Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାକୁମ୍ଭରେ ତୀର୍ଥଯାତ୍ରୀମାନଙ୍କ ବିଶ୍ରାମ ପାଇଁ ରିଲାଏନ୍ସ ନିର୍ମାଣ କରିବ ‘କ୍ୟାମ୍ପା-ଆଶ୍ରମ’
ଜାତୀୟ ଖବର

ମହାକୁମ୍ଭରେ ତୀର୍ଥଯାତ୍ରୀମାନଙ୍କ ବିଶ୍ରାମ ପାଇଁ ରିଲାଏନ୍ସ ନିର୍ମାଣ କରିବ ‘କ୍ୟାମ୍ପା-ଆଶ୍ରମ’

January 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାକୁମ୍ଭରେ ତୀର୍ଥଯାତ୍ରୀମାନଙ୍କ ବିଶ୍ରାମ ପାଇଁ ରିଲାଏନ୍ସ ନିର୍ମାଣ କରିବ 'କ୍ୟାମ୍ପା-ଆଶ୍ରମ'

ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ ।

ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ‘କ୍ୟାମ୍ପା ଆଶ୍ରମ’ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି।

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ର ସିଇଓ କେତନ ମୋଦୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାଗୁଡିକ ସହିତ ଗଭୀର ଭାବରେ ସଂଯୁକ୍ତ। ଏହି ପବିତ୍ର ଆୟୋଜନ ଅବସରରେ ଲୋକମାନଙ୍କ ସେବା ଦ୍ୱାରା ଆମେ ଭାରତୀୟ ଗ୍ରାହକଙ୍କ ପରମ୍ପରାକୁ ନୂଆ ରୂପ ଦେଉଛୁ ।”

ସୂଚନାଯୋଗ୍ୟ ଯେ ମହାକୁମ୍ଭର ପବିତ୍ର ପର୍ବର ଆରମ୍ଭ ହୋଇଯାଇଛି। ପୌଷ ପୂର୍ଣ୍ଣିମାରେ ମହାକୁମ୍ଭର ପ୍ରଥମ ସ୍ନାନ ୧୩ ଜାନୁୟାରୀରେ ଅନୁଷ୍ଠିତ ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରୟାଗରାଜକୁ ଆସିଛନ୍ତି। କୁମ୍ଭର ପ୍ରଥମ ଦିନ ସ୍ନାନ ପାଇଁ ତ୍ରିବେଣୀରେ ଶ୍ରଦ୍ଧାଳୁମାନଙ୍କ ସମାଗମ ଲାଗି ରହିଥିଲା।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ଅନ୍ୟତମ ମହାକୁମ୍ଭ ପ୍ରୟାଗରାଜ ୨୦୨୫ ରେ ଅଂଶଗ୍ରହଣ କରିବା ଏବଂ ସେବା କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଛି । ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ (ଶାହୀ ସ୍ନାନ) ଜାନୁୟାରୀ ୧୪ ରେ ଅନୁଷ୍ଠିତ ହେବ ।

reliance ମହାକୁମ୍ଭ ମହାକୁମ୍ଭ ମେଳା ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

September 1, 2026

ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଫେରିଲେ ବୁମରା

September 1, 2026

ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ମାମଲା ରଦ୍ଦ

September 1, 2026

ଭାରତୀୟ ବଜାରରେ ହ୍ରାସ ପାଇଲା ସୁନା ଓ ରୁପା ଦର

September 1, 2026
Latest News

ପାର୍ବଣ ପୂର୍ବରୁ ଡିସିପିଙ୍କ ଚେତାବନୀ: ବଟି ମାଗିଲେ ୧୧୨ ନମ୍ବରରେ ଜଣାଇବାକୁ ଆହ୍ୱାନ

September 1, 2026

ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

September 1, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଅଶ୍ଳୀଳ ମେସେଜକୁ ନେଇ ଉତ୍ତେଜନା: ଅଭିଯୁକ୍ତ ଗିରଫ

September 1, 2026

ମହାପ୍ରଭୁଙ୍କ ଗୁପ୍ତ ରାହୁରେଖା ଲାଗି ନୀତି: ସାଢ଼େ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 1, 2026

ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଫେରିଲେ ବୁମରା

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.