Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନଵାଡି କର୍ମୀରୁ ସୁପରଭାଇଜର ପଦୋନ୍ନତିରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପ୍ରତି ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଗୁଡ଼ି କାର୍ଯ୍ୟକାରି ହେଉଛି। ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା କଲ୍ୟାଣ ସର୍ଭିସ ରୁଲ ୧୯୮୯ ଅନୁସାରେ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲା। ମହିଳା ଓ ଶିଶୁବିଭାଗ ବିଭାଗ ସଂଖ୍ୟା ୨୦୮୯୮ ତା ୨୦.୧୨.୨୦୧୪ ଯୋଗେ ଉକ୍ତ ପଦୋନ୍ନତିକୁ ସ୍ଥଗିତ ରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବିଭାଗୀୟ ପତ୍ର ସଂଖ୍ୟା ୩୬୮୧ ତା ୦୪.୦୩.୨୦୧୬ ଯୋଗେ ଉକ୍ତ ସ୍ଥଗିତାଦେଶ କୁ ଉଠାଇ ଦିଆ ଯାଇ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ଦଶ ବର୍ଷ ଅଭିଜ୍ଞତା ଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି।

ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଅର୍ଡର ନଂ ୨୨୩୫ତା ୧୭.୧୧.୨୦୧୨ ଅନୁସାରେ ଖାଲିଥିବା ୧୩ ଗୋଟି ପଦବୀ ରେ ମାତ୍ର ୫ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ବେଳେ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ୨୮ ଜଣ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି। ତନ୍ମଧ୍ୟରୁ କେତେକ ପ୍ରାର୍ଥୀନି ୧୯୮୬ ମସିହାରୁ ୧୯୯୩ ମସିହା ମଧ୍ୟରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା ଜଣାପଡିଛି। ଏପରିକି ପଦୋନ୍ନତି ସମୟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ ବରିଷ୍ଠତା ଏବଂ ଉପଯୁକ୍ତ ପ୍ରାର୍ଥୀନି ଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କେବଳ ବରିଷ୍ଠତା କୁ ଗୁରୁତ୍ବ ଦିଆଯାଇ ଅନ୍ୟ ଦିଗ ଗୁଡିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ଯାହାଫଳରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମାନେ ବାଦ ପଡି ଯାଇଥିବା ଜଣାପଡିଛି।

ଏହାବ୍ୟତୀତ ଯଦିଓ ୨୦୧୬ ମସିହାରେ ତିଆରି ହୋଇଥିବା ଗ୍ରେଡେସନ ତାଲିକା ଅନୁସାରେ କ୍ରମିକ ନଂ ୧ ରୁ ୧୮, ୨୦,୨୧,୩୧,୩୭,୩୮,୪୦,୧୧୧,୧୬୪ ଓ ୧୭୫ ନମ୍ବର ରେ ଥିବା ୨୮ ଜଣ ଅଙ୍ଗନଵାଡି କର୍ମୀ ଙ୍କୁ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି ତଦନୁସାରେ ୨୮ ନମ୍ବର ରେ ଥିବା ପ୍ରାର୍ଥୀନି ଙ୍କ ଗ୍ରେଡେସନ ତାଲିକା ଅନୁସାରେ ୧୭୫ ନମ୍ବର କୁ ଅନୁଧ୍ୟାନ କଲେ ସମ୍ପୃକ୍ତ ଅଙ୍ଗନଵାଡି କର୍ମୀ ୧୨.୧୧.୧୯୯୨ ରେ ଯୋଗ ଦେଇଥିବା ବେଳେ ୧୯୯୯ ରେ ମାଟ୍ରିକ ପାଶ କରିଥିବା ଜଣାପଡିଛି ଏହାବ୍ୟତୀତ ୨୦୦୮ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ଅଙ୍ଗନଵାଡି କର୍ମୀ ମାନଙ୍କ ତଥ୍ୟ ଏବଂ ୨୦୧୬ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି। ଗତ ୨୦୧୬ ମସିହାରେ କେବଳ ପଦୋନ୍ନତି ଦେବାକୁ ଶୁହାଇବା ଉଦ୍ଦେଶ୍ୟରେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା ଅଭିଯୋଗ ହେଉଛି।

ଯଦିଓ ଯଏନିଙ୍ଗ ତାରିଖ ଅନୁସାରେ ବରିଷ୍ଠତା ଭିତ୍ତିରେ ସଠିକ ଭାବେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା କୁହାଯାଉଛି ତେବେ ୨୦୨୧ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକା ଅନୁସାରେ ୨୦୧୩ ଓ ୨୦୧୫ ମସିହାରେ ମାଟ୍ରିକ ପାଶ କରି ୧୯୮୩ ଓ ୧୯୮୪ ରେ ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କ୍ରମିକ ନଂ ୩, ୬, ୭,୧୭ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ କିପରି ୨୦୧୬ ମସିହାର ଗ୍ରେଡେସନ ତାଲିକା ରେ ସ୍ଥାନ ପାଇ ନାହି ତାହା ସନ୍ଦେହ ପ୍ରକାଶ ପାଉଛି। ଯଦିଓ ୨୦୧୬ ମସିହାର ଗ୍ରେଡେସନ ତାଲିକା ଠିକ ଓ ତଦନୁସାରେ ଅଙ୍ଗନଵାଡି କର୍ମୀ ଙ୍କୁ ପଦୋନ୍ନତି ଦିଆ ଯାଇଛି ତେବେ ନିଯୁକ୍ତି ପରେ କ୍ରମିକ ନଂ ୧୯, ୨୨ ରୁ ୩୦, ୩୨, ୩୪ ରୁ ୩୬ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ ପରବର୍ତ୍ତୀ ୨୦୨୧ ଗ୍ରେଡେସନ ତାଲିକା ରେ ୧ ନଂ ରୁ ରହିବା ବିଧେୟ। ଏଥି ପାଇଁ ବ୍ୟାପକ କିକବେକ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ୨୦୧୬ ମସିହାରେ ହୋଇଥିବା ପଦୋନ୍ନତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଅଧିକାଂଶ ପ୍ରାର୍ଥୀନି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେବା ପରେ ମାଟ୍ରିକ ପାଶ କରିଥିବା ବିଭାଗୀୟ ଗ୍ରେଡେସନ ତାଲିକା ୨୦୨୧ ରୁ ଏବଂ ଡ୍ରାଫଟ ଗ୍ରେଡେସନ ତାଲିକା ୨୦୨୪ ରୁ ଜଣାପଡୁଛି। ହେଲେ ଅଙ୍ଗନଵାଡି କର୍ମୀ ଭାବେ କାର୍ଯ୍ୟରତ ଥାଇ ଉଚ୍ଚ ଶିକ୍ଷା ପାଇଁ ବିଭାଗୀୟ ଅନୁମତି ନେଇଛନ୍ତି କି ନାହି, ଯଦିଓ ବିଭାଗୀୟ ଅନୁମତି ନେଇନାହାନ୍ତି ତେବେ କିପରି ଭାବେ ରେଗୁଲାର କି ପତ୍ରାଳାପ ମାଧ୍ୟମରେ ସମ୍ପୃକ୍ତ କର୍ମୀ ମାଟ୍ରିକ ପାଶ କରିଛନ୍ତି ସେସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହେଉଛି।

