Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍।

ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ। ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍‌ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି। ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା। କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି।

ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଦୁଇ ବର୍ଷ ପୂର୍ବେ ମାସିକ ମାତ୍ର ୧୩.୩ ଜିବି ଥିଲା। ଅର୍ଥାତ ପ୍ରତି ଜିଓ ବ୍ୟବହାରକାରୀ ଦୁଇ ବର୍ଷ ପୂର୍ବ ସମୟ ତୁଳନାରେ ପ୍ରତି ମାସରେ ପାଖାପାଖି ୧୦ ଜିବି ଅଧିକ ଡାଟା ବ୍ୟବହାର କରୁଛନ୍ତି। ଜିଓ ନେଟ୍‌ୱର୍କରେ ଡାଟାର ହାରାହାରି ବ୍ୟବହାର ହାର ଟେଲିକମ୍ ଶିଳ୍ପର ହାରାହାରି ହାରଠାରୁ ଯଥେଷ୍ଟ ଅଧିକ ରହିଛି ।

ତ୍ରୈମାସିକ ଫଳାଫଳରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ୬୦ ହଜାର ସାଇଟ୍‌ରେ ୩.୫ ଲକ୍ଷରୁ ଅଧିକ ୫ଜି ସେଲ୍ ଲଗାଇସାରିଛି। ଦେଶର ୨୩୦୦ ସହର ଓ ନଗରରେ ଜିଓ ଟ୍ରୁ-୫ଜି ପହଂଚିସାରିଛି ଏବଂ ଜିଓ ଗ୍ରାହକ ବହୂଳ ଭାବରେ ୫ଜି ସେବାକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ୱରେ ଏହା ସବୁଠାରୁ ଦ୍ରୁତତମ ୫ଜି ସେବା ଶୁଭାରମ୍ଭ । ୨୦୨୩ ଶେଷ ସୁଦ୍ଧା କଂପାନି ସାରା ଦେଶରେ ୫ଜି ନେଟ୍‌ୱର୍କ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ କଂପାନି ଏୟାରଫାଇବର୍‌ର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ଆସନ୍ତା କିଛି ମାସ ଭିତରେ ଏହାର ଶୁଭାରମ୍ଭ କରିବାକୁ ଜିଓ ଆଶା ରଖିଛି। ୧୦ କୋଟି ଘରକୁ ଫାଇବର ଓ ଏୟାରଫାଇବର ସହ ଯୋଡ଼ିବାକୁ ଜିଓ ଲକ୍ଷ୍ୟ ରଖିଛି।
ତ୍ରୈମାସିକ ତଥ୍ୟ ଅନୁସାରେ ଜିଓର ଗ୍ରାହକ ପିଛା ହାରାହାରି ମାସିକ ରାଜସ୍ୱ (ଆର୍‌ପୁ) ୧୭୮.୮ ଟଙ୍କାକୁ ବୃଦ୍ଧି ପାଇଛି।

କଂପାନିର ନେଟ୍‌ୱର୍କରେ ପ୍ରତିଦିନ ବ୍ୟବହାରକାରୀମାନେ ୧୪୫୯ କୋଟି ମିନିଟ୍ ଭଏସ୍ କଲିଂରେ କଥାବାର୍ତା ହେଉଛନ୍ତି । ଏହାର ଅର୍ଥ ହେଉଛି ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ପ୍ରତି ମାସରେ ହାରାହାରି ୧୦୦୩ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।

୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି। ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।
ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍ ହିସାବ କରାଯାଉଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

ମୁମ୍ବାଇ / ଭୁବନେଶ୍ୱର:  ମୁମ୍ବାଇରେ କୋଭିଡ୍ ସଂକ୍ରମଣରେ ଦେଖାଦେଇଥିବା ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଲାଗି ଏହାର ପରିଚାଳନାରେ ବ୍ୟାପକ ସଂପ୍ରସାରଣ କରାଯାଇଛି ।

ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି:

ଏନ୍‌ଏସ୍‌ସିଆଇରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ୬୫୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥାର ପରିଚାଳନା କରିବ:

