Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬
ଆଜିର ଖବର

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬
ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

ଭୁବନେଶ୍ୱର: ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତା ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ନାଗରିକମାନଙ୍କ ମଧ୍ୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ଶୈଳୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬ ରେ ଯୁବବର୍ଗଙ୍କ ଠାରୁ ନେଇ ମହିଳା, ବରିଷ୍ଠ ନାଗରିକ, ଏନସିସି ଓ ଏନଏସଏସ ସ୍ବେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମସ୍ତ ସମୁଦାୟର ଅଂଶୀଦାରିତାକୁ ସୁନିଶ୍ଚିତ କରାଯିବ। ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଫିଟ୍ ଇଣ୍ଡିଆ କାର୍ନିଭାଲରେ ସକାଳ ସମୟରେ ପୁରୀ ବେଳାଭୂମିରେ ଯୋଗ, ପ୍ରାଣାୟାମ, ୱାକାଥନ୍‌, ମାରାଥନ୍‌ ସହ ଦୌଡ଼କୁଦ, ଫୁଟବଲ, ଜୁମ୍ବା, ଏରୋବିକ୍ସ, ଭଲିବଲ ଆଦି ଖେଳର ଆୟୋଜନ ହେବ। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଡ଼ସ ଜୋନ ଏବଂ ମହିଳା ୱେଲନେସ ଜୋନ୍‌ର ବ୍ୟବସ୍ଥା କରାଯିବ। ଶାରୀରିକ ଓ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ସାମୁହିକ ଧ୍ୟାନ ସହ ଆୟୁଷ ୱେଲନେସ୍‌ ସେଣ୍ଟର ଖୋଲାଯିବ। ସନ୍ଧ୍ୟା ସମୟରେ ଗୋଟିପୁଅ, ମଲଖମ୍ଭ, ଫିଟନେଶ ଫ୍ୟାସନ ୱାକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫିଟନେଶ ଷ୍ଟୋରୀ ଓପନ ମାଇକ ଆଦି ଆୟୋଜିତ ହେବ।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀରେ ଫିଟ୍ ଇଣ୍ଡିଆ କାର୍ନିଭାଲର ଆୟୋଜନ କରାଯାଉଛି। ଏକ ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣାଇବା ସମସ୍ତେ ଯେପରି ଶାରୀରିକ ଓ ମାନସିକ ସ୍ତରରେ ସମସ୍ତେ ଫିଟ୍ ରହିବେ ତାହାକୁ ପ୍ରଧାନ୍ୟ ଦିଆଯିବ। ଆମ କ୍ରୀଡ଼ା ଜଗତ ସହ ଜଡ଼ିତ ଆମ ପାରମ୍ପରିକ ନୃତ୍ୟ ଗୋଟିପୁଅ, ମଲଖମ୍ଭର ଆୟୋଜନ ସହ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲର ସଫଳ ଆୟୋଜନ ନିମନ୍ତେ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ପୁରୀ ଜିଲ୍ଲା ସମେତ ଓଡ଼ିଶାର ସମସ୍ତ ଜନସାଧାରଣ ଫିଟ୍ ଇଣ୍ଡିଆ କାର୍ନିଭାଲରେ ଯୋଗଦେଇ ଏହାକୁ ସଫଳ କରିବେ ବୋଲି ମୁଁ ଆଶାବାଦୀ।”

ଏଥିସହ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ଯେପରି ଆହୁରି ସୁଦୃଢ଼ କରାଯାଇପାରିବ ସେ ସମ୍ବନ୍ଧରେ ଭାରତୀୟ ଖେଳ ପ୍ରାଧିକରଣର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଭାରତୀୟ ଖେଳ ପ୍ରାଧିକରଣ ଆଞ୍ଚଳିକ କାର୍ଯ୍ୟାଳୟର କ୍ରୀଡ଼ା ଭିତ୍ତିଭୂମିକୁ ବୁଲି ଦେଖିବା ସହ କ୍ରୀଡ଼ାବିତ୍‌ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ଆଜିର ବୈଠକରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବକ୍ଷେତ୍ର) ଶିବାନନ୍ଦନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଓଡିଶା ସରକାର ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026
Latest News

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ଭାରତରେ ଭିଟାମିନ୍ D ସଙ୍କଟ: ଜାଣନ୍ତୁ ଏହାର ୫ଟି ବଡ଼ କାରଣ

October 21, 2026

ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାରେ କଟକଣା ଲଗାଇଲେ ଏଲନ୍‌ ମସ୍କ

October 21, 2026

ସିନ୍ଦେଙ୍କ CM ହେବା ଚର୍ଚ୍ଚା ତେଜ, ଶିବସେନା ନେତାଙ୍କ ବୟାନରେ ନୂଆ ରାଜନୈତିକ ଝଡ଼

October 21, 2026

ଜାଣନ୍ତୁ ଅକ୍ଟୋବର ୨୧ ତାରିଖ ବୁଧବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.