ବିଶ୍ୱର ଚତୁର୍ଥ ଧନୀ ହେଲେ ମୁକେଶ ଅମ୍ବାନୀ

Published: Aug 8, 2020, 1:08 pm IST

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ବର୍ଣ୍ଣାଡ ଆର୍ଣ୍ଣଲ୍ଟ, ଲାରି ପେଜ୍, ଷ୍ଟିଭ୍ ବାଲ୍ମର ଏବଂ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଶୁକ୍ରବାର ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ 326 ମିଲିୟନ୍ ଡଲାରୁ 80.2 ବିଲିୟନ୍ ଡଲାର ଅର୍ଥାତ 6.04 ଲକ୍ଷ କୋଟି ବୃଦ୍ଧି ପାଇଥିଲା। ପୂର୍ବରୁ ଚତୁର୍ଥ ସ୍ଥାନରେ ରହିଥିବା ବର୍ଣ୍ଣାଡ ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତିରେ 1.24  ବିଲିୟନ୍ ହ୍ରାସ ଘଟିବାରୁ ଅମ୍ବାନୀ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

ପ୍ରଥମ ଅଣ ଆମେରିକୀୟ/ୟୁରୋପୀୟ ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅମ୍ବାନୀ। ଟପ୍ 5 ମଧ୍ୟରେ ତିନି ଜଣ ଆମେରିକୀୟ ରହିଥିବା ବେଳେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ରହିଛନ୍ତି । ଏହା ସହିତ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି ।

ବିଶ୍ବର ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ଜେଫ୍‌ ବେଜୋସ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବିଲ୍‌ ଗେଟ୍ସ । ତୃତୀୟ ସ୍ଥାନରେ ରହିଛନ୍ତି ମାର୍କ ଜୁକରବର୍ଗ।  (ଏଜେନ୍ସି)

Related posts