Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Google Gemini Pro: କଲେଜ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜ୍ଞାନରେ ସଶକ୍ତ କରୁଛି ରିଲାଏନ୍ସ ଜିଓ
ଆଜିର ଖବର

Google Gemini Pro: କଲେଜ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜ୍ଞାନରେ ସଶକ୍ତ କରୁଛି ରିଲାଏନ୍ସ ଜିଓ

December 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Google Gemini Pro
Google Gemini Pro: କଲେଜ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜ୍ଞାନରେ ସଶକ୍ତ କରୁଛି ରିଲାଏନ୍ସ ଜିଓ

Google Gemini Pro: ‘ସମସ୍ତଙ୍କ ପାଇଁ ଏଆଇ’ ଅଭିଯାନରେ ରିଲାଏନ୍ସ ଜିଓ ସାରା ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ଗୁଗୁଲ୍ ଜେମିନି ପ୍ରୋ ମାଧ୍ୟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର ସହିତ ପରିଚିତ କରାଇବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଇତିମଧ୍ୟରେ ରାଜ୍ୟବ୍ୟାପୀ ୬୦୦ରୁ ଅଧିକ କଲେଜ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଜିଓ ପକ୍ଷରୁ ସ୍ୱତନ୍ତ୍ର ସେସନ୍‌ କରାଯାଇଛି।

ଜିଓର ବରିଷ୍ଠ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଗୁଗୁଲର ସବୁଠାରୁ ସକ୍ଷମ ଏଆଇ ସିଷ୍ଟମ ଗୁଗୁଲ୍ ଜେମିନି ସହିତ ପରିଚିତ କରାଇବା ପାଇଁ ଅଭିନବ ଆଲୋଚନାଭିତ୍ତିକ ସେସନରେ ଭାଗ ନେଇ ଏଆଇ ଜରିଆରେ ଶିକ୍ଷାଗତ ଉତ୍କର୍ଷତା, ବୈଷୟିକ ଦକ୍ଷତା, ସୃଜନଶୀଳତା ଏବଂ ଦକ୍ଷତା ଶିକ୍ଷା ପାଇଁ ବ୍ୟବହାରିକ ପ୍ରୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟତା କରୁଛନ୍ତି।

ଏହି ସେସନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜରିଆରେ ନୋଟ୍ ପ୍ରସ୍ତୁତ କରିବା ଏବଂ ଆସାଇନମେଣ୍ଟ ଲେଖିବା, କୋଡିଂ, ପ୍ରୋଜେକ୍ଟ ପରିକଳ୍ପନା, ଡିଜାଇନ୍, ସାକ୍ଷାତକାର ପ୍ରସ୍ତୁତି ଇତ୍ୟାଦି ପାଇଁ ନୋଟବୁକ୍ ଏଲଏମ ଭଳି ଏଆଇ ଟୁଲସ ବ୍ୟବହାର କରି ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧି ହାସଲ କରିବା ଉପରେ ଆଲୋକପାତ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜେମିନି ଲାଇଭ୍ ଫିଚର ବେଶ ଲୋକପ୍ରିୟ ହୋଇଛି କାରଣ ଏହା ସେମାନଙ୍କର ପସନ୍ଦର ଭାଷାରେ ସମସ୍ତ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରୁଛି।

