Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜାଗୁଳାଇ ପାଟଣା ଶ୍ରୀଜଗନ୍ନାଥ ମନ୍ଦିର ଠାରେ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଜାନୁଆରୀ ମାସ ୧୭ ତାରିଖରେ ପୁରୀ ଜିଲ୍ଲାରେ ‌ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ପୁର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରମୁଖ ଜଗନ୍ନାଥ ମନ୍ଦିର ଓ ବିଖ୍ୟାତ ଅନ୍ୟ ମନ୍ଦିର ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ପୁରୀର ସହଯୋଗରେ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ଠାରେ ମହାଆଡମ୍ବରରେ ଅଭ୍ୟର୍ଥନା ପୁର୍ବକ ସଂକୀର୍ତ୍ତନ ଢୋଲ ବଜାଇ ଅତିଥି ମାନଙ୍କୁ ମନ୍ଦିରକୁ ପାଛୋଟି ନିଆଯାଇଥିଲା।

ମନ୍ଦିର ପ୍ରଶାସନର ମୁଖ୍ୟ ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ /ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ/ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ/ସାମ୍ବାଦିକ/ବହୁ ସମ୍ମାନୀୟ ବ୍ୟକ୍ତି/ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ପୁର୍ବ ନିର୍ଦ୍ଧାରିତ ସମୟ ଜାନୁଆରୀ ୧୭ ତାରିଖ ଦିନକୁ ୨ ଜଣ ସେବାୟତଙ୍କ ନାମ ପଞ୍ଜିକୃତ କରି଼ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

ଶେଷରେ ସରକାର ଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ବ୍ଲକ କୁ ପ୍ରସ୍ଥାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀଜଗନ୍ନାଥ ମନ୍ଦିରରେ ମୁତୟନ ହେବେ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଭକ୍ତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ସେଠାରେ ମୁତୟନ ହେବେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ। ଆଜି ଏ ନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ହିନ୍ଦୁମାନଙ୍କ ପାଇଁ ବିଶ୍ୱାସର କେନ୍ଦ୍ରସ୍ଥଳ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ। କୋଭିଡ୍ ପରେ ଭକ୍ତଙ୍କ ଦୈନିକ ପ୍ରବେଶ ପ୍ରାୟ ପଚାଶ ହଜାର ହେବ ବୋଲି ଅନୁମାନ କରାଯାଉଛି। ସେହିପରି ସପ୍ତାହ ଶେଷରେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବରେ ଏହି ସମାବୋଶ ଦ୍ୱିଗୁଣିତ ହୋଇଯାଏ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଏହି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 5ଟି ଅଧିନରେ ଏହା ବର୍ତ୍ତମାନ ରାଜ୍ୟର ଏକ ବଡ ତଥା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ଏଥିରେ ଭକ୍ତଙ୍କ ପାଇଁ ଯେଉଁ ସୁବିଧା ରହିଛି ସେଥିରେ ପ୍ରତିଦିନ ସଂଖ୍ୟା ବେଶ ବୃଦ୍ଧି ପାଇବ।

ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ସମସ୍ତ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରାଯାଇଥିଲା। ଏହାପରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ ସେଠାରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବା ପରେ ସେ ଏହି ଅନୁମୋଦନ କରିଛନ୍ତି।

ମନ୍ଦିରକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାର ନୂତନ ବାଟାଲିୟନର ପ୍ରାଥମିକ ଦାୟିତ୍ବ ରହିବ। ଏଥିସହିତ ଭକ୍ତଙ୍କୁ ନିୟନ୍ତ୍ରିତ କରି ମନ୍ଦିର ଭିତରକୁ ପ୍ରବେଶ କରାଇବା, ସୁରୁଖୁରୁରେ ଦର୍ଶନ କରାଇବା ଏହି ନୂଆ ବାଟାଲିଆନର ପ୍ରମୁଖ କାମ ହେବ। ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।

ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ପାଖାପାଖି ୧୧୯୦ କର୍ମଚାରୀ ରହିବେ ଏବଂ ଏହାକୁ ପୋଲିସ ଅଧୀକ୍ଷକ ପୁରୀର ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣରେ ରଖାଯିବ ବୋଲି ନିଷ୍ପତି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ତାମିଲନାଡୁର ଏହି ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କୁ କରେ ଆକର୍ଷିତ

ଚେନ୍ନାଇ, ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୃ ଶ୍ରୀଜଗନ୍ନାଥ, ପ୍ରଭୃ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଷ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି।

