତାରେ କାର୍ଯ୍ୟ କରୁଛି। ଅସମାନତା ପ୍ରତି ଦୃଷ୍ଟିଦେଇ ତାହାର ବିଲୋପ କରିବା ଦିଗରେ ପ୍ରଯୁକ୍ତି ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି। ପରିବର୍ତନର ଏହି ଯାତ୍ରାରେ ଆମର ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆର ଦଶ ବିଜେତା ସଂସ୍ଥାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସ୍ୱାଗତ କରୁଛି।”

ଅନୁଗ୍ରହୀତ ଦଶଟି ସଂସ୍ଥା ହେଉଛନ୍ତି ଅନୁଦୀପ ଫାଉଣ୍ଡେସନବେୟାରଫୁଟ କଲେଜ ଇଂରନ୍ୟାସନାଲସେଂଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭଲପମେଂଟଫ୍ରେଣ୍ଡ୍‌ସ ଅଫ ୱିମେନ୍‌ସ ୱାର୍ଲଡ ବ୍ୟାଙ୍କିଙ୍ଗନନ୍ଦୀ ଫାଉଣ୍ଡେସନପ୍ରଫେସନାଲ ଆସିଷ୍ଟାନ୍ସ ଫର ଡେଭଲପମେଂଟ ଆକ୍ସନସୋସାଇଟି ଫର ଡେଭଲପମେଂଟ ଅଲଟରନେଟିଭସସଲିଡାରିଦାଦ ରିଜିଓନାଲ ଏକ୍ସପର୍ଟାଇଜ ସେଂଟରଟିଏନଏସ ଇଣ୍ଡିଆ ଫାଉଣ୍ଡେସନ ଏବଂ ଜେଡ୍‌ଏମ୍‌କ୍ୟୁ ଡେଭଲପମେଂଟ। ସମାଧାନଗୁଡିକ ମହିଳା ଚାଷୀଉଦ୍ୟୋଗୀସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାବୃନ୍ଦଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଇ ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଦିଗରେ ରହିଥିବା ସାମାଜିକ ଓ ସାଂସ୍କୃତିକ ପ୍ରତିବନ୍ଧକଗୁଡିକ ଦୂର କରିବା ଦିଗରେ ପଦକ୍ଷେପ ନେବ।

ଦି ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ୨୦୨୦ ଅଗଷ୍ଟରେ ଆରମ୍ଭ କରାଯାଇଥିଲା। ୧୮୦ ଆବେଦନକାରୀଙ୍କ ମଧ୍ୟରୁ ୧୦ଟି ସଂଗଠନକୁ ମନୋନୀତ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ୭୫ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ (୧୦୦,୦୦୦ ଡଲାରରୁ ୧୩୫,୦୦୦ ଡଲାର) ଅନୁଦାନ ୧୨ରୁ ୧୫ ମାସ ସମୟ ମଧ୍ୟରେ ପ୍ରାପ୍ତ କରିବେ। ୨୦୨୧ ଜାନୁଆରୀରେ ୟୁଏସଏଡ୍ ଏବଂ ରିଲାଏନ୍ସ ଫାଉଣ୍ଡେସନ ସମାଧାନକାରୀଙ୍କର ଏକ କର୍ମଶାଳା (ସଲ୍‌ଭର୍ସ ସିମ୍ପୋସିୟମ) ଆୟୋଜନ କରିଥିଲାଯେଉଁଥିରେ ସାମର୍ଥ୍ୟ ସୃଷ୍ଟି ନିମନ୍ତେ ସେମି ଫାଇନାଲିଷ୍ଟ ଏବଂ ବାହ୍ୟ ବିଶାରଦମାନଙ୍କୁ ଏକତ୍ରିତ କରିବା ସହିତ ଭାରତରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟ ଦୂର କରିବା ସମ୍ପର୍କରେ ମାନସ ମନ୍ଥନ କରାଯାଇଥିଲା।

