Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନି କଲେ ବଡ ଘୋଷଣା, ଏଣିକି ଘରେ ଘରେ ଜିଓ ପହଞ୍ଚାଇବ ‘ଏଆଇ’

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।

ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ। ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ।

ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ। ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି। ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି।

ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।

ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ। ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ। ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ

ଧନୀଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଲେ ମୁକେଶ ଅମ୍ବାନୀ

ମୁମ୍ବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଆରଆଇଏଲର ଅଂଶଧନ ମୂଲ୍ୟରେ ଲଗାତାର ହ୍ରାସ କାରଣରୁ ମୁକେଶ ଅମ୍ବାନୀ ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଏଲନ ମସ୍କଙ୍କ ଟେସଲାର ଅଂଶଧନ ମୂଲ୍ୟ ଏବଂ ବର୍ଣ୍ଣାର୍ଡ ଅଣ୍ଣଲ୍ଟଙ୍କ ଲୁଇ ଭେଟନର ଅଂଶଦନ ମୂଲ୍ୟରେ ବୃଦ୍ଧି ଘଟିବାରୁ ଉଭୟ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହା ସହିତ ଅମ୍ବାନୀ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ବର୍ତ୍ତମାନ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ 78.3 ବିଲିୟନ୍ ଡଲାର ରହିଛି । 63 ବର୍ଷୀୟ ଅମ୍ବାନୀ ଏକମାତ୍ର ଭାରତୀୟ ତଥା ଏସୀୟ ବ୍ୟକ୍ତି ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ବିଶ୍ୱର ଚତୁର୍ଥ ଧନୀ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ବର୍ଣ୍ଣାଡ ଆର୍ଣ୍ଣଲ୍ଟ, ଲାରି ପେଜ୍, ଷ୍ଟିଭ୍ ବାଲ୍ମର ଏବଂ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଶୁକ୍ରବାର ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ 326 ମିଲିୟନ୍ ଡଲାରୁ 80.2 ବିଲିୟନ୍ ଡଲାର ଅର୍ଥାତ 6.04 ଲକ୍ଷ କୋଟି ବୃଦ୍ଧି ପାଇଥିଲା। ପୂର୍ବରୁ ଚତୁର୍ଥ ସ୍ଥାନରେ ରହିଥିବା ବର୍ଣ୍ଣାଡ ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତିରେ 1.24  ବିଲିୟନ୍ ହ୍ରାସ ଘଟିବାରୁ ଅମ୍ବାନୀ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

ପ୍ରଥମ ଅଣ ଆମେରିକୀୟ/ୟୁରୋପୀୟ ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅମ୍ବାନୀ। ଟପ୍ 5 ମଧ୍ୟରେ ତିନି ଜଣ ଆମେରିକୀୟ ରହିଥିବା ବେଳେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ରହିଛନ୍ତି । ଏହା ସହିତ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି ।

ବିଶ୍ବର ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ଜେଫ୍‌ ବେଜୋସ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବିଲ୍‌ ଗେଟ୍ସ । ତୃତୀୟ ସ୍ଥାନରେ ରହିଛନ୍ତି ମାର୍କ ଜୁକରବର୍ଗ।  (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ଟେଲିକମ୍ ସେବାକୁ ଆଗକୁ ନେବାକୁ ହେଲେ ୨ଜି ସେବା ବନ୍ଦ କରିବାକୁ ପଡିବ, ମୁକେଶ ଆମ୍ବାନୀ

ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ ଆଣିଥିବା ମୁକେଶ ଅମ୍ବାନି। ପ୍ରଥମ ମୋବାଇଲ୍ କଲ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି ଯେ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍‌କୁ ବନ୍ଦ କରିବାର ଆବଶ୍ୟକତା ରହିଛି।

ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବର୍ତ୍ତମାନ ସୁଦ୍ଧା ଫିଚର ଫୋନ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ୧୯୯୫ରେ ମୋବାଇଲ୍ ସେବାର ଅଭ୍ୟୁଦୟ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଭାରତ ଏକ ବଡ ଲମ୍ଫ ସହିତ ଯାତ୍ରା ଆରମ୍ଭ କରିଥିଲା । ଯେତେବେଳେ ଲ୍ୟାଣ୍ଡ୍‌ଲାଇନ୍‌ର ଆବିସ୍କାର ହୋଇଥିଲା ତାହା ଏକ ବିରଳ ଐତିହାସିକ ମୁହୂର୍ତ ଥିଲା । ମାତ୍ର ତାହା ଯୋଗାଯୋଗରେ ଆଂଶିକ ସ୍ୱାଧୀନତା ଦେଉଥିଲା ।

