Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀର ପିସିସି ସମ୍ପାଦକ ତଥା ୨୦୦୯ ନିର୍ବାଚନରେ ରଘୁନାଥପାଲ୍ଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନ୍ୟାନି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନିଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଘଡାଇ, ଶ୍ରୀ ତରାଇ, ଶ୍ରୀ ସିଂ ଓ ଶ୍ରୀ ନାୟକ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାର ଚେଙ୍ଗିଝରଣ ଓ ବିରିଙ୍ଗଝର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଗାଁରେ ସଚେତନତା ବାହନ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ। ସଂକଳ୍ପ ଯାତ୍ରା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା କୁଲେଇଶିଳା ଓ ବଡ଼ମଉଦାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସବୁ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିବା ଦେଖାଯାଇଛି। ଯାତ୍ରା କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି। ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଯାତ୍ରା ରହଣୀ ସ୍ଥଳରେ ସ୍ବାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼, ମାଲକାନଗିରି ଓ କନ୍ଧମାଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିବା ସହିତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ସଚେତନତା ବାହାନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ କନ୍ଧମାଳ ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ମହିଳା ହିତାଧିକାରୀ ସାମିଲ ହେବା ବେଶ୍‌ ଉତ୍ସାହପ୍ରଦ ଥିଲା।

ପ୍ରଗତି ଧାରାକୁ ଆଗେଇ ନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ।

Categories
ଆଜିର ଖବର

ସୁନ୍ଦରଗଡରେ କାର୍ତ୍ତିକ ପାଣ୍ଡିଆନ, ଲୋକଙ୍କୁ କହିଲେ ଆପଣମାନେ କେନ୍ତା ଅଛନ୍

ଭୁବନେଶ୍ବର: ବୁଧବାର ଅପରାହ୍ନରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ସେ ସକାଳେ ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋୟାର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଥିଲେ। ସେଠାରୁ ସେ ସିଧା ସୁନ୍ଦରଗଡ ଗସ୍ତ କରିଥିଲେ।

ସୁନ୍ଦରଗଡର ଭରପୁର ଲୋକଙ୍କୁ ସେ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ଲୋକଙ୍କୁ କହିଥିଲେ ଆପଣମାନେ କେନ୍ତା ଅଛନ୍। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଜନସମାଜ ତାଳିମାନେ ଭଲ୍ ଅଛନ ବୋଲି କହିଥିଲେ। ଆପଣମାନଙ୍କୁ ନୂଆବର୍ଷର ଅଭିନନ୍ଦନ ବୋଲି ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ପାଣ୍ଡିଆନ ରାଜ୍ୟ ସରକାରଙ୍କ ସୁନ୍ଦରଗଡର ବିଭିନ୍ନ ଉନ୍ନୟନ ତଥ୍ୟ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ, ମୁଁ ଗତ ମାର୍ଚ୍ଚରେ ସୁନ୍ଦରଗଡ ଗସ୍ତରେ ଆସିଥିଲି। ସେତେବେଳେ ଆପଣମାନେ ମୋତେ 160ଟି ଅଭିଯୋଗ ପତ୍ର ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୋଗକୁ ଗ୍ରହଣ କରି ଅନୁଦାନ ପ୍ରଦାନ କରିଛନ୍ତି। ମନ୍ଦିର, ମସଜିଦ୍, ଚର୍ଚ୍ଚ ଏବଂ କମ୍ୟୁନିଟ ସେଣ୍ଟର ପାଇଁ ଯେଉଁମାନେ ଦାବୀ କରିଥିଲେ ସେଗୁଡିକର ଅନୁମୋଦ ହୋଇଛି।

ତେବେ ଏହି ବିକାଶ ମୂଳକ କାମରେ ଆପଣଙ୍କର ବହୁତ ସହଯୋଗର ଆବଶ୍ୟକ ରହିଛି। କାରଣ 5ଟି ଉପକ୍ରମରେ ଆମେ ଏହାକୁ ସ୍ବଚ୍ଛତାର ସହ କରିବାକୁ ଚାହୁଁଛୁ। ତେଣୁ ଆପଣମାନଙ୍କର ଭାଗୀଦାରି ନିହାତି ଆବଶ୍ୟକ ବୋଲି ପାଣ୍ଡିଆନ ଲୋକଙ୍କୁ ଅନୁରୋଧ କରିଥିଲେ।

ସେ କହିଥିଲେ ଯେ, ହେମଗିରିରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ଅନୁରୋଧ ଆସିଥିଲା। ତାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ପାଣ୍ଡିଆନ ଜନସମାଜକୁ ଅବଗତ କରାଇଥିଲେ। ସେଥିପାଇଁ 60 କୋଟି ଟଙ୍କା ଅନୁମୋଦନ କରାଯାଇଛି। ଗତ ଆଠମାସ ମଧ୍ୟରେ ସୁନ୍ଦରଗଡ ପାଇଁ 350 କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି ସେ କହିଥିଲେ।

ଏହାପରେ ସୁନ୍ଦରଗଡର ବାଲିଶଙ୍କରାଠାରେ ଜନସମାଜକୁ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରେ ମଞ୍ଚ ଉପରେ ଲୋକମାନେ ତାଙ୍କୁ ପାରଂପାରିକ ଆଦିବାସୀ ପୋଷାକ ପିନ୍ଧାଇଥିଲେ। ସେଠାରେ ସେ ସୁନ୍ଦରଗଡକୁ ଆସନ୍ତା ଫେବୃୟାରୀରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ସେହିପରି ସୁନ୍ଦରଗଡର ହକି ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି ବୋଲି ସେ ଜନସମାଜକୁ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ସୁନ୍ଦରଗଡ଼ ହେମଗିରିର ପୂର୍ବତନ ବ୍ଲକ ଅଧ୍ୟକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି।

ଏହି ଅବସରରେ ଆଜି ସୁଦରଗଡ଼ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀମତୀ ରାଉଡ଼ିଆ ଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀମତୀ ରାଉଡ଼ିଆଙ୍କ ଯୋଗଦାନ ଦଳର ବିଶେଷକରି ସୁଦରଗଡ଼ ଜିଲ୍ଲାର ସଂଗଠନକୁ ଆହୁରି ମଜବୁତ କରିବ। ଶ୍ରୀମତୀ ରାଉଡ଼ିଆ ନିଜ ବକ୍ତବ୍ୟରେ କହିଥିଲେ କି ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ମୁଁ ବିଜେଡ଼ି ଦଳ ତ୍ୟାଗକରି କଂଗ୍ରେସ ଦଳରେ ଯୋଗ ଦେଲି ବୋଲି ସେ କହିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜନାର୍ଦନ ଦେହୁରୀଙ୍କ ଅନୁଷ୍ଟିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ,ବିଧାୟକ ସିଏସ ରାଜନ ଏକ୍କା,ରାଉଲକେଲା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପାଢ଼ୀ,ରାଜୁ ଷଡଙ୍ଗୀ,ରଣଜିତ ଭିତିରିଆ,ବେଣୁଧର ତ୍ରିପାଠୀ,ଅମିତା ବିଶ୍ୱାଳ,କୈଳାଶ ସାହୁ,ରବି ରାୟ, ବିରେନ ସେନାପତି,ସବୀର ହୁସେନ,ନରୋତମ ନାୟକ ,ନିର୍ମଳ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ “ସର୍‌ଗି ଫୁଲ୍‌”, ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଯୋଗଦେଇ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