ମହିଳାମାନଙ୍କ ମଧ୍ୟରେ ପ୍ରତି ବର୍ଷ ମୋବାଇଲ ଇଂଟରନେଟ ସମ୍ପର୍କିତ ସଚେତନତା ବୃଦ୍ଧିପାଉଛି। ୨୦୧୭ରେ ଭାରତର ମୋଟ ମହିଳାଙ୍କ ମଧ୍ୟରୁ ମାତ୍ର ୧୯% ମୋବାଇଲ ଇଂଟରନେଟ ସମ୍ପର୍କରେ ଅବଗତ ଥିବାବେଳେ ୨୦୨୦ରେ ଏହା ୫୩ ପ୍ରତିଶତକୁ ବୃଦ୍ଧିପାଇଛି। ମାଲିକାନା ଦୃଷ୍ଟିକୋଣରୁ ଭାରତରେ ୬୭% ମହିଳାଙ୍କ ନିକଟରେ ମୋବାଇଲ ଫୋନ ରହିଛିସେହି ସମୟରେ ୭୯% ପୁରୁଷଙ୍କ ନିକଟରେ ମୋବାଇଲ ଫୋନ ରହିଥିବା ଜଣାଯାଇଛି। ବିଗତ ବର୍ଷଗୁଡିକରେ ରିଲାଏନ୍ସ ଫାଉଣ୍ଡେସନ ଡିଜିଟାଲ ପାର୍ଥକ୍ୟ ଦୂର କରିବାକୁ ଲକ୍ଷ୍ୟ ରଖିଆସିଛି। ରିଲାଏନ୍ସ ଜିଓ ଜରିଆରେ ୧.୩ ବିଲିଅନ ଭାରତୀୟ ସର୍ବଭାରତୀୟ ସ୍ତରରେ ଡିଜିଟାଲ ବିପ୍ଳବ ଲକ୍ଷ୍ୟ କରିଛନ୍ତି ଯାହା ସେମାନଙ୍କ ଜୀବନକୁ ରୂପାନ୍ତରିତ କରିଛି। ୧୨୦ ନିୟୁତ ମହିଳା ଜିଓ ବ୍ୟବହାରକାରୀଙ୍କ ସହିତ ସଂପ୍ରତି ଜିଓ ଭାରତରେ ସର୍ବବୃହତ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ହୋଇଛି ଏବଂ ଡିଜିଟାଲ ପାର୍ଥକ୍ୟ ଦୂର କରିବାକୁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି।

ମହିଳାମାନେ ଯେଉଁଭଳି ଭାବରେ ପ୍ରଯୁକ୍ତିର ସୁଯୋଗ ନିଅନ୍ତି ଏବଂ ତାହା ବ୍ୟବହାର କରନ୍ତି ସେଥିରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣି ମହିଳାମାନଙ୍କର ଦୈନନ୍ଦିନ ଜୀବନରେ ଉନ୍ନତି ଆଣିବା ଦିଗରେ ସମାଧାନ ସୂତ୍ର ବାହାର କରିବାକୁ ଦି ୱିମେନ କନେକ୍ଟ ଚାଲେଞ୍ଜ ଏକ ବୈଶ୍ୱିକ ଆହ୍ୱାନ ହୋଇଛି। ଭାରତରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟକୁ ହ୍ରାସ କରୁଥିବା ନୂତନ ଆଭିମୁଖ୍ୟକୁ ସମର୍ଥନ କରିବା ସକାଶେ ୟୁଏସଏଡ୍‌ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗିତା କରିଛି ଏବଂ ନୂତନ ଅନୁଗ୍ରହୀତମାନେ ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟାଇବାକୁ ପୂର୍ବର ୱିମେନକନେକ୍ଟ ପର୍ଯ୍ୟାୟଗୁଡିକରୁ ପ୍ରମାଣିତ କୌଶଳଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରିବେ।

ୟୁଏସଏଡ୍ ସମ୍ପର୍କରେ:

ୟୁଏସଏଡ୍ ବିଶ୍ୱର ଏକ ପ୍ରତିଷ୍ଠିତ ଆନ୍ତର୍ଜାତିକ ବିକାଶ ସଂସ୍ଥା ଏବଂ ଉତ୍‌ପ୍ରେରକ ହୋଇଛି ଯାହା ବିକାଶମୂଳକ ଫଳାଫଳକୁ ପରିଚାଳିତ କରୁଛି। ୟୁଏସଏଡ୍ ସମଗ୍ର ବିଶ୍ୱରେ ଜୀବନରେ ଉନ୍ନତି ଆଣିବାଗୋଷ୍ଠୀ ନିର୍ମାଣଗଣତନ୍ତ୍ରକୁ ଆଗେଇନେବା ଦିଗରେ ସହାୟତା କରିବା ସହିତ ମହିଳା ସଶକ୍ତିକରଣକୁ ସଫଳ କରିବା ଦିଗରେ କାର୍ଯ୍ୟ କରୁଛି। ୟୁଏସଏଡ୍‌ର କାର୍ଯ୍ୟାବଳୀ ଆମେରିକାର ରାଷ୍ଟ୍ରୀୟ ନିରାପତା ଓ ଅର୍ଥନୈତିକ ସମୃଦ୍ଧିକୁ ଆଗେଇ ନେଉଛିଆମେରିକାର ଉଦାରପଣିଆକୁ ପ୍ରଦର୍ଶନ କରୁଛି ଏବଂ ରାଷ୍ଟ୍ରଗୁଡିକୁ ସେମାନଙ୍କର ବିକାଶ ଯାତ୍ରାରେ ଆଗକୁ ବଢିବାରେ ସହାୟତା କରୁଛି।

