Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତୀୟ ମହିଳା କମିଶନର ପ୍ରଥମ ‘ଶକ୍ତି ସମ୍ମିଳନୀ’
ବିଶେଷ ଖବର

ଜାତୀୟ ମହିଳା କମିଶନର ପ୍ରଥମ ‘ଶକ୍ତି ସମ୍ମିଳନୀ’

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ମହିଳା କମିଶନର ପ୍ରଥମ ‘ଶକ୍ତି ସମ୍ମିଳନୀ’
ଜାତୀୟ ମହିଳା କମିଶନର ପ୍ରଥମ ‘ଶକ୍ତି ସମ୍ମିଳନୀ’

ଭୁବନେଶ୍ୱର: ଜାତୀୟ ମହିଳା କମିଶନ ଏବଂ ଓଡ଼ିଶା ସରକାରଙ୍କ ଯୁଗ୍ମ ଆନୁକୂଲ୍ୟରେ ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପ୍ରଥମ ‘ଶକ୍ତି ସମ୍ମିଳନୀ – ରାଜ୍ୟ ଡବ୍ଲ୍ୟୁସିଡି ନେତୃତ୍ୱ କର୍ମଶାଳା’ ଆୟୋଜିତ ହେବାକୁ ଯାଉଛି। ଏହି ଉଦ୍‌ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହାଟକର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ।

‘ସମନ୍ୱୟ । ସଂବାଦ । ସଂକଳ୍ପ । ସମାଧାନ’ ଶୀର୍ଷକ ଥମ୍‌କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ୨୫ଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, କମିଶନର, ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ଅଂଶୀଦାରମାନେ ଯୋଗଦେବେ। ମହିଳାଙ୍କ ସୁରକ୍ଷା, ଅଧିକାର ଓ ସଶକ୍ତୀକରଣ କ୍ଷେତ୍ରରେ ନିଜ ନିଜ ରାଜ୍ୟର ଅନୁଭୂତି ଆଦାନପ୍ରଦାନ, କାର୍ଯ୍ୟକାରିତା ସମସ୍ୟାର ଚିହ୍ନଟ ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ଏହି ସମ୍ମିଳନୀ ଏକ ପ୍ରମୁଖ ମଞ୍ଚ ସାଜିବ।

ଏହି ଆଲୋଚନାରେ ମୁଖ୍ୟତଃ ପୋଷ ଆଇନର କାର୍ଯ୍ୟକାରିତା ଓ ସମୀକ୍ଷା, ୱାନ୍ ଷ୍ଟପ୍ ସେଣ୍ଟରଗୁଡ଼ିକର ସୁଦୃଢ଼ୀକରଣ, ପୀଡ଼ିତା କ୍ଷତିପୂରଣ ବ୍ୟବସ୍ଥା, ଗାର୍ହସ୍ଥ୍ୟ ହିଂସା ନିରୋଧ ଆଇନ ଅଧୀନରେ ସୁରକ୍ଷା ଅଧିକାରୀଙ୍କ ଭୂମିକା ଏବଂ ରାଜ୍ୟ ମହିଳା କମିଶନଗୁଡ଼ିକର ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯିବ। ଏହା ସହିତ ରାଜ୍ୟସ୍ତରୀୟ ସଫଳ ପ୍ରୟାସଗୁଡ଼ିକର ଆଦାନପ୍ରଦାନ କରାଯିବା ସହ ଏକ ‘ଯୁଗ୍ମ କାର୍ଯ୍ୟପନ୍ଥା’ ଗ୍ରହଣ କରାଯିବ।

ଓଡ଼ିଶା ସରକାରଙ୍କ ସହ ସହଯୋଗିତାରେ, ଏନ୍‌ସିଡବ୍ଲ୍ୟୁ ‘ମିଶନ ଶକ୍ତି’ ଅଧୀନରେ ଏକ ସ୍ୱତନ୍ତ୍ର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ମାଧ୍ୟମରେ ଗତ ୬ ମାସ ମଧ୍ୟରେ ଖୋର୍ଦ୍ଧା, କଟକ, କେନ୍ଦୁଝର, ବଲାଙ୍ଗୀର ଏବଂ ପୁରୀ ଜିଲ୍ଲାର ୫,୦୦୦ ମହିଳାଙ୍କୁ ତାଲିମ ଦିଆଯାଇଛି। ସେଥିମଧ୍ୟରୁ ୩୦୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଆସନ୍ତା ୨ ତାରିଖରେ ଭୁବନେଶ୍ୱରର କୀଟ୍‌ଠାରେ ଆୟୋଜିତ ହେବାକୁ ଥିବା ‘ଶକ୍ତି ଶୋ’ – ଆତ୍ମରକ୍ଷା ପରେଡ୍‌ରେ ନିଜର କୌଶଳ ପ୍ରଦର୍ଶନ କରିବେ।

‘ଶକ୍ତି ସମ୍ମିଳନୀ’ ଓଡିଶା ସରକାର ଜାତୀୟ ମହିଳା କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଆଜି ସେପ୍ଟେମ୍ବର ୨୧ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.