ଏହା ବାସ୍ତବରେ ଦୂରତ୍ୱକୁ ନେଇ ରହିଥିବା ସବୁ ସମସ୍ୟା ଦୂର କରିପାରିନଥିଲା । ଲୋକମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଚବିଶ ଘଂଟା ଯୋଗାଯୋଗରେ ରହିବାର ସୁଯୋଗ ପାଇନଥିଲେ । ସେ କହିଛନ୍ତି, ଭାରତରେ ମୋବାଇଲ୍ ଫୋନ୍ ଆଶା ଠାରୁ ଅଧିକ ସୁଲଭ ମୂଲ୍ୟର ହୋଇପାରିଛି । ୧୯୯୫ରେ ସେଲ୍ ଫୋନ୍‌ରୁ କରାଯାଉଥିବା କଲ୍‌ର ଦାମ୍ ୨୪ ଟଙ୍କା ଥିଲା । କଲ୍ କରୁଥିବା ବ୍ୟକ୍ତି ୧୬ ଟଙ୍କା ଓ କଲ୍ ଗ୍ରହଣ କରୁଥିବା ବ୍ୟକ୍ତି ୮ ଟଙ୍କା ଗଣୁଥିଲେ । ମାତ୍ର ଏବେ ଭଏସ୍ କଲ୍ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏହାର କୌଣସି ସର୍ବାଧିକ ସୀମା ମଧ୍ୟ ନାହିଁ ।

ସୁଲଭ ମୋବାଇଲ୍ ସେବା ଗଣତନ୍ତ୍ରରେ ପରିଣତ ହୋଇଛି ଏବଂ ଦୀର୍ଘବର୍ଷ ପୂର୍ବ ସମୟ ଭଳି ଏହା ଆଉ ଧନୀ ବ୍ୟକ୍ତିଙ୍କ ଏକଚାଟିଆ ଅକ୍ତିଆରରେ ନାହିଁ । ମାନବ ଇତିହାସରେ ମୋବାଇଲ୍ ଫୋନ୍ ଭଳି ଅନ୍ୟ କୌଣସି ପ୍ରଯୁକ୍ତି ଉପକରଣ ଧନୀ ଓ ଗରିବଙ୍କ ଭିତରେ ଥିବା ପ୍ରଭେଦକୁ ଏଭଳି ଭାବେ ଦୂର କରିପାରିନାହିଁ । ମୋବାଇଲ୍ ଇଟଂରନେଟ୍ ଯୋଗୁଁ ପୂର୍ବରୁ କେବଳ ଗୋଟିଏ କାର୍ଯ୍ୟ ହୋଇପାରୁଥିବା ମୋବାଇଲ୍ ଫୋନ୍‌ରେ ଆଜି ବିବିଧ ପ୍ରକାର କାର୍ଯ୍ୟ ହେଉଛି । ଏହା ସହିତ ଯୋଗାଯୋଗର ବିପ୍ଳବ ମାନବିକ ଅଭିନବ ଚିନ୍ତାଧାରାର ବନ୍ୟା ସୃଷ୍ଟି କରିଛି ବୋଲି ଅମ୍ବାନି କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ପୂର୍ବେ ମୋବାଇଲ୍ ଟେଲି ଯୋଗାଯୋଗ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଠାରୁ ଭାରତ ବହୁ ପଛରେ ଥିଲା । କିନ୍ତୁ ଏବେ ଦେଶ ପାଇଁ ସମୟ ଆସିଛି ପ୍ରଯୁକ୍ତିର ପ୍ରମୁଖ ଭାଗରେ ବିଶ୍ୱର ଅନ୍ୟମାନଙ୍କ ଠାରୁ ଆଗରେ ରହିବା ପାଇଁ । ଲୋକମାନେ ଏବେ ନିଜ ମୋବାଇଲ୍ ଫୋନ୍‌ରେ ଜ୍ଞାନ ହାସଲ କରିବା ସହ ପରସ୍ପର ସହ ବାଂଟୁଛନ୍ତି, ଖବର ପାଉଛନ୍ତି ଏବଂ ଭିଡିଓ ଦେଖୁଛନ୍ତି ଓ ତିଆରି ମଧ୍ୟ କରୁଛନ୍ତି ।

ଲୋକମାନେ ଫୋନ୍ ଜରିଆରେ ଘରେ ରହି କାମ କରୁଛନ୍ତି ଏବଂ ପଢ଼ୁଛନ୍ତି । ଭର୍ଚୁଆଲ୍ ବୈଠକରେ ସେମାନେ ଭାଗ ନେଉଛନ୍ତି । ମୋବାଇଲ୍ ଫୋନ୍ କିଭଳି ଲୋକମାନଙ୍କୁ ସଶକ୍ତ କରୁଛି କୋଭିଡ୍ ଲକ୍‌ଡାଉନ ତାହାର ଶ୍ରେଷ୍ଠ ଉଦାହରଣ ପ୍ରଦାନ କରିଛି । ସାରା ଦେଶକୁ ଏହା ଯୋଗାଯୋଗ ମାଧ୍ୟମରେ ସଂଯୁକ୍ତ ରଖିଛି ବୋଲି ସେ କହିଛନ୍ତି ।

Categories
ଆଜିର ଖବର ବ୍ୟବସାୟ

ହୁରୁନ୍‌ ଗ୍ଲୋବାଲ୍‌ ଧନୀକ ତାଲିକାର ନବମ ସ୍ଥାନରେ ମୁକେଶ ଅମ୍ବାନୀ

ମୁମ୍ବାଇ : ହୁରୁନ୍‌ ଗ୍ଲୋବାଲ୍‌ ପକ୍ଷରୁ ଶନିବାର ଦିନ ବଶ୍ବର ଶ୍ରେଷ୍ଠ ଧନୀକଙ୍କ ତାଲିକା ପ୍ରକାଶ ପାଇଛି । ଏକମାତ୍ର ଭାରତୀୟ ଭାବରେ ମୁକେଶ ଅମ୍ବାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାର ପ୍ରକାଶିତ ତାଲିକାରେ ଅମ୍ବାନୀ ନବମ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍‌ଟର ଷ୍ଟିଭ୍‌ ବାଲ୍‌ମର ଏବଂ ଗୁଗୁଲ୍‌ର ଲାରୀ ପେଜ୍‌ଙ୍କ ସହିତ ଯୁଗ୍ମ ଭାବରେ ନବମ ସ୍ଥାନରେ ରହିଛନ୍ତି । ଟପ୍‌ ଟେନ୍‌ ମଧ୍ୟରେ ଦ୍ବିତୀୟ ଥର ପାଇଁ ସ୍ଥାନ ପାଇଥିବା ଅମ୍ବାନୀଙ୍କ ସମ୍ପତ୍ତି ପରିମାଣରେ 13 ବିଲିୟନ୍‌ ଡଲାରର ଅଭିବୃଦ୍ଧି ସହିତ 67 ବିଲିୟନ୍‌ ଡଲାରରେ ପହଞ୍ଚିଛି । ଜିଓର ସଫଳତା କାରଣରୁ ଅମ୍ବାନୀଙ୍କ ସମ୍ପତ୍ତିରେ ଏହି ଅଭିବୃଦ୍ଧି ଘଟିଛି । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ 140 ବିଲିୟନ୍‌ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ବିଲ୍‌ ଗେଟ୍‌ସ୍‌ ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ବେଜୋସ୍‌ଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ 44 ବିଲିୟନ୍‌ ଡଲାର ସହିତ ଏହି ତାଲିକାରେ ପ୍ରବେଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହେଲେ ରାଧାକ୍ରିଷ୍ଣ ଦମାନୀ

ମୁମ୍ବାଇ : ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ରାଧାକୃଷ୍ଣ ଦମାନୀ । ସୋମବାର ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମୁକେଶ ଅମ୍ବାନୀ 57.5 ବିଲିୟନ୍‌ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ 17.8 ବିଲିୟନ୍‌ ଡଲାର ସହିତ ଦମାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦମାନୀଙ୍କ ଆଭେନ୍ୟୁ ସୁପର ମାର୍ଟସର ଅଂଶଧନ ମୂଲ୍ୟରେ 5 ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଏଚ୍‌ସିଏଲ୍‌ର ଶିବ ନାଦାରଙ୍କୁ ପଛରେ ପକାଇ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଶିବ ନାଦାରଙ୍କ ସମ୍ପତ୍ତିର ପରିମାଣ 16.8 ବିଲିୟନ୍‌ ଡଲାର ରହିଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରକାଶିତ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଶିଳ୍ପପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ଶିଳ୍ପପତି ମାନଙ୍କକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍‌ ଅଧିବେଶନ ନିକଟତର ହେଉଥିବାରୁ ଏହି ଆଲୋଚନାରେ ନୂତନ ନିଯୁକ୍ତି ସୃଷ୍ଟି କରିବା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରିବା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୋମବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରିଲାଏନ୍ସ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ, ଟାଟା ସନ୍ସର ରତନ ଟାଟା, ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା, ଭାରତୀ ଏୟାରଟେଲ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଏବଂ ଗୌତମ ଅଦାନୀ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ମୁକେଶ ଅମ୍ବାନୀ

ମୁମ୍ବାଇ,29/11: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫୋବର୍ସ ଧନୀ ତାଲିକାର ନବମ ସ୍ଥାନରେ ରହିଛନ୍ତି । 2019ରେ ପୂର୍ବରୁ ପ୍ରକାଶିତ ତାଲିକାରେ ଅମ୍ବାନୀ 13 ତମ ସ୍ଥାନରେ ରହିଥିଲେ । ଗୁରୁବାର ପ୍ରଥମ ଭାରତୀୟ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ 10 ଲକ୍ଷ କୋଟିର ବ୍ୟବସାୟ କରିବା ପରେ ମୁକେଶ ଅମ୍ବାନୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଶୁକ୍ରବାର ପ୍ରକାଶିତ ସୂଚନା ଅନୁଯାୟୀ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 60.8 ମିଲିୟନ୍‌ ଡଲାର ରହିଛି । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ 113 ବିଲିୟନ୍‌ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।

Categories
ବିଶେଷ ଖବର ବ୍ୟବସାୟ

ଆସନ୍ତାକାଲି ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା: ଓଡିଶା ସହ ଭାରତର କେବୁଲ ଓ ଇଣ୍ଟରନେଟ୍ ଜଗତରେ ଆସିବ ଏକ ବଡ ବିପ୍ଲବ, ଘୋଷଣାରେ କଣ ଥିବ !