ଅନ୍ୟ ପକ୍ଷରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କର୍ମୀ ଏବଂ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନଵାଡି କର୍ମୀ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ମାଟ୍ରିକ ପାଶ କରିଥିବା ଅଙ୍ଗନଵାଡି କର୍ମୀ ଙ୍କୁ ବରିଷ୍ଠତା ଏବଂ ଯୋଗ୍ୟତା (seniority & suitability) ଭିତ୍ତିରେ ସୁପର ଭାଇଜର ଭାବେ ପଦୋନ୍ନତି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି। ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି।

ଓଡ଼ିଶା ସରକାରଙ୍କର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ଓଡ଼ିଆ ଭାଷାର ବଳିଷ୍ଠ ଐତିହ୍ୟ ଓ ପରମ୍ପରା ରହିଛି ବୋଲି କହିବା ସହ ୧୯୩୬ ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ଦିଆଯାଇଥିଲା ବୋଲି କହିଥିଲେ।

ଯୁବ ଓଡ଼ିଆ ଏବଂ ବିଶେଷ କରି ଯେଉଁମାନେ ରାଜ୍ୟ ଅଥବା ଦେଶ ବାହାରେ ରହୁଛନ୍ତି ସେମାନଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଜନ୍ମାଇବା ଏବଂ ସେମାନଙ୍କୁ ମାତୃଭାଷା ବିଷୟରେ ସଚେତନ କରାଇବା ସହ ସେମାନେ ଯେପରି ଏଥିପାଇଁ ଗର୍ବ ଅନୁଭବ କରିବେ ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏହି ୩ ଦିନିଆ ବିଶ୍ୱ ଓଡ଼ିଆ ଭାଷା
ସ୧ିଳନୀର ଆୟୋଜନ କରିଛନ୍ତି ବୋଲି ମବୀ କହିଥିଲେ।

ଏହା ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କର ଦୁରଦର୍ଶୀତାକୁ ସୁଚାଏ ବୋଲି ଶ୍ରୀ ପୂଜାରୀ କହିଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମବୀ ଶ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନବ ଶିକ୍ଷାବିତ୍ ତଥା
ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ ଏବଂ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମାକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ
ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଓଡ଼ିଶାର ଦୁଇ ମହାନ କବି ଗଙ୍ଗାଧର ମେହେର ଓ ଭୀମ ଭୋଇଙ୍କ କାର୍ଯ୍ୟକୁ ଗଭୀର ଭାବେ ବ୍ୟାଖ୍ୟା କରି ଶ୍ରୀ ପୂଜାରୀ କହିଥିଲେ ଯେ ସେମାନଙ୍କ କବିତାରେ ଗଭୀର ଦାର୍ଶନିକ ତତ୍ୱ ରହିଛି ଏବଂ ସେହି ମହାନ କୃତିକୁ ଅଧ୍ୟୟନ ଏବଂ ଗବେଷଣା କରିବାର ଆବଶ୍ୟକତା ରହିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିବାରୁ ସୋଆକୁ ଧନ୍ୟବାଦ ଦେବା ସହ ମବୀ କହିଥିଲେ ଯେ ଓଡ଼ିଆ ଭାଷାକୁ ଅଧିକ ବିକଶିତ କରିବା ପାଇଁ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଛନ୍ତି।

ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଆୟୋଜିତ ଏହି ସମ୍ମିଳନୀ ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟର ଧାରାକୁ ଜାରି ରଖିବା ସହ ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଡକ୍ଟର ମିଶ୍ର ମଧ୍ୟ ପ୍ରଶଂସା କରିଥିଲେ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଯାଜପୁର ଜିଲ୍ଲା ଜାରକା ନିକଟବର୍ତୀ ତାରାପୁର ବୌଦ୍ଧ ଭଗ୍ନାବଶେଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଆ ହେଉଛି ଅନ୍ୟତମ ସର୍ବ ପୁରାତନ ଲିପି।

ତେବେ ବିଶ୍ୱବିଦ୍ୟାଳୟମାନେ ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ଅଧିକ ଲୋକପ୍ରିୟ କରିବା ନେଇ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରଫେସର ଦାସ କହିଥିଲେ ଯେ ଜଗନ୍ନାଥ ସଂସ୍କୃତିରୁ ହିଁ ଓଡ଼ିଆ ଭାଷାର ଉତ୍ପତ୍ତି। ଏକତା ବଜାୟ ରଖିବା ନିମନ୍ତେ ଭାଷା ହିଁ ହେଉଛି ଏକମାତ୍ର ମାଧ୍ୟମ। ଓଡ଼ିଆ ସାହିତ୍ୟକୁ ନେଇ ସୋଆ ଏକ ସଂଗ୍ରହାଳୟ ସ୍ଥାପନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ଦିନର ଅଧିବେଶନ ଗୁଡ଼ିକରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଭଳି ବିଷୟ ବସ୍ତୁ ରହିଥିଲା।

ସେହିପରି ସୋମବାର ଆୟୋଜିତ ହେବାକୁ ଥିବା ବିମର୍ଶରେ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅଧିବେଶନରେ ସୋମବାର ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪ ବର୍ଷ ତୀର୍ଥ ସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ୬ ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି। ତା ୨୭.୦୧.୨୦୨୪ ରିଖ ଠାରୁ ତା ୦୨.୦୨.୨୦୨୪ ରିଖ ପଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଖାଦ୍ୟପେୟ ର ସୁବ୍ୟବସ୍ଥା ସହ ପଠାଯାଇଛି। ସେମାନଙ୍କର ଦାୟିତ୍ଵ ନିର୍ବାହ କରିବା ପାଇଁ ଜିଲ୍ଲାରୁ ୭ ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ଦାୟିତ୍ଵ ଅର୍ପଣ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ମହାଶୟ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଜର୍ଜ ଏମ କେରକେଟା ଡେପୁଟି ସିଇଓ, ଓରମାସ, ସୁବୋଧ ଛତ୍ରିଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, କଳାହାଣ୍ଡି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ଯୁବଵିକାଶ କାର୍ଯ୍ୟକ୍ରମର ଉଦଯାପନୀର ମହାସମାରୋହ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ସରକାରଙ୍କ ଯୁବବିକାଶ କାର୍ଯ୍ୟକ୍ରମର ଉଦଯାପନୀ ମହାସମାରୋହ ଆଜି ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ରୋଟାରିୟାନ ବିଜୟ କୁମର ନନ୍ଦ ମୂଖ୍ୟ ଅତିଥି, ବାଣପୁର ଥାନା ଭାରପ୍ରାପ୍ତ ଅଧକାରୀ ରମେଶ କୁମାର ଦେବତା, ସମ୍ମ।ନିତ ଅତିଥ ଓ ବାଣପୁର ବିଜ୍ଞାପିତକ ଅ°ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନୟକ, ସମ୍ମନିତ ଅତିଥି ପୂର୍ବତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଏହି ବହୁମୁଖୀ କାର୍ଯ୍ୟକ୍ରମର ଭୁୟସି ପ୍ରସ°ଶା କରିଥିଲେ।

ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଅଧ୍ୟକ୍ଷତା କରିଥିବା ବେଳେ ଡିଗ୍ରୀ ନୋଡାଲ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ୍ ବର୍ମା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଠପଢିବା ସହ ସଙ୍ଗୀତ, କ୍ରୀଡା, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନକରିଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ନୀତନିଷ୍ଠ ହୋଇ ଛାତ୍ର ଜୀବନ ଅତିବାହିତ କରିବାପାଇଁ କହିଥିବା ବେଳେ ଯୁକ୍ତ ଦୁଇ ନୋଡାଲ ଅଫିସର ଜୟନ୍ତ କୁମାର ବିହାରୀ ଦୀର୍ଘ ଏକ ମାସଧରି ଚାଲିଥିବା କାର୍ଯ୍ୟକ୍ରମର ଏକ ସ°କ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ।କୋର୍ଡିନେଟର ରଶ୍ମିତା ମହାରଣା, ହିଟଲର ବେହେରା ବାଦଲ ବେହେରା ନିଜ ନିଜ କ୍ଷେତ୍ରରେ ହୋଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ ଓ ଅତିଥି ମାନଙ୍କଦ୍ଵାରା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧ୍ୟାପିକା ମିକି ମନସ୍ଵିନୀ କାର୍ଯ୍ୟକ୍ରମ ସ°ଯୋଯନା କରିଥିଲେ।ଉତ୍ସବରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସମ୍ପୂର୍ଣ୍ଣ ସଫଳ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଯୌତୁକ ସମସ୍ୟା ଉପରେ ଆଧାରିତ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଓଡ଼ିଶା ସରକାରଙ୍କ ନୂଆ -ଓ, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତରଫରୁ ଗୋଦାବରୀଶ ମହାବିଦ୍ୟାଳୟର +୨ ଓ +୩ ସମାଜ ସେବା କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଅଭିନୀତ ପଥପ୍ରାନ୍ତ ନାଟକ “ବତୁରା ଆଖିର ଭାଷା” ମହାବିଦ୍ୟାଳୟର ପ୍ରାଙ୍ଗଣ, ମା ଭଗବତୀ ମନ୍ଦିର ସମ୍ମୁଖ ଓ ପଲଟନ ପଡିଆ ଠାରେ ପ୍ରଦର୍ଶିତ ହୋଇଯାଇଅଛି। ଏହି ନାଟକଟି ଯୌତୁକ ସମସ୍ୟା ଉପରେ ପର୍ଯ୍ୟବେସିତ ହୋଇଥିଲା।

ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ଏହାକୁ ରଚନା କରିବା ସହିତ ନିର୍ଦ୍ଦେଶନା ପ୍ରଦାନ କରିଥିଲେ। ନାଟକ ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଓ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଉଦ୍ଘାଟନ କରିଥିବା ବେଳେ ରାଜନୀତି ବିଜ୍ଞାନର ଅଧ୍ୟାପକ  ଆଦିତ୍ୟ ସାରଥୀ ବେଦମାତା, ଗୋଲକ କୁମାର ବେହେରା, ଡକ୍ଟର ଗୁରୁକିଶୋର୍ ନାୟକ, ସ୍ୱାଗତିକା ସାହୁ, ଉତ୍କଳିକା ପାଢ଼ୀ ଓ ବାଦଲ ବେହେରା ଏହାର ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ଟିରେ ଅଧ୍ୟାପକ ପୁଲିନ ବିହାରୀ ଜେନା, ଅଧ୍ୟାପକ ଅଜୟ କୁମାର ବେହେରା, ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ଅଧ୍ୟାପକ ପ୍ରଭାତ କୁମାର ଶାସମଲ୍ଲ, ଅଧ୍ୟାପକ ସତ୍ୟାନନ୍ଦ ମହାରଣା, ଦାଶରଥି ରାଉଳ, ଅଧ୍ୟାପକ ଅଜୟ କୁମାର ଦାସ, ଅଧ୍ୟାପକ ଦିବାକର ସାହୁ, ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ସୁରେନ୍ଦ୍ର କୁମାର ସାହୁ, ହରପ୍ରସାଦ ରଥ, ଅଧ୍ୟାପକ ଅଶ୍ୱିନ କୁମାର ବାରିକ, ପ୍ରଭାତ ମାର୍ଥା ପ୍ରଭୃତି ସହ ନିର୍ଦ୍ଦେଶନା ଓ ସେଟ୍ ସେଟିଂ ଦାୟିତ୍ଵରେ ଥିଲେ। ଏଥିରେ ଅଭିନୟ କରିଥିଲେ ସରିତା, ତୁଷାର, ସ୍ଵପ୍ନା, ପୂଜା, ସୁଶ୍ରୀ, ଓମ୍, ବଦ୍ରି, ଆଶିଷ, ସୌମ୍ୟ ଓ ଭଗବାନ।

ପରିଶେଷରେ ବରିଷ୍ଠ ଅଧ୍ୟାପକ ଡକ୍ଟର ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ସମନ୍ଵିତ ଯୁବଵିକାଶ କାର୍ଯ୍ୟକ୍ରମ ଉଦଘାଟିତ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ଅନୁଦାନ ଓ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।କ୍ରୀଡା,ସ°ସ୍କୃତି,ସାମାଜିକତା ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ।ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେସ୍ଥାନୀୟ ଲୋକପ୍ରତିନିଧି ମାନେ ଯୋଗଦେଇ ଏହି ଉତ୍ସବର ଗୌରବ ବୃଦ୍ଧି କରିଛନ୍ତି।

ଏହି ସଭାରେ ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ମାନସ ରଞନ ମଙ୍ଗରାଜ ମୂଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ମାନସିଂହ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜା ଚକ୍ର,ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, କୁମାର ଜଗତ ବଲ୍ଲଭ ମହାରଥା,କୈଳାସ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ସ୍ଵାଗତ ଭାଷଣ,ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ପରିଚୟ ପ୍ରଦାନ ଓ ଶ୍ରୀ ଜୟନ୍ତ କୁମାର ବିହାରୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଡ଼ ସୁଜାତା ମିଶ୍ର ମ°ଚ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗଦେଇ ଏହାକୁ ସଫଳ କରାଇଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ପ୍ରାୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ନାକ୍ଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ, ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ଓଡିଶା ନବୀନ ଓଡିଶାର ଆଭିମୁଖ୍ୟ ଓ ଯୁବ ପ୍ରତିଭାର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବିନୀତା ମୁର୍ମୁ, ଉମାକାନ୍ତ ବିଶ୍ବାଳ, ହେମାନନ୍ଦ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ ମଞ୍ଚାସୀନ ଥିଲେ।

ନୋଡାଲ ଅଫିସର ଅଧ୍ୟାପକ ସଂଜୀବ ଦାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା, ସଂସ୍କୃତି ଓ ସମାଜିକ କାର୍ଯ୍ୟ ଅଧିନରେ ଆଗାମୀ ଏକ ମାସ ମଧ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ବିଶଦ ଆଲୋଚନା କରିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ସ୍ବର୍ଗତ ପ୍ରଦୁମ୍ନ ଦାଶଙ୍କ ସ୍ମୃତି ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ହୁସେନ ପ୍ରଧାନ, ଅରୁଣ ବିଶ୍ବାଳ, ପୁରୁଷୋତ୍ତମ ବେହେରା, ଜିତେନ୍ଦ୍ରୀୟ ପଣ୍ଡା, ଅଶୋକ ଧଳ, ପିତବାସ ସାହୁ,ବିଜୟ ପ୍ରଧାନ, ଅମିତ ସାହୁ, ବିବେକାନନ୍ଦ ପ୍ରଧାନ ଓ ଶାନ୍ତିଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’