ମହିଳାମାନେ ପ୍ରଯୁକ୍ତିର ସୁଯୋଗ ନେବା କ୍ଷେତ୍ରରେ ଯେଉଁସବୁ ପ୍ରତିବନ୍ଧକ ସେମାନଙ୍କ ନିମନ୍ତେ ଅନ୍ତରାୟ ସୃଷ୍ଟିକରୁଛି ତାହା ଚିହ୍ନଟ କରି ସେଥିପାଇଁ ସମାଧାନ ପନ୍ଥା ପ୍ରସ୍ତୁତ କରିବାକୁ ୟୁଏସଏଡ୍ ଆଜି ପର୍ଯ୍ୟନ୍ତ ୧୬ ୱିମେନକନେକ୍ଟ ଚାଲେଞ୍ଜ ଅନୁଗ୍ରହୀତ କାର୍ଯ୍ୟକ୍ରମ ତିନିଟି ପୃଥକ ପୃଥକ ପର୍ଯ୍ୟାୟରେ କରିଛି ଏବଂ ୧୬ଟି ରାଷ୍ଟ୍ରରେ ପ୍ରାୟ ୬ ନିୟୁତ ମହିଳାଙ୍କୁ ସଂଯୁକ୍ତ କରୁଛି। ୨୦୧୮ରେ ୱିମେନକନେକ୍ଟ ପ୍ରଥମ ପର୍ଯ୍ୟାୟ ଆୟୋଜନ କରାଯାଇଥିଲା ଏବଂ ୯ ଅନୁଗ୍ରହୀତଙ୍କୁ ଅନୁଦାନ ଯୋଗାଇ ଦେଇଥିଲା ଏବଂ ଦ୍ୱିତୀୟ ୱିମେନକନେକ୍ଟ ପର୍ଯ୍ୟାୟରେ ୨୦୧୯ରେ ତିନିଟି ଅନୁଗ୍ରହୀତ ଅନୁଦାନ ଲାଭ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ୱିମେନକନେକ୍ଟ ତୃତୀୟ ପର୍ଯ୍ୟାୟରେ ୪ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା।

ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ:

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଜନସେବୀ ଶାଖା ରିଲାଏନ୍ସ ଫାଉଣ୍ଡେସନ ନବୀନତମ ଏବଂ ଦୀର୍ଘସ୍ଥାୟୀ ସମାଧାନଗୁଡିକ ଜରିଆରେ ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଦେଖାଦେଉଥିବା ଚାଲେଞ୍ଜଗୁଡିକର ସମାଧାନ କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭୂମିକା ନିର୍ବାହ କରିବା ଲକ୍ଷ୍ୟ ରଖିଛି। ପ୍ରତିଷ୍ଠାତା ଏବଂ ଚେୟାରପର୍ସନ ଶ୍ରୀମତୀ ନିତା ଏମ ଅମ୍ବାନିଙ୍କ ନେତୃତ୍ୱରେ ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ (ଆରଏଫ) ସମସ୍ତଙ୍କ ପାଇଁ ସାମଗ୍ରିକ କଲ୍ୟାଣ ଏବଂ ଉଚ୍ଚତର ଜୀବନ ନିର୍ବାହ ସୁନିଶ୍ଚିତ କରିବା ପାଇଁ ଏକ ରୂପାନ୍ତରଣକାରୀ ପରିବର୍ତନକୁ ସୁଗମ କରିବା ଦିଗରେ ନିରଳସ ଭାବରେ କାର୍ଯ୍ୟ କରୁଛି। ଭାରତର ସର୍ବବୃହତ ସାମାଜିକ ପ୍ରୟାସଗୁଡିକ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଗ୍ରାମାଂଚଳ ରୂପାନ୍ତରଣଶିକ୍ଷାସ୍ୱାସ୍ଥ୍ୟବିକାଶ ପାଇଁ କ୍ରୀଡାବିପର୍ଯ୍ୟୟ ମୁକାବିଲାସହରାଂଚଳ ନବିକରଣ ଏବଂ କଳାସଂସ୍କୃତି ଓ ଐତିହ୍ୟ ଆଦି କ୍ଷେତ୍ରରେ ରାଷ୍ଟ୍ରର ବିକାଶମୂଳକ ଚାଲେଞ୍ଜଗୁଡିକ ସମାଧାନ ଦିଗରେ ଦୃଷ୍ଟିନିବଦ୍ଧ କରିଆସୁଛି। ସମଗ୍ର ଭାରତରେ ୪୪,୭୦୦ରୁ ଅଧିକ ଗ୍ରାମ ଏବଂ ଅନେକ ସହରାଂଚଳ ସ୍ଥଳଗୁଡିକରେ ରିଲାଏନ୍ସ ଫାଉଣ୍ଡେସନ ୫୧ ନିୟୁତରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିସାରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କେରଳ ସରକାରଙ୍କୁ ୨.୫ ଲକ୍ଷ କୋଭିଡ-୧୯ ଟିକା ଡୋଜ ପ୍ରଦାନ