ସମୀକ୍ଷା ବ୍ୟୁରୋ

 

ସଂକ୍ଷିପ୍ତ

1-ଆସନ୍ତାକାଲି ମୁକେଶ ଆମ୍ବାନୀଙ୍କ ଅଧ୍ୟକ୍ଷତାରେ ବସୁଛି ରିଲାଏନସର 42 ତମ ବାର୍ଷିକ ସାଧାରଣ ବୈଠକ

2-ଏଥିରେ ବହୁ ପ୍ରତିକ୍ଷୀତ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାର ଘୋଷଣା ହୋଇପାରେ

3-ମୁକେଶ ଆମ୍ବାନୀ ପ୍ରଥମ ଥର ପାଇଁ ଦେଶରେ ଗିଗା ଟିଭି ସେବା ଆରମ୍ଭ ହେବାର ସମ୍ଭାବନା

4-ବଜାରକୁ ସ୍କ୍ରିନ ଟଚ୍ ଜିଓ ଫୋନ-3 ର ପ୍ରବେଶ ନେଇ ମଧ୍ୟ ଘୋଷଣା ସମ୍ଭାବନା

ଆସନ୍ତାକାଲିକୁ ବିଶ୍ବର ଟେଲିକମ ବଜାର ଅପେକ୍ଷା କରି ରହିଛି। କାରଣ ହେଲା ବିଶ୍ବର ବଡ ଧନି ତଥା ଟେଲିକମ କଂପାନୀରେ ବିପ୍ଲବ ଆଣିଥିବା ମୁକେଶ ଆମ୍ବାନୀ ଏକ ବଡ ଘୋଷଣା କରିବାର ସମ୍ଭାବନା ରହିଛି। ପ୍ରତି ବର୍ଷ ରିଲାଏନସର ସାଧାରଣ ବାର୍ଷିକ ବୈଠକରେ ଆମ୍ବାନୀ କିଛି ନା କିଛି ଘୋଷଣା କରି ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥାନ୍ତି।  ଆସନ୍ତାକାଲି ମଧ୍ୟ ଆମ୍ବାନୀ ଏକ ବଡ ଘୋଷଣା କରୁଛନ୍ତି ବୋଲି ଜଣାପଡିଛି। ତେବେ ଏଥିରେ ମୁଖ୍ୟତଃ ତିନୋଟି ବଡ ସେବାର ଘୋଷଣା କରାଯିବ ବୋଲି ଅର୍ଥନୈତିଜ୍ଞମାନେ ଆଶା ରଖିଛନ୍ତି। ସେଗୁଡିକ ହେଲା, ଜିଓ ଗିଗା ଫାଇବର, ଜିଓ ଗିଗା ଟିଭି ଏବଂ ଜିଓ ଫୋନ-3 । ଏହି ସେବାଗୁଡିକ ଭାରତରେ ଆରମ୍ଭ ହେଲେ ସାରା ବିଶ୍ବର ଟେଲିକମ ବଜାରରେ ଏକ ଭୂକମ୍ପ ସୃଷ୍ଟି ହେବ ବୋଲି ଜଣାପଡିଛି।

 ଜିଓ ଗିଗା-ଫାଇବର ସେବା, ମାତ୍ର 6 ଶହ ଟଙ୍କାରେ ମିଳିବ ହାଇସ୍ପିଡ ଇଣ୍ଟରନେଟ ସହିତ ମାଗଣା ଲ୍ୟାଣ୍ଡ ଫୋନ

ଭାରତରେ ଗିଗା ଫାଇବର ସେବା ଯୋଗାଇବା ହେଉଛି ମୁକେଶ ଆମ୍ବାନୀଙ୍କ ଏକ ସ୍ବପ୍ନର ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ରିଲାଏନସ କଂପାନୀ 5 ବର୍ଷ ଧରି କାର୍ଯ୍ୟ କରିଆସୁଛି। ଏହି ସେବା ଆସିଲେ ଦେଶରେ ଇଣ୍ଟରନେଟ ଏବଂ ଲ୍ୟାଣ୍ଡ ଫୋନ କ୍ଷେତ୍ରରେ ଏକ ବିପ୍ଳବ ଆସିବ। କଂପାନୀ ଲୋକଙ୍କ ଘରକୁ ଫାଇବର କେବୁଲ ମାଧ୍ୟମରେ ଇଣ୍ଟରନେଟ, ମାଗଣା ଲ୍ୟାଣ୍ଡ ଫୋନ ଏବଂ ଟିଭି ଦେଖିବାର ସୁଯୋଗ ଆଣିଦେବ। ସେଥାପାଇଁ ମାସକୁ 6ଶହ ଟଙ୍କା ପଡିବ ବୋଲି ଜଣାପଡିଛି। କଂପାନୀ ଜଣେ ଗ୍ରାହକକୁ 50 ଏମବିପିଏସ ବେଗରେ ମାସକୁ 100 ଜିବି ଡାଟା ଯୋଗାଇ ଦେବ। ବର୍ତ୍ତମାନ ବିଭିନ୍ନ କଂପାନୀ ସେମାନଙ୍କ ଅଫିସରେ 20 ଏମବିପିଏସ ବେଗରେ ଇଣ୍ଟରନେଟ ସେବା ନେଇ କାମ କରୁଛନ୍ତି। ହେଲେ ଜଣେ ଗ୍ରାହକଙ୍କ ପାଖକୁ ଯେତେବେଳେ 50 ଏମବିପିଏସ ବେଗରେ ଇଣ୍ଟରନେଟ ମିଳିବ ତେବେ ତାହା କିପରି ସ୍ପିଡ ହେବ ବର୍ତ୍ତମାନଠାରୁ ଜଣାପଡିଲାଣି। ସେତିକି ନୁହେଁ ଏହି କେବୁଲ ମାଧ୍ୟମରେ ଇଣ୍ଟରନେଟ ସହ ମାଗଣା ଲ୍ୟାଣ୍ଡ ଫୋନ ମଧ୍ୟ ପ୍ରଦାନ କରାଯିବ। ରିଲାଏନସ କଂପାନୀ ଏହି କେବୁଲ ଦେଶର ସମସ୍ତ ସହରରେ ବିଛାଇ ସାରିଛି। ଏବେ କେବଳ ଘୋଷଣାକୁ ଅପେକ୍ଷା।

