Categories
ଆଜିର ଖବର ରାଜ୍ୟ ଖବର

ପରୀକ୍ଷା ସମୟରେ ଚାପ ମୁକ୍ତ ପାଇଁ ଶିକ୍ଷା ବିଭାଗ ଜାରୀ କଲା ଏକ ଟେଲିଫୋନ ନମ୍ବର

ଭୁବନେଶ୍ବର: ବର୍ତ୍ତମାନ ପରୀକ୍ଷା ଋତୁ ଚାଲିଛି। ବିଭିନ୍ନ ପରୀକ୍ଷା ବର୍ତ୍ତମାନ ଚାଲିଛି। ତେବେ ସବୁଠାରୁ ବଡ ପରୀକ୍ଷା ହେଉଛି ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ବେଶ ଚାପଗସ୍ତ ହୋଇଥାନ୍ତି। ଏପରିକି କେତେକ ଶିକ୍ଷାର୍ଥୀ ମାନସିକ ଭାରସାମ୍ୟ ମଧ୍ୟ ହରାଇ ପକାନ୍ତି।

ତେବେ ଏହି ଚାପରୁ ମୁକ୍ତ କରିବା ପାଇଁ ରାଜ୍ୟ ସ୍କୁଲ ଓ ଗଣିଶିକ୍ଷା ବିଭାଗ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି। ଯାହାର ନାମ ହେଉଛି ଟେଲି ମାନସ। ଅର୍ଥାତ ଛାତ୍ରଛାତ୍ରୀ କିମ୍ବା ଅଭିବାକମାନେ 14416 କୁ ଫୋନ କରି ପରାମର୍ଶ ନେଇପାରିବେ। ସେଠାରେ ବସିଥିବା ବିଶେଷଜ୍ଞମାନେ କିପରି ସହଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେବେ ତାହାର ଟିପ୍ସ ଦେବେ।

Categories
ଆଞ୍ଚଳିକ

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

ଚିଲିକା (ସୀତାରାମ ଅଗ୍ରୱାଲ): ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଛି। ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଜାରି ରହିବ।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧. ୩୦ ଘଟିକାରେ ଶେଷ ହୋଇଛି।

ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୨୦୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୨୦୬୪ ଜଣ ପରୀକ୍ଷା ଦେଇଛନ୍ତି ଓ ୨୩ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ଶିକ୍ଷା ଅଧିକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ସେହିପରି ଭାବେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ଚିଲିକା ବ୍ଲକର ୯ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୯ ଟି ସ୍କୁଲର ୧୫୬୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୫୫୯ ଜଣ ପରୀକ୍ଷା ଦେଇଛନ୍ତି ଓ ୬ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।

ପ୍ରଶ୍ନପତ୍ର ପ୍ରଘଟ ପାଇଁ ବୋର୍ଡ଼ ନିଷ୍ପତି ଅନୁସାରେ ସମସ୍ତ ପ୍ରକାର ବନ୍ଦୋବ୍ୟସ୍ତ କରାଯାଇଥିବା ଶ୍ରୀଯୁକ୍ତ ଜାଲି ଓ ଶ୍ରୀଯୁକ୍ତ ଦାସ ପ୍ରକାଶ କରି କହିଛନ୍ତି ଯେ, ନୋଡାଲ ସ୍କୁଲ ଗୋଦାବରୀଶ ବିଦ୍ୟାପୀଠ ଓ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପର୍ଯ୍ୟବେକ୍ଷକ ଓ ପୋଲିସ ଉପସ୍ଥିତିରେ ପ୍ରଶ୍ନପତ୍ର ଓ ଖାତାଗୁଡିକ ପରୀକ୍ଷା ପୂର୍ବରୁ ପହଂଚିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ତତ ସହିତ ପରୀକ୍ଷା ହଲକୁ ମୋବାଇଲ ଯିବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯଇଅଛି। ନକଲ ରୋକିବା ପାଇଁ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଏଥର ୫ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା କେନ୍ଦ୍ର ସକାଳ ୭ଟା ୧୫ ମିନିଟରେ ଖୋଲିବା ପରେ ପରୀକ୍ଷାର୍ଥୀ ସାଢେ ୭ଟାରେ ହଲକୁ ପ୍ରବେଶ କରିଛନ୍ତି। ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯାଇଛି। ଆଜି ସକାଳ୯ ଟାରେ ପରୀକ୍ଷା ଆରମ୍ଭ ହୋଇଛି।

ଚଳିତ ବର୍ଷ ବୋର୍ଡ ପକ୍ଷରୁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର ମଧ୍ୟ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ୍ ହାଉସରେ ନୋଡାଲ ସେଣ୍ଟର କରାଯାଇଛି। ମାଟ୍ରିକ ସହ ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ। ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ଏଥର ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ଜଗିବ ଆର୍ଟିଫିସିୟାଲ ଇଣ୍ଟେଲଜେନସି