“ଆମ ରାଜ୍ୟର ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ପ୍ରତିଭା ରହିଛି। ପ୍ରତିଭା ପ୍ରଦର୍ଶନ ପାଇଁ ସର୍‌ଗି ଫୁଲ୍ ହେଉଛି ଏକ ଉପଯୁକ୍ତ ମାଧ୍ୟମ। ଉତ୍ତର-ଓଡ଼ିଶା ଜୋନସ୍ତରୀୟ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାରେ ହେଉଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା”, କହିଛନ୍ତି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ।

“ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ “ସର୍‌ଗି ଫୁଲ୍‌” ହେଉଛି ଉପଯୁକ୍ତ ପ୍ଲାଟଫର୍ମ। ତେଣୁ ପିଲାମାନେ ଏହାର ସୁଯୋଗ ନେଇ ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାନ୍ତୁ”, କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

“ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ଭିତରେ “ଶିଶୁ ସାମ୍ବାଦିକ” କର୍ମଶାଳା ବିଶେଷ ଆକର୍ଷଣ ପାଲଟିଥିଲା।

ବକୁଳ ଫାଉଣ୍ଡେସନ ସହଯୋଗିତାରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ସାମ୍ବାଦିକ ଅନୁଜ ଦାସ ଯୋଗଦେଇ ପିଲାମାନଙ୍କୁ ସାମ୍ବାଦିକତା ବିଷୟରେ ସୂଚନା ଦେଇଥିଲେ। ଜନଜାତି ଛାତ୍ରଛାତ୍ରୀମାନେ ଏଥିରେ ଭାଗନେଇ ଖବରର ସଂଜ୍ଞା, ଖବର ସଂଗ୍ରହ ଓ ପରିବେଷଣ ଏବଂ ସମ୍ପାଦନା ଆଦି ବିଷୟରେ ବୁଝିଥିଲେ।

ସେହିପରି ମୋ ସ୍କୁଲ ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଟିଙ୍କରିଂ, କାର୍ଟୁନ୍‌, ୱାର୍ଡ ପଜଲ୍ ଏବଂ ପୁସ୍ତକ ସମୀକ୍ଷା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏହାସହ ରଙ୍ଗିନ କାଗଜରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଓ ଅଦରକାରୀ କାଗଜରୁ ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତି, ଷ୍ଟୋରି ଟେଲିଂ, ଥିଏଟର, ମ୍ୟାଥ୍ ଗେମ୍‌, ଓଡ଼ିଶୀ ନୃତ୍ୟ ଏବଂ ମ୍ୟାଜିକ୍ ସୋ’ ଭଳି କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ପାଲଟିଥିଲା।

“ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଶିଶୁ ମହୋତ୍ସବ ଆୟୋଜନ କରାଯାଉଛି। ଏଥିରେ ୧୫ଟି ଜିଲ୍ଲାର ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ “ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା ଜୋନସ୍ତରୀୟ “ସରଗି ଫୁଲ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛିୟ । ସୁନ୍ଦରଗଡ଼ରେ ଆୟୋଜିତ ଏହି ତିନିଦିନିଆ ଜୋନସ୍ତରୀୟ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାର ୬୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

“ଜନଜାତି ସଂପ୍ରଦାୟ ରାଜ୍ୟର ଗର୍ବ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ଅନନ୍ୟ ପ୍ରତିଭା ରହିଛି । ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ଦିଆଯାଉଛି । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ପିଲାମାନଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ସହ ପ୍ରତିଯୋଗିତାମୂଳକ ମନୋଭବ, ଯୋଗାଯୋଗ ଦକ୍ଷତା ଏବଂ ନେତୃତ୍ୱ ବିକାଶ ହୋଇପାରିବ”, କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ।

ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରାଯାଉଛି । ଗୁରୁବାର ଦିନ ପିଲାମାନଙ୍କ ଭିତରେ ବକ୍ତୃତା, କୁଇଜ୍‌, ଏକକ ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ନଭେମ୍ବର ୯ ତାରିଖ ଯାଏଁ ଏହା ଚାଲିବ ।

“ଚଳିତବର୍ଷ ପ୍ରଥମ ଥର ପାଇଁ ଜୋନସ୍ତରୀୟ ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଛନ୍ତି । ପରେ ସେମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ । ସର୍‌ଗି ଫୁଲ୍ ଭଳି ଆମ ଜନଜାତି ପିଲାମାନଙ୍କର ସ୍ୱପ୍ନ, ପ୍ରତିଭା ଓ ଦକ୍ଷତାକୁ ଆକଶଛୁଆଁ କରିବା ଲାଗି ସୁଯୋଗ ଦେବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ”, କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁରର ମାନ୍ୟବର ବିଧାୟକ ଡକ୍ଟର ସି ଏସ୍ ରାଜେନ୍ ଏକ୍କା, ସୁନ୍ଦରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆକର୍ଷଣୀୟ କ୍ୟାରିଅର ବିଷୟରେ ସୂଚନା ଦେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି । ଏଥିରେ ସଫଳତା ହାସଲ କରିଥିବା ବିଭିନ୍ନ ବର୍ଗର ଲୋକଙ୍କର ସାକ୍ଷାତକାର ରହିଛି । ସରଗି ଫୁଲ୍ କାର୍ଯ୍ୟକ୍ରମ ଅବସରରେ ଏହି ଭିଡିଓ ସିଡି ଉନ୍ମୋଚନ କରାଯାଇଥିଲା । ଏହି ଭିଡିଓକୁ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ମାଧ୍ୟମରେ ଏକ ସମୟରେ ୩୧୫ ସ୍କୁଲରେ ପ୍ରସାରଣ କରାଯିବ । ଫଳରେ ୧୫ ହଜାରରୁ ଅଧିକ ପିଲାଙ୍କ ପାଇଁ ଏହା ଉପାଦେୟ ହେବ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

‘ମିଶନ ଜୀବିକା’ ଅଧୀନରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ସୁନ୍ଦରଗଡ଼: ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି।

ଆଗରୁ ଆଦିବାସୀ ବର୍ଗର ଚାଷୀମାନେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ଚାଷ କରୁଥିଲେ। ତେଣୁ ସେମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଦୀର୍ଘସ୍ଥାୟୀ ଜୀବିକା ପାଇପାରିବେ ସେଥିପାଇଁ ଏକ ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରଗଡ଼ ଆଇଟିଡିଏର ୯ଟି ବ୍ଲକରେ ଏହା ଲାଗୁ କରାଯାଇଛି।

ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ମିଶନ ଜୀବିକା” କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

“ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମିଶନ ଜୀବିକା ମାଧ୍ୟମରେ ସେମାନେ ବିଭିନ୍ନ ଲାଭଜନକ ଫସଲ କରୁଛନ୍ତି। ୧୩ଟି ଫସଲ ଲାଗି ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ଚାଷୀମାନେ ଲାଭବାନ ହେଉଛନ୍ତି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

“ମିଶନ ଜୀବିକା” କାର୍ଯ୍ୟକ୍ରମ ଅଧୀନରେ ଚାଷୀମାନେ ଉନ୍ନତ ପଣାଳୀରେ ୧୩ଟି ଫସଲର ଚାଷ କରୁଛନ୍ତି। ସେଥିମଧ୍ୟରେ ରହିଛି ମକା, ମାଣ୍ଡିଆ, ହରଡ଼, ବାଦାମ, ସୋରିଷ ସହିତ ବାଇଗଣ, ଫୁଲ କୋବି, ସିମଲା ଲଙ୍କା, କଞ୍ଚା ଲଙ୍କା, ଛତୁ ଏବଂ ତରଭୁଜ ଆଦି ଫସଲ। ଏହି ଚାଷ ପାଇଁ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତ କିସମର ବିହନ ଏବଂ ଜୈବିକ ସାର ଦିଆଯାଉଛି।

