ଟାଙ୍ଗୀ/ଖୋରଧା: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ “ସୁସ୍ଥ ଓଡ଼ିଶା, ରକ୍ତହୀନତା ମୁକ୍ତ ଓଡ଼ିଶା” ଲକ୍ଷ୍ୟ ନେଇ ‘ଅମ୍ଳାନ’ (AMLAN – ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ) ଅଧୀନରେ ଟାଙ୍ଗୀସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଶେଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ସ୍ୱାସ୍ଥ୍ୟ ବିଭାଗର ମେଡିକାଲ ଟିମ୍ଙ୍କ ଦ୍ୱାରା ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରୀଙ୍କର ହେମୋଗ୍ଲୋବିନ୍ ରକ୍ତ ପରୀକ୍ଷା କରାଯାଇଥିଲା। ରକ୍ତହୀନତା (Anemia) ର ସ୍ତର ଚିହ୍ନଟ କରିବା ସହ ଛାତ୍ରୀମାନଙ୍କୁ ସୁଷମ ଆହାର ଓ ଆଇରନ୍ଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଓ ଟାଙ୍ଗୀ ମେଡିକାଲ ଟିମ୍ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।


