ହୁରୁନ୍‌ ଗ୍ଲୋବାଲ୍‌ ଧନୀକ ତାଲିକାର ନବମ ସ୍ଥାନରେ ମୁକେଶ ଅମ୍ବାନୀ

Published: Feb 29, 2020, 1:21 pm IST

ମୁମ୍ବାଇ : ହୁରୁନ୍‌ ଗ୍ଲୋବାଲ୍‌ ପକ୍ଷରୁ ଶନିବାର ଦିନ ବଶ୍ବର ଶ୍ରେଷ୍ଠ ଧନୀକଙ୍କ ତାଲିକା ପ୍ରକାଶ ପାଇଛି । ଏକମାତ୍ର ଭାରତୀୟ ଭାବରେ ମୁକେଶ ଅମ୍ବାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାର ପ୍ରକାଶିତ ତାଲିକାରେ ଅମ୍ବାନୀ ନବମ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍‌ଟର ଷ୍ଟିଭ୍‌ ବାଲ୍‌ମର ଏବଂ ଗୁଗୁଲ୍‌ର ଲାରୀ ପେଜ୍‌ଙ୍କ ସହିତ ଯୁଗ୍ମ ଭାବରେ ନବମ ସ୍ଥାନରେ ରହିଛନ୍ତି । ଟପ୍‌ ଟେନ୍‌ ମଧ୍ୟରେ ଦ୍ବିତୀୟ ଥର ପାଇଁ ସ୍ଥାନ ପାଇଥିବା ଅମ୍ବାନୀଙ୍କ ସମ୍ପତ୍ତି ପରିମାଣରେ 13 ବିଲିୟନ୍‌ ଡଲାରର ଅଭିବୃଦ୍ଧି ସହିତ 67 ବିଲିୟନ୍‌ ଡଲାରରେ ପହଞ୍ଚିଛି । ଜିଓର ସଫଳତା କାରଣରୁ ଅମ୍ବାନୀଙ୍କ ସମ୍ପତ୍ତିରେ ଏହି ଅଭିବୃଦ୍ଧି ଘଟିଛି । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ 140 ବିଲିୟନ୍‌ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ବିଲ୍‌ ଗେଟ୍‌ସ୍‌ ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ବେଜୋସ୍‌ଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ 44 ବିଲିୟନ୍‌ ଡଲାର ସହିତ ଏହି ତାଲିକାରେ ପ୍ରବେଶ କରିଛନ୍ତି । (ଏଜେନ୍ସି)

Related posts