Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌
ବିଶେଷ ଖବର

ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌

October 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ଆଇପିଓ
ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌, ୧୦ ଲକ୍ଷରୁ ଅଧିକ ଆବେଦନ

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ୩୦,୨୧୩ କୋଟି ଟଙ୍କାର ଜିଓ ଆଇପିଓକୁ ନିବେଶକମାନେ ଭରପୂର ସମର୍ଥନ ଦେଇଛନ୍ତି। ବୁଧବାର ସକାଳେ ଖୋଲିଥିବା ଜିଓ ପ୍ଲାଟଫର୍ମସର ଆଇପିଓ ମାତ୍ର ୧୦୦ ମିନିଟ୍ ମଧ୍ୟରେ ୧୦୦ ପ୍ରତିଶତ ସବସ୍କ୍ରାଇବ୍ ହୋଇଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଜିଓ ଆଇପିଓ ଖୋଲିବାର ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ୧.୧୪ ଗୁଣ ସବସ୍କ୍ରାଇବ୍ ହୋଇସାରିଛି। ବଡ଼ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ଙ୍କ ପାଇଁ ଉଦ୍ଦିଷ୍ଟ ଅଂଶ ୩.୬୮ ଗୁଣ ସବସ୍କ୍ରାଇବ୍ ହୋଇଛି। ଏଥିପାଇଁ ମୋଟ ୧୦ ଲକ୍ଷରୁ ଅଧିକ ଆବେଦନ ମିଳିଛି। ନିବେଶ ପାଇଁ ଜିଓ ଆଇପିଓ ଅକ୍ଟୋବର ୨୩ ତାରିଖ ଯାଏଁ ଖୋଲା ରହିବ।

ଜିଓ ଆଇପିଓ ପ୍ରତି ନିବେଶକଙ୍କ ଉତ୍ସାହର ଝଲକ ପୂର୍ବରୁ ହିଁ ଦେଖିବାକୁ ମିଳିଥିଲା। ଆଙ୍କର ନିବେଶକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ୮,୧୧୦ କୋଟି ଟଙ୍କାର ସେୟାର ତୁଳନାରେ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଡ୍ ମିଳିଥିଲା। ଅର୍ଥାତ୍‌, ଏହି ବର୍ଗରେ ଚାହିଦା ୩୦ ଗୁଣରୁ ଅଧିକ ଥିଲା। ଏଥିରେ ସର୍ବାଧିକ ଆବଣ୍ଟନ ଏଲଆଇସିକୁ ମିଳିଥିଲା, ଯାହାର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କା ଥିଲା।

ଜିଓ ଆଇପିଓ ଆକାର ଦୃଷ୍ଟିରୁ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ହୁଣ୍ଡାଇ ମୋଟର ଇଣ୍ଡିଆର ଆଇପିଓ ଦେଶର ସବୁଠାରୁ ବଡ଼ ଆଇପିଓ ଥିଲା, ଯାହାର ଆକାର ୨୭,୮୭୦ କୋଟି ଟଙ୍କା ଥିଲା। ଜିଓ ଆଇପିଓ ପାଇଁ ପ୍ରତି ସେୟାରର ମୂଲ୍ୟ ସୀମା ୧,୦୬୫ ଟଙ୍କାରୁ ୧,୧୧୯ ଟଙ୍କା ମଧ୍ୟରେ ରଖାଯାଇଛି।

ବିଶେଷ କଥା ହେଉଛି, ଆଇପିଓ ସମ୍ପୂର୍ଣ୍ଣ ସବସ୍କ୍ରାଇବ୍ ହୋଇଯାଇଥିଲେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଯୋଗ୍ୟ ସେୟାରଧାରକଙ୍କ ପାଖରେ ସେୟାର ପାଇବାର ଆଉ ଏକ ଅତିରିକ୍ତ ସୁଯୋଗ ରହିଛି। ସେମାନଙ୍କ ପାଇଁ ୨,୫୦୦ କୋଟି ଟଙ୍କା ଯାଏଁ ମୂଲ୍ୟର ସେୟାର ସଂରକ୍ଷିତ ରଖାଯାଇଛି। ଯୋଗ୍ୟ ନିବେଶକମାନେ ଉଭୟ ସେୟାରହୋଲଡ଼ର ବର୍ଗ ଏବଂ ରିଟେଲ ନିବେଶକ ବର୍ଗରେ ଆବେଦନ କରିପାରିବେ। ଏହାଦ୍ୱାରା ସେମାନଙ୍କୁ ସେୟାର ପାଇବାର ଅତିରିକ୍ତ ସୁଯୋଗ ମିଳିପାରେ।

IPO Jio IPO Reliance JIO ଜିଓ ଆଇପିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!

November 10, 2026

ଟିମ୍ ଇଣ୍ଡିଆରୁ ୩ ଖେଳାଳି ବାହାର: ୪ର୍ଥ ଦିନିକିଆ ପାଇଁ ତିଲକ-କୁଶାଗ୍ରଙ୍କ ଏଣ୍ଟ୍ରି

November 10, 2026

ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ, ଏଥିରେ ଭୁଲ୍ କଣ?: ସୋନିଆଙ୍କୁ ଜବାବ ଦେଲେ ଝିଅ ଶର୍ମିଷ୍ଠା

November 10, 2026

ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ: ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 10, 2026
Latest News

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

November 10, 2026

ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!

November 10, 2026

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ

November 10, 2026

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 10, 2026

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.