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ (ଇନଟେନସିଭ କେୟାର ୟୁନିଟ୍‌) ଶଯ୍ୟା ସୃଷ୍ଟି, କାର‌୍ୟ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର‌୍ୟ୍ୟାୟକ୍ରମେ କାର‌୍ୟ୍ୟକ୍ଷମ ହେବ । ବର୍ତମାନ କାର‌୍ୟ୍ୟକ୍ଷମ ଥିବା ୫୫୦ ଶଯ୍ୟାର ୱାର୍ଡର ପରିଚାଳନା ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ମେ’ ୧ରୁ ନିଜ ହାତକୁ ନେବ । ଏଥି ସହିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ (ଆର୍‌ଏଫ୍‌ଏଚ୍‌) କୋଭିଡ୍ ରୋଗୀମାନଙ୍କ ପାଇଁ ମୋଟ ୬୫୦ ଶଯ୍ୟାର ପରିଚାଳନା କାର‌୍ୟ୍ୟ ନିର୍ବାହ କରିବ ।

ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣ ମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ । ଏନ୍‌ଏସ୍‌ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ସମସ୍ତ କୋଭିଡ୍ ରୋଗୀଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ଓ ବିଏମସି ତରଫରୁ ଭାରତର ପ୍ରଥମ କୋଭିଡ୍ ହସ୍ପିଟାଲ୍‌କୁ ମୁମ୍ବାଇର ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଉତ୍ସର୍ଗୀକୃତ ୨୨୫ ଶଯ୍ୟା ସହିତ ସ୍ଥାପନ କରାଯାଇଛି । ୨୨୫ଟି ଶଯ୍ୟା ମଧ୍ୟରୁ ୨୦ଟି ଆଇସିୟୁ ଶଯ୍ୟା ସହିତ ୧୦୦ଟି ଶଯ୍ୟାକୁ ସାର ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରୁଛି । ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଅତିରିକ୍ତ ୨୫ ଆଇସିୟୁ ଶଯ୍ୟାର ସମ୍ପ୍ରସାରଣ କରାଯାଇଛି । ଏହି ସମ୍ପ୍ରସାରଣରେ ୪୫ଟି ଆଇସିୟୁ ଶଯ୍ୟା ସମେତ ମୋଟ ୧୨୫ଟି ଶଯ୍ୟା ସୃଷ୍ଟି ହୋଇଛି ଯାହାକୁ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରିବ ।

ସ୍ୱଳ୍ପ, ମଧ୍ୟମ ଏବଂ ଲକ୍ଷଣବିହୀନ ରୋଗୀମାନଙ୍କ ଚିକିତ୍ସା ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ କରିବା ଲାଗି ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ସ୍ଥିତ ଦି ଟ୍ରାଇଡେଂଟ୍ ହୋଟେଲ୍‌ରେ ୧୦୦ ଶଯ୍ୟା କାର‌୍ୟ୍ୟକ୍ଷମ କରାଯାଉଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ପର‌୍ୟ୍ୟଟନ ଓ ପରିବେଶ ମନ୍ତ୍ରୀ, ବରିଷ୍ଠ ଏମ୍‌ସିଜିଏମ୍ ଅଧିକାରୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ଓ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏନ୍‌ଏସ୍‌ସିଆଇ, ସେଭେନ୍ ହିଲସ୍ ହସ୍ପିଟାଲ୍ ଓ ବିକେସିର ଦି ଟ୍ରାଇଡେଂଟ୍‌କୁ ମିଶାଇ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପ୍ରାୟ ୮୭୫ ଶଯ୍ୟା ପରିଚାଳନା କରିବ ଯେଉଁଥିରେ ୧୪୫ ଆଇସିୟୁ ଶଯ୍ୟା ସାମିଲ ରହିଛି । ଯେକୌଣସି ଦାତବ୍ୟ ଅନୁଷ୍ଠାନ ତରଫରୁ ମୁମ୍ବାଇରେ କୋଭିଡ୍ ଚିକିତ୍ସା ଓ ଯତ୍ନ ପାଇଁ ଏହା ହେଉଛି ସର୍ବବୃହତ ଯୋଗଦାନ ।

ବର୍ଦ୍ଧିତ କୋଭିଡ୍ ବ୍ୟବସ୍ଥା ଓ ଭିତିଭୁମି ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି, କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନ ଦେଶ ପାଇଁ ସେବା କ୍ଷେତ୍ରରେ ସର୍ବଦା ଆଗରେ ରହିଛି ଏବଂ ମହାମାରୀ ବିରୋଧରେ ଭାରତର ନିରନ୍ତର ଲଢ଼େଇକୁ ସମର୍ଥନ କରିବା ହେଉଛି ଆମର ଦାୟିତ୍ୱ । ଆମର ଡାକ୍ତର ଓ ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀ ତଥା କର୍ମଚାରୀମାନେ ଅକ୍ଳାନ୍ତ କାର‌୍ୟ୍ୟ କରୁଛନ୍ତି ଏବଂ ଚିକିତ୍ସା ଓ ଯତ୍ନ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଶ୍ରେଷ୍ଠ ଡାକ୍ତରୀ ଚିକିତ୍ସା ପଅଦାନ କରି ସେମାନେ ମୂଲ୍ୟବାନ ଜୀବନ ରକ୍ଷା କରିବା ଜାରି ରଖିଛନ୍ତି । ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ସାରା ମୁମ୍ବାଇ ସହରରେ ୮୭୫ ହସ୍ପିଟାଲ୍ ଶଯ୍ୟା ପରିଚାଳନା କରିବ ।’’

“ଆମେ ମଧ୍ୟ ବିନା ମୂଲ୍ୟରେ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ (ଅମ୍ଳଜାନ) ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ଡାମନ ଆଣ୍ଡ୍ ଡିଉ ଓ ନାଗର ହାଭେଲିକୁ ପ୍ରଦାନ କରୁଛୁ । ଏହାକୁ ଆହୁରି ସମ୍ପ୍ରସାରିତ ମଧ୍ୟ କରାଯାଉଛି । ଭାରତ ଓ ମୁମ୍ବାଇ ସହର ପାଇଁ ଏହି କଠିନ ସମୟରେ ଭାରତୀୟ ଭାବେ ଲୋକମାନଙ୍କ ସେବା ଲାଗି ଯାହା ସମ୍ଭବ ତାହା ଦ୍ରୁତ ଗତିରେ କରିବା ଲାଗି ଆମେ ପ୍ରତିବଦ୍ଧ । କରୋନା ହାରିବ, ଭାରତ ଜିତିବ’’ ବୋଲି ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶ୍ୱର ସର୍ବବୃହତ ଭୋଜନ ବିତରଣ କାର‌୍ୟ୍ୟକ୍ରମ ଅନ୍ନ ସେବା ଆରମ୍ଭ କରି ୫.୫ କୋଟି ଭୋଜନ ପ୍ରଦାନ କରାଯାଇଥିଲା । ଏହା ସହିତ କୋଭିଡ୍ ବିରୋଧ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ମଧ୍ୟରେ ରହିଥିଲା ମୁମ୍ବାଇର ଦେଓନାରର ସ୍ପନ୍ଦନ ହୋଲିଷ୍ଟିକ୍ ମଦର-ଆଣ୍ଡ୍‌-ଚାଇଲଡ୍ କେୟାର ହସ୍ପିଟାଲ୍‌ରେ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ନୂଆ କୋଭିଡ୍ କେୟାର ବ୍ୟବସ୍ଥା ଏବଂ ମୁମ୍ବାଇରେ ବିଏମ୍‌ସି ସହଯୋଗରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ତରଫରୁ ଏଚ୍‌ବିଟି ଟ୍ରମା ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ୧୦-ଶଯ୍ୟା ବିଶିଷ୍ଟ ଡାଏଲିସିସି କେନ୍ଦ୍ର ସ୍ଥାପନ ଇତ୍ୟାଦି ।

Categories
ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓୟାରଲେସ୍ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା କ୍ୱାଲ୍‌କମ୍ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି ।

କ୍ୱାଲ୍‌କମ୍ ଭେଞ୍ଚର୍ସର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୧୫% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଭାରତୀୟ ଗ୍ରାହକଙ୍କ ପାଇଁ ଆଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବା ପାଇଁ ଜିଓ ପ୍ଲାଟଫର୍ମସ୍‌ର ଯାତ୍ରାରେ ସହାୟକ ହେବା ସହିତ ଏହି ନିବେଶ କ୍ୱାଲ୍‌କମ୍ ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮.୮ କୋଟିରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