ଭୁବନେଶ୍ୱର: ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି।

ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟ ମୃତ୍ୟୁବରଣ କରିଥାଏ। କିନ୍ତୁ ରେଶମ କୀଟକୁ ନମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ। ଅହିଂସା ବା କରୁଣା ବାଟ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’। ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଖଣ୍ଡୁଆ ପାଟ।

‘‘ଏ ବର୍ଷ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ବେଶ୍ ଆକର୍ଷଣୀୟ କରାଯାଇଛି। ତେବେ ପାଭିଲିୟନର ସ୍ୱତନ୍ତ୍ର ଆକର୍ଷଣ ହୋଇଛି କରୁଣା ସିଲ୍କ। ଓଡ଼ିଶାର ଏହି ନୂତନ ପ୍ରୟୋଗ କଥା ଜାଣି ସେଠାକୁ ଆସିଥିବା ପରିଦର୍ଶକମାନେ ବେଶ୍ ଖୁସି ହେଉଛନ୍ତି’’, କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ। ବିଭାଗ ପକ୍ଷରୁ ପ୍ରଗତି ମଇଦାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ କରାଯାଇଛି, ଯେଉଁଠି ରାଜ୍ୟ ସରକାରଙ୍କର ୭ଟି ବିଭାଗର ୨୪ଟି ଷ୍ଟଲ ଖୋଲାଯାଇଛି।

‘‘ଆଜିର ଦିନରେ ସିଲ୍କ ଉତ୍ପାଦନ ବେଳେ ରେଶମ ପୋକକୁ ନମାରି ତାକୁ ପ୍ରଜାପତି କରି ଖୋସାରୁ ଉଡ଼ାଇ ଦିଆଯାଉଛି। ଏଭଳି ଅହିଂସା ଉପାୟରେ ଓଡ଼ିଶାରୁ ସିଲ୍କ ଉତ୍ପାଦନ ହେଉଛି ଜାଣି ଖୁସି ଲାଗିଲା। ପୁଣି ସେହି ସିଲ୍କରୁ ଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ପ୍ରସ୍ତୁତ ହେଉଛି। ଓଡ଼ିଶା ପାଭିଲିୟନରେ କରୁଣା ସିଲ୍କର ଲାଇଭ୍ ବୁଣା ଦେଖି ମତେ ଗୋଟେ ନୂଆ ଅନୁଭୂତି ମିଳିଲା’’, ନିଜର ଖୁସି ବର୍ଣ୍ଣନା କରି କହିଛନ୍ତି ନୂଆଦିଲ୍ଲୀର ବାସିନ୍ଦା ରିନା ସିଂ।

‘‘ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବନା ହେଉଛି ଯେ କୌଣସି ଉତ୍ପାଦନ ଲାଗି ବ୍ୟବହାର ପଦ୍ଧତି ଅହିଂସା ମାର୍ଗରେ ହେବା ଦରକାର। ଓଡ଼ିଶାରେ ସିଲ୍କ ଉତ୍ପାଦନ ବେଳେ ରେଶମ କୀଟକୁ ନମାରି ନୂତନ ଓରଷ୍ଟେଡ୍ ପଦ୍ଧତି ମାଧ୍ୟମରେ ଆମେ ଖୋସାରୁ ସୂତା ବାହାର କରୁଛୁ। ଏଣ୍ଡି ଚାଷ କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ରେଶମ କୀଟ ପ୍ରଜାପତି ହୋଇ ଉଡ଼ିଗଲା ପରେ ସେହି ଖୋସାକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରାଯାଉଛି। ପ୍ରଜାପତି ଉଡ଼ିଗଲା ବେଳେ ଖୋସାଟି ଫାଟି ଯାଉଥିବାରୁ ସ୍ପିନିଙ୍ଗ ମିଲ୍ ମାଧ୍ୟମରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରି ଆବଶ୍ୟକ ରେଶମ ସୂତା ବାହାର କରାଯାଉଛି’’, ସୂଚନା ଦେଇ କହିଛନ୍ତି ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଭାରତରେ ୪ ପ୍ରକାର ରେଶମ କୀଟ ଚାଷ କରାଯାଉଛି। ତା’ଭିତରେ ରହିଛି ମଲବେରୀ, ଟସର, ଏରି ବା ଏଣ୍ଡି ଏବଂ ମୁଗା। ମୁଗାକୁ ବାଦ୍ଦେଇ ଓଡ଼ିଶାରେ ଅନ୍ୟ ୩ଟି ରେଶମ ଚାଷ ହେଉଛି।

ଓଡ଼ିଶା ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ୨୦୨୨ରୁ ପାଇଲଟ୍ ପ୍ରକଳ୍ପ ଭାବେ ‘କରୁଣା ସିଲ୍କ’ର ଉତ୍ପାଦନ ଆରମ୍ଭ କରାଯାଇଛି। ପ୍ରଥମେ ୭୦୦ ଚାଷୀଙ୍କୁ ନେଇ ଏଥିପାଇଁ ଏଣ୍ଡିକୀଟ ଚାଷ କରାଯାଇଥିଲା। ସେଥିରୁ ୮୨ କୁଇଣ୍ଟାଲ ରେଶମ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଏହାର ସଂପ୍ରସାରଣ କରାଯାଇ ୧୪ଟି ଜିଲ୍ଲାର ୨୫୦୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ା ଯାଇଛି। ଏଥର ୨୦୦ କୁଇଣ୍ଟାଲରୁ ଅଧିକ ‘କରୁଣା ସିଲ୍କ’ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଜଡ଼ା ଗଛର ପତ୍ର ଖାଇ ଏଣ୍ଡିକୀଟମାନେ ବଢୁଛନ୍ତି।
‘‘ଗୋଟିଏ ମଲବରୀ ସିଲ୍କ ଶାଢ଼ି ବୁଣିବା ପାଇଁ ଯେତିକି ସୂତା ଆବଶ୍ୟକ ସେଥିରେ ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ରେଶମ ପୋକ ମରିଥାନ୍ତି। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପୋକ ମରନ୍ତି। ସାରା ପୃଥିବୀରେ ଏ ଯେଉଁ ପାରମ୍ପରିକ ଓ ଯାନ୍ତ୍ରିକ ପଦ୍ଧତି ବ୍ୟବହାର ହେଉଛି ତାକୁ ଭାଙ୍ଗି ଓଡ଼ିଶା ଅହିଂସା ବା କରୁଣା ଉପାୟରେ ପ୍ରସ୍ତୁତ କରୁଛି ‘କରୁଣା ସିଲ୍କ’। ଏହା ଆମ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ଗୌରବର ବିଷୟ’’, ଅଧିକ ସୂଚନା ଦେଇ କହନ୍ତି ବିଭାଗୀୟ ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଆଗରୁ ଶ୍ରୀମନ୍ଦିର ପାଇଁ ଯେଉଁ ଖଣ୍ଡୁଆ ପାଟ ସରକାରଙ୍କ ପକ୍ଷରୁ ଦିଆଯାଉଥିଲା ସେଥିପାଇଁ ବାହାର ରାଜ୍ୟରୁ ସୂତା ଆସୁଥିଲା। ଏହି ସୂତା ରେଶମ କୀଟକୁ ମାରି ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଜୀଉଙ୍କ ଅଙ୍ଗଲାଗି ହେଉଛି କରୁଣା ସିଲ୍କ, ଯାହାକି ସମ୍ପୂର୍ଣ୍ଣ ଅହିଂସା ଉପାୟରେ ପ୍ରସ୍ତୁତ।

