Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବାର ଶୁଭାରମ୍ଭ ପାଇଁ ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସହଯୋଗିତା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଆଜି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ। ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି। ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ। ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ। ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା। ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ। ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ। କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ। ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍‌’ ହେଉଛି ଏକ ଫୁଲ୍‌-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍‌ଟଓୟାର ଉପରେ ମଧ୍ୟ କାମ କରୁଛି ।

ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍‌ସ’ ଯାହା ହେଉଛି ମଲ୍‌ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା। ଏହି ଦୁଇ କଂପାନି ମେ” ୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ମହୋତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହିତ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନ କରି ଡ୍ରୋନ୍ ପ୍ରଯୁକ୍ତି ବିଷୟରେ ଜାଣିଥିଲେ ଏବଂ ରିମୋଟ୍ କଂଟ୍ରୋଲ୍ ସହାୟତାରେ ଡ୍ରୋନ୍‌କୁ ମଧ୍ୟ ଉଡ଼ାଇଥିଲେ। ଡ୍ରୋନ୍ ଶିଳ୍ପ ପ୍ରତି ରହିଥିବା ଦେଶର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ୍ ହବ୍‌ରେ ପରିଣତ ହେବ। ଏଥିପାଇଁ ଭାରତ ସରକାର ଡ୍ରୋନ୍ ସହ ସମ୍ପର୍କିତ ଶିଳ୍ପକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ଥିବା ଏଷ୍ଟେରିଆ ଏରୋସ୍ପେସ୍‌ର ସହ-ପ୍ରତିଷ୍ଠାତା ନିହାର ବର୍ତକ କହିଛନ୍ତି ଯେ, “ଆମ ଆଗାମୀ ପିଢ଼ି ପାଇଁ ଡ୍ରୋନ୍ ଓ ସ୍କାଏଡେକ୍‌କୁ ପ୍ରଦର୍ଶନ କରିବା ଲାଗି ଏହି କାର‌୍ୟ୍ୟକ୍ରମ ହେଉଛି ଏକ ସୁନ୍ଦର ସୁଯୋଗ। ଦଶ ବର୍ଷ ପୂର୍ବେ ଆମେ ଭାରତରେ ଡ୍ରୋନ୍ କ୍ଷେତ୍ରରେ ପାଦ ରଖିଥିଲୁ ଏବଂ ସେବେଠାରୁ ଏହି ପ୍ରଯୁକ୍ତିର ଚାହିଦା ଓ ଉପଯୋଗରେ ବୃଦ୍ଧି ହେଉଥିବା ଆମେ ଦେଖୁଛୁ।’’

ସେହିପରି, ସାଂଖ୍ୟ ସୂତ୍ର ଲ୍ୟାବ୍‌ସର ସିଇଓ ଡକ୍ଟର ସୁନିଲ ସେରଲେକର୍ କହିଛନ୍ତି ଯେ, “ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ ଆମେ ଦେଶରେ ବିଭିନ୍ନ ହାର୍ଡଓୟାର ନିର୍ମାଣ କରିବାର କ୍ଷମତା ଉପରେ ଗୁରୁତ୍ୱ ଦେଉଛୁ। କିନ୍ତୁ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଉଥିବା ଟୁଲ୍‌ସ ବିନା ଆତ୍ମନିର୍ଭର ହୋଇପାରିବାନି। ସାଂଖ୍ୟ ସୂତ୍ରରେ ଆମେ ଭାରତ ଓ ବିଶ୍ୱ ପାଇଁ ଡିପ୍ ଟେକ୍ନୋଲୋଜି ବିକଶିତ କରୁଛୁ।’’

Categories
ଆଜିର ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗ୍ଲାନ୍ସରେ ୨୦୦ ନିୟୁତ ଡଲାର ନିବେଶ ଘୋଷଣା

ଭୁବନେଶ୍ୱର/ମୁମ୍ବାଇ: ଅଗ୍ରଣୀ ଏଆଇ ଭିତ୍ତିକ ଲକ୍‌ସ୍କ୍ରିନ୍ ପ୍ଲାଟଫର୍ମ ଗ୍ଲାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ପାଣ୍ଠି ହାସଲ (ଫଣ୍ଡିଂ)ର ସିରିଜ୍ ଡି ପର୍ଯ୍ୟାୟରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ଠାରୁ ୨୦୦ ନିୟୁତ ଡଲାର ନିବେଶ ଗ୍ରହଣ କରିବାକୁ ସହମତ ହୋଇଛି।

ଜିଓ ଦ୍ୱାରା ହେବାକୁ ଥିବା ଏହି ପ୍ରସ୍ତାବିତ ନିବେଶର ଲକ୍ଷ୍ୟ ହେଉଛି ଏସିଆ ବାହାରେ ଥିବା ବହୁ ପ୍ରମୁଖ ଆନ୍ତର୍ଜାତିକ ବଜାର ଯଥା ଆମେରିକାବ୍ରାଜିଲ୍‌ମେକ୍ସିକୋ ଓ ରୁଷିଆରେ ଗ୍ଲାନ୍ସର ଉନ୍ମୋଚନକୁ ତ୍ୱରାନ୍ୱିତ କରିବା। କଂପାନି ଲକ୍‌ସ୍କ୍ରିନ୍‌ରେ ବିଶ୍ୱର ସର୍ବବୃହତ ଲାଇଭ୍ ବିଷୟବସ୍ତୁ ଓ ବାଣିଜ୍ୟ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଏବଂ ହାସଲ କରିବାକୁ ଥିବା ପାଣ୍ଠିକୁ ଏହା ବିଶ୍ୱସ୍ତରରେ ସମ୍ପ୍ରସାରଣ ପାଇଁ ବ୍ୟବହାର କରିବ। ଜିଓ ପ୍ଲାଟଫର୍ମସ୍ ବ୍ୟତୀତ ଗ୍ଲାନ୍ସକୁ ବୃହତ ପ୍ରଯୁକ୍ତି ସଂସ୍ଥା ଗୁଗୁଲ୍ ଏବଂ ସିଲିକନ୍ ଭ୍ୟାଲିର ଭେଂଚର ଫଣ୍ଡ୍ ମିଥ୍ରିଲ୍ କ୍ୟାପିଟାଲ୍‌ର ସମର୍ଥନ ମଧ୍ୟ ରହିଛି।

ଏହି ପ୍ରସ୍ତାବିତ ନିବେଶ ସମେତନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଇଟଂରନେଟ୍ ଅନୁଭୂତିରେ ବୈପ୍ଳବିକ ରୂପାନ୍ତରଣ ଲାଗି ଜିଓଫୋନ୍ ନେକ୍ସ୍‌ଟ୍ ସ୍ମାର୍ଟଫୋନ୍‌ରେ ଗ୍ଲାନ୍ସ “ଲକ୍ ସ୍କ୍ରିନ୍ ପ୍ଲାଟଫର୍ମ’ ସମ୍ମିଳିତ କରିବାକୁ ଗ୍ଲାନ୍ସ ପକ୍ଷରୁ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ରିଲାଏନ୍ସ ରିଟେଲ୍‌) ସହିତ ବ୍ୟବସାୟ ସହଯୋଗିତା ରାଜିନାମା ସ୍ୱାକ୍ଷର କରାଯାଇଛି। ମୋବାଇଲ୍ ପରିବ୍ୟବସ୍ଥାରେ ଏହା ହେଉଛି ଗ୍ଲାନ୍ସ ଓ ବିଶ୍ୱସ୍ତରୀୟ ସଂସ୍ଥା ମଧ୍ୟରେ ସଦ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା। ଏହି ବୁଝାମଣା ଜରିଆରେ ଗ୍ଲାନ୍ସରିଲାଏନ୍ସ ରିଟେଲ୍ ଓ ଜିଓ ମଧ୍ୟରେ ଡିଭାଇସ୍‌ବାଣିଜ୍ୟବିଷୟବସ୍ତୁ (କନ୍‌ଟେଂଟ୍‌) ଓ ଗେମିଂ ବ୍ୟବସ୍ଥାକୁ ନେଇ ଆହୁରି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ହେବ ବୋଲି ଆଶା କରାଯାଉଛି।

