Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜୁଏଲ୍ସ ଭାଲେଂଟାଇନ୍ ଡେ ୨୦୨୪ ନୂତନ କଲେକ୍ସନର ଶୁଭାରମ୍ଭ

ମୁମ୍ବାଇ: ଭାଲେନ୍ଟାଇନ୍ ଦିବସ ଅବସରରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ବିଶ୍ୱସ୍ତ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର କଲେକ୍ସନର ଶୁଭାରମ୍ଭ କରିଛି । ଏହି ଅବସରରେ ସମଗ୍ର ବିଶ୍ୱରେ ସାଥୀଙ୍କ ସହିତ ଉତ୍ସବ ପାଳନ କରାଯାଏ ।

ଭାଲେଂଟାଇନ୍ ଦିବସର ପ୍ରକୃତ ଭାବନାକୁ ପାଳନ କରି ରିଲାଏନ୍ସ ଜୁଏଲ୍ସ ୧୪ କ୍ୟାରେଟ୍ ୟେଲୋ ଗୋଲ୍ଡ, ରୋଜ୍ ଗୋଲ୍ଡ ଓ ହୀରାରେ ନିର୍ମିତ ଚମତ୍କାର ଭାବରେ ପ୍ରସ୍ତୁତ ମୁଦି, କପଲ ବ୍ୟାଣ୍ଡ ଓ ପେଂଡେଟର ଏକ ସ୍ୱତନ୍ତ୍ର କଲେକ୍ସନ ଶୁଭାରମ୍ଭ କରିଛି, ଯାହା ଦମ୍ପତିଙ୍କ ମଧ୍ୟରେ ପ୍ରେମର ନିରନ୍ତର ସ୍ମରଣ କରାଇଥାଏ । ଏହି କଳେକ୍ସନରେ ରିଲାଏନ୍ସ ଜୁଏଲ୍ସର ଭିନ୍ନ ଭିନ୍ନ ଡିଜାଇନ୍ ଦୈନନ୍ଦିନ ଲୁକକୁ ଉନ୍ନତ କରିବା ପାଇଁ ଷ୍ଟାଇଲ ଓ ଆରାମକୁ ପ୍ରତିଫଳିତ କରିଥାଏ।

ଜଣେ ନାରୀଙ୍କ ଯାତ୍ରା ପଥରେ ଉଜ୍ଜ୍ୱଳତା ଓ ସୌନ୍ଦର୍ଯ୍ୟର ଭାବନାକୁ ଗ୍ରହଣ କରିବା ପାଇଁ ଏହି କଲେକ୍ସନଟି ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ବିଭିନ୍ନ ବର୍ଗର ମହିଳାଙ୍କ କଠିନ ପରିଶ୍ରମକୁ ସମ୍ମାନ ପ୍ରଦାନ କରାଯାଇଛି । ସାହସିକ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଓ ଜଟିଳ ଭାବରେ ଡିଜାଇନ୍ କରାଯାଇଥିବା ପିସ୍ ଗୁଡ଼ିକ, ମହିଳାମାନେ ସେମାନଙ୍କ ସାଥୀଙ୍କ ପାଇଁ ଶକ୍ତିଶାଳୀ ହେବାର ଏକ ନୂତନ ଦୃଷ୍ଟିକୋଣ ସହିତ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳିତ କରେ । ରିଲାଏନ୍ସ ଜୁଏଲ୍ସର ନୂତନ କ୍ୟାମ୍ପେନ #ମାଇଁଷ୍ଟ୍ରଙ୍ଗରହାଫ୍ ସହିତ ଏହି ସଂଗ୍ରହ ସଂଯୁକ୍ତ, ଯେଉଁଠାରେ ଜୀବନର ସମସ୍ତ ଉତଥାନ- ପତନରେ ପୁରୁଷମାନଙ୍କୁ ଉତ୍ସାହିତ ଓ ସମର୍ଥନ କରିବା ସହିତ ମହିଳାମାନେ ଜୀବନର ଯାତ୍ରାକୁ ଉପଭୋଗ କରିପାରିବେ ।

ଭାଲେଂଟାଇନ୍ସ ଦିବସ ସବୁବେଳେ ପ୍ରକୃତ ପ୍ରେମ ସାରର ପ୍ରତୀକ । ଏହା ଦମ୍ପତିଙ୍କ ମଧ୍ୟରେ ଥିବା ବନ୍ଧନ, ପରସ୍ପର ପ୍ରତି ସେମାନଙ୍କ ଭଲ ପାଇବା ଓ ପ୍ରଶଂସାକୁ ପ୍ରତିନିଧିତ୍ୱ କରେ । ରିଲାଏନ୍ସ ଜୁଏଲ୍ସ ଆଜିର ଦୁନିଆଁରେ ଏକାଧିକ ଭୂମିକା ନିର୍ବାହ କରୁଥିବା ମହିଳାଙ୍କ ଶକ୍ତି ଏବଂ ଉପଲବ୍ଧିକୁ ଅତ୍ୟନ୍ତ ଦୃଢ଼ତାର ସହିତ ଉପସ୍ଥାପନ କରିବା ପାଇଁ ଏହି ସଂଗ୍ରହ ଆରମ୍ଭ କରିଛି ।

ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କୁ ଅନଲାଇନ୍ ଓ ବଛା ବଛା ଷ୍ଟୋରରେ ସୁନ୍ଦର କଲେକ୍ସନକୁ ଉପଭୋଗ କରିବା ପାଇଁ ଆମନ୍ତ୍ରିତ କରୁଛି ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ :

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର । ଏହାର ୪୦୦+ ଫ୍ଲାଗସିପ୍ ସୋରୁମ୍ ଓ ସପ୍‌-ଇନ-ସପ୍ ସାରା ଭାରତର ୨୦୦+ ସହରରେ ରହିଛି । ଏହି ବ୍ରାଣ୍ଡରେ ଅନେକ ଡିଜାଇନର ସୁନା, ହୀରା ଓ ରୂପା ଗହଣାର କଲେକ୍‌ସନ ରହିଛି । ଡିଜାଇନ୍ ଓ କାରିଗରୀ ଉପରେ ଧ୍ୟାନ ପ୍ରଦାନ କରିବା ସହିତ, ଏହି ବ୍ରାଣ୍ଡ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ୍ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରୁଛି ଯାହାକି ଭାରତର ଐତିହ୍ୟର କଳାକୃତି ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅଟେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି ।

ଏହି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳ ରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ।

ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ। ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି।

ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି।

ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାଇବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ପରିବେଶ ସହନଶୀଳତାକୁ ସୁନିଶ୍ଚିତ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।

୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି। ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।
ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍ ହିସାବ କରାଯାଉଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ ।

ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ । ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ ।

ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ ।

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ରିଲାଏନ୍ସ କଂପାନୀ ଲାଭ କରିଛି ୧୯ ହଜାର ୪୪୩ କୋଟି ଟଙ୍କା

ମୁମ୍ବାଇ/ ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା ହୋଇଛି ।

ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି ।

ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି । ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।

ରିଲାଏନ୍ସର ଓ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି । ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି ।

ଏହିଭଳି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି । ୨୦୨୨ ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ କଂପାନିର ନିଟ୍ ଲାଭ ୨୩.୮ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ୩,୫୦୧ କୋଟି ଟଙ୍କା ଥିଲା ।

୨୦୨୨ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ପରିଚାଳନାରୁ ରିଲାଏନ୍ସ ଜିଓର ରାଜସ୍ୱ ୨୧,୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ ।

Categories
MakarSankrati ବିଶେଷ ଖବର ବ୍ୟବସାୟ

ମକରସଂକ୍ରାନ୍ତି ପାଇଁ ରିଲାଏନ୍ସ ଜୁଏଲ୍ସ ଆଣିଲା ସୂର୍ଯ୍ୟରଶ୍ମୀ ଦ୍ବାରା ଅନୁପ୍ରେରିତ ନୂଆ ହୀରା ଅଳଙ୍କାର