କ୍ୱାଲ୍‌କମ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିନବ ଓୟାରଲେସ୍ ପ୍ରଯୁକ୍ତି ସଂସ୍ଥା ଓ ୫ଜିର ବିକାଶ, ପ୍ରବର୍ତ୍ତନ ଓ ସଂପ୍ରସାରଣ ପଛର ଶକ୍ତି । ଗବେଷଣା ଓ ବିକାଶ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଭାବେ ୬୨ ବିଲିଅନ୍ ଡଲାରରୁ ଅଧିକ ପୁଞ୍ଜିନିବେଶ ସହ ନୂତନତ୍ୱ ସୃଷ୍ଟି ଦିଗରେ ୩୫ ବର୍ଷ ଏବଂ ୧,୪୦,୦୦୦ ପେଟେଣ୍ଟ୍‌୍ ଓ ପେଟେଣ୍ଟ୍ ଆପ୍ଲିକେସନ୍ ସହ ନୂତନତ୍ୱକୁ ଇନ୍ଧନ ଦେବା ଏବଂ ଭାରତୀୟ ପ୍ରଯୁକ୍ତିର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ କ୍ୱାଲ୍‌କମ୍ ପ୍ରତିବଦ୍ଧ । କ୍ୱାଲକମ୍ ଭେଂଚର୍ସ ହେଉଛି ଏକ ବିଶ୍ୱସ୍ତରୀୟ ପାଣ୍ଠି ଯାହା ଓୟାରଲେସ୍ ପରିବେଶ ବା ଇକୋସିଷ୍ଟମ୍ ଯଥା ୫ଜି, ଏଆଇ, ଆଇଓଟି, ଅଟୋମୋଟିଭ୍‌, ନେଟୱର୍କିଂ ଓ ଏଣ୍ଟରପ୍ରାଇଜ୍ ଆଦି କ୍ଷେତ୍ରର ଅଗ୍ରଣୀ କଂପାନିସମୂହରେ ନିବେଶ କରୁଛି । ଭାରତରେ କ୍ୱାଲକମ୍ ଭେଞ୍ଚର୍ସ ପକ୍ଷରୁ ଦୁଗ୍ଧ, ପରିବହନରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ପ୍ରମୁଖ ସ୍ଥାନୀୟ ସମସ୍ୟା ସମାଧାନ କରୁଥିବା ସଂସ୍ଥା ଏବଂ ଭାରତ ଓ ବିଶ୍ୱ ବଜାର ପାଇଁ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଉତ୍ପାଦ ନିର୍ମାଣ କରୁଥିବା କଂପାନିଗୁଡିକରେ ନିବେଶ କରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ପ୍ଲାଟଫର୍ମସ୍‌ର ନିବେଶକ ଭାବେ କ୍ୱାଲକମ୍ ଭେଂଚର୍ସକୁ ସ୍ୱାଗତ କରୁଥିବାରୁ ମୁଁ ଆଜି ଉଲ୍ଲସିତ। ଅନେକ ବର୍ଷ ଧରି କ୍ୱାଲକମ୍ ଏକ ମୂଲ୍ୟବାନ ନିବେଶକ ହୋଇ ରହିଛି ଏବଂ ଏକ ସୁଦୃଢ଼ ଓ ସୁରକ୍ଷିତ ଡିଜିଟାଲ୍ ନେଟ୍‌ୱର୍କ ଗଠନ କରି ସବୁ କିଛିକୁ ଯୋଡ଼ିବା ଏବଂ ଭାରତରେ ପ୍ରତିଟି ଲୋକଙ୍କ ପାଖକୁ ଡିଜିଯାଲ୍ ସଂଯୋଗର ଲାଭ ପହଞ୍ଚାଇବା ଆମ ଉଭୟଙ୍କ ଲକ୍ଷ୍ୟ ରହିଛି । ଓୟାରଲେସ୍ ପ୍ରଯୁକ୍ତିରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଭାବେ କ୍ୱାଲ୍‌କମ୍ ଗଭୀର ପ୍ରଯୁକ୍ତି ଜ୍ଞାନ ଏବଂ ଅଭିଜ୍ଞତା ପ୍ରଦାନ କରୁଛି ଯାହା ଆମକୁ ଆମର ୫ଜି ଲକ୍ଷ୍ୟ ହାସଲ କରିବାରେ ଏବଂ ଭାରତରେ ଉଭୟ ଲୋକ ଓ ଉଦ୍ୟୋଗଗୁଡ଼ିକ ପାଇଁ ଡିଜିଟାଲ୍ ପରିବର୍ତନ ଆଣିବାରେ ସହାୟକ ହେବ ।”

