Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା
ଆଜିର ଖବର

Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା

November 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଅନଲାଇନ୍ ନିବେଶର ଯୁଗରେ ମୋବାଇଲ୍ ଆପ୍‌ ଉପରେ ଭରସା କରି ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ଲୋକେ। ମ୍ୟୁଚୁଆଲ୍ ଫଣ୍ଡଠାରୁ ଆରମ୍ଭ କରି ଷ୍ଟକ୍ ମାର୍କେଟ୍, SIP ଓ ଅନ୍ୟାନ୍ୟ ଆର୍ଥିକ ଯୋଜନାରେ ନିବେଶ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ପାଲଟିଛି ମୁଖ୍ୟ ମାଧ୍ୟମ। ହାତରେ ମୋବାଇଲ୍ ଥିଲେ ଯେକୌଣସି ସମୟରେ ନିବେଶ ଓ ଟଙ୍କା ଉଠାଣ ସମ୍ଭବ। କିନ୍ତୁ ଏହି ଡିଜିଟାଲ୍ ସୁବିଧା ଭିତରେ ଯଦି ହଠାତ୍ ଆପ୍‌ରେ ବୈଷୟିକ ତ୍ରୁଟି ଦେଖାଦିଏ, ତେବେ ନିବେଶକଙ୍କ ଅବସ୍ଥା କ’ଣ ହେବ? ବେଙ୍ଗାଲୁରୁର ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ଏବେ ଏହି ପ୍ରଶ୍ନ ଉଠାଇଛି।

ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିଥିବା ଜଣେ ମହିଳା ଟଙ୍କା ଉଠାଇବାକୁ ଯାଇ ହରାଇଥିଲେ ୧୧ ଲକ୍ଷ ୮୫ ହଜାର ୮୯୬ ଟଙ୍କା। ଆପ୍‌ରେ ହଠାତ୍ ଦେଖାଦେଇଥିବା ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କ ପୋର୍ଟଫୋଲିଓ ମୂଲ୍ୟ ୧୨.୭୦ ଲକ୍ଷ ଟଙ୍କାରୁ ଖସି ଆସିଥିଲା ମାତ୍ର ୮୪ ହଜାର ୫୦୮ ଟଙ୍କାକୁ। ଦୀର୍ଘ ଆଇନଗତ ଲଢ଼େଇ ପରେ ଏବେ ମହିଳାଙ୍କ ସପକ୍ଷରେ ଆସିଛି ରାୟ। ନିବେଶ ପ୍ଲାଟଫର୍ମ ଗ୍ରୋ (Groww)କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ସହ ୬ ପ୍ରତିଶତ ବାର୍ଷିକ ସୁଧ ଏବଂ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି ଗ୍ରାହକ ବିବାଦ ସମାଧାନ କମିଶନ।

ଘଟଣାଟି ବେଙ୍ଗାଲୁରୁର HSR ଲେଆଉଟ୍‌ରେ ରହୁଥିବା ରଞ୍ଜନା ପ୍ରିୟାଙ୍କ ସହ ଘଟିଛି। ସେ ଗ୍ରୋ ଆପ୍‌ ଜରିଆରେ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (SIP) ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ମୋଟ ୮.୧୨ ଲକ୍ଷ ଟଙ୍କା ନିବେଶ କରିଥିଲେ। ସମୟକ୍ରମେ ତାଙ୍କ ନିବେଶର ମୂଲ୍ୟ ବୃଦ୍ଧି ପାଇ ୧୨ ଲକ୍ଷ ୭୦ ହଜାର ୪୦୪ ଟଙ୍କାରେ ପହଞ୍ଚିଥିଲା।