ଭୁବନେଶ୍ବର: ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା ଆଭାସୀ ବୈଠକ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧୀକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି. ଏସ ., ଉଚ ମାଧମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ,ମାଧମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ,ଡାଃ ନିହାର ରଞ୍ଜନ ମହାନ୍ତି,ମାଧମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ସୁଶାନ୍ତ ଦାଶ, ଉଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଏହି ପରୀକ୍ଷା ପରିଚାଳନକୁ “ଶୂନ୍ୟ ସହନସିଲତା” ଭାବରେ ସର୍ବାଧିକ ଗୁରୁତ୍ଵ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖି ଅଧିକ୍ଷକ ମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏଥିନିମନ୍ତେ ସାମାନ୍ୟ ତ୍ରୁଟି କୁ ବରଦାସ୍ତ କରାଯିବ ନ।ହିଁ।
ପରୀକ୍ଷା ପ୍ରଶ୍ନ ପତ୍ର ଘକ୍ଟୟବକ୍ଷ ଉରଦ୍ଭଗ୍ଧରକ୍ସରେ କଡା ସୁରକ୍ଷା ବଳୟ ମଧ୍ୟରେ ଯତନର ସହିତ ରଖାଯିବ ଏବଂ ପରୀକ୍ଷା ଅନୁଷ୍ଠିତ ହେଉଥିବା କେନ୍ଦ୍ରରେ ନିଯୋଜିତ ହୋଇଥିବା ପର୍ଜ୍ୟବେକ୍ଷକ ଙ୍କ ଉପସ୍ଥିତିରେ ସେଣ୍ଟର ସୁପରିତେଣ୍ଡେଣ୍ଟ ମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ।

ପରୀକ୍ଷା ଦିନ ଠାରୁ ଆରମ୍ଭ କରି ପରୀକ୍ଷା ଉତ୍ତର ଖାତା ମୂଲ୍ୟାଯନ କେନ୍ଦ୍ରରେ ରଖାଯିବ। ଓ ମୂଲ୍ୟାୟନ ଶେଷ, ଯେପରି ସବୁ କାର‌୍ୟ୍ୟ ନିର୍ଭୁଲ ଭାବରେ ପରିଚାଳିତ ହେବ ସେସବୁ ବ୍ୟବସ୍ଥାକୁ କଡାକଡି ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ ଦେଇଛନ୍ତି।
ପରୀକ୍ଷା ଦାୟିତୋରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ , ଅଧ୍ୟାପକ ଆଦି କର୍ମଚାରୀ କାର‌୍ୟ୍ୟରେ ଅବହେଳା କଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି।

ମାଟ୍ରିକ ପରୀକ୍ଷାରେ ୫,୫୧,୬୧୧ ଜଣ , ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭୮୩୧ ଜଣ, ମାଧ୍ୟମ।ରେ ୩୦୩୭ ଜଣ ଙ୍କୁ ମିଶାଇ ମୋଟ ୫,୬୨,୦୦୦ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଏହିପରି +୨ ରେ ୨,୩୭,୭୫୦ ଜଣ କଳ।ରେ ୧,୧୬,୬୨୦ ଜଣ ବିଜ୍ଞାନରେ,୨୬୦୮୯ ଜଣ ବାଣିଜ୍ୟରେ ଓ ୫୭୯୧ ଜଣ ଧନ୍ଦାମୂଳକକୁ ମିଶାଇ ମୋଟରେ ୩୮୬୨୫୦ ଜଣ ଛ।ତ୍ର ଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ମାଟ୍ରିକ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା କୁ ମିଶାଇ ୩୦୪୭ ଟି ପରୀକ୍ଷା କେନ୍ଦ୍ର ଓ ୩୧୩ ଟି ନୋଡାଲ ସେନ୍ଟର କରାଯାଇଅଛି । ଏହିପରି +୨ ରେ ୨୦୨ ଟି ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଅଛି ।

ଏଥିନିମନ୍ତେ ସି ସି ଟିଭି , ଲାଇଵ ସି ସି ଟିଭି ଏବଂ ଇଣ୍ଟେଲିଜେଏନସି ମାଧ୍ୟମ(AI), ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ମୁତୟନ, ପୁଲିସ ବାହିନୀର ମୁତୟନ ଏବଂ ପୁଲିସ ପେଟ୍ରୋଲ୍ଲିଙ୍ଗ ର ବ୍ୟବସ୍ଥା ସହିତ ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାର ତଦାରଖ ପାଇଁ ବୈଠକରେ ଆଲୋଚନା କରଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଖକୁ ପଠାଗଲା ନମୂନା ପ୍ରଶ୍ନପତ୍ର, ଏହି ଅନୁସାରେ ହେବେ ପ୍ରସ୍ତୁତି

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥିଙ୍କ ପାଇଁ ବୋର୍ଡ କର୍ତ୍ତୁପକ୍ଷ ନୂଆ ପଦ୍ଧତି ଅନୁସରଣ କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସ୍କୁଲକୁ ମାଟ୍ରିକ ପରୀକ୍ଷାର ନମୂନା ପ୍ରଶ୍ନପତ୍ର ପଠାଯାଉଛି। ଚଳିତ ମାଟ୍ରିକ ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ଏବଂ ଏହାର ଉତ୍ତର କେମିତି ଲେଖାଯିବ ସେ ନେଇ ଛାତ୍ରଛାତ୍ରୀ ଆଗୁଆ ପ୍ରସ୍ତୁତି ହେବେ।

ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତ୍ୟେକ ଜିଲ୍ଲା ଡିଇଓଙ୍କ ନିକଟକୁ ଏହି ପ୍ରଶ୍ନ ପତ୍ର ପଠାଯାଇଛି। ସେମାନେ ତାଙ୍କ ଅଧିନରେ ଥିବା ସ୍କୁଲକୁ ଏହି ନମୂନା ପ୍ରଶ୍ନ ପତ୍ର ପଠାଇବେ। ସବୁ ବିଷୟରେ ଗୋଟିଏ ଗୋଟିଏ ସେଟ ନମୂନା ପ୍ରଶ୍ନ ପତ୍ର ଦେବା ପାଇଁ ଏଥିରେ କୁହାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ପୋଖରୀରେ ବୁଡ଼ି ଛାତ୍ର ମୃତ, ଚଳିତ ମାଟ୍ରିକ ପରୀକ୍ଷାରେ ‘ଏ’ ଗ୍ରେଡରେ ହୋଇଥିଲେ ଉତ୍ତୀର୍ଣ୍ଣ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର (ଲୂଣୁପୁଟ) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ଖବର ମୁତାବକ ଉକ୍ତ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ (୧୬) ନିଜ ଗ୍ରାମ ପୋଖରୀକୁ ସ୍ନାନ ପାଇଁ ଯାଇଥିବା ବେଳେ କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ। ଏହା ଦେଖି ନିକଟରେ ଗାଧୋଉଥିବା ଅନ୍ୟ ପିଲାମାନେ ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ବ୍ୟକ୍ତି ସୁବ୍ରତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ମୃତ ସୁବ୍ରତ ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଥିବା ବେଳେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସେ ‘ଏ’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ସୁବ୍ରତଙ୍କ ଅକସ୍ମାତ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଭାଂଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ କୃତୀତ୍ୱ: ରଣପୁରରେ ୯୫ ପ୍ରତିଶତ ମାର୍କ ରଖିଲେ ଅନୀଲ ଓ ପ୍ରତୀକ୍ଷା

ରଣପୁର: ସଂପ୍ରତି ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ଘୋଷଣା ହୋଇ ଯାଇଥିବା ବେଳେ ରଣପୁର ବ୍ଲକ ଅଧିନରେ ଥିବା ୪୧ଟି ହାଇସ୍କୁଲରୁ ୧୩ ଟି ହାଇସ୍କୁଲର ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖି ୨ ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି।

ତେବେ ଏ-୧ ଗ୍ରେଡରେ ୫୪୦ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ତନ୍ଦ୍ରା ମିନାକ୍ଷୀ ମହାନ୍ତି ୫୬୫, ରାଜେଶ୍ୱରୀ ଜେନା ୫୬୯, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତାପ କୁମାର ବେହେରା ୫୬୦, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ସିଂହ ୫୫୫, ଚିନ୍ମୟ ଗୁରୁ ୫୪୮, ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ସାହୁ ୫୬୨, ସୁର୍କାବାଡି ପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଶ୍ୱରୂପା ମହାପାତ୍ର ୫୬୪, ଗୌରାଙ୍ଗପୁର ପଚାଂୟତ ବିଦ୍ୟାଳୟର ତୁଳସୀ ରଥ ୫୪୨, ପୁଷ୍ପାଞ୍ଜଳୀ ବଳିଆରସିଂହ ୫୪୬, ସସ୍ମିତା ମୁଦୁଲି ୫୪୦, ଲୋଧାଚୁଆ ଉଦ୍ୟନାଥ ବିଦ୍ୟାପୀଠର ଇତିଶ୍ରୀ ସାମନ୍ତରାୟ ୫୫୯, ସ୍ୱଣ୍‌ର୍ପ୍ରଭା ସାମଲ ୫୪୦, ମୟୂରଝାଲିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଓମ ପ୍ରକାଶ ପ୍ରଧାନ ୫୪୦, ଶ୍ରୀମାନ ସାହୁ ୫୪୦, ଲାଖପଡା ଉଚ୍ଚ ବିଦ୍ୟାଳୟର ରାମଲାଲ ସାହୁ ୫୪୪, ରଣପୁର ବି.ସି. ହାଇସ୍କୁଲର ଆଶୁତୋଷ ପ୍ରଧାନ ୫୬୯, ଆୟୁଷ କୁମାର ଜେନା ୫୬୭, ଅଭିଜିତ ସାଇ ପ୍ରସାଦ ସାହୁ ୫୬୪, ଶୁଭକାନ୍ତ ସାହୁ ୫୫୩, ପ୍ରତ୍ୟାଶା ପ୍ରିୟାଦର୍ଶିନୀ ୫୫୦, ତାରା ପ୍ରସାଦ ଜୟସିଂହ ୫୪୦, କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ଓମ ବାସୁଦେବ ପାତ୍ର ୫୪୦, ରାଜସୁନାଖଳା ଉଚ୍ଚ ବିଦ୍ୟାଳୟର ସବୁଜ କିରଣ ୫୬୬, ରାଜେନ୍ଦ୍ର କୁମାର ସାମନ୍ତରୟ ୫୫୯, ପ୍ରଣବ କୁମାର ସାହୁ ୫୫୦, ପ୍ରଜ୍ଞାସ୍ମିତା ପାତ୍ର ୫୪୬, ଶୁଭସ୍ମିତା ସାହୁ ୫୪୬, ସ୍ଥିତ ପ୍ରଜ୍ଞା ପ୍ରିୟଦର୍ଶିନୀ ୫୪୩, ଦେବାଶିଷ ପରିଡା ୫୪୩, ସଙ୍ଗୀତା ଦାଶ ୫୪୩, ଆଦିତ୍ୟ ପ୍ରସାଦ ସାହୁ ୫୪୦, ଗୋପାଳପୁର ପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଦିପ୍ତି ରଂଜନ ଭୋଳ ୫୬୪ ଆଦି ଛାତ୍ରଛାତ୍ରୀମାନେ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ରେଜଲ୍ଟ ଜାଣିବା ପାଇଁ କରନ୍ତୁ ଏହି ସରଳ ପଦ୍ଧତି

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଡିଶା ମାଧ୍ୟମିକ ଶିକ୍ଷା କେନ୍ଦ୍ରର ଦଶମ ବା ମାଟ୍ରିକ ପରୀକ୍ଷା ଫଳ। ଆଜି ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ। ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ।

ଆଜି ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟ www.bseodisha.ac.in  ରୁ ପରୀକ୍ଷା ଫଳ ପାଇପାରିବେ।  ସେହିପରି ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍‌ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣି ପାରିବେ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ଉତ୍ତର ଖାତା ଧରି ଛାତ୍ରୀ ଛୁ, ମୂଲ୍ୟାୟନ କେନ୍ଦ୍ରରେ ଭାଳେଣି

ବାଲେଶ୍ବର: ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଯାଇ ଥିଲା। ହେଲେ ଖାତା ଦେଖିବା ବେଳକୁ ଶିକ୍ଷକ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ମୁଣ୍ଡ ଖରାପ ହୋଇଗଲା। କାରଣ ହେଲା ଜଣେ ଛାତ୍ରା ପରୀକ୍ଷା ଦେଇଛନ୍ତି ବୋଲି ଦସ୍ତଖତ କରିଛନ୍ତି ହେଲେ ତାଙ୍କ ଉତ୍ତର ଖାତା ମିଳୁ ନାହିଁ।

ଏହି ଘଟଣା ଖାତା ଦେଖା କେନ୍ଦ୍ରର ମୁଖ୍ୟଙ୍କ ପାଖକୁ ଯିବା ପରେ ତାଙ୍କ ମୁଣ୍ଡ ମଧ୍ୟ ଖରାପ ହୋଇଗଲା। ତୁରନ୍ତ ସେହି ଛାତ୍ରୀ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର ଦିଆଗଲା। ସେ ସେହି ଛାତ୍ରୀଙ୍କୁ ସନ୍ଧାନ କରି ତାଙ୍କ ଘରେ ପହଞ୍ଚିଲେ। ଉତ୍ତର ଖାତା କାହିଁ ବୋଲି ପଚାରିବା ପରେ ସେ ଘରେ ରଖିଛି ବୋଲି କହିଲା। ଏହାପରେ ପ୍ରଧାନ ଶିକ୍ଷକ ସେ ଖାତାକୁ ସୁରକ୍ଷିତ ଭାବେ ଆଣି ଖାତାଦେଖା କେନ୍ଦ୍ରରେ ଜମା କଲେ।

ଏହି ଘଟଣାଟି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଘଟିଛି। ଏଠାରେ ଗତ ମାର୍ଚ୍ଚ କୋଡିଏ ତାରିଖରେ ଗଣିତ ପରୀକ୍ଷା ହୋଇଥିଲା। ସେଠାରେ ଜଣେ ଛାତ୍ରୀ ପରୀକ୍ଷା ଦେବା ପରେ ସେ ଉତ୍ତର ଖାତା ଲୁଚାଇ ନେଇ ଆସିଥିଲା। ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଏକାଠି କରି କଟକ ସାଲେପୁରର ଏକ ସ୍କୁଲକୁ ଖାତାଦେଖା ପାଇଁ ପଠାଯାଇଥିଲା।

ସମସ୍ତ ଖାତା ଶିକ୍ଷକଙ୍କୁ ବଣ୍ଟା ଯିବା ପରେ ସେହି ଛାତ୍ରୀଙ୍କ ଖାତା ମିଳି ନ ଥିଲା। ସେଦିନ ଯେଉଁମାନେ ପରୀକ୍ଷା ଦେବାକୁ ଆସିଥିଲେ ସେମାନଙ୍କ ଦସ୍ତଖତ ଯାଞ୍ଚ କରାଗଲା। ଏହାପରେ ଜଣାପଡିଲା ଯେ, ସଂପୃକ୍ତ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇଛନ୍ତି, ଖାତାରେ ଦସ୍ତଖତ ମଧ୍ୟ କରିଛନ୍ତି। ହେଲେ ଉତ୍ତର ଖାତା କୁଆଡେ ଗଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଖୋଜାଖୋଜି ପରେ ସେହି ଉତ୍ତର ଖାତା ମିଳିଥିଲେ ମଧ୍ୟ ମାଟ୍ରିକ ବୋର୍ଡର ଏପରି ଖାମଖିଆଲ ନୀତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ପରୀକ୍ଷା ଦେବାର ବାଇଶି ଦିନ ପରେ ଉତ୍ତର ଖାତା ଉଦ୍ଧାର କରାଯାଇ ତାହାକୁ ମୂଲ୍ୟାୟନ କରିବାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ଏ ନେଇ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବୋର୍ଡର ପରୀକ୍ଷା ପରିଚାଳନା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

( ଏଥିରେ ଥିବା ଫଟୋଟି ଏହି ନ୍ୟୁଜ ସହିତ କୌଣସି ସଂପର୍କ ନାହିଁ, ଏକ ପ୍ରତୀକାତ୍ମକ ଭାବେ ଦିଆଯାଇଛି।)

Categories
ଆଜିର ଖବର ରାଜ୍ୟ ଖବର

ସରିଲା ମାଟ୍ରିକ ପରୀକ୍ଷା, ଏପ୍ରିଲ୍ ୩ ତାରିଖରୁ ଖାତାଦେଖା

ଭୁବନେଶ୍ବର: ଆଜି ଶେଷ ହେଲା ମାଟ୍ରିକ ପରୀକ୍ଷା। ଏହାପରେ ଏପ୍ରିଲ୍ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ। ଏ ନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ।

ସେ କହିଛନ୍ତି ଯେ, ଏହି ଖାତା ଦେଖିବା ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ କିପରି ଖାତାଗୁଡ଼ିକ ସୁରକ୍ଷିତ ଭାବେ ଯିବ ସେ ନେଇ ପଦକ୍ଷେପ ନିଆଯାଉଛି।

ପରୀକ୍ଷା ଖାତା ଦେଖିବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇ ସେମାନଙ୍କୁ ସୂଚନା ଦିଆଯାଇଛି। ଏଥର ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି କହିଛନ୍ତି।

Categories
ଆଞ୍ଚଳିକ

ଡ୍ରାଇଭର ମହାସଂଘର ଧର୍ମଘଟ ଜାରି: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲିଠାରୁ ଡ୍ରାଇଭର ମହାସଂଘର ଧର୍ମଘଟ ଜାରି ରହିଥିବା ବେଳେ ରାଜ୍ୟରେ ମାଟ୍ରିକ ପରୀକ୍ଷା ମଧ୍ୟ ଜାରି ରହିଛି। ତେବେ ପରୀକ୍ଷା ପାଇଁ ବିଭିନ୍ନ ହବ ସେଣ୍ଟରରୁ ଯେପରି ପ୍ରଶ୍ନପତ୍ର ଅବାଧରେ ପ୍ରତି ବିଦ୍ୟାଳୟରେ ପହଞ୍ଚିପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ତହସିଲଦାର ଏବଂ ବିଡିଓ ମାନେ ନିଜ ନିଜ ଅଞ୍ଚଳରେ ଡ୍ରାଇଭର ମହାସଂଘ ଧର୍ମଘଟ ସମୟରେ କିପରି ପ୍ରଶ୍ନପତ୍ର ହବ ସେଣ୍ଟରରୁ ବିଦ୍ୟାଳୟକୁ ଅବାଧରେ ପହଞ୍ଚିବ, ସେ ବନ୍ଦୋବସ୍ତରେ ଲାଗିପଡିଛନ୍ତି। ଆଜି ସକାଳୁ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ସ୍ଥାନୀୟ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ହବ ସେଣ୍ଟରରେ ପହଞ୍ଚିଥିଲେ।

ଏହାପରେ ତହସିଲଦାରଙ୍କ ନେତୃତ୍ୱରେ ଶିକ୍ଷକମାନେ ସମସ୍ତ ପ୍ରଶ୍ନପତ୍ର ନେଇ ବାଣପୁର ବ୍ଲକର ଆଠ ଗୋଟି ବିଦ୍ୟାଳୟକୁ ପହଞ୍ଚାଇଛନ୍ତି। ପ୍ରଶ୍ନପତ୍ର ନେଇ ଯାଉଥିବା ଟିମକୁ ଧର୍ମଘଟ ସମୟରେ ସୁରକ୍ଷା ଦେବା ଦାଇତ୍ୱ ପ୍ରଶାସନର ବୋଲି ତହସିଲଦାର କହିଛନ୍ତି। ଯଦି ରାସ୍ତାରେ କୌଣସି ସ୍ଥାନରେ ଡ୍ରାଇଭର ମହାସଂଘ ଧର୍ମଘଟ ଲାଗି ପ୍ରଶ୍ନପତ୍ର ନେଇ ଯାଉଥିବା ଟିମଙ୍କ ଗାଡ଼ି ବାଧାପ୍ରାପ୍ତ ହୁଏ, ତେବେ ସଙ୍ଗେସଙ୍ଗେ ନିଜ ଗାଡ଼ିଦ୍ୱାରା ଉକ୍ତ ପ୍ରଶ୍ନପତ୍ରକୁ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚାଇବା ନିମନ୍ତେ ସଜାଗ ଥିବା କହିଛନ୍ତି ତହସିଲଦାର ଶ୍ରୀ ବଡ଼ଜେନା।

Categories
ଆଞ୍ଚଳିକ

ବାଣପୁର: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

ସୀତାରାମ ଅଗ୍ରୱାଲ
ବାଣପୁର:- ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଅନୁରୂପ ଭାବେ ବାଣପୁର ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି।  ବିଗତ ଦିନରେ କରୋନା ପାଇଁ ଶିକ୍ଷା ବିଭାଗ ବହୁ ବାଧା ବିଘ୍ନରେ ପରୀକ୍ଷା ପରିଚାଳିତ କରିଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ହୋଇ ପରୀକ୍ଷା ଆରମ୍ଭ ହୋଇଛି।  ଯାହାଫଳରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ ଘଟିକାରେ ଶେଷ ହୋଇଛି। ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୧୮୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୮୦୬ ଜଣ ପରୀକ୍ଷା ଦେଇଛନ୍ତି ଓ ୨୭ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ଶିକ୍ଷା ଅଧିକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ପ୍ରଶ୍ନପତ୍ର ପ୍ରଘଟ ପାଇଁ ବୋର୍ଡ଼ ନିଷ୍ପତି ଅନୁସାରେ ସମସ୍ତ ପ୍ରକାର ବନ୍ଦୋବ୍ୟସ୍ତ କରାଯାଇଥିବା ଶ୍ରୀଯୁକ୍ତ ଜାଲି ପ୍ରକାଶ କରି କହିଛନ୍ତି ଯେ, ନୋଡାଲ ସ୍କୁଲ ଗୋଦାବରୀଶ ବିଦ୍ୟାପୀଠରେ ପରୀକ୍ଷା ପର୍ଯ୍ୟବେକ୍ଷକ ଓ ପୋଲିସ ଉପସ୍ଥିତିରେ ପ୍ରଶ୍ନପତ୍ର ଓ ଖାତାଗୁଡିକ ପରୀକ୍ଷା ପୂର୍ବରୁ ପହଂଚିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ତତ ସହିତ ପରୀକ୍ଷା ହଲକୁ ମୋବାଇଲ ଯିବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯଇଅଛି। ନକଲ ରୋକିବା ପାଇଁ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