ଷ୍ଟିଭ୍ ମୋଲେନ୍‌କଫ୍‌, ସିଇଓ, କ୍ୱାଲ୍‌କମ୍ ଇନକର୍ପୋରେଟେଡ୍ କହିଛନ୍ତି ଯେ, “ସବୁ ଲୋକଙ୍କୁ ଓ ସବୁ କିଛି ପାଇଁ ଡିଜିଟାଲ୍ ସଂଯୋଗର ଲାଭ ସଂପ୍ରସାରିତ କରିବାର ଆମର ମିଳିତ ଲକ୍ଷ୍ୟ ସହିତ, ଆମେ ଆଶା କରୁଛୁ ଯେ ଭାରତୀୟ ଗ୍ରାହକଙ୍କୁ ଜିଓ ପ୍ଲାଟଫର୍ମସ୍ ନୂଆ ପ୍ରକାର ସେବା ଓ ଅନୁଭୂତି ପ୍ରଦାନ କରିବ । ଅତୁଳନୀୟ ସ୍ପିଡ୍ ବିକଶିତ ହେଉଥିବା ବ୍ୟବହାରିକ ଉଦାହରଣ ସହିତ ଆଗାମୀ ବର୍ଷଗୁଡ଼ିକରେ ୫ଜି ପ୍ରତିଟି ଶିଳ୍ପରେ ପରିବର୍ତ୍ତନ ଆଣିବା ଆଶା କରାଯାଉଛି।

ଜିଓ ପ୍ଲାଟଫର୍ମସ୍ ଏହାର ବ୍ୟାପକ ଡିଜିଟାଲ୍ ଓ ପ୍ରଯୁକ୍ତି ଦକ୍ଷତା ଜରିଆରେ ଭାରତରେ ଡିଜିଟାଲ୍ ବିପ୍ଳବକୁ ଆଗକୁ ବଢ଼ାଉଛି । ଭାରତରେ ଦୀର୍ଘବର୍ଷର ଉପସ୍ଥିତି ସହ ନିବେଶକ ଭାବେ ଭାରତର ଡିଜିଟାଲ୍ ଅର୍ଥନୀତିରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜିଓ ରଖିଥିବା ଲକ୍ଷ୍ୟରେ ଏକ ଭୂମିକା ନିର୍ବାହ କରିବାକୁ ଆମେ ଆଶାନ୍ୱିତ ।”

ଏହି ସହଭାଗିତା ଆବଶ୍ୟକୀୟ ସର୍ତାବଳୀ ପୂରଣ ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । କ୍ୱାଲକମ୍ ଭେଞ୍ଚର୍ସ ପାଇଁ ଟ୍ରାଇଲିଗାଲ୍ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛି ।

Categories
ବିଶେଷ ଖବର

ରିଲାଏନ୍ସ ଜିଓ ଘୋଷଣା କଲା ନୂଆ “ଅଲ-ଇନ-ୱାନ ପ୍ଲାନ”; ଜାଣି ନିଅନ୍ତୁ ମାତ୍ର 199 ଟଙ୍କାରେ କଣ ରହିଛି ସୁବିଧା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 4/12:  ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ଆଜି ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି। ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ କରାଯିବ। ଡିସେମ୍ବର ୬ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ଲାନ ସମୂହ ମଧ୍ୟରେ ରହିଛି ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଏକମାସ ଅବଧିର ୧୯୯ ଟଙ୍କା ମୂଲ୍ୟର ପ୍ଲାନ ଯେଉଁଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା।

ସେହିଭଳି ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଦୁଇ ମାସ ଅବଧିର ପ୍ଲାନର ମୂଲ୍ୟ ୩୯୯ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୨୦୦୦ ମିନିଟର କଲ ସୁବିଧା ରହିଛି।  ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ତିନି ମାସ ଅବଧିର ପ୍ଲାନର ମୂଲ୍ୟ ୫୫୫ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୩୦୦୦ ମିନିଟର କଲ ସୁବିଧା ରହିଛି। ଏହି କ୍ରମରେ ୩୬୫ ଦିନ ଅବଧିର ପ୍ଲାନ ର ମୂଲ୍ୟ ୨୧୯୯ ଟଙ୍କା ରହିଥିବା ବେଳେ ଏଥିରେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୨୦୦୦ ମିନିଟର କଲ ସୁବିଧା ରହିଛି।

