Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କର୍କଟ ରୋଗୀଙ୍କ ପାଇଁ AI ଆଧାରିତ ଫୋନ୍ ଆପ୍ ଲଞ୍ଚ କଲା AIIMS, ଏହା ଲୋକଙ୍କୁ କିପରି ସାହାଯ୍ୟ କରିବ?

ନୂଆଦିଲ୍ଲୀ: କର୍କଟ ରୋଗୀଙ୍କୁ ଧ୍ୟାନରେ ରଖି ଦିଲ୍ଲୀ AIIMS ଏକ ସ୍ମାର୍ଟ ଫୋନ୍ ଆପ୍ – UPPCHAR ଲଞ୍ଚ କରିଛି। ଏହା ଏକ AI ଆଧାରିତ ସ୍ୱାସ୍ଥ୍ୟ ସେବା ଆପ୍। ଏହି ସ୍ୱତନ୍ତ୍ର ଆପ୍ ‘ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ’ (AIIMS) ଦ୍ୱାରା ତିଆରି କରାଯାଇଛି। ଏହା ମାଧ୍ୟମରେ କର୍କଟ ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଆଯିବ। ଔଷଧର ଅନୁପାଳନକୁ ଫଳପ୍ରଦ ଭାବରେ ବୃଦ୍ଧି କରିବାରେ ଏହା ଭଲ ଫଳାଫଳ ଦେଖାଇଛି। ବର୍ତ୍ତମାନ ଏଆଇ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ।

ଡାକ୍ତରଙ୍କ ପାଇଁ ଏଆଇ ଏକ ବରଦାନ ବୋଲି ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ଏହି କୃତ୍ରିମ ଇଣ୍ଟେଲିଜେନ୍ସ ଚିକିତ୍ସାରେ କିପରି ସାହାଯ୍ୟ କରିପାରିବ? କେଉଁ କର୍କଟ ଚିକିତ୍ସା ପାଇଁ ସର୍ବୋତ୍ତମ ତାହା ଆସନ୍ତୁ ଜାଣିବା। ଏହି AI କର୍କଟ ରୋଗର ଚିକିତ୍ସାରେ ଡାକ୍ତରମାନଙ୍କ ସ୍ଥାନ ନେବ ନାହିଁ, କିନ୍ତୁ ସେମାନଙ୍କୁ କର୍କଟ ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରିବ। ପାଥୋଲୋଜି, ରେଡିଓଲୋଜି ଏବଂ କ୍ଲିନିକାଲ୍ ବିବରଣୀ ପରି ଅନେକ ସ୍ୱାସ୍ଥ୍ୟ ଏଆଇ ରେକର୍ଡ ରଖିବ। ଯାହା ପରେ ରୋଗୀର ଜେନୋମିକ୍ସ ସିଷ୍ଟମରେ ଅପଲୋଡ୍ ହୁଏ। ଏହିପରି ରୋଗୀଙ୍କ ତଥ୍ୟ ରଖାଯାଏ। କର୍କଟ ରୋଗର ଇତିହାସ ଦେଖିବା ସହିତ ଏହା ଚିକିତ୍ସାର ଫଳାଫଳକୁ ମଧ୍ୟ ଦର୍ଶାଏ। AI ଯେତେ ଅଧିକ ତଥ୍ୟ ଅଛି, ସେତେ ଭଲ ଫଳାଫଳ ଦେବ।

କର୍କଟ ଚିକିତ୍ସା AI ମାଧ୍ୟମରେ କରାଯାଏ। AI ସହିତ ଆପଣ କର୍କଟ ରୋଗର ପ୍ରଥମ ପର୍ଯ୍ୟାୟ ଚିହ୍ନଟ କରିପାରିବେ। ପ୍ରତିବର୍ଷ ଭାରତରେ କର୍କଟ କାରଣରୁ 8 ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି। କର୍କଟ କାରଣରୁ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଉଛି ବିଳମ୍ବରେ କର୍କଟ ଚିହ୍ନଟ ହେବା। କର୍କଟ ରୋଗର ବିଳମ୍ବ ଚିହ୍ନଟ ହେବାର 80 ପ୍ରତିଶତ କ୍ଷେତ୍ରରେ, କେବଳ 20 ପ୍ରତିଶତ ଲୋକଙ୍କ ଜୀବନ ବଞ୍ଚିଥାଏ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ଜଗିବ ଆର୍ଟିଫିସିୟାଲ ଇଣ୍ଟେଲଜେନସି

ଭୁବନେଶ୍ବର: ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା ଆଭାସୀ ବୈଠକ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧୀକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି. ଏସ ., ଉଚ ମାଧମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ,ମାଧମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ,ଡାଃ ନିହାର ରଞ୍ଜନ ମହାନ୍ତି,ମାଧମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ସୁଶାନ୍ତ ଦାଶ, ଉଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଏହି ପରୀକ୍ଷା ପରିଚାଳନକୁ “ଶୂନ୍ୟ ସହନସିଲତା” ଭାବରେ ସର୍ବାଧିକ ଗୁରୁତ୍ଵ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖି ଅଧିକ୍ଷକ ମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏଥିନିମନ୍ତେ ସାମାନ୍ୟ ତ୍ରୁଟି କୁ ବରଦାସ୍ତ କରାଯିବ ନ।ହିଁ।
ପରୀକ୍ଷା ପ୍ରଶ୍ନ ପତ୍ର ଘକ୍ଟୟବକ୍ଷ ଉରଦ୍ଭଗ୍ଧରକ୍ସରେ କଡା ସୁରକ୍ଷା ବଳୟ ମଧ୍ୟରେ ଯତନର ସହିତ ରଖାଯିବ ଏବଂ ପରୀକ୍ଷା ଅନୁଷ୍ଠିତ ହେଉଥିବା କେନ୍ଦ୍ରରେ ନିଯୋଜିତ ହୋଇଥିବା ପର୍ଜ୍ୟବେକ୍ଷକ ଙ୍କ ଉପସ୍ଥିତିରେ ସେଣ୍ଟର ସୁପରିତେଣ୍ଡେଣ୍ଟ ମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ।