Categories
StateBoard ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟିପସ୍ ଦେବ ଓରସାକ, ୟୁଟ୍ୟୁବ ଦୂରଦର୍ଶନରେ ହେବ ପ୍ରସାରଣ

ଭୁବନେଶ୍ବର: ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓର୍‌ସାକ ପକ୍ଷରୁ ଚଳିତ ବର୍ଷ ଅଭିନବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ବା ଏଚ୍‌ଏସ୍‌ସି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ସଂସ୍ଥା ସ୍ୱତନ୍ତ୍ର ଟିପ୍ସ ଦେବ। ରାଜ୍ୟର ଖ୍ୟାତନାମା ଓ ଅଭିଜ୍ଞ ଶିକ୍ଷକମାନେ ପ୍ରରୀକ୍ଷାର୍ଥୀଙ୍କୁ କିଛି ନିର୍ଦ୍ଧିଷ୍ଟ ବିଷୟରେ ଥିବା ସନ୍ଦେହ ଦୂର କରିବେ।

ଆସନ୍ତା ଜାନୁଆରୀ ୨୦ରୁ ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୭ ଟା ରୁ ୮ଟା ମଧ୍ୟରେ ପ୍ରସାରିତ ହେବ। ଏହି ସୂଚନା ଦେଇଛନ୍ତି ଓର୍‌ସାକ ମୁଖ୍ୟ କାର‌୍ୟ୍ୟନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଦୂରଦର୍ଶନରେ ପ୍ରସାରଣ ହେବା ସହିତ ୟୁଟ୍ୟୁବ୍ (ଏଡୁସାଟ୍ ଓଡ଼ିଶା-ଓର୍‌ସାକ୍‌)ରେ ଉପଲବ୍ଧ ହେବ। ଅଭିଜ୍ଞ ଓ ଦକ୍ଷ ଶିକ୍ଷକମାନେ ବିଶେଷକରି ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟ ପଢ଼ାଇବେ। ରାଜ୍ୟରେ ପ୍ରତି କୋଣ ଅନୁକୋଣରେ ଛାତ୍ର ଛାତ୍ରୀ ଏହାର ସୁଫଳ ନେଇପାରିବେ।

ପରୀକ୍ଷା ପ୍ରସ୍ତୁତିରେ ବେଶ୍ ସାହଯ୍ୟ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଏଚ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ତେଣୁ ଏହାର ସୁଫଳ ନେବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଛନ୍ତି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଛାତ୍ରୀ: ବାଣପୁରରେ ଶ୍ରେଷ୍ଠ ୧୦ ମଧ୍ୟରେ ୭ ବାଳିକା, ପଢନ୍ତୁ ଚିଲିକାର ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ଫଳାଫଳ ପ୍ରକାଶ ପରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ସଫଳତା ପାଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ବାଣପୁର ବିଇଓଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ୭ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ କେବଳ ୩ ଜଣ ଛାତ୍ର ଏଥିରେ ସାମିଲ ହୋଇପାରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଜଣଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। କାରଣ ତୃତୀୟ ସ୍ଥାନରେ ଥିବା ସଂଗୀତା ପଲେଇ ଜଣେ ବାପ ଛେଉଣ୍ଡ ବାଳିକା। ତଥାପି ବହୁ ବାଧାବିଘ୍ନ ମଧ୍ୟରେ ସଂଗୀତା ପାଠ ପଢିବା ଜାରି ରଖିଥିବା ବେଳେ ଚଳିତ ପରୀକ୍ଷାରେ ସେ ଭଲ ନମ୍ବର ରଖିଛନ୍ତି। ତାଙ୍କର ଏଭଳି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।

ସେହିଭଳି ଯଦି ଆମେ ବିଦ୍ୟାଳୟ ବିଷୟରେ ଆଲୋଚନା କରିବା, ତେବେ ଶ୍ରେଷ୍ଠ ୧୦ ତାଲିକା ଅନୁଯାୟୀ ବାଣପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ନାଚୁଣୀ ସ୍ଥିତ ଗୋଦାବରୀଶ ବିଦ୍ୟାପୀଠ ଭଲ ପ୍ରଦର୍ଶନ କରିଛନ୍ତି। ଉଭୟ ସ୍କୁଲ ମୋଟ ୧୦ ଟି ସ୍ଥାନରୁ ୩ ଟି ଲେଖାଏଁ ସ୍ଥାନ ଦଖଲ କରିଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ:

୧- ପ୍ରଲିପ୍ତା ସାହୁ- ୫୭୪ ମାର୍କ- ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର,ନାଚୁଣୀ

୨- ପିୟୁଷ କୁମାର ଦାସ- ୫୭୦- ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବାଣପୁର

୩- ସଙ୍ଗୀତା ପଲେଇ- ୫୬୫- ଭେଟିନାଥ ଦେବ ବିଦ୍ୟାପୀଠ, ଭେଟେଶ୍ଵର

୪- ସ୍ଵାଗତ ସେନାପତି- ୫୬୫- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁର

୫- ସୋନାଲି ପଲେଇ- ୫୬୩- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୬- ଭାଗ୍ୟଶ୍ରୀ ସାହୁ- ୫୬୧- ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବାଣପୁର

୭- ତୃପ୍ତି ପ୍ରଧାନ- ୫୫୯- ପତିତପାବନ ଉଚ୍ଚବିଦ୍ୟାଳୟ, ଗମ୍ଭାରିମୁଣ୍ଡା

୮- ପ୍ରତୀକ ଦାସ- ୫୫୮- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୯- ଏ ରୁପାଲୀ ଡୋରା- ୫୫୮- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୧୦- ସୋନାଲୀ ଚମ୍ପତ୍ତିରାୟ- ୫୫୪- ଖାରବେଳ ଉଚ୍ଚବିଦ୍ୟାଳୟ, ତୋରସିଂହ

ତେବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ସର୍ବମୋଟ ଛାତ୍ରୀମାନେ ଭଲ ସଫଳତା ପାଇଥିବା ବେଳେ ଶ୍ରେଷ୍ଠ ୧୦ ତାଲିକାରେ ଛାତ୍ରମାନେ ଛାତ୍ରୀମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେଷ୍ଠ ୧୦ ତାଲିକାରେ ପୁଅଙ୍କ ସଂଖ୍ୟା ୭ ଥିବା ବେଳେ ବାଳିକାଙ୍କ ସଂଖ୍ୟା ୩ ରହିଛି।

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ:

୧- ଅମ୍ଳାନ ଶତପଥି- ୫୮୩ ମାର୍କ- ପି.ଏସ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି

୨- ସ୍ୱରୂପ ଶେଖର ଜେନା- ୫୭୭- ହରିପୁର ଉଚ୍ଚ ବିଦ୍ୟାଳୟ, ହରିପୁର

୩- ଆଦିତ୍ୟ କୁମାର ବେହେରା- ୫୬୭- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୪- ଲଲିତ ପରିମାଣିକ- ୫୬୦- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୫- ମଧୁସ୍ମିତା ମହାରଣା- ୫୫୯- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୬- ଶୁଭଶ୍ରୀ ଦାଶ- ୫୫୭- ପି.ଏସ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି

୭- ଅର୍ଚ୍ଚନା ଗଜେନ୍ଦ୍ର- ୫୪୮- ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ

୮- ପରେଶ ପାଇକରାୟ- ୫୪୬- ଏସ.ଏଲ.ଡି.ଏମ ବିଦ୍ୟାପୀଠ, ହାଟବରଡିହ

୯- ସଞ୍ଜୟ ଜେନା- ୫୪୫- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୧୦- ସ୍ଵୟଂ ସାତ୍ତ୍ଵିକ ପରିଡା- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

ତେବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ କାଳୁପଡା ଘାଟ ସ୍ଥିତ ଶ୍ରୀମା ଅରବିନ୍ଦ ସ୍କୁଲ ଭଲ ପ୍ରଦର୍ଶନ କରିଛି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ୫ ଛାତ୍ରଛାତ୍ରୀ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ, ପୁଅଙ୍କଠାରୁ ଝିଅଙ୍କ ପାଶ୍ ହାର ଅଧିକ

କଟକ : ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଚଳିତ ବର୍ଷ ୯୦.୫୫% ପାସ୍ ହାର ରହିଛି। ଏଥର ୫ଲକ୍ଷ ୧୭ହଜାର ୮୪୭ ଜଣ ପାସ୍ କରିଥିବା ବେଳେ ୮ହଜାର ୬୯୯ ଜଣ ଫେଲ୍ ହୋଇଛନ୍ତି । ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭ ପ୍ରତିଶତ ରହିଛି। ହେଲେ ଝିଅଙ୍କ ପାଶ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭ ପ୍ରତିଶତ ରହିଛି।

ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ପ୍ରକାଶ ପାଇଲା ମାଟ୍ରିକ ପରକ୍ଷା ଫଳ, ଜାଣନ୍ତୁ ଏଥରର ପାଶ ହାର

ଭୁବନେଶ୍ୱର: ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ସୂଚନା ଅନୁସାରେ ଚଳିତ ବର୍ଷ ପାଶ ହାର ରହିଛି ୯୦.୫୫ ପ୍ରତିଶତ। ଆଜି ବୋର୍ଡ ସମ୍ମିଳନୀ କକ୍ଷରେ ଏହି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଛାତ୍ରଛାତ୍ରୀମାନେ ୱେବ ସାଇଟରୁ ଏହି ଫଳ ହାସଲ କରିପାରିବେ।

ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା, ଜାଣନ୍ତୁ କେମିତି ଚାଲିଛି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା। ଏ ନେଇ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବୋର୍ଡ ପକ୍ଷରୁ ରାଜ୍ୟର ୫୮ଟି ଖାତାଦେଖା କେନ୍ଦ୍ର କରାଯାଇଛି।

ଏଥିପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷାନିରୀକ୍ଷକ ସହ ୯୦୦ ଜଣ ଡେପୁଟି ନିରୀକ୍ଷକ, ୮୯୧୯ ଜଣ ସହକାରୀ ନିରୀକ୍ଷକ, ୯୩୦ ସ୍କ୍ରୁଟିନାଇଜରଙ୍କୁ ବୋର୍ଡ ପକ୍ଷରୁ ନିୟୋଜିତ କରାଯାଇଛି।

ଏହି ଖାତା ଦେଖା ପ୍ରାୟ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଲାଗିଯିବ ବୋଲି ଅନୁମାନ କରାଯାଇଛି। ଖାତାଦେଖା ପର୍ଯ୍ୟାୟ ସରିବା ପରେ ଅନଲାଇନରେ ମାର୍କସିଟ ଅପଲୋଡ଼ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ଦେଲେ ୩୩୭୮ ପରୀକ୍ଷାର୍ଥୀ, ୨୩୦ ଅନୁପସ୍ଥିତ