ବର୍ତମାନଗ୍ଲାନ୍ସର ଲକ୍‌ସ୍କ୍ରିନ୍ ପ୍ଲାଟଫର୍ମ ଏସିଆର ବଜାରରେ ୪୦୦ ନିୟୁତରୁ ଅଧିକ ଡିଭାଇସ୍‌ରେ ରହିଛି। ବିନା ସର୍ଚରେକୌଣସି ଆପ୍ ଡାଉନ୍‌ଲୋଡ୍ ନକରି କିମ୍ବା ଏଭଳିକି ନିଜ ଫୋନ୍‌କୁ ଅନ୍‌ଲକ୍ ନକରି ବ୍ୟବହାରକାରୀଙ୍କୁ ଇଟଂରନେଟ୍‌ର ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ସମ୍ଭବ କରିଛି ଗ୍ଲାନ୍ସ। ଲକ୍ ସ୍କ୍ରିନ୍‌ରେ ଅଗ୍ରଦୂତ ବ୍ୟକ୍ତିଗତ ସୁହାଇବା ଭଳି ବ୍ୟବସ୍ଥାଏଆଇ ଦ୍ୱାରା ପରିଚାଳିତ ବିଷୟବସ୍ତୁଲାଇଭ୍ ମନୋରଂଜନ ବାଣିଜ୍ୟ ଜରିଆରେ ଏହାକୁ ହାସଲ କରାଯାଇଛି।

ଜିଓ ଭାରତରେ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଦୂତ ହେବା ସହ ବିଗତ ୫ ବର୍ଷରେ ଭାରତୀୟ ଡିଜିଟାଲ୍ ବ୍ୟବସ୍ଥାରେ ଏହାର ବୈପ୍ଳବିକ ପ୍ରଭାବ ରହିଛି। ପ୍ରଯୁକ୍ତି-ଡିଜିଟାଲ୍ କ୍ଷେତ୍ରରେ ଜିଓ ନବସୃଜନସଂସ୍ଥା ଏବଂ ସମାଧାନକୁ ସମର୍ଥନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହା ବିଭିନ୍ନ ପ୍ରକାର ପବରର୍ତୀ ସ୍ତରର ପ୍ରଯୁକ୍ତି ଓ ଉଦ୍ୟମିତା ଟିମ୍‌କୁ ସମର୍ଥନ ପ୍ରଦାନ କରି ଭାରତୀୟ ବଜାରରେ ଅନ୍ୟତମ ସବୁଠୁ ସକ୍ରିୟ ଡିଜିଟାଲ୍ ଆସେଲରେଟର ଭାବେ ଉଭା ହୋଇଛି।

ଗ୍ଲାନ୍ସରେ କରାଯାଇଥିବା ନିବେଶ ସମ୍ପର୍କରେ ଆକାଶ ଅମ୍ବାନିନିର୍ଦ୍ଦେଶକଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ କହିଛନ୍ତି ଯେ, “ଗତ ଦୁଇ ବର୍ଷ ଭିତରେ ଗ୍ଲାନ୍ସ ଉଲ୍ଲେଖନୀୟ ଭାବେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଛି ଏବଂ ଇଟଂରନେଟ୍‌ର ଅନୁଭୂତିଲାଇଭ୍ ବିଷୟବସ୍ତୁକ୍ରିଏଟର ପରିଚାଳିତ ମନୋରଂଜନ ବାଣିଜ୍ୟ ଏବଂ ଗେମିଂ ପାଇଁ ଲକ୍‌ସ୍କ୍ରିନ୍‌ର ଶକ୍ତିକୁ ଅନଲକ କରି ଏହା ବ୍ୟବହାରକାରୀଙ୍କୁ ବାସ୍ତବରେ ସ୍ୱତନ୍ତ୍ର ସମାଧାନ ପ୍ରଦାନ କରୁଛି। ଏହି ନିବେଶ ଜରିଆରେ ଗ୍ଲାନ୍ସ ବିଶ୍ୱସ୍ତରରେ ପ୍ରମୁଖ ବଜାରଗୁଡ଼ିକରେ ଏହାର ସେବାର ଶୁଭାରମ୍ଭ କରିବା ସମେତ ନିୟ୍ରୁତାଧିକ ଜିଓ ଗ୍ରାହକଙ୍କ ପର୍ଯ୍ୟନ୍ତ ଅନନ୍ୟ ଅନୁଭୂତି ପହଂଚାଇବାକୁ ଆଶା ରଖିଛି ଯାହା ଭାରତ ଓ ବାହାରେ ରହିଥିବା ଗ୍ରାହକମାନଙ୍କୁ ସବୁଠୁ ଉନ୍ନତ ଓ ପରବର୍ତୀ ସ୍ତରର ପ୍ରଯୁକ୍ତି ଏବଂ ଡିଜିଟାଲ୍ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।’’

ନବୀନ ତିୱାରୀପ୍ରତିଷ୍ଠାତା ଓ ସିଇଓଇନ୍‌ମୋବି ଗ୍ରୁପ୍ କହିଛନ୍ତି ଯେ, “ମୋର ଆଦ୍ୟ ଜୀବନରୁ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ମୋ ପାଇଁ ହେଉଛନ୍ତି ଜଣେ ଉଲ୍ଲେଖନୀୟ ପ୍ରେରଣାର ଉତ୍ସ ଏବଂ ଆମର ଯାତ୍ରାରେ ଜିଓ ସହଯୋଗୀ ହୋଇଥିବାରୁ ମୁଁ ଗର୍ବିତ ମନେ କରୁଛି। ଗ୍ଲାନ୍ସରେ ଜିଓର ନିବେଶ ମିଳିତ ଲକ୍ଷ୍ୟ ଓ ଦର୍ଶନର ଏକ ଗଭୀର ଶକ୍ତି ଆଣିଛି। ଜିଓ ନିଶ୍ଚିତ ରୂପେ ବିପ୍ଳବ ଆଣିଥିବା ଏକ କଂପାନି। ଏହା ନିୟୁତାଧିକ ବ୍ୟବହାରକାରୀଙ୍କ ନିକଟରେ ଇଟଂରନେଟ୍‌କୁ ପହଂଚାଇବା ସମ୍ଭବ କରି ଭାରତକୁ ବିଶ୍ୱର ଅନ୍ୟତମ ସର୍ବବୃହତ ଇଟଂରନେଟ୍ ବଜାରରେ ପରିଣତ କରିଛି। ଜିଓଫୋନ୍ ନେକ୍ସ୍‌ଟ୍ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରି ଜିଓ ଏବେ ସ୍ମାର୍ଟଫୋନ୍ ବଜାରରେ ବିପ୍ଳବ ଆଣିଛି। ଗ୍ଲାନ୍ସରେ ଜିଓର ନିବେଶ ଏବଂ ଜିଓଫୋନ୍ ନେକ୍ସଟ୍ ସ୍ମାର୍ଟଫୋନ୍‌ରେ ଗ୍ଲାନ୍ସ ଲକ୍‌-ସ୍କ୍ରିନ୍ ଉପଲବ୍ଧତା ଆଗକୁ ବ୍ୟବହାରକାରୀମାନେ ଇଟଂରନେଟ୍‌ର ଯେଉଁଭଳି ଭାବେ ଅନୁଭୂତି ହାସଲ କରୁଥିଲେ ସେଥିରେ ପରିବର୍ତନ ଆଣିବ।’’

