Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାର୍ତ୍ତିକ ପୂର୍ଣ୍ଣିମା ପରେ ୨୬ ଓ ୨୭ରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି
ବିଶେଷ ଖବର

କାର୍ତ୍ତିକ ପୂର୍ଣ୍ଣିମା ପରେ ୨୬ ଓ ୨୭ରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
The counting and inventory of the Ratna Bhandar (temple treasury) will resume on the 26th and 27th, following Kartika Purnima.

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଶ୍ରୀକ୍ଷେତ୍ରରେ ପୁଣିଥରେ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ। ଆସନ୍ତା ନଭେମ୍ବର ୨୬ ଓ ୨୭ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ ବୋଲି ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ମଧ୍ୟରେ ଏହି ଘୋଷଣାକୁ ନେଇ ବେଶ୍ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ମାସରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଥିଲା। ତେବେ ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତିର ବ୍ୟସ୍ତତା ଏବଂ ଅଗଣିତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସେବକ ଓ କମାଣ୍ଡରଙ୍କ ପରାମର୍ଶକ୍ରମେ ଏହି କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଆସନ୍ତା ନଭେମ୍ବର ୨୪ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୫ ତାରିଖରେ ଗୋଟିଏ ଦିନ ବ୍ୟବଧାନ ରଖାଯାଇଛି। ଏହାପରେ ୨୬ ଓ ୨୭ ତାରିଖରେ ପୁଣିଥରେ ଗଣତିମଣତି କାର୍ଯ୍ୟ କରାଯିବ।

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାନକ କାର୍ଯ୍ୟପଦ୍ଧତି (ଏସ୍‌ଓପି) ଅନୁସାରେ ଏବଂ ଅନୁମୋଦିତ ବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ତ ଗଣତିମଣତି ପ୍ରକ୍ରିୟା ସମ୍ପନ୍ନ ହେବ। ଏହି କାର୍ଯ୍ୟକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପାଳିଆ ସେବକଙ୍କ ସମେତ ବିଭିନ୍ନ ସେବକ ନିଯୋଗଙ୍କ ପୂର୍ଣ୍ଣ ସହଯୋଗ ଲୋଡ଼ାଯାଇଛି। ଅନ୍ୟପକ୍ଷରେ, ରତ୍ନଭଣ୍ଡାର ଗଣତିମଣତି ସମୟରେ ମଧ୍ୟ ଶ୍ରଦ୍ଧାଳୁମାନେ ପୂର୍ବଭଳି ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିସହ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି କୌଣସି ପ୍ରକାରେ ବାଧାପ୍ରାପ୍ତ କିମ୍ବା ପ୍ରଭାବିତ ନହୁଏ, ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି।

ଗଣତିମଣତି ରତ୍ନ ଭଣ୍ଡାର ଶ୍ରୀଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

ଇଫିରେ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ର ଭବ୍ୟ ପ୍ରିମିୟର୍

November 22, 2026

ଭେଣ୍ଟିଲେଟରରେ ବେଙ୍ଗଲର ବିଜେପି ବିଧାୟକ: ଡାକ୍ତରୀ ରିପୋର୍ଟରେ ମିଳିଲା ବିଷ

November 22, 2026

ଭାରତ ଆସିଲେ ନେପାଳ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ତାଙ୍କର ପ୍ରଥମ ଗସ୍ତ କାହିଁକି ଐତିହାସିକ?

November 22, 2026
Latest News

କାର୍ତ୍ତିକ ପୂର୍ଣ୍ଣିମା ପରେ ୨୬ ଓ ୨୭ରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି

November 22, 2026

ଐତିହାସିକ ବାଲିଯାତ୍ରା ପାଇଁ ସୁରକ୍ଷା ବଳୟ: ପଡ଼ିଆରୁ ରାଷ୍ଟ୍ରପତିଙ୍କ ଗସ୍ତ ପଥ ପର୍ଯ୍ୟନ୍ତ କଡ଼ା ପହରା

November 22, 2026

୨୫ରେ ନୂଆ ହିତାଧିକାରୀଙ୍କୁ ଭତ୍ତା

November 22, 2026

୨୯ ପ୍ଲଟର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ : ମହାପ୍ରଭୁଙ୍କ ନାମକୁ ଫେରିଲା ୦.୧୧୫ ଏକର ଜମି

November 22, 2026

“ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ…”: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ବଡ଼ ବୟାନ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.