Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି
ଆଜିର ଖବର

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Amendment of Record of Rights for 29 plots: 0.115 acres of land restored to the name of the Lord (Mahaprabhu)

ପୁରୀ: ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧୯୯୭ ମସିହାରୁ ବିଚାରାଧୀନ ଥିବା ଏକ ଆବେଟମେଣ୍ଟ ମାମଲାର ନିଷ୍ପତ୍ତି କରାଯାଇ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡଭୁକ୍ତ ଥିବା ମୋଟ ୦.୧୧୫ ଏକର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ ନାମରେ ସଂଶୋଧିତ ହୋଇଛି। ଏହି ପ୍ରକ୍ରିୟାରେ ମୋଟ ୧୯ଟି ଖାତା ଅନ୍ତର୍ଗତ ୨୯ଟି ପ୍ଲଟ୍‌ର ରେକର୍ଡ ସଂଶୋଧନ କରାଯାଇଛି। ଫଳରେ ଏହି ସମସ୍ତ ଜମିର ମାଲିକାନା ଆଉ କୌଣସି ବ୍ୟକ୍ତିବିଶେଷଙ୍କ ନାମରେ ନ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି। ପ୍ରକାଶ ଥାଉକି ଶ୍ରୀକ୍ଷେତ୍ରରେ କେବଳ ଶ୍ରୀମନ୍ଦିର ପାଇଁ “ବଡଦେଉଳ ସାହି” ନାମରେ ଏକ ମୌଜା ରହିଛି।

ପ୍ରକାଶ ଥାଉ କି, ରାଜସ୍ୱ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ୍ ଆରମ୍ଭ ହେବା ପରେ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଚିହ୍ନଟ, ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ଗତିଶୀଳ କରାଯାଇଛି। ଏହି ପଦକ୍ଷେପ ଫଳରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଜମିର ଅବୈଧ ଜବରଦଖଲ ହଟାଇବା ସହ ଜମିର ରେକର୍ଡ ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବା ଦିଗରେ ଉଲ୍ଲେଖନୀୟ ସଫଳତା ମିଳୁଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମହାପ୍ରଭୁଙ୍କ ଭୂ- ସମ୍ପତ୍ତି ସୁରକ୍ଷାରେ ସହାୟତା କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ପାଇଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।

ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ ଶ୍ରୀଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026

ରେଷ୍ଟୁରାଣ୍ଟରେ ଅଭିନେତ୍ରୀଙ୍କୁ ଅସଦାଚରଣ, ଥାନାରେ ଏତଲା

November 22, 2026

‘ଅର୍ଦ୍ଧନାରୀଶ୍ୱର’ଙ୍କ ଫଟୋ ସେୟାର କରି ବିଜେପି-ଆରଏସଏସ ଉପରେ ଆକ୍ରମଣ କଲେ ରାହୁଲ ଗାନ୍ଧୀ

November 22, 2026
Latest News

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026

ଇଫିରେ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ର ଭବ୍ୟ ପ୍ରିମିୟର୍

November 22, 2026

ରେଷ୍ଟୁରାଣ୍ଟରେ ଅଭିନେତ୍ରୀଙ୍କୁ ଅସଦାଚରଣ, ଥାନାରେ ଏତଲା

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.