Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ
ଜାତୀୟ ଖବର

ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ

November 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।

୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି। ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।
ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍ ହିସାବ କରାଯାଉଛି ।

jio reliance Reliance JIO ରିଲାଏନସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

National Handloom Day: ବୟନ ବିଭାଗ ଅଗଷ୍ଟ ୫ ତାରିଖରୁ କରିବ ଭିନ୍ନ ଏକ ପ୍ରଦର୍ଶନୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.