Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ
ବିଶେଷ ଖବର

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ
ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

ଭୁବନେଶ୍ୱର: ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜପଥ ପାର୍ଶ୍ୱରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଭାରତ ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍’ (IOCL) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍. ବି. ଏସ୍. ରାଜପୁତ, ପରିବହନ କମିଶନର ଅମିତାଭ ଠାକୁର ଏବଂ IOCLର ରାଜ୍ୟ ମୁଖ୍ୟ କମଲ ସିଲ୍‌ ଓ ଡିଜିଏମ୍ ସଚିନ୍ଦ୍ର ଗୁନୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ପରିବହନ କମିସନର (ସଡ଼କ ସୁରକ୍ଷା) ଦୀପ୍ତିରଞ୍ଜନ ପାତ୍ର ଏବଂ IOCL ପକ୍ଷରୁ ରାଜ୍ୟ ରିଟେଲ ମୁଖ୍ୟ ଚିରଞ୍ଜୀବ ପୋଦାର ଏହି MoUରେ ସ୍ୱାକ୍ଷର କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାସ୍ତାରେ ଅସୁରକ୍ଷିତ ଭାବେ ଛିଡ଼ା ହୋଇ ରହୁଥିବା ଗାଡ଼ି ସହିତ ଧକ୍କା ହେବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୩୦୦ରୁ ଅଧିକ ଜଣ ଲୋକ ପ୍ରାଣ ହରାଉଛନ୍ତି। ବିଭିନ୍ନ ରାଜ୍ୟରୁ ଆସୁଥିବା ଦୂରଗାମୀ ଟ୍ରକ୍ ଚାଳକମାନେ ଅନେକ ସମୟରେ ରାଜପଥରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବା ସହ ଅସୁରକ୍ଷିତ ପରିବେଶରେ ରାନ୍ଧିବା ଓ ବିଶ୍ରାମ ନେବା ଭଳି କାର୍ଯ୍ୟକଳାପ କରୁଛନ୍ତି। ଫଳରେ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି।

ଏହି ସମସ୍ୟା ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାତୀୟ ରାଜପଥ ନିକଟରେ ୩୦ଟି ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ ୧୫ଟି ଟର୍ମିନାଲ୍‌ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଟର୍ମିନାଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଗାଡ଼ି ପାର୍କିଂ ବ୍ୟବସ୍ଥା ସହିତ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର, କ୍ୟାଣ୍ଟିନ୍, ପାନୀୟ ଜଳ, ଗାଡ଼ି ମରାମତି ଗ୍ୟାରେଜ୍, ଇଭି ଚା ଷ୍ଟେସନ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି।

ସ୍ୱାକ୍ଷରିତ ହୋଇଥିବା MoU ଅନୁଯାୟୀ, IOCL ଏହି ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ପରିଚାଳନା, କାର୍ଯ୍ୟକ୍ଷମତା ଓ ଦୈନନ୍ଦିନ ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ବାହ କରିବ।

ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ପାର୍କିଂ କରୁଥିବା ଚାଳକମାନଙ୍କୁ ଏହି ସୁରକ୍ଷିତ ଟର୍ମିନାଲ୍‌ଗୁଡ଼ିକ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦୂରଗାମୀ ଡ୍ରାଇଭରମାନଙ୍କ ରହିବା ଓ କାର୍ଯ୍ୟକ୍ଷେତ୍ରର ପରିବେଶରେ ବ୍ୟାପକ ସୁଧାର ଆସିବା ସହ ରାଜ୍ୟରେ ବେଆଇନ ପାର୍କିଂଜନିତ ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନି ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

Iocl MoU ସ୍ୱାକ୍ଷରିତ ଓଡିଶା ସରକାର ଟ୍ରକ୍ ଟର୍ମିନାଲ୍‌ ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟ ସରକାରଙ୍କ ପଦକ୍ଷେପ ସଡକ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026

ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି: ୧.୧୦ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

September 7, 2026
Latest News

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026

ରାଶିଫଳ: ସେପ୍ଟେମ୍ବର ୮ ରେ ପାଞ୍ଚୋଟି ରାଶି ଉପରେ ଖରାପ ଦଶା

September 8, 2026

୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ହେବ ପ୍ରୟାସ

September 8, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: ଭୂଦାନ ଜମି ଜାଲିଆତିର ହେବ ତଦନ୍ତ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.