ପରୀକ୍ଷା ଦିନ ଠାରୁ ଆରମ୍ଭ କରି ପରୀକ୍ଷା ଉତ୍ତର ଖାତା ମୂଲ୍ୟାଯନ କେନ୍ଦ୍ରରେ ରଖାଯିବ। ଓ ମୂଲ୍ୟାୟନ ଶେଷ, ଯେପରି ସବୁ କାର‌୍ୟ୍ୟ ନିର୍ଭୁଲ ଭାବରେ ପରିଚାଳିତ ହେବ ସେସବୁ ବ୍ୟବସ୍ଥାକୁ କଡାକଡି ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ ଦେଇଛନ୍ତି।
ପରୀକ୍ଷା ଦାୟିତୋରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ , ଅଧ୍ୟାପକ ଆଦି କର୍ମଚାରୀ କାର‌୍ୟ୍ୟରେ ଅବହେଳା କଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି।

ମାଟ୍ରିକ ପରୀକ୍ଷାରେ ୫,୫୧,୬୧୧ ଜଣ , ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭୮୩୧ ଜଣ, ମାଧ୍ୟମ।ରେ ୩୦୩୭ ଜଣ ଙ୍କୁ ମିଶାଇ ମୋଟ ୫,୬୨,୦୦୦ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଏହିପରି +୨ ରେ ୨,୩୭,୭୫୦ ଜଣ କଳ।ରେ ୧,୧୬,୬୨୦ ଜଣ ବିଜ୍ଞାନରେ,୨୬୦୮୯ ଜଣ ବାଣିଜ୍ୟରେ ଓ ୫୭୯୧ ଜଣ ଧନ୍ଦାମୂଳକକୁ ମିଶାଇ ମୋଟରେ ୩୮୬୨୫୦ ଜଣ ଛ।ତ୍ର ଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ମାଟ୍ରିକ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା କୁ ମିଶାଇ ୩୦୪୭ ଟି ପରୀକ୍ଷା କେନ୍ଦ୍ର ଓ ୩୧୩ ଟି ନୋଡାଲ ସେନ୍ଟର କରାଯାଇଅଛି । ଏହିପରି +୨ ରେ ୨୦୨ ଟି ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଅଛି ।

ଏଥିନିମନ୍ତେ ସି ସି ଟିଭି , ଲାଇଵ ସି ସି ଟିଭି ଏବଂ ଇଣ୍ଟେଲିଜେଏନସି ମାଧ୍ୟମ(AI), ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ମୁତୟନ, ପୁଲିସ ବାହିନୀର ମୁତୟନ ଏବଂ ପୁଲିସ ପେଟ୍ରୋଲ୍ଲିଙ୍ଗ ର ବ୍ୟବସ୍ଥା ସହିତ ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାର ତଦାରଖ ପାଇଁ ବୈଠକରେ ଆଲୋଚନା କରଯାଇଅଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନି କଲେ ବଡ ଘୋଷଣା, ଏଣିକି ଘରେ ଘରେ ଜିଓ ପହଞ୍ଚାଇବ ‘ଏଆଇ’

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।

ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ। ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ।

ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ। ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି। ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି।

ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।

ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ। ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ। ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ

13ଟି ନୂତନ ଓଏଲ୍‌ଇଡି ଟିଭି ଲଞ୍ଚ କଲା ଏଲ୍‌ଜି

ମୁମ୍ବାଇ : ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ 13ଟି ନୂତନ ଓଏଲ୍‌ଇଡି ଟିଭି ଲଞ୍ଚ କରାଯାଇଛି । 13ଟି ଟିଭି ମଧ୍ୟରୁ 6ଟି ଟିଭି ଭାରତୀୟ ବଜାର ପାଇଁ ଉପଲବ୍ଧ ଥିବା ବେଳେ 9ଟି ମଡେଲ ସମଗ୍ର ବିଶ୍ବରେ ଲଞ୍ଚ କରିଛି । ଏହି ଟିଭି ମଧ୍ୟରେ ତିନେଟି 4କେ ଶ୍ରଣୀର ଟିଭି ରହିଥିବା ବେଳେ ଗୋଟିଏ 8କେ ଶ୍ରେଣୀର ଟିଭି କରିଛି । ଜିଏକ୍ସ ଗ୍ୟାଲେରୀ ସିରିଜ୍‌ର 4 କେ ଶ୍ରେଣୀର ଟିଭିରେ 88 ଇଞ୍ଚ ଏବଂ 77 ଇଞ୍ଚର ଟିଭି ଉପଲବ୍ଧ ହେଉଛି । ସେହିପରି ପ୍ରଥମ ଥର ପାଇଁ ନାନୋ ସେଲ୍‌ ଟେକ୍ନୋଲୋଜି ସହିତ 8କେ ଟିଭି ପ୍ରଦାନ କରିବାକୁ ଯାଉଛି । କ୍ରୀଡାପ୍ରେମୀଙ୍କୁ ନଜରରେ ରଖି ଏହି ସବୁ ଟିଭି ପ୍ରସ୍ତୁତ କରାଯାଇଥିବା ଏଲ୍‌ଜି ପକ୍ଷରୁ କୁହାଯାଇଛି । 8କେ ଏବଂ 4କେ ଟିଭିରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି ।