Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ
ଆଜିର ଖବର

ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ

November 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସୁନା ଦରରେ ହ୍ରାସ ଏବେ କେବଳ ସୁନା କିଣୁଥିବା ଲୋକଙ୍କୁ ନୁହେଁ, ବରଂ ସୁନା ବନ୍ଧକ ରଖି ଋଣ ନେଇଥିବା ଗ୍ରାହକଙ୍କ ଚିନ୍ତା ମଧ୍ୟ ବଢ଼ାଇଛି। ସୁନା ଦର କମିବା ସହିତ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (NBFC) ଗୁଡ଼ିକ ପାଇଁ ମଧ୍ୟ ଋଣ ଆଦାୟ ଜନିତ ବିପଦ ବଢ଼ିବାର ଆଶଙ୍କା ରହିଛି। ଏହାକୁ ନେଇ ଏବେ ଆକ୍ସନ ମୋଡ୍‌କୁ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ସୁନା ଋଣ ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକର ଋଣ ପୋର୍ଟଫୋଲିଓ ଓ ବନ୍ଧକ ସୁନାର ମୂଲ୍ୟକୁ ନେଇ ଯାଞ୍ଚ ଆରମ୍ଭ କରିଛି କେନ୍ଦ୍ରୀୟ ବ୍ୟାଙ୍କ। ତେବେ ସୁନା ଦର ହ୍ରାସ ଗୋଲ୍ଡ ଲୋନ୍ ଗ୍ରାହକଙ୍କ ପାଇଁ କେତେ ବଡ଼ ସମସ୍ୟା ସୃଷ୍ଟି କରିପାରେ?

ସୁନା ଦର ହ୍ରାସ, କାହିଁକି ବଢ଼ୁଛି ଗୋଲ୍ଡ ଲୋନ୍‌ରେ ବିପଦ?

ସାଧାରଣତଃ ଗ୍ରାହକମାନେ ନିଜର ସୁନା ଅଳଙ୍କାର ବନ୍ଧକ ରଖି ଏହାର ମୂଲ୍ୟ ଅନୁଯାୟୀ ଋଣ ନେଇଥାନ୍ତି। ସୁନାର ବଜାର ମୂଲ୍ୟ ଯେତେ ଅଧିକ ରହିଥାଏ, ସେହି ଅନୁପାତରେ ଋଣ ପାଇବାର ସୁଯୋଗ ମିଳିଥାଏ। କିନ୍ତୁ ଋଣ ନେବା ପରେ ସୁନା ଦର ହ୍ରାସ ପାଇଲେ ବନ୍ଧକ ସୁନାର ମୂଲ୍ୟ କମିଯାଏ, ଅନ୍ୟପଟେ ଗ୍ରାହକଙ୍କ ବକେୟା ଋଣ ପରିମାଣ ପୂର୍ବଭଳି ରହିଥାଏ। ଫଳରେ ଋଣ ଓ ବନ୍ଧକ ସୁନାର ମୂଲ୍ୟ ମଧ୍ୟରେ ଥିବା ଅନୁପାତ ବା ଲୋନ୍ ଟୁ ଭାଲ୍ୟୁ (LTV) ବୃଦ୍ଧି ପାଇଥାଏ। ଏହା ଋଣଦାତା ସଂସ୍ଥାଗୁଡ଼ିକ ପାଇଁ ଆର୍ଥିକ ବିପଦ ସୃଷ୍ଟି କରିପାରେ।

₹୧ ଲକ୍ଷର ସୁନାରେ ₹୭୫ ହଜାର ଋଣ, ଦର କମିଲେ କ’ଣ ହେବ?