2001 ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ସମ୍ପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ଦେଶବ୍ୟାପୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରଣପୁରଗଡ଼ ଶ୍ରୀଜଗନ୍ନାଥ ମନ୍ଦିରର ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁ ସେବାୟତ ସମିତି ବିଜେ ରଣପୁରଗଡ ମନ୍ଦିରର ବ୍ୟାପକ ଆର୍ଥିକ ଅନିୟମିତାକୁ ନେଇ ଅଦାଲତରେ ହାଜର ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ପୁରୀଙ୍କ ସ୍ୱପ୍ନାଦେଶରେ ଶ୍ରୀଜଗନ୍ନାଥ ପୁରୀଙ୍କର ୧୬ କଳାରୁ ଏକ କଲା ତତ୍କାଳୀନ ପୁରୀ ଗଜପତି ମହାରାଜ ଶ୍ରୀ ପ୍ରତାପ ରୁଦ୍ରଦେବ ପୁରୀଙ୍କ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀମାଧବ ଗୋସ୍ୱାମୀଙ୍କୁ ରଣପୁରର ତତ୍କାଳୀନ ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଶ୍ରୀବିଗ୍ରହକୁ ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ର ସନ ୧୩୬୩ ଖ୍ରୀଷ୍ଟାବ୍ଦରେ ରଣପୁରଗଡ଼ଠାରେ ପ୍ରତିଷ୍ଠା କରି ମନ୍ଦିର ସ୍ଥାପନ କରିଥିଲେ। ପୁରୀ ଭଳି ଏଠାରେ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ପାଇଁ ଛତିଶା ନିଯୋଗ ବ୍ୟବସ୍ଥା କରିବା ସହ ପୁରୀ ମନ୍ଦିର ଭଳି ଏଠାରେ ସମସ୍ତ ପ୍ରକାର ରୀତି, କାନ୍ତି, ପୂଜାବିଧି ଏପରିକି ଦ୍ୱାଦଶ ଯାତ୍ରା ପ୍ରଚଳନ କରି ଅଦ୍ୟାବଧି ପରମ୍ପରା ଅନୁଯାୟୀ ଯଥାରୀତି ସମସ୍ତ କାର୍ଯ୍ୟ ସମାପନ ହେଉଅଛି।

ପୁରୀ ଶ୍ରୀମନ୍ଦିରକୁ ବାଦ ଦେଲେ ଓଡ଼ିଶାରେ ଥିବା ସମସ୍ତ ଗଡ଼ଜାତର ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ଅତି ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ହୋଇଥିବାରୁ ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ମାନ୍ୟତା ଓ ଜନଶ୍ରୁତି ରହିଅଛି। ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ସମସ୍ତ ମନ୍ଦିର, ମଠର ପରିଚାଳନା ଦାୟିତ୍ୱ ମାନ୍ୟବର କମିଶନରଙ୍କ ଦାୟିତ୍ୱରେ ରହିଅଛି। ସ୍ଥାନୀୟ ତହସିଲଦାର ଉକ୍ତ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏହାର ଦେଖାଶୁଣା କରି ଆସୁଛନ୍ତି। କିନ୍ତୁ ଅନେକ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନ୍ୟାନ୍ୟ ସରକାରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ବାସ୍ତବରେ ମନ୍ଦିର ପରିଚାଳକ ସମସ୍ତ କାର୍ଯ୍ୟ ଦେଖାଶୁଣା କରନ୍ତି।

ଉକ୍ତ ମନ୍ଦିରର ଉନ୍ନତି ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ମାନ୍ୟବର ବିଧାୟକମାନେ ଓ ମାନ୍ୟବର ସାସଂଦ ପୁରୀ ଏବଂ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତିମାନେ ମନ୍ଦିରର ଉନ୍ନତି ପାଇଁ ବିପୁଳ ଅର୍ଥ ଦେଇଥିଲେ ମଧ୍ୟ ଉକ୍ତ ଅର୍ଥ ଠିକ୍ ଭାବରେ ବିନିଯୋଗ ନହୋଇ ଆତ୍ମସାତ କରାଯାଉଛି। ମନ୍ଦିର ପରିଚାଳନା ପାଇଁ ବିଭିନ୍ନ ସମୟରେ ଏକ ପରିଚାଳନା କମିଟି ଗଠିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମାନ୍ୟବର କମିଶନରଙ୍କ ଅନୁମୋଦନ କରାଯାଉ ନାହିଁ। ଯାହାଦ୍ୱାରା ମନଇଚ୍ଛା କମିଟି ଗଠନ କରାଯାଉଛି ଏବଂ ଉକ୍ତ କମିଟିରୁ ଇଚ୍ଛା ମୁତାବକ ସଦସ୍ୟଙ୍କୁ ବାହାର କରି ଦିଆଯାଉଛି।

