Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ଉତ୍ତର ଖାତା ଧରି ଛାତ୍ରୀ ଛୁ, ମୂଲ୍ୟାୟନ କେନ୍ଦ୍ରରେ ଭାଳେଣି
ବିଶେଷ ଖବର

ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ଉତ୍ତର ଖାତା ଧରି ଛାତ୍ରୀ ଛୁ, ମୂଲ୍ୟାୟନ କେନ୍ଦ୍ରରେ ଭାଳେଣି

April 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ଉତ୍ତର ଖାତା ଧରି ଛାତ୍ରୀ ଛୁ, ମୂଲ୍ୟାୟନ କେନ୍ଦ୍ରରେ ଭାଳେଣି

ବାଲେଶ୍ବର: ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଯାଇ ଥିଲା। ହେଲେ ଖାତା ଦେଖିବା ବେଳକୁ ଶିକ୍ଷକ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ମୁଣ୍ଡ ଖରାପ ହୋଇଗଲା। କାରଣ ହେଲା ଜଣେ ଛାତ୍ରା ପରୀକ୍ଷା ଦେଇଛନ୍ତି ବୋଲି ଦସ୍ତଖତ କରିଛନ୍ତି ହେଲେ ତାଙ୍କ ଉତ୍ତର ଖାତା ମିଳୁ ନାହିଁ।

ଏହି ଘଟଣା ଖାତା ଦେଖା କେନ୍ଦ୍ରର ମୁଖ୍ୟଙ୍କ ପାଖକୁ ଯିବା ପରେ ତାଙ୍କ ମୁଣ୍ଡ ମଧ୍ୟ ଖରାପ ହୋଇଗଲା। ତୁରନ୍ତ ସେହି ଛାତ୍ରୀ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର ଦିଆଗଲା। ସେ ସେହି ଛାତ୍ରୀଙ୍କୁ ସନ୍ଧାନ କରି ତାଙ୍କ ଘରେ ପହଞ୍ଚିଲେ। ଉତ୍ତର ଖାତା କାହିଁ ବୋଲି ପଚାରିବା ପରେ ସେ ଘରେ ରଖିଛି ବୋଲି କହିଲା। ଏହାପରେ ପ୍ରଧାନ ଶିକ୍ଷକ ସେ ଖାତାକୁ ସୁରକ୍ଷିତ ଭାବେ ଆଣି ଖାତାଦେଖା କେନ୍ଦ୍ରରେ ଜମା କଲେ।

ଏହି ଘଟଣାଟି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଘଟିଛି। ଏଠାରେ ଗତ ମାର୍ଚ୍ଚ କୋଡିଏ ତାରିଖରେ ଗଣିତ ପରୀକ୍ଷା ହୋଇଥିଲା। ସେଠାରେ ଜଣେ ଛାତ୍ରୀ ପରୀକ୍ଷା ଦେବା ପରେ ସେ ଉତ୍ତର ଖାତା ଲୁଚାଇ ନେଇ ଆସିଥିଲା। ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଏକାଠି କରି କଟକ ସାଲେପୁରର ଏକ ସ୍କୁଲକୁ ଖାତାଦେଖା ପାଇଁ ପଠାଯାଇଥିଲା।

ସମସ୍ତ ଖାତା ଶିକ୍ଷକଙ୍କୁ ବଣ୍ଟା ଯିବା ପରେ ସେହି ଛାତ୍ରୀଙ୍କ ଖାତା ମିଳି ନ ଥିଲା। ସେଦିନ ଯେଉଁମାନେ ପରୀକ୍ଷା ଦେବାକୁ ଆସିଥିଲେ ସେମାନଙ୍କ ଦସ୍ତଖତ ଯାଞ୍ଚ କରାଗଲା। ଏହାପରେ ଜଣାପଡିଲା ଯେ, ସଂପୃକ୍ତ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇଛନ୍ତି, ଖାତାରେ ଦସ୍ତଖତ ମଧ୍ୟ କରିଛନ୍ତି। ହେଲେ ଉତ୍ତର ଖାତା କୁଆଡେ ଗଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଖୋଜାଖୋଜି ପରେ ସେହି ଉତ୍ତର ଖାତା ମିଳିଥିଲେ ମଧ୍ୟ ମାଟ୍ରିକ ବୋର୍ଡର ଏପରି ଖାମଖିଆଲ ନୀତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ପରୀକ୍ଷା ଦେବାର ବାଇଶି ଦିନ ପରେ ଉତ୍ତର ଖାତା ଉଦ୍ଧାର କରାଯାଇ ତାହାକୁ ମୂଲ୍ୟାୟନ କରିବାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ଏ ନେଇ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବୋର୍ଡର ପରୀକ୍ଷା ପରିଚାଳନା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

( ଏଥିରେ ଥିବା ଫଟୋଟି ଏହି ନ୍ୟୁଜ ସହିତ କୌଣସି ସଂପର୍କ ନାହିଁ, ଏକ ପ୍ରତୀକାତ୍ମକ ଭାବେ ଦିଆଯାଇଛି।)

ମାଟ୍ରିକ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.