ଭୁବନେଶ୍ବର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଡାଏମଣ୍ଡ ନେକଲେସ ସେଟର ଆକର୍ଷଣୀୟ ଡିଜାଇନ୍ ଲୋହରି ଓ ମକର ସଂକ୍ରାନ୍ତିର ପାର୍ବଣର ଆଗମନ ଅବସରରେ ପ୍ରସ୍ତୁତ କରାଯାଇଛି । ଏହାର ଥିମ୍ ରହିଛି “ଉତ୍ସବ ସୁନେହେରେ ପଲୋଁକା”, ରିଲାଏନ୍ସ ଜୁଏଲ୍ସ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ଏକ ଲାଇନକୁ ଉପସ୍ଥାପନ କରୁଛି ଯାହାକି ସୂର୍ଯ୍ୟ କିରଣ ଦ୍ୱାରା ଅନୁପ୍ରେରିତ ।

ପ୍ରତି ଦିନ ସୂର୍ଯ୍ୟ କିରଣ ଆମ ଜୀବନରେ ଏକ ନୂତନ ଉତ୍ସାହ ଓ ଆନନ୍ଦ ଭରିଦିଏ । ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍ ନେଇ ଆସିଛି ଯାହାକି ଆଶା ଓ ଉତ୍ସାହକୁ ପୁନର୍ଜିବିତ କରିଥାଏ । ଏହି ଡାଏମଣ୍ଡର ପ୍ରତିଟି ପିସ୍ କୁ ଅତ୍ୟନ୍ତ ଯତ୍ନ ସହକାରେ ଡିଜାଇନ୍ କରାଯାଇଛି । ଏହା ପ୍ରତି ଦିନର ସୂର୍ଯ୍ୟ କିରଣ ପରି ଖୁସି ଓ ନୂତନ ଶୁଭାରମ୍ଭକୁ ସୂଚୀତ କରିଥାଏ ।

ଅନେକ ଗୁଡ଼ିଏ ସୁନ୍ଦର ଓ ସ୍ୱତନ୍ତ୍ର ଡିଜାଇନ୍ ସହିତ, ବ୍ୟକ୍ତିଗତ ଜୁଏଲାରୀ କଲେକ୍ସନରେ ଏହି କଲେକ୍ସନ ଏକ ଉତ୍କୃଷ୍ଟ ଜୁଏଲାରୀ ଅଟେ। ଏହାକୁ ଆପଣ ନିଜର ପ୍ରିୟଜନଙ୍କୁ ଏହି ଶୁଭ ଅବସରରେ ଉପହାର ସ୍ୱରୂପ ପ୍ରଦାନ କରିପାରିବେ।

ଏହି ନୂତନ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ନୂତନ କଲେକ୍ସନର ଶୁଭାରମ୍ଭ ସହିତ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର ଅଫରର ଘୋଷଣା କରିଛନ୍ତି ଯାହାର ନାମ ହେଉଛି ‘ଡ୍ରିମ ଡାଏମଣ୍ଡ ସେଲ୍‌’। ଏହା ୧୪ ଫେବୃୟାରୀ ପର୍ଯ୍ୟନ୍ତ ଉପଲବ୍ଧ ରହିବ ଯେଉଁଥିରେ ରିଲାଏନ୍ସ ଜୁଏଲ୍ସ ରେ ଡାଏମଣ୍ଡ ଉତ୍ପାଦର ଇନଭଏସ ମୂଲ୍ୟ ଉପରେ ୨୫% ଛାଡ଼ର ବ୍ୟବସ୍ଥା ରହିଛି। ଗ୍ରାହକମାନେ ମଧ୍ୟ ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୫% ଛାଡ଼ ପାଇ ପାରିବେ।

ଏହି ଆକର୍ଷଣୀୟ କଲେକ୍ସନ ରିଲାଏନ୍ସ ଜୁଏଲ୍ସର ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଓ ଏହାର ବିସ୍ତୃତ ସମ୍ଭାର ଗୁଡ଼ିକ ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ www.reliancejewels.com ରେ ଉପଲବ୍ଧ ହୋଇପାରିବ ।

ଏହି କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ନୂତନ ବର୍ଷର ଆରମ୍ଭ ସହିତ ଆମେ ଆମର ମୂଲ୍ୟବାନ ଗ୍ରାହକମାନଙ୍କ ପାଇଁ ଏହି ନୂତନ ଚମକଦାର, ଆକର୍ଷଣୀୟ କଲେକ୍ସନର ସମ୍ଭାର ନେଇ ଆସିଛୁ। ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କ ଜୀବନରେ ସର୍ବଦା ଆନନ୍ଦ ଭରିଦେବା ଓ ତାଙ୍କର ଜୀବନରେ ଏକ ନୂତନ ଚମକ ଆଣିବା। ଏହି ଡିଜାଇନ୍ ଗୁଡ଼ିକ ସୂର୍ଯ୍ୟ ରଶ୍ମୀ ଦ୍ୱାରା ଅନୁପ୍ରେରିତ। ଆମେ ଆଶା କରୁଛୁ ଏହା ନିଶ୍ଚିତ ଭାବରେ ଆମର ଗ୍ରାହକମାନଙ୍କ ଜୀବନରେ ଆନନ୍ଦ ଭରିଦେବ।”

Categories
ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍‌ର ତ୍ରୟମାସ ନିଟ୍ ଲାଭ ୨୩.୫% ବୃଦ୍ଧି ସହ ୩,୭୨୮ କୋଟି ଟଙ୍କା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ର ଦ୍ୱିତୀୟ ତ୍ରୟମାସରେ (ଜୁଲାଇ-ସେପ୍ଟେମ୍ବର) ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ୨୩.୫ ପ୍ରତିଶତ ବୃଦ୍ଧି ପାଇ ୩,୭୨୮ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୧ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସ୍‌ର ମୋଟ ରାଜସ୍ୱ ୧୫.୨ ପ୍ରତିଶତ ବୃଦ୍ଧି ପାଇ ୨୩,୨୨୨ କୋଟି ଟଙ୍କା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି । ଏହି ଅବଧିରେ କମ୍ପାନୀର ଗ୍ରାହକ ପ୍ରତି ରାଜସ୍ୱ ୩.୭ ପ୍ରତିଶତ ବୃଦ୍ଧି ପାଇ ଗ୍ରାହକ ପିଛା ମାସିକ ୧୪୩.୬ ଟଙ୍କାରେ ପହଁଚିଛି । ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ୧୭.୬ ଜିବିକୁ ବୃଦ୍ଧି ପାଇଛି ।

କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଜି କ୍ଷେତ୍ରସ୍ତରୀୟ ପରୀକ୍ଷଣ ଆରମ୍ଭ ହୋଇଥିବା ପ୍ରକାଶ କରାଯାଇଛି । ସେହିଭଳି ଦୀପାବଳୀ ଉତ୍ସବ ସମୟରେ ଜିଓଫୋନ୍ ନେକ୍ସଟ୍ କୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ପାଇଁ ଜିଓ ଓ ଗୁଗୁଲ୍ ମିଳିତ ଭାବରେ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଏକ ସଂସ୍ଥା ଯାହା ଅଧୀନରେ ଭାରତର ସର୍ବବୃହତ ଟେଲିକମ୍ ସଂସ୍ଥା ଜିଓ ଓ ଆପ୍‌ଗୁଡ଼ିକ ରହିଛି ।

Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ପକ୍ଷରୁ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ଶୁଭାରମ୍ଭ

ମୁମ୍ବାଇ/ଭୁବନେଶ୍ୱର, ରିଲାଏନ୍ସ୍ ର ଗ୍ରାହକ ବ୍ରାଣ୍ଡ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୁରଣ କରିବା ପାଇଁ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଘର ଡ଼ିଜ-ଇନଫେକଟାଣ୍ଟ ର ବ୍ୟାପକ ଉତ୍ପାଦ ସମ୍ଭାର ପ୍ରସ୍ତୁତ କରାଯାଇଛି ।

କର୍ପୁର, ନିମ୍ବ ଏବଂ ହଳଦୀ ଭଳି ପ୍ରାକୃତିକ ଉପାଦାନଗୁଡ଼ିକର ଉତ୍ତମତାର ସମାହାର ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦଗୁଡିକ ସେନ୍ସୋରିଆଲ୍ ଏବଂ ସୁଗନ୍ଧ ମାଧ୍ୟମରେ ନୂତନ ଭାବରେ ନିରାପତ୍ତା ଅନୁଭବ ପ୍ରଦାନ କରିଥାଏ । ଏହାର ଅନନ୍ୟ ‘ତତକ୍ଷଣାତ୍ କାର‌୍ୟ୍ୟ’ ବା ଇନଷ୍ଟଣ୍ଟ ଆକ୍ସନ ସୂତ୍ର ତୁରନ୍ତ ଜୀବାଣୁ ଓ ଭୁତାଣୁ ବିରୁଦ୍ଧରେ କାର‌୍ୟ୍ୟ କରିବା ଆରମ୍ଭ କରି ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ ।

ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବିସ୍ତୃତ ଉତ୍ପାଦ ସମ୍ଭାର ମଧ୍ୟରେ ରହିଛି ବ୍ୟକ୍ତିଗତ ସ୍ୱଚ୍ଛତା ଉତ୍ପାଦ ଯଥା ଜୀବାଣୁ ସୁରକ୍ଷା ସାବୁନ, ହ୍ୟାଣ୍ଡୱାସ୍, ହ୍ୟାଣ୍ଡ ସାନିଟାଇଜର, ସାୱାର ଜେଲ୍ ଏବଂ ସୁରକ୍ଷା ୱାଇପ୍ ଇତ୍ୟାଦି । ହୋମ ଡିଜ-ଇନଫେକସନ୍ ପାଇଁ, ପ୍ୟୁରିକ୍ ରେଞ୍ଜ୍ ମଧ୍ୟରେ ରହିଛି ଡିଜ-ଇନଫେକ୍ଟାଣ୍ଟ ସ୍ପ୍ରେ, ବହୁମୁଖୀ ଡିଜ-ଇନଫେକ୍ଟାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଲିକ୍ୱିଡ୍, ପନିପରିବା ୱାଶିଂ ଲିକ୍ୱିଡ୍ ଇତ୍ୟାଦି ।

ଦେଶର ସମସ୍ତ ରିଲାଏନ୍ସ ରିଟେଲ ଗ୍ରୋସରୀ ଷ୍ଟୋରଗୁଡିକରେ ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦ ଉପଲବ୍ଧ । ଗ୍ରାହକମାନେ ଜିଓ ମାର୍ଟ, ନେଟମେଡ଼ସରେ ଉତ୍ପାଦ ଅର୍ଡର କରିପାରିବେ କିମ୍ବା ନିକଟସ୍ଥ ଦୋକାନରୁ କିଣି ପାରିବେ । ଏହି ଉତ୍ପାଦଗୁଡ଼ିକରେ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର୍ ମଧ୍ୟ ଉପଲବ୍ଧ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି ।

ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି ।

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ ।

ଫ୍ୟୁଚରର କମ୍ପାନୀ ବୋର୍ଡ ତାହାର ସମ୍ପତ୍ତି ରିଲାଏନ୍ସ ରିଟେଲକୁ ୨୪,୭୧୩ କୋଟି ଟଙ୍କାରେ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା, ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଡିସେମ୍ବର ୨୧ରେ ଦେଇଥିବା ଆଦେଶରେ ବୈଧ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ କାରବାରକୁ ପ୍ରାଥମିକ ଦୃଷ୍ଟିରୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

ଆମାଜନ୍ ୨୦୧୯ରେ ଫ୍ୟୁଚର ଗ୍ରୁପ୍‌ର ଅଣପଂଜିକୃତ ସହଯୋଗୀ କମ୍ପାନୀ ଫ୍ୟୁଚର କୁପନ୍‌ର ୪୯% ଅଂଶ କ୍ରୟ କରିଥିଲା । ଉକ୍ତ କାରବାରରେ ଏକ ସର୍ତ୍ତ ରଖାଯାଇଥିଲା ଯେ ଅନ୍ୟ କୌଣସି କମ୍ପାନୀ ସହିତ କାରବାର କରିବା ପୂର୍ବରୁ ଫ୍ୟୁଚରକୁ ପ୍ରଥମେ ତାହା ଆମାଜନ୍‌କୁ ଜଣାଇବାକୁ ହେବ । ଆମାଜନ୍ ବାରଣ କଲେ ଫ୍ୟୁଚର ଅନ୍ୟ କୌଣସି କମ୍ପାନୀକୁ ହୋଲ୍‌ଡିଂ ବିକ୍ରି କରିପାରିବ ନାହିଁ ।

ଫ୍ୟୁଚର ସହିତ ହୋଇଥିବା ଏହି ଚୁକ୍ତିରେ ଆମାଜନ୍ ମୋଟ ତିନିଟି ବୁଝାମଣା କରିଥିଲା ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଏଫ୍‌ଡିଆଇ ନୀତି ତର୍ଜମା କରି କହିଥିଲେ ଯେ ଏହି ରାଜିନାମା ଫ୍ୟୁଚର ରିଟେଲ ଉପରେ ନିୟନ୍ତ୍ରଣ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହୋଇଥିବା ମନେହେଉଛି ଏବଂ ଏହା ସରକାରଙ୍କର ବିନା ଅନୁମୋଦନରେ କରାଯାଇଛି, ଯାହା ଫେମା-ଏଫଡିଆଇ ନିୟମର ବିରୁଦ୍ଧାଚରଣ କରୁଛି ।

ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୁଦ୍ଧରେ ଆମାଜନ୍ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରରେ ଯାଚିକା ଦାଏର କରିଥିଲା । ଆର୍ବିଟ୍ରେସନ ସେଣ୍ଟର ଗତବର୍ଷ ଅକ୍ଟୋବର ୨୫ରେ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ଉପରେ ସାମୟିକ ରହିତାଦେଶ ଜାରି କରିଥିଲେ, କିନ୍ତୁ ଆର୍ବିଟ୍ରେସନ ସେଣ୍ଟରର ରାୟ ତାହା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଫ୍ୟୁଚର୍ ଗ୍ରୁପ୍ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ୨୦୨୦ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ ବ୍ୟବସାୟ ତଥା ଲଜିଷ୍ଟିକ୍ସ ଓ ଓୟାରହାଉସିଂ ବ୍ୟବସାୟ ଅଧିଗ୍ରହଣ କରିବା ନେଇ ଘୋଷଣା କରିଥିଲା । ୨୪,୭୧୩ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିବା ଏହି ଚୁକ୍ତି ପରେ ଫ୍ୟୁଚର ଗ୍ରୁପର ୪୨୦ ସହରରେ ବିସ୍ତାରିତ ଭାବେ ରହିଥିବା ୧୮୦୦ରୁ ଅଧିକ ଷ୍ଟୋର ରିଲାଏନ୍ସ ନିୟନ୍ତ୍ରଣକୁ ଆସିବାର ଥିଲା ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ବ୍ୟବସାୟ

ସମାଲୋଚନା ପରେ କୃଷି ବିଲ ଉପରେ ସଫେଇ ଦେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, କଣ କହିଲେ ଜାଣନ୍ତୁ

ମୁମ୍ବାଇ/ଭୁବନେଶ୍ବର, କୃଷି ବିଲ୍‌କୁ ନେଇ ଚାଲିଥିବା ବିବାଦ ଓ ବିତର୍କ ମଧ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଅଯଥାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ବିପକ୍ଷରେ ଚଳାଇଥିବା ମିଥ୍ୟା ଅପପ୍ରଚାର ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି ।

ଏହି ପିଟିସନ ମାଧ୍ୟମରେ ସରକାରୀ କତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ଅସାମାଜିକ ତତ୍ୱଙ୍କ ଦ୍ୱାରା ବେଆଇନ୍ ଭାବେ ଜାରି ରହିଥିବା ଟାୱାର ଓ ସମ୍ପତ୍ତି ଭଙ୍ଗାରୁଜା ତଥା ହିଂସାତ୍ମକ କାର‌୍ୟ୍ୟକଳାପ ଉପରେ ପୂର୍ଣ୍ଣରୁପେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି । ଆଜି ଏହା ଉପରେ ଶୁଣାଣି କରି ମାନ୍ୟବର ହାଇକୋର୍ଟ ନୋଟିସ୍ ଅଫ୍ ମୋସନ୍ ନିମନ୍ତେ ଜାନୁଆରୀ ୮ ତାରିଖ ନିଧାର‌୍ୟ୍ୟ କରିଛିନ୍ତି ।

ଏହି ପିଟିସନ୍‌ରେ ରିଲାଏନ୍ସ ପକ୍ଷରୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଅପପ୍ରଚାର ତଥା ଭ୍ରାନ୍ତ ସୂଚନାର ବାସ୍ତବ ତଥ୍ୟ ପ୍ରଦାନ କରାଯାଇ ଜନସାଧାରଣ ଏବଂ ଗଣମାଧ୍ୟମଗୁଡିକ ସଠିକ ତଥ୍ୟ ସମ୍ପର୍କରେ ଅବଗତ ହେବା ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡିକ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଚଳାଇଥିବା ଅପପ୍ରଚାର ତଥା ଭ୍ରାନ୍ତ ସୂଚନାରେ ଭ୍ରମିତ ନହେବାକୁ ନିବେଦନ କରାଯାଇଛି ।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ରିଟେଲ ଲିମିଟେଡ (ଆରଆରଏଲ), ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଅଥବା ମୂଳ କମ୍ପାନୀର ଅନ୍ୟକୌଣସି ସହଯୋଗୀ କମ୍ପାନୀ ଅତୀତରେ କୌଣସି ପ୍ରକାର ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିଭିତିକ ଚାଷ କରିନାହାନ୍ତି ଏବଂ ଏହି ବ୍ୟବସାୟରେ ଆଗାମୀ ଦିନରେ ପ୍ରବେଶ କରିବାର ଏହାର କୌଣସି ଯୋଜନା ଆଦୈା ନାହିଁ।

ସେହିଭଳି ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ପାଇଁ ରିଲାଏନ୍ସ ଅଥବା ମୂଳ କମ୍ପାନୀର କୌଣସି ସହଯୋଗୀ କମ୍ପାନୀ ପଞ୍ଜାବ, ହରିଆଣା କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ କୌଣସି ଚାଷୋପଯୋଗୀ ଜମି କ୍ରୟ କରିନାହାନ୍ତି । ତାହା କରିବାକୁ ମଧ୍ୟ ଏହାର ଆଦୌ କୌଣସି ଯୋଜନା ନାହିଁ ।

ରିଲାଏନ୍ସ ରିଟେଲ ଭାରତରେ ସଂଗଠିତ ରିଟେଲ ବ୍ୟବସାୟ କ୍ଷେତ୍ରରେ ଏକ ଅତୁଳନୀୟ ତଥା ଅଗ୍ରଣୀ ସଂସ୍ଥା । ଏହା ସବୁ ପ୍ରକାରର ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ପ୍ରମୁଖ ଭୋଜନ, ଫଳ ଓ ପନିପରିବା, ଦୈନନ୍ଦିନ ବ୍ୟବହାର‌୍ୟ୍ୟ ସାମଗ୍ରୀ, ପୋଷାକ, ଔଷଧ, ଦେଶରେ ସ୍ୱାଧୀନ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଣକାରୀଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ବ୍ରାଣ୍ଡ୍‌ର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆଦି ସମସ୍ତ ବର୍ଗର ଉତ୍ପାଦଗୁଡିକର ଖୁଚୁରା ବିକ୍ରୟ କରୁଛି।

ଏହା କୃଷକମାନଙ୍କ ନିକଟରୁ ସିଧାସଳଖ କୌଣସି ଖାଦ୍ୟଶସ୍ୟ କ୍ରୟ କରେନାହିଁ । ଏହା କଦାପି ଲାଭ ପାଇଁ କୃଷକମାନଙ୍କ ନିକଟରୁ ଉତ୍ପାଦ ସଂଗ୍ରହ ନିମନ୍ତେ ଦୀର୍ଘସୂତ୍ରୀ ଚୁକ୍ତି କରିନାହିଁ କିମ୍ବା ଏହାର ଯୋଗାଣକାରୀମାନେ (ସପ୍ଲାୟର୍ସ) କୃଷକଙ୍କ ନିକଟରୁ ଉପଯୁକ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଖରିଦ କରିବାକୁ କେବେ ଚାହିଁନାହିଁ କିମ୍ବା ଆଗକୁ ଏହା କଦାପି କରିବ ନାହିଁ ।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ୧୩୦ କୋଟି ଭାରତୀୟଙ୍କର ‘ଅନ୍ନ ଦାତା’ ଭାରତୀୟ କୃଷକଙ୍କ ପ୍ରତି ଏହାର ପ୍ରଗାଢ ସମ୍ମାନ ରହିଛି ଏବଂ ସେମାନଙ୍କ ପ୍ରତି ଏହା ଅତ୍ୟନ୍ତ କୃତଜ୍ଞ । ରିଲାଏନ୍ସ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ କୃଷକମାନଙ୍କୁ ସମୃଦ୍ଧ ଏବଂ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଟନ୍ତି । ସେମାନଙ୍କ ସେବାର ଗ୍ରାହକ ଭାବରେ ଏହା ସହଭାଗି ସମୃଦ୍ଧି, ଅନ୍ତର୍ଭୁକ୍ତି ବିକାଶ ଏବଂ ଏକ ନ୍ୟାୟସଂଗତ ନୂତନ ଭାରତ ଗଠନ ପାଇଁ ଭାରତୀୟ କୃଷକମାନଙ୍କ ସହିତ ଏକ ସୁଦୃଢ ଏବଂ ସମାନ ସହଭାଗି ବ୍ୟବସ୍ଥା ଗଢିତୋଳିବାରେ ବିଶ୍ୱାସ କରେ ।

ଭାରତୀୟ କୃଷକମାନେ ନିଜର ଅତୁଳନୀୟ କଠିନ ପରିଶ୍ରମ, ଅଭିନବ ଉଦ୍ୟମ ଏବଂ ଉତ୍ସର୍ଗୀକୃତ ଭାବରେ ଯାହା ଉତ୍ପାଦନ କରନ୍ତି ତାହାପାଇଁ ଉଚିତ ଏବଂ ଲାଭଜନକ ମୂଲ୍ୟ ପାଇବା ଦିଗରେ ସେମାନଙ୍କର ଆଶା ଆକାଂକ୍ଷା ସହିତ ରିଲାଏନ୍ସ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ପୂର୍ଣ୍ଣ ସହଭାଗୀ ଓ ସମର୍ଥନ କରୁଛନ୍ତି ।

ରିଲାଏନ୍ସ ସେମାନଙ୍କ ଆୟରେ ସ୍ଥାୟୀ ଭାବରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଚାହୁଁଛି ଏବଂ ଏହି ଲକ୍ଷ୍ୟ ହାସଲ ନିମନ୍ତେ କାର‌୍ୟ୍ୟକରିବାକୁ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଉଛି । ବାସ୍ତବରେ ଏହା ନିଜର ଯୋଗାଣକାରୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଅଥବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଓ କାର‌୍ୟ୍ୟକାରୀ କରାଯାଉଥିବା ସେହିଭଳି କୌଣସି ବ୍ୟବସ୍ଥା ଯାହାଦ୍ୱାରା କୃଷିଜାତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ ହେଉଥିବ, ତାହା କଡାକଡି ଭାବରେ ଅନୁପାଳନ କରିବାକୁ ଗୁରୁତ୍ୱ ଦେଉଛି ।

