Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ
ବିଶେଷ ଖବର

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକୁ ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) କୁ ଅଧିକ ସୁଦୃଢ଼ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ଏବଂ ସୁନ୍ଦରଗଡ଼ରେ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

କଟକରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱରେ ଥିବା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ଦୃଢ଼ ସାମାଜିକ ପଦକ୍ଷେପ। ଏହି ଯୋଜନା ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଥିବା ଯୁବତୀମାନଙ୍କ ପାଇଁ ମର୍ଯ୍ୟଦା, ସୁରକ୍ଷା ଏବଂ ସାମାଜିକ ସ୍ୱୀକୃତି ସୁନିଶ୍ଚିତ କରେ। ଏହି ଯୋଜନା ବିଧବା ବିବାହ କୁ ମଧ୍ୟ ପ୍ରୋତ୍ସାହନ ଦିଏ।

କଟକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ପ୍ରଦାୟର ୫୫ ଜଣ ଦମ୍ପତି ଜନପ୍ରତିନିଧିଙ୍କ ସହ ଏହି ମାଙ୍ଗଳିକ କାର୍ଯ୍ୟରେ କଟକ ସଦରର ମାନ୍ୟବର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସୱାଲ, ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ବିଭାଗର ଅନ୍ୟ ଅଧିକାରୀଗଣ, କଟକର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ସିଏମ୍‌ସି କମିଶନର କିରନଦୀପ କୌର ସହୋତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ। ଉପ-ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ନବଦମ୍ପତିଙ୍କ ସହ ଆଲୋଚନା କରି ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ପାରସ୍ପରିକ ସମ୍ମାନ, ବୁଝାମଣା ଏବଂ ସମାନତା ଭିତ୍ତିରେ ପରିବାର ଗଠନ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଶଙ୍କର ସ୍ଥିତ କଲ୍ୟାଣ ମଣ୍ଡପଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଏକ ଜିଲ୍ଲା ସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସୁନ୍ଦରଗଡ଼ର ଏହି କାର୍ଯ୍ୟକ୍ରମରେ ୬୧ ଜଣ ଦମ୍ପତି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡକ୍ଟର ଶୁଭଙ୍କର ମହାପାତ୍ର ,ଜିଲ୍ଲାପାଳ, ସୁନ୍ଦରଗଡ଼, ତନୟା ମିଶ୍ର, ଅଧ୍ୟକ୍ଷା, ସୁନ୍ଦରଗଡ଼ ପୌରପାଳିକା, ତେଜସ୍ୱିନୀ ବେହେରା, ଉପ-ଜିଲ୍ଲାପାଳ, ସୂରଜ କୁମାର ପଟ୍ଟନାୟକ ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ), ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ କନ୍ୟାମାନଙ୍କ ବିବାହ ନିମନ୍ତେ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିମଧ୍ୟରୁ ୪୫,୦୦୦ ଟଙ୍କା ସିଧାସଳଖ କନ୍ୟା ଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି। ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ଉତ୍ସବର ଆୟୋଜନ ଏବଂ ପରିଚାଳନା ପାଇଁ ବ୍ୟୟ କରାଯାଉଛି ଯାହାକି ଏଥି ପାଇଁ ଚୟନ ହୋଇଥିବା କାର୍ଯ୍ୟକାରୀ ସଂସ୍ଥା ଙ୍କ ସହଯୋଗ ରେ ହୋଇଥାଏ।

ଓଡିଶା ସରକାର କଟକ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ବ୍ରହ୍ମପୁର ରେଳ ଷ୍ଟେସନର ହେବ ଆଧୁନିକୀକରଣ; ୩ଟି ନୂଆ ଲାଇନ ସହ ଦକ୍ଷିଣ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ

April 22, 2026

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026
Latest News

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.