ତିରୁଅନନ୍ତପୁରମ: କେରଳ ସରକାରଙ୍କ କୋଭିଡ୍ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦିଆଯାଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନଙ୍କୁ ରିଲାଏନ୍ସର ଏକ ପ୍ରତିନିଧି ଦଳ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏଥିପାଇଁ ନିଜ ଅନ୍ତରର କୃତଜ୍ଞତା ଜଣାଇ ଶ୍ରୀ ବିଜୟନ କହିଥିଲେ, ରିଲାଏନ୍ସ ଫାଉଣ୍ଡେସନର ଏଭଳି ସମର୍ଥନ ରାଜ୍ୟର ଟିକାକରଣ ଅଭିଯାନକୁ ନିଃସନ୍ଦେହରେ ସୁଦୃଢ କରିବ।

ଗୋଷ୍ଠୀ କଲ୍ୟାଣ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପୁନଃ ମଜଭୁତ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ୍ ଅମ୍ବାନି କହିଛନ୍ତି, “କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢେଇର ପ୍ରତିଟି ପଦକ୍ଷେପରେ ଆମେ ରାଷ୍ଟ୍ର ସହିତ ଛିଡା ହୋଇଛୁ। ଭୂତାଣୁ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ବ୍ୟାପକ ଟିକାକରଣ ଏକମାତ୍ର ସଫଳ ମାଧ୍ୟମ। ସମଗ୍ର ଦେଶରେ ମାଗଣା ଟିକାକରଣ ପାଇଁ ଆମେ ‘ମିଶନ ଭାକ୍‌ସିନ ସୁରକ୍ଷା’ ଆରମ୍ଭ କରିଥିଲୁ। ଏହି ୨.୫ ଲକ୍ଷ ମାଗଣା ଟିକା ଡୋଜ୍ ସହିତ ରିଲାଏନ୍ସ ଫାଉଣ୍ଡେସନ ଆବଶ୍ୟକତା ସମୟରେ କେରଳ ଜନସାଧାରଣଙ୍କୁ ପ୍ରତି ସମର୍ଥନକୁ ପୁନଃ ଦୃଢ଼ିଭୂତ କରୁଛି। ଆମେ ସମସ୍ତେ ମିଳିତ ଭାବରେ ଏହି ଆହ୍ୱାନମୂଳକ ପରିସ୍ଥିତିର ଊର୍ଦ୍ଧ୍ୱକୁ ଉଠିପାରିବା ଏବଂ ଏକ ମଜଭୁତ ରାଷ୍ଟ୍ର ଭାବରେ ପୁଣି ଛିଡାହେବା।”

ଟିକାଗୁଡିକ ଗୁରୁବାର ଦିନ କୋଚିଠାରେ ପହଂଚିିବା ପରେ ତାହାକୁ କେରଳ ମେଡିକାଲ ସର୍ଭିସେସ କର୍ପୋରେସନକୁ ହସ୍ତାନ୍ତର କରାଯାଇଛି। କେରଳ ସରକାରଙ୍କ ପକ୍ଷରୁ ଏର୍ଣ୍ଣାକୁଲମ ଜିଲାପାଳ ଜାଫର ମଲିକ ଟିକାଗୁଡିକ ଗ୍ରହଣ କରିଥିଲେ। କେରଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଟିକାଗୁଡିକ ଆବଂଟନ କରାଯିବା ସହିତ ଲୋକଙ୍କୁ ଦିଆଯିବ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୮ରେ କେରଳରେ ବନ୍ୟାବିପତି ଦେଖାଦେଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ କୋଟି ଟଙ୍କା ପ୍ରଦାନ କରିବା ସହିତ ଆଲପୁଝାରେ ରିଲିଫ ଶିବିର ପରିଚାଳନା ଏବଂ ତାହାସହିତ ୫୦ କୋଟି ଟଙ୍କା ମୂଲ୍ୟର ପୋଷାକ, ଜୋତାଚପଲ, ଶୁଖିଲା ଗ୍ରୋସେରୀ ସାମଗ୍ରୀ ବଂଟନ ସହିତ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇ ଦେଇଥିଲା। ୨୦୧୯ରେ ରିଲାଏନ୍ସ କେରଳ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ ପାଣ୍ଠିକୁ ୫କୋଟି ଟଙ୍କା ଦାନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସେମାନଙ୍କ ଜୀବନ ପୁନଃ ଆଗେଇନେବା ଓ ଭିତିଭୂମି ପୁନଃବାହାଲ କରିବାକୁ ସହାୟତା ଯୋଗାଇ ଦେଇଥିଲା।