ଭାରତୀୟ କୃଷକଙ୍କ ସ୍ୱାର୍ଥ ପ୍ରତି ଆଂଚ ଆଣିବା ତ ଦୂରର କଥା, ରିଲାଏନ୍ସ ବାସ୍ତବରେ ସେମାନଙ୍କୁ ଏବଂ ସାମଗ୍ରିକ ଭାବରେ ଭାରତୀୟ ଜନସାଧାରଣଙ୍କ ପାଇଁ ବ୍ୟାପକ ଫାଇଦା ଆଣିଦେଇଛି । ରିଲାଏନ୍ସ ରିଟେଲ ବିପୁଳ ପୁଞ୍ଜିନିବେଶ ଏବଂ ବିଶ୍ୱମାନର ପ୍ରଯୁକ୍ତି ପରିଚାଳିତ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଜରିଆରେ ଭାରତର ସର୍ବବୃହତ ସଂଗଠିତ ରିଟେଲ୍ ବ୍ୟବସାୟ ସ୍ଥାପନ କରିଛି, ଯାହା ଉଭୟ ଭାରତୀୟ କୃଷକ ଏବଂ ଉପଭୋକ୍ତାଙ୍କୁ ଉଲ୍ଲେଖନୀୟ ଲାଭ ଆଣିଦେଇଛି ।

ଜିଓର ସଂପୂର୍ଣ୍ଣ ୪ଜି ନେଟୱର୍କ ଭାରତର ପ୍ରତ୍ୟେକ ଗ୍ରାମକୁ ବିଶ୍ୱର ଯେକୌଣସି ସ୍ଥାନ ତୁଳନାରେ ସବୁଠାରୁ ସୁହାଇଲା ଭଳି ମୂଲ୍ୟରେ ବିଶ୍ୱଶ୍ରେଣୀର ଡାଟା ସଂଯୋଗ ଯୋଗାଇଦେଉଛି, ଏବଂ ଏହାଦ୍ୱାରା କୋଟି କୋଟି ଭାରତୀୟ କୃଷକଙ୍କ ପାଇଁ ଡିଜିଟାଲ ବିପ୍ଳବର ଫାଇଦା ଆଣିଦେଉଛି । ସାଂପ୍ରତିକ କୋଭିଡ-୧୯ ମହାମାରୀ ସମୟରେ ଜିଓର ନେଟୱର୍କ ଭାରତର ଗ୍ରାମାଂଚଳ ଓ ସହରାଂଚଳରେ କୋଟି କୋଟି କୃଷକ ଓ ଅନ୍ୟ ଜନସାଧାରଣଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି ।

ଏହା କୃଷକ, ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାମିଲ୍ ହେବାରେ ସହାୟକ ହୋଇଛି । ଏହା କାର‌୍ୟ୍ୟରତ ପ୍ରଫେସନାଲଙ୍କୁ ଘରେ ରହି କାମ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରହି ଶିକ୍ଷା ଆହରଣ କରିବାରେ ସକ୍ଷମ କରାଇଛି । ଏହା ଶିକ୍ଷକ ଶିକ୍ଷୟିତ୍ରୀ, ଡାକ୍ତର, ରୋଗୀ, ଅଦାଲତ, ବିଭିନ୍ନ ସରକାରୀ ଓ ଘରୋଇ ଦପ୍ତର, ଶିଳ୍ପ ସଂସ୍ଥା ଏବଂ ଦାତବ୍ୟ ଅନୁଷ୍ଠାନଗୁଡିକୁ ସହାୟକ ହୋଇପାରିଛି । ଜରୁରୀକାଳୀନ, ଜଟିଳ ଏବଂ ଜୀବନରକ୍ଷାକାରୀ ସେବା ଯୋଗାଣ କ୍ଷେତ୍ରରେ କାର‌୍ୟ୍ୟରତ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଛି ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ମାନ୍ଦା ଅବସ୍ଥା ବେଳେ ରିଲାଏନ୍ସର ବଡ ସଫଳତା,ଦୁଇ ମାସରେ ମିଳିଲା ୧,୬୮,୮୧୮ କୋଟି ଟଙ୍କାରୁ ଉର୍ଦ୍ଧ ପୁଞ୍ଜି

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି । ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା ୧,୧୫,୬୯୩.୯୫ କୋଟି ଟଙ୍କା ଓ ରାଇଟସ୍ ଇସ୍ୟୁ ଜରିଆରେ ୫୩,୧୨୪.୨୦ କୋଟି ଟଙ୍କା ପୁଞ୍ଜି ହାସଲ କରିଛି ।

ସମଗ୍ର ବିଶ୍ୱରେ ଏତେ କମ୍ ସମୟରେ ଭିତରେ ସାମଗ୍ରିକ ଭାବେ ଏତେ ଅଧିକ ପୁଞ୍ଜି ହାସଲ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଭାରତୀୟ କର୍ପୋରେଟ୍ ଜଗତ ଇତିହାସରେ ମଧ୍ୟ ଏହି ଦୁଇ ପଦକ୍ଷେପ ଅବିଶ୍ୱସନୀୟ ଏବଂ ଏହା ନୂତନ ମାନଦଣ୍ଡ ସୃଷ୍ଟି କରିଛି । ଏହା ଏଥିପାଇଁ ଆହୁରି ଅଧିକ ଉଲ୍ଲେଖନୀୟ ହୋଇପଡ଼ିଛି କାରଣ କୋଭିଡ୍‌-୧୯ ମହାମାରୀ ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ୍ ସମୟରେ ଏହା ହାସଲ କରାଯାଇପାରିଛି ।

ପେଟ୍ରୋ-ରିଟେଲ୍ କ୍ଷେତ୍ରରେ ଯୌଥ ଉଦ୍ୟୋଗରେ ବିପିକୁ ବିକ୍ରି କରାଯାଇଥିବା ଅଂଶଧନକୁ ମିଶାଇ କମ୍ପାନୀ ପକ୍ଷରୁ ମୋଟ ୧.୭୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ହାସଲ କରାଯାଇଛି । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆର୍‌ଆଇଏଲ୍‌ର ନିଟ୍ ଋଣ ପରିମାଣ ୧,୬୧,୦୩୫ କୋଟି ଟଙ୍କା ଥିଲା । ଏହି ସବୁ ନିବେଶ ମାଧ୍ୟମରେ ଆର୍‌ଆଇଏଲ୍ ଏବେ ନିଟ୍ ଋଣ-ମୁକ୍ତ ହୋଇଛି ।

ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ୨୦୨୦ ଏପ୍ରିଲ୍ ୨୨ ପରଠାରୁ ଫେସବୁକ୍‌, ସିଲ୍‌ଭର୍ ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିିକ୍‌, କେକେଆର୍‌, ମୁବାଦଲା, ଆଦିଆ (ଏଡିଆଇଏ), ଟିପିଜି, ଏଲ୍ କାଟରଟନ୍ ଏବଂ ପିଆଇଏଫ୍ ଭଳି ବିଶ୍ୱର ଅଗ୍ରଣୀ ନିବେଶକଙ୍କ ଠାରୁ ୧,୧୫,୬୯୩.୯୩ କୋଟି ଟଙ୍କା ପୁଞ୍ଜିନିବେଶ ହାସଲ କରିଛି । ପିଆଇଏଫ୍‌ର ନିବେଶ ସହିତ ଜିଓ ପ୍ଲାଟଫର୍ମର ଏହି ପର୍ଯ୍ୟାୟର ଆର୍ଥିକ ସହଯୋଗୀ ଯୋଡ଼ିବା ପ୍ରକ୍ରିୟା ଶେଷ ହୋଇଛି ।

