Categories
ବିଶେଷ ଖବର ବ୍ୟବସାୟ

ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିଲା ଅଶୋଧିତ ତୈଳ, ଶୀଘ୍ର ବଢିପାରେ ପେଟ୍ରୋଲ-ଡିଜେଲ ମୂଲ୍ୟ 

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଅଶୋଧିତ ତୈଳ ବଜାର କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ ଗତ ଚାରିମାସ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇ ନାହିଁ। ଆଜି ବୈଶିକ ମାନକ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୦୭ ଡଲାରକୁ ବୃଦ୍ଧି ପାଇଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ହେତୁ ଅଶୋଧିତ ତୈଳ ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ପଡିଛି। ଆମେରିକା ସମେତ ଅନେକ ଦେଶରେ ପେଟ୍ରୋଲ ଦର ବୃଦ୍ଧି ସହିତ ମୂଲ୍ୟ ଏକ ରେକର୍ଡ ସ୍ତରରେ ପହଞ୍ଚିଛି।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। କିନ୍ତୁ ଦୀର୍ଘ ଦିନ ଧରି ଭାରତରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହୋଇପାରିବ ବୋଲି ଅନୁମାନ କରାଯାଉଛି। ଭାରତୀୟ ତୈଳ ନିଗମ (IOCL) ଅନୁଯାୟୀ ମାର୍ଚ୍ଚ ୨୦୨୨ ରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୯୫.୪୧ ଟଙ୍କାରେ ବିକ୍ରି ହେଉଥିବାବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କାରେ ବିକ୍ରି ହେଉଛି।

ପେଟ୍ରୋଲ ଏବଂ ଡିଜେଲର ବର୍ତ୍ତମାନର ଦର:

ଦିଲ୍ଲୀ: ପେଟ୍ରୋଲ – ଲିଟର ପିଛା ୯୫.୪୧ ଟଙ୍କା; ଡିଜେଲ – ଲିଟର ପିଛା ୮୬.୬୭ ଟଙ୍କା

ମୁମ୍ବାଇ: ପେଟ୍ରୋଲ – ଲିଟର ପିଛା ୧୦୯.୯୮ ଟଙ୍କା; ଡିଜେଲ – ଲିଟର ପିଛା ୯୪.୧୪ ଟଙ୍କା

କୋଲକାତା: ପେଟ୍ରୋଲ – ଲିଟର ପିଛା ୧୦୪.୬୭ ଟଙ୍କା; ଡିଜେଲ – ଲିଟର ପିଛା ୮୯.୭୯ ଟଙ୍କା

ଚେନ୍ନାଇ: ପେଟ୍ରୋଲ – ଲିଟର ପିଛା ୧୦୧.୪୦ ଟଙ୍କା; ଡିଜେଲ – ଲିଟର ପିଛା ୯୧.୪୩ ଟଙ୍କା

ନୋଏଡା: ପେଟ୍ରୋଲ – ଲିଟର ପିଛା ୯୫.୫୧ ଟଙ୍କା; ଡିଜେଲ – ଲିଟର ପିଛା ୮୭.୦୧ ଟଙ୍କା

ଭୋପାଳ: ପେଟ୍ରୋଲ – ଲିଟର ପିଛା ୧୦୭.୨୩ ଟଙ୍କା; ଡିଜେଲ – ଲିଟର ପିଛା ୯୦.୮୭ ଟଙ୍କା

ବେଙ୍ଗାଲୁରୁ: ପେଟ୍ରୋଲ – ଲିଟର ପିଛା ୧୦୦.୫୮ ଟଙ୍କା; ଡିଜେଲ – ଲିଟର ପିଛା ୮୫.୦୧ ଟଙ୍କା

ଲକ୍ଷ୍ନୌ: ପେଟ୍ରୋଲ – ଲିଟର ପିଛା ୯୫.୨୮ ଟଙ୍କା, ଡିଜେଲ – ଲିଟର ପିଛା ୮୬.୮୦ ଟଙ୍କା

ପାଟନା: ପେଟ୍ରୋଲ – ଲିଟର ପିଛା ୧୦୬.୪୮ ଟଙ୍କା, ଡିଜେଲ – ଲିଟର ପିଛା ୯୧.୬୩ ଟଙ୍କା

ଚଣ୍ଡିଗଡ଼: ପେଟ୍ରୋଲ – ଲିଟର ପିଛା ୯୪.୨୩ ଟଙ୍କା; ଡିଜେଲ – ଲିଟର ପିଛା ୮୦.୯୦ ଟଙ୍କା

ଜୟପୁର: ପେଟ୍ରୋଲ – ଲିଟର ପିଛା ୧୦୭.୦୨ ଟଙ୍କା, ଡିଜେଲ – ଲିଟର ପିଛା ୯୦.୬୬ ଟଙ୍କା

ଏହିପରି ଆପଣଙ୍କ ସହରରେ ତେଲ ମୂଲ୍ୟ ଯାଞ୍ଚ କରନ୍ତୁ:

ଆପଣ ଘରେ ବସି ଇନ୍ଧନର ମୂଲ୍ୟ ଜାଣିପାରିବେ। ଘରେ ବସି ତେଲର ମୂଲ୍ୟ ଜାଣିବା ପାଇଁ ଆପଣଙ୍କୁ ଭାରତୀୟ ତୈଳ ବାର୍ତ୍ତା ସେବା ଅଧୀନରେ ମୋବାଇଲ୍ ନମ୍ବର ୯୨୨୪୯୯୨୨୪୯ କୁ SMS ପଠାଇବାକୁ ପଡିବ। ଏଥିପାଇଁ ଆପଣଙ୍କୁ ବାର୍ତ୍ତାରେ ଲେଖିବାକୁ ପଡିବ – RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲରଙ୍କ କୋଡ୍। ଆପଣ ନିଜ ଅଞ୍ଚଳର RSP କୋଡ୍ ଜାଣିବା ପାଇଁ ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ପରିଦର୍ଶନ କରି ଯାଞ୍ଚ କରିପାରିବେ। ଏହା ପରେ, ଆପଣ ଏକ ବାର୍ତ୍ତା ମାଧ୍ୟମରେ ସର୍ବଶେଷ ଇନ୍ଧନ ମୂଲ୍ୟର ଏକ ଆଲର୍ଟ ପାଇବେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଓଡିଶାର ୧୩ଟି ସ୍ଥାନରେ ପେଟ୍ରୋଲିୟମ ବିଭାଗ କରିବ ସାଇକ୍ଲୋଥୋନ, ଜାଣନ୍ତୁ କେଉଁଠି

ଭୁବନେଶ୍ବର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଫ୍ଲାଗଶିପ୍ ଅଧିନରେ ଆସନ୍ତାକାଲି ଓଡ଼ିଶାର ୧୩ଟି ସ୍ଥାନରେ ସାଇକ୍ଲୋଥୋନ ଅନୁଷ୍ଠିତ ହେବ । ଜିଲ୍ଲାରେ ତୈଳ ଶିଳ୍ପ (IOCL, BPCL, HPCL ଏବଂ GAIL) ତରଫରୁ ସକ୍ଷମ-୨୦୨୧ ପାଳନ ହେବ।
ଗ୍ୟାସ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ପ୍ରତିବର୍ଷ ୧୬ ଜାନୁୟାରୀରୁ ୧୫ ଫେବୃୟାରୀ ଯାଏଁ ‘ସକ୍ଷମ’ ଅଭିଯାନ ଚାଲିଥାଏ। ତୈଳ ଓ ଗ୍ୟାସ ସଂରକ୍ଷଣ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଓ ଦୈନନ୍ଦିନ ଜୀବନରେ ଲୋକେ ଏହି ସଂରକ୍ଷଣ କରିବା ଏହି ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ ।

ଏହି ଏକମାସ ଅବଧି ମଧ୍ୟରେ ଇନ୍ଧନ ସଂରକ୍ଷଣ ଉପରେ ବାର୍ତ୍ତା ବିସ୍ତାର କରିବା ପାଇଁ ପରିବହନ, ଶିଳ୍ପ, କୃଷି ଏବଂ ଘରେ ଆଦି କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ କରାଯାଇଥାଏ।
ତୈଳ ଏବଂ ଗ୍ୟାସ ସଂରକ୍ଷଣ ଦିଗରେ ଏହିପରି ସଚେତନତା ଅଭିଯାନ ମଧ୍ୟରେ ସାଇକ୍ଲୋଥୋନ ହେଉଛି ଅନ୍ୟତମ ପ୍ରମୁଖ କାର‌୍ୟ୍ୟକ୍ରମ । ଯାହାକି ଲୋକଙ୍କ ମନ ଉପରେ ଏହିଭଳି କାର‌୍ୟ୍ୟକ୍ରମ ବେଶ୍ ପ୍ରଭାବ ପକାଇଥାଏ ।

ଏହି ପରିପ୍ରେକ୍ଷୀରେ ସାଇକ୍ଲୋଥୋନ କାର‌୍ୟ୍ୟକ୍ରମ ‘ସକ୍ଷମ ୨୦୨୧- ତୈଳ ଏବଂ ଗ୍ୟାସ ସଂରକ୍ଷଣ ଉପରେ ସଚେତନତା ଅଭିଯାନ’ ଉଦ୍ଦେଶ୍ୟରେ ଆସନ୍ତାକାଲି ଓଡ଼ିଶାର ୧୩ଟି ଜିଲାରେ ତୈଳ ଶିଳ୍ପ ଯଥା IOCL, BPCL, HPCL ଏବଂ GAIL ଦ୍ୱାରା ଆୟୋଜିତ ହେବାକୁ ଯାଉଛି । ସମଗ୍ର ଦେଶରେ ୩୦୦ ସ୍ଥାନରେ ମଧ୍ୟ ଏହି ସମାନ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ସଚେତନତା କାର‌୍ୟ୍ୟକ୍ରମ ସମସ୍ତ ପିଢ଼ିକୁ ବିଶେଷ କରି ଭବିଷ୍ୟତ ପିଢ଼ିକୁ ସହାୟତା କରିବ ଏବଂ ପରିବହନ ଓ ଘରୋଇ କ୍ଷେତ୍ରରେ ମଧ୍ୟ ଏହି ସଂରକ୍ଷଣ ଅନେକ ସହାୟତା କରିପାରିବ । ତେବେ ଏହି ସାଇକ୍ଲୋଥୋନ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରମାନେ ଅଂଶଗ୍ରହଣ କରିବାକୁୁ ଯାଉଛନ୍ତି । PSU ତୈଳ
କମ୍ପାନୀଗୁଡ଼ିକର ପ୍ରତିନିଧି, ସେମାନଙ୍କର ଡିଲର ଏବଂ ଏଲପିଜି ବିତରକମାନେ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ।

୧୩ଟି ଜିଲାର କାର୍ଯ୍ୟକ୍ରମ ବିବରଣୀ

୧- ଅନୁଗୋଳ- ଅନୁଗୋଳ ଷ୍ଟାଡିୟମ
୨- ଢେଙ୍କାନାଳ- ଢେଙ୍କାନାଳ ମିନି ଷ୍ଟାଡିୟମ
୩- ଢେଙ୍କାନାଳ- ଗୋପାଳଜୀୟୁ ମନ୍ଦିର
୪- ସମ୍ବଲପୁର- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଲେଜ
୫- ରାଉଲକେଲା- ସେକ୍ଟର ୨ ଫିଲ୍ଡ
୬- ଝାରସୁଗୁଡ଼ା- ବିଟିଏମ୍ ଫିଲ୍ଡ
୭- କଳାହାଣ୍ଡି- ମଣିକେଶ୍ୱରୀ ମନ୍ଦିର
୮- ଗଜପତି- ଅର୍ବାନ ବ୍ୟାଙ୍କ ପଡ଼ିଆ

୯- ବ୍ରହ୍ମପୁର- ମେଡିକାଲ ଗେଟ ପ୍ରବେଶ
୧୦- ପୁରୀ- ଗୁଣ୍ଡିଚା ମନ୍ଦିର
୧୧- ମୟୁରଭଞ୍ଜ- ଛଉ ଫିଲ୍ଡ
୧୨- କଟକ- କଲେଜ ଛକ
୧୩- ଭଦ୍ରକ- ଗାନ୍ଧୀ ପଡ଼ିଆ, ମହତାବ ଛକ

Categories
ଆଜିର ଖବର ରାଜ୍ୟ ଖବର

22 ଦିନ ପାଇଁ ସଟ୍‌ଡାଉନ୍‌ ହେବ ପାରାଦ୍ଵୀପ ଆଇଓସିଏଲ୍

ରମେଶ ମହାନ୍ତି

ଜଗତସିଂହପୁର: 22 ଦିନ ପାଇଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍‌। ଜୁଲାଇ 25ରୁ ଅଗଷ୍ଟ 15 ତାରିଖ ଯାଏଁ ସଟ୍‌ଡାଉନ୍‌ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଇଓସିଏଲ୍‌ ତୈଳ ବିଶୋଧାନାଗାର ସଟ୍‌ଡାଉନ୍‌ ନେଇ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମେଣ୍ଟୋନାନ୍ସ କାର୍ଯ୍ୟ ପାଇଁ ସଟ୍‌ଡାଉନ୍‌ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 2018 ମାର୍ଚ୍ଚ ପରଠାରୁ ଏଯାବତ୍‌ ମେଣ୍ଟେନାନ୍ସ ହୋଇନି। ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ମେଣ୍ଟେନାନ୍ସ କାର୍ଯ୍ୟରେ ଆଇଓସିଏଲ୍‌ ଆଖପାଖ ଗାଁରେ 7 ଶହରୁ 8 ଶହ ଲୋକ ବି କାମ କରିବେ। ସଟ୍‌ଡାଉନ୍‌ ବେଳେ ଭିଡ ଏଡାଇବାକୁ ଆଇଓସିଏଲ୍‌ ପାଖରେ 144 ଲାଗିବ  ବୋଲି ସୂଚନା ରହିଛି।

ଆଇଓସିଏଲ୍‌ ସଟ୍‌ଡାଉନ୍‌ ସମୟରେ କରୋନା ଗାଇଡଲାଇନ୍‌ ପାଳନ ହେବା ସହ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଆଇଓସିଏଲ୍‌ରେ ରହିଥିବା ପ୍ରଫେସନାଲ୍‌ ଟେକ୍ନିକାଲ୍‌ ଇଞ୍ଜିନିୟରମାନଙ୍କର ସ୍ବାବ ଟେଷ୍ଟ କରାଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ 2ଟି ଟିମ୍‌ ସ୍ବାବ୍‌ ସଂଗ୍ରହ କରୁଛନ୍ତି  ବୋଲି ସୂଚନା ରହିଛି।