ଜିଓ ଗିଗା ଟିଭି- ଘରେ ହାଇ କ୍ବାଲଟି ଏଚଡି ସିଗନାଲ ସହ 6 ଶହ ଚ୍ୟାନେଲ ଦେଖିବାର ସୁଯୋଗ

ଜିଓ ଗିଗା ଟିଭି- ଭାରତ ଟେଲିଭିଜିନ ଜଗତରେ ଆଣିବ ଏକ ନୂଆ ବିପ୍ଳବ। ବର୍ତ୍ତମାନ ଆପଣ ଘରେ ଟିଭି ଦେଖିବାକୁ ହେଲେ କେବୁଲ କନେକ୍ସନ ହେଉ କିମ୍ବା ଡିଟିଏଚ ସଂଯୋଗ ନେବାକୁ ପଡୁଛି । ହେଲେ ଜିଓ ଗିଗା ଟିଭି ମାଧ୍ୟମରେ ଆପଣ ଛଅ ଶହ ହାଇ କ୍ବାଲିଟ ଚ୍ୟାନେଲ ଦେଖିବାର ସୁଯୋଗ ପାଇ ପାରିବେ। ଏଥିପାଇଁ ମାସକୁ ମାତ୍ର 3ଶହ ଟଙ୍କା ପଡିବ ବୋଲି କୁହାଯାଉଛି। ହେଲେ ଘୋଷଣା ପରେ ଦର କେତେହେବ ଜଣାପଡିବ। ଘରକୁ ଗିଗା ଫାଇବର କନେକ୍ସନ ଯିବା ପରେ ଏହି ଗିଗା ଟିଭି ସେବା ପାଇଁ ଏକ ସେଟ-ଟପ ବକ୍ସ କିଣିବାକୁ ପଡିବ। ଏହି ବକ୍ସ ମାଧ୍ୟମରେ ଆପଣ ଛଅ ଶହ ଚ୍ୟାନେଲ ଦେଖିବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ ଘରକୁ ଗିଗା ଫାଇବର ସଂଯୋଗ ନେଲେ ସେଥିରେ ଇଣ୍ଟରନେଟ, ମାଗଣା ଫୋନ ଏବଂ ଟିଭି ଚ୍ୟାନେଲ ଦେଖିବାର ସୁଯୋଗ ପାଇ ପାରିବେ।

ଜିଓଫୋନ-3, ମୋବାଇଲ ହ୍ୟାଣ୍ଡ ସେଟ ଜଗତରେ ଏକ ନୂଆ ପଦ୍ଧତିର ଅୟାରମ୍ଭ ହେବ

ପ୍ରତିବର୍ଷ ରିଲାଏନସର ସାଧାରଣ ବାର୍ଷିକ ବୈଠକରେ ନୂଆ ନୂଆ ଜିଓ ମୋବାଇଲ ହ୍ୟାଣ୍ଡସେଟର ବଜାର ପ୍ରବେଶ ଘୋଷଣା କରାଯାଇଥାଏ। ସେହିପରି ଚଳିତ ବୈଠକରେ ମଧ୍ୟ ମୁକେଶ ଆମ୍ବାନୀ ଏକ ନୂଆ ଜିଓ ହ୍ୟାଣ୍ଡ ସେଟର ସଂପର୍କରେ ଘୋଷଣା କରିବେ ଯାହାର ନାମ ରହିଛି ଜିଓଫୋନ-3। ଗତଥର ଜିଓଫୋନ-2 କୁ ବଜାର ପ୍ରବେଶ କରାଯାଇଥିଲା। ସେତେବେଳେ ଏହି ଜିଓଫୋନ-2 ରେ QWERT କି-ବୋର୍ଡ ଯୁକ୍ତ ହ୍ୟାଣ୍ଡସେଟ ଥିଲା। ବର୍ତ୍ତମାନ ଯେଉଁ ନୂଆ ଜିଓ-3 ଲଞ୍ଚ ହେବ ତାହା ଟଚ ସ୍କ୍ରିନ ବର୍ଗର ବୋଲି ଜଣାପଡିଛି। ଯାହା ଚର୍ଚ୍ଚା ଚାଲିଛି ଏହି ଫୋନଟି Android Go ପ୍ଲାଟଫର୍ମରେ ଆସିବ।