ଏହି ମିଶନର ସହାୟତା ପାଇଁ ଗୁଗୁଲ୍ ଜେମିନି ପ୍ରୋ ପ୍ଲାନ ସମସ୍ତ ସକ୍ରିୟ ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାମାନଙ୍କ ପାଇଁ ମାଗଣାରେ ଉପଲବ୍ଧ, ଯାହା ୩୫,୧୦୦ ଟଙ୍କା ମୂଲ୍ୟର ୧୮ ମାସର ସବସ୍କ୍ରିପସନ୍ ମାଗଣାରେ ପ୍ରଦାନ କରୁଛି। ଏହି ପ୍ରିମିୟମ୍ ଏଆଇ ପ୍ଲାନରେ ଅନ୍ତର୍ଭୁକ୍ତ ରହିଛି ସର୍ବାଧୁନିକ ଗୁଗୁଲ୍ ଜେମିନି ୩ ପ୍ରୋ ମଡେଲ୍, ଏଆଇ ସହାୟତାରେ ଡିଜାଇନ ଚିତ୍ର ସୃଷ୍ଟି ପାଇଁ ନାନୋ ବନାନା ପ୍ରୋ (Nano Banana Pro), ଭିଡିଓ ପ୍ରସ୍ତୁତି ପାଇଁ ଭିଓ ୩.୧ (Veo 3.1), ଶିକ୍ଷାଭିତ୍ତିକ ଗବେଷଣା ପାଇଁ ନୋଟବୁକଏଲଏମ (NotebookLM) ଏବଂ ୨ ଟିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ଉନ୍ନତ ଏଆଇ ଟୁଲସର ବ୍ୟବହାର ସୁଯୋଗ। ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାମାନେ ମାଇଁ ଜିଓ ଆପ୍ ମାଧ୍ୟମରେ ଅତି ସହଜରେ ଏହି ପ୍ଲାନକୁ ସକ୍ରିୟ କରିପାରିବେ, ଯାହା ଶିକ୍ଷା ଏବଂ ସୃଜନଶୀଳତାକୁ ବଢାଇବା ପାଇଁ ପରିବର୍ତ୍ତନକାରୀ ଏଆଇ କ୍ଷମତାଗୁଡ଼ିକର ତୁରନ୍ତ ଆକ୍ସେସ ପ୍ରଦାନ କରିଥାଏ।

ଏହି ପଦକ୍ଷେପ ଡିଜିଟାଲ୍ ଅପସ୍କିଲିଂ ଉପରେ ଜାତୀୟ ଶିକ୍ଷା ନୀତି (ଏନଇପି) ର ପ୍ରାଥମିକତା ଅନୁରୂପ ରହିଛି, ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜିଓ ଏଆଇ କ୍ଲାସରୁମ୍ ସେସନ୍‌ରେ ଅଂଶଗ୍ରହଣ କରି ଜିଓ ଇନଷ୍ଟିଚ୍ୟୁଟରୁ ଦକ୍ଷତା ପ୍ରମାଣପତ୍ର ପାଇପାରିବେ ଏବଂ ସେମାନଙ୍କର ଶିକ୍ଷାଗତ ଓ ବୃତ୍ତିଗତ ଅଭିବୃଦ୍ଧିକୁ ଆଗକୁ ଆଗକୁ ନେଇପାରିବେ।

ଏହାର ବ୍ୟାପକ ୫ଜି ନେଟୱାର୍କ ସହିତ ଅତ୍ୟାଧୁନିକ ଏଆଇ ପ୍ରଯୁକ୍ତିବିଦ୍ୟାକୁ ସମ୍ମିଳିତ କରି, ଜିଓ ସମଗ୍ର ଓଡ଼ିଶାରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ଏବଂ ଭବିଷ୍ୟତର ଡିଜିଟାଲ୍ ଅର୍ଥନୀତିରେ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ପାଇଁ ପ୍ରତିବଦ୍ଧ ରହିଛି। ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଶକ୍ତିଶାଳୀ ଏଆଇ ଟୁଲସ୍ ଏବଂ ବିଶେଷଜ୍ଞଙ୍କ ସହାୟତାରେ ଏଆଇ ବ୍ୟବହାର ସହିତ ପରିଚିତ ହେବାରେ ସହାୟକ ହେଉଛି, ଯାହା ସେମାନଙ୍କୁ ଆତ୍ମବିଶ୍ୱାସର ସହିତ ଏଆଇ-ରେଡି ପ୍ରଫେସନାଲ ହେବା ଦିଗରେ ସଶକ୍ତ କରୁଛି।

ai artificial intelligence Google Gemini Pro Reliance JIO ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.