ଖଣ୍ଡୁଆ ପାଟର ଆଉ ଏକ ଆକର୍ଷଣ ହେଉଛି ଏଥିରେ ବୁଣା ଯାଇଥିବା କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ର ସୁଲଳିତ ପଂକ୍ତି। ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଗ୍ରାମର ପାରମ୍ପରିକ ରେଶମ କାରିଗରମାନେ ଏବେ ଏହି ‘କରୁଣା ସିଲ୍କ’ରୁ ସାତ୍ତ୍ୱିକ ଖଣ୍ଡୁଆ ପାଟ ପ୍ରସ୍ତୁତ କରୁଛନ୍ତି। ଏହି କାରିଗରମାନେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି।
‘‘ଅହିଂସା ମାର୍ଗରେ ପ୍ରସ୍ତୁତ ରେଶମ ସୂତାକୁ ନେଇ ଆମେ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦେଉଛୁ ପବିତ୍ର ଖଣ୍ଡୁଆ ପାଟ। ଏଠି ଦିଲ୍ଲୀର ବାଣିଜ୍ୟ ମେଳାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗରେ ସେହି କାମ ଦେଖାଇପାରୁଥିବାରୁ ଆମକୁ ବହୁତ ଖୁସି ଲାଗୁଛି’’, କହିଛନ୍ତି ଖୋର୍ଦ୍ଧା ରାଉତପଡ଼ାର କାରିଗର ଅଶୋକ କୁମାର ଦାସ।

ଓଡ଼ିଶା ପାଭିଲିୟନରେ ଖୋର୍ଦ୍ଧା ରାଉତପଡ଼ାରୁ ଆସିଥିବା ଆଉ ଜଣେ କାରିଗର ଗୋପିନାଥ ଦାସ ଖଣ୍ଡୁଆ ପାଟ ବୁଣୁଛନ୍ତି। ସେ କହନ୍ତି, ‘‘ମହାପ୍ରଭୁ ଜଗନ୍ନାଥ ତ କହି ନାହାନ୍ତି ଜୀବକୁ ହତ୍ୟାକରି ତାଙ୍କ ପାଇଁ ଆମେ ଆଭୂଷଣ ପ୍ରସ୍ତୁତ କରିବା। ତେଣୁ ପୋକକୁ ନମାରି ଉତ୍ତମ ଟେକ୍ନୋଲୋଜି ବ୍ୟବହାର କରି ସେଥିରୁ ବାହାରୁଥିବା ସୂତାରୁ ଆମେ ପାଟ ବସ୍ତ୍ର ତିଆରି କରୁଛୁ। ରାଜ୍ୟ ସରକାରଙ୍କ ନିଜସ୍ୱ ତତ୍ତ୍ୱାବଧାନରେ ଏହି କରୁଣା ସିଲ୍କ ବୁଣା କାମ କରାଯାଉଛି।

‘କରୁଣା ସିଲ୍କ’ରୁ ପ୍ରସ୍ତୁତ ଆକର୍ଷଣୀୟ ଜ୍ୟାକେଟ୍ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନର ବୟନିକା ଷ୍ଟଲରେ ବିକ୍ରି ହେଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରୁ ବିଭିନ୍ନ ପ୍ରକାର ପୋଷାକ ତିଆରି ପାଇଁ ଯୋଜନା ରହିଛି।

ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ ‘କରୁଣା ସିଲ୍କ’ ଭାରତୀୟ ମହାନ ଅହିଂସା ଦର୍ଶନର କଥା କହୁଛି। ଏହା ଭାରତୀୟ ବୟନଶିଳ୍ପ ମାନଚିତ୍ରରେ ରାଜ୍ୟ ପାଇଁ ଏକ ନୂଆ ପରିଚୟ ଆଣିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା: ଚଳିତ ସପ୍ତାହରେ ୧୩ବୁଟ କ୍ୟାମ୍ପ ମାଧ୍ୟମରେ ୧୯୦ରୁ ଉର୍ଦ୍ଧ୍ଵ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି। ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୯୭ଟି ଆଇଡିଆ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଯାତ୍ରା ଦ୍ୱାରା ଜଗତସିଂହପୁର, ବୌଦ୍ଧ, ନୟାଗଡ଼, ସୋନପୁର, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବୁଟ୍ କ୍ୟାମ୍ପ ଆୟୋଜିତ ହୋଇଥିଲା।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୦ରୁ ଉର୍ଦ୍ଧ୍ବ  କଲେଜ୍ ଏବଂ ୬୦ରୁ ଉର୍ଦ୍ଧ ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୧,୦୦୦ ରୁ ଅଧିକ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଶନିବାର ଯାତ୍ରାର ୩୪ତମ ଦିବସ ଅବସରରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କଟକ, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି(ଖୋର୍ଦ୍ଧା) ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର(ନୟାଗଡ଼)ରେ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ପକ୍ଷରୁ ଆଗାମୀ ଦିନରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ନୟାଗଡ଼ର +୨ କଲେଜ ଓ କୋରାପୁଟର ମାଲୁଶାନ୍ତ ସରକାରୀ ହାଇସ୍କୁଲରେ ତୃଣମୂଳ ସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର ୬ ତାରିଖ (ସୋମବାର) ୩ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରି ବୁଟକ୍ୟାମ୍ପ ଓ ଭ୍ୟାନ କ୍ୟମ୍ପେନ ମାଧ୍ୟମରେ ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆଇଡ଼ିଆ ସଂଗ୍ରହ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୮ତମ ଦିବସରେ ୩୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୩୭ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ବୁଟକ୍ୟାମ୍ପ ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ୩ଟି ଶିକ୍ଷାନଷ୍ଠାନରେ ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୩ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୩୨୭ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୩୭ଟି ଆଇଡିଆ ସଂଗ୍ରହ କରିଛି।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ପକ୍ଷରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି କଲେଜ ଓ ରାଉରକେଲାର ଗୋଟିଏ ବିଦ୍ୟାଳୟରେ ୩ଟି ବୁଟ୍ କ୍ୟାମ୍ପ ଆୟୋଜନ କରାଯାଇଛି। ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ପାଇଁ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଛି, ଯେବେକି ସୁବର୍ଣ୍ଣପୁରର ସୋନପୁର କଲେଜ ଓ ମଡେଲ ଡିଗ୍ରୀ କଲେଜରେ ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୬ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୭ତମ ଦିବସରେ ୮୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୮୩ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୫ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୦ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୧୦୯୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୮୩ଟି ଆଇଡିଆ ସଂଗ୍ରହ କରିଛି।

ବୁଧବାର ଷ୍ଟାର୍ଟଅପ୍ ଯାତ୍ରା ସ୍ୱାଧିନ ଆବାସିକ ମହାବିଦ୍ୟାଳୟ, ସ୍ୱାଧିନ ହାଇସ୍କୁଲ, ଆଇଟିଆଇ ଶୈଳବାଳା, ଶ୍ରୀରାମ ଚନ୍ଦ୍ର ହାଇସ୍କୁଲ ଓ ମଠସାହି ହାଇସ୍କୁଲ ପରିଦର୍ଶନ କରିଛି। ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ଉଦ୍ଦେଶ୍ୟରେ ପିପି ଏକାଡେମୀ (ବଲାଙ୍ଗୀର), ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟ (ସୁନ୍ଦରଗଡ଼), ଜବାହର ନବୋଦୟ ବିଦ୍ୟାଳୟ (ଝାରସୁଗୁଡ଼ା)ରେ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ରେ ଦୁଇଟି ଯାତ୍ରା ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୬ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ପକ୍ଷରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି କଲେଜ ଓ ରାଉରକେଲାର ଗୋଟିଏ ବିଦ୍ୟାଳୟରେ ୩ଟି ବୁଟ୍ କ୍ୟାମ୍ପ ଆୟୋଜନ କରାଯିବ। ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ପାଇଁ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହେବ। ସୁବର୍ଣ୍ଣପୁରର ସୋନପୁର କଲେଜ ଓ ମଡେଲ ଡିଗ୍ରୀ କଲେଜରେ ଦୁଇଟି ଯାତ୍ରା ଶିବିର ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୬ତମ ଦିବସରେ ୧୫୦ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୨୬ତମ ଦିବସରେ ୧୫୦ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୭ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୨ଟି କଲେଜ ଗସ୍ତ କରି ୧୦୨୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୫୦ଟି ଆଇଡିଆ ସଂଗ୍ରହ କରିଛି।

ମଙ୍ଗଳବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଖୋର୍ଦ୍ଧା ଜିଲ୍ଲାର ୫ଟି ଅନୁଷ୍ଠାନ, ମଧୁସୂଦନ ଇନଷ୍ଟିଚ୍ୟୁଟ୍ ଅଫ୍ କୋ-ଅପରେଟିଭ୍ ମ୍ୟାନେଜମେଣ୍ଟ, ଦେବ ରାୟ କଲେଜ, ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ, ରାଜଧନୀ ଇଞ୍ଜିନିୟରିଂ କଲେଜ ଓ ରିଜନାଲ କଲେଜ ଅଫ ମ୍ୟାନେଜମେଣ୍ଟ ପରିଦର୍ଶନ କରିଛି। ଯେବେକି  ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ (ବଲାଙ୍ଗୀର), ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ବରଗଡ଼), ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଦେବଗଡ଼), ଡିଏଭି ପବ୍ଲିକ ସ୍କୁଲ (ଝାରସୁଗୁଡ଼ା), ଡିଏଭି ପବ୍ଲିକ ସ୍କୁଲ (ଅନୁଗୁଳ)ରେ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଛି। ସେହିପରି ଏନ୍ଆଇଟି ରାଉରକେଲା ଓ ଯାଜପୁର ଏନ୍ ସି ସ୍ବୟଂଶାସିତ ମହାବିଦ୍ୟାଳୟରେ ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଛି।

ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୧ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୯,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ବୁଧବାର ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ ଏହାର ଯାତ୍ରାକୁ ଆଗକୁ ବଢ଼ାଇ ସ୍ୱାଧିନ ଆବାସିକ ମହାବିଦ୍ୟାଳୟ, ଆଇଟିଆଇ ଶୈଳବାଳା, ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପରିଦର୍ଶନ କରିବ। ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀତା ଓ ସୃଜନଶିଳତାର ବ୍ୟାପକ ଧାରଣା ଦେବା ପାଇଁ ମଦରସ୍ ପବ୍ଲିକ ସ୍କୁଲ(ଖୋର୍ଦ୍ଧା), ପିପି ଏକାଡେମୀ (ବଲାଙ୍ଗୀର), ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟ (ସୁନ୍ଦରଗଡ଼), ଜବାହର ନବୋଦୟ ବିଦ୍ୟାଳୟ (ଝାରସୁଗୁଡ଼ା)ରେ ଏକ୍ସପ୍ରେସ୍ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ରେ ଏହି ଦୁଇଟି ଯାତ୍ରା ବୁଟକ୍ୟାମ୍ପ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୩ତମ ଦିବସରେ ୩୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୩ତମ ଦିବସରେ ୩୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ବାଲେଶ୍ୱର ଏବଂ ଦେଓଗଡ଼ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଗସ୍ତ କରି ୪୨୦ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୩୮ଟି ଆଇଡିଆ ସଂଗ୍ରହ କରିଛି।

ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାରେ କେକେଏସ୍ ମହିଳା ମହାବିଦ୍ୟାଳୟ ଏବଂ ମଣିଭଦ୍ରା ହାଇସ୍କୁଲ ପରିକ୍ରମା କରିଛି। ଯେବେକି ଏହାର ଭ୍ୟାନ୍ ଦେବଗଡ଼ ଜିଲ୍ଲାରେ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିଛି।

ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୯ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୯୪୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ ଏବଂ ସମ୍ବଲପୁର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୭ଟି କଲେଜ ଗସ୍ତ କରି ୩୭୩ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୬୩ଟି ଆଇଡିଆ ସଂଗ୍ରହ କରିଛି।

ଗୁରୁବାର ଷ୍ଟାର୍ଟଅପ୍ ଯାତ୍ରା ଭ୍ୟାନ୍ ସମ୍ବଲପୁର ଜିଲ୍ଲାର ସରକାରୀ ଆଇଟିଆଇ (ହୀରାକୁଦ), ସରକାରୀ ଆଇଟିଆଇ (ରସନପୁର) ଓ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ, ଷ୍ଟାର୍ଟଅପ ଭ୍ୟାନ୍ ମୟୂରଭଞ୍ଜ ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ସରକାରୀ ଆଇଟିଆଇ, ସରକାରୀ ପଲିଟେକ୍ନିକ୍ ଏବଂ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରିଦର୍ଶନ କରିଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୫ଟି କଲେଜ୍ ଏବଂ ୬୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୨୯୩ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଅକ୍ଟୋବର ୧୩ (ଶୁକ୍ରବାର) ଦିନ ବାଲେଶ୍ୱର, ନୟାଗଡ଼, ଦେବଗଡ଼ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାର କେଭି ବାଲେଶ୍ୱର, ବାଲେଶ୍ୱର ଜିଲା ସ୍କୁଲ, ଫକୀର ମୋହନ କଲେଜ, କେକେଏସ୍ ମହିଳା ମହାବିଦ୍ୟାଳୟ ପରିକ୍ରମା କରିବ। ଏହି ଭ୍ୟାନ୍ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିବ। ଏହି ଭ୍ୟାନ୍ ନୟାଗଡ଼ ଜିଲ୍ଲାର ୟୁନିଟେକ୍ ଡିଗ୍ରୀ କଲେଜ, ବଂଶୀଧର ମହାବିଦ୍ୟାଳୟ, ଡିଭାଇନ୍ ଡିଗ୍ରୀ କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, ଗଞ୍ଜାମ ଜିଲ୍ଲାର ବେଦବ୍ୟାଶ ଆବାସିକ ଡିଗ୍ରୀ କଲେଜ ଓ ଶଶୀଭୂଷଣ ରଥ ସରକାରୀ (ସ୍ୱୟଂଶାସିତ) ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସର ସଫଳ ଯାତ୍ରା ଜାରି, ୧୮ ଦିନରେ ୨୩୫୦ ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୮ତମ ଦିବସରେ ୨୩୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ ଏବଂ ମାଲକାନଗିରି ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୮ଟି କଲେଜ ଏବଂ ୪ ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୯୩ଟି ଆଇଡିଆ ସଂଗ୍ରହ କରିଛି।

ଏହି ଷ୍ଟାର୍ଟଅପ୍ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଓ  କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପରିଦର୍ଶନ କରିଛି। ମାଲକାନଗିରି ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ଏକଲବ୍ୟ ଆବାସିକ ବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିଥିବା ବେଳେ ଭ୍ୟାନ୍ ନୂଆପଡ଼ା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ୧ ଖଡିଆଳ, ଓଏମ୍ ସାଇ ପବ୍ଲିକ୍ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପରିଖିତ ଟାଇଗର +୨ କଲେଜ ପରିଦର୍ଶନ କରିଛି। ଏହାବାଦ ମଡେଲ କଲେଜ (ନୂଆପଡ଼ା) ଓ ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବରଗଡ଼) ରେ ୨ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ବର୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୫୬ଟି କଲେଜ୍ ଏବଂ ୫୯ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୨,୧୫୮ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଆସନ୍ତା ୯ ତାରିଖ (ସୋମବାର) ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ସୋମବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ କନ୍ଧମାଳ ଜିଲ୍ଲାର କେବି ହିଷ୍ଟ (ଡିଗ୍ରୀ) କଲେଜ ଓ ପ୍ରମିଳା ଦେବୀ ଡିଗ୍ରୀ କଲେଜ (ଦାରିଙ୍ଗିବାଡି) ପରିକ୍ରମା କରିବ। ଏହାସହ ଭ୍ୟାନ୍ ରାୟଗଡ଼ା ଜିଲ୍ଲାର ଡିଭାଇନ୍ ଡିଗ୍ରି କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, କେନ୍ଦୁଝର ଜିଲ୍ଲାର ବିଶ୍ୱ ବିନାୟକ ଡିଗ୍ରୀ କଲେଜ ଓ ବ୍ରଜବନ୍ଧୁ ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ରେକର୍ଡ ୧୯୪୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୪ତମ ଦିବସରେ ୧୯୪୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର ଓ ନବରଙ୍ଗପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୯ଟି କଲେଜ ଏବଂ ୨ଟି ସ୍କୁଲ ଗସ୍ତ କରି ୮୪୮ ଛାତ୍ରଙ୍କ ଠାରୁ ୫୬ଟି ଆଇଡିଆ ସଂଗ୍ରହ କରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍, ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଲେଡି ଲୁଇସ୍ ବାଳିକା ହାଇସ୍କୁଲକୁ ପରିକ୍ରମା କରିଛି। ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ, ସରକାରି ମହିଳା ମହାବିଦ୍ୟାଳୟ ଓ ୟୁଭୋଦୟ କଲେଜ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି, ଏହାବାଦ ଯାତ୍ରା ନବରଙ୍ଗପୁର ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ନବରଙ୍ଗପୁର ଡିଗ୍ରୀ କଲେଜ ଓ ନବରଙ୍ଗପୁର ମହିଳା (ଡିଗ୍ରୀ) କଲେଜ ପରିକ୍ରମା କରିଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୩୭ଟି କଲେଜ୍ ଏବଂ ୪୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୮,୨୧୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୯୪୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ନେଇ ଅକ୍ଟୋବର ୪ (ବୁଧବାର) ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲା ଗସ୍ତ କରିବ। ଏଥିସହ ସମ୍ବଲପୁରର ଅନ୍ୟ କେତେକ ଅନୁଷ୍ଠାନ ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ବୁଧବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସମ୍ବଲପୁର ଜିଲ୍ଲାର ବୁଢାରାଜା ହାଇସ୍କୁଲ ପରିକ୍ରମା କରିବ। କୋରାପୁଟର ଦାମନଯୋଡି ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସାମନ୍ତ ଚନ୍ଦ୍ର ଶେଖର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡି ପରିଦର୍ଶନ କରିବ। ସୁନ୍ଦରଗଡ଼ ଜିଲ୍ଲାର ମହାନଗର ନିଗମ ରାଉରକେଲା, ଏନ୍ଆଇଟି ରାଉରକେଲା ଓ ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ନିକଟରେ ଏହି ଭ୍ୟାନ୍ ପହଞ୍ଚିବ। ଝାରସୁଗୁଡ଼ା ଜିଲ୍ଲାରେ ଏହି ଭ୍ୟାନ୍ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସକୁ ଅଭୂତପୂର୍ବ ସଫଳତା, ଦଶମ ଦିନରେ ୧୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଦଶମ ଦିନରେ ୧୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ ସହ, ଏକ ବୃହତ ସଫଳତା ହାସଲ କରିଛି । ଷ୍ଟାର୍ଟଅପ୍ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା କେଉଁଝର, ରାୟଗଡା ଏବଂ ବରଗଡ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୫ଟି ସ୍କୁଲ ଗସ୍ତ କରି ୧୨୧୨ ଛାତ୍ରଙ୍କ ଠାରୁ ୧୫୯ଟି ଆଇଡିଆ ସଂଗ୍ରହ କରିଛି ।

ଏହା କେନ୍ଦୁଝର ଜିଲ୍ଲାର ୪ଟି କଲେଜ ଏବଂ ଗୋଟିଏ ସ୍କୁଲ ଯଥା ଓଡିଶା ମାଇନିଂ ଇଂଜିନିୟରିଂ ସ୍କୁଲ, କେନ୍ଦୁଝର ସ୍କୁଲ ଅଫ୍ ଇଂଜିନିୟରିଂ, ଧରଣୀଧର ଅଟୋନୋମସ୍ କଲେଜ୍‌, ସରକାରୀ କଲେଜ ଅଫ୍ ଇଂଜିନିୟରିଂ ଏବଂ ଡିଏନ୍ ସ୍କୁଲ କେନ୍ଦୁଝର ଗସ୍ତ କରିବା ସହ ବରଗଡରେ ଜର୍ଜ ହାଇସ୍କୁଲ ଏବଂ ଇମ୍ପୋରିଆଲ କଲେଜ, ରାୟଗଡ଼ା ଜିଲ୍ଲାର ଗାୟତ୍ରୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଣ୍ଣ ଟେକ୍ନୋଲୋଜି, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ କମ୍ପ୍ୟୁଟର ଏଣ୍ଡ ରିସର୍ଚ ଏବଂ ଗାନ୍ଧୀ ପବ୍ଲିକ ସ୍କୁଲ ଗସ୍ତ କରିଛି ।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୦୬ଟି କଲେଜ୍ ଏବଂ ୩୪ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୪୭୮୨ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୫୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଆସନ୍ତା ଗୁରୁବାର ଦିନ ଏହି ଯାତ୍ରା ଆଉ ୪ଟି ଜିଲ୍ଲା ଯଥା – ଦେଓଗଡ଼, ବଲାଙ୍ଗୀର, କଳାହାଣ୍ଡି ଏବଂ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ କଲେଜ ଓ ଶିକ୍ଷାନଷ୍ଠାନଗୁଡ଼ିକ ଗସ୍ତ କରିବ ।
ଆସନ୍ତା ଗୁରୁବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ ଦେବଗଡ଼ ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ମଡେଲ ଡିଗ୍ରୀ କଲେଜ, +୩ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକ୍ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିକ୍ରମା କରିବ । ବଲାଙ୍ଗୀର ଜିଲ୍ଲାର ପିପି ଏକାଡେମୀ, ଜେଏସଏମ କମର୍ସ ଡିଗ୍ରୀ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିବ । କଳାହାଣ୍ଡି ଜିଲ୍ଲାରେ ଏହି ଭ୍ୟାନ୍ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, କଲେଜ ଅଫ ଅଗ୍ରିକଲଚର (ଭବାନୀପାଟଣା) ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ପହଞ୍ଚିବ । ଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସାରଙ୍ଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍‌, ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବ ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।

Categories
ଆଜିର ଖବର ରାଜ୍ୟ ଖବର

ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି।

ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି। ଏହି ବର୍ଷ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ।

ସ୍ପର୍ଶ ହ୍‍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା। ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ। ମୁକବଧୀର ବିଦ୍ୟାଳୟର କର୍ମକର୍ତ୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ।

ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ। ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ”। ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି। ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜାଫର ଇକ୍‍ବଲ ଦୃଷ୍ଟିବାଧିତ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଳୀ, ସନ୍ୟାସୀ ବେହେରା ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓ.ଏ.ଏସ୍‍. ଅଫିସର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜକୁ ସେମାନଙ୍କ ଭଳି ହେବାପାଇଁ ଚେଷ୍ଟା କରିବେ।

ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସପିଟାଲର ଡାକ୍ତର, ସ୍ପର୍ଶ ହସପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଧୀର, ଡକ୍ଟର ଅମୃତି ପାଟଯୋଶୀ, ପ୍ରବୀନ୍‍ ଅଗ୍ରୱାଲ, ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ସଭାପତି ନିରଞ୍ଜନ ଜୋଶୀ, ସାଧାରଣ ସମ୍ପାଦକ ଶିବନାରାୟଣ ବହିଦାର, ମୁଖ୍ୟ ପରିଚାଳକ ବିଜୟ କୁମାର ପରିଡା, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାମନ୍ତରାୟ, ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଦେବୀପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ତିତିକ୍ଷା ରାୟ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ନଭନିତ୍‍, ଇପ୍ସିତା ପ୍ରିୟଦର୍ଶନୀ, ରୋଶନ୍‍, ଅସିତ୍‍ ସାହୁ, ଅମୂଲ୍ୟ, ଅଜାତଶତ୍ରୁ, ତପି ମିଶ୍ର, ସୁଜିତ୍‍ ପାଇକରାୟ, ଭବାନୀଶଙ୍କର ଜେନା, ବିଶ୍ୱରଞ୍ଜନ ପଣ୍ଡା, ବାବୁ ବାବୁ, ଅଂଶ ଦାସନାୟକ, କୁମାର ରିଙ୍କୁ, କିଶୋର ଦାସ, ବି ୟାମିନୀ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାଙ୍କ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ସେପେଫମ୍ବର ୧୩, ୨୦୨୩ ତାରିଖରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୬୭୯୮ ଜିପି ମଧ୍ୟରୁ ପ୍ରାୟ ଶତକଡା ୬୫ ଭାଗ ଜିପିରେ (୪୩୭୩ ଜିପି) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଆର୍ଥିକ ଅଗ୍ରସର ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ବ୍ୟାଙ୍କ ସେବା ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିପିଙ୍କୁ ଏକ ସ୍ଥାୟୀ ବ୍ୟାଙ୍କ ଶାଖା ଯୋଗାଇ ଦିଆଯିବା ଆବଶ୍ୟକ।

ତେଣୁ ଓଡିଶା ସରକାର ସିଏସ୍‌ପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କବିହୀନ ଜିପିକୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଜିପିମାନଙ୍କୁ ଏହି ଯୋଜନାରେ ପର‌୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ୫ ବର୍ଷ ପାଇଁ ବିନା ଭଡାରେ ବ୍ୟାଙ୍କିଙ୍ଗ ସ୍ଥାନ ପ୍ରଦାନ କରିବେ। ଏଥିସହିତ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସର୍ବମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରାଯାଇଛି।

ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସଠିକ ରୂପଦେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ୫-ଟି ମନ୍ତ୍ର ଅନୁଯାୟୀ ଏହାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସମସ୍ତ ଜିପିମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ଏଭଳି ଏକ ଆଦର୍ଶ ମଡେଲ୍ ଗ୍ରହଣ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଅଟେ।

ଏହା ଦ୍ୱାରା ରାଜ୍ୟର ସମସ୍ତ ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକମାନେ ସୁବିଧାରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଏବଂ ଠିକ୍ ସମୟରେ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଲାଭ ପାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାର ଆକର୍ଷଣୀୟ ଶୁଭାରମ୍ଭ: ବିପୁଳ ପରିମାଣରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ୨୦୨୫ ସୁଦ୍ଧା ୫୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲାଗି ଓଡ଼ିଶା ସରକାରଙ୍କ ରହିଥିବା ଅଭିଳାଷକୁ ପୂରଣ କରିବା ଲାଗି ଆୟୋଜିତ ଏହି ଯାତ୍ରାରେ ଆଜି ବହୁ ସଂଖ୍ୟାରେ ଅଭିନବ ଆଇଡିଆ ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନରେ ଯାତ୍ରା ଭୁବନେଶ୍ୱର ସମେତ ଖୋର୍ଦ୍ଦାର ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ଟି ନୂତନ ଷ୍ଟାଟଅପ୍ ଆଇଡିଆ ସଂଗ୍ରହ କରିଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ର ଶୁଭାରମ୍ଭ କରିବା ପରେ ମଙ୍ଗଳବାରଠାରୁ ଭ୍ୟାନ୍‌ଗୁଡ଼ିକ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଏହି ଯାତ୍ରା ଆଇଏମ୍‌ଆଇଏସ୍‌, ବିଜେବି ସ୍ୱୟଂଶାସିତ କଲେଜ, ସରକାରୀ ଆଇଟିଆଇ ଭୁବନେଶ୍ୱର, ଏକାମ୍ର କଲେଜ, ପିଏନ୍ କଲେଜ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟ, ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର ଟେକ୍ନୋଲୋଜି, ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି, ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଂଟ୍‌, କିସ୍ ବିଶ୍ୱବିଦ୍ୟାଳୟ, ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଏନ୍‌ଆଇଏଫ୍‌ଟି, ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଏଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟରେ ପହଂଚିଥିଲା।

ଏହି ଯାତ୍ରାରେ ଛାତ୍ରଛାତ୍ରୀମାନେ ନିଜ ଷ୍ଟାର୍ଟଅପ କ୍ଷେତ୍ରରେ ନିଜର ଆଇଡିଆକୁ ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ। ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାରେ ଛାତ୍ରଛାତ୍ରୀମାନଙ୍କଠାରୁ ଆଇଡିଆ ସଂଗ୍ରହ କରାଯିବାକୁ ଥିବା ବେଳେ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ରେ ସେମାନଙ୍କ ଭିତରେ ଉଦ୍ୟମିତା ଭାବ ଜାଗ୍ରତ କରାଯିବ।

ଯାତ୍ରା ଆଗକୁ ବଢ଼ୁଥିବା ବେଳେ ଆସନ୍ତା କାଲି ଏହା ଭୁବନେଶ୍ୱର ଓ ଖୋର୍ଦ୍ଧାର ଆଉ ନଅଟି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବ। ଦ୍ୱିତୀୟ ଦିନରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି ଭୁବନେଶ୍ୱର, ଆଇଏଚ୍‌ଏମ୍‌, ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ, ଆଇଟିଇଆର୍‌, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ସ୍କିଲ ଡେଭେଲପମେଂଟ୍ ସେଂଟର, ଆଇଆଇଟି ଭୁବନେଶ୍ୱର, ଓୟୁଏଟି ଓ ବିଶ୍ୱ ଦକ୍ଷତା କେନ୍ଦ୍ରରେ ପହଂଚିବ।