ଏହାକୁ ଏକ ଉଦାହରଣ ମାଧ୍ୟମରେ ବୁଝିବା। ଧରନ୍ତୁ, ଜଣେ ଗ୍ରାହକ ₹୧ ଲକ୍ଷ ମୂଲ୍ୟର ସୁନା ବନ୍ଧକ ରଖି ₹୭୫ ହଜାର ଋଣ ନେଇଛନ୍ତି। ଏ କ୍ଷେତ୍ରରେ ତାଙ୍କର LTV ଅନୁପାତ ୭୫ ପ୍ରତିଶତ ରହିବ। କିନ୍ତୁ ପରବର୍ତ୍ତୀ ସମୟରେ ସୁନା ଦର ୨୫ ପ୍ରତିଶତ ହ୍ରାସ ପାଇଲେ ବନ୍ଧକ ସୁନାର ମୂଲ୍ୟ ₹୭୫ ହଜାରକୁ ଖସିଆସିବ। ଅର୍ଥାତ୍‌ ଋଣ ପରିମାଣ ଓ ବନ୍ଧକ ସୁନାର ମୂଲ୍ୟ ସମାନ ହୋଇଯିବ। ଯଦି ଏଭଳି ସ୍ଥିତିରେ ଗ୍ରାହକ ଋଣ ପରିଶୋଧ କରିବାରେ ବିଫଳ ହୁଅନ୍ତି, ତେବେ ସୁନା ନିଲାମ କରି ଋଣ ଆଦାୟ କରିବା ସମୟରେ କମ୍ପାନୀଗୁଡ଼ିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।

ସୁନା ଋଣ ବଜାର ୫ ଗୁଣ ବୃଦ୍ଧି, ₹୨୩ ଲକ୍ଷ କୋଟିରେ ପହଞ୍ଚିଲା

ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସୁନା ଋଣ ବଜାରରେ ବଡ଼ ପରିବର୍ତ୍ତନ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ସୁନା ଋଣ ବଜାର ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇ ₹୨୩ ଲକ୍ଷ କୋଟିରେ ପହଞ୍ଚିଛି। ତେବେ ସେପ୍ଟେମ୍ବର ସୁଦ୍ଧା ମୋଟ ବ୍ୟାଙ୍କିଙ୍ଗ କ୍ଷେତ୍ରର ଋଣରେ ଏହାର ଅଂଶ ପ୍ରାୟ ୨.୫ ପ୍ରତିଶତ ରହିଥିଲା। ଏତେ ବଡ଼ ବଜାରରେ ସୁନା ଦରର ଉତ୍‌ଥାନ ପତନ ଋଣଦାତା ସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

IIFL ଓ ବଜାଜ ଫାଇନାନ୍ସରେ ବଢ଼ିଲା ଋଣ ଚାପ

କେତେକ ଆର୍ଥିକ ସଂସ୍ଥାର ତଥ୍ୟରୁ ମଧ୍ୟ ସୁନା ଋଣ କ୍ଷେତ୍ରରେ ଚାପ ବଢ଼ୁଥିବା ସଙ୍କେତ ମିଳିଛି। IIFL ଫାଇନାନ୍ସର ସୁନା ଋଣ ସମ୍ପର୍କିତ ଏନ୍‌ପିଏ (NPA) ସେପ୍ଟେମ୍ବର ଶେଷ ସୁଦ୍ଧା ୦.୯ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବ ତ୍ରୈମାସିକରେ ଏହା ୦.୬ ପ୍ରତିଶତ ଥିଲା। ସେହିପରି ବଜାଜ ଫାଇନାନ୍ସରେ ପରିଶୋଧ ଚାପରେ ଥିବା ସୁନା ଋଣର ଅଂଶ ୧.୮୭ ପ୍ରତିଶତରୁ ବୃଦ୍ଧି ପାଇ ୨.୦୨ ପ୍ରତିଶତରେ ପହଞ୍ଚିଛି। ଏହି ତଥ୍ୟ ଋଣଦାତା ସଂସ୍ଥାଗୁଡ଼ିକ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି।

