Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଓ ପ୍ଲାଟଫର୍ମସ୍‌ର ତ୍ରୟମାସ ନିଟ୍ ଲାଭ ୨୩.୫% ବୃଦ୍ଧି ସହ ୩,୭୨୮ କୋଟି ଟଙ୍କା
ବିଶେଷ ଖବର

ଜିଓ ପ୍ଲାଟଫର୍ମସ୍‌ର ତ୍ରୟମାସ ନିଟ୍ ଲାଭ ୨୩.୫% ବୃଦ୍ଧି ସହ ୩,୭୨୮ କୋଟି ଟଙ୍କା

October 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜିଓ
ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ର ଦ୍ୱିତୀୟ ତ୍ରୟମାସରେ (ଜୁଲାଇ-ସେପ୍ଟେମ୍ବର) ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ୨୩.୫ ପ୍ରତିଶତ ବୃଦ୍ଧି ପାଇ ୩,୭୨୮ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୧ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସ୍‌ର ମୋଟ ରାଜସ୍ୱ ୧୫.୨ ପ୍ରତିଶତ ବୃଦ୍ଧି ପାଇ ୨୩,୨୨୨ କୋଟି ଟଙ୍କା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି । ଏହି ଅବଧିରେ କମ୍ପାନୀର ଗ୍ରାହକ ପ୍ରତି ରାଜସ୍ୱ ୩.୭ ପ୍ରତିଶତ ବୃଦ୍ଧି ପାଇ ଗ୍ରାହକ ପିଛା ମାସିକ ୧୪୩.୬ ଟଙ୍କାରେ ପହଁଚିଛି । ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ୧୭.୬ ଜିବିକୁ ବୃଦ୍ଧି ପାଇଛି ।

କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଜି କ୍ଷେତ୍ରସ୍ତରୀୟ ପରୀକ୍ଷଣ ଆରମ୍ଭ ହୋଇଥିବା ପ୍ରକାଶ କରାଯାଇଛି । ସେହିଭଳି ଦୀପାବଳୀ ଉତ୍ସବ ସମୟରେ ଜିଓଫୋନ୍ ନେକ୍ସଟ୍ କୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ପାଇଁ ଜିଓ ଓ ଗୁଗୁଲ୍ ମିଳିତ ଭାବରେ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଏକ ସଂସ୍ଥା ଯାହା ଅଧୀନରେ ଭାରତର ସର୍ବବୃହତ ଟେଲିକମ୍ ସଂସ୍ଥା ଜିଓ ଓ ଆପ୍‌ଗୁଡ଼ିକ ରହିଛି ।

୫ଜି jio reliance ril ଜିଓ ଓ ଗୁଗୁଲ୍ ଜିଓ ପ୍ଲାଟଫର୍ମସ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ଜାପାନ ଭ୍ରମଣର ସୁଯୋଗ: କ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ

August 12, 2026

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.