ପୀୟୂଷ ଶାହସହ ପ୍ରତିଷ୍ଠାତାଇନ୍‌ମୋବି ଗ୍ରୁପ୍ ଓ ସଭାପତି ଏବଂ ସିଓଓଗ୍ଲାନ୍ସ କହିଛନ୍ତି ଯେ, “ଏସିଆରେ ଲାଇଭ୍ ବିଷୟବସ୍ତୁବାଣିଜ୍ୟ ଏବଂ ଗେମିଂ ପାଇଁ ବୈପ୍ଳବିକ ଲକ୍‌ସ୍କ୍ରିନ୍‌-ପ୍ରଥମ ସନ୍ଧାନ ପ୍ଲାଟଫର୍ମକୁ ଗ୍ଲାନ୍ସ ସୃଷ୍ଟି କରିଛି ଏବଂ ଆଗକୁ ଆମେ ବିଶ୍ୱସ୍ତରରେ ଏହାକୁ ବ୍ୟାପକ କରିବାକୁ ଚାହୁଛୁ। ଜିଓର ନିବେଶ ଏହି ଲକ୍ଷ୍ୟ ପ୍ରତି ଏକ ବଡ଼ ଧରଣର ସ୍ୱୀକୃତି ଏବଂ ଏହା ଗ୍ଲାନ୍‌ସର ଅଭିନବ ଅନୁଭୂତିକୁ ସାରା ଦୁନିଆରେ ପହଂଚାଇବାର ଶକ୍ତି ଆମକୁ ପ୍ରଦାନ କରିଛି। ଭବିଷ୍ୟତରେ ବିଷୟବସ୍ତୁ ସୃଷ୍ଟି କରିବାକ୍ରିଏଟର ଏବଂ ବାଣିଜ୍ୟ ବ୍ୟବସ୍ଥାରେ ଜିଓ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆଶାରଖିଛୁ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି ଓ ନିର୍ଦ୍ଦେଶକ ଆକାଶ ଅମ୍ବାନି ଛୋଟ ବ୍ୟବସାୟୀମାନଙ୍କୁ ଦେଶର ମୂଳଦୁଆ ଭାବେ ବର୍ଣ୍ଣନା କରିଛନ୍ତି। ଇଶା କହିଛନ୍ତି ଯେ ମହାମାରୀ ବ୍ୟବସାୟ କରିବାର ଉପାୟକୁ ବଦଳାଇ ଦେଇଛି। ଗଳିକନ୍ଦିରେ ଥିବା କିରାନା ବା ତେଜରାତି ଦୋକାନଗୁଡ଼ିକୁ ଏବେ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଓ ସଶକ୍ତ କରିବାର ସମୟ ଆସିଛି। ରିଲାଏନ୍ସ ସହ ଯୋଡ଼ି ହୋଇଥିବା ପ୍ରାୟ ପାଂଚ ଲକ୍ଷ ରିଟେଲ୍ ବିକ୍ରେତାମାନଙ୍କ ବିଷୟରେ ପ୍ରକାଶ କରି ଆକାଶ ଅମ୍ବାନି କହିଛନ୍ତି ଯେ, ରିଟେଲ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ ପାଇଁ ସ୍ଥାନ ରହିଛି। ଫେସବୁକ୍‌ର କାର୍ଯ୍ୟକ୍ରମ ଫ୍ୟୁଏଲ୍ ଫର୍ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଉଭୟ ଇଶା ଅମ୍ବାନି ଓ ଆକାଶ ଅମ୍ବାନି ଯୋଗ ଦେଇଥିଲେ।

ମେଟା (ଫେସବୁକ୍‌)ର ଚିଫ୍ ବିଜନେସ୍ ଅଫିସର ମାର୍ଣ୍ଣେ ଲେଭିନ୍ ଙ୍କ ଏକ ପ୍ରଶ୍ନର ଉତରରେ ଇଶା ଅମ୍ବାନି କହିଛନ୍ତି ଯେ, “ଲକ୍ଷାଧିକ ଖୁଚୁରା ବିକ୍ରେତାମାନଙ୍କୁ ଜିଓ ଓ ଜିଓମାର୍ଟ ମାଧ୍ୟମରେ ଡିଜିଟାଲ୍ ସକ୍ଷମ କରିବା ଲାଗି ମୁକେଶ ଅମ୍ବାନିଙ୍କ ଲକ୍ଷ୍ୟ ରହିଛି। ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ଆଉ ଟିକେ ନିକଟତର ହୋଇଛୁ ଏବଂ ଆକାଶ ଓ ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ବହୁତ ମହତ୍ୱପୂର୍ଣ୍ଣ।’’

ଜିଓମାର୍ଟ ଓ ହ୍ୱାଟସ୍‌ଆପ୍‌ର ସହଯୋଗିତା ସମ୍ପର୍କରେ ମନ୍ତବ୍ୟ ଦେଇ ଆକାଶ ଅମ୍ବାନି କହିଛନ୍ତି ଯେ “ହ୍ୱାଟସ୍‌ଆପ୍ ମାଧ୍ୟମରେ ଜିଓମାର୍ଟରେ ଡିଜିଟାଲ୍ କିଣାକିଣି ଏବେ ଏକ ବାର୍ତା ପଠାଇବା ସଦୃଶ ସହଜ ଓ ସରଳ ହୋଇଛି। ବାସ୍ତବରେ ଉପଭୋକ୍ତମାନଙ୍କ ପାଇଁ ଡିଜିଟାଲ କିଣାକିଣିରେ ଏକ ବିପ୍ଳବ ଭଳି।

