Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ
ଆଞ୍ଚଳିକ

ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ

May 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପ୍ରକାଶିତ ୨୦୨୫ ମାଟ୍ରିକ ପରୀକ୍ଷା ଫଳାଫଳରେ ରଣପୁର ବ୍ଲକର ବିଜ୍ଞାପିତ ପରିଷଦ ହରଚଣ୍ଡୀ ସାହି ର ମେଧାବୀ ଛାତ୍ର ଆଦିତ୍ୟ ପ୍ରସାଦ ପତି ୫୬୦ ନମ୍ବର ରଖି ରଣପୁର ବ୍ଲକ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ତାଙ୍କ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ଏବଂ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗ ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି।

ଏହି ବର୍ଷ ରଣପୁର ବ୍ଲକରୁ ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ନୁପ୍ରିୟା ସାହୁ ୫୫୮ ନମ୍ବର ଓ ଆୟୁଷ୍ମାନ ସାହୁ ୫୪୭ ନମ୍ବର, ଗୋପାଳପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ବରାଡ଼ ୫୫୦ ନମ୍ବର ଓ ବିଶ୍ୱଜିତ ସାହୁ ୫୪୭ ନମ୍ବର, ବ୍ରଜରାଜପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୁଦ୍ର ପ୍ରତାପ ମହାପାତ୍ର ୫୪୪ ନମ୍ବର, ଅଡାଲ ଶଙ୍କର୍ଷଣ ବିଦ୍ୟାପୀଠ ର ସ୍ନେହଲତା ମୁଦୁଲି ୫୪୫ ନମ୍ବର ଓ ଶୁଭମ ବରାଡ଼ ୫୪୦ ନମ୍ବର, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଶ୍ୱିନ ପ୍ରିୟ ଦର୍ଶିନୀ ୫୪୧ ନମ୍ବରରଖି ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଭବିଷ୍ୟତରେ ଆଉ ଭଲ କରିବାକୁ ଉତ୍ସାହିତ କରିଛନ୍ତି।

ଏହି ଅବସରରେ ଆଦିତ୍ୟଙ୍କ ଅଭିଭାବକ ତାଙ୍କ ସନ୍ତାନଙ୍କ ସଫଳତା ଉପରେ ଗର୍ବିତ ଓ ଆନନ୍ଦିତ ଅନୁଭବ କରୁଛନ୍ତି। ଗ୍ରାମବାସୀ ମଧ୍ୟ ଏହି ସଫଳତାକୁ ଉତ୍ସବ ଭାବରେ ଅନୁଭବ କରୁଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ସମ୍ପୂର୍ଣ୍ଣ ଶିକ୍ଷା ପରିବାର ଏହି ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମାଟ୍ରିକ ପରୀକ୍ଷା ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

“ପଞ୍ଜାବରେ ସରକାର ଚଳାଉଛନ୍ତି ଡ୍ରଗ୍ସ ମାଫିଆ”: ମୁଖ୍ୟମନ୍ତ୍ରୀ ମାନଙ୍କୁ ଟାର୍ଗେଟ କଲେ ରାହୁଲ

September 9, 2026

ଚାବି କେଉଁଠି ରଖିଛନ୍ତି ଭୁଲିଗଲେ? ଚିନ୍ତା ନାହିଁ, ଜେମିନି କହିଦେବ! ଗୁଗୁଲ୍ ଆଣିଲା ନୂଆ AI ଫିଚର

September 9, 2026

ସିସିଆଇରେ ନାବାଳିକା ଗର୍ଭବତୀ ଘଟଣା: ୨ ଗିରଫ, CWCର ତଦନ୍ତ ଜାରି

September 9, 2026

ବେଆଇନ PG ଉପରେ ଲାଗିବ ଅଙ୍କୁଶ! ଜାଣନ୍ତୁ କ’ଣ କହୁଛି ନିୟମ

September 9, 2026

କର୍ଣ୍ଣାଟକରେ କଂଗ୍ରେସ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୧୮ଟି ସ୍ଥାନରେ ଇଡି ର ଚଢାଉ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.