ଏହି ମହାମାରୀ ଆରମ୍ଭ ଦିନଠାରୁ କୋଭିଡ-୧୯ ବିରୁଦ୍ଧ ଲଢେଇରେ ରିଲାଏନ୍ସ ଫାଉଣ୍ଡେସନ ଶ୍ରୀମତୀ ନିତା ଅମ୍ବାନିଙ୍କ ନେତୃତ୍ୱରେ ରାଷ୍ଟ୍ରକୁ ସମର୍ଥନ କରିବା କ୍ଷେତ୍ରରେ ଅଗ୍ରଭାଗରେ ରହିଆସିଛି। ସମଗ୍ର ଦେଶରେ ନମୁନା ପରୀକ୍ଷଣ ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ଡାକ୍ତରୀ ଅକ୍ସିଜେନ ଠାରୁ ମାଗଣା ଭୋଜନ ଏବଂ ମାସ୍କ ବଂଟନ ଠାରୁ ଆପଦଶଙ୍କୁଳ ଜନସାଧାରଣଙ୍କ ସୁବିଧା ପର୍ଯ୍ୟନ୍ତ ବିବିଧ ପଦକ୍ଷେପ ଗ୍ରହଣ କରିଛି। ସେଥିମଧ୍ୟରେ ଦୈନିକ ୧ ଲକ୍ଷ ରୋଗୀଙ୍କର ଆବଶ୍ୟକତା ପୂରଣ ପାଇଁ ମାଗଣାରେ ଡାକ୍ତରୀ ଅକ୍ସିଜେନ ଯୋଗାଣ, ସମଗ୍ର ଦେଶରେ ୨ହଜାରରୁ ଅଧିକ କୋଭିଡ ଚିକିତ୍ସା ଶଯ୍ୟା ସ୍ଥାପନ ଓ ଆନୁଷଙ୍ଗିକ ସୁବିଧା ସୁଯୋଗକୁ ସମର୍ଥନ, ମହାମାରୀ ଦ୍ୱାରା ପ୍ରଭାବିତ ଆପଦପୂର୍ଣ୍ଣ ଜନସମୁଦାୟଙ୍କୁ ୭.୫ କୋଟିରୁ ଅଧିକ ଭୋଜନ ଯୋଗାଣ, ନିରାପତା ପାଇଁ ୧ କୋଟିରୁ ଅଧିକ ମାସ୍କ ଏବଂ ସଚେନତା ବାର୍ତା ବଂଟନ ଆଦି ଅନ୍ତର୍ଭୁକ୍ତ।

ମିଶନ ଭାକ୍‌ସିନ ସୁରକ୍ଷାର ଅଂଶସ୍ୱରୂପ ରିଲାଏନ୍ସର କର୍ମଚାରୀ, ପରିବାର ସଦସ୍ୟ ଏବଂ ନିର୍ଭରଶୀଳ ବ୍ୟକ୍ତିଙ୍କୁ ୧୦ ଲକ୍ଷରୁ ଅଧିକ କୋଭିଡ-୧୯ ଟିକା ଦିଆଯାଇସାରିଛି। ଏହି ଅଭିଯାନକୁ କେରଳ ଏବଂ ସମଗ୍ର ଦେଶକୁ ସଂପ୍ରସାରଣ କରିବା, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଷ୍ଟ୍ର ସହିତ ଛିଡାହେବା ଏବଂ ଜରୁରୀ ସମୟରେ ଯଥାସମ୍ଭବ ସେବା କରିବା ଲକ୍ଷ୍ୟରେ ଜାରି ରଖିଥିବା ‘ୱି କେୟାର’ ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

ମୁମ୍ବାଇ / ଭୁବନେଶ୍ୱର:  ମୁମ୍ବାଇରେ କୋଭିଡ୍ ସଂକ୍ରମଣରେ ଦେଖାଦେଇଥିବା ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଲାଗି ଏହାର ପରିଚାଳନାରେ ବ୍ୟାପକ ସଂପ୍ରସାରଣ କରାଯାଇଛି ।

ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି:

ଏନ୍‌ଏସ୍‌ସିଆଇରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ୬୫୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥାର ପରିଚାଳନା କରିବ:

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ (ଇନଟେନସିଭ କେୟାର ୟୁନିଟ୍‌) ଶଯ୍ୟା ସୃଷ୍ଟି, କାର‌୍ୟ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର‌୍ୟ୍ୟାୟକ୍ରମେ କାର‌୍ୟ୍ୟକ୍ଷମ ହେବ । ବର୍ତମାନ କାର‌୍ୟ୍ୟକ୍ଷମ ଥିବା ୫୫୦ ଶଯ୍ୟାର ୱାର୍ଡର ପରିଚାଳନା ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ମେ’ ୧ରୁ ନିଜ ହାତକୁ ନେବ । ଏଥି ସହିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ (ଆର୍‌ଏଫ୍‌ଏଚ୍‌) କୋଭିଡ୍ ରୋଗୀମାନଙ୍କ ପାଇଁ ମୋଟ ୬୫୦ ଶଯ୍ୟାର ପରିଚାଳନା କାର‌୍ୟ୍ୟ ନିର୍ବାହ କରିବ ।

ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣ ମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ । ଏନ୍‌ଏସ୍‌ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ସମସ୍ତ କୋଭିଡ୍ ରୋଗୀଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ଓ ବିଏମସି ତରଫରୁ ଭାରତର ପ୍ରଥମ କୋଭିଡ୍ ହସ୍ପିଟାଲ୍‌କୁ ମୁମ୍ବାଇର ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଉତ୍ସର୍ଗୀକୃତ ୨୨୫ ଶଯ୍ୟା ସହିତ ସ୍ଥାପନ କରାଯାଇଛି । ୨୨୫ଟି ଶଯ୍ୟା ମଧ୍ୟରୁ ୨୦ଟି ଆଇସିୟୁ ଶଯ୍ୟା ସହିତ ୧୦୦ଟି ଶଯ୍ୟାକୁ ସାର ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରୁଛି । ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଅତିରିକ୍ତ ୨୫ ଆଇସିୟୁ ଶଯ୍ୟାର ସମ୍ପ୍ରସାରଣ କରାଯାଇଛି । ଏହି ସମ୍ପ୍ରସାରଣରେ ୪୫ଟି ଆଇସିୟୁ ଶଯ୍ୟା ସମେତ ମୋଟ ୧୨୫ଟି ଶଯ୍ୟା ସୃଷ୍ଟି ହୋଇଛି ଯାହାକୁ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରିବ ।

ସ୍ୱଳ୍ପ, ମଧ୍ୟମ ଏବଂ ଲକ୍ଷଣବିହୀନ ରୋଗୀମାନଙ୍କ ଚିକିତ୍ସା ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ କରିବା ଲାଗି ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ସ୍ଥିତ ଦି ଟ୍ରାଇଡେଂଟ୍ ହୋଟେଲ୍‌ରେ ୧୦୦ ଶଯ୍ୟା କାର‌୍ୟ୍ୟକ୍ଷମ କରାଯାଉଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ପର‌୍ୟ୍ୟଟନ ଓ ପରିବେଶ ମନ୍ତ୍ରୀ, ବରିଷ୍ଠ ଏମ୍‌ସିଜିଏମ୍ ଅଧିକାରୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ଓ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏନ୍‌ଏସ୍‌ସିଆଇ, ସେଭେନ୍ ହିଲସ୍ ହସ୍ପିଟାଲ୍ ଓ ବିକେସିର ଦି ଟ୍ରାଇଡେଂଟ୍‌କୁ ମିଶାଇ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପ୍ରାୟ ୮୭୫ ଶଯ୍ୟା ପରିଚାଳନା କରିବ ଯେଉଁଥିରେ ୧୪୫ ଆଇସିୟୁ ଶଯ୍ୟା ସାମିଲ ରହିଛି । ଯେକୌଣସି ଦାତବ୍ୟ ଅନୁଷ୍ଠାନ ତରଫରୁ ମୁମ୍ବାଇରେ କୋଭିଡ୍ ଚିକିତ୍ସା ଓ ଯତ୍ନ ପାଇଁ ଏହା ହେଉଛି ସର୍ବବୃହତ ଯୋଗଦାନ ।

ବର୍ଦ୍ଧିତ କୋଭିଡ୍ ବ୍ୟବସ୍ଥା ଓ ଭିତିଭୁମି ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି, କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନ ଦେଶ ପାଇଁ ସେବା କ୍ଷେତ୍ରରେ ସର୍ବଦା ଆଗରେ ରହିଛି ଏବଂ ମହାମାରୀ ବିରୋଧରେ ଭାରତର ନିରନ୍ତର ଲଢ଼େଇକୁ ସମର୍ଥନ କରିବା ହେଉଛି ଆମର ଦାୟିତ୍ୱ । ଆମର ଡାକ୍ତର ଓ ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀ ତଥା କର୍ମଚାରୀମାନେ ଅକ୍ଳାନ୍ତ କାର‌୍ୟ୍ୟ କରୁଛନ୍ତି ଏବଂ ଚିକିତ୍ସା ଓ ଯତ୍ନ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଶ୍ରେଷ୍ଠ ଡାକ୍ତରୀ ଚିକିତ୍ସା ପଅଦାନ କରି ସେମାନେ ମୂଲ୍ୟବାନ ଜୀବନ ରକ୍ଷା କରିବା ଜାରି ରଖିଛନ୍ତି । ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ସାରା ମୁମ୍ବାଇ ସହରରେ ୮୭୫ ହସ୍ପିଟାଲ୍ ଶଯ୍ୟା ପରିଚାଳନା କରିବ ।’’