ସୁନ୍ଦରଗଡ଼ର ୯ଟି ବ୍ଲକର ୪ ହଜାର ୫୦୦ ଏକର ଜମିରେ ଏହିସବୁ ଚାଷ କରାଯାଇଛି। ଏଥିରେ ୬ ହଜାରରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଜୈବିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ବଜାରରେ ଭଲ ରହିଛି।

“ଆଗରୁ ବଜାରରୁ ବିହନ କିଣି ତରଭୁଜ ଚାଷ କରୁଥିଲୁ। ହେଲେ ଗତ ତିନି ବର୍ଷ ହେଲା ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଆମକୁ ଉନ୍ନତମାନର ବିହନ ମିଳୁଛି। ଫସଲରେ ଜୈବିକ ସାର ବ୍ୟବହାର କରୁଥିବାରୁ ଆଗ ଅପେକ୍ଷା ଚଳିତ ବର୍ଷ ଭଲ ତରଭୁଜ ଅମଳ ହେଉଛି”, କହିଛନ୍ତି ବଡ଼ଗାଁ ବ୍ଲକ ଫୁଲବାରୀ ଗ୍ରାମର ଜଣେ ମହିଳା ଚାଷୀ ପବିତା କିସାନ।

“ଆଇଟିଡିଏର ଅଧିକାରୀମାନଙ୍କ ପରାମର୍ଶକ୍ରମେ ମୁଁ ୧ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରୁଛି। ଗତ ବର୍ଷ ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ୫୦ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥିଲି”, କହନ୍ତି ସୁନ୍ଦରଗଡ଼ର ଯୁବ ଚାଷୀ ରବି ବାର୍ଲା।

ସୁନ୍ଦରଗଡ଼ର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଜୀବିକା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରତିନିଧି ଦଳର ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ

ଭୁବନେଶ୍ଵର: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି କୁତ୍ର ଓ ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଛି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ମେସିନ ଲର୍ନିଂ’, ‘ବିଗ୍ ଡାଟା ଆନାଲିଟିକ୍ସ’ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ପରି ଆଧୁନିକ ସମୟର ଜ୍ଞାନକୌଶଳ ବିଷୟରେ ଧାରଣା ସୃଷ୍ଟି କରିବା, ଯାହା କରିବା  ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶବିଶେଷ।

ଏହି ଶୈଖିକ ଅଧିବେଶନରେ ପ୍ରଫେସର ଅନୁପ ନନ୍ଦୀ ଓ ପ୍ରଫେସର ରତ୍ନାକର ଦାସ ‘ କମ୍ପ୍ୟୁଟର ସୃଷ୍ଟ ଫଟୋ’, ‘ ଭର୍ଚୁଆଲ ପରିବେଶ ନିର୍ମାଣ’, “ କୁତ୍ରିମ ବୁଦ୍ଧିମତା ସହାୟତାରେ ଲୋକଙ୍କ ଭାବଭଙ୍ଗୀ ବୁଝିବା”, “ କମ୍ପ୍ୟୁଟର ସହାୟତାରେ କୌଣସି ଜିନିଷକୁ ଚିହ୍ନିବା” ପରି ଅନେକ ବିଷୟ ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ। ଏହା ସହ ସେମାନେ ଶିକ୍ଷାର୍ଥୀମାନଙ୍କୁ ମେସିନ ଲର୍ନିଂର କାର୍ଯ୍ୟଶୈଳୀ ବିଷୟରେ ବୁଝାଇଥିଲେ। ଅନୁଷ୍ଠାନର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ ମଧ୍ୟ ଏହି ଗସ୍ତର ଏକ ଅଂଶ ରୂପରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ କିପରି କୁତ୍ରିମ ବୁଦ୍ଧିମତା ବିଜ୍ଞାନର ବିଭିନ୍ନ କ୍ଷେତ୍ରକୁ ବିକାଶପଥରେ ଆଗେଇ ନେଇଛି ତା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ।

ଭାରତୀୟ ଜି-୨୦ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ନିର୍ଦ୍ଦେଶକ ପ୍ରଫେସର ରାଓ ଉପସ୍ଥିତ ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, “ ଏକା ସମୟରେ ଅନେକ କାର୍ଯ୍ୟକୁ ସମ୍ଭାଳିବାର କଳା ଆମକୁ ଶିଖିବାକୁ ପଡିବ। ବର୍ତ୍ତମାନ ସମୟର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଗାମୀ ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟ କରିବାର ଶୈଳୀକୁ ବଦଳାଇଦେବ , ଯାହାପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଭାରତୀୟ ଜି-୨୦ ଆମକୁ ନିଜର ଏହି ଉନ୍ନତ ଜ୍ଞାନକୌଶଳକୁ ବିଶ୍ଵ ସମ୍ମୁଖରେ ଦେଖାଇବା ପାଇଁ ସୁଯୋଗ ଦେଇଛି। ଏନ,.ଆଇ.ଟି. ରାଉରକେଲା ଜନ ଭାଗୀଦାରୀ ଅଭିଯାନର ଅଂଶୀଦାର ହୋଇପାରିଛି, ଏହା ଆମ ପାଇଁ ଗର୍ବର ବିଷୟ । ଅଭିଯାନର ସାମୁହିକ ଲକ୍ଷ୍ୟକୁ ପୁରା କରିବାରେ ସାହାଯ୍ୟ କରିଥିବାରୁ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟ ପରି ଅଂଶଗ୍ରହଣକାରୀ ଅନୁଷ୍ଠାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି।“

ନିର୍ଦ୍ଦେଶକ ପ୍ରଫେସର ରାଓଙ୍କ ନେତୃତ୍ଵରେ ଅନୁଷ୍ଠାନର ସଦସ୍ୟ ଦଳ ଆସନ୍ତାକାଲି ବରଗଡ଼ର କେନ୍ଦ୍ରୀୟ ବିଦ୍ୟାଳୟ ତଥା ବିକାଶ ଅନୁଷ୍ଠାନ ଗସ୍ତ କରିବ । ତାଙ୍କ ଅନୁପସ୍ଥିତି ଯୋଗୁଁ ପ୍ରଭାରୀ ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଏସ. ଜେନା ଆଜି ସନ୍ଧ୍ୟାରେ ହେବାକୁ ଥିବା ଝୋଟି ଓ ମୁଖଚିତ୍ରଣ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଜନମାନସରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ପ୍ରତି  ଆକର୍ଷଣ ବୃଦ୍ଧି କରିପାରିଛି ।  ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ  ନିଜ ରଙ୍ଗତୂଳୀ ମାଧ୍ୟମରେ ଭାରତୀୟ ଜି-୨୦ର ବିଭିନ୍ନ ଦିଗକୁ ଦର୍ଶାଇଥିଲେ । ଜି-୨୦ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଆଦିବାସୀ ବର୍ଗର ଚାଷୀ

ସୁନ୍ଦରଗଡ଼: ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି।

୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା। ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

“ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଚାଷ କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି। ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି। ପାଇଲଟ୍ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ”, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତା ହ୍ରାସ ପାଉଛି। ତା’ଛଡ଼ା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏ ସମ୍ପର୍କରେ ଆଦିବାସୀ ବର୍ଗର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ତେଲିଘଣା ଗାଁର ୫୫ ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ। ୮୦ ଏକର ଜମିରେ ସେମାନେ ଧାନ ଓ ଚିନା ବାଦାମ ଚାଷ କରିଥିଲେ। ଏଥିପାଇଁ ଚାଷୀମାନଙ୍କୁ ମାଗଣାରେ ଦେଶୀ କିସମର ବିହନ ଯୋଗାଇ ଦିଆଯାଇଥିଲା। ଏହି ଚାଷରେ ଚାଷୀମାନେ ପ୍ରାକୃତିକ ଉପାୟରେ ନିଜେ ସାର ପ୍ରସ୍ତୁତ କରି ବ୍ୟବହାର କରିଥିଲେ। ଏଥିପାଇଁ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇଥିଲା।

ପ୍ରାକୃତିକ ପଦ୍ଧତିରେ ଚାଷରେ ଜୀବାମୃତ, ଘନ ଜୀବାମୃତ, ଦଶପର୍ଣ୍ଣି ଅର୍କ, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଏବଂ ବୀଜାମୃତ ଆଦି ବ୍ୟବହାର କରାଯାଉଛି। ଚାଷୀମାନେ ଗୃହପାଳିତ ଦେଶୀ ଗାଈଗୋରୁଙ୍କ ମଳ ମୂତ୍ର ସହିତ ଗୁଡ଼ ଏବଂ ବେସନ ଆଦି ମିଶ୍ରଣ କରି ଏହି ସାର ପ୍ରସ୍ତୁତ କରୁଛନ୍ତି।

“ଆଗରୁ ଆମେ ଚାଷ କାମରେ ରାସାୟନିକ ସାର ବ୍ୟବହାର କରୁଥିଲୁ। ହେଲେ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ଆମକୁ ପ୍ରାକୃତିକ ପଦ୍ଧତି ଚାଷ ଉପରେ ବୁଝାଇଥିଲେ। ଆମେ ଏ ଦିଗରେ ଆଗ୍ରହ ଦେଖାଇ ଧାନ ଓ ବାଦାମ ଚାଷ କଲୁ। ଭଲ ଅମଳ ମଧ୍ୟ ହେଲା”, କହନ୍ତି ତେଲିଘଣା ଗାଁର ଜଣେ ଚାଷୀ ଏମାନ ବୁଡୁ।

“ରାସାୟନିକ ସାର କିଣିବାରେ ଆମର ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଫଳରେ ଆମର କମ୍ ଖର୍ଚ୍ଚ ହେଉଛି। ଧାନ ଓ ବାଦାମ ସହିତ ଆମେ ପନିପରିବା ଚାଷରେ ମଧ୍ୟ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ସାର ପ୍ରୟୋଗ କରୁଛୁ। ଭଲ ଅମଳ ହେବା ସହ ବଜାରରେ ଏହାର ଭଲ ଚାହିଦା ରହିଛି”, କହନ୍ତି ଜଣେ ମହିଳା ଚାଷୀ ବିମଳା ବାର୍ଲା।

ତେଲିଘଣାରେ ପ୍ରାକୃତିକ ପଦ୍ଧତିରେ ଚାଷ ଆରମ୍ଭ ହେବା ପୂର୍ବରୁ ଆଇଟିଡିଏର ଅଧିକାରୀମାନେ ଚାଷ ଜମି ବୁଲି ଦେଖିଥିଲେ। ଏହାପରେ ଚାଷୀମାନେ ଦେଶୀ ଧାନ ଏବଂ ବାଦାମ ଚାଷ ଲାଗି ଜମି ପ୍ରସ୍ତୁତ କରିଥିଲେ। ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଏଥିପାଇଁ ମଜୁରି ସହାୟତା ଦିଆଯାଉଛି। ଚାଷୀ ଚିହ୍ନଟ ସହିତ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକ୍ରମର ପରିଚାଳନା ଲାଗି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକକୁ ଦାୟିତ୍ୱ ଦିଆଯାଇଛି।

ପ୍ରାକୃତିକ ପଦ୍ଧତି ଚାଷ ପାଇଁ ତେଲିଘଣାର ଆଦିବାସୀ ଚାଷୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନ୍ୟ ବ୍ଳକକୁ ଏହି ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରହିଥିବା ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।

ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି। ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ। ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ। ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ।

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ। ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି। ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା
୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୧୫ଠାରୁ ଏହି ୩୪ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଓଡିଶାର ସହରଗୁଡ଼ିକର ତାଲିକା:

୧- ଭବାନୀପାଟଣା

୨- ଜଟଣୀ

୩- ଖୋର୍ଦ୍ଧା

୪- ସୁନ୍ଦରଗଡ

Categories
ଆଜିର ଖବର ରାଜ୍ୟ ଖବର

ମହାଦେବଙ୍କ ମନ୍ଦିରରେ କାହିଁକି ପୂଜାଅର୍ଚ୍ଚନା କଲେ 5ଟି ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲାରେ ମାରଥନ ଗସ୍ତ କରିଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ସୁନ୍ଦରଗଡର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ତଦାରଖ କରିଛନ୍ତି। ସେ ‘୫ଟି’ ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସହିତ ମିଶନ ଶକ୍ତି କାଫେ, ନିର୍ମାଣାଧୀନ ହକି ପ୍ରଶିକ୍ଷଣ କେନ୍ଦ୍ର ଏବଂ ଉପଖଣ୍ଡ ଚିକିତ୍ସାଳୟ, ବଣାଇଁ ପରିଦର୍ଶନ ସହିତ ବିରମିତ୍ରପୁରର ପ୍ରସ୍ତାବିତ ପ୍ରକଳ୍ପ ଆଦିର କାର୍ଯ୍ୟ ସମୀକ୍ଷା କରିଛନ୍ତି।

ତେବେ ସେ ଏହି ଗସ୍ତ ସମୟରେ ସୁନ୍ଦରଗଡର ଶିବ ମନ୍ଦିରରେ କିଛି ସମୟ ଧରି ପୂଜା ଅର୍ଚ୍ଚନା କରିଛନ୍ତି। ତାହାର କାରଣ ସଂପର୍କରେ ସେ କାହକୁ କିଛି କହି ନ ଥିଲେ। ହେଲେ ମନ୍ଦିରରେ ଥିବା ଶିବ ଲିଙ୍ଗ ନିକଟରେ ଭୋଗ ଅର୍ପଣ ସହିତ ଆଳତି ମଧ୍ୟ କରିଛନ୍ତି। ମୁଖ୍ୟତଃ ସୁନ୍ଦରଗଡ ପ୍ରକଳ୍ପର ସଫଳତା କାମନା କରି ଏହି ପ୍ରାର୍ଥନା କରିଥିବାର ସେଠାକାର ସେବାୟତମାନେ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି “ଗେଣ୍ଡୁ ଫୁଲ ଚାଷ”

ସୁନ୍ଦରଗଡ଼: “ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା। ଏବେ ଏହି ଜମିରେ ଆମେ ଗେଣ୍ଡୁ ଫୁଲ ଚାଷ କରିଛୁ। ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି ହେଉଛି”, କହନ୍ତି ସବଡେଗା ବ୍ଲକ ଗୁରୁମକେଲା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ବୈଜୟନ୍ତୀ ମାଝି।

“ପ୍ରଥମ ଥର ପାଇଁ ଆମେ ଏହି ଗେଣ୍ଡୁ ଫୁଲ ଚାଷ କରିଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମେ ଘର ଚଳାଇବା ସହ ପିଲାମାନଙ୍କ ପାଠପାରେ ଖର୍ଚ୍ଚ କରୁଛୁ। ଆଗକୁ ଆହୁରି ଅଧିକ ଜାଗାରେ ଫୁଲ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ”, କହନ୍ତି ବାଲିଶଙ୍କରା ବ୍ଲକ ତୁମୁଲିଆ ଗ୍ରାମପଞ୍ଚାୟତର ଆଉ ଜଣେ ହିତାଧିକାରୀ ଯଶୋବନ୍ତୀ ନାଏକ।

ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଅଣପାରମ୍ପରିକ କାମ କରି ମିଶନ ଶକ୍ତିର ମା’ମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ଗେଣ୍ଡୁ ଫୁଲ ଚାଷ କରାଯାଉଛି। ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଚାଷ କରାଯାଇଛି। ଏଥିରେ ୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଫୁଲ ଆସୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଏହି ଚାଷ କରାଯାଇ ଏସଏଚଜି ମହିଳାମାନଙ୍କ ଜୀବିକା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଉତ୍ପାଦନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇବା ଲାଗି ଲକ୍ଷ୍ୟ ରହିଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ।

ଫୁଲ ଚାଷ ହେଉଥିବା ପ୍ରତି ବ୍ଲକରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏସଏଚଜି ମା’ମାନେ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତ କରିଥାନ୍ତି। ଚାରା ଲଗାଇବା ସହ ଭଲ ଫୁଲ କିପରି ଅମଳ ହେବ ସେ ଦିଗରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ଫୁଲ ଚାଷ ପାଇଁ ଏସଏଚଜି ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଉଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ଏହି ଚାଷକୁ ସଂପ୍ରସାରଣ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି।

ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ବିଭିନ୍ନ ବ୍ଲକ ସଦରମହକୁମାରେ ଗେଣ୍ଡୁ ଫୁଲର ବେଶ୍ ଚାହିଦା ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଫୁଲକୁ ନେଇ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତା’ଛଡ଼ା ବିଭିନ୍ନ ପର୍ବ ପର୍ବାଣୀ, ବିବାହ ଏବଂ ବ୍ରତ ଘର ଆଦି କାର୍ଯ୍ୟ ଲାଗି ଅର୍ଡର ଆସିଲେ ଏସଏଚଜି ମା’ମାନେ ଫୁଲ ଯୋଗାଇ ଦେଇଥା’ନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି। ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ସହିତ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଆଦି କାର୍ଯ୍ୟକ୍ରମରେ ଏସଏଚଜି ମା’ମାନେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

“ସାମ୍‌” ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର

ସୁନ୍ଦରଗଡ଼/ରାଉରକେଲା: “ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି। ଏଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ତା’ ସାଙ୍ଗକୁ କେନ୍ଦ୍ରରେ ତାକୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯାଉଛି। ଫଳରେ ତା’ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବରପାଲି ଗ୍ରାମର ବିନିତା ମଗର।

ସେହିପରି ନୂଆଗାଁ ବ୍ଲକ ଝରିଆଟୋଲି ଗ୍ରାମର ଅନିସ୍ ଥରମିଞ୍ଜ କହନ୍ତି, “ମୋ ପୁଅ ବହୁତ ଦୁର୍ବଳ ଥିଲା। ତେଣୁ ତାକୁ ନେଇ ମୁଁ ରାଉରକେଲାରେ ଥିବା ଏନଆରସିକୁ ଆସି ପ୍ରାୟ ୧୫ ଦିନ ରହିଥିଲି। ଏହି ସମୟରେ ପୁଅର ନିୟମିତ ଓଜନ, ଉଚ୍ଚତା ମାପ କରି ତାକୁ ଔଷଧ ସହିତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଦିଆଯାଉଥିଲା। ଏବେ ସେ ଆଗ ଅପେକ୍ଷା ସୁସ୍ଥ ଅଛି।”

ଅନିସ୍ ଏବଂ ବିନିତାଙ୍କ ଝିଅ ପୁଅଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲା ଯେଉଁମାନେ ଅତିଶୟ ଅପପୁଷ୍ଟିଜନିତ ଅବସ୍ଥାରେ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ସେମାନଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହ ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ୱାସ୍ଥ୍ୟର ଅଗ୍ରଗତି ଅନୁଧ୍ୟାନ କରାଯାଉଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଏହି କେନ୍ଦ୍ରରେ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ମୋଟ ୩ ହଜାର ୭୩୨ ଜଣ ଶିଶୁଙ୍କୁ ଆବଶ୍ୟକ ପୋଷଣ ଚିକିତ୍ସା ଯୋଗାଇ ଦିଆଯାଇଛି।

“ଯେଉଁ ଶିଶୁମାନଙ୍କର ଉଚ୍ଚତା ଅନୁସାରେ ଓଜନ ଯଥେଷ୍ଟ କମ୍ ଥାଏ ସେମାନଙ୍କୁ ଅତିଶୟ ଅପପୁଷ୍ଟିଜନିତ ଅବସ୍ଥା ବା ସାମ୍ ଶିଶୁ କୁହାଯାଏ। ସେହିପରି, ପିଲାମାନଙ୍କ ବାହୁ ମାପରୁ ମଧ୍ୟ ପୋଷଣ ସମସ୍ୟାର ଚିହ୍ନଟ କରାଯାଇଥାଏ। ସାଧାରଣତଃ ଅପପୁଷ୍ଟିଜନିତ ସମସ୍ୟା ଦେଖାଦେଲେ ଶିଶୁମାନେ ବିଭିନ୍ନ ରୋଗରେ ପଡ଼ିବାର ଅଧିକ ଆଶଙ୍କା ରହିଛି। ଏହାଛଡ଼ା କୁପୋଷଣ ପୀଡ଼ିତ ପିଲାଙ୍କର ବୟସ ଅନୁଯାୟୀ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୁଏ। ଏହି ସମସ୍ୟା ଜଣେ ଶିଶୁର ଭବିଷ୍ୟତ ଜୀବନ ପାଇଁ ମଧ୍ୟ ଘାତକ ହୋଇପାରେ। ତେଣୁ ସେମାନଙ୍କୁ ଚିହ୍ନଟ କରି ପୋଷଣ-ବିକାଶ ଲାଗି ଆବଶ୍ୟକ ଚିକିତ୍ସା ଓ ଯତ୍ନକୁ ସୁନିଶ୍ଚିତ କରିବା ଦିଗରେ ପୁଷ୍ଟି ସାଧନ କେନ୍ଦ୍ରଗୁଡ଼ିକ ବଡ଼ ଭୂମିକା ଗ୍ରହଣ କରୁଛି”, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଜିଲ୍ଲାର ପ୍ରତି ପୁଷ୍ଟି ସାଧନ କେନ୍ଦ୍ରରେ ୧୦ଟି ଲେଖାଏଁ ବେଡ୍ ରହିଛି। ଶିଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ଲାଗି ପ୍ରତି କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ତଥା ପୋଷଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଛି।

ସାମ୍ ଶିଶୁଙ୍କୁ ଚିହ୍ନଟ କରିବା ପାଇଁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୩୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ କାମ କରୁଛନ୍ତି। ଏହି ଟିମ୍ ସ୍ଥାନୀୟ ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ସହ ଯୋଗାଯୋଗ କରି ଗୁରୁତର ପୋଷଣ ସମସ୍ୟା ଥିବା ଶିଶୁଙ୍କୁ ଚିହ୍ନଟ କରୁଛନ୍ତି। ତା’ଛଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିବା ମମତା ଦିବସରେ ଏହିଭଳି ଶିଶୁଙ୍କୁ ଚିହ୍ନଟ କରାଯାଇ ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଉଛି।