ଆର୍‌ଆଇଏଲ୍‌ର ରାଇଟସ୍ ଇସ୍ୟୁ ଯାହା ୧.୫୯ ଗୁଣା ସବ୍‌ସ୍କ୍ରାଇବ୍ ହୋଇଥିଲା ତାହା କେବଳ ଭାରତର ସର୍ବକାଳୀନ ବୃହତ୍ତମ ନୁହେଁ ବରଂ ବିଗତ ୧୦ ବର୍ଷ ମଧ୍ୟରେ କୌଣସି ଏକ ଅଣ-ଆର୍ଥିକ ସଂସ୍ଥା ଦ୍ୱାରା କରାଯାଇଥିବା ବିଶ୍ୱର ସର୍ବବୃହତ ମଧ୍ୟ ।

୨୦୧୯ ଅଗଷ୍ଟ ୧୨ ରେ ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ୪୨ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ରିଲାଏନ୍ସକୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ନିଟ୍ ଋଣ-ମୁକ୍ତ କଂପାନିରେ ପରିଣତ କରିବା ଲାଗି ତାଙ୍କ ରୋଡ୍‌ମ୍ୟାପ୍ ବିଷୟରେ ଅଂଶଧନଧାରୀମାନଙ୍କୁ ପ୍ରତିଶ୍ରତି ଦେଇଥିଲେ ଓ କହିଥିଲେ ଯେ,

୨୦୨୧ ମାର୍ଚ୍ଚ ୩୧ ସୁଦ୍‌ଧା ନିଟ୍ ଋଣ ମୁକ୍ତ କଂପାନିରେ ପରିଣତ କରିବା ଲାଗି ତାଙ୍କ ରୋଡ୍‌ମ୍ୟାପ୍ ବିଷୟରେ ଅଂଶଧନକାରୀ୧୮ ମାସ ମଧ୍ୟରେ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏକ ଶୂନ ନିଟ୍‌-ଋଣ ବିଶିଷ୍ଟ କଂପାନିରେ ପରିଣତ ହେବା ଲାଗି ଆମର ଅତ୍ୟନ୍ତ ସ୍ପଷ୍ଟ ରୋଡ୍‌ମ୍ୟାପ୍ ରହିଛି । ଆମର କଂଜ୍ୟୁମର ବ୍ୟବସାୟ ଯଥା ଜିଓ ଓ ରିଲାଏନ୍ସ ରିଟେଲ୍ ପ୍ରତି ରଣନିତିକ ଓ ଆର୍ଥିକ ନିବେଶକମାନଙ୍କ ପ୍ରବଳ ଆଗ୍ରହ ରହିଥିବା ଆମେ ଜାଣିବାକୁ ପାଇଛୁ । ଆସନ୍ତା କିଛି ତ୍ରୟମାସ ଭିତରେ ଆମେ ଏହି ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଆମ ସହିତ ଯୋଡ଼ିବୁ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ଦୁଇ କଂପାନିକୁ ବଜାରରେ ତାଲିକାଭୁକ୍ତ କରିବା ଆଡ଼କୁ ଅଗ୍ରସର ହେବୁ… । ଏହି ପଦକ୍ଷେପଗୁଡ଼ିକ ସହିତ ମୋର କୌଣସି ସନ୍ଦେହ ନାହିଁ ଯେ ଆମ କଂପାନି ବିଶ୍ୱର ଅନ୍ୟତମ ସବୁଠୁ ସୁଦୃଢ଼ ବାଲାନ୍ସ-ସିଟ୍ ଥିବା କଂପାନିରେ ପରିଣତ ହେବ ।’’

ଏହି ସଫଳତା ହାସଲ କରିବା ଅବସରରେ କୃତଜ୍ଞତା ଜ୍ଞାପନ କରି ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆଜି ମୁଁ ବେଶ୍ ଉଲ୍ଲସିତ ଏବଂ କୃତଜ୍ଞତାର ସହ ଘୋଷଣା କରୁଛି ଯେ ରିଲାଏନ୍ସକୁ ନିଟ୍ ଋଣ-ମୁକ୍ତ କଂପାନିରେ ପରିଣତ କରିବା ଲାଗି ଅଂଶଧନଧାରୀମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ତାହା ମୂଳ ନିର୍ଧାରିତ ସମୟ ୨୦୨୧ ମାର୍ଚ୍ଚ ୩୧ର ବହୁ ପୂର୍ବରୁ ହାସଲ ହୋଇଛି । ଅଂଶଧନଧାରୀ ଏବଂ ଆମର ସମସ୍ତ ଅଂଶୀଦାରମାନଙ୍କ ଆଶା ଠାରୁ ବାରମ୍ବାର ଅଧିକ ପ୍ରଦର୍ଶନ କରିବାରେ ରିଲାଏନ୍ସର ଯେଉଁ ଡିଏନ୍‌ଏ ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି । ତେଣୁ ଏକ ଶୂନ ନିଟ୍‌-ଋଣ ମୁକ୍ତ କଂପାନିରେ ପରିଣତ ହେବାର ଏହି ଗୌରବମୟ ମୁହୂର୍ତ୍ତରେ ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ରିଲାଏନ୍ସ ଏହାର ସ୍ୱର୍ଣ୍ଣିମ ଦଶନ୍ଧୀରେ ଆହୁରି ମହତ୍ୱକାଂକ୍ଷୀ ଅଭିବୃଦ୍ଧି ଲକ୍ଷ୍ୟ ରଖିବା ସହିତ ସେଗୁଡିକୁ ହାସଲକରି ସେଗୁଡ଼ିକୁ ହାସଲ କରି ଆମର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ଲକ୍ଷ୍ୟକୁ ପୂରଣ କରିବା ସହ ଭାରତର ସମୃଦ୍ଧି ଓ ଅନ୍ତର୍ଭୁକ୍ତୀକୃତ ବିକାଶଧାରାରେ ଆମର ଯୋଗଦାନକୁ ନିରନ୍ତର ବଢ଼ାଇବ।’’

ମୁକେଶ ଅମ୍ବାନି କହିଛନ୍ତି ଯେ, “ଜିଓ ସହିତ ସହଭାଗିିତା ସ୍ଥାପନ କରିବା ଲାଗି ବିଶ୍ୱସ୍ତରୀୟ ଆର୍ଥିକ ନିବେଶକ ଗୋଷ୍ଠୀଗୁଡିକ ବିଗତ କିଛି ସପ୍ତାହ ଭିତରେ ଯେଉଁଭଳି ଉଲ୍ଲେଖନୀୟ ଉତ୍ସାହ ପ୍ରଦର୍ଶନ କରିଛନ୍ତି ତାହାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ । ଆର୍ଥିକ ନିବେଶକଙ୍କ ଠାରୁ ପାଣ୍ଠି ହାସଲ ପାଇଁ ଆମର ରହିଥିବା ଲକ୍ଷ୍ୟ ହାସଲ ହୋଇଥିବା ବେଳେ ମୁଁ ହୃଦୟ ଭିତରୁ ଏହି ବିଶିଷ୍ଟ ଆର୍ଥିକ ସହଯୋଗୀଗଣଙ୍କୁ ଧନ୍ୟବାଦ ଦେଉଛି ଏବଂ ସେମାନଙ୍କୁ ଜିଓ ପ୍ଲାଟଫର୍ମସ୍‌କୁ ସାଦର ସ୍ୱାଗତ କରୁଛି । ଏଥିସହିତ ଆମର ରେକର୍ଡ ସୃଷ୍ଟି କରିଥିବା ରାଇଟସ୍ ଇସ୍ୟୁ ପ୍ରତି ଜବରଦସ୍ତ ସମର୍ଥନ ପ୍ରଦର୍ଶନ କରିଥିବା ଉଭୟ ଦେଶ ଓ ବିଦେଶର ସମସ୍ତ ଖୁୁଚୁରା ଓ ସଂସ୍ଥାଗତ ନିବେଶକଙ୍କୁ ମୁଁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରୁଛି ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କୋଭିଡ19କୁ ହରାଇବା ପାଇଁ ଯୋଦ୍ଧା ସାଜିଥିବା ରିଲାଏନସ କର୍ମଚାରୀଙ୍କୁ ମୁକେଶ ଆମ୍ବାନୀଙ୍କ ପ୍ରଶଂସା

