Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି
ଆଜିର ଖବର

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଶଙ୍ଖ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ୩ ଜଣ ନାବାଳିକା ଛାତ୍ରୀଙ୍କର ଜୀବନ ଯାଇଛି। ସୂଚନା ଅନୁଯାୟୀ, ଆଗାମୀ କରମା ପୂଜା ପାଇଁ ବାଲି ଆଣିବାକୁ ଢିପାପଡ଼ା ଓ ମଝାଟୋଲି ଅଞ୍ଚଳର ୫ ଜଣ ସାଙ୍ଗ ସ୍ଥାନୀୟ ଶଙ୍ଖ ନଦୀର ଧୋଇପଡ଼ା ନିକଟକୁ ଯାଇଥିଲେ। ନଦୀରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ୩ ଜଣ ଛାତ୍ରୀ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ନଦୀରୁ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ରାଏବୋଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ଏନେଇ ରାଏବୋଗା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ-୦୯/୨୬) ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ନଦୀରେ ବୁଡ଼ି ମୃତ୍ୟୁ ରାଉରକେଲା ଶଙ୍ଖ ନଦୀ ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ: ବିକଶିତ ଭାରତ ସଂକଳ୍ପ ସହ ଦେଶବାସୀ, ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଜଣାଇଲେ ଗଭୀର କୃତଜ୍ଞତା

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.