ପୁଷ୍ଟି ସାଧନ କେନ୍ଦ୍ରରେ ଶିଶୁକୁ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ରଖି ସବୁ ପ୍ରକାର ଚିକିତ୍ସା ଓ ଯତ୍ନ ଦିଆଯାଉଛି। ଶିଶୁ ସହିତ ମା’ ବା ଅନ୍ୟ ଅଭିଭାବକ ଜଣକ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯାଉଛି। ଶିଶୁର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଲା ପରେ ତାକୁ ଘରକୁ ପଠାଇ ଦିଆଯାଉଛି। ଅପପୁଷ୍ଟି ସହିତ କୌଣସି ଜନ୍ମଗତ ରୋଗ କିମ୍ବା ଅକ୍ଷମତାର ଶିକାର ହୋଇଥିବା ଶିଶୁଙ୍କୁ ମଧ୍ୟ ପୁଷ୍ଟି ସାଧନ କେନ୍ଦ୍ରକୁ ନିଆଯାଉଛି। ସେଠାରେ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ଏବଂ ପୋଷଣ ସହ ମା’ମାନଙ୍କର କାଉନସେଲିଂ କରାଯାଉଛି।

“ପୁଷ୍ଟି ସାଧନ କେନ୍ଦ୍ରକୁ ପିଲାମାନେ ଆସିବା ପରେ ସେମାନଙ୍କର ଉଚ୍ଚତା ଏବଂ ଓଜନ ସହିତ ବାହୁ ମାପ ରେକର୍ଡ କରାଯାଇଥାଏ। ଏଠାରେ ଥିବା ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେଇଥାନ୍ତି। ଏହାକୁ ଆଧାରକରି ଶିଶୁମାନଙ୍କୁ ନିୟମିତ ଚିକିତ୍ସା ସହିତ ପୁଷ୍ଟିକର ଖାଦ୍ୟ ଦିଆଯାଏ। ଏହାସହ ଘରେ ପିଲାର କିପରି ଯତ୍ନ ନିଆଯିବ ଏବଂ ସେମାନଙ୍କୁ କେଉଁ ସମୟରେ କ’ଣ ଖାଇବାକୁ ଦିଆଯିବ ସେ ବିଷୟରେ ଆମେ ମା’ମାନଙ୍କୁ ସଚେତନ କରିଥାଉ”, କହନ୍ତି ସୁନ୍ଦରଗଡ଼ ପୁଷ୍ଟି ସାଧନ କେନ୍ଦ୍ରର ପୋଷଣ ବିଶେଷଜ୍ଞ ସସ୍ମିତା ପଣ୍ଡା।

ପୁଷ୍ଟି ସାଧନ କେନ୍ଦ୍ରରେ ହିତାଧିକାରୀମାନଙ୍କ ରହିବା, ଖାଇବା ଏବଂ ଚିକିତ୍ସା ବାବଦ ଖର୍ଚ୍ଚ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି।

ସାନ ସାନ ପିଲାଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ପୋଷଣ ନିହାତି ଜରୁରୀ। ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଆଇସିଡିଏସ୍ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିଶୁମାନଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଏବଂ ସ୍ପିରୁଲିନା ଚିନି ଓ ଚିକି ଖାଇବାକୁ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ମିଶନ ଶକ୍ତିର ମା’ଙ୍କ ପାଇଁ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ: ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ

ସୁନ୍ଦରଗଡ଼: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ଲକ୍ଷ୍ୟ ନେଇ ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨’ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ‘ନିବେଶକ ସମ୍ମିଳନୀ’ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ସୁନ୍ଦରଗଡ଼ସ୍ଥିତ ବିକାଶ ଭବନଠାରେ ମିଶନ ଶକ୍ତି ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଏହି ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗୀୟ ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ଭିତରେ ‘ଉଦ୍ୟୋଗୀ’ ମନୋଭାବ ବଢ଼ାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରୁଥିବାରୁ ଶ୍ରୀମତୀ କାର୍ତ୍ତିକେୟନ୍‌ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ଟି ଏସଏଚଜିର ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ।

‘‘ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଜି ବିଭିନ୍ନ ଜୀବିକା କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି। ବିଶେଷକରି ଅଣପାରମ୍ପରିକ କ୍ଷେତ୍ର ସହିତ ନୂଆ ନୂଆ ଦାୟିତ୍ୱ ନେଇ ସେମାନଙ୍କର ଅଭିନବ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଫଳରେ ଆଜି ମିଶନ ଶକ୍ତିର ସଦସ୍ୟମାନେ ରାଜ୍ୟର ଆର୍ଥିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ ମାଧ୍ୟମରେ ଆଗାମୀ ଦିନରେ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ମହିଳାମାନେ ଆର୍ଥିକ ଭାବେ ଆହୁରି ସଶକ୍ତ ହେଲେ ନୂତନ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ’’, ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନଙ୍କୁ ସମ୍ବୋଧନ କରି କହିଛନ୍ତି ସୁଜାତା ଆର୍‌ କାର୍ତ୍ତିକେୟନ୍‌।

ଶ୍ରୀମତୀ କାର୍ତ୍ତିକେୟନ୍‌ ଆହୁରି କହିଥିଲେ, ‘‘ରାଜ୍ୟର ଗାଁ ଗହଳିରେ ଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏସଏମଇରେ ପରିଣତ କରିବାର ସମ୍ଭାବନା ରହିଛି। ଏଥିପାଇଁ ଉପଯୁକ୍ତ ନିବେଶର ଆବଶ୍ୟକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ମାଧ୍ୟମରେ ୩୦୦ କୋଟି ଟଙ୍କାର ୠଣ ବ୍ୟବସ୍ଥା କରାଯାଇଛି। ତା’ଛଡ଼ା ଏହି ମହିଳା ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ତାଲିମ ଦେବା ସହିତ ସେମାନଙ୍କର ଉତ୍ପାଦର ବଜାର ସଂଯୋଗୀକରଣ ଲାଗି ପଦକ୍ଷେପ ନିଆଯାଉଛି। ଏହିସବୁ ଦିଗରେ ପ୍ରଶାସନ ସହିତ ସ୍ଥାନୀୟ ଶିଳ୍ପ ସଙ୍ଗଠନ, ବିଭିନ୍ନ ଘରୋଇ ଶିଳ୍ପ ଏବଂ ଫିକିର ସଦସ୍ୟମାନେ ସହଯୋଗର ହାତ ବଢ଼ାଇଲେ ଏସଏଚଜି ମା’ମାନେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିବେ।’’

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି। ଏହା ସହିତ ସେଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏଚଜିର ଉତ୍ପାଦ ପ୍ରଦର୍ଶନ କରାଯିବ। ତେଣୁ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କୁ ଧାରଣା ଦେବା ଥିଲା ଏହି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ।

‘‘ମେକ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ନିବେଶକ କାର୍ଯ୍ୟକ୍ରମରେ ଆଜି ବହୁ ସଂଖ୍ୟାରେ ଏସଏଚଜି ମହିଳା ଯୋଗ ଦେଇଥିଲେ। ସେମାନେ ସ୍ଥାନୀୟ ଉଦ୍ୟୋଗୀ ତଥା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଉଦ୍ୟୋଗ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କ’ଣ ସବୁ ସୁଯୋଗ ରହିଛି ସେ ବିଷୟରେ ସେଠାରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହିତ ଏସଏଚଜି ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର କିପରି ଉଚିତ ବଜାର ସଂଯୋଗୀକରଣ କରାଯାଇପାରିବ ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ନୂଆ ଦିଗ ଦେଖାଇପାରିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ପ୍ରମୁଖ ୨୪ଟି କମ୍ପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଫଜିଏଲ, ଏନଟିପିସି ଦର୍ଲିପାଲି, ଏନଟିପିସି ଡୁଲୁଙ୍ଗା ଏବଂ ଓସିଏଲ୍‌ କମ୍ପାନି ଏସଏଚଜି ମା’ମାନଙ୍କଠାରୁ ୧ କୋଟି ୧୨ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଉତ୍ପାଦ କିଣିବା ପାଇଁ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ ଜେନା, ସୁନ୍ଦରଗଡ଼ ଜିଲ୍ଲା‌ ପରିଷଦର ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ‌ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ,  ଉପଜିଲ୍ଲାପାଳ ଦାଶରଥି ସରାବୁ,  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ବାସ୍କେ ଏବଂ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସହିତ ଫିକିର ଅଧିକାରୀମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ବିଶ୍ରା ବ୍ଲକର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଟାଙ୍ଗରପାଲି ବ୍ଲକର ଧନଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ସଫଳ ଏସଏଚଜି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ଏସଏଚଜିକୁ ବିଶେଷ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ସଦସ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟରେ ମିଶନ ଶକ୍ତି ମହିଳାମାନଙ୍କର ସଫଳ ଯାତ୍ରାକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦”ର ସଫଳ ରୂପାୟନ: ସୁନ୍ଦରଗଡ଼ରୁ ଶୁଭାରମ୍ଭ ହେବ କର୍ମଶାଳା 

ସୁନ୍ଦରଗଡ଼: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କରାଯିବ। ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ଠାରେ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜନସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ସେହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ଓ ପଦକ୍ଷେପ ନେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଚାଲିଥିବା ଏହି ଦୁଇଦିନିଆ ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ ବୁଧବାର ଦିନ ଶେଷ ହୋଇଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହାର ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ସେଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ। “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ଚିହ୍ନଟ କରି ଏହାର ଆଶୁ ସମାଧାନ କରିବାକୁ ପଡ଼ିବ। ସେହିପରି ସ୍ଥାନୀୟ ସମ୍ବଳର ଉଚିତ ଉପଯୋଗ ହୋଇପାରିଲେ ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ”, କହିଥିଲେ ଶ୍ରୀଯୁକ୍ତ ଅଗ୍ରୱାଲ।

ସୁନ୍ଦରଗଡ଼ ଜିଲ୍ଲା ଏସଡିଜିର ନୋଡାଲ ଅଧିକାରୀ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଏହି କର୍ମଶଳାରେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାର ୧୫ଟି ବିଭାଗର ସରକାରୀ ଅଧିକାରୀ ତଥା ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମୁଖ ୧୭ଟି ଲକ୍ଷ୍ୟ କିପରି ହାସଲ ହୋଇପାରିବ ସେ ବିଷୟରେ ଅଧିକାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ଆଗାମୀ ଦିନରେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀଯୁକ୍ତ ଅଗ୍ରୱାଲ ସୂଚନା ଦେଇଛନ୍ତି।

“ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦” ଏଜେଣ୍ଡାରେ ରହିଛି ରାଜ୍ୟରୁ ଦାରିଦ୍ର‌୍ୟ ସମ୍ପୂର୍ଣ୍ଣ ଦୂରୀକରଣ, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧାମୁକ୍ତ ରାଜ୍ୟ ଗଠନ କରିବା, ସମସ୍ତଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଲିଙ୍ଗଗତ ଅସମାନତା ଦୂର କରିବା, ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ସହ ପରିମଳ ପରିଚାଳନା ଉପରେ ଗୁରୁତ୍ୱ ଦେବା।

ସେହିପରି ଲୋକଙ୍କ ସୁବିଧା ପାଇଁ ଆଗାମୀ ଦିନରେ ନିରନ୍ତର ଅକ୍ଷୟ ଶକ୍ତି ସେବା ଉପଲବ୍ଧ କରିବା, ଭିତ୍ତିଭୂମି ନିର୍ମାଣ ସହ ଦୀର୍ଘସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ ମଧ୍ୟ ଏହି ତାଲିମ କର୍ମଶାଳା ମାଧ୍ୟମରେ ଗୁରୁତ୍ୱାରୋପ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନ ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ଏଥିରେ ରାଜ୍ୟ ଏସଡିଜି ସେଲର ସହକାରୀ ନିର୍ଦ୍ଦେଶିକା ଡକ୍ଟର ଉପାସନା ମହାପାତ୍ର, ସାମାଜିକ କ୍ଷେତ୍ର ବିଶେଷଜ୍ଞ (ପିଏମୟୁ, ଏସଡିଜି) ଡକ୍ଟର ରମେଶ ଚେଲାନ, ପରିବେଶ ବିଶେଷଜ୍ଞ ଜନ୍ମେଜୟ ମିଶ୍ର, ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି ପ୍ରମୁଖ ତାଲିମଦାତା ଭାବେ ଯୋଗ ଦେଇଥିଲେ।

ଏଥିରେ ଭାଗ ନେଇଥିବା ସରକାରୀ ଅଧିକାରୀ ଏବଂ ତାଲିମଦାତାମାନେ ସ୍ଥାନୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ସୁନ୍ଦରଗଡ଼ ସଦର ବ୍ଲକର କିରେଇ ଏବଂ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତ ପରିଦର୍ଶନ କରି ସେମାନେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ମିଶନଶକ୍ତିର ମା’, ଯୁବକ ଏବଂ ଚାଷୀମାନଙ୍କୁ ଭେଟି ସେମାନଙ୍କ ଦକ୍ଷତା ଓ ଜୀବିକା ଆଦି ବିଷୟରେ ପଚାରି ବୁଝିଥିଲେ। ସେଠାରୁ ଫେରି ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଉପଯୋଗ କରି କିଭଳି ଲୋକଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରାଯାଇପାରିବ ସେ ଦିଗରେ କର୍ମଶାଳାରେ ଅଧିକ ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ପ୍ରାୟ ୫୦୦ ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୯

ବରଗଡ ଜିଲ୍ଲାରୁ- ୯

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୨୪

ବୌଦ୍ଧ ଜିଲ୍ଲାରୁ- ୩୭

କଟକ ଜିଲ୍ଲାରୁ- ୧୬

ଦେବଗଡ ଜିଲ୍ଲାରୁ- ୪

ଗଜପତି ଜିଲ୍ଲାରୁ- ୬

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୧୦

ଝାରସୁଗୁଡା ଜିଲ୍ଲାରୁ- ୮

କଳାହାଣ୍ଡି ଜିଲ୍ଲାରୁ- ୧୬

କନ୍ଧମାଳ ଜିଲ୍ଲାରୁ- ୭

କେନ୍ଦ୍ରପଡା ଜିଲ୍ଲାରୁ- ୬

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୭୧

କୋରାପୁଟ ଜିଲ୍ଲାରୁ- ୫

ମୟୂରଭଞ୍ଜ ଜିଲ୍ଲାରୁ- ୧୭

ନବରଙ୍ଗପୁର ଜିଲ୍ଲାରୁ- ୨୭

ନୟାଗଡ ଜିଲ୍ଲାରୁ- ୧୧

ନୂଆପଡା ଜିଲ୍ଲାରୁ- ୧୭

ପୁରୀ ଜିଲ୍ଲାରୁ- ୫

ରାୟଗଡା ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୨୬

ସୋନପୁର ଜିଲ୍ଲାରୁ- ୭

ସୁନ୍ଦରଗଡ ଜିଲ୍ଲାରୁ- ୧୦୭

ଷ୍ଟେଟ ପୁଲରୁ- ୧୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୧ ହଜାର ୯୭୪ ଏବଂ ବର୍ତ୍ତମାନ ୨୯୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଆଉ ୪୮୭ ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୩

ବରଗଡ ଜିଲ୍ଲାରୁ- ୧୨

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧୧

ବୌଦ୍ଧ ଜିଲ୍ଲାରୁ- ୧୩

କଟକ ଜିଲ୍ଲାରୁ- ୩୧

ଦେବଗଡ ଜିଲ୍ଲାରୁ- ୩

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୬

ଗଞ୍ଜାମ ଜିଲ୍ଲାରୁ- ୭

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୯

ଝାରସୁଗୁଡା ଜିଲ୍ଲାରୁ- ୩

କଳାହାଣ୍ଡି ଜିଲ୍ଲାରୁ- ୨୧

କନ୍ଧମାଳ ଜିଲ୍ଲାରୁ- ୭

କେନ୍ଦ୍ରାପଡା ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୭୮

କୋରାପୁଟ ଜିଲ୍ଲାରୁ- ୫

ମୟୂରଭଞ୍ଜ ଜିଲ୍ଲାରୁ- ୧୫

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୧୪

ନୂଆପଡା ଜିଲ୍ଲାରୁ- ୧୫

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୯

ସମ୍ବଲପୁର ଜିଲ୍ଲାରୁ- ୩୯

ସୋନପୁର ଜିଲ୍ଲାରୁ- ୧୧

ସୁନ୍ଦରଗଡ ଜିଲ୍ଲାରୁ- ୧୩୭

ଷ୍ଟେଟ ପୁଲରୁ- ୧୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫ ହଜାର ୨୬୧ ଏବଂ ବର୍ତ୍ତମାନ ୫୫୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୯୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୭୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୦୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୩

ବରଗଡ ଜିଲ୍ଲାରୁ- ୪୪

ଭଦ୍ରକ ଜିଲ୍ଲାରୁ- ୧୨

ବଲାଙ୍ଗୀରି ଜିଲ୍ଲାରୁ- ୨୨

ବୌଦ୍ଧ ଜିଲ୍ଲାରୁ- ୧୦

କଟକ ଜିଲ୍ଲାରୁ- ୩୮

ଦେବଗଡ ଜିଲ୍ଲାରୁ- ୮

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୭

ଜଗତସିଂହପୁର ଜିଲ୍ଲାରୁ- ୮

ଯାଜପୁର ଜିଲ୍ଲାରୁ- ୧୬

ଝାରସୁଗୁଡା ଜିଲ୍ଲାରୁ- ୨୦

କଳାହାଣ୍ଡି ଜିଲ୍ଲାରୁ- ୩୦

କନ୍ଧମାଳ ଜିଲ୍ଲାରୁ- ୧୯

କେନ୍ଦ୍ରାପଡା ଜିଲ୍ଲାରୁ- ୮

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୧୫୦

କୋରାପୁଟ ଜିଲ୍ଲାରୁ- ୧୬

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୮୪

ନବରଙ୍ଗପୁର ଜିଲ୍ଲାରୁ- ୨୯

ନୟାଗଡ ଜିଲ୍ଲାରୁ- ୨୪

ନୂଆପଡା ଜିଲ୍ଲାରୁ- ୧୦

ପୁରୀ ଜିଲ୍ଲାରୁ- ୬

ରାୟଗଡା ଜିଲ୍ଲାରୁ- ୮

ସମ୍ବଲପୁର ଜିଲ୍ଲାରୁ- ୭୧

ସୋନପୁର ଜିଲ୍ଲାରୁ- ୨୩

ସୁନ୍ଦରଗଡ ଜିଲ୍ଲାରୁ- ୨୫୯

ଷ୍ଟେଟ ପୁଲରୁ- ୩୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୨ ହଜାର ୧୧୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୨୯୩ ଏବଂ ବର୍ତ୍ତମାନ ୬୬୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ପରାଗ ହର୍ଷଦ ଗାଭାଲି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ।

ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ସୁନ୍ଦରଗଡ଼ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜନସାଧାରଣଙ୍କ ସହଯୋଗ ଭିତ୍ତିରେ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯିବ। ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଜିଲ୍ଲାର ସାଧାରଣ ଲୋକେ ଯେପରି ବିଭିନ୍ନ ଯୋଜନାରୁ ସୁଫଳ ପାଇବେ ତା’ ଉପରେ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେବ।’’

୨୦୨୩ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ତେଣୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସହ ଏହାର ସଫଳ ପରିଚାଳନା ଉପରେ ପ୍ରାଥମିକତା ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଆଦିବାସୀ ଓ ସାଧାରଣ ଲୋକଙ୍କ ପାଖରେ କିପରି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପହଞ୍ଚି ପାରିବ ତା’ ଉପରେ ସେ ବିଶେଷ ଗୁରୁତ୍ୱ ଦେବେ ବୋଲି ଜିଲ୍ଲାପାଳ ଏହି ଅବସରରେ କହିଥିଲେ।

ଡାକ୍ତର ପରାଗ ହର୍ଷଦ ଗାଭାଲି ହେଉଛନ୍ତି ୨୦୧୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

‘‘ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ଆଦି କ୍ଷେତ୍ରକୁ ପ୍ରଶାସନ ପ୍ରାଥମିକତା ଦେବ। ଜନସାଧାରଣଙ୍କ ସହଯୋଗ ଭିତ୍ତିରେ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯିବ। ବିଶ୍ୱକପ ହକିର ସଫଳ ଆୟୋଜନ ଦିଗରେ ଗୁରୁତ୍ୱ ଦିଆଯିବ।’’ – ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲାପାଳ, ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ତାଙ୍କୁ ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼: ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ସେଠାରେ ପଢ଼ିବାର ସୁଯୋଗ ଦିଆଯାଉଛି। ପ୍ରଶାସନର ଏହି ବିଶେଷ ପ୍ରୋତ୍ସାହନ ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ବିଷୟରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇପାରୁଛନ୍ତି।

୨୦୨୨-୨୩ ଶିକ୍ଷାବର୍ଷ ଲାଗି ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଏହାର ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ସିଧାସଳଖ ବଲାଙ୍ଗୀରସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ। ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଶ୍ରୀ ଏକନାଥ ସୂଚନା ଦେଇଛନ୍ତି।

ଏହି ତାଲିମ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଗରିବ, ସାଧାରଣ ଏବଂ ଅଦିବାସୀ ଓ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ନେଇ ନିଜର ଭବିଷ୍ୟତର ସ୍ୱପ୍ନ ପୂରଣ କରିବା ଦିଗରେ ଏକ ନୂଆ ରାସ୍ତା ଖୋଲିପାରିଛି। ତେଣୁ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି।

ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ସଂପୃକ୍ତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ଏକ ଏମଓୟୁ ସ୍ୱାକ୍ଷର କରିଛି। ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବା ବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ – କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ତା\’ଛଡ଼ା ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଦଶମ ଓ +୨ ପାସ୍ କରିଥିବା ପ୍ରାର୍ଥୀମାନେ ଯୋଗ୍ୟତା ଭିତ୍ତିରେ ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଗ୍ରି, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସ ଲାଗି ଆବେଦନ କରିପାରିବେ।

ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍ କିପିଂ, ଫ୍ରଣ୍ଟ ଅଫିସ ଅପରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ କୋର୍ସ ଦିଆଯାଉଛି।

ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାକ୍ଟିକାଲ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି। ସେହିପରି ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି।