Categories
ଆଞ୍ଚଳିକ

ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂଜ୍ୟ ପୂଜା ନମନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ଗୋପାଳପୁର ସର୍କଲରେ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂଜ୍ୟ ପୂଜା ନମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଂଯୋଜକ ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଭାପତି ଜ୍ୟୋତି ରଞ୍ଜନ ଦାଶ, ଜିଲ୍ଲା ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଗଠନର କୋଷାଧକ୍ଷ ହେମନ୍ତ କୁମାର ମିଶ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଗୋପାଳପୁର ସର୍କଲ ସଭାପତି ନୀଳମଣି ବେହେରା, ସମ୍ପାଦକ ମହେନ୍ଦ୍ର କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ। ପ୍ରାୟ ୧୯୫୦ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରି ପିଲାମାନଙ୍କୁ ଶିକ୍ଷା ଦାନ କରି ଅବସର ନେଇ ଥିବା ୭୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଫୁଲ, ଚନ୍ଦନ, ଉପଢୌକନ ଓ ପୁଷ୍ପ ମାଳ ଦେଇ ପୂଜା କରାଯାଇଥିଲା। ପୂଜ୍ୟ ପୂଜାର ପରମ୍ପରାକୁ ବଜାୟ ରଖିଥିବା ଗୋପାଳପୁର ସର୍କଲର ଶିକ୍ଷକମାନଙ୍କୁ ଅବସର ନେଇଥିବା ଶିକ୍ଷକମାନେ ଧନ୍ୟବାଦ ଜଣାଇ ଥିଲେ।

Categories
ଆଞ୍ଚଳିକ

ବଜ୍ରକୋଟ ପଞ୍ଚାୟତରେ ଗଡ଼ିଲା ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ବଜ୍ରକୋଟ ପଞ୍ଚାୟତରେ ଆଜି ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ସରପଞ୍ଚ ବନିତା ବାଲିଆରସିଂହଙ୍କର ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମିତିସଭ୍ୟ ସୁଦର୍ଶନ ମାନସିଂହ, ଆଇନିଜିବି ବନମାଳୀ ମହାପାତ୍ର, ସମାଜସେବୀ ତ୍ରିନାଥ ବିଶ୍ୱାଳ, ବିରଞ୍ଚି ପ୍ରଧାନ, ଚନ୍ଦ୍ରଭାନୁ ପରିଡା ଏବଂ ବଜ୍ରକୋଟ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର ଅଂଶ ଗ୍ରହଣ କରିଥିଲେ।

ସକାଳ ୧୧ ଘଟିକା ସମୟରେ ଏହି ପରିକ୍ରମା ପ୍ରକଳ୍ପ ରଥ ଛତିପୁର ଠାରୁ ଆରମ୍ଭ ହୋଇ ବଜ୍ରକୋଟ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା। ଏଥିରର ଶହ ଶହ ସଂଖ୍ୟାରେ ଜଗନ୍ନାଥ ଶ୍ରଦ୍ଧାଳୁ, ନାମ ସଂକୀର୍ତନ ଦଳ ଅଂଶ ଗ୍ରହଣ କରିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ସାରା ପଞ୍ଚାୟତ ପ୍ରକମ୍ପିତ ହୋଇଥିଲା। ସାଧାରଣ ଲୋକମାନେ ଅରୁଆ ଚାଉଳ ଓ ଗୁଆ ସ୍ବେଛାକୃତ ଭାବେ ଦାନ କରିଥିଲେ। ଏକ ନିଆରା ଢଙ୍ଗରେ ଘୋଡା ରଥରେ ସୁସଜ୍ଜିତ ହୋଇ ମହାପ୍ରଭୁ ଜଗନ୍ନାଥଙ୍କୁ ପରିକ୍ରମା କରାଯାଇଥିଲା।

Categories
ଆଞ୍ଚଳିକ

ସ୍କିଲ ଡେଭଲପ କ୍ୟାମ୍ପ ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଦୁଇ ଦିନ ଧରି ଚାଲିଥିବା ସ୍କିଲ ଡେଭଲପ କ୍ୟାମ୍ପ ଆଜି ଉଦଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହେଉଥିଲା।

ଏହି କାର୍ଯ୍ୟକ୍ରମ ରଣପୁର କ୍ଲଷ୍ଟର କଣ୍ଡରାସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସନ୍ତୋଷ କୁମାର ମହପାତ୍ର, ମାନସ ରଂଜନ ପାଲଟାସିଂହ, ସୁଜାତା ସାହୁ, ସିଆରସିସି ସୁଶୀଲ କୁମାର ରଣା, ସିଆରସିସି ଜ୍ୟୋତି ରଞ୍ଜନଙ୍କ ସହଯୋଗରେ ପରିଚାଳିତ ହେଉଥିଲା। ଏଥିରେ ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇ ବିଭିନ୍ନ ହସ୍ତଶିଳ୍ପ ଓ ଅନ୍ୟାନ୍ୟ କୌଶଳ ତାଲିମ ଗ୍ରହଣ କରିଥିଲେ। ଏଥିରେ ସୁରେଶ ଚନ୍ଦ୍ର ଶତପଥୀ, ଚିତ୍ତ ରଞ୍ଜନ ବାରିକ, ଶରତ ଚନ୍ଦ୍ର ମହାରଣା, ନୃସିଂହ ଚରଣ ଚୌଧୁରୀ, ସନ୍ତୋଷ ମୁଦୁଲି, ସୁଦର୍ଶନ ପଢିହାରୀ ପ୍ରମୁଖ ଯୋଗ, କାଗଜ, ନଡ଼ିଆ କତା, ପପେଟ ଓ ମୁଖା ପ୍ରସ୍ତୁତି, ମାଟିରେ ବିଭିନ୍ନ ଜିନିଷ ପ୍ରସ୍ତୁତି ଏବଂ ଚିତ୍ରକଳା ଆଦି ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।

ଏହି ଭଳି କାର୍ଯ୍ୟକ୍ରମରେ ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ଯୋଗ ଦେଇ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭଳି କାର୍ଯ୍ୟକ୍ରମ ସବୁବେଳେ ହେଲେ ବହୁତ ଭଲ ହୁଅନ୍ତା ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି। ଅଭିଭାବକମାନେ ମଧ୍ୟ ଖୁବ ଆଗ୍ରହର ଏହି ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜିନିଷ ଶିଖି ପାରୁଛନ୍ତି ବୋଲି ମତ ଦେଇଛନ୍ତି। ଅନ୍ତର୍ଣିବେଶି ଶିକ୍ଷା ସ୍ବେଚ୍ଛାସେବୀ ଗୋପାଳ କୃଷ୍ଣ ଜେନା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଣ୍ଡରାସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍କଣ୍ଡ ଦାଶ, ବିଶ୍ୱ ମୋହନ ମିଶ୍ର, ଶ୍ରଦ୍ଧାଞ୍ଜଳି ମାର୍ଥାଙ୍କ ସହ ପାଚିକାମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତାଳକଣିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା: ଟିଭି ରେ ଦେଖିଲେ ପ୍ରଧାନମନ୍ତ୍ରୀ

ରଣପୁର: ଆଜି ରଣପୁର ବ୍ଲକର ତାଳକଣି ଠାରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଛି। ଏକ ଟିଭି ପରାଦାରେ ତାଳକଣି ବାସୀଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଥିଲେ। ଏହି ସଂକଳ୍ପ ଯାତ୍ରା ଆଜି ତାଲକଣି ଗ୍ରାମ ପଚାଂୟତ ରେ ଆଜି ମଧ୍ୟହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂକଳ୍ପ ଯାତ୍ରା ରେ କେନ୍ଦ୍ର ରେଳ ରାଷ୍ଟମନ୍ତ୍ରୀ ଓ ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜର୍ଦୋଶ, ବିଜେପି ରାଷ୍ଟିୟ ପ୍ରବକ୍ତା ସମ୍ବିତ ପାତ୍ର,ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା ନୟାଗଡ ଜିଲ୍ଲା ସଭାପତି ତାପସ ରଂଜନ ମାର୍ଥା, ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱାୟଂ ସହାୟକ ଗୋଷ୍ଠି ସାମିଲ ହୋଇଥିଲେ। ମହିଳା ସ୍ୱତଂ ସହାତିକା ଗୋଷ୍ଠୀ ନିର୍ମିତ ପଦାର୍ଥ ର ଷ୍ଟଲ ଲଗାଯାଇଥିଲା। ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ଓ ସମସ୍ତ ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ କୁ ସହେଯାଗ କରିଥିଲେ।

Categories
ଆଞ୍ଚଳିକ

୨୯ତମ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦାର୍ଶନି ଉଦଯାପିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ୨୯ତମ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇ ଯାଇଛି। ଏଥିରେ ବ୍ଲକରୁ ମୋଟ ୨୫୭ଟି ପ୍ରକଳ୍ପ ଧରି କୁନି କୁନି ବୈଜ୍ଞାନିକମାନେ ଏହି ବାଲ ବୈଜ୍ଞାନିକ ପ୍ରଦାର୍ଶନିରେ ଅଂଶ ଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ଚିନ୍ତାଧାରା କୁ ପ୍ରଦର୍ଶିତ କରିଥିଲେ।

ଏହି କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ କୁମାର ପ୍ରଧାନ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତିଲତା ଦେଇ ପ୍ରମୁଖ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମକୁ ରଣପୁର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପରିଚାଳନା କରିଥିବା ବେଳେ ଆବାହକ ତଥା ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ ସହଯୋଗ କରିଥିଲେ।

ସେହିପରି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଭାତ କୁମାର ପଣ୍ଡା ଓ ମାନସ ପଟ୍ଟନାୟକ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚଳିତ ବର୍ଷ ପଞ୍ଜିକରଣକୁ ଅନଲାଇନ ମାଧ୍ୟମରେ କରାଯାଇଥିଲା, ଯାହାକି ନାମ ପଞ୍ଜିକରଣକୁ ସହଜ କରିବା ସହିତ ସମୟ ସାପେକ୍ଷ ହୋଇଥିଲା। ଏଥିରେ ୭୨ଟି ଉପକନିଷ୍ଠ, ୧୧୨ଟି କନିଷ୍ଠ ଓ ୭୩ଟି ବରିଷ୍ଠ ବିଭାଗରେ ପ୍ରକଳ୍ପ ଧରି କୁନି ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ। ସେଥିରୁ ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣା ପଡିଛି। ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ୪୯୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଶେଷରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ୩୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସିସି, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଙ୍ଘର ନେତୃବୃନ୍ଦ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କାଉଟ, ଏନ.ସି.ସି.ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି: ତହସିଲ ସମ୍ମୁଖରେ ଧାରଣା ଦେଲା ସିପିଆଇ (ଏମ୍)

ରଣପୁର: ରଣପୁର ବ୍ଳକରେ ବର୍ଷାର ଅଭାବ ସାଙ୍ଗକୁ ନଦୀ ଓ ବନ୍ଧ ଗୁଡିକର ପାଣି ନ ଥିବାରୁ ସାରା ରଣପୁର ଅଞ୍ଚଳରେ ମରୁଡି ସଙ୍କଟ ଘନେଇବାରେ ଲାଗିଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ମରୁଡି ସଙ୍କଟ ସହି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିଲାବେଳେ ସରକାର ଗହମ ନିଦ୍ରାରେ ଶୋଇଛନ୍ତି।

ଚାଷୀଙ୍କ ଏହି ସଙ୍କଟରେ ପ୍ରଶାସନର ନିସ୍କ୍ରିୟତର ପ୍ରତିବାଦ କରି ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ରଣପୁର ଆଞ୍ଚଳିକ କମିଟି ତରଫରୁ ଦିନ ୧୨ ଟାରେ ଶତାଧିକ ଚାଷୀଙ୍କ ଏକ ଶୋଭାଯାତ୍ରା ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ବାହାରି ରଣପୁର ବଜ଼ାର ପରିକ୍ରମା କରି ରଣପୁର ତହସିଲି ସମ୍ମୁଖରେ ଚାଷୀଙ୍କ ଗଣ ବିକ୍ଷୋଭ ସଙ୍ଗଠିତ ହୋଇଥିଲା।

ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ ଚାଷୀଙ୍କ ଏହି ସଙ୍କଟ ସମୟରେ ଭୋଟ ବିକଳରେ କେନ୍ଦ୍ର ଶାସନରେ ଥିବା ବିଜେପି ଦଳ ଅଯଥାରେ ମୋ ମାଟି ମୋ ଦେଶ କହି ଯାତ୍ରା କରୁଥିଲାବେ ବିଜେଡି ଜନ ସମ୍ପର୍କ ଯାତ୍ରାର ପ୍ରହସନ କରି ଉଭୟ ଦଳ ରଣପୁରର ଚାଷୀଙ୍କ ମରୁଡି ସମସ୍ୟା ପ୍ରତି ଅଣଦେଖା କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।

ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ତୁରନ୍ତ ଗୁରୁତ୍ୱ ଦେଇ ସରକାରଙ୍କ ଦୃଷ୍ଟିକୁ ନେଇ ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କରିବା, ମୃତ ଚାଷୀ ଗୋବିନ୍ଦ ସାହୁଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ସମସ୍ତ ଚାଷୀଙ୍କ ଚାଷୀ ଋଣ ଛାଡ କରିବା, ମରୁଡି ପରିପ୍ରେକ୍ଷୀରେ ଲୋକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷକୁ ୨୦୦ ଦିନ କାର୍ଯ୍ୟ ୬୦୦ ଟଙ୍କା ଦୈନିକ ମଜୁରୀ ସରକାର ଯୋଗାଇ ଦେବା ସହ ମରୁଡ଼ିର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଚଳ ଲିପିଟି ପମ୍ପକୁ ତୁରନ୍ତ ମରାମତି କରିବା, ଗଭୀର ବୋର ଓଏଲ ଖନନ କରିବା, କ୍ଷୁଦ୍ର ଜଳ ସେଚନ ଅଧିନରେ ଥିବା ଭେଟବର ବନ୍ଧ ସମେତ ସମସ୍ତ ବନ୍ଧ ଗୁଡିକ ଖନନ କରି କେନାଲ ଗୁଡିକ ମରାମତି କରିବା ଓ ବୃତ୍ତଙ୍ଗ ଯୋଜନା ତୁରନ୍ତ ଜାର୍ଯ୍ୟକାରୀ କରିବାକୁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ।

ଚାଷୀମାନେ ଆଣିଥିବା ମଲା ଧାନକୁ ଦେଖାଇ ବିକ୍ଷୋଭ କରିବା ସହ ପ୍ରଶାସନ ଟିକେ ଜରୁରୀ ଦୃଷ୍ଟି ଦେବାକୁ ଦାବୀ କରିଥିଲେ। ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ତହସିଲଦାରଙ୍କୁ ଭେଟି ୭ ଦଫା ଦାବୀ ଗୁଡିକ ଆଲୋଚନା କରିବାରେ ଆସନ୍ତା ୭ ଦିନ ମଧ୍ୟରେ ପାର୍ଟିର ତଥ୍ୟ ସଂଗ୍ରହ କରି ପ୍ରତିନିଧି ମଣ୍ଡଳୀଙ୍କୁ ନିମନ୍ତ୍ରଣ କରି ପୂର୍ଣ୍ଣ ଆଲୋଚନା କରିବା ପରେ ମରୁଡି ଘୋଷଣା ପାଇଁ ପଦକ୍ଷେପ ନେବେ ବୋଲି ଆନ୍ଦୋଳନ ରତ ଚାଷୀ ମାନଙ୍କ ସମ୍ମୁଖରେ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଏହି ବିକ୍ଷୋଭ ସମାବେଶରେ ବରିଷ୍ଟ ସିପିଆଇ (ଏମ୍) ନେତା ହରିଶ୍ଚନ୍ଦ୍ର ମିଶ୍ର, ଆଞ୍ଚଳିକ କମିଟି ସମ୍ପାଦକ ସୁରେଶ ସ୍ବାଇଁ, ଦୁଃଶାସନ ଜେନା, ସାବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି, ଭିକାରୀ ଚରଣ ସାହୁ, କୁଳମଣି ପଲେଇ, ବିଜୟ ଜେନା, ପବିତ୍ର ପ୍ରଧାନ, ମନୋଜ ଲଷ୍ମୀଧର ଲେଙ୍କା, ଅନାମ ଦାସ ଓ ଜ୍ୟୋସ୍ନା ରାଣୀ ନାୟକ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

Categories
ଆଞ୍ଚଳିକ

ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ପାଳିତ

ରଣପୁର: ଆଜି ସମଗ୍ର ଶିକ୍ଷା ତରଫରୁ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ତତ୍ୱାବଧାନରେ ରଣପୁର ବ୍ଲକ ପରିସରରେ ଥିବା ସଭା ଗୃହ ମଧ୍ୟରେ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ପାଳିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବିରଞ୍ଚି ନାରାୟଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରଣପୁର ସିଡିପିଓ ମାଧୁରୀ ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ମଂଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଅଞ୍ଚଳ ପାଇଁ ଗୌରବ ଆଣିଥିବା ଝିଅମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଙ୍ଗନବାଡି କର୍ମୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀ, ଅଙ୍ଗନବାଡି ସୁପରଭାଇଜର, ସ୍ୱୟଂ ସହାୟିକା ଗ୍ରୁପର ସଦସ୍ୟାମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରଣପୁର ବ୍ଲକର ସମସ୍ତ ସି.ଆର.ସି.ସି.ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ ହାତ କାର୍ଯ୍ୟକ୍ରମ

ରଣପୁର: ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଓଡିଶା ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ସତ୍ୟବ୍ରତ ନାୟକ ଓଡିଶାବିଜେଡି ଓ ବଜେପି ସରକାରଙ୍କର ପ୍ରତିଶୃତି ଓ ପ୍ରତାରଣର ଶିକାର ହୋଇଥିବା ମତ ଦେଇ ଥିଲେ। କୃଷକ, ବେକାରୀ ଯୁବକଯୁବତୀଙ୍କୁ ବର୍ଷକୁ ୨ ଲକ୍ଷ ନିଯୁକ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା ଗରିବ ଭୂମିହୀନଙ୍କୁ ଦେଇଥିବା ପ୍ରତିଶ୍ରୁତି, ବିଜେଡ଼ି ସରକାରର ୨୩ ବର୍ଷର ଚିଠି ଫଣ୍ଡ, ଖଣି, ଡାଲି ଭଳି ମହାଦୁର୍ନୀତି କରିଛନ୍ତି ବୋଲି ମତଦେଇ ଛନ୍ତି।

କେନ୍ଦ୍ରର ବିଜେପି ସରକାରଙ୍କ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶୃତି, ସ୍ୱିଚ ବ୍ୟାଙ୍କରେ ଥିବା କଳାଧନ ଫେରସ୍ତ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ଦରଦାମ ସହିତ, ଖାଇଵା ତେଲ, ଡାଲି, ଚୁଡା ଗୁଡ ଉପରେ ଜି ଏସ ଟି ଲାଗୁ ଯୋଗୁଁ ଦରଦାମ ହୁ ହୁ ହୋଇ ବଢିବା ଦ୍ୱାରା ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହଉଛନ୍ତି। ଜି ଏସ ଟି ଯୋଗୁଁ ଭାରତ ବର୍ଷର ବହୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଅଛି। ବରିଷ୍ଠ ନାଗରିକଙ୍କ ଟ୍ରେନ ଯାତ୍ରା କରିବା ନିମନ୍ତେ ସୁବିଧା ସୁଯୋଗକୁ ବନ୍ଦ କରିଦିଆ ଗଲା। ଏହି ସବୁ ସମସ୍ୟା ନେଇ କଂଗ୍ରେସ କର୍ମୀ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସାହି ସାହି ଘର ଘର ବୁଲି ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ। ବିଜେଡି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ନୀତି ସ୍ଲୋଗାନ ଏବଂ ପ୍ରଗତିର ସଂକଳ୍ପ ରାଜ୍ୟରେ କଂଗ୍ରେସ ହିଁ ବିକଳ୍ପ ସ୍ଲୋଗାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଳକୃଷ୍ଣ ଷଡ଼ଙ୍ଗୀ, ମୀର ଅବୁବକର ସିଦ୍ଧିକ,ପ୍ରତିମାଜେନା, ପ୍ରକାଶ ଚନ୍ଦ୍ର ନାୟକ,ସୁଦର୍ଶନ ପ୍ରଧାନ ଶରତ ମହାପାତ୍ର, ନବ ସାଠୁଆ ସୁଧାକର ପାଇକରା, ଦିଲ୍ଲୀପ ସେନାପତି, ସୁରେଶ ମହାରଣା, ଶିଶିର ଭଞ୍ଜ, ମିଟୁ ପ୍ରଧାନ, ହୃଦାନନ୍ଦ କାଣ୍ଡି, ବୁଲୁ ନାୟକ, ଦିଲୀପ ମାଲିକ, ଜିତେନ୍ଦ୍ର ରଣସିଂହ, ଅଖିଳ ପ୍ରଧାନ, ପ୍ରମୁଖ ଶତାଧିକ କଂଗ୍ରେସକର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ରଣପୁର ଘର ଘର ବୁଲିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ: ଶିଶୁମାନଙ୍କର ଲୁକାୟିତ ଗୁଣର ବିକାଶ ଲକ୍ଷ୍ୟ

ରଣପୁର: ସୋମବାର ଦିନ ରଣପୁର ବ୍ଲକ ଗୌରାଙ୍ଗପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଶିତେନ୍ଦ୍ର ବଳିଆରସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ୍ତ ପ୍ରସନ୍ନ କୁମାର ରଥ, ସମ୍ମାନିତ ଅତିଥି ଭାବେ କୃଷି ବିଭାଗର ଅଧିକାରୀ ପ୍ରସାଦ ସୁବୁଦ୍ଧି, ଅର୍ପିତା ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପିମ୍ପଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଦାଶ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସି.ଆର.ସି.ସି ସନ୍ତୋଷ କୁମାର ମିଶ୍ର, ଯଦୁପୁର ଗ୍ରାମ କମିଟିର ସଭାପତି ରଙ୍ଗନାଥ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଢିହାରୀ, ସୁକାନ୍ତ କୁମାର ରାଇସିଂଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉଦଘାଟନୀ ସଭାକାର୍ଯ୍ୟକୁ .ଆର.ସି.ସି ସୁଧାକର ମିଶ୍ରଙ୍କ ନେତୃତ୍ୱରେ ଓ ଜୟ ମା ମଙ୍ଗଳା ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ଏହି ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଶିକ୍ଷକ ଅଜୟ କୁମାର ପ୍ରଧାନ ଶ୍ଳୋକ ପାଠ କରିଥିବା ବେଳେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ଶିକ୍ଷକ ନରସିଂହ ମାଝୀ ଓ ପ୍ରତାପ କିଶୋର ପ୍ରଧାନ ବାଦ୍ୟ ବାଦନ କରିଥିଲେ। ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି ସୁଶୀଲ କୁମାର ରଣା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଏହା ପରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ଭାଷଣ, ଚିତ୍ରାଙ୍କନ, କୁଇଜ, ରଚନା ଲିଖନ, ଶୃତ, ଲିଖନ, ସଙ୍ଗୀତ ଓ ନୃତ୍ୟ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ କପ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।

ଏହାର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ସରପଞ୍ଚ ପ୍ରଭାତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ରଞ୍ଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି ସୁଶୀଲ କୁମାର ରଣା, ଜୟ ମା ମଙ୍ଗଳା ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନ, ଯଦୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର, ଗ୍ରାମ କମିଟିର ସଭାପତି ରଙ୍ଗନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉଦଯାପାନୀ ସଭାକାର୍ଯ୍ୟକୁ ସି.ଆର.ସି.ସି ସୁଧାକର ମିଶ୍ର ପରିଚାଳନା କରିଥିଲେ ଏବଂ ନୃସିଂହ ଚରଣ ଚୌଧୁରୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯଦୁପୁର ଗ୍ରାମର ସମସ୍ତ ଗ୍ରାମବାସୀ, ଅଙ୍ଗନବାଡି କର୍ମୀ, କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସେହିପରି ରଣପୁର କ୍ଲଷ୍ଟରର ସି.ଆର.ସି.ସି ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସମ୍ମାନୀତ ଅତିଥି ଭାବେ ବି.ସି. ହାଇସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି, ଶକ୍ତି ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି କୁଳାସାର କ୍ଲଷ୍ଟରର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ବହୁ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ ରାଉତ ମହୋଦୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। କୁଳସର କ୍ଲଷ୍ଟରର ସି.ଆର.ସି.ସି ସଞ୍ଜୟ କୁମାର ବରାଡଙ୍କ ନେତୃତ୍ୱ, କୁଳାସର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତପସ୍ଵିନୀ ଷଡ଼ଙ୍ଗୀଙ୍କ ସଭାତିତ୍ଵରେ ଏବଂ ଆଞ୍ଚଳିକ ଉ.ପ୍ରା ବିଦ୍ୟାଳୟ ବଡ଼ପଥୁରିଆର ପ୍ରଧାନ ଶିକ୍ଷକ ରମେଶ ସାମନ୍ତରାୟ ଏବଂ ଭେନ୍ୟୁ ସ୍କୁଲର ସହକାରୀ ଶିକ୍ଷକ ନିରଞ୍ଜନ ନାୟକଙ୍କ ବଳିଷ୍ଠ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା। ଏଥିରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ରଣପୁର: ବୃଦ୍ଧା ଆଶ୍ରମରେ ଆଇନ ସଚେତନତା ଶିବିର