ଏଥିସହିତ ଜିଓ ପକ୍ଷରୁ ମଧ୍ୟ ଦୈନିକ ୨ ଜିବି ଓ ତିନି ଜିବି ଡାଟା ମିଳୁଥିବା ଭିନ୍ନ ଭିନ୍ନ ଅବଧିର ପ୍ଲାନ ସମୂହ ଘୋଷଣା କରାଯାଇଛି। ଅଧିକ କଲ ଓ କମ ଡାଟା ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଜିଓ ପକ୍ଷରୁ ଘୋଷଣା କରାଯାଇଥିବା ସୁଲଭ ପ୍ଲାନଗୁଡିକ ମଧ୍ୟରେ ରହିଛି ୧୨୯ ଟଙ୍କା ମୂଲ୍ୟର ଏକ ମାସ ବା ୨୮ ଦିନ ଅବଧିର ପ୍ଲାନ। ଏଥିରେ ୨ ଜିବି ଡାଟା ସହିତ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା ରହିଛି। ସମାନ ପ୍ରକାରର ସୁବିଧା ରହିଥିବା ତିନି ମାସ ଅବଧିର ପ୍ଲାନ ମୂଲ୍ୟ ୩୨୯ ଟଙ୍କା ଓ ଏକ ବର୍ଷ ଅବଧିର ପ୍ଲାନର ମୂଲ୍ୟ ୧୨୯୯ ଟଙ୍କା ରହିଛି।

ସମସ୍ତ ପ୍ଲାନ ସହିତ ଜିଓ ପ୍ରାଇମ ଅନ୍ତର୍ଗତ ଉପଲବ୍ଧ ସମସ୍ତ ଆପ୍ସର ସବସ୍କ୍ରିପସନ ଗ୍ରାହକମାନଙ୍କୁ ମାଗଣାରେ ମିଳିପାରିବ ବୋଲି ଜିଓ ପକ୍ଷରୁ କୁହାଯାଇଛି। ଏଥି ମଧ୍ୟରେ ରହିଥିବା ପ୍ରମୁଖ ଓ ଲୋକପ୍ରିୟ ଆପ୍ସଗୁଡିକ ମଧ୍ୟରେ ରହିଛି ୧୦୦ରୁ ଉର୍ଧ୍ଵ ଏଚଡି ଚାନେଲ ସମେତ ୬୦୦ରୁ ଉର୍ଧ୍ଵ ଟିଭି ଚାନେଲ ଉପଲବ୍ଧ ହେଉଥିବା ଜିଓ ଟିଭି; ୧୦୦୦୦ରୁ ଉର୍ଧ୍ଵ ମୁଭି (ସିନେମା), ଲକ୍ଷାଧିକ ଟିଭି ଶୋ ଓ ଧାରାବାହିକ ଓ ପ୍ରିମିୟମ ଅରିଜିନାଲ ଭିଡ଼ିଓ କଣ୍ଟେଣ୍ଟ ରହିଥିବା ଜିଓ ସିନେମା; ପାଞ୍ଚ କୋଟିରୁ ଉର୍ଧ୍ଵ ଗୀତ ଓ ମାଗଣା କଲର ଟ୍ୟୁନର ସର୍ବବୃହତ ଲାଇବ୍ରେରୀ ଜିଓସାୱନ; ୧୫୦ରୁ ଉର୍ଧ୍ଵ ଲାଇଭ ନ୍ୟୂଜ଼ ଚାନେଲ, ୩୦୦ ରୁ ଉର୍ଧ୍ଵ ଖବରକାଗଜ ଓ ୮୦୦ରୁ ଉର୍ଧ୍ଵ ପତ୍ରିକା ରହିଥିବା ଜିଓ ନ୍ୟୂଜ଼ ଏବଂ ଜିଓ କ୍ଲାଉଡ଼, ଜିଓ ସିକ୍ୟୁରିଟି, ଜିଓ ହେଲଥ କ୍ଳବ ଭଳି ପ୍ରିମିୟମ ଆପ୍ସ ସମୂହ।