ନଭେମ୍ବର ୨୬, ୨୦୨୫ରେ ତାଙ୍କ ପୋର୍ଟଫୋଲିଓର ମୂଲ୍ୟ ଆପ୍‌ରେ ସ୍ପଷ୍ଟ ଭାବେ ୧୨.୭୦ ଲକ୍ଷ ଟଙ୍କା ଦେଖାଉଥିଲା। ବ୍ୟକ୍ତିଗତ ଆବଶ୍ୟକତା ପାଇଁ ସେଥିରୁ ୧୦ ଲକ୍ଷ ଟଙ୍କା ଉଠାଇବାକୁ ରଞ୍ଜନା ଚାହିଁଥିଲେ। ହେଲେ ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ଆପ୍‌ରେ ତ୍ରୁଟି ଦେଖାଦେଇଥିଲା। ଏହାପରେ ତାଙ୍କ ପୋର୍ଟଫୋଲିଓର ମୂଲ୍ୟ ହଠାତ୍ ମାତ୍ର ୮୪,୫୦୮ ଟଙ୍କାକୁ ଖସି ଆସିଥିଲା। ଅର୍ଥାତ୍ ଗୋଟିଏ ଝଟକାରେ ୧୧,୮୫,୮୯୬ ଟଙ୍କାର ଫରକ୍ ଦେଖାଦେଇଥିଲା।

ଏହି ଘଟଣା ପରେ ରଞ୍ଜନା ପ୍ରଥମେ ଗ୍ରୋର ଗ୍ରାହକ ସହାୟତା ବିଭାଗ ସହ ଯୋଗାଯୋଗ କରିଥିଲେ। କିନ୍ତୁ ତାଙ୍କ ସମସ୍ୟାର ସମାଧାନ ନହେବାରୁ ନଭେମ୍ବର ୨୭, ୨୦୨୫ରେ ସେ ଭାରତୀୟ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ (SEBI) ନିକଟରେ ଅଭିଯୋଗ କରିଥିଲେ।

ଏପରିକି ନଭେମ୍ବର ୩୦ରେ ତାଙ୍କ ଆକାଉଣ୍ଟରେ ମାତ୍ର ୧୫,୫୦୦ ଟଙ୍କା ଜମା ହୋଇଥିଲା। ଏହାକୁ ନେଇ ସେ ଡିସେମ୍ବର ୭ରୁ ୨୫ ମଧ୍ୟରେ ଇ-ଜାଗୃତି ପୋର୍ଟାଲ୍‌ରେ ଚାରିଥର ଅଭିଯୋଗ ଦାଖଲ କରିଥିଲେ। ତଥାପି ନ୍ୟାୟ ନମିଳିବାରୁ ଶେଷରେ ୨୦୨୬ ଏପ୍ରିଲ୍ ୨୨ରେ ବେଙ୍ଗାଲୁରୁ (ସହରାଞ୍ଚଳ) ଜିଲ୍ଲା ଗ୍ରାହକ ବିବାଦ ସମାଧାନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲାର ଶୁଣାଣି ସମୟରେ ଗ୍ରୋ ଇନଭେଷ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ମୂଳ କମ୍ପାନୀ ନେକ୍ସଟବିଲିୟନ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍‌ର ଓକିଲ ଉପସ୍ଥିତ ରହିଥିଲେ। କିନ୍ତୁ ନିର୍ଦ୍ଧାରିତ ୪୫ ଦିନ ମଧ୍ୟରେ ଉଭୟ କମ୍ପାନୀ ନିଜ ପକ୍ଷରୁ ଲିଖିତ ଉତ୍ତର ଦାଖଲ କରିପାରିନଥିଲେ। ଫଳରେ କମିଶନ ସେମାନଙ୍କ ପକ୍ଷ ରଖିବାର ଅଧିକାରକୁ ରଦ୍ଦ କରିଥିଲେ।

ଅନ୍ୟପଟେ ରଞ୍ଜନାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆପ୍‌ ଡ୍ୟାସବୋର୍ଡର ସ୍କ୍ରିନ୍‌ସଟ୍‌, ଟଙ୍କା ଉଠାଣ ସମ୍ପର୍କିତ ରେକର୍ଡ ଏବଂ ଅନ୍ୟ ଡିଜିଟାଲ୍ ପ୍ରମାଣକୁ କମିଶନ ଯାଞ୍ଚ କରିଥିଲେ। ଏହି ପ୍ରମାଣ ଆଧାରରେ ନିବେଶକଙ୍କ ଅଭିଯୋଗକୁ ଖଣ୍ଡନ କରିବାରେ କମ୍ପାନୀଗୁଡ଼ିକ ବିଫଳ ହୋଇଥିବା ନିଷ୍କର୍ଷରେ ପହଞ୍ଚିଥିଲେ କମିଶନ।