ସୀତାରାମ ଅଗ୍ରୱାଲ

ଚିଲିକା: ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୪୦୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବାଣପୁର ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୯୭୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବାର ଜଣାପଡିଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଅଫଲାଇନ ପରୀକ୍ଷା ହୋଇନଥିଲା। ଦୀର୍ଘ ସମୟ ବ୍ୟବଧାନ ପରେ ଅଫଲାଇନ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।

ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ନହେବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଚିଲିକା ବ୍ଲକ ରେ ୧୫୦୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୦୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।

ସେହିପରି ଭାବେ ବାଣପୁର ବ୍ଲକରେ ୨୧୦୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୨୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ଗୁଡିକରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଥିବାର ଚିଲିକା ବିଇଓ ନଳିନୀ କାନ୍ତ ମହାନ୍ତି ଏବଂ ବାଣପୁର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଦିନ ଦଶଟାରେ ହେଲା ଶେଷ

ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ସକାଳ ଆଠଟାରୁ ଆରମ୍ଭ ହୋଇ ଦିନ ଦଶଟା ପର୍ଯ୍ୟନ୍ତ ଚାଲିଥିଲା। ଏଥର ବୋର୍ଡ ତରଫରୁ ୩ ହଜାର ୫୪୦ଟି କେନ୍ଦ୍ର କରାଯାଇଛି। ଏଥିରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରିକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଇଛନ୍ତି। ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪ ହଜାର ୪୪୩ ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କରିବା ପାଇଁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାଡ୍‌ ଗଠନ କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। କରୋନା ପାଇଁ ଦୁଇ ବର୍ଷ ଧରି ସିଧା ପରୀକ୍ଷା ବନ୍ଦ ରହିଥିଲା। ଏଥର ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ପରୀକ୍ଷା ଅନୁଷ୍ଠିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ସହିତ ଖେଳିଲେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ, ଅଭିଭାବକ ଅସନ୍ତୋଷ

ଖୋର୍ଦ୍ଧା: ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ନେଇ ଅସନ୍ତୁଷ୍ଠ ଜାହିରୀ କରିଛନ୍ତି ଛାତ୍ରଛାତ୍ରୀ। କାରଣ ହେଲା ରାଜ୍ୟ ସରକାର ଘୋଷଣା କଲେ ଯେ, ନିଜ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କେବଳ ଶିକ୍ଷକମାନେ ପରିବର୍ତ୍ତନ ହେବେ। ହେଲେ ସରକାରଙ୍କ ଏହି ନିୟମକୁ ଫୁ କରି ଉଡାଇ ଦେଲେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ। ବର୍ତ୍ତମାନ ସେମାନେ ଏପରି ନିଷ୍ପତି ନେଇଛନ୍ତି ଯେ, ପିଲାମାନେ ଖରାରେ ଅନ୍ୟ ଏକ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଯିବାକୁ ପଡିବ।

ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନରେ ଥିବା ଭାଲେରୀ ହାଇସ୍କୁଲରେ ଘଟିଛି। ଏହି ସ୍କୁଲରେ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ହେଲେ ହଠାତ ଚଳିତ ବର୍ଷ ଏହି ସ୍କୁଲର ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତରିତ କରି ନିକଟସ୍ଥ ବଡକୂଳ ହାଇସ୍କୁଲକୁ କରାଯାଇଛି। ଏହାର କାରଣ ସଂପର୍କରେ କେହି କିଛି କହୁ ନାହାଁନ୍ତି। ଫଳରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଏ ନେଇ ଆଜି ଅଭିଭାବକମାନେ ଖୋର୍ଦ୍ଧା ଡିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ତୁରନ୍ତ ପରିବର୍ତ୍ତନ କରି ନିଜ ସ୍କୁଲରେ କରିବା ପାଇଁ ଦାବୀ କରାଯାଇଛି।

ଏହାକୁ ନେଇ ଅଭିଭାବକମାନେ ଖୋର୍ଦ୍ଧା ଜିଲ୍ଲାପାଳ, ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯଦି କେନ୍ଦ୍ର ପରିବର୍ତ୍ତନ ନ ହୁଏ ତେବେ ଭବିଷ୍ୟତରେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଧମକ ଦେଇଛନ୍ତି।

Categories
StateBoard ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା: ୪ ଟି ସେଟ୍ ର ହେବ ପ୍ରଶ୍ନ ପତ୍ର

ଭୁବନେଶ୍ଵର: ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ହେବ। ଏହା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨ ଟି ସିଟିଙ୍ଗରେ ହେବ। ପ୍ରଥମ ସିଟିଙ୍ଗ ସକାଳ ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ସକାଳ ୧୧ ଟାରୁ ଆରମ୍ଭ ହେବେ। ପ୍ରତ୍ୟେକ ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବେଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଷୟ ପାଇଁ ୮୦ ମାର୍କ ଧାର୍ଯ୍ୟ କରାଯାଇଥିବା ବେଳେ ୪ ଟି ସେଟର ପ୍ରଶ୍ନ ପତ୍ର ଆସିବ। କିନ୍ତୁ ରେଗୁଲାର ଏବଂ ଏକ୍ସ-ରେଗୁଲାର ପାଇଁ ଅଲଗା ଅଲଗା ପ୍ରଶ୍ନ ପତ୍ର ଆସିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସୂଚନା ଦେଇଛନ୍ତି।