“ଆମେ ମଧ୍ୟ ବିନା ମୂଲ୍ୟରେ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ (ଅମ୍ଳଜାନ) ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ଡାମନ ଆଣ୍ଡ୍ ଡିଉ ଓ ନାଗର ହାଭେଲିକୁ ପ୍ରଦାନ କରୁଛୁ । ଏହାକୁ ଆହୁରି ସମ୍ପ୍ରସାରିତ ମଧ୍ୟ କରାଯାଉଛି । ଭାରତ ଓ ମୁମ୍ବାଇ ସହର ପାଇଁ ଏହି କଠିନ ସମୟରେ ଭାରତୀୟ ଭାବେ ଲୋକମାନଙ୍କ ସେବା ଲାଗି ଯାହା ସମ୍ଭବ ତାହା ଦ୍ରୁତ ଗତିରେ କରିବା ଲାଗି ଆମେ ପ୍ରତିବଦ୍ଧ । କରୋନା ହାରିବ, ଭାରତ ଜିତିବ’’ ବୋଲି ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶ୍ୱର ସର୍ବବୃହତ ଭୋଜନ ବିତରଣ କାର‌୍ୟ୍ୟକ୍ରମ ଅନ୍ନ ସେବା ଆରମ୍ଭ କରି ୫.୫ କୋଟି ଭୋଜନ ପ୍ରଦାନ କରାଯାଇଥିଲା । ଏହା ସହିତ କୋଭିଡ୍ ବିରୋଧ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ମଧ୍ୟରେ ରହିଥିଲା ମୁମ୍ବାଇର ଦେଓନାରର ସ୍ପନ୍ଦନ ହୋଲିଷ୍ଟିକ୍ ମଦର-ଆଣ୍ଡ୍‌-ଚାଇଲଡ୍ କେୟାର ହସ୍ପିଟାଲ୍‌ରେ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ନୂଆ କୋଭିଡ୍ କେୟାର ବ୍ୟବସ୍ଥା ଏବଂ ମୁମ୍ବାଇରେ ବିଏମ୍‌ସି ସହଯୋଗରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ତରଫରୁ ଏଚ୍‌ବିଟି ଟ୍ରମା ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ୧୦-ଶଯ୍ୟା ବିଶିଷ୍ଟ ଡାଏଲିସିସି କେନ୍ଦ୍ର ସ୍ଥାପନ ଇତ୍ୟାଦି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି। ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି।