ଅକ୍ଟୋବର ୧୪, ୨୦୨୬ରେ କମିଶନ ରଞ୍ଜନାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ଗ୍ରୋ ଏବଂ ଏହାର ମୂଳ କମ୍ପାନୀକୁ ନିବେଶକଙ୍କ ଟଙ୍କା ଫେରସ୍ତ କରିବା ସହ ବାର୍ଷିକ ୬ ପ୍ରତିଶତ ସୁଧ ଏବଂ ଉପଯୁକ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ପାଇବାର ୪୫ ଦିନ ମଧ୍ୟରେ ଏହାକୁ ପାଳନ କରିବାକୁ ହେବ।

ଏହି ଘଟଣା ଅନଲାଇନ୍ ନିବେଶ ପ୍ଲାଟଫର୍ମଗୁଡ଼ିକର ବୈଷୟିକ ବ୍ୟବସ୍ଥା, ଗ୍ରାହକ ସେବା ଓ ନିବେଶକଙ୍କ ଟଙ୍କାର ସୁରକ୍ଷାକୁ ନେଇ ନୂଆ ଆଲୋଚନା ସୃଷ୍ଟି କରିଛି। ଡିଜିଟାଲ୍ ଆପ୍‌ରେ ଦେଖାଯାଉଥିବା ବାଲାନ୍ସ ଏବଂ ପ୍ରକୃତ ମ୍ୟୁଚୁଆଲ୍ ଫଣ୍ଡ ହୋଲ୍ଡିଂ ମଧ୍ୟରେ ପାର୍ଥକ୍ୟ ବୁଝିବା ସହ ନିବେଶକମାନେ ନିଜର ଷ୍ଟେଟମେଣ୍ଟ ଓ ଲେନଦେନ ରେକର୍ଡ ସଂରକ୍ଷିତ ରଖିବା କେତେ ଜରୁରୀ, ତାହା ମଧ୍ୟ ଏହି ଘଟଣା ମନେ ପକାଇ ଦେଇଛି।

#ConsumerCourt #FinancialNews #GrowwApp #GrowwNews #InvestmentNews #MutualFund #OnlineInvestment SEBI
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ପୁଲିସ୍‌ ଅଧିକାରୀଙ୍କୁ ଆକ୍ରମଣ, ଫାଟିଲା IICଙ୍କ ମୁଣ୍ଡ

November 29, 2026

ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ

November 29, 2026

Old Monk ନିର୍ମାତାଙ୍କୁ ହାଇକୋର୍ଟ ଝଟକା : iQ Gin ବିକ୍ରି ଉପରେ ରୋକ୍, ଜାଣନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ

November 29, 2026

Jio-Airtelକୁ ଟକ୍କର ଦେବ BSNL! ମାତ୍ର ୫୧ ଟଙ୍କାରେ ଡାଟା ଓ କଲିଂ ସୁବିଧା

November 29, 2026
Latest News

ପୁରୀରେ ପୁଲିସ୍‌ ଅଧିକାରୀଙ୍କୁ ଆକ୍ରମଣ, ଫାଟିଲା IICଙ୍କ ମୁଣ୍ଡ

November 29, 2026

Groww App News: ମହିଳାଙ୍କ ୧୧.୮୫ ଲକ୍ଷ ଟଙ୍କା ଗାଏବ, କମ୍ପାନୀକୁ କୋର୍ଟଙ୍କ ଝଟକା

November 29, 2026

ସୁନା ଦର ହ୍ରାସରେ ବଢ଼ିଲା ବ୍ୟାଙ୍କର ଚିନ୍ତା, ଗୋଲ୍ଡ ଲୋନ୍ ଉପରେ RBIର ଯାଞ୍ଚ

November 29, 2026

Old Monk ନିର୍ମାତାଙ୍କୁ ହାଇକୋର୍ଟ ଝଟକା : iQ Gin ବିକ୍ରି ଉପରେ ରୋକ୍, ଜାଣନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ

November 29, 2026

Jio-Airtelକୁ ଟକ୍କର ଦେବ BSNL! ମାତ୍ର ୫୧ ଟଙ୍କାରେ ଡାଟା ଓ କଲିଂ ସୁବିଧା

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.