Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ
ଆଜିର ଖବର

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି "ସମର୍ପଣ" ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ
ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି "ସମର୍ପଣ" ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଦାନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ସୁବିଧାଜନକ କରିବା ଦିଗରେ ଆମ ସରକାରଙ୍କ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍‌ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ସହ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଛନ୍ତି।

ଏହି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଦେଶ ଓ ବିଦେଶରେ ବସବାସ କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ସୁରକ୍ଷିତ ଏବଂ ସ୍ୱଚ୍ଛ ପ୍ରଣାଳୀରେ ମହାପ୍ରଭୁଙ୍କ ପାଖରେ ନିଜର ଦାନ ସମର୍ପଣ କରିପାରିବେ।

ଆଧୁନିକ ପ୍ରଯୁକ୍ତି ସହ ଆମର ସନାତନ ପରମ୍ପରାକୁ ଯୋଡ଼ି, ମହାପ୍ରଭୁଙ୍କ ଦିବ୍ୟ ସେବାରେ ନିଜକୁ ସାମିଲ କରିବା। ଆପଣଙ୍କ ପ୍ରତ୍ୟେକ ସମର୍ପଣ ଭକ୍ତିର ପ୍ରତୀକ ଓ ଶ୍ରୀଜଗନ୍ନାଥଙ୍କ ଚରଣରେ ଏକ ପବିତ୍ର ଅର୍ପଣ।

ଏହି ଅବସରରେ ମାନ୍ୟବର ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମାନ୍ୟବର ପୁରୀ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର, ମାନ୍ୟବର ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର,ମାନ୍ୟବର ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

"ସମର୍ପଣ" ୱେବ୍ ପୋର୍ଟାଲ ପୃଥ୍ୱୀରାଜ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋବାଇଲ୍ ଆପ୍ ମୋହନ ଚରଣ ମାଝି ୱେବ୍ ପୋର୍ଟାଲ ଶୁଭ ଉନ୍ମୋଚନ ଶ୍ରୀଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026
Latest News

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.