କୋଭିଡ୍‌-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା ଓ ହସ୍ତଶିଳ୍ପ କ୍ଲଷ୍ଟରରେ ରହୁଥିବା ଶିଳ୍ପୀ ପରିବାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏହି ସମୟରେ ସେମାନଙ୍କ ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଉଷୁନା ଚାଉଳ, ଡାଲି, ଖାଇବା ତେଲ, ଚିନି ଇତ୍ୟାଦି ଶୁଖିଲା ଖାଦ୍ୟ ସାମଗ୍ରୀ ରହିଥିବା କିଟ୍ ସବୁକୁ ରଘୁରାଜପୁର ହେରିଟେଜ୍ ଟୁରିଜିମ୍ କମିଟି ଜରିଆରେ ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ରଘୁରାଜପୁରରେ ଥିବା ପ୍ରାୟ ୧୬୦ ପଟ୍ଟଚିତ୍ର କାରିଗର ପରିବାରକୁ ପ୍ରଦାନ କରାଯାଇଛି। ସେହିଭଳି ଗୁରୁବାର ଦିନ ବାଲେଶ୍ୱରର ବାଲିଆପାଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ପ୍ରାୟ ୧୦୦ଟି ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ କଳାଘର ସହଯୋଗରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଦୁଇ ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଥିବା ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପହଂଚାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆଗାମୀ କିଛିଦିନ ମଧ୍ୟରେ ସ୍ଥାନୀୟ ଏନଜିଓ ସହଯୋଗୀ ପ୍ରେମ୍ ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମର କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ପାତ୍ରପୁର ଓ ଧରାକୋଟ ବ୍ଲକ୍‌ରେ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବା ପାଇଁ ଯୋଜନା ହୋଇଛି। ସେହିଭଳିି, ବଲାଙ୍ଗୀର ଜିଲ୍ଲାକୁ ଫେରିିଥିବା ପ୍ରାୟ ୪୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗୀରର ସ୍ଥାନୀୟ ଭିମପାହାଡ଼ କୃଷକ ପ୍ରଡ୍ୟୁସର କଂପାନି ଲିମିଟେଡ୍ ସହଯୋଗରେ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ଯେକୌଣସି ସ୍ଥାନରେ କୌଣସି କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ହାତକୁ ନିଆଯାଇଥିବା ସର୍ବବୃହତ ଭୋଜନ ବଂଟନ ସେବା ମିସନ ଅନ୍ନ ସେବା ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଲକ୍‌ଡାଉନ୍ ଅବଧିରେ ସାରା ଦେଶରେ ୫ କୋଟିରୁ ଅଧିକ ଭୋଜନ ପ୍ରଦାନ କରାଯାଇଛି। ସାରା ଦେଶରେ ଥିବା ଅଭାବୀ ଲୋକ ଏବଂ ଶ୍ରମିକଙ୍କୁ ମାଗଣା ରନ୍ଧା ଖାଦ୍ୟ ଓ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯଇଛିି। ଓଡିଶାରେ ଏହି ମିସନ ଅନ୍ନସେବାର ଅଂଶ ସ୍ୱରୂପ, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ ଓଡ଼ିଶା ଗୁଜୁରାଟି ସମାଜ ଓ ହମାରା ବଚ୍ଚପନ ଟ୍ରଷ୍ଟ ସହଯୋଗିତାରେ ଗତ ଏପ୍ରିଲ ଓ ମେ’ ମାସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ଭଦ୍ରକର ବସ୍ତି ଅଂଚଳ, ବୃଦ୍ଧାଶ୍ରମ ଓ ପ୍ରବାସୀ ଶ୍ରମିକ ଶିବିର ଆଦିରେ ୬୦୦୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁଯାୟୀ ରିକ୍ସା ଚାଳକ, ସହରର ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ପ୍ରବାସୀ ଏବଂ ଦିନ ମଜୁରିଆ, ଘରୋଇ ସହାୟକ/ସହାୟିକା, ଦିବ୍ୟାଙ୍ଗ ବ୍ୟକ୍ତି ଓ ପରିବାରଗୁଡ଼ିକୁ ଏହି ଶୁଖିଲା ଖାଦ୍ୟସାମଗ୍ର କିଟ୍ ବଂଟନ କରାଯାଇଥିଲା । ସେହିଭଳି ଓଡ଼ିଶାର ଖୋର୍ଦ୍ଧା, ଚଣ୍ଡିଖୋଲ, ପାରାଦୀପ, ସମ୍ବଲପୁରର ଅଇଁଠାପାଲୀ, ବରଗଡ଼ର ସୋହେଲା ଓ ଗଂଜାମର ଗିରିଶୋଲାରେ ଥିବା ସମସ୍ତ ଛଅଟି ରିଲାଏନ୍ସ ପେଟ୍ରୋଲ୍ ପମ୍ପ୍ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଚାଳକମାନଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

କୋଭିଡ୍‌-୧୯ ବିରୋଧରେ ଦେଶର ଲଢ଼େଇରେ ସାମିଲ ହୋଇ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ସମେତ ବିଭିନ୍ନ ରିଲିଫ୍ ଫଣ୍ଡ୍‌କୁ ୫୩୫.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମୁମ୍ବାଇ ମହାନଗର ନିଗମ ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିଲା. ଯାହା ପରବର୍ତ୍ତୀ ସମୟରେ ଦୁଇଗୁଣାରୁ ଅଧିକ କ୍ଷମତାକୁ ସଂପ୍ରସାରିତ ହୋଇଛି।

କୋଭିଡ୍‌-୧୯ ରିଲିଫ୍‌ର ଅଂଶ ସ୍ୱରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକୁ ମାଗଣାରେ ଇନ୍ଧନ ଯୋଗାଇ ଦିଆଯାଇଛି ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ଉତ୍ପାଦନ କ୍ଷମତାକୁ ଦୈନିକ ୧ ଲକ୍ଷ ମାସ୍କ ପର୍ଯ୍ୟନ୍ତ ବୃଦ୍ଧି ସହିତ ଦୈନିକ ହଜାର ହଜାର ପିପିଇ ଉତ୍ପାଦନ କରାଯାଉଛି। ଏହା ବ୍ୟତୀତ କଂପାନିର ଟେଲିକମ୍ ଶାଖା ପକ୍ଷରୁ ପ୍ରାୟ ୪୦ କୋଟି ଲୋକ ଓ ହଜାର ହଜାର ସଂସ୍ଥାଙ୍କୁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରାଯାଇଥିବା ବେଳେ ରିଲାଏନ୍ସ ରିଟେଲ୍ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ଉପଲବ୍ଧ କରାଯାଇଛି।