ମୁକେଶ ଆମ୍ବାନୀଙ୍କ ଘୋଷଣା ପରେ ପରେ ଓଡିଶାରେ ଆରମ୍ଭ ହୋଇପାରିବ ଏହି ସେବା

ମୁକେଶ ଆମ୍ବାନୀଙ୍କ ଏହି ଘୋଷଣା ଓଡିଶାର ବା ଓଡିଶା ଲୋକମାନେ ତୁରନ୍ତ ଏହିସବୁ ସେବା ପାଇପାରିବେ। କାରଣ ଓଡିଶାରେ ରିଲାଏନସ କଂପାନୀ ପ୍ରାୟ ପ୍ରମୁଖ ସହରର ମାଟି ତଳେ ଗିଗା ଫାଇବର ବିଛାଇ ସାରିଛି। ସେତିକି ନୁହେଁ ଭୁବନେଶ୍ବରରେ କଂପାନୀ 5 ମାସ ଧରି କେତେକ ନିର୍ଦ୍ଧିଷ୍ଠ ସ୍ଥାନରେ ଜିଓ ଗିଗା ଫାଇବର ସେବା ପରୀକ୍ଷା ମୂଳକ ଭାବେ ମାଗଣାରେ ଯୋଗାଇ ଆସୁଛି। ଭୁବନେଶ୍ବରର ଖାରବେଳ ନଗର, ଶାସ୍ତ୍ରୀ ନଗର, ବାପୁଜୀ ନଗର, ଧର୍ମବିହାର ଏବଂ ଖଣ୍ଡଗିରି ଅଞ୍ଚଳରେ ଗିଗା ଫାଇବର ସେବା ପ୍ରଦାନ କରାଯାଇଛି। କଂପାନୀ ପରୀକ୍ଷା ମୂଳକ ଭାବେ କେବଳ ଜିଓ ଗିଗା ଟିଭିକୁ ବ୍ୟତିତ ହାଇସ୍ପିଡ ଇଣ୍ଟରନେଟ ଏବଂ ଲ୍ୟାଣ୍ଡ ଫୋନ ସେବା ପ୍ରଦାନ କରିଛି। ତେବେ ଏହି ସେବା ଓଡିଶା ସହ ସାରା ଦେଶରେ ଆରମ୍ଭ ହେଲେ ପୂର୍ବରୁ ଥିବା କେବୁଲ ଏବଂ ଡିଟିଏଚ କଂପାନୀ ଅସୁବିଧାରେ ପଡିବାର ସମ୍ଭାବନା ଦେଖାଦେଇଛି।

****

ବିଜେଡି ଫେରିବାକୁ ବାଟ ଖୋଜୁଛନ୍ତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ

Categories
ବିଶେଷ ଖବର ବ୍ୟବସାୟ

ରିଲାଏନସ ଜିଓ ଆଣୁଛି ଗିଗାଫାଇବର, ମାସକୁ 6 ଶହ ଟଙ୍କାର ମିଳିବ ବ୍ରଡବ୍ୟାଣ୍ଡ , ଅସୀମିତ ଲ୍ୟାଣ୍ଡଫୋନ କଲ ଏବଂ ଟିଭି ଚ୍ୟାନେଲ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଭାରତରେ ବିଶ୍ବର ପ୍ରତିଷ୍ଠିତ ଶିଳ୍ପପତି ତଥା ଟେଲିକମ ଶିଳ୍ପରେ ଏକ ବିପ୍ଲବ ଆଣିଥିବା ମୁକେଶ ଆମ୍ବିନୀଙ୍କ ଜିଓ ରିଲାଏନସ ଆଣୁଛି ଆଉ ଏକ ବଡ ବିପ୍ଲବ। ତାହା ହେଉଛି ଗିଗାଫାଇବର ସଂଯୋଗ। ଏଥିରେ ଘର ଭିତରେ ଆପଣ ଆପଣଙ୍କ କଂପୁଟରରେ ପାଇପାରିବେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ, ଟେଲିଭିଜନରେ ଶହଶହ ଚ୍ୟାନେଲ ଏବଂ ଲ୍ୟାଣ୍ଡଫୋନରେ ମାଗଣା ଅସୀମିତ କଲ। ଇଣ୍ଟରନେଟରେ ଗ୍ରାହକ ଦୈନିକ 100 ଜିବି ଡାଟା ଯାହାକି 100 ଏମବି ପ୍ରତି ସେକେଣ୍ଡରେ ପାଇପାରିବେ। ବର୍ତ୍ତମାନ ଗ୍ରାହକମାନେ ଘରେ ଇଣ୍ଟରନେଟ ପାଇଁ ଅତିକମରେ 5ଶହ ଟଙ୍କା, ଲ୍ୟାଣ୍ଡଫୋନ ପାଇଁ ଦୁଇଶହ ଟଙ୍କା ଏବଂ ଟିଭି ଚ୍ୟାନେଲ ପାଇଁ ପ୍ରାୟ 5ଶହ ଟଙ୍କା ଦେବାକୁ ପଡୁଛି। ହେଲେ ଗିଗାଫାଇବର ସଂଯୋଗରେ ଏସବୁ ସେବା ମାତ୍ର ଛଅ ଶହ ଟଙ୍କାରେ ଅର୍ଥାତ ଅଧା ଦାମରେ ରିଲାଏନସ କଂପାନୀ ଯୋଗାଇ ଦେବ।