RBIର ନୂଆ ନିୟମ, ଏପ୍ରିଲ ୧ରୁ ଲାଗୁ ହେବ LTV ସୀମା

ସୁନା ଋଣ କ୍ଷେତ୍ରରେ ଶୃଙ୍ଖଳା ଆଣିବା ଏବଂ ଋଣଗ୍ରହୀତା ଓ ଋଣଦାତାଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ RBI ସଂଶୋଧିତ ନିୟମ ଆଣିଛି। ଏହି ନିୟମ ୧ ଏପ୍ରିଲ ୨୦୨୬ରୁ କାର୍ଯ୍ୟକାରୀ ହେଉଛି। ନୂଆ ନିୟମ ଅନୁସାରେ, ବ୍ୟବହାର ପାଇଁ ଦିଆଯାଉଥିବା ସୁନା ଋଣରେ ଋଣ ରାଶି ଅନୁଯାୟୀ ସର୍ବାଧିକ LTV ସୀମା ନିର୍ଦ୍ଧାରଣ କରାଯାଇଛି।
– ₹୨.୫ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ସର୍ବାଧିକ ୮୫% LTV।
– ₹୨.୫ ଲକ୍ଷରୁ ₹୫ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ସର୍ବାଧିକ ୮୦% LTV।
– ₹୫ ଲକ୍ଷରୁ ଅଧିକ ଋଣ ପାଇଁ ସର୍ବାଧିକ ୭୫% LTV।
ଏହି ସୀମା ଅନୁସାରେ ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ଓ NBFCଗୁଡ଼ିକୁ ପଡ଼ିବ। ଫଳରେ ବନ୍ଧକ ସୁନାର ମୂଲ୍ୟ ତୁଳନାରେ ଅତ୍ୟଧିକ ଋଣ ପ୍ରଦାନ ଉପରେ ନିୟନ୍ତ୍ରଣ ରହିପାରିବ।

RBIର ଯାଞ୍ଚରେ କେଉଁ ଦିଗ ଉପରେ ରହିଛି ନଜର?

ରିପୋର୍ଟ ଅନୁଯାୟୀ, RBI ଅଧିକାରୀମାନେ ବିଭିନ୍ନ ସୁନା ଋଣ ପ୍ରଦାନକାରୀ ସଂସ୍ଥାର ଋଣ ପୋର୍ଟଫୋଲିଓ, ଗ୍ରାହକଙ୍କ ପରିଶୋଧ କ୍ଷମତା ଏବଂ ବନ୍ଧକ ସୁନାର ମୂଲ୍ୟ ତୁଳନାରେ କେତେ ଋଣ ପ୍ରଦାନ କରାଯାଇଛି, ତାହା ଯାଞ୍ଚ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ନିୟମ ଉଲ୍ଲଂଘନର ପ୍ରମାଣ ମିଳିନଥିବା ଜଣାପଡ଼ିଛି।

ସୁନା ଦରର ହ୍ରାସ ଓ ବୃଦ୍ଧି ଉଭୟ ଋଣ ବଜାରକୁ ପ୍ରଭାବିତ କରିପାରେ। ତେଣୁ ଗୋଲ୍ଡ ଲୋନ୍ ନେଉଥିବା ଗ୍ରାହକଙ୍କ ପାଇଁ ଋଣ ପରିଶୋଧ ସମୟସୀମା ଏବଂ ସର୍ତ୍ତାବଳୀ ବୁଝିବା ଜରୁରୀ। ଅନ୍ୟପଟେ ଋଣଦାତା ସଂସ୍ଥାଗୁଡ଼ିକ ପାଇଁ ବନ୍ଧକ ସୁନାର ମୂଲ୍ୟ ଓ ଋଣ ରାଶି ମଧ୍ୟରେ ସନ୍ତୁଳନ ରଖିବା ଏବେ ବଡ଼ ଆହ୍ୱାନ ପାଲଟିଛି।

Gold Loan Gold Loan LTV Limit Gold Loan Rules 2026 RBI Gold Loan Guidelines RBI New Rules
Share. Facebook Twitter LinkedIn Email WhatsApp Copy Link

Related Posts

Old Monk ନିର୍ମାତାଙ୍କୁ ହାଇକୋର୍ଟ ଝଟକା : iQ Gin ବିକ୍ରି ଉପରେ ରୋକ୍, ଜାଣନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ

November 29, 2026

Jio-Airtelକୁ ଟକ୍କର ଦେବ BSNL! ମାତ୍ର ୫୧ ଟଙ୍କାରେ ଡାଟା ଓ କଲିଂ ସୁବିଧା

November 29, 2026

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026
Latest News

ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ

November 29, 2026

Old Monk ନିର୍ମାତାଙ୍କୁ ହାଇକୋର୍ଟ ଝଟକା : iQ Gin ବିକ୍ରି ଉପରେ ରୋକ୍, ଜାଣନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ

November 29, 2026

Jio-Airtelକୁ ଟକ୍କର ଦେବ BSNL! ମାତ୍ର ୫୧ ଟଙ୍କାରେ ଡାଟା ଓ କଲିଂ ସୁବିଧା

November 29, 2026

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.