Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋରରୁ ହୁତୁହୁତୁ ହୋଇ ଜଳିଲା ଘର, ୪ ମୃତ; ୨ ଆହତ
ଆଜିର ଖବର

ଭୋରରୁ ହୁତୁହୁତୁ ହୋଇ ଜଳିଲା ଘର, ୪ ମୃତ; ୨ ଆହତ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଅଗ୍ନିକାଣ୍ଡ। ଗଭୀର ନିଦରେ ଶୋଇଥିବା ବେଳେ ଘରେ ଲାଗିଗଲା ଭୟଙ୍କର ନିଆଁ। ଆଖି ପିଛୁଳାକେ ଚାରିଆଡ଼େ ଖେଳିଗଲା ନିଆଁ। ଏହି ଅଗ୍ନିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ରବିବାର (୨୯ ନଭେମ୍ବର) ପ୍ରତ୍ୟୁଷରେ ଦିଲ୍ଲୀର ଶାହଦରା ଅଞ୍ଚଳର ବିଶ୍ୱାସ ନଗରରେ ଘଟିଛି ଏହି ଦୁଃଖଦ ଘଟଣା। ପ୍ରାଥମିକ ତଦନ୍ତରୁ ଘର ତଳ ମହଲାରେ ଥିବା ଇ-ରିକ୍ସା ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଶାହଦରାର ଫାର୍ଶ ବଜାର ଥାନା ଅଞ୍ଚଳ ଅନ୍ତର୍ଗତ ବିଶ୍ୱାସ ନଗରର ୟୁନିଟି ମଲ୍‌ ନିକଟରେ ଥିବା ଏକ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ରବିବାର ସକାଳ ପ୍ରାୟ ୪ଟା ୧୩ ମିନିଟ୍‌ରେ ଦିଲ୍ଲୀ ଅଗ୍ନିଶମ ସେବା (DFS)କୁ ନିଆଁ ଲାଗିଥିବା ଖବର ମିଳିଥିଲା।

ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ପ୍ରଥମେ ତିନୋଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପରିସ୍ଥିତିର ଗମ୍ଭୀରତା ଦେଖି ସକାଳ ୪ଟା ୩୦ରେ ଆଉ ଏକ ଦମକଳ ଗାଡ଼ି ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ।

ନିଆଁ ଦେଖି ଘର ଭିତରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘରର ମଧ୍ୟ ମହଲାରେ ଛଅ ଜଣ ଫସି ରହିଥିଲେ। ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।

କିନ୍ତୁ ସେଠାରେ ଡାକ୍ତରଙ୍କ ଠାରୁ ମିଳିଥିଲା ଦୁଃଖଦ ଖବର। ସକାଳ ପ୍ରାୟ ୫ଟା ୩୦ରେ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କ ଶରୀର ପ୍ରାୟ ୧୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି। ସେମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଘରର ତଳ ମହଲାରେ ଥିବା ଇ-ରିକ୍ସା ପାର୍କିଂ ଓ ଚାର୍ଜିଂ ଅଞ୍ଚଳରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ବିଦ୍ୟୁତ୍ ସର୍ଟସର୍କିଟ୍‌ ନା ଚାର୍ଜିଂ ବ୍ୟବସ୍ଥାରେ ଅନ୍ୟ କୌଣସି ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଛି, ତାହା ତଦନ୍ତ ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ଘରଟିରେ ତଳ ମହଲା ସହ ମଧ୍ୟ ମହଲା ଏବଂ ଆଉ ତିନୋଟି ମହଲା ରହିଥିଲା। ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

#DelhiFireNews #ERickshaw #Shahdara #VishwasNagar DelhiFire fireaccident
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢ଼ିଲା : ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

November 29, 2026

ପୁରୀରେ ପୁଲିସ୍‌ ଅଧିକାରୀଙ୍କୁ ଆକ୍ରମଣ, ଫାଟିଲା IICଙ୍କ ମୁଣ୍ଡ

November 29, 2026

Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା

November 29, 2026

ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ

November 29, 2026
Latest News

ରାଜ୍ୟରେ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢ଼ିଲା : ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

November 29, 2026

ଭୋରରୁ ହୁତୁହୁତୁ ହୋଇ ଜଳିଲା ଘର, ୪ ମୃତ; ୨ ଆହତ

November 29, 2026

ପୁରୀରେ ପୁଲିସ୍‌ ଅଧିକାରୀଙ୍କୁ ଆକ୍ରମଣ, ଫାଟିଲା IICଙ୍କ ମୁଣ୍ଡ

November 29, 2026

Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା

November 29, 2026

ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.