ଭୁବନେଶ୍ୱର: ସାରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଫୋନ୍ ଲାଇନ୍‌ଠାରୁ ଆରମ୍ଭ କରି ରିଟେଲ୍ ଷ୍ଟୋର୍‌ରୁ ଇନ୍ଧନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜୀବନରେଖାକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରୁଥିବା କଂପାନିର ହଜାର ହଜାର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ପ୍ରଶଂସା କରିବା ସହିତ ସେମାନଙ୍କୁ “ଆଗଧାଡ଼ିର ଯୋଦ୍ଧା’ ବୋଲି ଅଭିହିତ କରିଛନ୍ତି ।

ଏଥି ସହିତ ଭାରତର କୋଭିଡ୍‌୧୯ ବିରୋଧୀ ଲଢ଼େଇରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଭୂମିକାକୁ ସେ ଦୋହରାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଦୁଇଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏକ ଇ-ମେଲ୍ ବାର୍ତ୍ତା ପଠାଇ ମୁକେଶ ଅମ୍ବାନି ଜଣାଇଛନ୍ତି ଯେ, ଆଧୁନିକ ଇତିହାସର ସବୁଠୁ ସଙ୍କଟମୟ ସ୍ଥିତି ବିରୋଧରେ ଲଢ଼େଇରେ ପ୍ରତିଟି କର୍ମଚାରୀ ଯେଉଁଭଳି ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ତାହାକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ଆମ୍ବାନୀ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ପାଇଁ ସହାୟତାର ହାତ ବଢାଇଲା ରିଲାଏନ୍ସ: ଜାଣନ୍ତୁ କେତେ ରହିଛି ସହାୟତା ରାଶି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର: ଦେଶର ସର୍ବବୃହତ ଶିଳ୍ପ ସଂସ୍ଥାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫ ଶହ କୋଟି ଟଙ୍କାର ସହାୟତା ରାଶି ସହିତ ଅନ୍ୟାନ୍ୟ ସୁବିଧା ନେଇ ଘୋଷଣା କରଯାଇଛି

. ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ପାଣ୍ଠିକୁ ୫୦୦ କୋଟିର ସହାୟତା।

. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା।

. ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟିର ସହାୟତା।

. କୋଭିଡ -୧୯ ରୋଗୀଙ୍କ ପାଇଁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ -୧୯ ହସ୍ପିଟାଲ।

. ୧୦ ଦିନ ମଧ୍ୟରେ ସାରା ଦେଶରେ ପଚାଶ ଲକ୍ଷ ମାଗଣା ଭୋଜନ।

. ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ପ୍ରତିଦିନ ଏକ ଲକ୍ଷ ମାସ୍କ।

୭. ଜରୁରୀକାଳୀନ ଯାନଗୁଡିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ।

୮. ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ରିଲାଏନ୍ସ ରିଟେଲ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି। ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି୧୮ ବ୍ରଡ଼କାଷ୍ଟ, ହାଥୱେ କେବୁଲ ଓ ଡାଟାକମ ଏବଂ ଡେନ ନେଟୱାର୍କ ଏକାଠି ହୋଇ ନେଟୱାର୍କ୧୮ ମିଡ଼ିଆ ଓ ଇନଭେଷ୍ଟମେଣ୍ଟ ରେ ସମ୍ମିଳିତ ହେବେ, ଯାହାକି ୮୦୦୦ କୋଟି ଆୟ ବିଶିଷ୍ଟ ଏକ ସମନ୍ବିତ ମିଡ଼ିଆ ଓ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) କମ୍ପାନୀରେ ପରିଣତ ହେବ। ଏହି ପୁନର୍ଗଠନ ଜରିଆରେ ସମନ୍ବିତ ମୂଲ୍ୟ ବୃଦ୍ଧି ପାଇବା ସହିତ ଏକ ବୃହତ କମ୍ପାନୀ ହେବାର ବ୍ୟାପକ ଆର୍ଥିକ ଲାଭ ମିଳିପାରି । ଏଥିସହିତ ଏହାଦ୍ୱାରା ଲିଷ୍ଟେଡ଼ ସଂସ୍ଥା ସଂଖ୍ୟାରେ ହ୍ରାସ ହୋଇ କର୍ପୋରେଟ ଆକାର ଓ ବ୍ୟବସ୍ଥା  ଆହୁରି ସରଳ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ମିଶ୍ରଣ ଦ୍ୱାରା ନେଟୱାର୍କ ୧୮ ଆକାରରେ ବ୍ୟାପକ ବୃଦ୍ଧି ସହିତ ଏହି କ୍ଷେତ୍ରରେ ଅନ୍ୟତମ ବୃହତ ଆକାରର ପଂଜିକୃତ (ଲିଷ୍ଟେଡ଼) କମ୍ପାନୀ ଭାବରେ ଉଭାହେବ। ସମସ୍ତ ସମ୍ପର୍କିତ କମ୍ପାନୀ ଓ ସଂସ୍ଥାଗୁଡିକର ନିର୍ଦେଶକ ମଣ୍ଡଳୀ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକ ଗୁଡିକରେ ଏହି ମିଶ୍ରଣ ସ୍କିମ ଓ ବ୍ୟବସ୍ଥା ଅନୁମତି ଲାଭ କରିଛି। ସମଗ୍ର ବ୍ରଡ଼କାଷ୍ଟିଙ୍ଗ ବ୍ୟବସାୟ ନେଟୱାର୍କ୧୮ ଅଧୀନରେ ରହୁଥିବା ବେଳେ କେବୁଲ ଓ ଇଣ୍ଟରନେଟ ସେବା ପ୍ରଦାନ ବ୍ୟବସାୟ ନେଟୱାର୍କ୧୮ ଅନ୍ତର୍ଗତ ଦୁଇଟି ସମ୍ପୂର୍ଣ୍ଣ ଅଧିକୃତ ସହାୟକ କଂପାନୀ ଭାବରେ ରହିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଡେନ ଓ ହାଥୱେ ବ୍ୟବସାୟର ମିଶ୍ରଣ ହେବାଦ୍ବାରା ଭାରତର ୧୫ ନିୟୁତରୁ ଉର୍ଦ୍ଧ୍ବ ଘରକୁ ସଂଯୁକ୍ତ କରି ଲୋକମାନଙ୍କୁ ସୁବିଧାରେ ହାଇ-ସ୍ପିଡ଼ ସେବା ପ୍ରଦାନ କରୁଥିବା ୨୭୦୦୦ ସ୍ଥାନୀୟ କେବୁଲ ଅପରେଟର ପାର୍ଟନରମାନଙ୍କ ସହିତ ଏକାଠି ଏହା ଏକ ବୃହତ ସଂସ୍ଥା ଭାବେ କାୟା ବିସ୍ତାର କରିବ। ସମ୍ମିଳିତ ବ୍ରଡ଼ବ୍ୟାଣ୍ଡ ସଂସ୍ଥା ମଧ୍ୟ ସାରା ଦେଶରେ ଏକ ନିୟୁତରୁ ଉର୍ଦ୍ଧ୍ବ ଫିକ୍ସଡ-ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବ। ନ୍ୟୁଜ଼ ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଭୟ ଲିନିୟର ଏବଂ ଡିଜିଟାଲ କଣ୍ଟେଣ୍ଟର ବିଶାଳ ସମ୍ଭାର ସହିତ ଦେଶର ସର୍ବବୃହତ କେବୁଲ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ଏକାଠି ରହିବା ଦ୍ୱାରା ଏହା ଅଧିକ ଉପଯୋଗୀ ହୋଇ ସମସ୍ତ ଅଂଶୀଦାରମାନଙ୍କ ପାଇଁ ଲାଭଦାୟକ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହାଦ୍ୱାରା ଡିଜିଟାଲ, ବ୍ରଡ଼କାଷ୍ଟ ମିଡ଼ିଆ, କେବୁଲ ଏବଂ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ନୂତନ ସୁଯୋଗ ସମ୍ବଳିତ ଏକ ପରିବେଶର ଅଭ୍ୟୁଦୟ ହେବ। ଏଥିସହିତ ମିଶ୍ରଣ ଦ୍ୱାରା ସମସ୍ତ କମ୍ପାନୀଗୁଡିକରେ ପରିଚାଳନା ବ୍ୟବସ୍ଥା ସଂଗଠିତ ହେବା ସହିତ ରିସ୍କ ହ୍ରାସ  ପାଇବା ଅଂଶଧାରକମାନଙ୍କ ପାଇଁ ଲାଭଦାୟକ ହେବ।