2018 ମସିହା ଅଗଷ୍ଟ ମାସରୁ ରିଲାଏନସ ଜିଓ ଦେଶରେ ଗିଗାଫାଇବର ସେବା ଆରମ୍ଭ କରିଛି। ପ୍ରଥମେ ପରୀକ୍ଷା ମୂଳକଭାବେ ମୁମ୍ବାଇ ଓ ନୂଆଦିଲ୍ଲୀରେ ଆରମ୍ଭ କରାଯାଇଛି। ରିଲାଏନସ କଂପାନୀର ଜୁଲାଇ ମାସରେ ବସିଥିବା ବାର୍ଷିକ ସାଧାରଣ ବୈଠକରେ କଂପାନୀର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଘୋଷଣା କରିଥିଲେ ଯେ, ଗିଗାଫାଇବର ହେବ ବିଶ୍ବର ବୃହତ ଲ୍ୟାଣ୍ଡ ଲାଇନ ସେବା। ଯାହା ଦେଶର ଏକାଥରକେ 11 ଶହ ସହରରେ କାମ ଆରମ୍ଭ କରାଯିବ। ସେହି ଅନୁସାରେ ବର୍ତ୍ତମାନ କଂପାନୀ ତରଫରୁ ବିଭିନ୍ନ ସହରରେ ଏହି ସେବା ଆରମ୍ଭ କରିବାକୁ ଯୋଜନା କରିଛି।

ବର୍ତ୍ତମାନ ଜାଣିବା ଏହି ଯୋଜନାରେ କଣ ସବୁ ରହିଛି

1-ଆପଣଙ୍କ ଘରକୁ ରିଲାଏନଲସ ଗିଗାଫାଇବର ଏକ ଲ୍ୟାଣ୍ଡଲାଇନ ଦେବ। ଘର ନିକଟରେ ଥିବା କେବୁଲ ମାଧ୍ୟମରୁ ଏହି ଲାଇନ ଘର ସହିତ ସଂଯୋଗ କରାଯିବ। ଏଥିରେ ମାଗଣା ଅସୀମିତ କଲ ଗ୍ରାହକମାନେ କରିପାରିବେ।

2-ଫୋନ ଲାଇନ ସହିତ ଆଉ ହାଇସ୍ପିଡ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ କନେକସନ ଦିଆଯିବ। ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ଡିଭାଇସ ସହିତ ୱାଫାଇରେ ଏହାକୁ କନେକଟ କରିପାରିବେ।

3-ଏହି ଗିଗାଫାଇବର ମାଧ୍ୟମରେ ଆସୁଥିବା ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ଟିଭିକୁ ସଂଯୋଗ କରାଯିବ। ଫଳରେ ଆପଣ ଶତାଧିକ ଚ୍ୟାନେଲ ଏହି କେବୁଲ ମାଧ୍ୟମରେ ଦେଖିପାରିବେ।

4-ଏହି ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ଟିଭିରେ ଅଲଟ୍ରା ଏଚଡି ମନୋରଂଜନର ମଧ୍ୟ ସୁବିଧା ରହିବ

5-ଏଥିରେ ଆପଣ ଘରେ ବସି ଭିଡିଓ କଂନଫ୍ରେସିଂ କରିବାର ମଧ୍ୟ ସୁବିଧା ଉପଲବ୍ଧ କରାଯିବ।

6-ଏଥିରେ ଭର୍ଚୁୟାଲ ରିଆଲିଟି ଗେମ୍ ଏବଂ ସପିଂ ର ମଧ୍ୟ ସୁବିଧା ରହିବ

7-ସ୍ମାର୍ଟ ହୋମ ସଲ୍ୟୁସନ ସେବା ମଧ୍ୟ ପ୍ରଦାନ କରାଯିବ

ହେଲେ ଗ୍ରାହକମାନେ ଏହି ସଂଯୋଗ ନେବାକୁ ହେଲେ ପ୍ରଥମେ ଏକ ରାଉଟର କିଣିବାକୁ ପଡିବ। ଯାହାର ମୂଲ୍ୟ ରହିଛି 4 ହଜାର 500 ଟଙ୍କା। ଏହା ପରେ କଂପାନୀ ତରଫରୁ ଆପଣଙ୍କ ଘରେ ଗିଗାଫାଇବର ସଂଯୋଗ କରାଯିବ। ତେବେ ଏହି ସେବା ଆପଣଙ୍କ ସହରରେ ଉପଲବ୍ଣ ହେବା ପରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ସେଥିପାଇଁ ଗ୍ରାହକମାନେ gigafiber,jio.com/registration କୁ ଲଗଅନ କରି ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ରିଲାଏନସର ଏହି ସେବା ଆସିବା ପରେ ଦେଶର ଅନେକ କେବୁଲ ଅପରେଟର, ଡିଟିଏଚ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ଅବସ୍ଥା କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

( ଘରେ ବସି ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

 

 

