Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇ-ରିକ୍ସା ଚାର୍ଜିଂରୁ ନିଆଁ ଲାଗି ୪ ମୃତ, ୨ ଆହତ
ଜାତୀୟ ଖବର

ଇ-ରିକ୍ସା ଚାର୍ଜିଂରୁ ନିଆଁ ଲାଗି ୪ ମୃତ, ୨ ଆହତ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
4 dead, 2 injured after fire breaks out during e-rickshaw charging

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀର ବିଶ୍ୱାସ ନଗର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘରର ସମସ୍ତ ସଦସ୍ୟ ଗଭୀର ନିଦ୍ରାରେ ଶୋଇଥିବା ବେଳେ ନିଆଁ ଲାଗିଯିବାରୁ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଦ୍ୟୁତ ଚାଳିତ ରିକ୍ସା ଚାର୍ଜ ହେଉଥିବା ସ୍ଥାନରୁ ସର୍ଟ ସର୍କିଟ୍ ହୋଇ ଏହି ଭୟାବହ ନିଆଁ ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବିଶ୍ୱାସ ନଗର ଅଞ୍ଚଳର ୧୧ ନମ୍ବର ଗଳିରେ ଥିବା ଏକ ଆବାସିକ ଘରେ ରାତି ପ୍ରାୟ ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଘରର ତଳ ମହଲାରେ ବିଦ୍ୟୁତ ଚାଳିତ ରିକ୍ସା ଚାର୍ଜିଂରେ ବସିଥିବା ବେଳେ କୌଣସି କାରଣରୁ ସେଥିରୁ ନିଆଁ ଝୁଲ ବାହାରି ଚାରିଆଡ଼େ ବ୍ୟାପିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଘର ଭିତରେ ପ୍ରବଳ ଧୂଆଁ ଭରିଯାଇଥିଲା। ଘଟଣା ସମୟରେ ଘରର ପ୍ରଥମ ମହଲାରେ ଶୋଇଥିବା ଲୋକମାନେ ନିଦରେ ଥିବାରୁ ବାହାରକୁ ବାହାରି ପାରିନଥିଲେ। ଫଳରେ ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ବରଣ କରିଥିଲେ । ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ସାହାଦରା ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଘର ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସାହାଦରା ଡିଏସପି ରାଜେନ୍ଦ୍ର ପ୍ରସାଦ ମୀନା କହିଛନ୍ତି ଯେ, ଥାନାକୁ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ୍ କଲ୍ ଆସିବା ମାତ୍ରେ ପୁଲିସ ଦଳ ବିଶ୍ୱାସ ନଗରର ୧୧ ନମ୍ବର ଗଳିରେ ପହଞ୍ଚିଥିଲା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆହତ ଦୁଇ ଜଣଙ୍କୁ ଡାକ୍ତରଖାନା ପଠାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟୁତ ଚାଳିତ ରିକ୍ସା ଚାର୍ଜିଂ ପଏଣ୍ଟରୁ ହିଁ ଏହି ନିଆଁ ଲାଗିଥିବା ଜଣାପଡ଼ୁଛି ଏବଂ ପ୍ରଥମ ମହଲାରେ ଶୋଇଥିବା ଲୋକମାନେ ଏହାର ଶିକାର ହୋଇଛନ୍ତି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି। ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଇ-ରିକ୍ସା ଚାର୍ଜିଂ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢ଼ିଲା : ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

November 29, 2026

ଭୋରରୁ ହୁତୁହୁତୁ ହୋଇ ଜଳିଲା ଘର, ୪ ମୃତ; ୨ ଆହତ

November 29, 2026

ପୁରୀରେ ପୁଲିସ୍‌ ଅଧିକାରୀଙ୍କୁ ଆକ୍ରମଣ, ଫାଟିଲା IICଙ୍କ ମୁଣ୍ଡ

November 29, 2026

Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା

November 29, 2026
Latest News

ଇ-ରିକ୍ସା ଚାର୍ଜିଂରୁ ନିଆଁ ଲାଗି ୪ ମୃତ, ୨ ଆହତ

November 29, 2026

ରାଜ୍ୟରେ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢ଼ିଲା : ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

November 29, 2026

ଭୋରରୁ ହୁତୁହୁତୁ ହୋଇ ଜଳିଲା ଘର, ୪ ମୃତ; ୨ ଆହତ

November 29, 2026

ପୁରୀରେ ପୁଲିସ୍‌ ଅଧିକାରୀଙ୍କୁ ଆକ୍ରମଣ, ଫାଟିଲା IICଙ୍କ ମୁଣ୍ଡ

November 29, 2026

Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.