Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ
୧୦ ବର୍ଷରେ ଓଡ଼ିଶାରେ ୧ କୋଟି ୮୫ ଲକ୍ଷରୁ ଉର୍ଦ୍ଧ୍ୱ ମୋବାଇଲ ଗ୍ରାହକ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର “୨ଜି-ମୁକ୍ତ ଭାରତ” ଅଭିଯାନର ଅଂଶ ଭାବରେ ଓଡ଼ିଶାରେ ଗ୍ରାହକମାନଙ୍କୁ ୨ଜି ରୁ ୪ଜି କୁ ଅପଗ୍ରେଡ୍ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହି ଦୀପାବଳିରେ, ଜିଓ ଭାରତ ମୋବାଇଲ୍ ଫୋନ୍ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ ହୋଇ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। କମ୍ପାନୀ ରାଜ୍ୟର ୯୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ଏପର୍ଯ୍ୟନ୍ତ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ଜିଓ କେବଳ ଅତ୍ୟାଧୁନିକ ୪ଜି ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ୍ ଇଣ୍ଡିଆର ରୋଡମ୍ୟାପ୍ କୁ ଆଗକୁ ବଢ଼ାଉଛି।

ଓଡିଶାରେ ଜିଓ ଭାରତ ଫୋନ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି କାରଣ ଏହାର ମାସିକ ରିଚାର୍ଜ ସବୁଠାରୁ ଶସ୍ତା ରହିଛି। ଗ୍ରାହକମାନଙ୍କୁ ୨୮-ଦିନର ବୈଧତା ରହିଥିବା ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ଦେବାକୁ ପଡିବ। ଏହି ସୁଲଭ ପ୍ଲାନରେ ଦୈନିକ ଅଧ ଜିବି ଲେଖାଏଁ ୧୪ ଜିବି ଡାଟା ଏବଂ ଅସୀମିତ କଲିଂ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ, ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକର ସମାନ ଅବଧି ପ୍ଲାନ ସର୍ବନିମ୍ନ ୧୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ସେଥିରେ ମାତ୍ର ୨ଜିବି ଡାଟା ମିଳିଥାଏ। ଏହିଭଳି ଦେଖିଲେ ଜିଓ ଭାରତ ରିଚାର୍ଜ ମୂଲ୍ୟ ଅନ୍ୟ ଅପରେଟରମାନଙ୍କ ତୁଳନାରେ ୩୮ ପ୍ରତିଶତ ଶସ୍ତା ରହିଛି ଯାହା ଦ୍ଵାରା ଗ୍ରାହକମାନେ ପ୍ରତିମାସ ଅନ୍ୟୁନ ୭୬ ଟଙ୍କା ସଞ୍ଚୟ କରିପାରିବେ। ଜିଓ ଭାରତ ବାର୍ଷିକ ପ୍ଲାନ ମଧ୍ୟ ଉପଲବ୍ଧ ରହିଛି, ଯାହା ପାଇଁ ଗ୍ରାହକମାନଙ୍କୁ କେବଳ ୧୨୩୪ ଟଙ୍କା ଦେବାକୁ ପଡିବ।

ଜିଓ ଭାରତ ଫୋନ୍ ସୁଲଭ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ସହିତ ମନୋରଞ୍ଜନ ଏବଂ ଦୈନନ୍ଦିନ ଆବଶ୍ୟକତାଗୁଡିକୁ ମଧ୍ୟ ପୂରଣ କରିଥାଏ। ଗ୍ରାହକମାନଙ୍କୁ ଜିଓ ହଟଷ୍ଟାର ସବସ୍କ୍ରିପସନ୍, ଜିଓ ସାଭନ୍‌ରେ ଆଠ କୋଟିରୁ ଅଧିକ ଗୀତର ଉପଲବ୍ଧତା ଏବଂ ଜିଓ ଟିଭିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିଥାଏ। ଏହା ସହିତ, ଜିଓ ଭାରତ ଫୋନରେ ଜିଓ ପେ ଜରିଆରେ ଗ୍ରାହକମାନେ ୟୁପିଆଇ (UPI) ଟଙ୍କା ଦେଣନେଣ କରିପାରିବେ। ବ୍ୟବସାୟ ଏବଂ ଦୋକାନୀମାନଙ୍କ ସୁବିଧା ପାଇଁ ଜିଓ ପକ୍ଷରୁ ମାଗଣା ଜିଓ ସାଉଣ୍ଡ ପେ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି।

Raveena & Rasha Debut with Reliance Jewels’ Festive Collection

Diwali Diwali Offer Reliance JIO ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଅନଧିକୃତ ପଞ୍ଚମ ମହଲା କୋଠାକୁ ସିଲ୍ କରାଯିବ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

September 7, 2026

୬୦ ଲକ୍ଷ ଲୋକଙ୍କ ଆକାଉଣ୍ଟରେ ୧୫୦୦ ଲେଖାଏଁ ଜମା କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ

September 7, 2026

ଏବେ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ଉଠିଲା ଗ୍ୟାସ ସିଲିଣ୍ଡର ବୁକ୍ କରିବାର କଟକଣା

September 7, 2026

ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ

September 7, 2026
Latest News

ଦିଲ୍ଲୀରେ ଅନଧିକୃତ ପଞ୍ଚମ ମହଲା କୋଠାକୁ ସିଲ୍ କରାଯିବ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

September 7, 2026

୬୦ ଲକ୍ଷ ଲୋକଙ୍କ ଆକାଉଣ୍ଟରେ ୧୫୦୦ ଲେଖାଏଁ ଜମା କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ

September 7, 2026

ଏବେ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ଉଠିଲା ଗ୍ୟାସ ସିଲିଣ୍ଡର ବୁକ୍ କରିବାର କଟକଣା

September 7, 2026

ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ

September 7, 2026

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.