Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଇମସ୍ ପତ୍ରିକାର ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସାମିଲ ହେଲା ଜିଓ ପ୍ଲାଟଫର୍ମସ୍
ଆଜିର ଖବର

ଟାଇମସ୍ ପତ୍ରିକାର ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସାମିଲ ହେଲା ଜିଓ ପ୍ଲାଟଫର୍ମସ୍

April 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି। ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାମ ସାମିଲ କରାଯାଇଛି। ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରିଛି ଏବଂ ସବୁଠୁ କମ୍ ମୂଲ୍ୟରେ ୪ଜି ସେବା ଯୋଗାଉଛି। ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍‌ରେ ନିବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି। ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରୁଛନ୍ତି। ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ ରାଶି ଆସିଛି। ଏହା ଜିଓର ଦ୍ରୁତ ଗତିରେ ହେଉଥିବା ବୃଦ୍ଧିର ମୂଲ୍ୟ ଓ କ୍ଷମତାକୁ ପ୍ରତିଫଳିତ କରୁଛି। ଜିଓ ପ୍ଲାଟଫର୍ମସ୍ ତରଫରୁ ଫେସବୁକ୍ ସହ ମିଳିତ ଉଦ୍ୟମରେ ହ୍ୱାଟସ୍‌ଆପ୍ ଆଧାରିତ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରାଯାଇଛି। ସେହିପରି ସୁଲଭ ମୂଲ୍ୟର ୫ଜି ଫୋନ୍ ତିଆରି କରିବା ଲାଗି ଗୁଗୁଲ୍ ସହିତ ମିଶି ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି।

ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଜିଓକୁ ଇନୋଭେଟର୍ସ ବର୍ଗରେ ରଖାଯାଇଛି। ଜିଓ ପ୍ଲାଟଫର୍ମସ୍ ହେଉଛି ଭାରତର ଏକମାତ୍ର କଂପାନି ଯାହାକୁ ଇନୋଭେଟର୍ସ ଶ୍ରେଣୀରେ ସ୍ଥାନ ମିଳିଛି। ଏହି ବର୍ଗରେ ନେଟ୍‌ଫ୍ଲିକ୍ସ, ନିଟେଂଣ୍ଡୋ, ମଡର୍ଣ୍ଣା, ଦି ଲୋଗ୍ ଗ୍ରୁପ୍‌, ସ୍ପଟିଫାଇ ଭଳି ଅନେକ ବିଶ୍ୱସ୍ତରୀୟ କଂପାନି ରହିଛନ୍ତି।

ତାଲିକାରେ ରିଲାଏନ୍ସ ଜିଓ ବ୍ୟତୀତ ଭାରତରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନି ବାଇଜୁସ୍‌ର ନାମ ମଧ୍ୟ ସାମିଲ କରାଯାଇଛି। ଏହି ତାଲିକାରେ ସ୍ୱାସ୍ଥ୍ୟ ଦେଖାଶୁଣା, ମନୋରଂଜନ, ପରିବହନ, ଉଦ୍ୟୋଗିକ ସମେତ ବିଭିନ୍ନ କ୍ଷେତ୍ରର କଂପାନିଗୁଡ଼ିକୁ ସାମିଲ କରାଯାଇଛି। ପତ୍ରିକା ଅନୁସାରେ ପ୍ରାସଙ୍ଗିକତା, ପ୍ରଭାବ, ନବାଚାର, ନେତୃତ୍ୱ, ମହତ୍ୱକାଂକ୍ଷା ଓ ସଫଳତା ସହିତ ପ୍ରମୁଖ ମାନକର ମୂଲ୍ୟାୟନ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ଜିଓ ପ୍ଲାଟଫର୍ମସ୍
Share. Facebook Twitter LinkedIn Email WhatsApp Copy Link

Related Posts

“ଉଭୟଙ୍କ ମଧ୍ୟରେ ସମ୍ପର୍କ…”: ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ବିଷୟରେ ବଡ଼ ବୟାନ ଦେଲେ ସର୍ଜିଓ ଗୋର୍

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026
Latest News

“ଉଭୟଙ୍କ ମଧ୍ୟରେ ସମ୍ପର୍କ…”: ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ବିଷୟରେ ବଡ଼ ବୟାନ ଦେଲେ ସର୍ଜିଓ ଗୋର୍

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.