Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ସମେତ ସମଗ୍ର ଓଡ଼ିଶାରେ ଥିବା ନିଜର କାର୍ଯ୍ୟାଳୟ ଓ ବିଭିନ୍ନ କ୍ଷେତ୍ରସ୍ତରୀୟ ସ୍ଥଳଗୁଡିକରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରୁଛି। ଜିଓ ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ଜିଓ ପକ୍ଷରୁ ଓଡ଼ିଶାରେ ପାଳନ କରାଯାଉଥିବା ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମକୁ ଉଦ୍‌‍ଘାଟନ କରିବା ସହିତ ସଡ଼କ ନିରାପତ୍ତା ଅଭ୍ୟାସ ଉପରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ। ମାସବ୍ୟାପୀ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦୨୪ ଫେବୃଆରୀ ୧୦ରେ ଉଦ୍‌‍ଯାପିତ ହେବ।

‘ଜଣେ ସଡ଼କ ସୁରକ୍ଷା ହୀରୋ ହୁଅନ୍ତୁ’ ବିଷୟବସ୍ତୁ ଆଧାରିତ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା, ନିରାପଦ ଗାଡି ଚାଳନା ଜୀବନ ରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ପ୍ରମୁଖ ନିରାପତ୍ତାମୂଳକ ପଦକ୍ଷେପଗୁଡିକର ଗୁରୁତ୍ୱକୁ ଏହି ସୁରକ୍ଷା ସଚେତନତା ଅଭିଯାନ ଅବସରରେ ପୁନଃ ସୁଦୃଢୀକରଣ କରାଯାଉଛି ଏବଂ ତାହାସହିତ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ସମଗ୍ର ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାନର ଓ ପୋଷ୍ଟରଗୁଡିକ ସମଗ୍ର ରାଜ୍ୟରେ ଥିବା ଜିଓ କାର୍ଯ୍ୟାଳୟଗୁଡିକରେ ପ୍ରଦର୍ଶିତ କରାଯାଇଛି। ମାସବ୍ୟାପୀ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ରୋଡ ସୋ’, ସଡ଼କ ସୁରକ୍ଷା ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ, ସଡ଼କ ସୁରକ୍ଷା ଉପରେ ଗୀତ / ସ୍ଲୋଗାନ୍‌‍ ଲେଖିବା ପ୍ରତିଯୋଗିତା, ଚିତ୍ରାଙ୍କନ / ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଯାନବାହନଗୁଡିକର ଯାଞ୍ଚ ଏବଂ ସଡ଼କ ସୁରକ୍ଷା ହୀରୋମାନଙ୍କୁ ପୁଷ୍ପ, ଚକୋଲେଟ ଏବଂ ବ୍ୟାଜ୍‌‍ ବଣ୍ଟନ ଆଦି ଅନ୍ତର୍ଭୁକ୍ତ।

ହେଲମେଟ୍‌‍ ଓ ସିଟ୍‌‍-ବେଲ୍ଟ ପିନ୍ଧିବା, ଦୁଇ-ଚକିଆ ଗାଡି ଚଳାଇବା ସମୟରେ ଯାନକୁ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଟିମ୍‌‍ ସଦସ୍ୟମାନେ ମଧ୍ୟ ଆତ୍ମରକ୍ଷାମୂଳକ ଗାଡିଚାଳନା ଏବଂ କୁହୁଡି ପାଗରେ ନିରାପଦ ଗାଡି ଚାଳନା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରୁଛନ୍ତି। ଜିଓ କର୍ମଚାରୀମାନେ ମଧ୍ୟ ସଡ଼କ ବ୍ୟବହାରକାରୀ ଜନସାଧାରଣଙ୍କୁ ସୁରକ୍ଷାମୂଳକ କାର୍ଯ୍ୟକ୍ରମରେ ନିୟୋଜିତ ରଖି ସେମାନଙ୍କୁ ନିରାପତ୍ତା ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବ୍ୟାଜ୍‌‍ ପ୍ରଦାନ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ତୃତୀୟ ତ୍ରୈମାସିକ ନେଟ ଲାଭ ହେଲା ୫୨୦୮ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ସେଵାପ୍ରଦାନକାରୀ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୨.୨ ପ୍ରତିଶତ ବୃଦ୍ଧି ପାଇ ୫୨୦୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୬୩୮ କୋଟି ଟଙ୍କା ରହିଥିଲା।

ସେହିଭଳି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ବ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ପାଇ ୨୫୩୬୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟା ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୩୧.୫ ପ୍ରତିଶତ ବୃଦ୍ଧି ପାଇ ୩୮.୧ ବିଲିଅନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ୭.୯ ପ୍ରତିଶତ ବୃଦ୍ଧି ପାଇ ୧.୩୭ ଟ୍ରିଲିଅନ ମିନିଟ ହୋଇଥିବା ଜଣାପଡିଛି।

ସେହିଭଳି ତୃତୀୟ ତ୍ରୟମାସରେ ଜିଓ ସର୍ବାଧିକ ୧୧.୨ ମିଲିଅନ ଗ୍ରାହକ ଯୋଡିବା ସହିତ ଦେଶରେ ଡିସେମ୍ବର ମାସ ଶେଷ ସୁଦ୍ଧା ଏହାର ମୋଟ ଗ୍ରାହକ ସଂଖ୍ୟା ୪୭ କୋଟି ଅତିକ୍ରମ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ସମୟ ପୂର୍ବରୁ ସାରା ଦେଶରେ କମ୍ପାନୀ ଜିଓ ଟ୍ରୁ ୫ଜି ନେଟୱାର୍କ ସ୍ଥାପନ କରିବା ସହିତ ୯ କୋଟି ରୁ ଉର୍ଦ୍ଧ୍ବ ଗ୍ରାହକ ଜିଓ ର ୫ଜି ନେଟୱାର୍କ କୁ ଆପଣାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଆର୍ଥିକ ଫଳାଫଳ ଘୋଷଣା ଅବସରରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ” ଜିଓ ବିଶ୍ୱର ଯେକୌଣସି ସ୍ଥାନରେ ସବୁଠାରୁ ଦ୍ରୁତତମ ୫ଜି ନେଟୱାର୍କ ପ୍ରଚଳନର ସଫଳତା ହାସଲ କରିଛି ଏବଂ ଏବେ ସାରା ଦେଶରେ ଉପଲବ୍ଧ ହୋଇଛି। ଜିଓ ଏୟାର ଫାଇବରର ପ୍ରାରମ୍ଭିକ ଚାହିଦା ଓ ଗ୍ରାହକ ସମ୍ପର୍କ ବେଶ ଦୃଢ ତଥା ଉତ୍ସାହଜନକ ରହିଛି।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନି କଲେ ବଡ ଘୋଷଣା, ଏଣିକି ଘରେ ଘରେ ଜିଓ ପହଞ୍ଚାଇବ ‘ଏଆଇ’

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।

ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ। ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ।

ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ। ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି। ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି।

ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।

ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ। ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ। ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଜିଓ ଟ୍ରୁ-୫ଜି ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହରରେ ଉପଲବ୍ଧ

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି। ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକ ମଧ୍ୟ ଏଷବ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରିପାରିବେ।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଜରିଆରେ ଆମନ୍ତ୍ରଣ କରାଯଉଛି। ଏହି ଅଂଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍ ଓ ବଜାର, ଆବାସିକ ଅଂଚଳ, ହସ୍ପିଟାଲ୍‌, ହୋଟେଲ୍ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଂଚିପାରିଛି। ଚଳିତ ଆଇପିଏଲ୍ ସିଜନ୍‌ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି ସେବାକୁ ବ୍ୟବହାର କରି ନିଜ ଘରେ ଆରାମରେ ରହି ମ୍ୟାଚ୍‌ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଦେଖିପାରୁଛନ୍ତି।

ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି। ସାରା ଓଡ଼ିଶାରେ ଦ୍ରୁତ ଗତିରେ ଟ୍ରୁ-୫ଜିର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଟ୍ରୁ-୫ଜି କଭରେଜ୍‌କୁ ସୁଦୃଢ଼ କରିବା ସହିତ ଏହି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଜିଓ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଜିଓ ଟ୍ରୁ-୫ଜିର ଉପଲବ୍ଧତା ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ। ରାଜ୍ୟର ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ହେଉଛି ସର୍ବାଧିକ ପସନ୍ଦର ଅପରେଟର ତଥା ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପ୍ରଯୁକ୍ତି ବ୍ରାଣ୍ଡ୍ ଏବଂ ଏହି ଶୁଭାରମ୍ଭ ଓଡ଼ିଶାର ଲୋକମାନଙ୍କ ପ୍ରତି, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଜିଓର ନିରନ୍ତର ପ୍ରତିବଦ୍ଧତାର ପରିଚାୟକ।

ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ବିଶ୍ୱସ୍ତରୀୟ ନେଟ୍‌ୱର୍କ ପ୍ରଦାନ କରିଥିବାରୁ ଆମେ ଗର୍ବିତ। ଜିଓ ଟ୍ରୁ-୫ଜି ଓଡ଼ିଶାର ଲୋକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ମାନୁଫାକ୍‌ଚରିଂ (ବିନିର୍ମାଣ), ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଆଦି କ୍ଷେତ୍ରରେ ଅସୀମିତ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବ।’’

୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶର ସବୁ ସହର ଓ ତାଲୁକାରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବାକୁ ଜିଓ ଯୋଜନା ରଖିଛି।

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି। ଏହା ମଧ୍ୟରେ ରହିଛି ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା; ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ ଓ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ଓଡ଼ିଶାରେ ଜିଓ ଟ୍ରୁ-୫ଜି ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ଏହା ନୂଆ ଓ ଅଭିନବ ସେବାକୁ ସକ୍ଷମ କରି ସହିତ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ରାଜ୍ୟର ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍।

ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ। ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍‌ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି। ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା। କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି।

ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଦୁଇ ବର୍ଷ ପୂର୍ବେ ମାସିକ ମାତ୍ର ୧୩.୩ ଜିବି ଥିଲା। ଅର୍ଥାତ ପ୍ରତି ଜିଓ ବ୍ୟବହାରକାରୀ ଦୁଇ ବର୍ଷ ପୂର୍ବ ସମୟ ତୁଳନାରେ ପ୍ରତି ମାସରେ ପାଖାପାଖି ୧୦ ଜିବି ଅଧିକ ଡାଟା ବ୍ୟବହାର କରୁଛନ୍ତି। ଜିଓ ନେଟ୍‌ୱର୍କରେ ଡାଟାର ହାରାହାରି ବ୍ୟବହାର ହାର ଟେଲିକମ୍ ଶିଳ୍ପର ହାରାହାରି ହାରଠାରୁ ଯଥେଷ୍ଟ ଅଧିକ ରହିଛି ।

ତ୍ରୈମାସିକ ଫଳାଫଳରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ୬୦ ହଜାର ସାଇଟ୍‌ରେ ୩.୫ ଲକ୍ଷରୁ ଅଧିକ ୫ଜି ସେଲ୍ ଲଗାଇସାରିଛି। ଦେଶର ୨୩୦୦ ସହର ଓ ନଗରରେ ଜିଓ ଟ୍ରୁ-୫ଜି ପହଂଚିସାରିଛି ଏବଂ ଜିଓ ଗ୍ରାହକ ବହୂଳ ଭାବରେ ୫ଜି ସେବାକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ୱରେ ଏହା ସବୁଠାରୁ ଦ୍ରୁତତମ ୫ଜି ସେବା ଶୁଭାରମ୍ଭ । ୨୦୨୩ ଶେଷ ସୁଦ୍ଧା କଂପାନି ସାରା ଦେଶରେ ୫ଜି ନେଟ୍‌ୱର୍କ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ କଂପାନି ଏୟାରଫାଇବର୍‌ର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ଆସନ୍ତା କିଛି ମାସ ଭିତରେ ଏହାର ଶୁଭାରମ୍ଭ କରିବାକୁ ଜିଓ ଆଶା ରଖିଛି। ୧୦ କୋଟି ଘରକୁ ଫାଇବର ଓ ଏୟାରଫାଇବର ସହ ଯୋଡ଼ିବାକୁ ଜିଓ ଲକ୍ଷ୍ୟ ରଖିଛି।
ତ୍ରୈମାସିକ ତଥ୍ୟ ଅନୁସାରେ ଜିଓର ଗ୍ରାହକ ପିଛା ହାରାହାରି ମାସିକ ରାଜସ୍ୱ (ଆର୍‌ପୁ) ୧୭୮.୮ ଟଙ୍କାକୁ ବୃଦ୍ଧି ପାଇଛି।

କଂପାନିର ନେଟ୍‌ୱର୍କରେ ପ୍ରତିଦିନ ବ୍ୟବହାରକାରୀମାନେ ୧୪୫୯ କୋଟି ମିନିଟ୍ ଭଏସ୍ କଲିଂରେ କଥାବାର୍ତା ହେଉଛନ୍ତି । ଏହାର ଅର୍ଥ ହେଉଛି ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ପ୍ରତି ମାସରେ ହାରାହାରି ୧୦୦୩ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଜିଓ ଦେଉଛି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଫର

ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୱାନ୍‌ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍‌, ୱାନ୍‌ପ୍ଲସ୍ ୮, ନର୍ଡ, ନର୍ଡ ୨ଟି, ନର୍ଡ୨, ନର୍ଡ ସିଇ, ନର୍ଡ ସିଇ୨ ଏବଂ ନର୍ଡ ସିଇ୨ ଲାଇଟ୍ ବ୍ୟବହାରକାରୀମାନେ ଜିଓର ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ। ସେହିଭଳି ଖୁବ୍‌ଶୀଘ୍ର ୱାନ୍‌ପ୍ଲସ୍ ୯ ପ୍ରୋ, ୱାନ୍‌ପ୍ଲସ ୯ ଏବଂ ୱାନ୍‌ପ୍ଲସ ୯ଆର୍‌ଟି ମଧ୍ୟ ଜିଓର ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ।

ଜିଓ ପକ୍ଷରୁ ୱାନ୍‌ପ୍ଲସ୍‌ର ବ୍ୟବହାରକାରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର “ୱାନ୍‌ପ୍ଲସ୍ ଆନିଭର୍ସରି ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ। ଏହି ଅଫର ଡିସେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ବୈଧ ରହିବ। ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧୪୯୯ ଟଙ୍କାର ରେଡ୍ କେବଲ୍ କେୟାର ପ୍ଲାନ୍ ଏବଂ ୩୯୯ ଟଙ୍କାର ଜିଓ ସାୱନ ପ୍ରୋ ପ୍ଲାନ୍‌ର ଲାଭ ମଧ୍ୟ ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ସୁନିଲ ଦତ୍ତ କହିଛନ୍ତି ଯେ, “ଭାରତରେ ୫ଜି ଡିଭାଇସ୍‌ର ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଲାଗି ୱାନ୍‌ପ୍ଲସ୍ ଆମ ସହିତ ମିଶି କାର‌୍ୟ୍ୟ କରିଛି। ୫ଜି ସ୍ମାର୍ଟଫୋନ୍‌ର ବାସ୍ତବିକ ଶକ୍ତି କେବଳ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଦ୍ୱାରା ହାସଲ କରାଯାଇପାରିବ। ଜିଓ ଏହାର ୫ଜି ନେଟ୍‌ୱର୍କକୁ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ ଭାବେ ପ୍ରସ୍ତୁତ କରିଛି। ୱାନପ୍ଲସ୍‌ର ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ଏହି କ୍ଷେତ୍ରରେ ଜିଓ ୱେଲକମ୍ ଅଫର ଅଧୀନରେ ଅସୀମିତ ୫ଜି ଇଟଂରନେଟ୍‌କୁ ବ୍ୟବହାର କରିପାରିବେ।’’

ୱାନ୍‌ପ୍ଲସ୍ ଇଣ୍ଡିଆର ସିଇଓ ନବନୀତ ନାକ୍‌ରା କହିଛନ୍ତି ଯେ, “ଭାରତରେ ୱାନପ୍ଲସ୍ ବ୍ୟବହାରକାରୀମାନଙ୍କ ଲାଗି ୫ଜି ପ୍ରଯୁକ୍ତି ଆଣିବା ପାଇଁ ଜିଓ ଟିମ୍ ସହିତ ସହଯୋଗିତ୍‌ା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ୫ଜି ପ୍ରଯୁକ୍ତିକୁ ବ୍ୟବହାର କରି ଗ୍ରାହକମାନେ ନିରବଚ୍ଛିନ୍ନ ଏବଂ ହାଇ ସ୍ପିଡ୍ ଇଟଂରନେଟ୍‌ର ଅନୁଭୂତି ଏବଂ ଖୁସି ହାସଲ କରିପାରିବେ।’’

ଭାରତୀୟ ଗ୍ରାହକମାନଙ୍କ ପାଇଁ ୫ଜି ପ୍ରଯୁକ୍ତିକୁ ଆହୁରି ଅଧିକ ସୁଲଭ କରିବା ଲାଗି ଜିଓ ଏବଂ ୱାନପ୍ଲସ୍‌ର ଟିମ୍ ସକ୍ରିୟ ଭାବେ ବ୍ୟାକ୍‌ଏଣ୍ଡ୍ ଉପରେ ମିଳିତ ଭାବେ କାର‌୍ୟ୍ୟ କରୁଛନ୍ତି ଏବଂ ଉତ୍ପାଦ ପୋର୍ଟଫୋଲିଓରେ ନିଜ ୫ଜି ପ୍ରଯୁକ୍ତି ଭିତିକ ସେବାକୁ ସମ୍ପ୍ରସାରିତ କରିବା ଉପରେ କାର‌୍ୟ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଏବଂ ଜ୍ବାଇଁ ଆନନ୍ଦଙ୍କୁ ନେଇ ଆସିଲା ଏକ ବଡ ଖବର