ରଣପୁର: ଆଜି ଅନ୍ତର୍ଜାତୀୟ ବାର୍ଦ୍ଧକ୍ୟ ଦିବସ ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଲଷ୍ମୀନାରାୟଣପୁର ଗ୍ରାମରେ ଥିବା ବୃଦ୍ଧାଶ୍ରମରେ ରଣପୁର ଅଦାଲତ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଵୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଆଇନରେ ଥିବା ସମସ୍ତ ସୁବିଧା ଓ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ଏଥିରେ ରଣପୁର ତାଲୁକ ଆଇନ ସହାୟତା କେନ୍ଦ୍ର ତରଫରୁ ରଣପୁର କୋର୍ଟର ମାନ୍ୟବର ବିଚାରପତି ଗୌରି ଶଙ୍କର ପଣ୍ଡାଙ୍କ ସହ ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ସୁବାଷ ଚନ୍ଦ୍ର ଜେନା, କୃପାସିନ୍ଧୁ ବେହେରା ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆଇନ ସମ୍ପର୍କିତ ସମସ୍ତ ସୂଚନା ଓ ସହାୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ଆଶ୍ରମବାସୀଙ୍କୁ ବୁଝାଇ ଥିଲେ। ଏଥିରେ ଆଇନର ମାଗଣା ସୁବିଧା, ୯୦ ଦିନ ମଧ୍ୟରେ ଫଇସଲା, ସରକାରଙ୍କର କାର୍ଯ୍ୟକ୍ରମ, ଟାକ୍ସ ସୁବିଧା, ବ୍ୟାଙ୍କ ସୁବିଧା ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟର ଲିଗାଲ ସର୍ଭିସର କାର୍ଯ୍ୟକର୍ତ୍ତା ରାଜେଶ କୁମାର ମଲିକ ଏବଂ ବୃଦ୍ଧାଶ୍ରମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବୃନ୍ଦାବନପୁରରେ ଜିଲ୍ଲା ସ୍ତରୀୟ ଗାୟତ୍ରୀ ପରିବାର ସମ୍ମିଳନୀ

ରଣପୁର: ନୟାଗଡ ଜିଲ୍ଲା ଯୁଗ ନିର୍ମାଣ ଯୋଜନାର ଗାୟତ୍ରୀ ପରିବାର ତରଫରୁ ହରିଦ୍ୱାର ଶାନ୍ତିକୁଞ୍ଜ ନିର୍ଦ୍ଦେଶରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ପ୍ରଜ୍ଞା ପୀଠରେ ସେପ୍ଟେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ୨୦୨୬ ମସିହାରେ ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମଶର୍ମା ଆଚାର୍ଯ୍ୟ ଓ ଗୁରୁମାତା ଦେବୀ ଭଗବତୀ ଶର୍ମାଙ୍କ ଜନ୍ମ ଶତାଦ୍ଦୀ ପାଳନ ଅବସରରେ ଧରାପୃଷ୍ଠରେ ସ୍ୱର୍ଗ ଅବତରଣ ମନୁଷ୍ୟର ଅନ୍ତକରଣରେ ଦେବତ୍ୱର ଉଦୟ ପାଇଁ ବାର୍ତ୍ତା ପ୍ରଚାର ହେଉଅଛି। ଗୁରୁଦେବଙ୍କ ବିଚାରରେ ବ୍ୟକ୍ତି ପରିବର୍ତନ ହେବ, ସମାଜ ନିର୍ମାଣ ହେବ। ଯୁବ ସମାଜ ପଥଭ୍ରଷ୍ଟ ହେବାରୁ ବିରତ ହେବାପାଇଁ ପ୍ରତି ପରିବାରରେ ଗାୟତ୍ରୀ ମନ୍ତ୍ରର ଆବଶ୍ୟକତା ରହିଅଛି। ପରିବର୍ତ୍ତନ ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର ।

ଏହି ସମ୍ମିଳନୀରେ ମୁଖ୍ୟ ଭାବରେ ହରିଦ୍ୱାର ଶାନ୍ତିକୁଞ୍ଜ ନିର୍ଦ୍ଦେଶିତ ଭୁବନେଶ୍ୱର ସବ୍‌ଜୋନ୍ ସଂଯୋଜକ ପ୍ରତାପ କୁମାର ସ୍ୱାଇଁ ଯୋଗ ଦେଇଥିଲେ। ମଂଚାସୀନ ହୋଇଥିଲେ ନୟାଗଡ ଜିଲ୍ଲା ସଂଯୋଜକ ରାସ ବିହାରୀ ସେଠ। ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ ରଥ ମଂଚଞ୍ଚ ପରିଚାଳନା କରିଥିଲେ। ନୟାଗଡ ଜିଲ୍ଲାର ୮ ଗୋଟି ମଣ୍ଡଳର ଗାୟତ୍ରୀ ପରିବାର ଭାଇ ଭଉଣୀ ମାନେ ଯୋଗଦେଇ ଗୁରୁଦେବଙ୍କ ବାର୍ତ୍ତା କିପରି ଅଧିକରୁ ଅଧିକ ପ୍ରଚାର କିପରି ହୋଇପାରିବ ସେ ନେଇ ମତ ରଖିଥିଲେ । ବୃନ୍ଦାବନପୁର ପ୍ରଜ୍ଞାପୀଠର ବିରଂଚି ରଣାଙ୍କ ସମେତ ସମସ୍ତ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳନ ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

ରଣପୁର: ସାରା ଦେଶ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ସକାଳ ୬ ଟାରେ ପିଲାମାନେ ରାମଧୂନ ଗୀତ ଗାଇବା ସହ ବିଭିନ୍ନ ସ୍ଲୋଗାନ ଦେଇ ପିଲାମାନେ ଗାଁ ବୁଲିଥିଲେ। ଏହାପରେ ବିଦ୍ୟାଳୟରେ ସକାଳ ୭.୩୦ ଘଟିକା ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ରଣାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ଏହା ପରେ ଜାତୀୟ ସଙ୍ଗୀତ, ରଘୁପତି ରାଘବ ଆଦି ସଙ୍ଗୀତ ଗାନ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ଦିବସ ଓ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ବୁଝାଇ ଥିଲେ।

ଏହା ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ ଯୋଗଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ରବିନ୍ଦ୍ର ସଂଗ୍ରାମସିଂହ, ଚନ୍ଦ୍ରକାନ୍ତ ମଙ୍ଗରାଜ, ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶ୍ରୀ ସାହୁ ଯୋଗ ଦେଇ ପିଲାମାନଙ୍କୁ ସ୍ୱାଧୀନତା ଦିବସର ମହତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ। ଏହା ସହିତ ପିଲାମାନଙ୍କ ମଧ୍ୟରର ଭାଷଣ, ନୃତ୍ୟ, ଚିତ୍ରାଙ୍କନ, ସଙ୍ଗୀତ ଇତ୍ୟାଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଦିଆ ଯାଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ପ୍ରଦୀପ ସେନାଗୁପ୍ତା ଓ ସମସ୍ତ ପାଚିକାମାନେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଗ୍ରାମବାସୀମାନେ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଘଟୁଛି ଦୁର୍ଘଟଣା: ଗଭୀର ଖାଲରେ ପଡିଲେ ସ୍କୁଟି ଆରୋହୀ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ। ଠିକାଦାର ଚଳାଇଛନ୍ତି ମନମୁଖୀ କାର୍ଯ୍ୟ। ରାସ୍ତା କାମ ଠିକରେ ହେଉ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଠି ପୋଲ ପାଇଁ ଗାତ ଖୋଳା ଯାଉଛି ସେହି ଜାଗାକୁ ସଠିକ ଭାବେ ରେଡ ଫିତା ଦ୍ୱାରା ଚିହ୍ନଟ କରାଯାଉ ନାହିଁ।

ରାସ୍ତା କାର୍ଯ୍ୟ ମଧ୍ୟ ବହୁ ଧୀର ହେଉଥିବା ଅଭିଯୋଗ ହେଉଛି। ଠିକାଦାରଙ୍କ ମନମୁଖୀ ବେପରୁଆ କାର୍ଯ୍ୟ ପାଇଁ ବହୁ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଆଜି ସନ୍ଧ୍ୟାରେ ସାନଗଡ଼ ଠାରେ ନିର୍ମାଣଧୀନ ଥିବା କଲଭର୍ଟ ପାଇଁ ଖୋଳା ହୋଇଥିବା ଏକ ଗଭୀର ଖାଲରେ ଏକ ସ୍କୁଟି ପଡି ଚାଳକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି।

ସ୍କୁଟି ଆରୋହୀ ଜଣଙ୍କ ମାଳିସାହିର ସାଗର ବରାଡ଼ ବୋଲି ଜଣା ପଡିଛି। ସେ ମାଳି ସାହିରୁ ରଣପୁର ହଂସରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବେପରୁଆ ଠିକାଦାରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ସାତ ଜନ୍ମର ପୁଣ୍ୟ କଲେ ଶିକ୍ଷକ ବୃତ୍ତି ମିଳେ: ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକ

ରଣପୁର: ଆଜି ରଣପୁର ବ୍ଲକ ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ସାଧନ କେନ୍ଦ୍ର କର୍ମୀ ଜ୍ୟୋତି ରଞ୍ଜନ କର, ସ୍ଥାନୀୟ କାଉନସିଲର ରମେଶ ଚନ୍ଦ୍ର ନାୟକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାସ୍କର ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରକାଶ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସାହିତ୍ୟିକ ରାଜ କିଶୋର ପଟ୍ଟନାୟକ, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘ ସଭାପତି ଅଶୋକ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଭାତ କୁମାର ପଣ୍ଡା ଓ ମାନସ ରଞ୍ଜନ ପଟ୍ଟନାୟକ ମଞ୍ଚ କାର୍ଯ୍ୟ ପରିଚାଳନା କରିବା ସହ ବାଦ୍ୟ ସରଞ୍ଚନା କରିଥିଲେ।

ଏଥିରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶ, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ସାହୁ, କାଣ୍ଡରାସିଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରପ୍ରସାଦ ଦାଶଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥିମାନେ ବିଦାୟୀ ଶିକ୍ଷକମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରିବା ସହ ଅବଶିଷ୍ଟ ଜୀବନ ସୁଖମୟ ହେବା ନିମନ୍ତେ କାମନା କରି ବିଦାୟ ସମ୍ବର୍ଦ୍ଧନା ଜଣାଇ ଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକର ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ବିଦାୟୀ ଶିକ୍ଷକଙ୍କୁ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏହା ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ମୃତି ରୋମନ୍ଥନ କରି ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ।

ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ, ପୂର୍ବତନ ଛାତ୍ରଛାତ୍ରୀମାନେ, ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ଏବଂ ଗ୍ରାମବାସୀମାନେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କୁ ବିଭିନ୍ନ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇବା ସହ ଗୀତ ଓ ବକ୍ତବ୍ୟ ମାଧ୍ୟମରେ ତାଙ୍କର ଗୁଣ ଗାନ କରିଥିଲେ। ନୂଆଗାଁ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ। ଏହି ଅବସରକାଳୀନ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କ ପତ୍ନୀ, ତିନି ଝିଅ ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିବା ସହ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଥିଲେ। ଏହା ସହ କହିଥିଲେ ଯେ ସାତ ଜନ୍ମ ପୁଣ୍ୟ କଲେ ଶିକ୍ଷକତା ବୃତ୍ତି ମିଳେ। କାରଣ ଶିକ୍ଷକ ଇଞ୍ଜିନିଅର, ଡାକ୍ତର, ବୈଜ୍ଞାନିକ ଭଳି ଲକ୍ଷ ଲକ୍ଷ ଦେଶର ଭବିଷ୍ୟତଙ୍କୁ ତିଆରି କରିଥାଏ। ଶିକ୍ଷକ ହିଁ ସମାଜର ମେରୁଦଣ୍ଡ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ।

ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରା ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଫାଇନାଲ ପେନଶନ କାଗଜପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ସବୁ ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସହଯୋଗ କରିବେ ବୋଲି ମତ ରଖିଥିଲେ। ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା। ପ୍ରଥମ ଦିବସରେ ବିଭିନ୍ନ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝା ଯାଇଥିଲା ଯାଇଥିଲା। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏହି ପାଠ୍ୟକ୍ରମ ସମ୍ବନ୍ଧରେ ଅଧିକ ସଚେତନ କରିବା ପାଇଁ ଏକ ସେମିନାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ମାନସ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାହୁ, ସୁଶୀଲ କୁମାର ରଣା, ନୃସିଂହ ଚରଣ ଚୌଧୁରୀ ଓ ତପସ୍ୱିନୀ ଷଡ଼ଙ୍ଗୀ ଭାଗ ନେଇ ନିଜର ମତାମତ ଉପସ୍ଥାପନା କରିଥିଲେ। ଏହି ସେମିନାର କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ ଭଟ୍ଟ, ରାଜସୁନାଖଳା ଶିକ୍ଷକ ତାଲିମ କେନ୍ଦ୍ରର ପ୍ରଶିକ୍ଷକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ।