ଜିଓର ଦୃଢ଼ ଗ୍ରାହକ ସଂଖ୍ୟା ଓ ସୁଲଭ ସେବାକୁ ପ୍ରଶଂସା କରି ହ୍ୱାଟସ୍‌ଆପ୍ ଜରିଆରେ ଜିଓ ମୋବାଇଲ୍ ରିଚାର୍ଜ କିଭଳି କାମ କରିବ ବୋଲି ମାର୍ଣ୍ଣେ ପ୍ରଶ୍ନ କରିଥିଲେ। ଏହାର ଉତରରେ ଆକାଶ ଅମ୍ବାନି କହିଥିଲେ ଯେ ହ୍ୱାଟସ୍‌ଆପ୍ ଜରିଆରେ ଜିଓର ପ୍ରିପେଡ୍ ରିଚାର୍ଜ କରିବା ଖୁବ୍ ଶୀଘ୍ର ଉପଲବ୍ଧ ହେବ। ୨୦୨୨ରେ ଆରମ୍ଭ ହେବାକୁ ଥିବା ଏହି ସୁବିଧା ବହୁତ ସରଳ ହେବ ଏବଂ ମାତ୍ର ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯାଇପାରିବଯାହା ଜିଓ ଉପଭୋକ୍ତାଙ୍କ ଜୀବନକୁ ଆହୁରି ସହଜ କରିପାରିବ। ବୟସ୍କ ନାଗରିକମାନଙ୍କ ସୁବିଧା ବିଷୟରେ ଆଲୋଚନା କରି ଇଶା କହିଥିଲେ ଯେ ବେଳେ ବେଳେ ବୟସ୍କ ନାଗରିକମାନେ ବାହାରକୁ ଯିବା ସମ୍ଭବ ହୁଏ ନାହିଁସେଭଳି କ୍ଷେତ୍ରରେ ହ୍ୱାଟସ୍‌ଆପ୍ ଜରିଆରେ ଜିଓ ରିଚାର୍ଜ ବହୁତ ସୁବିଧାଜନକ ହେବ ବୋଲି ଇଶା କହିଛନ୍ତି। ଏଥିସହିତ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ ସାଙ୍ଗକୁ ଦେୟ ପ୍ରଦାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ହୋଇପାରିବା କୋଟି କୋଟି ଜିଓ ଗ୍ରାହକଙ୍କୁ ଅନନ୍ୟ ସହଜତାର ଅନୁଭୁତି ଆଣିଦେବ ବୋଲି ସେ କହିଥିଲେ।

ଫ୍ୟୁଏଲ୍ ଫର ଇଣ୍ଡିଆ ୨୦୨୧ ହେଉଛି ଏକ ସାକ୍ଷାତକାରର ଶୃଙ୍ଖଳା ଯେଉଁଥିରେ ଫେସବୁକ୍‌ର ଅଧିକାରୀମାନେ ଦେଶର ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେଉଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍‌ର ତ୍ରୟମାସ ନିଟ୍ ଲାଭ ୨୩.୫% ବୃଦ୍ଧି ସହ ୩,୭୨୮ କୋଟି ଟଙ୍କା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ର ଦ୍ୱିତୀୟ ତ୍ରୟମାସରେ (ଜୁଲାଇ-ସେପ୍ଟେମ୍ବର) ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ୨୩.୫ ପ୍ରତିଶତ ବୃଦ୍ଧି ପାଇ ୩,୭୨୮ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୧ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସ୍‌ର ମୋଟ ରାଜସ୍ୱ ୧୫.୨ ପ୍ରତିଶତ ବୃଦ୍ଧି ପାଇ ୨୩,୨୨୨ କୋଟି ଟଙ୍କା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି । ଏହି ଅବଧିରେ କମ୍ପାନୀର ଗ୍ରାହକ ପ୍ରତି ରାଜସ୍ୱ ୩.୭ ପ୍ରତିଶତ ବୃଦ୍ଧି ପାଇ ଗ୍ରାହକ ପିଛା ମାସିକ ୧୪୩.୬ ଟଙ୍କାରେ ପହଁଚିଛି । ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ୧୭.୬ ଜିବିକୁ ବୃଦ୍ଧି ପାଇଛି ।

କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଜି କ୍ଷେତ୍ରସ୍ତରୀୟ ପରୀକ୍ଷଣ ଆରମ୍ଭ ହୋଇଥିବା ପ୍ରକାଶ କରାଯାଇଛି । ସେହିଭଳି ଦୀପାବଳୀ ଉତ୍ସବ ସମୟରେ ଜିଓଫୋନ୍ ନେକ୍ସଟ୍ କୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ପାଇଁ ଜିଓ ଓ ଗୁଗୁଲ୍ ମିଳିତ ଭାବରେ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଏକ ସଂସ୍ଥା ଯାହା ଅଧୀନରେ ଭାରତର ସର୍ବବୃହତ ଟେଲିକମ୍ ସଂସ୍ଥା ଜିଓ ଓ ଆପ୍‌ଗୁଡ଼ିକ ରହିଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଟାଇମସ୍ ପତ୍ରିକାର ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସାମିଲ ହେଲା ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି। ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାମ ସାମିଲ କରାଯାଇଛି। ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରିଛି ଏବଂ ସବୁଠୁ କମ୍ ମୂଲ୍ୟରେ ୪ଜି ସେବା ଯୋଗାଉଛି। ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍‌ରେ ନିବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି। ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରୁଛନ୍ତି। ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ ରାଶି ଆସିଛି। ଏହା ଜିଓର ଦ୍ରୁତ ଗତିରେ ହେଉଥିବା ବୃଦ୍ଧିର ମୂଲ୍ୟ ଓ କ୍ଷମତାକୁ ପ୍ରତିଫଳିତ କରୁଛି। ଜିଓ ପ୍ଲାଟଫର୍ମସ୍ ତରଫରୁ ଫେସବୁକ୍ ସହ ମିଳିତ ଉଦ୍ୟମରେ ହ୍ୱାଟସ୍‌ଆପ୍ ଆଧାରିତ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରାଯାଇଛି। ସେହିପରି ସୁଲଭ ମୂଲ୍ୟର ୫ଜି ଫୋନ୍ ତିଆରି କରିବା ଲାଗି ଗୁଗୁଲ୍ ସହିତ ମିଶି ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି।

ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଜିଓକୁ ଇନୋଭେଟର୍ସ ବର୍ଗରେ ରଖାଯାଇଛି। ଜିଓ ପ୍ଲାଟଫର୍ମସ୍ ହେଉଛି ଭାରତର ଏକମାତ୍ର କଂପାନି ଯାହାକୁ ଇନୋଭେଟର୍ସ ଶ୍ରେଣୀରେ ସ୍ଥାନ ମିଳିଛି। ଏହି ବର୍ଗରେ ନେଟ୍‌ଫ୍ଲିକ୍ସ, ନିଟେଂଣ୍ଡୋ, ମଡର୍ଣ୍ଣା, ଦି ଲୋଗ୍ ଗ୍ରୁପ୍‌, ସ୍ପଟିଫାଇ ଭଳି ଅନେକ ବିଶ୍ୱସ୍ତରୀୟ କଂପାନି ରହିଛନ୍ତି।

ତାଲିକାରେ ରିଲାଏନ୍ସ ଜିଓ ବ୍ୟତୀତ ଭାରତରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନି ବାଇଜୁସ୍‌ର ନାମ ମଧ୍ୟ ସାମିଲ କରାଯାଇଛି। ଏହି ତାଲିକାରେ ସ୍ୱାସ୍ଥ୍ୟ ଦେଖାଶୁଣା, ମନୋରଂଜନ, ପରିବହନ, ଉଦ୍ୟୋଗିକ ସମେତ ବିଭିନ୍ନ କ୍ଷେତ୍ରର କଂପାନିଗୁଡ଼ିକୁ ସାମିଲ କରାଯାଇଛି। ପତ୍ରିକା ଅନୁସାରେ ପ୍ରାସଙ୍ଗିକତା, ପ୍ରଭାବ, ନବାଚାର, ନେତୃତ୍ୱ, ମହତ୍ୱକାଂକ୍ଷା ଓ ସଫଳତା ସହିତ ପ୍ରମୁଖ ମାନକର ମୂଲ୍ୟାୟନ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବାହାରିଲା ରିଲାଏନ୍ସ ତିନି ମାସିଆ ଫଳ, ‘ଆରଆଇଏଲ’ ୧୩, ୨୪୮ କୋଟି ଏବଂ ‘ଜିଓ’ର ୨୫୨୦ କୋଟି ଟଙ୍କା ଲାଭ

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧ କୋଟି ଟଙ୍କା ରହିଥିଲା ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ୱ ଗତ ବର୍ଷ ତୁଳନାରେ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୬୫୫୭ କୋଟି ଟଙ୍କା ହୋଇଛି । ୨୦୨୦ ଜୁନ୍ ୩୦ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୩୯.୮୩ କୋଟିରେ ପହଞ୍ଚିଥିବାବେଳେ ଗ୍ରାହକ ପ୍ରତି ରାଜସ୍ୱ (ଆର୍ପୁ) ବୃୃଦ୍ଧି ପାଇ ମାସକୁ ୧୪୦.୩ ଟଙ୍କାରେ ପହଞ୍ଚିଛି । ଏହି ତ୍ରୟମାସରେ କମ୍ପାନୀ ୯୯ ଲକ୍ଷ ଗ୍ରାହକ ଯୋଡିଛି । ଶ୍ରେଷ୍ଠ ୪ଜି ନେଟ୍‌ୱର୍କ ବଳରେ ଗତ ବର୍ଷ ତୁଳନାରେ ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଡାଟା ବ୍ୟବହାର ୩୦ ପ୍ରତିଶତ ବୃଦ୍ଧି ପାଇ ୧୪.୨ ଏକ୍ସାବାଇଟରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ “ଏକ ଦୃଢ ଏବଂ ସୁରକ୍ଷିତ ୱେୟାରଲେସ୍ ଏବଂ ଡିଜିଟାଲ ନେଟୱାର୍କ ନିର୍ମାଣ କରି ସବୁ କିଛିକୁ ସଂଯୁକ୍ତ କରିବା ସହିତ ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ ସଂଯୋଗର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ରଖି ଜିଓ ଆରମ୍ଭ ହୋଇଥିଲା । ଆମର ଏହି ସମାନ ଲକ୍ଷ୍ୟରେ ଏବେ ସାମିଲ ହୋଇଛନ୍ତି ବିଶ୍ୱର ୧୩ଟି ବୃହତ୍ତମ ପ୍ରଯୁକ୍ତି କମ୍ପାନୀ ଓ ନିବେଶକ ।’’

ବିଗତ ତିନି ମାସ ମଧ୍ୟରେ ଜିଓ ପ୍ଲାଟଫର୍ମସ୍ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ଓ ନିବେଶକଙ୍କଠାରୁ ୧,୫୨,୦୫୬ କୋଟି ଟଙ୍କାର ପୁଂଜି ନିବେଶ ହାସଲ କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଫେସ୍‌ବୁକ୍‌, ଗୁଗୁଲ୍‌, ସିଲଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟଲାଣ୍ଟିକ୍‌, ମୁବାଦଲା, ଏଡିଆଇଏ, ଟିପିଜି, ଏଲ କାଟରଟନ୍‌, ପିଆଇଏଫ୍‌, ଇନଟେଲ କ୍ୟାପିଟାଲ୍ ଏବଂ କ୍ୱାଲକମ୍ ଭେଂଚର୍ସ ।

ଗୁରୁବାର ଘୋଷଣା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରଥମ ତ୍ରୟମାସ ଆର୍ଥିକ ଫଳାଫଳ ଅନୁଯାୟୀ, ଏପ୍ରିଲରୁ ଜୁନ୍ ତିନି ମାସରେ କମ୍ପାନୀର ନିଟ୍ ଲାଭ ଗତ ବର୍ଷ ତୁଳନାରେ ୩୦.୬ ପ୍ରତିଶତ ବୃଦ୍ଧି ପାଇ ୧୩, ୨୪୮ କୋଟି ଟଙ୍କାରେ ପହଞ୍ଚିଛି ।