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ସମୟ ଅଭାବ ହେତୁ ପରିଚାଳନା କମିଟିକୁ ଅଣଦେଖା କରି ମନ୍ଦିର ପରିଚାଳକ ମନଇଚ୍ଛା ସମସ୍ତ କାର୍ଯ୍ୟ କରୁଛନ୍ତି। ଏପରିକି ପରିଚାଳନା କମିଟି ବୈଠକ ମଧ୍ୟ ଡ଼କାଯାଉ ନାହିଁ। କିଛି ପରିଚାଳନା କମିଟି ସଦସ୍ୟମାନେ ବୈଠକ ଡ଼ାକିବା ପାଇଁ ଏବଂ ମନ୍ଦିରର ଆୟ ବ୍ୟୟ ସଂକ୍ରାନ୍ତୀୟ ତଥ୍ୟ ଜାଣିବାକୁ ଚାହୁଁଥିଲେ ମଧ୍ୟ ଏ ସମ୍ପର୍କରେ ମନ୍ଦିର ପରିଚାଳକ କୌଣସି ସୂଚନା ପ୍ରଦାନ କରୁନାହାଁନ୍ତି।

ଏଭଳି ଏକ ଐତିହ୍ୟସମ୍ପନ୍ନ ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର ବିଜେ ରଣପୁରଗଡ଼ଙ୍କର ପରିଚାଳନା ଓ ଆର୍ଥିକ ଅନିୟମିତତା ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହାର ନିରପେକ୍ଷ ତଦନ୍ତ ଏବଂ ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଶ୍ରୀମନ୍ଦିରର ଆୟ ବ୍ୟୟ ସମୀକ୍ଷା କରାଗଲେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ।

ମାନ୍ୟବର କମିଶନର ମହୋଦୟ ଘଟଣାର ଗରୁତ୍ୱକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ ଏବଂ ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଶ୍ରୀମନ୍ଦିର, ରଣପୁରଗଡ଼ର ଆୟ ବ୍ୟାୟ ସମୀକ୍ଷା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦିଆଗଲେ ଶ୍ରୀମନ୍ଦିରର ଆର୍ଥିକ ସ୍ୱଚ୍ଛତା ରହିବା ସହିତ ସାଧାରଣ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଏବଂ ସେବାୟତ ସମିତି ଅଶେଷ ଉପକୃତ ହୋଇପାରିବେ।

Categories
ଆଜିର ଖବର ଧର୍ମ

ରଥ ନିର୍ମାଣ: ତିନି ରଥର ପ୍ରଥମ ଭୁଇଁ ପଡି ଦ୍ୱିତୀୟ ଭୁଇଁର ଛକାଠ’ ଉଠିଥିଲା, ଜାଣନ୍ତୁ ଏହା କଣ

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି।

ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

କାର୍ତ୍ତିକ ହବିଶିୟାଳିଙ୍କ ପାଇଁ ଖୁସି ଖବର, ଏଥର ପୁରୀର ନୂଆ ଭକ୍ତ ନିବାସରେ ରହିବାକୁ ମିଳିବ ସୁଯୋଗ

ପୁରୀ, ଜଗନ୍ନାଥ ଧାମରେ ନିର୍ମାଣ ଚାଲିଥିବା ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଭକ୍ତ ନିବାସରେ 138ଟି ରୁମ କରାଯାଇଛି। ଯେଉଁ ଭକ୍ତମାନେ ପୁରୀ  ଆସିବେ ସେମାନଙ୍କୁ ଶସ୍ତା ଦରରେ ରହିବା ପାଇଁ ବ୍ୟବସ୍ଥା କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ଏହି ଭକ୍ତ ନିବାସ ଏକ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିର ପ୍ରଶାସନର ପୁରୀରେ ଏହିପରି 4ଟି ଭକ୍ତ ନିବାସ ରହିଛି। ଆସନ୍ତା କାର୍ତ୍ତିକ ମାସ ପାଇଁ ଏହାର ବୁକିଂ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।