ଧନୀଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଲେ ମୁକେଶ ଅମ୍ବାନୀ

Published: Aug 18, 2020, 5:08 pm IST

ମୁମ୍ବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଆରଆଇଏଲର ଅଂଶଧନ ମୂଲ୍ୟରେ ଲଗାତାର ହ୍ରାସ କାରଣରୁ ମୁକେଶ ଅମ୍ବାନୀ ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଏଲନ ମସ୍କଙ୍କ ଟେସଲାର ଅଂଶଧନ ମୂଲ୍ୟ ଏବଂ ବର୍ଣ୍ଣାର୍ଡ ଅଣ୍ଣଲ୍ଟଙ୍କ ଲୁଇ ଭେଟନର ଅଂଶଦନ ମୂଲ୍ୟରେ ବୃଦ୍ଧି ଘଟିବାରୁ ଉଭୟ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହା ସହିତ ଅମ୍ବାନୀ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ବର୍ତ୍ତମାନ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ 78.3 ବିଲିୟନ୍ ଡଲାର ରହିଛି । 63 ବର୍ଷୀୟ ଅମ୍ବାନୀ ଏକମାତ୍ର ଭାରତୀୟ ତଥା ଏସୀୟ ବ୍ୟକ୍ତି ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । (ଏଜେନ୍ସି)

Related posts