Categories
ଆଜିର ଖବର

ଟାଇମ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟାଇମ ମାଗାଜିନ୍ସର ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ରାଜନେତା, ବ୍ୟବସାୟୀ, ଅଭିନେତା ଏବଂ ସମାଜସେବୀଙ୍କୁ ସାମିଲ କରାଯାଇଥାଏ। ଅମ୍ବାନୀଙ୍କ ବ୍ୟତିତ ଦୁଇ ସାମାଜିକ କର୍ମୀ ଅରୁନ୍ଧତି କାଟ୍‌ଜୁ ଏବଂ ମେନକା ଗୋସ୍ବାମୀଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଧର୍ମଗୁରୁ ଦଲାଇ ଲାମା, ଅଭିନେତା ଡ୍ବେନ୍‌ଜନ୍‌ସନ୍‌, ଡୋନାଲ୍ଡ ଟ୍ରମ୍ପ, ଜି ଜିନ୍‌ପିଙ୍ଗ, ଇମ୍ରାନ୍‌ଖାନ୍‌, ଟାଇଗର ଉଡ୍ସ ଏବଂ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମ୍ବାନୀଙ୍କ ବିଷୟରେ ଟାଇମ୍‌ମାଗାଜିନ୍‌ରେ ଲେଖିଥିଲେ ଆନନ୍ଦ ମହିନ୍ଦ୍ରା। ମହିନ୍ଦ୍ରା ନିଜ ନିବନ୍ଧରେ ଅମ୍ବାନୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହିତ ତାଙ୍କର ବ୍ୟବସାୟିକ ଚିନ୍ତାଧାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। କମ୍ ଖର୍ଚ୍ଚରେ ଭାରତୀୟଙ୍କୁ ୪ଜି ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଜିଓକୁ ବର୍ତ୍ତମାନ ୨୮ କୋଟି ଭାରତୀୟଙ୍କ ପାଖରେ ପହଞ୍ଚାଇବା ଅମ୍ବାନୀଙ୍କ କୃତିତ୍ବ ବୋଲି ମହିନ୍ଦ୍ରା ଲେଖିଛନ୍ତି। ୨୦୦୩ରେ ଅମ୍ବାନୀ ନିଜ କମ୍ପାନୀର ଟ୍ୟାଗ୍‌ଲାଇନ୍‌ରଖିଥିଲେ ‘ଦୁନିଆକୁ ହାତ ମୁଠାରେ ରଖିବା’ ଏହାକୁ ହାସଲ କରିବା ପାଇଁ ନିୟମିତ ପ୍ରଚେଷ୍ଟା ଜାରି ରଖିଛନ୍ତି ଅମ୍ବାନୀ। ସେହିପରି ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କ ପାଇଁ ଲଢୁଥିବା  ତଥା ଧାରା ୩୭୭ ଉଚ୍ଛେଦରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ସାମାଜିକ କର୍ମୀଙ୍କ ପାଇଁ ନିବନ୍ଧ ଲେଖିଥିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ ଅଭିନେତା ଡ୍ବେନ୍‌ଜନ୍‌ସନ୍‌ଙ୍କ ପାଇଁ ନିବନ୍ଧ ଲେଖିଥିଲେ ଓଣ୍ଡର ଓମ୍ୟାନ୍‌ ଅଭିନେତ୍ରୀ ଗା୍‌ଲ ଗାଡୋଟ୍‌।

Categories
ଆଜିର ଖବର

ପୁଅ ବାହାଘର ପୂର୍ବରୁ ମୁମ୍ବାଇର 50 ହଜାର ପୋଲିସ ଅଫିସରଙ୍କୁ ମିଠା ପ୍ୟାକେଟ ପଠାଇଲେ ମୁକେଶ ଆମ୍ବାନୀ

ମୁକେଶ ଆମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀଙ୍କ ବାହାଘର ପୂର୍ବରୁ ମୁମ୍ବାଇ ସହରର 50 ହଜାର ପୋଲିସ ଅଫିସରଙ୍କ ପାଖକୁ ପଠାଯାଇଛି ସର୍ପାଇଜ ମିଠା ପ୍ୟାକେଟ ସହ ନିମନ୍ତ୍ରଣ କାର୍ଡ। ମୁମ୍ବାଇର ସମସ୍ତ ଥାନାକୁ ଏହି ପ୍ୟାକେଟ ପଠାଯାଇଥିବା ଜଣାଯାଇଛି। ଜଣେ ପୋଲିସ ଅଧିକାର କହିଛନ୍ତି ଯେ, ମିଠା ପ୍ୟାକେଟରେ ଯେଉଁ ନିମନ୍ତ୍ରଣ କାର୍ଡ ରହିଛି ସେଥିରେ ବରକନ୍ୟାଙ୍କୁ ଆର୍ଶିବାଦ ଦେବାକୁ ଅନୁରୋଧ କରାଯାଇଛି। ଏହି କାର୍ଡରେ ନୀତା ଓ ମୁକେଶ ଆମ୍ବାନୀଙ୍କ ସହିତ ପୁଅ ଆକାଶ ଆମ୍ବାନୀ ଏବଂ କନ୍ୟା ଶ୍ଲୋକା ମେହେଟାଙ୍କ ନାମ ରହିଛି। ଆକାଶ ଆମ୍ବାନୀ ମାର୍ଚ୍ଚ 9 ତାରିଖ ଦିନ ବିବାହ କରିବେ। ତିନିଦିନ ଧରି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏହି ବିହାବ ଉତ୍ସବ ଆୟୋଜିତ ହେବ। 11 ତାରିଖ ଦିନ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଏକ ଆଡମ୍ବର ପୂର୍ଣ୍ଣ ରିସେପ୍ସନର ଆୟୋଜନ କରାଯାଇଛି।