ମୁମ୍ବାଇ: ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ତଥୀ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀ ଏବଂ ଜ୍ବାଇଁ ଆନନ୍ଦ ପିରାମଲଙ୍କୁ ନେଇ ଆସିଛି ବଡ ଖବର। ତାହା ହେଲା ଉଭୟ ଇଷା ଓ ଆନନ୍ଦ ଗତକାଲି ଜାଆଁଳା ଛୁଆର ପିତାମାତା ହୋଇଛନ୍ତି। ଜାଆଁଳାଙ୍କ ମଧ୍ୟରୁ ଜଣେ ପୁଅ ଏବଂ ଆଉ ଜଣେ ଝିଅ।

ତେବେ ଉଭୟଙ୍କ ନାମ କରଣ ମଧ୍ୟ କରାଯାଇଛି। ପୁଅର ନାମ କ୍ରିଷ୍ଣା ରଖାଯାଇଥିବା ବେଳେ ଝିଅର ନାମ ଆଦୀୟା ରଖାଯାଇଛି। ଦୁଇ ଛୁଆ ଏବଂ ମା ଇଷାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ଆମ୍ବାନୀ ପରିବାର ତରଫରୁ କୁହାଯାଇଛି। ଇଶା ଏବଂ ଆନନ୍ଦ ଗତ 2018 ଡିସେମ୍ବର 12 ତାରିଖରେ ବିବାହ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।

୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି। ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।
ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍ ହିସାବ କରାଯାଉଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ କୋଲକାତାରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି ଦିନିକିଆ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି କ୍ଷେତ୍ର ସହ ସମ୍ପର୍କିତ ବହୁ ନୂଆ ୫ଜି ସମାଧାନକୁ ପ୍ରଦର୍ଶିତ କରାଯାଇଛି।

ରିଲାଏନ୍ସ ଜିଓ ପକ୍ଷରୁ କୋଲକାତାରେ ଏକ ୫ଜି ଏକ୍ସପେରିଏନ୍ସ ସେଂଟର ସ୍ଥାପନ କରାଯାଇଛି । ସେଠାରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି। ୫ଜିର ନୂଆ ବ୍ୟବହାରକୁ ଯେଭଳି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଦେଖିପାରିବେ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହି କର୍ମଶାଳାକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି।

ସାରା ପଶ୍ଚିମବଙ୍ଗରେ କଂପାନି ଏହାର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ସହରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ପଶ୍ଚିମବଙ୍ଗରେ କୋଲକାତା ପରେ ସିଲିଗୁଡ଼ି ହେବ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହେବାକୁଯାଉଥିବା ଦ୍ୱିତୀୟ ସହର।

କୋଲକାତାରେ ଜିଓ ୫ଜି ୱେଲକମ୍ ଅଫର ମାଧ୍ୟମରେ ଗ୍ରାହକମାନଙ୍କୁ ଆମନ୍ତ୍ରିତ କରାଯାଉଛି। ଏହି ଅଫରରେ ଗ୍ରାହକମାନଙ୍କୁ ବିନା କୌଣସି ମୂଲ୍ୟରେ ୧ ଜିବିପିଏସ୍ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ମିଳୁଛି। ୱେଲକମ୍ ଅଫରର ଗ୍ରାହକମାନେ ଡାଟାକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ ଏବଂ ଟ୍ରୁ-୫ଜି ନେଟ୍‌ୱର୍କର ବହୁ ଭଲ ଗୁଣ ରହିଛି ।

ସେଗୁଡ଼ିକ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଜି ରିଲାଏନ୍ସ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ 5ଜିକୁ ନେଇ କଲେ ଏକ ବଡ ଘୋଷଣା

ମୁମ୍ବାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର 45 ତମ ବାର୍ଷିକ ସାଧାରଣ ସଭାରେ  ଅଂଶୀଦାରମାନଙ୍କୁ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ସେ ଆସନ୍ତା ଦୀପାବଳୀରେ 5ଜି ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, 5ଜିକୁ ନେଇ ରିଲାଏନ୍ସ ବିଶ୍ବରେ ସବୁଠାରୁ ବଡ ଯୋଜନା ପ୍ରସ୍ତୁତ କରିଛି।

ଏହି ବୈଠକରେ ହୋଇଥିବା ନୂତନ ଘୋଷଣାଗୁଡିକ ହେଲା…

1- ଆସନ୍ତା ଦୀପାବଳୀ ଦିନ ଦେଶରେ 5ଜି ସେବା ଆରମ୍ଭ ହେବ ବୋଲି ମୁକେଶ ଆମ୍ବାନୀ ଘୋଷଣା କରିଛନ୍ତି।

2- ମୁକେଶ ଅମ୍ବାନୀ ଦାବି କରିଛନ୍ତି ଯେ ରିଲାଏନ୍ସ ଭାରତରେ 2 ଲକ୍ଷ 23 ହଜାର ନୂତନ ଚାକିରୀ ସୃଷ୍ଟି କରିପାରିଛି।

3- 5G ନେଟୱାର୍କ ସ୍ଥାପନ ପାଇଁ 2000 ବିଲିୟନ ଟଙ୍କା ବିନିଯୋଗ କରାଯିବ ବୋଲି  ରିଲାଏନ୍ସ ଘୋଷଣା କରିଛି।

4- ଜିଓ ଫାଇବର ବର୍ତ୍ତମାନ ଦେଶରେ 1.1 ମିଲିୟନ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।

5- ଜିଓ 5G ର ବ୍ରଡବ୍ୟାଣ୍ଡ ବେଗ ପ୍ରତି ସେକେଣ୍ଡରେ 1 ଗିଗାବାଇଟ ରହିବ, ଯାହାକି ଏହା ଅନ୍ୟ ନେଟୱାର୍କ ଅପେକ୍ଷା ତୀବ୍ରତର ହେବ।

6- ଅତ୍ୟାଧୁନିକ ଜ୍ଞାନ କୈଶଳ ଏବଂ କ୍ଲାଉଡ୍ ଡାଟା ପାଇଁ ଜିଓ ମେଟା, ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଇଣ୍ଟେଲ ସହିତ ଅଂଶୀଦାର ହେବେ। 

7- ଜିଓ ଭାରତକୁ ଡାଟା ଚାଳିତ ଅର୍ଥନୀତି କରିବ ବୋଲି ମୁକେଶ ଅମ୍ବାନୀ ଦାବି କରିଛନ୍ତି। 

8- 2021 ମସିହାରେ, RIL 750 ବିଲିୟନ ଟଙ୍କା ବଜେଟ୍ ସହିତ ସବୁଜ ଶକ୍ତି କ୍ଷେତ୍ରକୁ ପ୍ରବେଶ କରିଥିଲା ​। 

9- 2020 ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଥିଲା କମ୍ପାନୀରେ ସଂଖ୍ୟାଲଘୁ ନିବେଶକ ଭାବରେ ଗୁଗୁଲର ପ୍ରବେଶ।

10- ଜିଓ ବୁକ୍ ଲାପଟପ୍ ଆରମ୍ଭ ହୋଇନାହିଁ।

11- ସମୁଦାୟ ଗ୍ୟାସ ଉତ୍ପାଦନରେ ଭାରତର 30% କୃଷ୍ଣ ଗୋଦାବରୀ ଧୀରୁଭାଇ -6 ପ୍ରକଳ୍ପ ହେବ।

12- ଅତ୍ୟାଧୁନିକ 5G ଗ୍ରହଣ ପାଇଁ ଜିଓ କ୍ୱାଲକମ୍ ସହିତ ସହଯୋଗ ହାସଲ କରିଛି। କ୍ୱାଲକମ୍ ର କ୍ରିଷ୍ଟିଆନୋ ଆମନ୍ ମୁକେଶ ଅମ୍ବାନୀଙ୍କ ସହ ଏହି ବୈଠକରେ ଥିଲେ।

13- କ୍ରିଷ୍ଟିଆନୋ ଆମନ୍ କହିଛନ୍ତି ଯେ ବ୍ରଡବ୍ୟାଣ୍ଡ ପରି ଫାଇବର ଅଭିଜ୍ଞତାକୁ ସକ୍ଷମ କରିବା ପାଇଁ mmWave 5G ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ 5G ସେବା ଆରମ୍ଭ ଏକ ପ୍ରମୁଖ ପ୍ରାଥମିକତା।

14- ବେଙ୍ଗାଲୁରୁ ଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ଼, ଅହମ୍ମଦାବାଦ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ଜାମନଗର, କୋଲକାତା, ଏବଂ ଲକ୍ଷ୍ନୌ ଭଳି 13 ଟି ପ୍ରମୁଖ ସହରରେ 5G ନେଟୱାର୍କ ପ୍ରଥମେ ଆରମ୍ଭ କରାଯିବ।

ଏହି ବୈଠକ ସଂପର୍କରେ ଯେଉଁମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି ସେମାନେ ଜିଓ ଫେସବୁକ ପେଜ, ଜିଓ ଟୁଇଟର, ଜିଓ ୟୁଟ୍ୟୁବ ଚ୍ୟାନେଲକୁ ଲଗ ଅନ କରି ଜାଣିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍‌’ ହେଉଛି ଏକ ଫୁଲ୍‌-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍‌ଟଓୟାର ଉପରେ ମଧ୍ୟ କାମ କରୁଛି ।

ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍‌ସ’ ଯାହା ହେଉଛି ମଲ୍‌ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା। ଏହି ଦୁଇ କଂପାନି ମେ” ୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ମହୋତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହିତ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନ କରି ଡ୍ରୋନ୍ ପ୍ରଯୁକ୍ତି ବିଷୟରେ ଜାଣିଥିଲେ ଏବଂ ରିମୋଟ୍ କଂଟ୍ରୋଲ୍ ସହାୟତାରେ ଡ୍ରୋନ୍‌କୁ ମଧ୍ୟ ଉଡ଼ାଇଥିଲେ। ଡ୍ରୋନ୍ ଶିଳ୍ପ ପ୍ରତି ରହିଥିବା ଦେଶର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ୍ ହବ୍‌ରେ ପରିଣତ ହେବ। ଏଥିପାଇଁ ଭାରତ ସରକାର ଡ୍ରୋନ୍ ସହ ସମ୍ପର୍କିତ ଶିଳ୍ପକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ଥିବା ଏଷ୍ଟେରିଆ ଏରୋସ୍ପେସ୍‌ର ସହ-ପ୍ରତିଷ୍ଠାତା ନିହାର ବର୍ତକ କହିଛନ୍ତି ଯେ, “ଆମ ଆଗାମୀ ପିଢ଼ି ପାଇଁ ଡ୍ରୋନ୍ ଓ ସ୍କାଏଡେକ୍‌କୁ ପ୍ରଦର୍ଶନ କରିବା ଲାଗି ଏହି କାର‌୍ୟ୍ୟକ୍ରମ ହେଉଛି ଏକ ସୁନ୍ଦର ସୁଯୋଗ। ଦଶ ବର୍ଷ ପୂର୍ବେ ଆମେ ଭାରତରେ ଡ୍ରୋନ୍ କ୍ଷେତ୍ରରେ ପାଦ ରଖିଥିଲୁ ଏବଂ ସେବେଠାରୁ ଏହି ପ୍ରଯୁକ୍ତିର ଚାହିଦା ଓ ଉପଯୋଗରେ ବୃଦ୍ଧି ହେଉଥିବା ଆମେ ଦେଖୁଛୁ।’’

ସେହିପରି, ସାଂଖ୍ୟ ସୂତ୍ର ଲ୍ୟାବ୍‌ସର ସିଇଓ ଡକ୍ଟର ସୁନିଲ ସେରଲେକର୍ କହିଛନ୍ତି ଯେ, “ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ ଆମେ ଦେଶରେ ବିଭିନ୍ନ ହାର୍ଡଓୟାର ନିର୍ମାଣ କରିବାର କ୍ଷମତା ଉପରେ ଗୁରୁତ୍ୱ ଦେଉଛୁ। କିନ୍ତୁ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଉଥିବା ଟୁଲ୍‌ସ ବିନା ଆତ୍ମନିର୍ଭର ହୋଇପାରିବାନି। ସାଂଖ୍ୟ ସୂତ୍ରରେ ଆମେ ଭାରତ ଓ ବିଶ୍ୱ ପାଇଁ ଡିପ୍ ଟେକ୍ନୋଲୋଜି ବିକଶିତ କରୁଛୁ।’’

Categories
Diwali2021 ବିଶେଷ ଖବର ବ୍ୟବସାୟ

ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ ଏହାର ମୂଲ୍ୟ ଆଉ ଫିଚର

ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ।

ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ।

କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର‌୍ୟ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ।

ଡୁଆଲ ସିମ ସୁବିଧା ରହିଥିବା ଜିଓଫୋନ ନେକ୍ସଟରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର। ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି। ଏଥିସହିତ ୨ ଜିବି ରାମ, ୬୪ ବିଟ ସିପିୟୁ ସହିତ କ୍ୱାଡ଼କୋର କ୍ୟୁଏମ୨୧୫ ଚିପସେଟ ଏବଂ ୩୨ ଜିବି ଅନ୍ତର୍ନିହିତ ମେମୋରୀ ସାଙ୍ଗକୁ ୫୧୨ ଜିବି ପର‌୍ୟ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।

ଜିଓଫୋନ ନେକ୍ସଟରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା।୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ ମୋଡ଼, ପୋଟ୍ରେଟ ମୋଡ଼ ତଥା ଏଚଡ଼ିଆର ମୋଡ଼ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣି ପାଇଁ ସ୍ୱତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି। ଏହି ଫୋନରେ ୩୫୦୦ ଏମଏଚ ର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ଅପଟିମାଈଜ ହୋଇ ପ୍ରି-ଲୋଡେଡ଼ ରହିଛି। ଏଥିସହିତ ସ୍ୱୟଂଚାଳିତ ସଫ୍ଟୱେର ଅପଗ୍ରେଡ଼, ରିଡ଼ ଆଲଉଡ, ଭାଷାନୁବାଦ, ଭଏସ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସବୁଜ ଶକ୍ତି ବ୍ୟବସାୟରେ ରିଲାଏନ୍ସ କଂପାନୀ, ଗାଁ ଛାତରେ ଲଗାଇବେ ସୌର ପ୍ୟାନେଲ, ଆମ୍ବାନୀଙ୍କ ଘୋଷଣା

ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି।

ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି।

ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା ସୌର ଫୋଟୋଭୋଲ୍ଟିକ୍ ମଡ୍ୟୁଲ୍ ତିଆରି କରିବ। ଦ୍ୱିତୀୟରେ, ଶକ୍ତି ସଂରକ୍ଷଣ କିମ୍ବା ସଂରକ୍ଷଣ ପାଇଁ କମ୍ପାନୀ।

ଏହା ଏକ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ବ୍ୟାଟେରୀ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ। ତୃତୀୟରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଇଲେକ୍ଟ୍ରୋଲାଇଜର କାରଖାନା ପ୍ରତିଷ୍ଠା ହେବ। ଚତୁର୍ଥ କମ୍ପାନୀ ହାଇଡ୍ରୋଜେନକୁ ଶକ୍ତିରେ ପରିଣତ କରିବା ପାଇଁ ଏକ ଇନ୍ଧନ ସେଲ କାରଖାନା ନିର୍ମାଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ 2030 ସୁଦ୍ଧା ଦେଶ ସମ୍ମୁଖରେ 450 GW  ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ 2030 ସୁଦ୍ଧା 100GW ସୌର ଶକ୍ତି ଉତ୍ପାଦନ କରିବ। ସେହିପରି ଗ୍ରାମ ଛାତ ଉପର ମଧ୍ୟ ସୌର ଶକ୍ତି ଉତ୍ପାଦନ କରାଯିବ। ଗ୍ରାମଗୁଡିକରେ ସୌର ଶକ୍ତି ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆମ୍ବାନୀ କହିଛନ୍ତି। ରିଲାଏନ୍ସ ସୌର ଶକ୍ତିକୁ ସୁଲଭ କରିବା ପାଇଁ ଦୁନିଆର ସର୍ବନିମ୍ନ ସୌର ମଡ୍ୟୁଲଗୁଡିକର ଉପଯୋଗ କରିବ।

ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୂର୍ଯ୍ୟ ଅସୀମିତ ଶକ୍ତି ଉତ୍ପାଦନ କରନ୍ତି। ଯଦି ଆମେ ସୌର ଶକ୍ତି ବ୍ୟବହାର କରିବାରେ ସକ୍ଷମ, ତେବେ ଭାରତ ପାରଂପାରିକ ବା ଜୀବାଷ୍ଣୁ ଇନ୍ଧନ ଆମଦାନୀକାରୀଙ୍କଠାରୁ ନିର୍ମଳ ସୌର ଶକ୍ତି ରପ୍ତାନି ଦେଶ ହୋଇପାରେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନୀଙ୍କ ବଡ ଘୋଷଣା, ଗଣେଷ ପୂଜାରେ ଆସିବ ନୂଆ ସ୍ମାର୍ଟ ଫୋନ ଜିଓଫୋନ ନେକ୍ସେଟ୍

ମୁମ୍ବାଇ, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ବହୁ ପ୍ରତୀକ୍ଷିତ ବାର୍ଷିକ ସାଧାରଣ ସଭାରେ ବା ଏଜିଏମ୍ ରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ରିଲାଏନ୍ସ ଜିଓ ଭାରତରେ ଏକ ନୂତନ ସ୍ମର୍ଟ ଫୋନ ବଜାରକୁ ଆଣିବ। ଯାହାର ନାମ ହେଲା ଜିଓଫୋନ୍ ନେକ୍ସେଟ JioPhone Next । ଖୁସିର କଥା ଏହା ଗୁଗୁଲ ଏବଂ ଜିଓ ମିଳିତ ଭାବେ ବିକଶିତ କରୁଛନ୍ତି। ଉଭୟ କଂପାନୀର ସହଭାଗିତାରେ ଏହି ନୂଆ ଜିଓଫୋନ୍ ନେକ୍ସେଟ ପ୍ରସ୍ତୁତ କରାଯାଉଛି।

ଏହି ଫୋନ କେବଳ ଭାରତରେ ନୁହେଁ ବିଶ୍ୱରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ବୋଲି  ମୁକେଶ ଘୋଷଣା କରିଛନ୍ତି। ଏହି ନୂଆ ଜିଓଫୋନ୍ ନେକ୍ସେଟ୍ ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ସେପ୍ଟେମ୍ବର 10ରେ ବଜାର ପ୍ରବେଶ କରିବ ବୋଲି ମୁକେଶ କହିଛନ୍ତି। ଏହି ଫୋନ ପ୍ରଥମେ ଭାରତରେ ଲଞ୍ଚ ହେବ, ଏହା ପରେ ବିଶ୍ବ ବଜାରରେ ଉପଲବ୍ଧ କରାଯିବ ବୋଲି ବୈଠକରେ ଆମ୍ବାନୀ କହିଛନ୍ତି।

JioPhone Next ହେଉଛି ଏପରି ଏକ ସ୍ମାର୍ଟଫୋନ୍ ଯାହା ଗୁଗୁଲ୍ ଏବଂ ଜିଓ ଏବଂ ପ୍ଲେ ଷ୍ଟୋର୍ର ଆପ୍ସର ସମ୍ପୂର୍ଣ୍ଣ ସମର୍ଥନ କରିବ। ଫୋନ୍ ଭଏସ୍ ଆସିଷ୍ଟାଣ୍ଟକୁ ମଧ୍ୟ ସମର୍ଥନ କରିବ ଏବଂ ଏପରିକି ଗୋଟିଏ କ୍ୟାମେରା ସହିତ ସଜ୍ଜିତ ହେବ ଯାହା ବର୍ଦ୍ଧିତ ରିଅଲିଟି ଫିଲ୍ଟରକୁ ସମର୍ଥନ କରିବ।

ଏଜିଏମ୍ ବୈଠକରେ କମ୍ପାନୀ ଘୋଷଣା କରିଛି ଯେ ଜିଓରେ 37.9 ମିଲିୟନରୁ ଅଧିକ ନୂତନ ଗ୍ରାହକ ଯୋଗ ହୋଇଛନ୍ତି। ରିଲାଏନ୍ସ ଜିଓର ଦେଶରେ 42.5 ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନୀ ଭାରତରେ ଡାଟା ବ୍ୟବହାରରେ 45 ପ୍ରତିଶତ ବୃଦ୍ଧି କରିଛି। ରିଲାଏନ୍ସ ଜିଓ 200 ନିୟୁତ ନୂତନ ଗ୍ରାହକ ଯୋଗ କରିବ ବୋଲି ଆଶା କରାଯାଉଛି।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଫାଇବର ଗତ ଏକ ବର୍ଷ ମଧ୍ୟରେ 2 ମିଲିୟନରୁ ଅଧିକ ନୂତନ ସଂଯୋଗ କରିଛି । 3 ମିଲିୟନ ସକ୍ରିୟ ଘର ଏବଂ ବ୍ୟବସାୟ ଉପଭୋକ୍ତାଙ୍କର ଏକ ମିଳିତ ଆଧାର ସହିତ, ଜିଓ ଫାଇବର ଭାରତର ସର୍ବବୃହତ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ବ୍ରଡବ୍ୟାଣ୍ଡ ଅପରେଟର ହୋଇପାରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ  5G କୁ ଶୀଘ୍ର ଏବଂ ନିରବଚ୍ଛିନ୍ନ ଭାବରେ ଅପଗ୍ରେଡ୍ କରିବାକୁ ଏକ ନିଆରା ସ୍ଥିତିରେ ଅଛି। 5G ଇକୋସିଷ୍ଟମ୍ ବଢାଇବାକୁ, ଆମେ 5G ଉପକରଣର ପରିସର ବିକାଶ ପାଇଁ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ କରୁଛୁ। ଜିଓ କେବଳ ଭାରତକୁ 2G ମୁକ୍ତ କରିବା ପାଇଁ କାମ କରୁନାହିଁ, ବରଂ 5G କୁ ଯୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନସ୍ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଆଜି କରିବେ ବଡ ଘୋଷଣା, ଆଣିପାରନ୍ତି ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ।

ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ ଅକ୍ଷୟ ଶକ୍ତି ବା ରିଇନେବୁଲ ଏନର୍ଜି ସେକ୍ଟରରେ କଂପାନୀ ପ୍ରବେଶ କରିବାର ସମ୍ଭାବନା ରହିଛି। କାରଣ କଂପାନୀ ଲକ୍ଷ ରଖିଛି ଭବିଷ୍ୟତରେ ଏହି ଶକ୍ତିର ଚାହିଦା ସୃଷ୍ଟି ହେବ।

ସେହିପରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଉପରେ ମଧ୍ୟ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ କଂପାନୀ ଏକ ଭିନ୍ନ ଧରଣର ନୂଆ ଶସ୍ତା ସ୍ମାର୍ଟ ଫୋନ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି। ତେବେ ଏହି ଏଜିଏମରେ ମୁକେଶ ଆମ୍ବାନୀଙ୍କ ଘୋଷଣାକୁ ନେଇ ସାରା ବିଶ୍ବ ବ୍ୟବସାୟ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫ଜି ମୋବାଇଲ ଟାୱାରର ପରୀକ୍ଷାମୂଳକ ବ୍ୟବହାର କାରଣରୁ କରୋନା ବ୍ୟାପୁଛି କି ? ଜାଣନ୍ତୁ ସତ କଣ

ନୂଆଦିଲ୍ଲୀ, ୫ଜି ମୋବାଇଲ ଟାୱାରର ପରୀକ୍ଷାମୂଳକ ବ୍ୟବହାର କାରଣରୁ କରୋନା ଭୂତାଣୁର ଦ୍ଵିତୀୟ ଲହରୀ ବ୍ୟାପୁଛି। ଏ ସମ୍ପର୍କରେ କିଛି ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହା ହେଉଛି ଭାରାଲ। ତେବେ ଏହି ଖବରର ସତ କଣ ତାହାର ସ୍ପଷ୍ଟିକରଣ ଦେଇଛି ସଞ୍ଚାର ମନ୍ତ୍ରଣାଳୟ ଅଧୀନ ଟେଲି ଯୋଗାଯୋଗ ବିଭାଗ (ଡିଓଟି)। ବିଭାଗ ପକ୍ଷରୁ ଜାରି ପ୍ରେସ ବାର୍ତ୍ତାରେ କୁହାଯାଇଛି ଯେ ଏହି ସବୁ ବାର୍ତ୍ତା ମିଥ୍ୟା ଏବଂ ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର।

ଏହି ପ୍ରେସ ବାର୍ତ୍ତାରେ ଦେଶର ଜନସାଧାରଣଙ୍କୁ ସଚେତନ କରାଯାଇ କୁହାଯାଇଛି ଯେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ସହିତ ୫ଜି ଟେକ୍ନୋଲୋଜିର କୌଣସି ସମ୍ପର୍କ ନାହିଁ। ତେଣୁ ସେମାନେ ଏହି ପ୍ରସଙ୍ଗରେ ବ୍ୟାପୁଥିବା ଏପରି ମିଥ୍ୟା ସୂଚନା ଓ ଗୁଜବ ଦ୍ୱାରା ଦିଗହରା ହୁଅନ୍ତୁ ନାହିଁ। କୋଭିଡ-୧୯ ମହାମାରୀ ସହିତ ୫ଜି ପ୍ରଯୁକ୍ତିର ସମ୍ପର୍କ ରହିଥିବା ନେଇ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ।

ଟେଲିଯୋଗାଯୋଗଲ ବିଭାଗ କହିଛି ଯେ ବର୍ତ୍ତମାନ ସୁଦ୍ଧା ଭାରତର କୌଣସି ସ୍ଥାନରେ ୫ଜି ନେଟୱାର୍କର ପରୀକ୍ଷା ଆରମ୍ଭ ହୋଇନାହିଁ। ତେଣୁ ୫ଜି ପରୀକ୍ଷା ଓ ନେଟୱର୍କ କାରଣରୁ ଭାରତରେ କରୋନା ଭୂତାଣୁ ବ୍ୟାପୁଥିବା ଖବର ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ ଭୁଲ୍। ମୋବାଇଲ ଟାୱାରରୁ ନନ-ଆୟୋନାଇଜିଂ ରେଡିଓ ଫ୍ରିକୁଏନ୍ସି ବାହାରିଥାଏ ଏବଂ ଏହାର ଅତି କମ୍ ଶକ୍ତି ରହିଛି ଯାହାର ମଣିଷଙ୍କ ସମେତ କୌଣସି ଜୀବନ୍ତ କୋଷିକାକୁ କ୍ଷତି ପହଞ୍ଚାଇବାର କ୍ଷମତା ନାହିଁ।

ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ରେଡିଓ ଫ୍ରିକୁଏନ୍ସି କ୍ଷେତ୍ର (ଯାହାକି ବେସ ଷ୍ଟେସନ ନିର୍ଗମନ) ନିମନ୍ତେ ଏକ୍ସପୋଜର ସୀମା ନିର୍ଦ୍ଧାରଣ କରାଯାଇଛି। ଏହା ଡବ୍ଲୁଏଚଓର ସୁପାରିସ ଏବଂ ନନ-ଆୟୋନାଇଜିଂ ରେଡିଏସନ ପ୍ରୋଟେକ୍ସନ ଉପରେ ଗଠିତ ଅନ୍ତର୍ଜାତୀୟ କମିଶନ (ଆଇସିଏନଆଇଆରପି)ର ନିର୍ଦ୍ଧାରିତ ନିରାପତ୍ତା ସୀମା ଠାରୁ ଦଶଗୁଣା ଅଧିକ କଠୋର।
ଡିଓଟି ଦ୍ୱାରା ପୂର୍ବରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଡିଓଟି ନିକଟରେ ଏକ ସୁଦୃଢ଼ ଢାଞ୍ଚାଗତ ପ୍ରକ୍ରିୟା ରହିଛି ଯାହାଫଳରେ ଟିଏସପିଗୁଡ଼ିକ ଏହି ସୁପାରିସ କରାଯାଇଥିବା ସର୍ତ୍ତାବଳୀକୁ ଅଧିକ କଡ଼ାକଡ଼ି ପାଳନ କରିପାରିବେ।

ତେବେ, ଯଦି କୌଣସି ନାଗରିକଙ୍କର କୌଣସି ମୋବାଇଲ ଟାୱାରରୁ ନିର୍ଗତ ରେଡିଓ ତରଙ୍ଗ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ନିରାପଦ ସୀମା ଠାରୁ ଅଧିକ ଥିବା ନେଇ ସନ୍ଦେହ ହୁଏ ତା’ହେଲେ ସେ ଚାହିଁଲେ ତରଙ୍ଗ ସଞ୍ଚାର ପୋର୍ଟାଲ https://tarangsanchar.gov.in/emfportal ଇଏମଏଫ ମାପିବା/ପରୀକ୍ଷା କରିବା ନିମନ୍ତେ ଅନୁରୋଧ କରିପାରିବେ।

ମୋବାଇଲ ଟାୱାରରୁ ବାହାରୁଥିବା ଇଏମଏଫର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କ ମନରୁ ଭୟ ଦୂର କରିବା ଲାଗି ଡିଓଟି ପକ୍ଷରୁ ଇଏମଏଫ ରେଡିଏସନ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରିବା ଲାଗି ଦେଶବ୍ୟାପୀ ସଚେତନତା କାର‌୍ୟ୍ୟକ୍ରମ ଆୟୋଜନ କରାଯାଉଛି।

ଏହାଛଡ଼ା ଇଏମଏଫ ସଂକ୍ରାନ୍ତ ବିଷୟ ଉପରେ ପ୍ରଚାରପତ୍ର/ପୁସ୍ତିକା ବଣ୍ଟନ, ଡିଓଟିର ୱେବସାଇଟରେ ଇଏମଏସଫ ସଂକ୍ରାନ୍ତ ପ୍ରସଙ୍ଗରେ ବିସ୍ତୃତ ସୂଚନା ଦିଆଯାଉଛି, ସମ୍ବାଦପତ୍ରରେ ବିଜ୍ଞାପନ ଦିଆଯାଉଛି, “ତରଙ୍ଗ ସଞ୍ଚାର” ପୋର୍ଟାଲ କାର୍ଯ୍ୟକ୍ଷମ କରାଯାଇଛି। ଡିଓଟିର କ୍ଷେତ୍ରୀୟ ୟୁନିଟଗୁଡ଼ିକ ସାଧାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ମୋବାଇଲ ଟାୱାରରୁ ବାହାରୁଥିବା ଇଏମଏଫର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ତଥ୍ୟ ଆଧାରରେ ଲୋକମାନଙ୍କୁ ସଚେତନ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବ୍ୟବସାୟ ପାଇଁ ହାତ ମିଳାଇଲେ ରିଲାଏନସ ଜିଓ ଏବଂ ଏୟାରଟେଲ, କଲେ ଚୁକ୍ତିନାମା

ମୁମ୍ବଇ, ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବଇ ସର୍କଲରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ ବ୍ୟବହାର କରିବାର ଅଧିକାର ହାସଲ ପାଇଁ ସ୍ପେକ୍ଟ୍ରମ ଟ୍ରେଡିଂ ଜରିଆରେ ଭାରତୀ ଏୟାରଟେଲ ସହିତ ଏକ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରିଛି । ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଟ୍ରେଡିଂ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିବା ମୋଟ ୭.୫୦ ମେଗାହର୍ଜ ସ୍ପେକ୍ଟ୍ରମ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ ସର୍କଲରେ ୩.୭୫ ମେଗାହର୍ଜ, ଦିଲ୍ଲୀ ସର୍କଲରେ ୧.୨୫ ମେଗାହର୍ଜ, ମୁମ୍ବଇ ସର୍କଲରେ ୨.୫୦ ମେଗାହର୍ଜ ।

ଟ୍ରେଡିଂ ରାଜିନାମା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଜାରି ସ୍ପେକ୍ଟ୍ରମ ଟ୍ରେଡିଂ ନିର୍ଦ୍ଦେଶାବଳୀ ମୁତାବକ ହୋଇଛି ଏବଂ ଏହା ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରୁଛି । ଏହି ସ୍ପେକ୍ଟ୍ରମ ବ୍ୟବହାର କରିବା ଅଧିକାରର ମୋଟ ମୂଲ୍ୟ ୧୪୯୭ କୋଟି ଟଙ୍କା, ଯେଉଁଥିରେ ବିଳମ୍ବିତ ଦେୟ ୪୫୯ କୋଟି ଟଙ୍କା ମୂଲ୍ୟ ସଂଯୁକ୍ତ ରହିଛି, ଏବଂ ତାହା କୌଣସି କାରବାର ସମ୍ପର୍କିତ ଆଡଜଷ୍ଟମେଣ୍ଟ ମଧ୍ୟ କରାଯାଇପାରିବ ।

ସ୍ପେକ୍ଟ୍ରମ ବ୍ୟବହାର ସକାଶେ ଏହି ଟ୍ରେଡିଂ ଅଧିକାର ସହିତ ଆରଜେଆଇଏଲ୍ ସଂପ୍ରତି ମୁମ୍ବଇ ସର୍କଲରେ ୨ଙ୍ଘ୧୫ ମେଗାହର୍ଜ ଏବଂ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍କଲରେ ୨ଙ୍ଘ୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିବ ଏବଂ ତଦ୍ଦ୍ୱାରା ଏହିସବୁ ସର୍କଲରେ ଏହାର ସ୍ପେକ୍ଟ୍ରମ ଉପସ୍ଥିତିକୁ ଅଧିକ ସୁଦୃଢ କରିପାରିବ । ବର୍ଦ୍ଧିତ ସ୍ପେକ୍ଟ୍ରମ ଉପସ୍ଥିତି, ବିଶେଷକରି ସଂସ୍ପର୍ଶୀ ସ୍ପେକ୍ଟ୍ରମ ବଳରେ ଏବଂ ଉନ୍ନତ ଭିତିଭୂମି ଦ୍ୱାରା ଆରଜେଆଇଏଲ୍ ଏହାର ନେଟୱର୍କ କ୍ଷମତାରେ ପୁନଃ ବୃଦ୍ଧି ଘଟାଇଛି । ଏହି କାରବାର ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନ ମିଳିବାପରେ କାର‌୍ୟ୍ୟକ୍ଷମ ହେବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଶ୍ବରେ ଇଲାଇଟ ‘ଥ୍ରୀ ଏ’ ଟାଇଟଲ ହାସଲ କଲା ରିଲାଏନ୍ସ ଜିଓ, 3ୟ ସର୍ବବୃହତ ମୋବାଇଲ ନେଟୱାର୍କ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି ।

୨୦୧୬ରେ ସ୍ଥାପିତ ହେବା ସତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ହେବାର ଗୌରବ ହାସଲ କରିଛି ଓ କଂପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି ।

ଅତ୍ୟନ୍ତ ସୁଲଭ ପ୍ଲାନ୍ ପାଇଁ ପରିଚିତ ଜିଓ ନିୟୁତାଧିକ ଗ୍ରାହକଙ୍କୁ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ଭାରତରେ ଝଡ଼ ସୃଷ୍ଟି କରିଥିଲା, ଏବଂ ଭାରତୀୟମାନେ ଯେଉଁଭଳି ଭାବେ ଇଟଂରନେଟ୍ ବ୍ୟବହାର କରୁଥିଲେ ସେଥିରେ ବୈପ୍ଳବିକ ପରିବର୍ତନ ଆଣିଥିଲା – ଯାହା “ଜିଓ ପ୍ରଭାବ’ ନାମରେ ପରିଚିତ। ବ୍ରାଣ୍ଡ୍ ଫାଇନାନ୍ସର ଅସଲି ବଜାର ଗବେଷଣାରୁ ସାରା ଦେଶରେ ଜିଓ ବ୍ରାଣ୍ଡ୍‌ର ରହିଥିବା ଆଧିପତ୍ୟ ସମ୍ପର୍କରେ ଜଣାପଡ଼ିଛି ।

ସମସ୍ତ ମାନକରେ ଜିଓ ଉଚ୍ଚତମ ସ୍କୋର ହାସଲ କରିଛି – ବିଚାର ରୂପାନ୍ତରିତ କରିବା, ଖ୍ୟାତି ବା ଲୋକପ୍ରିୟତା, ସୁପାରିସ, ୱାର୍ଡ ଅଫ୍ ମାଉଥ୍ (ଲୋକମୁଖରେ ପ୍ରଚାର), ନବସୃଜନ, ଗ୍ରାହକ ସେବା ଏବଂ ଅର୍ଥର ଉଚିତ ମୂଲ୍ୟ (ଭାଲ୍ୟୁ ଫର ମନି) କ୍ଷେତ୍ରରେ ଏହା ଭାରତରେ ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନଙ୍କ ତୁଳନାରେ ଉଚ୍ଚ ସ୍କୋର ହାସଲ କରିଛି । ଟେଲିକମ୍ କ୍ଷେତ୍ରରେ ଏହି ବ୍ରାଣ୍ଡ୍‌ର ବିଶେଷ କିିଛି ଦୁର୍ବଳତା ନାହିଁ ଏବଂ ବିଶ୍ୱର ଅନ୍ୟ ଟେଲିକମ୍ ବ୍ରାଣ୍ଡ୍‌ଗୁଡ଼ିକ ତୁଳନାରେ ଜିଓ ଏହା ପ୍ରଦର୍ଶିତ କରିଛି ଯେ ଏହା ଚିରାଚରିତ ଢାଂଚାକୁ ବଦଳାଇଛି ଏବଂ ଗ୍ରାହକମାନଙ୍କ ବାସ୍ତବ ଭଲ ପାଇବା ଉପଭୋଗ କରୁଛି ।

ବ୍ରାଣ୍ଡ୍‌ର ଦୃଢ଼ତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଲଗା ପ୍ରତିୟମାନ ହେବା ସହିତ ଟେଲିକମ୍ ଶିଳ୍ପର ନକାରାତ୍ମକ ଧାରାକୁ ପ୍ରତିହତ କରି ୫୦% ବୃଦ୍ଧି ସହ ୪.୮ ବିଲିଅନ୍ ଡଲାର ମୂଲ୍ୟରେ ଜିଓ ହେଉଛି ବ୍ରାଣ୍ଡ୍ ମୂଲ୍ୟ ଦୃଷ୍ଟିରୁ ଟେଲିକମ୍ ଶିଳ୍ପ ର‌୍ୟାଙ୍କିଙ୍ଗ୍‌ରେ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍ ।’’

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅର୍ଚଳଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।

Categories
ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟ୍‌ଫର୍ମସ୍‌ର ୭.୭୩% ଅଂଶଧନ ପାଇଁ ଗୁଗୁଲ୍ ନିବେଶ କରିବ ୩୩,୭୩୭ କୋଟି ଟଙ୍କା

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଓ ଗୁଗୁଲ୍ ଏଲ୍‌ଏଲ୍‌ସି (ଗୁଗୁଲ୍‌) ପକ୍ଷରୁ ଏକ ନିର୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍‌ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ।

ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି । ଗୁଗୁଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୭.୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ସହିତ, ଜିଓ ପ୍ଲାଟଫର୍ମସ୍‌ରେ ଆର୍ଥିକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ୧,୫୨,୦୫୬ କୋଟି ଟଙ୍କାରେ ପହଂଚିଛି ।

ଭାରତର କୋଣ ଅନୁକୋଣରେ ଡିିଟିଟାଲ୍‌କରଣ (ଡିଜିଟାଇଜେସନ)ର ଲାଭ ପହଞ୍ଚାଇବା ଲାଗି ଜିଓ ଓ ଗୁଗୁଲ୍ ପକ୍ଷରୁ କରାଯାଉଥିବା ବର୍ତ୍ତମାନର ଉଦ୍ୟମ ଉପରେ ଆଧାର କରି ଏହି ନିବେଶ ବର୍ତମାନ ଦେଶରେ ଥିବା ୫୦୦ ନିୟୁତରୁ ଅଧିକ ଇଟଂରନେଟ୍ ବ୍ୟବହାରକାରୀଙ୍କ ଠାରୁ ଆହୁରି ଆଗକୁ ବୃଦ୍ଧି ପାଇବ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ ପ୍ଲେ ଷ୍ଟୋର୍ ଅପ୍‌ଟିମାଇଜେସନ୍ (ଅନୁକୂଳ) କରିବା ସହିତ ମିଳିତ ଭାବେ ଏଂଟ୍ରି ଲେବଲ୍ ବା ପ୍ରବେଶ ସ୍ତରର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବିକଶିତ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ଓ ଗୁଗୁଲ୍ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।

ଭାରତର ନିୟୁତାଧିକ ମୋବାଇଲ୍ ବ୍ୟବହାରକାରୀ କିଭଳି ସ୍ମାର୍ଟଫୋନ୍‌ର ମାଲିକ ହୋଇପାରିବେ ତୃଣମୂଳ ସ୍ତରରୁ ତାହାକୁ ନେଇ ଭାବିବା ଲାଗି ଉଭୟ ସଂସ୍ଥା ଉତ୍ସାହିତ ରହିଛନ୍ତି । ଏହି ଉଦ୍ୟମ ନୂତନ ସୁଯୋଗ ସୃଷ୍ଟି କରିବ, ଯାହା ସକ୍ରିୟ ଆପ୍ଲିକେସନର ପରିବେଶ ବା ଇକୋସିଷ୍ଟମ୍‌କୁ ସଶକ୍ତ କରିବା ସହ ନୂଆ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଅଭିନବତା ଓ ନୂତନତ୍ୱ ଉପରେ ଗୁରୁତ୍ୱ ପଅଦାନ କରିବ ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ସହାୟକ ହେଉଥିବା ସୂଚନା ହାସଲ କରିବା ପାଇଁ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ଗୁଗୁଲ ସଶକ୍ତ କରିଛି ଏବଂ ସେହିପରି ପରିବର୍ତନ ଓ ନୂତନତ୍ୱ ଆଣିବା କ୍ଷେତ୍ରରେ ଜିଓ ହେଉଛି ଏକ ଶକ୍ତି । ଗୁଗୁଲ୍‌କୁ ଆମେ ସ୍ୱାଗତ କରୁଛୁ ଏବଂ ଏହି ସହଭାଗିତା ଭାରତକୁ କ’ଣ ସବୁ ପ୍ରଦାନ କରିପାରବ ସେନେଇ ବେଶ୍ ଉତ୍ସାହିତ ରହିଛୁ ।

ଏହି ସବୁ ମଧ୍ୟରେ ରହିଛି ଇଟଂରନେଟ୍ ବ୍ୟବହାରକୁ ସାର୍ବଜନୀନ କରିବା ଠାରୁ ଆରମ୍ଭ କରି ନୂଆ ଡିଜିଟାଲ୍ ଅର୍ଥନୀତିକୁ ଆହୁରି ଗଭୀର କରିବା ଓ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ପ୍ରମୁଖ ଗତିଶୀଳତା ପ୍ରଦାନ କରିବା ଇତ୍ୟାଦି । ଏକ ନୂତନ ଡିଜିଟାଲ୍ ଭାରତ ଗଠନର ପରିବର୍ତନଶୀଳ ଯାତ୍ରାରେ ଆମେ ମିଳିତ ଭାବେ ଏକ ସହାୟତା ପ୍ରଦାନକାରୀର ଭୂମିକା ନିର୍ବାହ କରିବାକୁ ଆଶା ରଖିଛୁ ।”

ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, “ଭାରତର ଡିଜିଟାଲ୍ ପରିବର୍ତନ ଏବଂ ପୁନର୍ବିନ୍ୟାସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ବିଶେଷ କରି ଜିଓ ପ୍ଲାଟଫର୍ମ ଅଧିକ ଶ୍ରେୟ ହାସଲ କରିବାର ହକଦାର । ଭାରତରେ ଡିଜିଟାଲ୍ ପରିବର୍ତନର ଓ ପୁନର୍ବିନ୍ୟାସର ଗତି ଓ ବ୍ୟାପକତା ଆମକୁ ଗଭୀର ଭାବେ ଅନୁପ୍ରାଣିତ କରିଛି ଏବଂ ପ୍ରଥମେ ଭାରତ ପାଇଁ ଉତ୍ପାଦ ଗଠନ କରିବା ଆମକୁ ସବୁସ୍ଥାନର ବ୍ୟବହାରକାରୀଙ୍କ ପାଇଁ ଉନ୍ନତ ଉତ୍ପାଦ ବିକଶିତ କରିବାରେ ସହାୟକ ହେଉଛି ବୋଲି ଆମର ରହିଥିବା ଭାବନାକୁ ଏହା ଆହୁରି ସୂଦୃଢ଼ କରିିଛି । ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରୁଥିବାରୁ ଗୁଗୁଲ୍ ଗର୍ବିତ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସର୍ବାଧିକ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି ।

ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଯାହା ୩୮୮ ନିୟୁତ ଗ୍ରାହକଙ୍କୁ ଯୋଗାଯୋଗ ସେବା ପ୍ରଦାନ କରୁଛି ତାହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିବ ।

ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ଏହି କାରବାର ପାଇଁ ଗୁଗୁଲ୍‌କୁ ଆଇନ ପରାମର୍ଶ ସଂସ୍ଥା ଫ୍ରେସ୍‌ଫିଲ୍ଡସ୍ ବ୍ରୁକ୍‌ହସ୍ ଡେରିଞ୍ଜର ୟୁଏସ୍ ଏଲ୍‌ଏଲ୍‌ପି ଓ ଜେ ସାଗର ଆସୋସିଏଟସ୍ ପରାମର୍ଶ ଦେଇଛନ୍ତି ।

Categories
ବିଶେଷ ଖବର ବ୍ୟବସାୟ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଓୟାରଲେସ୍ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା କ୍ୱାଲ୍‌କମ୍ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି ।

କ୍ୱାଲ୍‌କମ୍ ଭେଞ୍ଚର୍ସର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୧୫% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଭାରତୀୟ ଗ୍ରାହକଙ୍କ ପାଇଁ ଆଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବା ପାଇଁ ଜିଓ ପ୍ଲାଟଫର୍ମସ୍‌ର ଯାତ୍ରାରେ ସହାୟକ ହେବା ସହିତ ଏହି ନିବେଶ କ୍ୱାଲ୍‌କମ୍ ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮.୮ କୋଟିରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

କ୍ୱାଲ୍‌କମ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିନବ ଓୟାରଲେସ୍ ପ୍ରଯୁକ୍ତି ସଂସ୍ଥା ଓ ୫ଜିର ବିକାଶ, ପ୍ରବର୍ତ୍ତନ ଓ ସଂପ୍ରସାରଣ ପଛର ଶକ୍ତି । ଗବେଷଣା ଓ ବିକାଶ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଭାବେ ୬୨ ବିଲିଅନ୍ ଡଲାରରୁ ଅଧିକ ପୁଞ୍ଜିନିବେଶ ସହ ନୂତନତ୍ୱ ସୃଷ୍ଟି ଦିଗରେ ୩୫ ବର୍ଷ ଏବଂ ୧,୪୦,୦୦୦ ପେଟେଣ୍ଟ୍‌୍ ଓ ପେଟେଣ୍ଟ୍ ଆପ୍ଲିକେସନ୍ ସହ ନୂତନତ୍ୱକୁ ଇନ୍ଧନ ଦେବା ଏବଂ ଭାରତୀୟ ପ୍ରଯୁକ୍ତିର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ କ୍ୱାଲ୍‌କମ୍ ପ୍ରତିବଦ୍ଧ । କ୍ୱାଲକମ୍ ଭେଂଚର୍ସ ହେଉଛି ଏକ ବିଶ୍ୱସ୍ତରୀୟ ପାଣ୍ଠି ଯାହା ଓୟାରଲେସ୍ ପରିବେଶ ବା ଇକୋସିଷ୍ଟମ୍ ଯଥା ୫ଜି, ଏଆଇ, ଆଇଓଟି, ଅଟୋମୋଟିଭ୍‌, ନେଟୱର୍କିଂ ଓ ଏଣ୍ଟରପ୍ରାଇଜ୍ ଆଦି କ୍ଷେତ୍ରର ଅଗ୍ରଣୀ କଂପାନିସମୂହରେ ନିବେଶ କରୁଛି । ଭାରତରେ କ୍ୱାଲକମ୍ ଭେଞ୍ଚର୍ସ ପକ୍ଷରୁ ଦୁଗ୍ଧ, ପରିବହନରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ପ୍ରମୁଖ ସ୍ଥାନୀୟ ସମସ୍ୟା ସମାଧାନ କରୁଥିବା ସଂସ୍ଥା ଏବଂ ଭାରତ ଓ ବିଶ୍ୱ ବଜାର ପାଇଁ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଉତ୍ପାଦ ନିର୍ମାଣ କରୁଥିବା କଂପାନିଗୁଡିକରେ ନିବେଶ କରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ପ୍ଲାଟଫର୍ମସ୍‌ର ନିବେଶକ ଭାବେ କ୍ୱାଲକମ୍ ଭେଂଚର୍ସକୁ ସ୍ୱାଗତ କରୁଥିବାରୁ ମୁଁ ଆଜି ଉଲ୍ଲସିତ। ଅନେକ ବର୍ଷ ଧରି କ୍ୱାଲକମ୍ ଏକ ମୂଲ୍ୟବାନ ନିବେଶକ ହୋଇ ରହିଛି ଏବଂ ଏକ ସୁଦୃଢ଼ ଓ ସୁରକ୍ଷିତ ଡିଜିଟାଲ୍ ନେଟ୍‌ୱର୍କ ଗଠନ କରି ସବୁ କିଛିକୁ ଯୋଡ଼ିବା ଏବଂ ଭାରତରେ ପ୍ରତିଟି ଲୋକଙ୍କ ପାଖକୁ ଡିଜିଯାଲ୍ ସଂଯୋଗର ଲାଭ ପହଞ୍ଚାଇବା ଆମ ଉଭୟଙ୍କ ଲକ୍ଷ୍ୟ ରହିଛି । ଓୟାରଲେସ୍ ପ୍ରଯୁକ୍ତିରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଭାବେ କ୍ୱାଲ୍‌କମ୍ ଗଭୀର ପ୍ରଯୁକ୍ତି ଜ୍ଞାନ ଏବଂ ଅଭିଜ୍ଞତା ପ୍ରଦାନ କରୁଛି ଯାହା ଆମକୁ ଆମର ୫ଜି ଲକ୍ଷ୍ୟ ହାସଲ କରିବାରେ ଏବଂ ଭାରତରେ ଉଭୟ ଲୋକ ଓ ଉଦ୍ୟୋଗଗୁଡ଼ିକ ପାଇଁ ଡିଜିଟାଲ୍ ପରିବର୍ତନ ଆଣିବାରେ ସହାୟକ ହେବ ।”

ଷ୍ଟିଭ୍ ମୋଲେନ୍‌କଫ୍‌, ସିଇଓ, କ୍ୱାଲ୍‌କମ୍ ଇନକର୍ପୋରେଟେଡ୍ କହିଛନ୍ତି ଯେ, “ସବୁ ଲୋକଙ୍କୁ ଓ ସବୁ କିଛି ପାଇଁ ଡିଜିଟାଲ୍ ସଂଯୋଗର ଲାଭ ସଂପ୍ରସାରିତ କରିବାର ଆମର ମିଳିତ ଲକ୍ଷ୍ୟ ସହିତ, ଆମେ ଆଶା କରୁଛୁ ଯେ ଭାରତୀୟ ଗ୍ରାହକଙ୍କୁ ଜିଓ ପ୍ଲାଟଫର୍ମସ୍ ନୂଆ ପ୍ରକାର ସେବା ଓ ଅନୁଭୂତି ପ୍ରଦାନ କରିବ । ଅତୁଳନୀୟ ସ୍ପିଡ୍ ବିକଶିତ ହେଉଥିବା ବ୍ୟବହାରିକ ଉଦାହରଣ ସହିତ ଆଗାମୀ ବର୍ଷଗୁଡ଼ିକରେ ୫ଜି ପ୍ରତିଟି ଶିଳ୍ପରେ ପରିବର୍ତ୍ତନ ଆଣିବା ଆଶା କରାଯାଉଛି।

ଜିଓ ପ୍ଲାଟଫର୍ମସ୍ ଏହାର ବ୍ୟାପକ ଡିଜିଟାଲ୍ ଓ ପ୍ରଯୁକ୍ତି ଦକ୍ଷତା ଜରିଆରେ ଭାରତରେ ଡିଜିଟାଲ୍ ବିପ୍ଳବକୁ ଆଗକୁ ବଢ଼ାଉଛି । ଭାରତରେ ଦୀର୍ଘବର୍ଷର ଉପସ୍ଥିତି ସହ ନିବେଶକ ଭାବେ ଭାରତର ଡିଜିଟାଲ୍ ଅର୍ଥନୀତିରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜିଓ ରଖିଥିବା ଲକ୍ଷ୍ୟରେ ଏକ ଭୂମିକା ନିର୍ବାହ କରିବାକୁ ଆମେ ଆଶାନ୍ୱିତ ।”

ଏହି ସହଭାଗିତା ଆବଶ୍ୟକୀୟ ସର୍ତାବଳୀ ପୂରଣ ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । କ୍ୱାଲକମ୍ ଭେଞ୍ଚର୍ସ ପାଇଁ ଟ୍ରାଇଲିଗାଲ୍ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛି ।