Categories
ଆଜିର ଖବର ଜାତୀୟ ଖବର

ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡ ମାମଲା : ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି

ନୂଆଦିଲ୍ଲୀ : ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ରିହାତି ପରେ ଅଂଶଲ ଭ୍ରାତା ଜେଲ୍‌ ନଯିବା ପ୍ରାୟ ସ୍ପଷ୍ଟ ହୋଇଛି । ଉପହାର ସିନେମା ହଲ୍‌ ଅଗ୍ନିକାଣ୍ଡରେ 23 ଶିଶୁଙ୍କ ସମେତ 59 ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ମାମଲାରେ ଅଂଶଲ ଭ୍ରାତା 30 କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିବା ବେଳେ ଉଭୟଙ୍କ ଗିରଫ କରିବା ପାଇଁ କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରିବା ପରେ ଅଂଶଲ ଭ୍ରାତା ଗିର ନହେବା ସ୍ପଷ୍ଟ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏନ୍‌ ଭି ରମନ୍ନା ଏବଂ ଜଷ୍ଟିସ୍‌ ଅରୁଣ ମିଶ୍ର ଏହି ଖଣ୍ଡପୀଠର ସଦସ୍ୟ ରହିଥିଲେ । ରିଅଲ ଇଷ୍ଟେଟ୍‌ ଟାଇକୁନ୍‌ ସୁଶୀଲ ଅଂଶଲ ଏବଂ ଗୋପାଲ ଅଂଶଲ ଉପହାର ସିନେମା ହଲ୍‌ରେ ଆବଶ୍ୟକତା ଠାରୁ ଅଧିକ ସିଟ୍‌ ରଖିବା ଫଳରେ ଅଗ୍ନିକାଣ୍ଡରେ 59 ଜଣଙ୍କ ପ୍ରାଣହାନି ଘଟିଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଗ୍ନିକାଣ୍ଡ : ପାଉଁଶରେ ପରିଣତ ହେଲା ଦୁଇ ବଖରା ଘର

ସୀତାରାମ ଅଗ୍ରଓ୍ବାଲ
ବାଣପୁର : ବାଣପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଭେଟଶ୍ବର ପଞ୍ଚାୟତର ତ୍ରିଲୋଚନପୁରରେ ଏହି ଅଘଟଣ ଘଟିଛି। ତ୍ରିଲୋଚନପୁରର ବିଦ୍ୟାଧର ମାନସିଂହଙ୍କ ଘରେ ନିଆଁ ଲାଗି ତାଙ୍କର ଦୁଇ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିକାଣ୍ଡରେ ବିଶେଷ କ୍ଷତି ସହିଥିବା ବିଦ୍ୟାଧରଙ୍କୁ ଅଗ୍ନିକାଣ୍ଡ ଜନିତ ସହାୟତା ଦେବା ପାଇଁ ସାଧାରଣରେ ଦାବି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକରେ ଅଗ୍ନିକାଣ୍ଡ : ମହିଳା ଜୀବନ୍ତ ଦଗ୍ଧ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭଦ୍ରକରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଘର ଜଳିଯାଇଥିବା ବେଳେ ଜଳେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭଦ୍ରକର ସେରପୁରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସରୋଜିନୀ ପରିଡା ନାମ୍ନୀ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ପହଞ୍ଚି ନିଆଁକୁ ଆୟତ କରାଯାଇଥିଲେ ମଧ୍ୟ 5 ବଖରା ଘର ସମ୍ପୂର୍ଣ୍ଣ ପାଉଁଶ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବିଦ୍ୟୁତ୍‌ ସର୍ଟସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ମୃତ ମହିଳାଙ୍କ ସ୍ବାମୀ ଗୁରୁତର ରହିଛନ୍ତି ।