Categories
ଆଜିର ଖବର

10 ଲକ୍ଷ କୋଟିର ବ୍ୟବସାୟ ଛୁଇଁଲା ରିଲାଏନ୍ସ

ମୁମ୍ବାଇ,28/11: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଭାରତୀୟ କମ୍ପାନୀ ଭାବରେ 10 ଲକ୍ଷ କୋଟିର ବ୍ୟବସାୟ ହାସଲରେ ସଫଳ ହୋଇଛି ରିଲାଏନ୍ସ । ପୂର୍ବରୁ ରିଲାଏନ୍ସର ବଜାର ଆୟତନ 9 କୋଟି 95 ଲକ୍ଷ 083 ହଜାର ଛୁଇଁଥିବା ବେଳେ ପ୍ରଥମ ଥର ପାଇଁ ଏହା 10 ଲକ୍ଷ କୋଟି ଛୁଇଁଛି । ଏହା ସହିତ ରିଲାଏନ୍ସ ନିଜକୁ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ଅବସ୍ଥାପିତ କରିବା ସହିତ ଦେଶର ଏକ ନମ୍ବର କମ୍ପାନୀର ମାନ୍ୟତା ହାସଲ କରିଛି । ରିଲାଏନ୍ସ ପଛକୁ ଟିସିଏସ୍‌ର ବଜାର ଆୟତନ 7.84 ଲକ୍ଷ କୋଟି ରହିଛି । ଶ୍ରେଷ୍ଠ 7ଟି ସ୍ଥାନ ମଧ୍ୟରେ ରହିଥିବା ଅନ୍ୟ କମ୍ପାନୀ ଗୁଡିକ ହେଉଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ରିଲାଏନ୍ସର ଏହି ନୂତନ ମାଇଲଖୁଣ୍ଟର ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳିଛି । ରିଲାଏନ୍ସର ଅଂଶଧନର ମୂଲ୍ୟ 1575.70ରୁ ବୃଦ୍ଧି ପାଇ 2081.00 ଟଙ୍କାରେ ପହଞ୍ଚିଛି । (ଏଜେନ୍ସୀ)

Categories
ବିଶେଷ ଖବର ବ୍ୟବସାୟ

ଅକ୍ଟୋବରରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ ନୂଆ ମୋବାଇଲ ଉପଭୋକ୍ତା ଯୋଗକଲା ଜିଓ: ଟ୍ରାଇ ରିପୋର୍ଟ

ସମୀକ୍ଷା ବ୍ୟୁରୋ

କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ବା ଟ୍ରାଇ ପ୍ରକାଶ କରିଛି। ଗତ ଜାନୁୟାରୀ 2 ତାରିଖରେ ଆସିଥିବା ଉପଭୋକ୍ତା ତଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି |

ଅକ୍ଟୋବର ମାସରେ ରିଲାଏନ୍ସ ଜିଓ ୩.୧୧ ଲକ୍ଷ ନୂତନ ଉପଭୋକ୍ତା ସାଙ୍ଗକୁ କେବଳ ବିଏସଏନଏଲ ୫୦୦୦ ନୂତନ ଉପଭୋକ୍ତା ଯୋଗ କରିଥିବାବେଳେ, ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କର ଉପଭୋକ୍ତା ସଂଖ୍ୟାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି | ଏହି ମାସରେ ଭୋଡାଫୋନ ଆଇଡ଼ିଆ ଓଡ଼ିଶାରେ ସର୍ବାଧିକ ୨.୮ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୪୧୦୦୦ ଉପଭୋକ୍ତା ହରାଇଥିବା ଜଣାପଡିଛି | ମୋଟ ଉପରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ  ସଂଖ୍ୟାରେ ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ ପ୍ରାୟ ୪୮୦୦୦ ହ୍ରାସ ଘଟି ଅକ୍ଟୋବର ୩୧ ସୁଦ୍ଧା ଏହା ୩,୩୦,୬୭,୫୨୮ ରେ ପହଂଚିଛି |

ସର୍ବଭାରତୀୟ ସ୍ତରରେ ରିଲାଏନ୍ସ ଜିଓ ନୂତନ ଉପଭୋକ୍ତା ଯୋଗକରିବାରେ  ନିଜର ଜୟଯାତ୍ରା ଜାରିରଖି ଅକ୍ଟୋବରରେ ଏକ କୋଟିରୁ ଉର୍ଧ୍ଵ ନୂତନ ଉପଭୋକ୍ତା ହାସଲ କରିଥିବାବେଳେ , ଏହି ଅବଧିରେ ବିଏସଏନଏଲ ୩.୬୬ ଲକ୍ଷ ନୂତନ ଉପଭୋକ୍ତା ଯୋଗ କରିଛି | ଅନ୍ୟମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ, ଭାରତୀ ଏୟାରଟେଲ ଏବଂ ଏମଟିଏନଏଲ ମିଳିତ ଭାବରେ ଏହି ମାସରେ ଏକ କୋଟିରୁ ଉର୍ଧ୍ଵ ଗ୍ରାହକ ହରାଇଛନ୍ତି |

ଟ୍ରାଇ ରିପୋର୍ଟ ଅନୁଯାୟୀ ୩୧ ଅକ୍ଟୋବର ୨୦୧୮ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୭୪,୯୧,୬୯୨ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧.୫୨,୮୪୫ , ଭୋଡାଫୋନ ଆଇଡ଼ିଆର ୬୩,୦୩,୫୩୦ ଏବଂ ବିଏସଏନଏଲର ୫୫,୧୫,୫୧୯ ମୋବାଇଲ ଉପଭୋକ୍ତା ରହିଛନ୍ତି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ଦ୍ୱାରା ନିକଟରେ ପ୍ରକାଶିତ ଅନ୍ୟ ଏକ ଆର୍ଥିକ ରିପୋର୍ଟରେ ସେପ୍ଟେମ୍ବର ତ୍ରୈମାସିକରେ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଓଡ଼ିଶାରେ ମୋଟ ଆୟରେ ରିଲାଏନ୍ସ ଜିଓ ୩୩୬.୯୨ କୋଟି ଟଙ୍କା ପ୍ରଥମଥର ପାଇଁ ସବୁଠାରୁ ଆଗରେ ରହିଥିଲା ।  ସର୍ବଭାରତୀୟ ସ୍ତରରେ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ତ୍ରୈମାସିକ ରେ ସମସ୍ତ ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଜିଓ ୧୧ ଟି ସର୍କଲ ରେ ଆୟ (ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ) ରେ ଆଗୁଆ ରହିଥିବା ବେଳେ ଏୟାରଟେଲ ୬ଟି ଓ ଭୋଡାଫୋନ ଆଇଡ଼ିଆ ୫ଟି ଟେଲିକମ ସର୍କଲରେ ଆଗୁଆ ରହିଥିଲେ |