ସେହିପରି ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ମଝିଆଖଣ୍ଡ ଗ୍ରାମ ପଂଚାୟତର ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ରଥ ମଝିଆଖଣ୍ଡ ଗ୍ରାମ ସହ ବ୍ଲକର ବିଭିନ୍ନ ଗ୍ରାମରେ ବୁଲିଥିଲା। ଏହା ସହ ପିଲାମାନେ ହାତରେ ଶିକ୍ଷା ସଚେତନତା ସମ୍ବନ୍ଧୀୟ ବିଭିନ୍ନ କାର୍ଡ, ବ୍ୟାନର ଧରି ସ୍ଲୋଗାନ ଦେଇ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିଥିଲେ। ଏହା ସହ ଘୋଡା ନାଚ ନାମକ ଏକ ପଥ ପ୍ରାନ୍ତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଏହି ନୃତ୍ୟକୁ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ଦାସ ଓ ଭାସ୍କର ପ୍ରଧାନ ଆୟୋଜନ କରିଥିଲେ।

ଏହା ପରେ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ନୃତ୍ୟ, ନାଟକ ଓ ଅଭିନୟ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ କପ୍ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ଅଶୋକ କୁମାର ଦାଶ, ସାଧନ କେନ୍ଦ୍ର କର୍ମୀ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ କର, ଦୀନବନ୍ଧୁ ଜେନା, ପବିତ୍ର ମୋହନ ସାମନ୍ତରାୟ, ସୋନୁ ପ୍ରଧାନ, ରସାନନ୍ଦ ବେହୁରା, ରାମଚନ୍ଦ୍ର ବେହେରା, ସୁଶୀଲ କୁମାର ରଣା, କୈଳାଶ ମାଝୀ, ରାଜ କିଶୋର ଦାଶ, ସୁବାଷ ଚନ୍ଦ୍ର ବେହେରା, ମାନସ କୁମାର ପଟ୍ଟନାୟକ, ପ୍ରଭାତ ପଣ୍ଡା, ରବିନ୍ଦ୍ର ବେହେରା, ଯୁଧିଷ୍ଠିର ପ୍ରଧାନ, ଅଶୋକ ସାମନ୍ତରାୟ, କୁଳମଣି ପ୍ରଧାନ, ପଦ୍ମ ଚରଣ ସେଠିଙ୍କ ସହ ସମସ୍ତ ସାଧନ କେନ୍ଦ୍ର କର୍ମୀ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମଝିଆଖଣ୍ଡରେ ଅଶୋକଷ୍ଟମୀ ପାଳିତ, ଟଣା ହେଲା ରୁକୁଣା ରଥ

ରଣପୁର: ରଣପୁର ବ୍ଲକ ନିକଟସ୍ଥ ମଝିଆଖଣ୍ଡ ଗ୍ରାମପଂଚାୟତରେ ୧୩୬୫ ମସିହାରୁ ପାଳନ କରାଯାଉଛି ଏହି ନିଆରା ପର୍ବ ଅଶୋକା ଅଷ୍ଟମୀ। ନୀତି ଅନୁଯାୟୀ ପ୍ରଭୁ କମଳେଶ୍ୱର ଦେବ ଶହ ଶହ ଭକ୍ତଙ୍କର ଗହଣରେ ରୁଙ୍କୁଣା ରଥରେ ବସି ୭ ଦିନ ପାଇଁ ମାଉସୀ ମା ‘ ମନ୍ଦିର କୁ ବିଜେ କରିବେ। ତେଣୁ ନୀତି ପରମ୍ପରା ଅନୁଯାୟୀ ରଥର ସମସ୍ତ ନୀତିକାନ୍ତି ପରେ ରଥ ଉପରକୁ ପ୍ରଭୁ କମଳେଶ୍ୱର ଦେବ ବିଜେ କରିଥିଲେ।

ଏହା ପରେ ଭକ୍ତମାନେ ରଥକୁ ଟାଣି ଟାଣି ଅଶୋକ ବଜାର ଠାରେ ଥିବା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଏହି ରଥ ଟଣା ସମୟରେ ରଣପୁର ଦେବୋତ୍ତର ବିଭାଗ ଅଧିକାରୀ ତଥା ରଣପୁର ତହସିଲଦାର ଇପ୍ସିତ ସାହୁ, ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଏହି ନିଆରା ପରମ୍ପରାଟିକୁ ଆଗାମୀ ଦିନରେ ଆହୁରି ଅଧିକ କିପରି ଉନ୍ନତି ହୋଇପାରିବ ସେ ନେଇ ଦେବୋତ୍ତର ବିଭାଗର ଅଧିକାରୀ ତଥା ରଣପୁର ତହସିଲଦାର ମତାମତ ଦେଇଛନ୍ତି। ରଣପୁର ପୋଲିସ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଗ୍ରାମପଞ୍ଚାୟତରେ ତାଲା ପକାଇ ଧାରଣା ବସିଲେ ଯୋଗ୍ୟ ହିତାଧିକାରୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବାରୁ ଅସନ୍ତୋଷର ବାତାବରଣ ଖେଳି ଯାଇଛି। କିଛି ଦିନ ତଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ତାଲିକାରେ ନଥିବାରୁ ବ୍ଲକ ପରିସରରେ ଧାରଣାରେ ବସିଥିଲେ।

ଆଜି ରଣପୁର ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନେ ମେଳି ହୋଇ ଗୋପାଳପୁର ଗ୍ରାମ ପଞ୍ଚାୟତରେ ତାଲା ପକାଇବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଗୋପାଳପୁର ସରପଞ୍ଚଙ୍କୁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଗୋପାଳପୁର ଗ୍ରାମପଞ୍ଚାୟତ ପୁରୁଷ ମହିଳାମାନେ ଧାରଣା ବସିଥିଲେ। ପ୍ରାୟ ୪୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ସ୍ଥଳେ ୧୫୮ ଜଣଙ୍କ ନାମ ତାଲିକାରେ ଆସିଛି ଏବଂ ଯେଉଁ ମାନଙ୍କର ନାମ ତାଲିକାରେ ନାହିଁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯେଉଁ ମାନଙ୍କ ନାମ ତାଲିକାରେ ନାହିଁ, ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ନାମକୁ ସରକାରୀ ସ୍ତରରେ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଲକ କାର୍ଯ୍ୟାଳୟକୁ ଘେରିଲେ ଶହ ଶହ ସଂଖ୍ୟକ ହିତାଧିକାରୀ

