ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀ ଏବଂ ଏନ୍ଏସଏପି ବ୍ୟାଙ୍କ୍-ଲିଙ୍କ୍ ହିତାଧିକାରୀମାନଙ୍କ ପାଇଁ ଆସନ୍ତା ୨୫ରେ ଭତ୍ତା ପ୍ରଦାନ କରାଯିବ। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯିବ। ଯେଉଁ ନୂତନ ହିତାଧିକାରୀମାନେ କାରଣବଶତଃ ଭତ୍ତା ପାଇନାହାଁନ୍ତି, ସେମାନଙ୍କୁ ନଭେମ୍ବର ୨୫ରେ ଭତ୍ତା ପ୍ରଦାନ କରାଯିବ। ୧ ଲକ୍ଷ ୧୩ ହଜାର ୯୪୯ ହିତାଧିକାରୀ ଏହି ଭତ୍ତା ପାଇବେ। କେନ୍ଦ୍ର ଅଂଶ ପୂର୍ବ ଭଳି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ପ୍ରକାଶ ଯେ ଗତ ୧୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ।