ରଣପୁର: ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭବ୍ୟ ତାଲିକା ପ୍ରକାଶ ପାଇବା ପରେ କିଛି ଯୋଗ୍ୟ ହିତାଧିକାରୀ ସେଥିରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆଜି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବଳଭଦ୍ର ପୁର, ବାଉଁଶ ଗଡ଼, ତାଳକଣି, ଖତିଆ, ଦର୍ପନାରାୟଣ ପୁର ଓ ନରସିଂହ ପୁର ଗ୍ରାମ ପଞ୍ଚାୟତର ଶହ ଶହ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ରଣପୁର ବ୍ଲକ ସମୁଖରେ ଧାରଣାରେ ବସିବା ସହ ପ୍ରତିବାଦ କରିଥିଲେ।

ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ରଣପୁର ବିଡ଼ିଓ ବୁଝାସୁଝା କରିଵା ସହ ଖୁବ ଶୀଘ୍ର ସେମାନଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ତେବେ ଘଟଣା ସ୍ଥଳରେ ବିଜେପିର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ବ୍ଲକ ପରିସରରେ ପହଞ୍ଚି ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ କିପରି ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ରଣପୁର ବିଡ଼ିଓଙ୍କ ସହ ଆଲୋକପାତ କରିଥିଲେ।

ରଣପୁର ବ୍ଲକରେ ମୋଟ ୬୨୬୨ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩୮୨୫ ଜଣ ହିତାଧିକାରୀଙ୍କ ନାମ ଆସିଥିବା ବେଳେ ଖୁବଶୀଘ୍ର ଅନ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଅବସରପ୍ରାପ୍ତ ପ୍ରଧ୍ୟାପିକାଙ୍କ ପରଲୋକ: ଗୋଦାବରୀଶ ମହାବିଦ୍ୟାଳୟରୁ ନେଇଥିଲେ ଅବସର

ରଣପୁର: ଆଜି ରଣପୁର ବ୍ଲକର ଜଣେ ଅବସରପ୍ରାପ୍ତ ପ୍ରଧ୍ୟାପିକା, ସମାଜସେବୀ, ମୋ ସ୍କୁଲ ଅଧ୍ୟକ୍ଷା ତଥା ଶିକ୍ଷାବିତଙ୍କ ପରଲୋକ ଘଟି ଯାଇଛି। ସେ ମହିୟସୀ ମହିଳା ହେଉଛନ୍ତି ଗୋପାଳପୁରର ସ୍ବର୍ଗତ ଲୋକନାଥ ସ୍ୱାଇଁ ଓ କୁନ୍ତଳା କୁମାରୀ ସ୍ୱାଇଁଙ୍କ ଝିଅ ସ୍ବର୍ଗତ ସୁବାସିନୀ ଦେଇ।

ସେ ୧୯୫୫ ମସିହା ମେ ମାସ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ସାହିତ୍ୟ ବିଭାଗର ପ୍ରଧ୍ୟାପିକା ଥିଲେ। ୧୯୮୦ ମସିହାରେ ସାହିତ୍ୟ ବିଭାଗର ଅଧ୍ୟାପିକା ଭାବେ ପ୍ରଥମେ ରଣପୁର ମହାବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହା ପରେ ୧୯୯୭ ମସିହାରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟକୁ ବଦଳି ହୋଇଥିଲେ ଏବଂ ସେଠାରେ ସେ ଓଡିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ସେ ୨୦୧୫ ମସିହାରେ ଚାକିରୀରୁ ଅବସର ନେଇଥିଲେ।

ଏହା ପରେ ନିଜ ଗ୍ରାମରେ ରହି ସମାଜସେବା କାମରେ ନିଜକୁ ଲିପ୍ତ ରଖି ଥିଲେ। ଏହା ସହିତ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ସେ ମୋ ସ୍କୁଲର ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ସେ ଜଣେ ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ସ୍ଵଭାଵର ଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅମର ଆତ୍ମାର ସଦଗତି କାମନା କରି ରଣପୁର କଲେଜରେ ଛାତ୍ରଛାତ୍ରୀମାନେ ଗୀତା ପାଠ ଓ ଶୋକ ସଭା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଭାଇ ଭାଗ୍ୟଧାର ସ୍ୱାଇଁଙ୍କ ସହ ସମସ୍ତ ଭାଇ, ଭାଉଜ, ପୁତୁରା, ଝିଆରୀ, ଭଣଜା, ଭାଣେଜୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବାଣପୁରରେ ଦୀର୍ଘ ୧୮ ବର୍ଷର ଚାକିରି କାଳ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ଏହି ଦୁଃଖଦ ଖବର ପାଇବା ପରେ ବାଣପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମହାବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପିକାଙ୍କ ବିୟୋଗରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଯାଇଛି। ଦାରୁଣ ଦୁଃଖ ସହିବା ନିମନ୍ତେ ପ୍ରଭୁ ପରମେଶ୍ଵର ତାଙ୍କ ଶୋକାକୁଳ ପରିବାର ବର୍ଗକୁ ଶକ୍ତି ଦିଅନ୍ତୁ ବୋଲି କଲେଜ ପକ୍ଷରୁ ପ୍ରାର୍ଥନା କରାଯାଇଛି।

Categories
ଆଞ୍ଚଳିକ

ନପଲ୍ଲୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ

ରଣପୁର: ରଣପୁର ବ୍ଲକ ନପଲ୍ଲୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞାଞ୍ଜଳୀ ଚହଟ୍ଟରାୟ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପାତାଳ ସିଂ, ସମିତି ସଭ୍ୟା ଦିପଞ୍ଜଳି ପାଇକରାୟ, ମୋ ସ୍କୁଲ ସଭାପତି ଗୋଦାବରୀ ପ୍ରଧାନ, କୃଷ୍ଣଚନ୍ଦ୍ର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ ଧର୍ମ

ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନିକଟରେ ଥିବା କୃଷ୍ଣ ଦ୍ବିପାୟନ ବେଦ ପାଠଶାଳାରେ ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ତିରୁପତି ଜାତୀୟ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ମହର୍ଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ପ୍ରତିଷ୍ଠାନ ଉଜ୍ଜୟନୀ ଶିକ୍ଷା ମନ୍ତ୍ରଣାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ବେଦ ଶାସ୍ତ୍ର ଧର୍ମ ସମ୍ପର୍କରେ ବୁଝାଇଥିଲେ।

ସୁଧାକର ପଣ୍ଡା, ଡାଃ କଳ୍ପନା ରଥ, ପ୍ରଫେସର ପ୍ରମୋଦ କୁମାର ନନ୍ଦ, ଡାଃ. ନୀଳାଚଳ ମିଶ୍ର, ପ୍ରଫେସର ବିଜୟ କୁମାର ଜେନା ପ୍ରମୁଖ ବେଦ ପାଠ ଚକ୍ର ଉପରେ ଏହି ପାଠଶାଳାର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।